Unknown

 

 

 

 

 

 

 

 

 

‘‘ଯୋଗ-ସମନ୍ୱୟ’’ ପ୍ରବେଶିକା

ଚିତ୍ତରଞ୍ଜନ ଦାସ

 

ପ୍ରାୟ ତିରିଶି ବର୍ଷରୁ ଊର୍ଦ୍ଧ୍ୱ ପୂର୍ବର ସେହି ଘଟଣାଟି । ଶ୍ରୀ ଅରବିନ୍ଦଙ୍କର “ଯୋଗ-ସମନ୍ୱୟ’ ପୁସ୍ତକର ଓଡ଼ିଆ ଅନୁବାଦ ଆରମ୍ଭ କରିବାକୁ ଯାଉଥାଏ । ବହିଟିର ପ୍ରଥମ ଅଧ୍ୟ୍ୟାୟଟିକୁ ଶ୍ରୀ ଅରବିନ୍ଦ ଅବତରଣିକା (Introduction) ବୋଲି ନାମିତ କରିଛନ୍ତି । ଏକାବେଳକେ ଏକ ନୂଆ ପୃଥିବୀ ମଧ୍ୟରେ ପ୍ରବେଶ କରୁଥିବା ପରି ମନେ ହୋଇଥିଲା । ହଁ, କୁଆଡ଼େ କେତେ କେତେ ଆଡ଼କୁ ପ୍ରସାରିତ ହୋଇ ଯାଉଥିବା ପରି ଅନୁଭବ ହେଉଥାଏ; ଏକ ସମଗ୍ର ଆହ୍ୱାନ, ଏକ ପର୍ବତାରୋହଣ, ଯାହା ଭିତରେ ଏକ । ଶିଖର ରହିଛି, ଏକ ପାଦଦେଶ ମଧ୍ୟ ରହିଛି,–ଏକ ସମଗ୍ର ଜୀବନର ଅନୁରାଗ ଜଳଜଳ ହୋଇ ଦିଶିଦିଶି ଯାଉଛି । ପୁରାତନ ଯୋଗ-ମାର୍ଗ ଗୁଡ଼ିକୁ ଅସ୍ୱୀକାର କରା ଯାଇନାହିଁ ଏବଂ ତଥାପି ପାରମ୍ପରିକ ମାର୍ଗଗୁଡ଼ିକୁ ଏକତ୍ର ଗୋଟିଏ ବୋକଚା କରି ବାନ୍ଧି ଆଦୌ ଉପସ୍ଥାପିତ କରା ଯାଇନାହିଁ । ଏପରି ଗୋଟିଏ ଉପସ୍ଥାପନା, ଯେଉଁଟିରେ ଆରୋହଣ ଏବଂ ଅବରୋହଣ ସମାନ ମହିମାରେ ବିରାଜିତ ହୋଇ ରହିଛନ୍ତି । ସଂପୂର୍ଣ୍ଣ ଭାବରେ ଗ୍ରହଣ କରି ନିଆଯାଇ ପାରୁଛି ଯେ ଏହି ପଥଚାରଣାଟି ହେଉଛି ଏକ ପରିପୂର୍ଣ ସଂପୃକ୍ତି ଯାହା ପାଠକମାନଙ୍କୁ ମଧ୍ୟ ଉତ୍ତୋଳିତ କରିନେବ, ଯୋଗ ଏବଂ ଜଗତ ନାମକ ସେହି ଦୁଇଟିଯାକ ପୃଥ୍ୱୀ-ଆକର୍ଷଣକୁ ଗୋଟିଏ ଏକତ୍ରରେ ନିକଟ କରାଇ ଆଣିବ ।

 

ଶ୍ରୀ ଅରବିନ୍ଦଙ୍କୁ ମଝିରେ ରଖି ଓଡ଼ିଶାରେ ନାନାବିଧ ଗତିଶୀଳତାରେ କେତେ ପ୍ରଚେଷ୍ଟା ଲାଗିଛି । ସେହି ଉଦ୍ୟମଟିକୁ ଆଖି ଆଗରେ ରଖି ଆମେ ଏହି ପ୍ରବେଶିକାଟିକୁ ଏକ ବିଶେଷ ଆଲୋକନ ଦେଇ ବୁଝିବା ଏବଂ ତାହାରି ଦ୍ୱାରା ପରସ୍ପରର ପାଖ ପାଖ ହୋଇ ଆସିବା । ଆମ ସଭିଙ୍କ ସକାଶେ ଏଇଟି ଗୋଟିଏ ସିଲାବସ୍ ପରି ହୋଇ ରହିବ । ଏଇଥିରୁ ହିଁ ଆମର ଅଧ୍ୟୟନ-ଶିବିରଗୁଡ଼ିକ ଆରମ୍ଭ ହେଲା । ପାଞ୍ଚ ଦିନରେ ପାଞ୍ଚୋଟିଯାକର ଅଧ୍ୟୟନ ଏବଂ ଆଲୋଚନା । ଆମରି ମଧ୍ୟରୁ ଜଣେ ଭାଇ ଏହି ମୂଳ-ପ୍ରକରଣଟିକୁ ଗୁନ୍ଥି ପୁସ୍ତିକାଟିଏ ମଧ୍ୟ ପ୍ରସ୍ତୁତ କରିଛନ୍ତି ଏବଂ ତାହା ପ୍ରକାଶିତ ହୋଇଛି । ସେହି ପର୍ଯ୍ୟାୟରେ ଏଇଟି ହେଉଛି ଆଉଗୋଟିଏ ପ୍ରଚେଷ୍ଟା । ଅଧିକ ମର୍ମପ୍ରବେଶ ଏବଂ ଉନ୍ମୀଳନ ନିମନ୍ତେ ।

Image

 

ସୂଚୀପତ୍ର

 

୧.

ପ୍ରଥମ ଅଧ୍ୟାୟ

 

 

ଜୀବନ ଓ ଯୋଗ

୨.

ଦ୍ୱିତୀୟ ଅଧ୍ୟାୟ

 

 

ପ୍ରକୃତି–ବିବର୍ତ୍ତନର ତିନିପାଦ

୩.

ତୃତୀୟ ଅଧ୍ୟାୟ

 

 

ତ୍ରିବିଧ ଜୀବନ

୪.

ଚତୁର୍ଥ ଅଧ୍ୟାୟ

 

 

ଯୋଗର ସାଧନା,–ଭିନ୍ନ ଭିନ୍ନ ମାର୍ଗ ଓ ମତ

୫.

ପଞ୍ଚମ ଅଧ୍ୟାୟ

 

 

ସମନ୍ୱୟ

୬.

ଷଷ୍ଠ ଅଧ୍ୟାୟ

 

 

ଯୋଗ–ସାଧନାର ଚାରି ସହାୟକ

୬.

ଶେଷ ଅଧ୍ୟାୟ

 

 

ସମସ୍ତ ଜୀବନ ହିଁ ଯୋଗ ଏବଂ ଯୋଗ ହିଁ ସମସ୍ତ ଜୀବନ

Image

 

Unknown

ପ୍ରଥମ ଅଧ୍ୟାୟ

ଜୀବନ ଓ ଯୋଗ

 

ମନୁଷ୍ୟର ଜୀବନକୁ ନେଇ ପ୍ରକୃତି ନିତ୍ୟକ୍ରିୟାଶୀଳ ହୋଇ ରହିଛି ଏବଂ ସେହି ଜୀବନକୁ ନାନା ଗଢ଼ଣ ଦେବାରେ ଲାଗିଛି । ମନୁଷ୍ୟମାନଙ୍କର ଏହି ସାଧାରଣ କ୍ରିୟାକଳାପ ଗୁଡ଼ିକର ଜୀବନ । ଆମ ଜୀବନର ଯେତେ ଯେତେ ଧନ୍ଦା ଓ ଜୀବିକା ଇତ୍ୟାଦି-ଅନ୍ନର ଯୋଗାଡ଼ କରିବା, ସଂସାରଟିଏ ବସାଇ ଅନ୍ୟ ମଣିଷମାନଙ୍କ ସହିତ ସଂସାରଟିଏ ସମ୍ଭବ କରି ଆଣିବା,–ତାହାରି ଅନୁସାରେ ଯାହାକିଛି ଉଚିତ ଏବଂ ଅନୁଚିତ, ଠିକ୍ ଏବଂ ଭୁଲ, ସଫଳ ଏବଂ ବିଫଳ ହେବା । କେତେ ନା କେତେ ଆବଶ୍ୟକତାର ପୂରଣ କରିବା ଏବଂ ସେହି ଅନୁସାରେ ନିଜକୁ ସୁସ୍ଥ ଏବଂ ଅସୁସ୍ଥ ବୋଲି ଅନୁଭବ କରିବା । ଏହି ସବା ଆଗର ପ୍ରୟୋଜନ ଗୁଡ଼ିକର ପରିପୂରଣ ଏବଂ ସେହି ଅନୁସାରେ ଆପଣାର ଗୋଡ଼ ତଳର ମାଟିଟି ଦମ୍ଭ ହୋଇ ରହିଛି ବୋଲି ଜାଣିଥିବା । ନହେଲେ ତ ସବୁକିଛି ବିଗିଡ଼ି ଯିବାରେ ହିଁ ଲାଗୁଥିବା ପରି ଭାବୁଥିବା । ଆଗ ଏହି ତଳଟି,–ତା'ପରେ ଯାଇ ଉଚ୍ଚଟି, ଯାହାକୁ ମନୁଷ୍ୟମାନେ ତତ୍ତ୍ୱ ବୋଲି କହିଛନ୍ତି, ଯେଉଁଗୁଡ଼ିକର ବଳରେ ସ୍ଵପ୍ନ ଦେଖିଛନ୍ତି, ଆଦର୍ଶ ଇତ୍ୟାଦିର ଚିନ୍ତା କରିଛନ୍ତି । ଜୀବନକୁ ନେଇ ନାନା ପ୍ରକାରର ବୃହତ୍ ବୃହତ୍ ଯାବତୀୟ ଚିନ୍ତା ଇତ୍ୟାଦି,–ଶାସ୍ତ୍ରଲେଖା,–ଏବଂ ସେହିପରି ଆହୁରି ଆହୁରି ଉପରକୁ ଯାଇ ଆହୁରି କ'ଣ ସବୁ ବୁଝି ଭଗବାନ ବୋଲି ବୁଝିଛନ୍ତି: ଅଳପରୁ ଅଧିକ, ଅଧିକରୁ ଆହୁରି ଅଧିକ । ସାଂସାରିକତା ମଧ୍ୟରୁ ଦିବ୍ୟତା,–ଏହି ତୁଚ୍ଛ ଇହଭାବନାରୁ ଅଧିକ ସଚେତନ ହୋଇ ଏକ ଉଚ୍ଚତର ସାହସ ଏବଂ ତାହାହିଁ ଏହି ଜୀବନର ଅସଲ ପ୍ରାପ୍ତି ବୋଲି ଏକ ଅନ୍ୟଭାବେ ଉଚ୍ଚାଟିତ ହୋଇ ପାରିଛନ୍ତି । ହଁ, ପ୍ରେୟରୁ ଶ୍ରେୟ । ପ୍ରେୟମାନଙ୍କୁ ଡେଇଁ ଚାଲିଗଲେ ଯାଇ ଶ୍ରେୟ । ପ୍ରାୟ ଏକ ଅନ୍ୟ ଉଲ୍ଲାସରେ ସେମାନେ ପ୍ରେୟଗୁଡ଼ିକୁ ବର୍ଜନୀୟ ବୋଲି ଘୋଷଣା କରିଛନ୍ତି ଏବଂ ସତେଅବା ପ୍ରେୟମାନଙ୍କ ସକାଶେ ସେହି ଶ୍ରେୟଗୁଡ଼ିକ ଏପରି ଅସାଧ୍ୟ୍ୟ ହୋଇ ରହିଛନ୍ତି ବୋଲି ଧିକ୍କାରି ହୋଇଛନ୍ତି । ଧିକ୍କାରଟା ପ୍ରବଳରୁ ପ୍ରବଳତର ହୋଇ ସଂସାର ପ୍ରତି, ଭୂଇଁଟି ପ୍ରତି ନାନାଭଳି ବିକାର ଜାତ ହୋଇଛି । ଏବଂ, ଆମକୁ ଫାଶ ବାନ୍ଧି ରଖିଥିବା ସେହି ମାୟାବାଦ ନାମକ ବିଶେଷ ପଥଟି ଆମର ବାଟ ଓଗାଳି ରଖିଛି କି ? ଏଇଟି ହେତୁ ନାନା ଅସ୍ୱୀକାରକାରୀ ପୀଡ଼ା କେତେ ମଣିଷଙ୍କୁ ବାଇଆ କରି ପକାଇଛି ଏବଂ ସେମାନେ ତପସ୍ୟା କରି ଏକାନ୍ତ ଆଡ଼େ ଚାଲି ଯାଇଛନ୍ତି; ସଂସାର ଭିତରେ ଏକ ଅନ୍ୟ ସଂସାରର କାନ୍ଥ ତିଆର କରିଛନ୍ତି । ସେହିପରି କେତେଟା କାନ୍ଥ ଭିତରେ ଆବଦ୍ଧ ହୋଇ ରହି ଭଗବାନଙ୍କୁ ପାଇଲେ ବୋଲି ଭାରି ଖୁସୀ ବି ହୋଇଛନ୍ତି । ନାନା ନାମର ଧର୍ମୀୟ ପଥ, ସଂପ୍ରଦାୟ, କାନ୍ଥଗୁଡ଼ାକୁ ନେଇ କଳହ ଓ ଆମ୍ପୁଡ଼ା କାମୁଡ଼ାକୁ ନେଇ ଦୂରତାଗୁଡ଼ିକର ଭିଆଣ ମଧ୍ୟ୍ୟ ହୋଇଛି ଏବଂ, ସେହିପରି କିଛି ଭିଆଣ ଏକାଧିକ ଛଦ୍ରମରେ ଆମ ଚଳନ୍ତି ସଂସାରଟିକୁ ସଂକ୍ରମିତ ହୋଇ ଆସିଛି । ଏହି ସଂସାରରେ କୋଟି କୋଟି ସ୍ୱାଭାବିକ ଜୀବନକୁ ବହୁପ୍ରକାରେ ଭାରି ଅସୁନ୍ଦର କରି ରଖିଛି ।

 

ଅଧ୍ୟ୍ୟାତ୍ଜ ହୁଡ଼ି ଯାଇଛି । ସେହି ଉଚ୍ଚତମ ଦିବ୍ୟସତ୍ୟଟିର ରହସ୍ୟ ଯେ ଏହି ମନୁଷ୍ୟ ଭିତରେ ସର୍ବବିଧ ନ୍ୟାୟରେ ଅବସ୍ଥିତ ରହିଛି, ସେକଥାଟିକୁ ହୃଦୟଙ୍ଗମ କରିବା ସକାଶେ ସତେଅବା କୌଣସି ଫୁରସତ ହିଁ ମିଳିନାହିଁ । ପେଡ଼ିର ସୁନା କରି ରଖିବାର ସେହି ଅଳ୍ପତାଟାର ପ୍ରୟାସଟାରେ ଜୀବନର ସତସମ୍ଭାବନା ଗୁଡ଼ିକ କିଳି ହୋଇ ରହି ଯାଇଛନ୍ତି । ପ୍ରତିକାରଟିଏ ହେଉଛି ଯେ ଜୀବନବିଦ୍ୟାର ବିଧାନଟି ଅନୁସାରେ ଆମ ଆଖିଗୁଡ଼ିକ ବଦଳି ଯାଉଥିବେ । ଉଭୟ ଏହି ବାସ୍ତବଟିର ଜୀବନ-ପରିସରଟିରେ ବଦଳି ଯାଉଥିବେ ଏବଂ ଉଚ୍ଚତର କ୍ଷେତ୍ରଗୁଡ଼ିକରେ ବଦଳି ଯାଉଥିବେ । ଆସ୍ପୃହା ବଦଳି ଯିବ ଏବଂ ଆହ୍ୱାନ ବଦଳିଯିବ । ତେବେ ଯାଇ ଆମର ଯଥାର୍ଥ ସୁସ୍ଥତାଟିର ରକ୍ଷା ହୋଇ ପାରିବ । ନୂଆ ନୂଆ ବିସ୍ତାର ଏବଂ ସେହି ଅନୁସାରେ ନୂଆ ନୂଆ ସିଦ୍ଧି । ଏକ ସଚଳତା ହିଁ ଜୀବନ ବଂଚିବାର ରୀତି ହୋଇ ରହିଥିବ । ସତ କଥା କହିଲେ, ସେହି ସ୍ୱାଭାବିକ ସଚଳତା ହେଉଛି ଆମର ସୁସ୍ଥତା । ତଥାକଥିତ ଉଚ୍ଚତାମାନେ କତି ହୋଇ ଆସିବେ ଏବଂ ଏହି ତଳ ବାସ୍ତବଟି ମଧ୍ୟରେ ଏକ ଯଥାର୍ଥ ଦିବ୍ୟତା ମୁକୁଳି ମୁକୁଳି ଆସୁଥିବାର ଅନୁଭୂତି ପ୍ରାପ୍ତ ମଧ୍ୟ୍ୟ ହେଉଥିବ । ଚିହ୍ନା ପୂର୍ଣ୍ଣତାମାନେ କ’ଣ ସବୁ ନୂଆ ପ୍ରୟୋଜନର ଅନୁଭବରେ ଅଳପ ଓ ଖଣ୍ଡଖଣ୍ଡ ହୋଇ ଯାଉଥିବେ ଏବଂ ପରବର୍ତ୍ତୀ ଆହୁରି କିଛି ପ୍ରୟୋଜନରେ ନୂଆ ନୂଆ ପୂର୍ଣ୍ଣତାର ସମଗ୍ର ମଧ୍ୟ୍ୟରେ ଦାନା ବାନ୍ଧି ଆସିବାରେ ଲାଗିଥିବେ । ଏକ ପବିତ୍ରପ୍ରାୟ ରକ୍ଷଣଶୀଳତା ମଧ୍ୟ୍ୟରେ ଯେତିକି ଥିଲା ଯେତିକି ଥାଉ ବୋଲି କାତର ହୋଇ ରହିଥିଲେ । ପୋଖରୀଟାରେ କାଦୁଅ ବସି ଯାଉଥିବ । ତେଣୁ ଏକ ସତେ ପଙ୍କୋଦ୍ଧାରର ପ୍ରକ୍ରିୟାଟିଏ ମଧ୍ୟ୍ୟ ଲାଗି ରହିଥିବା ଆବଶ୍ୟକ । ଅର୍ଥାତ୍ ନୂଆ ନୂଆ ଜଳଧାରା ଆସି ସେଠାରେ ପ୍ରବେଶ କରିବାର ପଥଗୁଡ଼ିକ ପ୍ରଶସ୍ଥ ହୋଇ ଅବଶ୍ୟ ରହିବ । କିଛିହେଲେ ସଢ଼ି ପଚି ଯିବନାହିଁ । ଅର୍ଥାତ୍ ଏହି ମର ସଂସାରରେ ସବୁକିଛି ଅମର ହୋଇ ରହିଥିବ । ହଁ, ସତେ ଏକ ପୁନର୍ଜନ୍ମ ଲାଭ କରୁଥିବା ପୂର୍ଣ୍ଣ ଏକ ବାସ୍ତବ ସୁସ୍ଥତାରେ ଆଦୌ କିଛି ହେଲେ ମରି ଯାଉନାହିଁ ବୋଲି ଉପଲବ୍ଧି ହେଉଥିବ । ଆମେ ମର ମନୁଷ୍ୟମାନେ ଯେପରି ଏକ ମରଣହୀନ ଏକନିୟତି ମଧ୍ୟରେ ଯୁକ୍ତ ହୋଇ ରହିଛୁ, ଗୋଟିଏ ଖିଅରେ ବନ୍ଧା ହୋଇ ଯଥାର୍ଥରେ ମୁକ୍ତ ହୋଇ ରହିଛୁ, ଅସଲ ଅର୍ଥରେ ସେଇଟି ହିଁ ହେଉଛି ଯାବତୀୟ ଯୋଗମାର୍ଗର ଅସଲ ସତ୍ୟ ଏବଂ ଅସଲ ରହସ୍ୟ । ଯୋଗ ବସ୍ତୁତଃ ଯୁକ୍ତ କରି ହିଁ ରଖିଥାଏ । ଯୁକ୍ତ କରି ରଖିବା ଦ୍ଵାରା ହିଁ ମୁକ୍ତ କରି ରଖିଥାଏ । ସକଳ ପ୍ରକାରେ ଏକାବେଳେକେ ଯୁକ୍ତ ଏବଂ ମୁକ୍ତ ହୋଇ ରହିବା, ତାହାକୁ ହିଁ ତ ସଂସାର ତଥା ଅଧ୍ୟ୍ୟାତ୍ଜ ଦୁଇଟିଯାକକୁ ଏକ ସୁସ୍ଥ ଜୀବନପ୍ରେରଣା ଦ୍ୱାରା ସଂବୁଦ୍ଧ ହୋଇ ରଖିବାର ଅସଲ ବାଟ ।

 

ଆମେ ମନୁଷ୍ୟମାନେ ବର୍ତ୍ତମାନ ଏପରି ଏକ ଯୁଗରେ ବାସ କରୁଛୁ, ଯେତେବେଳେ କି ଜୀବନନାମକ ଆମର ସର୍ବବିଧ ପ୍ରୟାସ ଏପରି ଗୋଟିଏ ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଛି, ଯେଉଁଠି କି ଭାବନା ତଥା କ୍ରିୟାଶୀଳତାର ଏକ କଠୋର ପରୀକ୍ଷା ହିଁ ଚାଲିଛି, ସେହି ଯାବତୀୟ ଉପାଦାନ, ଯେଉଁଗୁଡ଼ିକର ଏକ ମହତ୍ତ୍ୱ ରହିଛି, ଏକ ଆବଶ୍ୟକତାର ଆହ୍ୱାନ ଖୁବ୍‍ ରହିଛି । ଏକ ମହାନ୍ ପରୀକ୍ଷାର ସମ୍ମୁଖୀନ ହୋଇ ଏକ ଅସଲ ସମର୍ଥତାର ପରିଚୟ ଦେଇ ପାରିବାର ବେଳ ଆସି ପହଞ୍ଚିଛି । ସେମାନେ ସତକୁ ସତ ପାରିବେ ତ ? ସତେ ଯେପରି ଗୋଟିଏ ବୃହତ୍ କଡ଼େଇ ମଧ୍ୟ୍ୟରେ ଏକାଠି ପଡ଼ି ଘଣ୍ଟା ହେଉଛନ୍ତି, ରନ୍ଧା ହୋଇ ନିତାନ୍ତ ନୂତନ ଭାବରେ କ’ଣସବୁ ସମ୍ଭବ କରି ଆଣିବେ ବୋଲି ଏକ ପ୍ରୟାସ ଲାଗି ରହିଛି । ସେଗୁଡ଼ିକୁ କେତେ ଖିନ୍ନଭିନ୍ନ କରି ପରୀକ୍ଷା କରି ଦେଖାଯାଉଛି,–ଗୋଟିଏ ବୃହତ୍ ପ୍ରୟୋଗରେ ଯୋଡ଼ି ଦିଆଯାଉଛି ଓ ପୁଣି ଏକାଧିକ କାରଣରୁ ଅଲଗା ମଧ୍ୟ୍ୟ କରାଯାଉଛି । ସେହି ପ୍ରକ୍ରିୟାର ଅଧୀନକୁ ଆସି ସେମାନେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବେ ନାହିଁ ତ ! ଅଥବା ଏଥିମଧ୍ୟ୍ୟରୁ ଏପରି ନାନା ନୂଆ ଆକାର ଏବଂ ଆକୃତି ଇତ୍ୟାଦି ସମ୍ଭବ ହୋଇ ଆସିବେ, ଯାହାକି ଆହୁରି ଆଗକୁ ବାଟ କାଢ଼ି ନେବ, ସତେଅବା ଏକ ନୂତନ ଶକ୍ତି ଲାଭ କରି ନୂଆ ନୂଆ ପ୍ରକାରର ବାଟ ଦେଖାଇବ,–ପୁରୁଣା ପରିଚିତ ଗୁଡ଼ିକୁ ନୂଆ ନୂଆ ଆହ୍ୱାନଦ୍ଵାରା ବଳଶାଳୀ କରି ଆଣିବ । ସକଳ ପରମ୍ପରା ତଥା ପାରମ୍ପରିକ ସମ୍ପଦର ମଧ୍ୟ୍ୟ ଏହିପରି ଏକ ପରୀକ୍ଷା ହୋଇଯାଏ କି ? ପ୍ରାୟ ଏକ ସ୍ଥାଣୁତାର ଘେର ଭିତରେ ଆବଦ୍ଧ ହୋଇ ରହିଯିବା ହେତୁ କେତେ କେତେ ପ୍ରତିଶ୍ରୁତି ସଢ଼ି ପଚି ଯିବାରେ ହିଁ ଲାଗିଥାଏ । ଭାରତବର୍ଷର ଯୋଗ ପରମ୍ପରାଟିକୁ ମଧ୍ୟ୍ୟ ଆମେ ସେହିପରି ଏକ ତରାଜୁ ଉପରେ ତଉଲ କରି ଦେଖି ପାରିବା । ଆପଣାର ମୂଳ ପରିଚୟରେ ତାହା ମଧ୍ୟ୍ୟରେ କେତେ କେତେ ପ୍ରତିଶ୍ରୁତିର ଆବେଦନ ସର୍ବଦା ହିଁ ନିହିତ ହୋଇ ରହିଆସିଛି । ଆମ ଜୀବନପ୍ରକୃତିର କେତେ କେତେ ଶକ୍ତିମତ୍ତାକୁ ବହନ କରି ରହିଛି-। ସେହି ଗୋଟିଏ ସାଧନା-ପରମ୍ପରାର ଏକାଧିକ ବିଶେଷତା ଉଦ୍‍ଭୂତ ହୋଇ ଆସିଛନ୍ତି । ସକଳ ମନୁଷ୍ୟଙ୍କର ଭବିଷ୍ୟତ ସମ୍ଭାବନାର କ୍ଷେତ୍ରରେ ଏଥିରେ କେତେ କେତେ ପ୍ରତିଶ୍ରୁତି ସୂଚିତ ହୋଇ ରହିଛି ଏବଂ ସେହି ଅନୁସାରେ ଏକାଧିକ ମାର୍ଗର ବଖାଣ ମଧ୍ୟ୍ୟ ହୋଇଛି । ସେହି କେଉଁ ପ୍ରାଚୀନ କାଳରୁ ସେହି ମାର୍ଗମାନେ ଆମ ଜୀବନକୁ ସଚଳ ଆହ୍ୱାନମାନ ଦେଇ ଆସିଛନ୍ତି, ସେଗୁଡ଼ିକ ମଧ୍ୟ୍ୟରେ ଏପରି ସୁନିଶ୍ଚିତ ଶକ୍ତିମତ୍ତାମାନ ରହିଛନ୍ତି ଯେ ସେମାନେ ଯେତେ ପୁରାତନ ହେବାରେ ଲାଗିଥିଲେ ମଧ୍ୟ୍ୟ କଦାପି ବିଲୁପ୍ତ ହୋଇ ଯାଇନାହାନ୍ତି ।

 

ଏହି ଆଧୁନିକ ସମୟଯାଏ ମଧ୍ୟ୍ୟ ସେଗୁଡ଼ିକର ପ୍ରାସଙ୍ଗିକତା ହଜି ଯାଇନାହିଁ । ହଁ, କେତେକ କାରଣରୁ ସେଗୁଡ଼ିକ କେତେଭଳି ଗୂଢ଼ତାର ଆବରଣ ଭିତରେ ଖାସ୍ ଖାସ୍ ଗୋଷ୍ଠୀରୂପେ ବିଭକ୍ତ ହୋଇ ରହି ଆସିଥିଲା,–ସତେଅବା କେତେ ସଂସାରବିରାଗୀ ମଣିଷଙ୍କର ଧନରୂପେ ଏକ ଅଲଗା ବାଟରୂପେ ଆଚରଣର ବସ୍ତୁରୂପେ ଚିହ୍ନିତ ହୋଇ ରହିଥିଲା । ଏକ ସ୍ୱୀକୃତି ହୋଇ ରହିଥିଲା ଏବଂ ସଂସାର କହିଲେ ଆମେ ମନୁଷ୍ୟମାନେ ସଚରାଚର ଯାହା ବୁଝୁ ଏବଂ ଅର୍ଥ କରିଥାଉ, ତା’ ଭିତରେ ସେଇଟିର କୌଣସି ପ୍ରାସଙ୍ଗିକତା ନଥିଲା । ସେଇଥିରୁ ଯତି, ସନ୍ନ୍ୟାସୀ, ବାବାଜୀ,–ଏମାନେ ସମସ୍ତେ ସତେଯେପରି ଏକ ଅଲଗା ଧାତୁର ମନୁଷ୍ୟଜୀବ ଏବଂ ସେଇଥିରୁ ହିଁ ଅଲଗା ଅଲଗା ମଠ, ସଂପ୍ରଦାୟ, ଚିତା ପଇତା ପରି ଖାସ୍ ସନ୍ତକ ଇତ୍ୟାଦି । କ୍ରମେ ନାନା ଇଙ୍ଗିତ ମିଳିଯାଉଛି ଯେ ସେହି ପୁରୁଣା ବେଢ଼ାମାନଙ୍କ ଭିତରେ ପବିତ୍ର ଓ ବିଶେଷ ଏକ ଦ୍ରବ୍ୟରୂପେ ଯୋଗ ଆବଦ୍ଧ ହୋଇ ରହିବାକୁ ଇଚ୍ଛା କରୁନାହିଁ ଏବଂ ଏକ ସନ୍ଦେଶ ଶୁଣି ପାରୁଥିବା ପରି ପୂର୍ବର ଏକାନ୍ତତା ଏବଂ ବିଚ୍ଛିନ୍ନତା ଗୁଡ଼ିକୁ ମନ କରି ଯେତିକି ସେତିକିରେ ସୀମାଙ୍କିତ ହୋଇ ରହିବାକୁ ମୋଟେ ମନ କରୁନାହିଁ । ବାବାଜୀ ମାନେ ସଂସାରକୁ ଲୋଡ଼ି ବାହାରି ଆସିବାକୁ ମନ କଲେଣି ଏବଂ ସଂସାରଟା ମଧ୍ୟ୍ୟ ଯୋଗର ସେହି ଅନ୍ୟ ନିଆରା ଆହ୍ୱାନଟିକୁ ଲୋଡ଼ି ବାହାରିଲାଣି । ଏକ ସଂପୂର୍ଣ୍ଣ ଜୀବନର ଆହ୍ୱାନମାନେ ହିଁ ବଦଳି ଯାଉଛନ୍ତି । ସଂସାରର ଜୀବନରେ ତଥା ବାବାଜୀମାନଙ୍କର ସ୍ଵତନ୍ତ୍ର ଆଶ୍ରୟ ଗୁଡ଼ିକରେ, ଯାହାକୁ ସେମାନେ ଏକ ଅଲଗା ଅଭ୍ୟସ୍ତତା ହେତୁ ଆଶ୍ରମ ବୋଲି କହି ଆସୁଥିଲେ ।

 

ଏକଦା ସେହି ବିଚିତ୍ର କାଳରେ ଏକ ଖାସ୍ ଉତ୍ସୁକତାରେ ଇଉରୋପ ଯେତେବେଳେ ଭାରତବର୍ଷକୁ ଚିହ୍ନୁଥିଲା, ସେତେବେଳେ ଏଠାରେ ତାକୁ ସବୁକିଛି ଅଲୌକିକ ପରି ଲାଗୁଥିଲା । ଶାସକମାନେ ଦେଶଟାକୁ ଶାସନ କରୁଥିଲେ ଏବଂ ତେଣେ ଖାସ୍ ଜିଜ୍ଞାସୁମାନେ ଏଠି ସେହି ଅଲୌକିକଗୁଡ଼ିକୁ ଉଦଘାଟିତ କରିବାର ଚେଷ୍ଟା ମଧ୍ୟ୍ୟ ଦେଖାଉଥିଲେ । ଗୂଢ଼ ବ୍ୟାପାରଗୁଡ଼ିକୁ ଅଧିକ ନିକଟରୁ ଜାଣିବା ସକାଶେ ସେମାନେ ଏଠାରେ ଆଶ୍ରମଗୁଡ଼ିକୁ ଯାଇ ଯତିମାନଙ୍କ ସହିତ ସାକ୍ଷାତ କରୁଥିଲେ । ବହିସବୁ ଲେଖିଲେ ଏବଂ ତେଣେ ନିଜ ଦେଶରେ ଭାରତବର୍ଷ ବିଷୟରେ କେତେ ନୂଆ ନୂଆ ଜ୍ଞାନ-ପରିଚୟର ପ୍ରମାଣ ଆଣି ଦେଇଥିଲେ । ସେହି ପରିଚୟର କ୍ଷେତ୍ରରେ ଏକ ଉତ୍ତୋଳନ ମଧ୍ୟ୍ୟ ଘଟିବାରେ ଲାଗିଥିଲା କି ? ତାହା ଫଳରେ ଅଧ୍ୟ୍ୟାତ୍ଜର କ୍ଷେତ୍ରରେ ନୂଆ ବ୍ୟାଖ୍ୟାମାନ । ଆହୁରି ଆଗକୁ ଆସି ଆମେ ଦେଖିବାକୁ ପାଇବା ଯେ, ସେହି ପ୍ରକ୍ରିୟାରେ କ୍ରମେ କେତେ କେତେ ଦ୍ୱାରମାନ ଉନ୍ମୋଚିତ ହୋଇ ଯାଇଛି ଏବଂ ଉତ୍ସୁକତାରେ କେତେ ନୂଆ ପ୍ରବୃତ୍ତି ଏବଂ ବୃତ୍ତିରେ ପରିବର୍ତ୍ତମାନ ସମ୍ଭବ ହୋଇ ଆସିଛି । ଏବେ ତ ଭାରତବର୍ଷର ଯୋଗୀ ମାନେ ସ୍ୱୟଂ ପଶ୍ଚିମ ଜଗତକୁ ଯାଇ ସେଠାରେ ସାଧନାକେନ୍ଦ୍ରର ପ୍ରତିଷ୍ଠା କଲେଣି । ଏକ ନୂଆ ପବନ ବୋହିବାକୁ ଆରମ୍ଭ କରିବାକୁ ଲାଗିଲାଣି । ଏକ ପାରସ୍ପରିକତା ସାକାର ହୋଇ ଆସୁଛି, ଯାହାକି ଯୋଗର ପ୍ରତିଶ୍ରୁତି-ପରିସରଟିକୁ ନୂଆ ନାନା ପରିମିତି ଆଣି ଯୋଗାଇ ଦେଉଛି । ଯୋଗର ମାର୍ଗସାଧନାଟି ଯେ ଯୋଗର ଖାସ୍ କ୍ଷେତ୍ରରୂପେ ଏହି ଗୋଟିଏ ଭାରତବର୍ଷର ସମ୍ପତ୍ତି ରହିବ, ସେହି ପୂର୍ବର ଧାରଣାଟି ଦୂର ହୋଇ ଯାଉଛି । ଏହି ପ୍ରାଚ୍ୟ ଖଣ୍ଡ ଭାରତବର୍ଷ ପାଶ୍ଚାତ୍ୟ ଏକାଧିକ ଉଦ୍‍ଦ୍ଭାବନ ଦ୍ୱାରା ନାନା ଭାବେ ଉପକୃତ ହୋଇ ଆସିଛି, ଭାରତବର୍ଷ ସମେତ ନୂତନ ପୃଥିବୀଟି ମଧ୍ୟ୍ୟ ଯେ ଯୋଗମାର୍ଗଟି ସହିତ ନାନା ସଂପୃକ୍ତି ଦ୍ଵାରା ଅଧିକରୁ ଅଧିକ ଆଲୋକନ ଦ୍ୱାରା ପ୍ରସାରିତ ହୋଇଯିବାରେ ଲାଗିଥିବ, ସେଥିରେ ଆଉ ମୋଟେ କୌଣସି ସନ୍ଦେହ ମଧ୍ୟ୍ୟ କାହିଁକି ରହିବ ?

 

କିନ୍ତୁ ସେଇଟିର ଭାଜନ ହେବା ନିମନ୍ତେ ପାରମ୍ପରିକ ମାର୍ଗଟିକୁ ମଧ୍ୟ୍ୟ ଆବଶ୍ୟକ ନୂତନ ଆୟାମ ଏବଂ ପ୍ରସ୍ଥ ଦେଇ ଆବିଷ୍କାର କରିବାକୁ ହେବ । ସେହି ପୁରୁଣାଟା ଭିତରେ ଏକ ଅଧିକ ଗ୍ରହଣଶୀଳ ପ୍ରସାରଣକୁ ବାଟ ଛାଡ଼ିଦେବାକୁ ପଡ଼ିବ । ଏକ ସୀମାତିକ୍ରମଣ ସକାଶେ ସଚେତ ହେବାକୁ ହେବ । ଏକ ନୂତନ ଆଗ୍ରହ ଏବଂ ଅଭୀପ୍ସାର ସହାୟତା ଗ୍ରହଣ କରି ହିଁ ସେହି କାର୍ଯ୍ୟଟିକୁ ସାଧନ କରିବାକୁ ପଡ଼ିବ । ଯୋଗସାଧନାର ମାର୍ଗସନ୍ଦେଶଟି ମଧ୍ୟ୍ୟରେ ଯାହାସବୁ କେଉଁ ତଳ ପରସ୍ତଟିରେ ଲୁକ୍କାୟିତ ହୋଇ ରହିଥିଲା, ତାହାକୁ ଉପରକୁ ଆଣିବାକୁ ହେବ । ଆଶ୍ରମ ସୀମାର ଗୁମ୍ଫାଗୁଡ଼ିକୁ ବାହାରି ଆସିବାରେ ସମ୍ମତି ଦେବାକୁ ହେବ । ଏବଂ, ସେହି ପ୍ରୟାସରେ ଏକ ନୂତନ ସମନ୍ୱୟର ସନ୍ଧାନ କରିବାକୁ ହେବ । ପୂର୍ବ ଅନ୍ଦାଜ ଏବଂ ଅନୁରାଗ ଗୁଡ଼ିକର କାନ୍ଥସୀମାମାନଙ୍କୁ ଡେଇଁ ଆସିବାକୁ ପଡ଼ିବ । ଏକ ନୂତନ ଆତ୍ଜଜ୍ଞାନର ତଥା ନୂତନ କ୍ଷେତ୍ରବୋଧର ନୂଆ ଚେତା ଦ୍ୱାରା ପରିଚାଳିତ ହୋଇ ପାରିଲେ ଯାଇ ଆମେ ସେଇଟିର ଯୋଗ୍ୟ ହୋଇ ପାରିବା । ଅନ୍ତର୍ନିହିତ ସମ୍ଭାବନାଗୁଡ଼ିକୁ ଘ୍ରାଣ କରିପାରିଲେ ଯାଇ ସିନା ସେହି ସାମର୍ଥ୍ୟଗୁଡ଼ିକୁ ଅନୁଭବ ମଧ୍ୟ କରିପାରିବା-! ଆମର ଆତ୍ଜପରିଚୟ ଏବଂ ପୃଥୀ-ପରିଚୟ ଦୁଇଟିଯାକ ଅବଶ୍ୟ ସେହି ଗୋଟିଏ ଆହ୍ୱାନ ମଧ୍ୟ୍ୟରେ ଯୋଡ଼ା ହୋଇ ରହିଛନ୍ତି ବୋଲି ଏକ ପରିପୂର୍ଣ ସହଜତା ସହିତ ଚିହ୍ନି ନେଇ ପାରିଲେ ଯାଇ ପୁରୁଣା ଭ୍ରମଟା ସିନା ଦୂର ହୋଇ ପାରିବ !

 

ଧର୍ମ ଧର୍ମ ଓ ପଥ ପଥ ମଧ୍ୟ୍ୟରେ କାଳେ କାଳେ କେତେଭଳି ସ୍ୱପ୍ନ ଦେଖାଯାଇ ଆସିଛି-। ପୃଥିବୀର ଧର୍ମଜୀବନରେ ସତକୁ ସତ କେତେ କାମନା କରି ଆମ ଶାସ୍ତ୍ରମାନେ କେଡ଼େ ନିଷ୍ଠାରେ କେତେ କଥା ମଧ୍ୟ୍ୟ କହିଛନ୍ତି । ଗୀତାରେ ସମନ୍ୱୟର ଘୋଷଣା, ତନ୍ତ୍ରସାଧନାରେ ତାହାରି କଥା । ତଥାପି ଅଭିପ୍ରାୟଗୁଡ଼ିକ ସେହି ପୁରୁଣା ଗୁଳାଗୁଡ଼ିକରେ ନିତାନ୍ତ ପରମ୍ପରା ଭିତରେ ପଡ଼ି ପାସୋର ହୋଇ ଯାଇଛି । ସେହି ସମନ୍ୱୟର ନାଆଁରେ କେତେ ମନ୍ଦ ଦୁଃସାହସ ମଧ୍ୟ୍ୟ ପ୍ରବେଶ କରି ପ୍ରୟାସଗୁଡ଼ିକୁ ପଦାରେ ପକାଇ ଦେଇଛି । ସବୁ ପଥରେ ସତ୍ୟ ରହିଛି, ତଥାପି ମୋର ବା ଆମର ଖାସ୍ ବେଢ଼ାଟିର ଏକ ଅନନ୍ୟତା ରହିଛି ଏବଂ ତେଣୁ ସେଇଟିକୁ ସବାବଡ଼ ଏବଂ ସବାଅସଲ ବୋଲି କୁହାଯିବ, ଧର୍ମଗୋଷ୍ଠୀମାନେ ଏପରି ମନ୍ଦ ଚେଷ୍ଟା କରିବାର ନଜିର ମଧ୍ୟ୍ୟ କରିଛନ୍ତି । ଭାରତବର୍ଷର ସ୍ଵାମୀ ବିବେକାନନ୍ଦଙ୍କ ଯେଉଁ ବିଶ୍ୱ-ଧର୍ମସମ୍ମିଳନୀ ଆହୂତ ହୋଇଥିଲା, ସେଥିକୁ ପୃଥିବୀର ପ୍ରଧାନ ପ୍ରଧାନ ଧର୍ମମାର୍ଗର ପ୍ରତିନିଧିମାନେ ଡକା ହୋଇ ଆସିଥିଲେ ଏବଂ ନିଜ ନିଜ ଧର୍ମର ସତ୍ୟଗୁଡ଼ିକର ବ୍ୟାଖ୍ୟା କରିଥିଲେ । କିନ୍ତୁ ଯେଉଁ ଖାସ୍ ଧର୍ମଶାଖାଟି ସମ୍ମିଳନୀଟିର ଆୟୋଜନ କରିଥିଲା, ତାହା ନିମନ୍ତ୍ରିତ ଅତିଥିମାନଙ୍କର ମୁହଁରୁ ଏହି ମତଲବୀ କଥାଟିକୁ ସ୍ୱୀକୃତ କରାଇ ନେବାକୁ ଇଚ୍ଛା କରିଥିଲା ଯେ ଯାବତୀୟ ଧର୍ମଘରର ଅବଶ୍ୟ ନିଜ ନିଜର ମୂଲ୍ୟ ତଥା ମର୍ଯ୍ୟାଦା ରହିଛି ସତ, ତଥାପି ସେମାନଙ୍କର ଆପଣା ଧର୍ମ ହେଉଛି ସବା ମଝିରେ । ସବା ଉଚ୍ଚରେ-

 

ବସ୍ତୁତଃ ପ୍ରତ୍ୟେକ ଗୋଷ୍ଠୀ ଅଳ୍ପବହୁତ ନିଶାରେ ସେହିପରି ବିଶ୍ୱାସ କରିଛି ଏବଂ ସେହି କାରଣରୁ ମାଡ଼ ଖାଇଯାଇଛି । ସମନ୍ୱୟର କୀର୍ତ୍ତନଟା ଚାଲିଥିଲେ ମଧ୍ୟ୍ୟ ପ୍ରତ୍ୟେକେ ଏକ ବଙ୍କା ଅଭିଳାଷରେ ଆପଣାର ପିତୁଳାମାନଙ୍କୁ ନେଇ ଚିହ୍ନା ବେଢ଼ାଗୁଡ଼ିକ ଭିତରେ ହିଁ ଖାସ୍ କରି ରଖିଛନ୍ତି-। ଏବେ ତ ଗୁରୁମାନେ ସର୍ବଧର୍ମ ପ୍ରାର୍ଥନାରେ ଉଦ୍‌ଭବ କଲେଣି, ମାତ୍ର ବହୁବିଧ ଆଧୁନିକ ପ୍ରକାରେ ଏକ ଆରେକ ପାଖରେ ଅସ୍ପୃଶ୍ୟ ହୋଇ ରହିଛନ୍ତି । ନୂଆ ନୂଆ ପରିଚ୍ଛଦରେ ଅଧ୍ୟ୍ୟାତ୍ଜର ଉପସ୍ଥାପନା କରି ଆଧୁନିକ ଧର୍ମୀୟ ଉଦ୍‍ବେଳନମାନେ କେଡ଼େ ପ୍ରଗତିଶୀଳ ଲାଗୁଛି, ଅସଲ ସତ୍ୟଟି ସହିତ ଏବେ ଯାଇ ପରିଚୟ ମିଳିଲା ବୋଲି ଭାବିବାକୁ ଭାରି ମନ ହେଉଛି । ମାତ୍ର, ଆତ୍ଜ-ଆବିଷ୍କାର ଲାଗି ଅବକାଶ କାହିଁ ? ସେହି ପୁରୁଣାଟାର ମନ୍ଥନଟି ହିଁ ଲାଗିଛି ଓ ପୁରୁଣାକୁ ପବିତ୍ର ବୋଲି ବିଚାର କରାଯାଉଛି । ପଙ୍କୋଦ୍ଧାର ନହେଉଥିବା ପର୍ଯ୍ୟନ୍ତ ଅସଲ ସମନ୍ୱୟଟି ହାତଛଡ଼ା ହୋଇ ରହି ଯାଉଛି କି ? ଅସଲ ପ୍ରେରଣାଟି ହୁଏତ କେଉଁପରେ ବଙ୍କା ହୋଇଯାଉଛି ଏବଂ ଆଖିମାନେ ଯେଉଁଠି ସେଇଠି ରହି ଯାଉଛନ୍ତି । ଏବଂ ତା'ପରେ, କାନ୍ଥମାନେ ଯେ ଆମ ଉତ୍ସାହୀମାନଙ୍କୁ ଯେତିକି ସେତିକି ଗୁଡ଼ିକ ଅତ୍ୟନ୍ତ ଅଳପ କରି ରଖିଛନ୍ତି, ସେ କଥା ଧରି ହେଉନାହିଁ-। ଆମ ଆଖିରେ ଯେତିକି ମାତ୍ର ପଡୁଛି, ସେତିକି ଯେ ଆଦୌ ସବୁକିଛି ନୁହେଁ, ସେଇଟି ବିଷୟରେ ଚେତା ହୋଇ ପାରିବାଲାଗି କୌଣସି ସାମର୍ଥ୍ୟ ରହୁନାହିଁ । ଏବଂ ସବଳତା ମଧ୍ୟ୍ୟ ରହୁନାହିଁ । ଅତିପ୍ରିୟ ଆମର ସେହି ପୁରୁଣା ଶାସ୍ତ୍ରଗୁଡ଼ିକ ଯାହା ପବିତ୍ର ବୋଲି ପୂଜା ପାଉଛନ୍ତି ଏବଂ ପୋଖରୀଗୁଡ଼ିକର କୌଣସି ପଙ୍କୋଦ୍ଧାର ହୋଇ ପାରୁନାହିଁ । ନ୍ୟାୟତଃ, ଏପରି ବେଳମାନେ ଆସି ହୁଡ଼ାଇ ନେଉଛନ୍ତି, ଯେତେବେଳେ ଆତ୍ଜ-ଆବିଷ୍କାରର ସାହସଟିକୁ ମଧ୍ୟ୍ୟ ଆଉ ଅବକାଶ ମିଳୁନାହିଁ-

 

ଯେକୌଣସି ଉଚିତ ଆଖିରେ ଉଭୟ ଯୋଗ ଏବଂ ଜୀବନ ଉପରକୁ ଦୃଷ୍ଟିପାତ କଲେ ଆମେ ଜାଣିପାରିବା ଯେ ସଚେତନ ଅଥବା ଅବଚେତନ ଯେଉଁ ପ୍ରକାରେ ହେଉ ପଛକେ, ସେଠାରେ ଗୋଟିଏ ଯୋଗର ପ୍ରକ୍ରିୟା ହିଁ ଅନବରତ ଲାଗି ରହିଛି । ଦୁଇଟିଯାକ କ୍ଷେତ୍ରରେ ତାହା ଏପରି ଏକ ପ୍ରୟାସକୁ ବୁଝାଉଛି, ଯାହା ଆମକୁ ଏକ ଆତ୍ଜପରିପୂର୍ଣ୍ଣତା ଆଡ଼କୁ ଅଗ୍ରସର କରାଇ ନେବାରେ ଲାଗିଛି । ପ୍ରୟାସଟିରେ ଗୋଟିଏ ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି । ଭିତରେ ନାନା ସମ୍ଭାବନା ପ୍ରଚ୍ଛନ୍ନ ହୋଇ ରହିଛି, ଆମ ଜୀବନରେ ସେହି ସମ୍ଭାବନାମାନେ ହିଁ ଅଭିବ୍ୟକ୍ତି ଲାଭ କରିବେ । ଯାହା ଆମ ଲାଗି ବିଶ୍ୱଗତ ଏବଂ ବିଶ୍ୱାତୀତ ହୋଇ ରହିଛି, ମନୁଷ୍ୟବ୍ୟକ୍ତିର ଜୀବନରେ ହିଁ ସେହି ସମ୍ପଦ ଗୁଡ଼ିକର ପ୍ରକାଶ ଘଟିବ । ପ୍ରତ୍ୟେକ ବ୍ୟକ୍ତିଠାରେ ମଧ୍ୟ୍ୟ ସେହି ଯାବତୀୟ ଓ ବିଶ୍ୱାତୀତ ଉପାଦାନମାନେ ଏବେ ମଧ୍ୟ୍ୟ ରହିଛନ୍ତି,–ସେଗୁଡ଼ିକ ଆଂଶିକ ଭାବରେ ଅଭିବ୍ୟକ୍ତ ହୋଇଛି ଏବଂ ପୂର୍ଣ୍ଣରୁ ଆହୁରି ପୂର୍ଣ୍ଣ ହେବାର ଆକାଙକ୍ଷା ମଧ୍ୟ୍ୟ ରଖିଛନ୍ତି । ବ୍ୟକ୍ତି ମଧ୍ୟ୍ୟରେ ଏବଂ ଏହି ବିଶ୍ୱବ୍ରହ୍ମାଣ୍ଡରେ ।

 

କିନ୍ତୁ ଏହି କେବଳ ଉପରିଭାଗଟିକୁ ଭେଦି ଯେତେବେଳେ ଆମେ ଅନୁଭବର ଆସ୍ଫୃହାଟିକୁ ଆହୁରି ପ୍ରସାରିତ କରି ଦେଖି ପାରୁଛୁ, ସେତେବେଳେ ପୂର୍ଣ୍ଣପ୍ରତ୍ୟକ୍ଷ କରି ଦେଖିପାରୁଛୁ ଯେ ଏଠାରେ ପରମା ପ୍ରକୃତିର ହିଁ ଏକ ବିଶାଳ ଯୋଗ ଅନୁକ୍ଷଣ ଲାଗି ରହିଛି, ଆପଣାର ଅନ୍ତର୍ସମ୍ଭାବନାମାନଙ୍କୁ ଅଧିକରୁ ଅଧିକ ପରିମାଣରେ ପ୍ରକଟ କରି ଆଣୁଛି, ନିଜର ଦିବ୍ୟ ବାସ୍ତବତାଟି ସହିତ ଯୁକ୍ତ କରି ଆଣିବାରେ କ୍ରିୟାଶୀଳ ହୋଇ ରହିଛି । ଏବଂ ପୃଥିବୀ ନାମକ ଏହି ବିବର୍ତ୍ତନକ୍ରମରେ ଏକ ମାନସିକ ସାମର୍ଥ୍ୟ ହାସଲ କରିଥିବା ମନୁଷ୍ୟ ସହିତ ତାହାର ଭେଟ ହେଉଛି-। ତାହାରି ଫଳରେ ବର୍ତ୍ତମାନ ପ୍ରଥମ ଥର ପାଇଁ ଓ କ୍ରିୟାଶୀଳ ହୋଇ ପାରିବାର ଏକ ସୁଯୋଜିତ ପ୍ରକାରେ ଏପରି କିଛି କରି ପାରିବ, ଅଧିକ ଶକ୍ତିଶାଳୀ ଭାବରେ ଓ ଅଧିକ ବେଗର ସହିତ ସମ୍ଭବ କରି ପାରିବ । ଏବଂ, ସ୍ଵାମୀ ବିବେକାନନ୍ଦ ଏକଦା ଯେପରି କହିଛନ୍ତି, ଖୁବ୍ ସମ୍ଭବତଃ ସେହି ସମ୍ଭାବନାଟିକୁ ଆମ ଯୋଗାଭ୍ୟାସର ଅଭ୍ୟାସଟି ଅଧିକ ତ୍ୱରାନ୍ୱିତ କରି ପାରୁଛି । ଏହିପରି ଅଧିକ ବେଗଯୁକ୍ତ ହୋଇ ମନୁଷ୍ୟର ବିବର୍ତ୍ତନ ହୁଏତ ଗୋଟିଏ ଜୀବନର ଅବଧି, କେତୋଟି ବର୍ଷ ଏବଂ ଏପରିକି ଆମ ଶାରୀରିକ ଜୀବଦ୍ଦଶାର ମାତ୍ର କେତୋଟି ମାସକୁ ସଂକ୍ଷେପିତ ହୋଇ ଆସୁଛି-। ପାରମ୍ପରିକ ଭାବରେ ଯେଉଁ ପ୍ରକ୍ରିୟାଟି ଚାଲି ଆସିଥିଲା ସେଥିରେ ଏକ ନିର୍ବାଚନ ଘଟୁଛି ଏବଂ ତଦ୍ୱାରା ତାହା ଅଧିକ ଶକ୍ତିଯୁକ୍ତ ହୋଇପାରୁଛି । ଏବଂ, ସେହିପରି ଏକ ଦୃଷ୍ଟିକୁ ସମକ୍ଷରେ ରଖି ହିଁ ଆମେ ଯୋଗଚାରଣାର ଭିନ୍ନ ଭିନ୍ନ ମାର୍ଗ ଓ ପ୍ରକାର ମଧ୍ୟ୍ୟରେ ଯେକୌଣସି ପ୍ରକାରର ସମନ୍ୱୟ ସ୍ଥାପନ କରିପାରିବା । ତାହା ଯଥାର୍ଥ ଭାବରେ ବୁଦ୍ଧିସମର୍ଥିତ ହୋଇ ପାରିବ ଏବଂ ସେଥିରେ ଅଧିକ ସୁସ୍ଥତା ମଧ୍ୟ ରହିବ । ଅଧିକ ବିବେକଯୁକ୍ତ ମଧ୍ୟ ହେବ ।

 

ଏବଂ ସେତେବେଳେ ଯାଇ ଯୋଗସାଧନାକୁ ଆମେ ରହସ୍ୟପୂର୍ଣ୍ଣ ଆଉକିଛି ବୋଲି କହିବାକୁ ଆଦୌ ମନ କରିବାନାହିଁ, ଏପରି ଆଉକିଛି ଅସ୍ୱାଭାବିକ ବ୍ୟାପାର ଯାହାର କି ସାଧାରଣ ବିଶ୍ଵ-ପ୍ରକ୍ରିୟାଟି ସହିତ କୌଣସି ସମ୍ବନ୍ଧ ହିଁ ନଥିବ । ଭିତର ଏବଂ ବାହାର ଉଭୟ ଆତ୍ଜ ପରିପୂର୍ଣ୍ଣତା ସହିତ ତାହାର ଏକ ଯଥାର୍ଥ ସଂପୃକ୍ତି ମଧ୍ୟ୍ୟ ସର୍ବଦା ରହିଥିବ । ଯେଉଁସବୁ ଶକ୍ତିକୁ ପ୍ରକୃତି ପ୍ରକଟିତ କରି ସାରିଛି ଓ ତଥାପି ଆଉ ଯେଉଁଗୁଡ଼ିକୁ ଆପଣାର ସାଧାରଣ ସକ୍ରିୟତାର କ୍ଷେତ୍ରରେ ପ୍ରୟୋଗ କରିବାକୁ ଯାଉଛି, ସେହିଗୁଡ଼ିକର ଏକ ସଘନ ଏବଂ ସୁନିର୍ଦ୍ଦିଷ୍ଟ ପ୍ରକାରେ ବ୍ୟବହାର କରାଯାଇ ପାରିବ । ଯୋଗ ଏବଂ ଜୀବନ ପରସ୍ପରର ନିକଟବର୍ତ୍ତୀ ହୋଇ ଆସିବେ, ପରସ୍ପରକୁ ଲୋଡ଼ିବେ ଏବଂ ତଦ୍ଦ୍ୱାରା ଅଧିକ ପ୍ରାସଙ୍ଗିକତା ଲାଭ କରି ପାରିବେ । ଯୋଗୀ ହେବାଲାଗି ଆଉ ତଥାକଥିତ ସଂସାରକୁ ଛାଡ଼ିଯିବା ଆବଶ୍ୟକ ହେବନାହିଁ ଏବଂ ଆମେ ସଂସାରୀମାନେ ମଧ୍ୟ୍ୟ ଯୋଗକୁ ଏକ ବିଚିତ୍ର କ’ଣଟିଏ ବୋଲି ଭ୍ରମ କରି ସେଥିରୁ ବିଚ୍ଛିନ୍ନ ହୋଇ ରହିବାକୁ ଆଦୌ ନିରାପଦ ଅନୁଭବ କରିବାନାହିଁ । ତାହା ହେଉଛି ଯଥାର୍ଥ ଭାବରେ ଏକ ଅନ୍ୟ ଆବଶ୍ୟକତାର ଅନୁଭବ, ଏକ ଅନ୍ୟ ସ୍ଵାଭାବିକତା ସକାଶେ ଆମନ୍ତ୍ରଣ । ଏକ ଠୁଳ କଥାରେ କହିବାକୁ ମନ କଲେ ଏହା ହେଉଛି ଏକ ଖାସ୍ ଅନୁରାଗ, ଯାହା ଆମର ଯାବତୀୟ ଜୀବନ-ପ୍ରୟାସରେ ଏକଯୁକ୍ତ ହୋଇ ରହିବାର ଅଭୀପ୍ସାକୁ ଆଣି ଯୋଗାଇ ଦେଉଥିବ,–ଜୀବନକୁ ଏକ ସହଜ ଅଧ୍ୟ୍ୟାତ୍ଜର ପ୍ରସାର ମଧ୍ୟ୍ୟକୁ ଉତ୍ତୋଳିତ କରି ନେଉଥିବ ।

 

ବିଦ୍ୟୁତ୍ ଓ ବାଷ୍ପ,–ପ୍ରକୃତି ମଧ୍ୟ୍ୟରେ କେଉଁ ଆଦ୍ୟକାଳରୁ ହିଁ କାର୍ଯ୍ୟ କରି ଆସିଥିବା ଦୁଇଟି ଶକ୍ତି ଏବଂ ଏବେ ବିଜ୍ଞାନର ଲବ୍ଧ ପ୍ରଣାଳୀଗୁଡ଼ିକର ପ୍ରୟୋଗ ଦ୍ଵାରା ସେଗୁଡ଼ିକୁ କେତେ କେତେ ଅଧିକ କୁଶଳତା ସହିତ କାମରେ ଲଗାଯାଇ ପାରିଲାଣି । ପ୍ରାୟ ସେହିପରି ଗୋଟିଏ ପ୍ରଣାଳୀ ଦ୍ୱାରା ମନୁଷ୍ୟମାନଙ୍କର ମାନସିକ କ୍ରିୟାଶୀଳତାର କ୍ଷେତ୍ରରେ ଯୋଗର ପ୍ରବେଶ ଘଟାଇ ଅଧିକ ସଫଳତା ହାସଲ କରିବା ସମ୍ଭବ ମଧ୍ୟ୍ୟ ହୋଇଛି । ଏବଂ, ଯୋଗର କ୍ଷେତ୍ରରେ ମଧ୍ୟ୍ୟ ନିୟମିତ ଅଭ୍ୟାସ, ପ୍ରୟୋଗାତ୍ଜକ ବିଶ୍ଳେଷଣ ଓ ସେଥିରୁ ସର୍ବଦା ପ୍ରାପ୍ତ ହୋଇ ଆସିଥିବା ଫଳଟି ଦ୍ୱାରା ସେଥିରେ ମଧ୍ୟ୍ୟ ଏକ ଅଗ୍ରଗତି ଉପଲବ୍ଧ ହୋଇ ପାରିଛି । ଉଦାହରଣ ସ୍ଵରୂପ, ରାଜଯୋଗର ସଂପୂର୍ଣ୍ଣ ଆୟତନଟି ମଧ୍ୟ୍ୟରେ ଆମର ଅନ୍ତର୍ଗତ ସର୍ବବିଧ ଉପାଦାନ, ସଂଯୋଜନ, କିୟାଶୀଳତା ତଥା ସାମର୍ଥ୍ୟକୁ କେତେ ପ୍ରକାରେ ଭାଙ୍ଗିବା ଓ ମିଶାଇବାର ପ୍ରୟାସ କରାଯାଇଛି ଏବଂ ଆମର ଅବବୋଧ ତଥା ଅଭିଜ୍ଞତାର ଜୀବନରେ କେତେ ଦ୍ୱାରର ଉନ୍ମୋଚନ କରାଯାଇଛି । ସେଗୁଡ଼ିକୁ ନୂଆ ନୂଆ ଭାବରେ ଯୋଡ଼ି ଦିଆଯାଇଛି; ଆଗରୁ ଯେଉଁସବୁ ସଂଯୋଜନ ସମ୍ଭବ ହେବନାହିଁ ବୋଲି ଧରି ନିଆ ଯାଉଥିଲା, ସେଗୁଡ଼ିକର ଉଦ୍‍ଭବ ହୋଇଛି ଅଥବା ସେଗୁଡ଼ିକରେ କେତେ ଭଳି ରୂପାନ୍ତର ଘଟାଇ କେତୋଟି ଅନ୍ତର୍ଗତ ପ୍ରକ୍ରିୟା ଦ୍ୱାରା ଏକ ନୂତନ ସମଗ୍ର ସାଧାରଣ ସମନ୍ୱୟରେ ପରିଣତ କରାଯାଇ ପାରିଛି ।

 

ସେହିପରି, ହଠଯୋଗର କ୍ଷେତ୍ରରେ, ଆମ ଜୀବନର ସାଧାରଣ ପ୍ରାଣଗତ ଶକ୍ତି । ଏବଂ କ୍ରିୟାଶୀଳତା ଗୁଡ଼ିକୁ ଏକ ନୂତନ ଅବବୋଧ ଓ ଅଭିଜ୍ଞତା ଦ୍ଵାରା ବଳଯୁକ୍ତ ମଧ୍ୟ୍ୟ କରାଯାଇଛି । ସେଗୁଡ଼ିକ ସେହି ଆଦ୍ୟରୁ ହିଁ ଏକ ନିର୍ଦ୍ଦିଷ୍ଟ ପ୍ରକାରେ ନିରୂପିତ ହୋଇ ରହିଛି ଏବଂ ସେଥିରେ ଆଦୌ କୌଣସି ପରିବର୍ତ୍ତନ କରାଯାଇ ପାରିବନାହିଁ ବୋଲି ଯେଉଁ ଧାରଣା ରହି ଆସିଥିଲା, ସେଇଟିକୁ ଦୂର କରାଯାଇ ପାରିଛି । ବରଂ ଏପରି ହୃଦ୍‍ବୋଧ ହୋଇ ଆସିଛି ଯେ, ସେଗୁଡ଼ିକୁ ଅବଶ୍ୟ ଅକ୍ତିଆରକୁ ଅଣାଯାଇ ପାରିବ ଏବଂ ତଦ୍ଦ୍ୱରା ଏପରି ନୂଆ ସମର୍ଥତାମାନଙ୍କୁ ଅର୍ଜନ କରିଯିବ, ଯାହାକି ମୋଟେ ସମ୍ଭବ ହେବନାହିଁ ବୋଲି ବିଶ୍ୱାସ କରାଯାଉଥିଲା, ଏବଂ ପ୍ରୟାସଟିର ବାହାରେ ହିଁ ରହୁଥିବା ଅନ୍ୟମାନଙ୍କୁ ଗୋଟାସୁଦ୍ଧା ଅଲୌକିକ ବୋଲି ଲାଗୁଥିଲା । ଏବଂ, ଯୋଗସାଧନାର ଅନ୍ୟ କେତୋଟି ମାର୍ଗରେ ଯୋଗର ଏହି ଦିଗଟି ସେତେ ପ୍ରତ୍ୟକ୍ଷ ହୋଇ ପାରେନାହିଁ,–କାରଣ ସେଗୁଡ଼ିକ ଅଧିକ ପରିମାଣରେ ଏକ ଅନ୍ତର୍ଗତତା ଉପରେ ନିର୍ଭର କରନ୍ତି, ଆଦୌ ଏକ ଯାନ୍ତ୍ରିକ ପ୍ରକ୍ରିୟାଦ୍ୱାରା ଗୋଚର ହୁଅନ୍ତି ନାହିଁ, ଏକ ଅତ୍ୟୁଚ୍ଚ ସ୍ତରର ଉଲ୍ଲାସସ୍ତରର ନିକଟବର୍ତ୍ତୀ ହୋଇ ରହିଥାଆନ୍ତି । ଏହି ଅନ୍ୟ ଧାରାଟିରେ ଆମେ ଭକ୍ତି- ଯୋଗର ମାର୍ଗଟିକୁ ସୁମାରି କରି ପାରିବା; କିମ୍ବା ଜ୍ଞାନଯୋଗର କଥା କହିବା ଯେଉଁଥିରେ ଚେତନା ଏବଂ ସତ୍ତାର ଏକ ଅତ୍ୟୁଚ୍ଚ ଅନନ୍ତତା ବିଷୟରେ ପ୍ରତିଶ୍ରୁତିମାନ ରହିଛି । ତଥାପି ସେଗୁଡ଼ିକ ମଧ୍ୟ୍ୟ ଆମରି ଭିତରେ ନିହିତ ହୋଇ ରହିଥିବା କୌଣସି ମୁଖ୍ୟ ସାମର୍ଥ୍ୟର ସ୍ତରରୁ ହିଁ ଆପଣାକୁ କ୍ରିୟାଶୀଳ ହେବେ । ଆମ ଜୀବନର ଦୈନନ୍ଦିନ ସ୍ୱତଃପ୍ରଣୋଦିତ ସଚଳତା ଗୁଡ଼ିକରେ ଆମେ । କେବେହେଲେ କଳ୍ପନା ହିଁ କରି ନଥିବା ମାର୍ଗରେ ସେଗୁଡ଼ିକର ଅନୁଶୀଳନ କରା ଯାଉଥିବ, ଏକାବେଳେକେ ଅନ୍ୟଭଳି ଲକ୍ଷ୍ୟଗୁଡ଼ିକର ଉପଲବ୍ଧି ନିମନ୍ତେ, ଯୋଗର ଏହି । ସାଧାରଣ ଆୟତନଟି ଭିତରେ ଅନ୍ତର୍ଗତ ହୋଇ ରହିଥିବା ସେହି ମନୋଗତ ପ୍ରଣାଳୀଗୁଡ଼ିକୁ ଆମେ କେତେକ ବିଶେଷ ପ୍ରକ୍ରିୟା ବୋଲି ଜାଣିବା ଯେଉଁଗୁଡ଼ିକ କି ଆମ ପ୍ରକୃତିର ଏକ ନିର୍ଦ୍ଦିଷ୍ଟ ସତ୍ୟ ଉପରେ ପ୍ରତିଷ୍ଠିତ ହୋଇ ରହିଥାନ୍ତି, ସତତ ବିକାଶ ଲାଭ କରୁଥାନ୍ତି, ସେହି ସାଧାରଣ କ୍ରିୟାଶୀଳତା, ସାମର୍ଥ୍ୟ ତଥା ଫଳଗୁଡ଼ିକ ମଧ୍ୟ ପ୍ରଚ୍ଛନ୍ନ ହୋଇ ରହିଥିଲେ ସତ, ମାତ୍ର ଆମ ନିତ୍ୟ ଦୈନନ୍ଦିନ ସଚଳତାମାନେ ସେଗୁଡ଼ିକୁ ଆଦୌ ସହଜରେ ପ୍ରକଟ କରିବାଲାଗି ସମର୍ଥତା ଅର୍ଜନ କରିନଥିଲେ ।

 

କିନ୍ତୁ, ଭୌତିକ ଜଗତ ବିଷୟରେ ଅଧିକ ଓ ଆହୁରି ଜ୍ଞାନ ଅର୍ଜନ କରିବାର କ୍ଷେତ୍ରରେ ବିଜ୍ଞାନର ଅଧିକରୁ ଅଧିକ ପ୍ରକ୍ରିୟାକୁ ଆଣି କାମରେ ଲଗାଇବାର ଏକ ଉତ୍ସାହ ଯେପରି ନାନା ପ୍ରତିକୂଳତା ଆଣି ସୃଷ୍ଟି କରିଥାଏ, କାରଣ, ଉଦାହରଣ ସ୍ଵରୂପ, ସେଥିରେ କ୍ରମେ ଏକ କୃତ୍ରିମତା ହିଁ ଆସି ପଶିଯାଏ, ସମଗ୍ର ଜୀବନର କ୍ଷେତ୍ରଟିକୁ ଅଧିକାର କରିନିଏ, ଯାହା ହେତୁ ଆମର ପ୍ରାକୃତିକ ବଞ୍ଚିବାର ଶୈଳୀଟି ନଷ୍ଟ ହିଁ ହୋଇଯାଏ;- ଆମଦ୍ୱାରା ଉଦ୍‌ଭାବିତ ଯନ୍ତ୍ରମାନେ ଆଖର ବୋଝ ପରି ହୋଇ ବସି ରହିବାକୁ ଆସନ୍ତି ତାହା ଫଳରେ ଆମେ ପୁରାତନ ନାନା ନିର୍ଭରଶୀଳତାରୁ ଏକ ଖାସ୍ ପ୍ରକାରର ମୁକ୍ତି ପାଇପାରିଲୁ ବୋଲି ଖୁବ ଅନୁଭବ କରୁ ଏବଂ କେତେଗୁଡ଼ାଏ ବେଡ଼ୀକୁ ଏହାଦ୍ୱାରା କାଟି ପକାଇ ପାରିଲୁ ବୋଲି ଧରି ବି ନେଉ । ମାତ୍ର ତଦ୍ଦ୍ୱାରା ଅନ୍ୟ ପକ୍ଷରେ ଏକ ଦାସତା ହିଁ ବୃଦ୍ଧି ପାଇବାରେ ଲାଗିଥାଏ । ଠିକ୍ ପ୍ରାୟ ସେହିପରି ଏକ ଏକପାଖିଆ ଅତିରିକ୍ତ ପ୍ରକାରେ ଯୋଗର ଅଭ୍ୟାସରେ ଅଭିନିବିଷ୍ଟ ହୋଇ ରହିବା ଦ୍ୱାରା ଏବଂ ତଦ୍ଦ୍ୱାରା ବିଶେଷ ଭାବରେ କେତେକ ଫଳ ମଧ୍ୟ ଲାଭ କରିବାଦ୍ୱାରା ମଧ୍ୟ୍ୟ ବହୁତ କିଛି ହରାଇବାକୁ ମଧ୍ୟ୍ୟ ହୋଇଥାଏ, ଏବଂ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଜଣେ ଯୋଗୀ କ୍ରମେ ଏହି ପୃଥିବୀର ସାଧାରଣ ଜୀବନରୁ ବିମୁଖ ହୋଇଯାଏ ଏବଂ ସେଇଟି ଉପରେ ତା’ର ଆଉ କୌଣସି ଅକ୍ତିଆର ରହେନାହିଁ । ସିଏ ବୁଝୁଥିବା ଅଧ୍ୟ୍ୟାତ୍ଜ ନାମକ ଏକ ସମ୍ପଦକୁ ହାସଲ କରିବାକୁ ଯାଇ ଜଣେ ମନୁଷ୍ୟ ହିସାବରେ ଆପଣାର କ୍ରିୟାଶୀଳତାର କ୍ଷେତ୍ରରେ ଦରିଦ୍ର ହୋଇ ରହିଯାଏ । ଅନ୍ତର୍ଗତ ଭାବରେ ଏକ ମୁକ୍ତିର ଉପଲବ୍ଧି ଲାଗି ବାହାରେ ସତେଅବା ଏକ ମୃତ୍ୟୁକୁ ଆବୋରି ନେଇଥାଏ ।

 

ଅଧିକ ବିସ୍ତାର ଦେଇ କହିଲେ, ଯଦି ସେ ଭଗବାନଙ୍କୁ ପାଏ, ଏଣେ ଜୀବନକୁ ହରାଏ କିମ୍ବା, ଯଦି ଜୀବନ ଉପରେ ଜୟଲାଭ କରିବାର ଅଭିପ୍ରାୟରେ ନିଜର ସକଳ ପ୍ରୟାସକୁ ବର୍ହିମୁଖୀ କରି ରଖିବାକୁ ମନ କରେ, ତେବେ ତେଣେ ଈଶ୍ୱରଙ୍କୁ ହରାଇବାକୁ ପଡ଼େ । ସେହି କାରଣରୁ ଭାରତବର୍ଷରେ ଆମେ ଏହିପରି ଗୋଟିଏ ତୀକ୍ଷ୍‍ଣ ଅସମଞ୍ଜସତାର ସମ୍ମୁଖୀନ ହୋଇଥାଉ ଯେ ଏଠାରେ ପୃଥିବୀ ଉପରେ ଆମେ ବଞ୍ଚୁଥିବା ଜୀବନ ଏବଂ ତେଣେ ଆଧ୍ୟ୍ୟାତ୍ଜିକ ଅଭିବୃଦ୍ଧି ଓ ପରିପୂର୍ଣ୍ଣତା ଲାଭ କରିବାର କ୍ଷେତ୍ରରେ ଏକ ଦୂରତା ସବୁବେଳେ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ରହି ଆସିଛି । ଭିତରର ଆକର୍ଷଣ ଓ ବାହାରର ଆବଶ୍ୟକତା ମଧ୍ୟ୍ୟରେ ଏକ ସମଞ୍ଜସତା ଅବଶ୍ୟ ରହିବା ଉଚିତ ବୋଲି ପାରସ୍ପରିକ ଭାବରେ ଆଦର୍ଶ ବୋଲି ଘୋଷଣା କରାଯାଇ ଆସିଥିଲେ ମଧ୍ୟ୍ୟ ତାହାର କୌଣସି ଦୃଷ୍ଟାନ୍ତ ଅତ୍ୟନ୍ତ କ୍ଵଚିତ୍ ହିଁ ଦେଖିବାକୁ ମିଳିଥାଏ । ବସ୍ତୁତଃ, ବରଂ ବାସ୍ତବ କ୍ଷେତ୍ରରେ ଏଭଳି ଘଟିଛି ଯେ, ଜଣେ ମନୁଷ୍ୟ ଯେତେବେଳେ ଆପଣାର ଦୃଷ୍ଟି ଓ ଶକ୍ତିଚୟକୁ ଭିତରଆଡ଼କୁ ନିର୍ଦ୍ଦେଶିତ କରି ରଖିବାକୁ ମନ କରିଛି ଏବଂ ଯୋଗମାର୍ଗରେ ପ୍ରବିଷ୍ଟ ହୋଇଛି, ତଦ୍ଦ୍ୱାରା ସିଏ ଆମ ସାମୂହିକ ଜୀବନର ବୃହତ୍ତର ଧାରାରୁ ବିଚ୍ୟୁତ ହୋଇ ଆଉ ଆଡ଼େ ଚାଲିଗଲା ବୋଲି ବିଚାର କରାଯାଇଛି, ମନୁଷ୍ୟର ସାଂସାରିକ ସବୁକିଛି ଭଦ୍ୟମ ଭିତରୁ ସିଏ ଅଲଗା ହୋଇ ରହିଲା ବୋଲି ଧରି ନିଆଯାଇଛି ।

 

ଏହି ଧାରଣାଟି ଏପରି ଦୃଢ଼ମୂଳ ହୋଇ ରହିଛି ଯେ, ସମସାମୟିକ ଜୀବନଦର୍ଶନ ଓ ଧର୍ମମାନେ କେଡ଼େ ଉଚ୍ଚରେ ଘୋଷଣା ମଧ୍ୟ୍ୟ କରିଛନ୍ତି ଯେ ଏପରି ଭାବରେ ଜୀବନରୁ ପଳାୟନ କରିବା ହିଁ ଯୋଗର କେବଳ ଗୋଟିଏ ଆବଶ୍ୟକ ପ୍ରସ୍ତୁତି ଭୂମି ନୁହେଁ, ସେହି ସାଧନାର ସାଧାରଣ ଲକ୍ଷ୍ୟ ବୋଲି ମଧ୍ୟ୍ୟ ଧରି ନିଆଯାଇଛି । ମାତ୍ର, ସଂପୂର୍ଣ୍ଣ ସତ୍ୟକଥାଟି ହେଉଛି ଯେ, ଈଶ୍ୱର ଏବଂ ପ୍ରକୃତିକୁ ମନୁଷ୍ୟ-ଜୀବନର ସ୍ତରରେ ଏକ ମୁକ୍ତ ପରିପୂର୍ଣ୍ଣ ଏକଯୁକ୍ତ ଉପଲବ୍ଧି ରୂପେ ଆପଣାର ଲକ୍ଷ୍ୟରୂପେ ଗ୍ରହଣ ନକରୁଥିବା ପର୍ଯ୍ୟନ୍ତ ଯୋଗସାଧନାର କ୍ଷେତ୍ରରେ ଆଦୌ କୌଣସି ସମନ୍ୱୟ ସମ୍ଭବ ହେବନାହିଁ । ସେଥିପାଇଁ କେବଳ ଯେ ବାଟ ଛାଡ଼ିଦେବ ତାହା ନୁହେଁ, ବସ୍ତୁତଃ ପୂର୍ଣ୍ଣ ଅଗ୍ରାଧିକାର ମଧ୍ୟ୍ୟ ପ୍ରଦାନ କରୁଥିବ । ସେହି ଦୁଇ ଜୀବନ ମଧ୍ୟ୍ୟରେ ଏକ ସମଞ୍ଜସତା ଆସିବ, ଭିତର ତଥା ବାହାର ଦୁଇଟିଯାକ କ୍ରିୟାଶୀଳତାରେ ତାହାର ପ୍ରତିଷ୍ଠା ହେବ ଏବଂ ଉଭୟ କ୍ଷେତ୍ରରେ ଏକ ଦିବ୍ୟ ପରିପୂର୍ଣ୍ଣତାକୁ ସାକାର କରି ପାରୁଥିବ । କାରଣ, ମନୁଷ୍ୟ ହେଉଛି ଆମର ଏହି ବସ୍ତୁଜଗତକୁ ଅବତରଣ କରିଥିବା ଏପରି ଏକ ଉଚ୍ଚତର ଜୀବନର ଭୂମି ଏବଂ ପ୍ରତୀକରୂପେ ଆବିର୍ଭୂତ ହୋଇ ଆସିଥିବା ଗୋଟିଏ ସୋପାନ ଯେଉଁ ସ୍ତରରେ କି ନିମ୍ନତର ଭୂମିଟି ଆପଣାକୁ ଉଚ୍ଚତର ଭୂମିରେ ପରିଣତ କରିଦେବ ଏବଂ ଉଚ୍ଚତରଟି ନିମ୍ନସ୍ତରର ରୂପାୟନ ଗୁଡ଼ିକର ବସ୍ତୁମାନଙ୍କର ସ୍ତରକୁ ପ୍ରକଟ ହୋଇ ଆସିବ ।

 

ଏବଂ, ସେହି ସମ୍ଭାବନାଟିକୁ ବାସ୍ତବରେ ପରିଣତ କରିବା ନିମନ୍ତେ ମନୁଷ୍ୟକୁ ଦିଆ ଯାଇଥିବା ଏହି ଜୀବନଟିକୁ ଏଡ଼ି ରହିବାର ଯାବତୀୟ ଉପଚାରକୁ ତେଣୁ କେବେହେଲେ ତା’ ଜୀବନର ପରିପୂର୍ଣ୍ଣତା ଲାଭ କରିବାର ମାର୍ଗରେ ଗୋଟିଏ ଅପରିହାର୍ଯ୍ୟ ସର୍ତ୍ତରୂପେ ଗ୍ରହଣ କରାଯାଇ ପାରିବନାହିଁ । ହୁଏତ ମୁଖ୍ୟତଃ ସାମୟିକ ଭାବରେ ତାହାକୁ ଗ୍ରହଣ କରାଯାଇ ପାରିବ, କେତେକ ସ୍ଥିତିରେ ଏକ ବିଶେଷ ସଘନ ପଦକ୍ଷେପ ରୂପେ ଜଣେ ବ୍ୟକ୍ତି ତାହାକୁ ଗ୍ରହଣ କରି ପାରିବ । ସଂପୂର୍ଣ୍ଣ ମନୁଷ୍ୟଜାତି ସକାଶେ କୌଣସି ଅଧିକ ବୃହତ ସାଧାରଣ ଭୂମିକୁ ପ୍ରସ୍ତୁତ କରିନେବା ପାଇଁ ସେହିପରି ଗୋଟିଏ ପଦକ୍ଷେପ ରୂପେ ବିଚାର କରି ପାରିବ । ଅର୍ଥାତ୍ ଯୋଗର ପ୍ରକୃତ ଏବଂ ସଂପୂର୍ଣ୍ଣ ଲକ୍ଷ୍ୟ ତଥା ପ୍ରୟୋଜନ ରୂପେ ଆମେ ସବୁବେଳେ ଜାଣି ରଖିବା ଯେ, ଯେତେବେଳେ ମନୁଷ୍ୟ ଭିତରେ ସଚେତନ ହୋଇ ରହିଥିବା ଯୋଗର ଯାବତୀୟ ଚାରଣା ପ୍ରକୃତି ମଧ୍ୟ୍ୟରେ ଅବଚେତନ ରୂପେ ନିବେଶିତ ହୋଇ ରହିଥିବା ଯୋଗଟି ପରି ବାହ୍ୟତଃ ମଧ୍ୟ୍ୟ ଜୀବନ ସହିତ ଏକାୟତନ ହୋଇ ରହିପାରିବ ଏବଂ ଆମେ ଯେତେବେଳେ ଯାଇ କେଡ଼େ ପରିପୂର୍ଣ୍ଣ ପ୍ରତ୍ୟୟଟିଏ ସହିତ ‘‘ସମସ୍ତ ଜୀବନ ହିଁ ଯୋଗ’’ ବୋଲି କହିପାରିବା । ଆମେ ଅନୁସରଣ କରୁଥିବା ଉଭୟ ମାର୍ଗ ଓ ଉପଲବ୍ଧି ଉପରେ ଦୃଷ୍ଟିପାତ କରି ଅଧିକ ସଂପୂର୍ଣ୍ଣ ତଥା ଆଲୋକନଯୁକ୍ତ ଭାବରେ ସେହି କଥାଟିକୁ କହି ପାରିବା ।

 

+ + + + +

 

ହିଁ, କହି ପାରିବା ଏବଂ ବଞ୍ଚି ପାରୁଥିବା । କହି ପାରୁଥିବା, କାରଣ ବଞ୍ଚି ପାରୁଥିବା । କହି ପାରିବାରୁ ହିଁ ବଞ୍ଚି ପାରିବାର ପ୍ରେରଣା ଲାଭ କରି ପାରୁଥିବା, ବଞ୍ଚି ପାରିବାରୁ ହିଁ ପାରୁଥିବାର ଦୃଢ଼ତାଟିକୁ ଲାଭ କରି ପାରୁଥିବା । କହିବା କହ ଅଥବା ବଞ୍ଚିବା ବୋଲି କହ, ଦୁଇଟିଯାକ ହେଉଛି ବସ୍ତୁତଃ ଏକ ଅନୁରାଗର କଥା । କ’ଣଟିଏ ଦ୍ୱାରା ଟାଣି ହୋଇ ଯାଉଥିବା ଏବଂ ଅଧିକରୁ ଅଧିକ ଡୋର ପକାଇ ଚତୁର୍ଦ୍ଦିଗର ଏହି ପୃଥିବୀଟିକୁ ନିଜ ଭିତରକୁ ଟାଣି ଆଣିବାରେ ଲାଗିଥିବା, –ଦୁଇଟିଯାକ ପ୍ରକ୍ରିୟାକୁ ଗୋଟିଏ ଶବ୍ଦରେ ଆମେ ଏକ ଅନୁରାଗ ବୋଲି କାହିଁକି ନକହିବା ! ଇନ୍ଦ୍ରିୟମାନେ ରଜ୍ଜୁ ହୋଇ କାମ କରନ୍ତି ଏବଂ ମଣିଷମାନେ ଧର୍ମତଃ ଏକ ଅନୁରାଗ ଦ୍ୱାରା ହିଁ ଟାଣିହୋଇ ଯାଆନ୍ତି । ଅନୁରାଗ ଦ୍ୱାରା ଟାଣନ୍ତି ଏବଂ ଅନୁରାଗ ଦ୍ୱାରା ଟାଣିହୋଇ ଯାଆନ୍ତି । ବହିରେ ଯାହା ଲେଖା ହୋଇଥାଉ ପଛକେ, ଇନ୍ଦ୍ରିୟ କ’ଣ କେବଳ ପାଞ୍ଚଟା ? ଅନୁରାଗ ବଢ଼ିବାରେ ଲାଗିଥାଏ ଏବଂ ସେହି କାରଣରୁ ଆମ ଗ୍ରହଣେନ୍ଦ୍ରିୟ ଗୁଡ଼ିକର କ୍ଷେତ୍ରରେ ନୂଆ ନୂଆ ଇନ୍ଦ୍ରିୟର ଉନ୍ମୋଚନ ମଧ୍ୟ୍ୟ ହେବାରେ ଲାଗିଥାଏ । ସେହି ଉନ୍ମୋଚନର ପ୍ରକ୍ରିୟାରେ ଏହି ବହୁବିଧ ଚତୁର୍ଦ୍ଦିଗଟି ସହିତ ଯୁକ୍ତ ହୋଇ ଯାଉଥିବାର ଅନ୍ତହୀନ ପର୍ବଟିରେ ଆମେ ପ୍ରତ୍ୟେକେ ଯୁକ୍ତ ହେବାରେ ଲାଗିଥାଉ । ଯୁକ୍ତ ହେବାର ସେହି ଲୀଳାଟି,–ତାହାହିଁ ଯୋଗ । ସେଥିରେ ଶେଷ ବୋଲି କେଉଁଠି କିଛି ରହିଥିବ ବୋଲି ପଚାରିବାକୁ କେବେହେଲେ ଇଚ୍ଛା ହୁଏନାହିଁ । ଇଚ୍ଛା ହୁଏନାହିଁ, ଏବଂ କୌଣସି ଫୁରସତ ନଥାଏ ।

 

ଏକ ପୃଥିବୀ ମଧ୍ୟ୍ୟରେ ରହିଥିବାରୁହିଁ ଏହି ଯାବତୀୟ ଅନୁରାଗର ଉନ୍ମେଷଣା । ପୃଥିବୀ ହିଁ ଡାକେ, ପୃଥିବୀ ସଂଶ୍ଳିଷ୍ଟ କରିନିଏ । ଅଧିକରୁ ଅଧିକ ଫାଶ ପକାଇ ନେଉଥାଏ । ଏବଂ ପ୍ରଭବଯୁକ୍ତ କରେ । ଆମକୁ କେତେ ପ୍ରକାର ସମ୍ପନ୍ନତା ଦ୍ୱାରା ଧନବାନ୍ କରିବାରେ ଲାଗିଥାଏ । ସେହି ପର୍ଯ୍ୟାୟରେ ଆମ ଭିତରେ ମଧ୍ୟ୍ୟ କ’ଣ ସବୁ ଓ କ’ଣଟିଏ ଦାନା ବାନ୍ଧି ଆସୁଥିବାର ଏକ ପ୍ରତ୍ୟକ୍ଷ ଅନୁଭବ ହେଉଥାଏ । ଭିତରେ କେଉଁ ସର୍ବମୂଳ କ'ଣଟିଏ ଅପେକ୍ଷା କରି ରହିଥିଲା ଏବଂ କେଡ଼େ ସହଜରେ ବାହାରର ଜଗତଟି ସହିତ ଅନୁସ୍ପନ୍ଦନ ଜଣାଇ ପାରିଲା ବୋଲି ମନେ ହେବାକୁ ଲାଗେ । ସେହି କେନ୍ଦ୍ରଟି ହିଁ ଭିତରେ ଏବଂ ଏଣେ ବାହାରେ ଆମେ ବଞ୍ଚୁଥିବା ଜୀବନଟିକୁ ନିର୍ଦ୍ଦିଷ୍ଟ ଧାରାଗୁଡ଼ିକୁ ଆଣ ଯୋଗାଇ ଦେଉଛି ବୋଲି ଏକ କ୍ରମପରିପକ୍ୱ ଚେତନା ଆମକୁ ଉଦ୍‌ବୋଧନ ଦେବାକୁ ଆରମ୍ଭ କରେ । ମୋ’ର ଗ୍ରହଣଦ୍ୱାର ମାନଙ୍କୁ ସଂଜୀବିତ କରାଇ ନେଉଥିବାରେ ମୋ’ର ଏହି ଯେଉଁ ଅନ୍ତର୍ଗତ କେନ୍ଦ୍ରଟି, ଠିକ୍ ସେହିପରି ସାରା ପୃଥିବୀରେ ମଧ୍ୟ୍ୟ ଗୋଟିଏ ବିଶ୍ୱାତ୍ଜା ମଧ୍ୟ୍ୟ ପ୍ରତିଷ୍ଠିତ ହୋଇ ରହିଛନ୍ତି ଏବଂ ତାହାକୁ ଅଗ୍ରସର କରାଇ ନେଉଛନ୍ତି । ଅନାଦି କାଳରୁ ରହିଛନ୍ତି ଓ ଅନାଦି କାଳଯାଏ ରହିଛନ୍ତି, ବାହାରର ଏହି ବିଶ୍ୱରେ କେତେ କ’ଣ ଅଦଳବଦଳ ଅବଶ୍ୟ ଲାଗି ରହିଥିବ ସିନା, ମାତ୍ର ଭିତରର ସେହି ବିଶ୍ୱକେନ୍ଦ୍ରଟି ଉଜ୍ଜୀବିତ ହୋଇ ରହିଥିବ । ଏହି ସବୁକିଛିକୁ ଗୋଟିଏ ସତ୍ୟ ମଧ୍ୟ୍ୟରେ ବାନ୍ଧି ରଖିଥିବ । ସେହିପରି ଏକ ବିଶେଷ ଖିଅକୁ ବିବେକର ସୂତ୍ରରୂପ ଦେଇ ମନୁଷ୍ୟମାନେ ଏକ ଭଗବାନ ନାମକ ଖାସ କଳ୍ପନାଯାଏ ଆସି ପହଞ୍ଚିଛନ୍ତି କି ? ପୁଣି ସେହି ଅନୁରାଗର କଥା; ଏହି ସମଗ୍ର ବିଶ୍ୱଲୀଳା ହେଉଛି ତାଙ୍କରି ଏକ ଉଦ୍‌ଭାବନର ସାମଗ୍ରୀ । ମୂଳଟି ଗୋଟିଏ ହୋଇଥିବାରୁ ସିନା ଶାଖାଗୁଡ଼ିକର ଆଦୌ କିଛି ତାତ୍ପର୍ଯ୍ୟ ରହିଛି !

 

ଶାଖାଗୁଡ଼ିକର ପର୍ଯ୍ୟାୟରୁ ଆମେ ତେଣୁ ମୂଳଯାଏ ମନ କରିବା, ମୂଳଯାଏ ଯିବା । ସେଇଟି ସାଧନା ଏବଂ ଲୋକାଚାରର ସ୍ତରକୁ ଆସି ଆମେ ମନୁଷ୍ୟମାନେ ପୂଜା, ଉପାସନା ପ୍ରଭୃତିର କେତେ ନା କେତେ ଅନୁରାଗମୟ ବିସ୍ତାରର ଭିଆଣ କରି ଆସିଛୁ । ଡାଳମାନଙ୍କୁ ଛାଡ଼ି ମୂଳକୁ ଆସିବାର ଉଚ୍ଚାଟନା ଗୁଡ଼ିକର ଘୋଷଣା ମଧ୍ୟ୍ୟ କରାଯାଇ ଆସିଛି । ଖୁବ୍ ସତ୍ୟକଥାଟିଏ ଯେ, ସେହି ମୂଳଟିର ସ୍ଵରୂପ-ନିରୂପଣକୁ ନେଇ ଭଳି ଭଳି ଜଳ୍ପନା ସବୁବେଳେ ଲାଗି ରହିବ, କିନ୍ତୁ ତଥାପି ମୂଳଟିର ସନ୍ଧାନ ମଧ୍ୟ୍ୟ ଅବ୍ୟାହତ ରହିଥିବ । ବୁଦ୍ଧିର କର୍ଷଣ ଦେଇ ଆମ ତତ୍ତ୍ୱକାରମାନେ କେତେ କବିତ୍ୱ ଦେଇ ସେହି ମୂଳଟିର ବ୍ୟାଖାନ କରୁଥିବେ ଓ ସେହି ପ୍ରକ୍ରିୟାଟିକୁ ଇନ୍ଧନ ଯୋଗାଇ ଦେଉଥିବେ, –ତଥାପି ଉଦ୍ୟମ ଲାଗି ରହିଥିବ । ସେହି ଉଦ୍ୟମଟିରୁ ହିଁ ତ କିସମ କିସମର ନାମକରଣ, ବିଭାଜନ ଏବଂ ସେହି ସଂପର୍କରେ ସର୍ବବିଧ ଉତ୍ସାହର ଏକାଧିକ ପ୍ରଦର୍ଶନ ଇତ୍ୟାଦି । ଏବଂ, ଯୋଗର ସାଧନା ଭିତରେ ମଧ୍ୟ୍ୟ ଭିନ୍ନ ଭିନ୍ନ ମତ ଓ ଭିନ୍ନ ଭିନ୍ନ ପଥ । ସତ୍ୟର ଠାବ କରି ଥିବାର ପ୍ରତୀତି ଦେଇ ନାନା ଅତ୍ୟନୁରାଗ । ଡାଳକୁ ଛାଡ଼ି ମୂଳର କଳ୍ପନା କରାଯାଇ ପାରିବନାହିଁ ବୋଲି ଆମର ଅତିସାଧାରଣ ବିବେକ ବୁଦ୍ଧିଟି ସର୍ବଦା କହି ଆସିଥିଲେ ମଧ୍ୟ୍ୟ ଅନେକ ସମୟରେ କେତେ ବ୍ୟକ୍ତି ଅନ୍ୟ ଭଳି ବିଚାର କରିଛନ୍ତି । ଗୋଟାଏ ମୂଳ ବିରାଗ ସହିତ ସେମାନେ ଆପଣାର ଅନୁରାଗଟିର ଠାବ କରିବାରେ ମନ ବଳାଇଛନ୍ତି । ଏହି ବାହାରଟି ଲାଗି ବିଭାଗ,–ତେଣୁ ଅନ୍ତର ଭିତରେ ଗୋଟାଏ ଅଲଗା ଐକାନ୍ତିକ ଗୁମ୍ଫା ଭିତରେ ସେମାନେ ଅସଲ ସତ୍ୟଟିର ସନ୍ଧାନ କରି ପାରିବେ ବୋଲି ବିଶ୍ୱାସ ମଧ୍ୟ୍ୟ କରିଛନ୍ତି । ସେହିମାନେ ହିଁ ସଂସାରକୁ ମାୟା ବୋଲି ଘୋଷଣା କରିଛନ୍ତି ନା ! ଆମର ସେହିପରି ଏକ ମାୟାବାଦୀ ଅତ୍ୟାଗ୍ରହଟା ହିଁ ଅସଲ ସତ୍ୟର ସନ୍ଧାନ କରି ପାରିବ ବୋଲି ସଂସାରକୁ ମିଥ୍ୟା ବୋଲି କହି ନିଶ୍ଚୟ କେତେ ନା କେତେ ଶାନ୍ତି ମଧ୍ୟ ଅନୁଭବ କରି ନଥିବ !

 

ଏକ ଅନ୍ତରସ୍ଥ ଅସଲ ସତ୍ୟକୁ ଖୋଜି ସେହି ଅନ୍ତର ମଧ୍ୟ୍ୟରେ ଲାଭ କରିବାର ସେହି ଯେଉଁ ଏକପାଖିଆ ନିଶାଟା, ତଦ୍ଦ୍ୱାରା ଆମର ସର୍ବବିଧ ଅନୁଶୀଳନର କ୍ଷେତ୍ରରେ ଅନୁରାଗର ସତକୁ ସତ କୌଣସି ବୃଦ୍ଧିସାଧନ କରିଛି ନା ଆମ ବିଭାଗମାନଙ୍କର ପ୍ରକୋପଟାକୁ ଅଧିକ ପୁଷ୍ଟି ଆଣି ଦେଇଛି, କୌଣସି ତରାଜୁ ଦେଇ ସେହି କଥାଟିକୁ ପ୍ରକୃତରେ କିଏ କହିପାରିବ ? ମାତ୍ର, ବହୁତ ସାକ୍ଷ୍ୟ ମିଳିଯାଇ ପାରିବ ଯେ ସଂସାରବିରାଗୀ ସେହି ବିଶେଷମାନେ ସଂସାର ମଧ୍ୟ୍ୟରୁ ପଳାୟନ କରିଛନ୍ତି । ଏହି ବ୍ରହ୍ମାଣ୍ଡ ମଧ୍ୟ୍ୟରେ ଜୀବନଗୁଡ଼ିକୁ ବଞ୍ଚି ସେମାନେ ଅସଲ ଏବଂ ଆହୁରି ଅସଲର ଯେ ସନ୍ଧାନ କରି ଏହିପରି ଏକ ନିରୋଳା ଅଧ୍ୟ୍ୟାତ୍ଜ ମଧ୍ୟ୍ୟକୁ ଆସିଛନ୍ତି, ସେହି କଥାଟିକୁ ଖୁବ୍ ଭୁଲି ଯାଇଛନ୍ତି । ଯେଉଁ ଘରଟି ସେମାନଙ୍କୁ ଦେଖିବାର, ଚିହ୍ନିବାର ଓ ବଞ୍ଚିବାର ଯେଉଁ ବୋଧଶକ୍ତିଟିକୁ ଆଣି ଯୋଗାଇ ଦେଇଛି, ଏକ ନିର୍ମମ ଦୁର୍ବିପାକ ମଧ୍ୟ୍ୟରେ ପଡ଼ି ସେମାନେ ସେଇଟି ପ୍ରତି ବିମନା ହୋଇ ଚାଲିଯିବାକୁ ହିଁ କ’ଣ ସବୁ ଅନ୍ୟମନସ୍କତା ହେତୁ ଆଦରି ନେଇଛନ୍ତି କି-? ନିବୁଜ ହୋଇ ରହିବାକୁ ସତେଅବା ନିରାପଦ ହୋଇ ରହିବା ବୋଲି ମନେ କରିଛନ୍ତି । ଯାହା ପ୍ରକୃତରେ ଆମକୁ ସକଳ ଅଳ୍ପତାରୁ ମୁକ୍ତି ଦେବ, ତାହା ସକଳ ଅର୍ଥରେ ଭିତର ବାହାର ଦୁଇଟିଯାକର ହୃଦୟରୂପେ ଅବସ୍ଥିତ ରହିଛି ବୋଲି ଉଚ୍ଚାଟନକୁ ଆଣି ଯୋଗାଇ ଦେଉଛି । ଯୁକ୍ତ ହିଁ କରି ଆଣିଛି । ଆମମାନଙ୍କୁ ଭିତର ବାହାର ଦୁଇଟିଯାକ ଭାଷାରେ ଧନାଢ଼୍ୟ କରିବାରେ ଲାଗିଛ । ଏବଂ, ଆମ ନିକଟବର୍ତ୍ତୀ ହେବାର ଏକ ଅନୁକ୍ଷଣ ପ୍ରକ୍ରିୟାରେ ଆମକୁ ଅଧିକ ଦ୍ୱନ୍ଦ୍ୱଶୂନ୍ୟ କରି ନେଉଛି । ବାହାରୁ ଭିତରକୁ ବାଟ କଢ଼ାଇ ନେଉଛି, ଭିତରୁ ବାହାରକୁ ପ୍ରସାରିତ କରି ନେଉଛି ।

 

ଅର୍ଥାତ୍, ଦୁଇଟିଯାକର କ୍ଷେତ୍ରରେ ମୂଳତଃ ଅନୁରାଗଟିଏ ହିଁ କାମ କରୁଛି । ଯାବତୀୟ ଯୋଗଦୃଷ୍ଟି ଆମର ସେହି ଅନୁରାଗକୁ ହିଁ ସମର୍ଥ କରାଇ ନେଉଥିବ । ଆମେ ତାହାକୁ ମୂଳତଃ ଏକ ଜୀବନାନୁରାଗ ବୋଲି କାହିଁକି ନପାରିବା ! ଭିତରେ ସତ୍ୟଟିକୁ ଠାବ କରିବାରେ ଅଗ୍ରଗତି କରିବାରେ ମୁଁ ବାହାରୁ ଡୋରଗୁଡ଼ିକୁ ଛିଡ଼ାଇ ଛିଡ଼ାଇ ଆସୁଥିବାର ଏହି ଯେଉଁ କୁଣ୍ଠାଟି,–ତାହା ଆମକୁ ବସ୍ତୁତଃ ଏକାଧିକ ପ୍ରକାରେ ଗୋଟାଏ ବିଚିତ୍ର ମୋହ ଭିତରେ ଛନ୍ଦି ଦେଇ ରଖିଥାଏ ଏବଂ ତେଣୁ ଆମକୁ ବହୁଭାବେ ବଞ୍ଚିତ କରି ରଖିଥାଏ । ଆମକୁ ନାନା ମିଛ ବ୍ୟାକୁଳତା ମଧ୍ୟ୍ୟରେ ଭାରି ଅସମ୍ମତ କରି ରଖିଥାଏ । ଏବଂ, ନିଜପାଖରେ ମଧ୍ୟ୍ୟ ଦ୍ୱିଖଣ୍ଡିତ ହୋଇ ରହିବାର ସେହି ଯେଉଁ ଦାରୁଣ ଦୁଷ୍ଟ ଦଶାଟି, ସେଇଟି ଆମକୁ ଆମର ସର୍ବବିଧ କାନ୍ଥଗୁଡ଼ିକ ସତ୍ତ୍ୱେ ଭାରି ଅସୁରକ୍ଷିତ ହିଁ ଲାଗନ୍ତି । ତେଣୁ କୌଣସି ପ୍ରକାରର ଯୋଗ ଆମକୁ ନିବୁଜ ଭାବରେ ଆଦୌ କୌଣସି ଖାସ୍ ପରିଚୟରେ ମୋଟେ ବାନ୍ଧି ରଖିବାର ଆଗ୍ରହ ଦେଖାଇବ ନାହିଁ । ଆମକୁ ସକଳ ଅର୍ଥରେ ଏକ ପ୍ରସାରଣ ହିଁ ଯୋଗାଇ ଦେଉଥିବ । ଦ୍ଵାରମାନେ ଭିତରକୁ ଖୋଲି ଯାଉଥିବା ସହିତ ତେଣେ ବାହାର ଆଡୁ ଆଦୌ ମୋଟେ ବନ୍ଦ ହୋଇ ଆସୁନଥିବେ । ଯୋଗ ହେଉଛି ଏକ ଅବିଚ୍ଛିନ୍ନ ଗୁହାମୁକ୍ତିର ଏକ ଅନୁରାଗପୂର୍ଣ୍ଣ ପ୍ରକ୍ରିୟା, –ଏପରି ଗୋଟିଏ ଆତ୍ଜୀୟତା ମଧ୍ୟ୍ୟରେ ପ୍ରବେଶ, ଯାହାକି ଆଦୌ କୌଣସି ଚିତ୍ତବିକାରର ଦ୍ୱାହି ଦେଇ ଗୁଡ଼ିଏ ଅଳ୍ପାୟତନ ମଧ୍ୟ୍ୟରେ ବାନ୍ଧି ହୋଇ ରହି ନଥିବ, ଯାହା ପବନଗୁଡ଼ିକୁ ଡରିବ, ଏହି ଗବାକ୍ଷଗୁଡ଼ିକୁ ମଧ୍ୟ୍ୟ ଭୟ କରୁଥିବ । ନିଜକୁ ସଚେତନ କରିବା ହେଉଛି ଯାବତୀୟ ଔଚିତ୍ୟରେ ଜୀବନର ଅନୁରାଗ ଗୁଡ଼ିକୁ ସମୃଦ୍ଧ କରି ଆଣିବା, ସେଗୁଡ଼ିକର ଆବିଷ୍କାର କରିବା, ଅଧିକରୁ ଅଧିକ ଗଭୀରତା ଓ ପ୍ରସାର ଦେଇ ଚିହ୍ନିବା ଏବଂ ମାର୍ଗଟିଏ ବାହାର କରିବା । ଅର୍ଥାତ୍ ଏକ ସାଧନା-ଧର୍ମରେ ଏବଂ ତଦ୍ଦ୍ୱାରା ଶକ୍ତି ଲାଭ କରି କେଡ଼େ ସ୍ପଷ୍ଟତାର ସହିତ ସତତ କେତେ କ’ଣର ଗତି ହୋଇ ଆସୁଥିବା । ଏବଂ, ସେହି ଅନୁସାରେ ନିଜକୁ ଏପରି ଏକ ନିବିଡ଼ତା ସହିତ ମଣ କରି ଆଣୁଥିବା, ଯାହାଦ୍ୱାରାକି ଏହି ତଥାକଥିତ ବାହାରଟା ମଧ୍ୟ୍ୟ ଏକାବେଳେକେ ସେହି ଅନ୍ତରଙ୍ଗ ଭିତରଟି ସହିତ ପୂର୍ଣ୍ଣ ସହଜତାରେ ବାନ୍ଧି ହୋଇ ରହିଥିବ ।

 

ତଥାପି, ଭିତରେ କ'ଣ ସବୁର ଶିକାର ହୋଇ ବହୁ ମଣିଷ କେଡ଼େ ଅନ୍ୟଭଳି ବି ହୋଇପଡ଼ନ୍ତି କେଜାଣି ? ସେମାନେ ଉପଲବ୍ଧ ସମ୍ପଦଟିକୁ ନେଇ କାନ୍ଥ ଘେରାଇ ନିଅନ୍ତି ଏବଂ ସତେଅବା ସେତିକିର ସୀମା ମଧ୍ୟ୍ୟରେ ଆପଣାର ପରିଚୟଟିକୁ ବାନ୍ଧି ମାର୍କାଟାଏ ଦେଇ ନିରାପଦ କରି ରଖନ୍ତି । ମୁଖ୍ୟତଃ ବହୁତ କିଛିକୁ ଏଡ଼ି ରହିବାଦ୍ୱାରା ହିଁ ସତକୁ ସତ ଠୋସ୍ କିଛି ଲାଭ କରି ପାରିଛନ୍ତି ବୋଲି ବିଶ୍ଵାସ କରୁଥାନ୍ତି । ଗୋଟାଏ ମୂଳଭୂତ ବିରାଗର ଦୃଷ୍ଟି, ଯାହାଦ୍ୱାରା କି ସେମାନେ ନିଜର ଖାସ୍ କର୍ଷଣ କ୍ଷେତ୍ରଟିକୁ ଆପଣାର ବୋଲି ଚିହ୍ନନ୍ତି । ତେଣୁ ମୂଳତଃ ବିବାଦଗୁଡ଼ିକର ପ୍ରଚ୍ଛଦ ଉପରେ ନିଜଟିକୁ ପ୍ରାୟ ଏକ ପ୍ରେୟ ବସ୍ତୁରେ ପରିଣତ କରି ରଖିବାରେ ଲାଗିଥାନ୍ତି । କ୍ରମଶଃ ଯୋଗ ଏବଂ ଯୋଗୀ କହିଲେ ଯେଉଁ ସତେଅବା ଖାସ୍ ଖାସ୍ ପରିଚ୍ଛଦରେ ଶୋଭା ପାଇ ପାରୁଛନ୍ତି ସିନା, ମାତ୍ର ସକଳ ସାଧନାର ଅସଲ ଅର୍ଥରେ ସଚଳତାଶୂନ୍ୟ ହୋଇ ରହି ଯାଇଛନ୍ତି । କୌଣସି ପଙ୍କୋଦ୍ଧାର ନିମନ୍ତେ ନିମନ୍ତେ ଖୋଲା ହିଁ ହୋଇ ପାରିନାହିଁ । ଧର୍ମତଃ ଏକ ଗ୍ରହଣଶୀଳତା ଆମର ଯୋଗୀମାନଙ୍କୁ ଅନୁପ୍ରେରିତ କରି ପାରୁଥିଲେ ସିନା ଏହି ହୁଡ଼ା ଦେଇ ଜଳାଶୟମାନଙ୍କୁ ଯେତିକି ସେତିକି ଭିତରେ ସୀମାଙ୍କିତ କରି ବାନ୍ଧି ରଖିବାର ପରମ୍ପରାଟା ଭାଙ୍ଗି ଯାଇ ପାରୁଥାନ୍ତା ! ଉଦାସୀନତା ଯାଆନ୍ତା, ଆତ୍ମୀୟତାମାନେ ସମ୍ଭବ ହୋଇ ଆସନ୍ତେ । ତେବେ ଭିତରର କାନ୍ଥମାନେ କ୍ରମେ ଭାଙ୍ଗି ବି ଯାଆନ୍ତେ । ପୃଥିବୀ ଟାଣନ୍ତା ।

 

ତେଣୁ, ଆଗକୁ ଯେଉଁ ସମନ୍ୱୟର ଚିନ୍ତା କରାଯାଉଛି, ସେଥିରେ ଭିତର ସହିତ ବାହାରଟି ମଧ୍ୟ୍ୟ ରହିବ । ଭିତରଟି ପ୍ରତି ଅନୁରାଗ ବଢ଼ିଲେ ପୃଥିବୀ ଲାଗି ମଧ୍ୟ୍ୟ ଏକ ସମଧର୍ମୀ ଆକର୍ଷଣ ଅନୁଭୂତ ହେବ । ପୃଥିବୀକୁ ନାନା ନଶ୍ୱରତାର ଏକ ଅବାଞ୍ଛନୀୟ ୟାଡ଼ୁସାଡୁ ବୋଲି କହି ଯୋଗୀମାନେ କଇଁଛମାନଙ୍କ ପରି ନିଜ ସାଧନାସମରର ଐକାନ୍ତିକ ଧନ୍ଦାଗୁଡ଼ିକ ମଧ୍ୟ୍ୟରେ ଲିପ୍ତ ହୋଇ ମୋଟେ ରହିବେ ନାହିଁ । ସେମାନେ ମଧ୍ୟ୍ୟ ପ୍ରସାର ଲୋଡ଼ିବେ । କାତରତା ଛାଡ଼ିବେ । ବାହାରଟା ଭିତରର ଆମନ୍ତ୍ରଣକୁ ଶୁଣିବ ଏବଂ ଭିତରଟି ମଧ୍ୟ୍ୟ ବାହାରଟିକୁ ଆଉ ଆଦୌ ଭୟ କରିବନାହିଁ । ସେତେବେଳେ କ୍ରମେ ଅଧିକରୁ ଅଧିକ ସ୍ପଷ୍ଟ ହୋଇ ଆସିବ ଯେ, ଆମ ଯୋଗ୍ୟଚିତ୍ତର ତପୋରତ ଏକକମାନେ ହିଁ ଏକା ବାଟ ଚାଲୁନାହାନ୍ତି, ପୃଥିବୀ ମଧ୍ୟ୍ୟ ବାଟ ଚାଲିଛି । ପୃଥିବୀ ମଧ୍ୟ୍ୟ ଆପଣାର ଏକାଧିକ ସତ୍ୟର ନିକଟବର୍ତ୍ତୀ ହେଉଛି, –ପାଖୁଡ଼ା ପରେ ପାଖୁଡ଼ା ଖୋଲି ଖୋଲି ଯାଉଛି । ଶିଖରମାନେ ପ୍ରସାରି ହୋଇଯିବାରେ ଆଉ ଆଦୌ ଶଙ୍କା ବ୍ୟକ୍ତ କରୁନାହାନ୍ତି । ଶିଖରମାନଙ୍କରେ ଯାଇ ପହଞ୍ଚିବା ସକାଶେ ବହୁ ପଥ ବାହାରୁଛି ଏବଂ ସେହି ପଥମାନେ କାହିଁକି ଗୋଟିଏ ନହୋଇ ଏତେଗୁଡ଼ିଏ ହେଲେ ବୋଲି କେହି କ୍ରନ୍ଦନ କରୁନାହିଁ । ଜୀବନ କହିଲେ ଯେତେ ଯେତେ ଆକ୍ରାନ୍ତରେ ଆମକୁ ଭୂମିମାନେ ଦୃଶ୍ୟମାନ ହୋଇ ଆସୁଛନ୍ତି, ଏକ ସୁସ୍ଥ ସମନ୍ୱୟର ଆଖିରେ ତେଣେ ଅନାଇ ଦେଖିଲେ କେତେ କେତେ ନୂଆ ନୂଆ ସମ୍ଭାବନା ଦୃଷ୍ଟିଗୋଚର ହୋଇ ଆସୁଛି । ଏବଂ, ସମନ୍ୱୟ ଖୋଜି ବାହାରିଥିବା ଆମ ତପସ୍ୱୀ ଭିତରଟା ମଧ୍ୟ୍ୟ ସେଥିରେ ଆଶଙ୍କିତ ହୋଇ ପଳାଇବାର ମୋଟେ କୌଣସି କାରଣ ନାହିଁ । ଏହି ସମନ୍ୱୟ ଉଭୟ ଉଭା ଏବଂ ପୋତାକୁ ନିକଟବର୍ତ୍ତୀ କରି ଆଣିବ । ଅନୁରାଗଟା ଯାବତୀୟ ବିରାଗକୁ ବାଟ ଛାଡ଼ିଦେବ । ଏବଂ, ଯୋଗ ଆମ ସଂସାର ଭିତରକୁ ସଂପ୍ରସାରିତ ହୋଇ ଆସିବ ।

 

ଯୋଗର ସାଧନାକୁ କୌଣସି କାରଣ ଇତ୍ୟାଦିର ଖାସ୍ ଚକ୍ରାନ୍ତ ହେତୁ ଏକ ବିଶେଷ ଅତି-ଅନୁରକ୍ତିରେ ପରିଣତ କଲେ ଯୋଗୀମାନେ ଯୋଗର ଅନୁଶୀଳନ କରିବା ଲାଗି ସନ୍ତକଟିଏ ଲୋଡ଼ନ୍ତି । ଅସଲ ମାଳିଟିଏ ତ ବଗିଚାଟିଏ ଲୋଡ଼ି ତଳକୁ ଆସନ୍ତା । ଆପଣାର ସବୁକିଛି ଉପଲବ୍ଧିକୁ ସିଏ ବଗିଚାଟି ପାଇଁ ଅଜାଡ଼ି ଦିଅନ୍ତା । ଆପଣାର ସାଧନା ଦ୍ୱାରା ସିଏ ଏପରି ଭଳି ଭଳି ସମ୍ପଦମାନ ଆଣି ଏହି ଭୂଇଁଟା । ଉପରେ ଆସି ପହଞ୍ଚି ଯାଆନ୍ତା, ଯାହାକି ଏକ ନୂଆ ବଗିଚାଟିଏ ସମ୍ଭବ ହୋଇ ଆସୁଥିବାର ଅନୁଭବମାନ ଆଣି ଦିଅନ୍ତା । କିନ୍ତୁ, କ’ଣ ସବୁ ଅତିକାମନାର ବଶବର୍ତ୍ତୀ ହୋଇ ଆମ ଯୋଗୀକୁଳ ଅନ୍ୟଆଡ଼େ ବଙ୍କା ହୋଇ ବାହାରି ଯାଆନ୍ତି କେଜାଣି, ସେମାନେ ଗୋଟିଏ ମୂଳଭୂତ ବିରକ୍ତିକୁ ହୁଏତ ସବାଆଗ ଅନୁଭବ କରନ୍ତି, ଯାହାଦ୍ୱାରା ଅନୁରାଗଗୁଡ଼ିକୁ ଧର୍ମତଃ ଦୂରଛଡ଼ା ହୋଇ ରହିବାର ଅବକାଶ ରୂପେ ବ୍ୟବହାର କରନ୍ତି । ଆଦୌ କୌଣସି ଥଳରେ ଯାଇ ପହଞ୍ଚି ପାରିଥାନ୍ତି କି ନାହିଁ କେଜାଣି, ଗୋଟାଏ ଢିପ ଉପରେ ଯାଇ ବସା ବାନ୍ଧି ଥାଆନ୍ତି । ଭାରି କୌତୁହଳର ବ୍ୟାପାରଟିଏ ହେଉଛି ଯେ, ସେହି ଏକାନ୍ତ କାମୀ ଯୋଗୀମାନେ ମଧ୍ୟ୍ୟ ଏକ ପାରିବାରିକତାର ଭାଣ କରନ୍ତି: ସେମାନେ ଗୁରୁ ହୁଅନ୍ତି, ପ୍ରବର ଏବଂ ଅବର ହିସାବରେ ଉପରତଳ ହୋଇ ରହନ୍ତି । ଗୋଟିଏ ଖାସ୍ ମାୟାର ସର୍ଜନାଟିଏ କରି ସେହି ପୁରୁଣା ସଂସାରଲିପ୍ତତାର ମିଛ ଓ ମାୟା ଭିତରୁ ବାହାରି ଆସି ପାରିଛନ୍ତି ବୋଲି ଖୁବ୍ ସନ୍ତୋଷ ପାଆନ୍ତି ।

 

ତେଣୁ, ଯୋଗସାଧନାର ଇତିହାସରେ ଆଗକୁ ଯେଉଁ ସମନ୍ୱୟଟିର ବିଚାର କରାଯିବ, ସେଠି ଯୋଗ ଜୀବନଠାରୁ ଅଲଗା ହୋଇ ରହି ମୋଟେ କୌଣସି ବିଲଗ ଶୈଳ ଉପରର ଶ୍ରଦ୍ଧାଟିଏ ହୋଇ ରହି ଯିବନାହିଁ । ଏହି କ୍ଷେତ୍ରରେ ମୂଳସ୍ଥ ପରିମଳଗୁଡ଼ିକ ହିଁ ବଦଳିଯିବ । ମୂଳ ଅନୁରାଗଟି ଜୀବନଲାଗି ଉଦ୍ଦିଷ୍ଟ ହୋଇ ରହିଥିବ । ଯୋଗୀମାନଙ୍କର ଯୋଗ ଓ ତପସ୍ୱୀମାନଙ୍କର ତପସ୍ୟା ଆମକୁ ଆହୁରି କେତେ ସମ୍ଭାବନା ମଧ୍ୟ୍ୟକୁ ସମର୍ଥ କରି ଆଣିବ । ଅର୍ଥାତ୍ ପଳାଇବାର ପ୍ରଶ୍ନ ହିଁ ନଥିବ । ଅଧ୍ୟ୍ୟାତ୍ଜ ହୂଡ଼ାଇ ନେବ ନାହିଁ, ବରଂ ଅନ୍ୟାନ୍ୟ ନାନା ପ୍ରତ୍ୟୟକୁ ପୃଥିବୀସ୍ଥ ଆମ ସର୍ବଜନଙ୍କର ଜୀବନଗାର ମଧ୍ୟ୍ୟକୁ ପ୍ରବିଷ୍ଟ କରାଇ ଆଣିବ । ସମଗ୍ର ଜୀବନ ହିଁ ଏକ ତପସ୍ୟାଦ୍ୱାରା ଉଜ୍ଜ୍ୱଳ ହୋଇ ରହିଥିବ । ସେତେବେଳେ ଆମେ ପ୍ରକୃତରେ କାହାକୁ ଯୋଗ ବୋଲି କହିବା ଏବଂ ଅଲଗା ହୋଇ ଆଉ କେଉଁଟିକୁ ମଧ୍ୟ୍ୟ ସଂସାର ବୋଲି ବି କହିପାରିବା ? ଏହି ସଂସାରଟିକୁ ମଧ୍ୟ୍ୟ ଅଧିକରୁ ଅଧିକ ପ୍ରଭାଯୁକ୍ତ ଭାବରେ ଗଠନ କରି ନେଉଥିବା-ସେଇଟି ସହିତ ଅଧ୍ୟ୍ୟାତ୍ଜର ମୋଟେ କାହିଁକି ବା କୌଣସି କନ୍ଦଳ ଲାଗିବ ? କ’ଣ ସବୁ ଅଣ-ଅଧ୍ୟ୍ୟାତ୍ଜ ଭିତରେ ବାଉଳା ହୋଇ କାହାକୁ ପାରୁଶ ଓ ଆଉ କାହାକୁ ଦୂର ବୋଲି ଘୋଷଣା ବି କରାଯିବ ? ଈଶ୍ୱରାନୁରାଗର ସେହି ପୁରୁଣା ସଂଜ୍ଞାଗୁଡ଼ାକୁ ଦେଇ ଆମେ ମନୁଷ୍ୟମାନେ ଏତେପ୍ରକାରେ ଖଣ୍ଡିଆ କରି ବହୁ ପ୍ରାୟସତ୍ୟ ଏବଂ ଅର୍ଦ୍ଧସତ୍ୟ ମଧ୍ୟ୍ୟରେ ଦରାଣ୍ଡି ହେବାରେ ଲାଗିଥିବା ? ଉଚ୍ଚ ଶୈଳର କୌଣସି ଉଚ୍ଚତାକୁ ଏହି ପୃଥିବୀତଳଠାରୁ ଅଲଗା କରି ରଖି ସେତେବେଳେ ଆଦୌ କୌଣସି ଅତିଶ୍ରଦ୍ଧାରେ କାହିଁକି କିଏ ଏହି ଜୀବନର ଭୂମିଟିକୁ ତୁଚ୍ଛା ସଂସାର ବୋଲି କହି ଆନନ୍ଦ ଲାଭ କରୁଥିବେ ? ଜୀବନର ଭୂମିଟି ମଧ୍ୟ୍ୟ ଶିଖର ସହିତ ଯୁକ୍ତ ହୋଇ ରହିବ । ଏକ ପୂର୍ଣ ଆସ୍ପୃହାଯୁକ୍ତ ଭୂମିରେ ଥାଇ ମଧ୍ୟ୍ୟ ସେହି ମହିମାମୟ ନାନା ଉଚ୍ଚତାର ଅସରନ୍ତି ସକଳ ଆକର୍ଷଣକୁ ଅନୁଭବ କରିବ । ସଂସାର ଭିତରେ ଯୋଗୀ ଓ ସଂସାରୀ ଉଭୟେ ଏକ ପୂର୍ଣ୍ଣ ମାୟାରେ ସଚଳ ହୋଇ ହିଁ ରହିଥିବେ । ଛାତି ଭିତରକୁ ଅନାଇଲେ ଶିଖରଯାଏ ଦିଶୁଥିବ, ଭୂଇଁଟି ସହିତ ପୂର୍ଣ୍ଣଯୁକ୍ତ ହୋଇ ଏପରି ଏକ ସୁସ୍ଥତା ମନୁଷ୍ୟମାନଙ୍କୁ ପ୍ରେରିତ କରି ରଖିଥିବ ଯେ ପୂର୍ଣ୍ଣ ଆକାଶଟିଏ ମଧ୍ୟ୍ୟ ଏଠି ସବୁକିଛିକୁ ମହନୀୟ ଭାବରେ ସ୍ପର୍ଶ କରି ରହିଥିବ ।

 

ସିଏ ହେଉଛି ବସ୍ତୁତଃ ଏକ ଅନ୍ୟ ସମନ୍ୱୟର ଆହ୍ୱାନ, ଯାହାକି ଯୋଗକୁ ଆଦୌ କେବଳ ଗୋଟିଏ ବ୍ୟକ୍ତିସାଧନା ବୋଲି ବୁଝୁନଥିବ । ତେଣୁ ଆଦୌ କୌଣସି ଅନ୍ତରାଳକୁ ଚାଲି ଯିବାପାଇଁ ତାହା ଅନୁରାଗୀ ହେବନାହିଁ । ସିଏ ତ ବରଂ ଏପରି ଆବିଷ୍କାର କରିବ ଯେ ଏହି ଭୁବନରେ ଅବଚେତନ ଭାବରେ ଯେଉଁ ଯୋଗ ଅର୍ଥାତ୍ ଆମ୍ଭ-ଉନ୍ମୋଚନର ପ୍ରକ୍ରିୟାଟି ଲାଗି ରହିଛି ଏବଂ ପରୋକ୍ଷଗୁଡ଼ିକୁ ପ୍ରତ୍ୟକ୍ଷ କରି ଆଣୁଛି, ତଥାକଥିତ ବ୍ୟକ୍ତି-ପ୍ରୟାସକୁ ଖଟାଇ ଯାବତୀୟ ତପସ୍ୟା ଏବଂ ସାଧନା, ସେଇଟି ମଧ୍ୟ୍ୟ ଆଖର ସେଇଟି ଲାଗି ନିର୍ଦ୍ଦେଶିତ ହୋଇ ରହିଛି । ଏକ ଅନ୍ୟ ଜୀବନ ହିଁ ରୂପାୟିତ ହୋଇ ଆସିବ । ଏକ ଜୀବନ, ଯାହାଲାଗି ସେହି ପ୍ରଥମକାଳରୁ ହିଁ ପ୍ରଚେଷ୍ଟା ଚାଲିଛି; ସମର୍ଥତା ଓ ଅସମର୍ଥତାକୁ ନେଇ ଗୋଳ ଲାଗିଛି । ବିବାଦ ହିଁ ବଢ଼ିଛି, ବିରାଗମାନେ ହିଁ ଅସଲ ଅନୁରାଗମାନଙ୍କୁ ଉଢ଼ୁଆଳ କରି ରଖିଛନ୍ତି । ଯଥାର୍ଥ ଭେଟଗୁଡ଼ିକ ତ ଏହି ପୃଥିବୀ ସ୍ତରରେ ହେବ । ଯେଉଁ ଜୀବନଟିକୁ ଯଥାର୍ଥ ଅଧ୍ୟ୍ୟାତ୍ଜର ପରିଣାମ ବୋଲି ଚିତ୍ରମାନ ଥାପି ଅଣାଯାଇଛି, ସେଇଟିକୁ ଦେଖି ହେବ, ବଞ୍ଚି ହେବ, ଅନ୍ୟ ସମସ୍ତଙ୍କ ମଧ୍ୟ୍ୟରେ ଚିହ୍ନି ନେଇ ହେବ । ଏବଂ, ତାହାରି ଦ୍ୱାରା ହିଁ ଏକ ସେହିଭଳି ପୃଥିବୀ, ତତ୍ତ୍ୱ ଓ ବାସ୍ତବ ଭିତରେ କୌଣସି ଦୂରତା ନାହିଁ । ମିଛ ଆକାଶମାନଙ୍କରୁ କୌଣସି ଫଳକୁ ତୋଳି ଆଣି ଏହି ଆମେ ସମସ୍ତେ ବଞ୍ଚୁଥିବା ପୃଥିବୀଟାକୁ ତୁଚ୍ଛା କେଡ଼େ ଭାବପ୍ରବଣ ଭାବରେ ଚହଟାଇ ରଖିବାର ଏକ ଗମ୍ଭୀର ପ୍ରୟାସମାନ । ଆମର ଏହି ଚିହ୍ନା ଯୋଗସାଧନାମାନ ସେହିକାଟର କେତେଟା ଐକାନ୍ତିକତାରେ ପରିଣତ ହୋଇ ରହିଛି ବୋଲି ଈଶ୍ୱରଙ୍କୁ ପାଇବ ବୋଲି ପୃଥିବୀସ୍ଥ ଜୀବନ ପାଖରୁ ଦୂରଛଡ଼ା ହୋଇ ରହିଯିବା ନିମନ୍ତେ ଏକ ମିଛ ପ୍ରତ୍ୟୟପତ୍ର ପାଇ ଯାଉଛି କି ? ଭଗବାନଙ୍କୁ ଲାଭ କରିବାର ଯାବତୀୟ ଅନୁରାଗ, ସେଇଟି ପୃଥିବୀର ଜୀବନ ଲାଗି କିପରି ଏଠି ଯୋଗୀମାନଙ୍କୁ ଉଦାସୀନ କରି ରଖିଛି, ସ୍ୱୟଂ ଭଗବାନ୍ ହୁଏତ ସେଇଟି ବିଷୟରେ ବଡ଼ ଆଚମ୍ବିତ ହୋଇ ଯାଉଥିବେ । ତଥାପି ବେଶୀ କିଛି ବୁଝି ପାରୁନଥିବେ ।

 

ତେଣୁ, ଯୋଗାନୁରାଗର ଯାବତୀୟ ପ୍ରୟାସରେ ସେହି ସମନ୍ୱୟଟି ଅନୁସାରେ ନ୍ୟାୟତଃ ଏକ ପୃଥିବୀ ରହିଥିବ । କେବଳ ଏକ ସ୍ଵପ୍ନଚିତ୍ର ରୂପେ ଆଦୌ ନୁହେଁ, ବାହ୍ୟତଃ । ଯେଉଁସବୁ ଗଢ଼ଣକୁ ଆମେ ପ୍ରାୟ ଏକ ଅବଶ୍ୟମ୍ଭାବିତା ବୋଲି ଧରିନେଇ ଆସିଛୁ ଏବଂ ସେଗୁଡ଼ିକ ରହିଥିବା ଯାଏ ଯୋଗୀମାନଙ୍କୁ ଅବଶ୍ୟ ଏହି ପୃଥ୍ୱୀଭୂମିଟିର ସର୍ବବିଧ ସଂସ୍ରବ ଇତ୍ୟାଦିରୁ ଦୂରବର୍ତ୍ତୀ ହୋଇ ରହିବା ନିମନ୍ତେ ସିଧା ପରାମର୍ଶମାନ ଦିଆଯାଇ ଆସିଛି, ଏହି ସମନ୍ୱୟଟି ଦ୍ୱାରା ସେହି ଗଢ଼ଣମାନଙ୍କୁ ବଦଳାଇ ଦେବା ନିମନ୍ତେ ଏକ ସାହସ ସମ୍ଭବ ହୋଇ ଆସିବ । ତେଣୁ, ଯାବତୀୟ ସିଦ୍ଧି ଏହି ପୃଥିବୀ ନାମକ ଆହ୍ୱାନଟିକୁ ନେଇ । ଅଧ୍ୟ୍ୟାତ୍ଜ ମୋଟେ ପଳାଇବ ନାହିଁ ଏବଂ ଏକ ଅନ୍ୟ ସମର୍ଥତାର ମନ୍ତ୍ର ନେଇ ଏହି ପୃଥିବୀରେ ପ୍ରବେଶ କରିବ ଏବଂ ସାମୂହିକ ବାହ୍ୟ ଜୀବନକୁ ହିଁ ବଦଳାଇବ । ଏଇଟି ହେଉଛି ସକଳ ଅର୍ଥରେ ଏକ ଖାସ୍ ପ୍ରତିଶ୍ରୁତିବଦ୍ଧତା । ଯେଉଁ ଐଶ୍ୱରୀୟ ଆସ୍ପୃହା ଆମକୁ ବର୍ତ୍ତମାନ ଏହି ପୃଥିବୀ ଯେପରି ଅଛି ସେହିଭଳି ହୋଇ କଦାପି ରହିବନାହିଁ ବୋଲି ସଂକଳ୍ପଟିଏ କରି ବାହାରିଛି, ସେଇଟି ହିଁ ଆପଣାର ଅଧ୍ୟ୍ୟାତ୍ଜ-ଶ୍ରଦ୍ଧାକୁ ଏକ ପୃଥିବୀଶ୍ରଦ୍ଧାରେ ପରିଣତ କରିବ । ପୃଥିବୀକୁ ଅନାଇବା ମାତ୍ରକେ ଏଠି ସେହି ଈଶ୍ୱର ହିଁ ଦୃଷ୍ଟିଗୋଚର ହେବେ ଏବଂ ଏହି ପୃଥିବୀରେ ତାଙ୍କର ବହୁତ କାର୍ଯ୍ୟ ସାଧିତ ହେବ ବୋଲି ସକଳ ଅର୍ଥରେ ଅପେକ୍ଷା ରହିଛି ବୋଲି ବ୍ୟକ୍ତି-ପ୍ରୟାସର ଯାବତୀୟ ଆହ୍ୱାନ ଅପେକ୍ଷା କରି ରହିଥିବାର ପ୍ରତ୍ୟକ୍ଷ ହେଉଥିବ ।

 

ତେଣୁ, ଯଥାର୍ଥତଃ ଏକ ସ୍ତର-ପରିବର୍ତ୍ତନର ଆହ୍ୱାନ । ପୃଥିବୀ ନିମନ୍ତେ ହିଁ ଯୋଗ୍ୟ ମାନଙ୍କର ଯାବତୀୟ ଯୋଗ-ସାଧନାର ଏକ ସମନ୍ୱୟଧର୍ମୀ ଅଭିନବ ଆହ୍ୱାନ । ଆମ ସକଳଙ୍କର ପରମ କାମ୍ୟ ସେହି ଭିତ୍ତିସତ୍ୟଟି ଏହି ପୃଥିବୀରେ ହିଁ ରହିଛି । ଚାଲ, ଆମେ ସେହି ଭିତ୍ତିସତ୍ୟଟିକୁ ଏକ ଈଶ୍ୱରୀୟ ସାହସର ପ୍ରେରଣା ନେଇ ଶିଖରସତ୍ୟ ବୋଲି ମଧ୍ୟ୍ୟ କହିବା । ଈଶ୍ୱର ଏହି ପୃଥିବୀରେ ଅଛନ୍ତି ଏବଂ ପ୍ରତ୍ୟକ୍ଷ ହୋଇ ଆସିବା ଲାଗି ଅପେକ୍ଷା କରିଛନ୍ତି । ଅର୍ଥାତ୍, ଆମର ଯେଉଁ ସାଧନାଟି ଦ୍ୱାରା ଆମେ ତାଙ୍କର ନିକଟବର୍ତ୍ତୀ ହେଉଥିବା, ତଦ୍ଦ୍ୱାରା ସିଏ ଏଠାରେ ଗଢ଼ି ହୋଇ ଆସିବା ସକାଶେ ଅପେକ୍ଷା କରିଥିବା ଦୃଶ୍ୟମାନ୍ ପୃଥିବୀଟି ହିଁ ପ୍ରକଟ ହୋଇ ଆସୁଥିବ । ଆମ ଜୀବନସାଧନାର ତଥାକଥିତ ଦୂରଗୁଡ଼ିକ କେଡ଼େ ସହଜ ସ୍ଵାଭାବିକତା ସହିତ ପାଖର ହୋଇ ଆସୁଥିବା ପରି ଦେଖାଯିବେ । ଆମ ଭିତରେ ସଂପୂର୍ଣ୍ଣ ଭାବରେ ଏକ ଦୈନନ୍ଦିନତାରେ ପରିଣତ ହେବେ । ଯେଉଁ ଜୀବନଦୀକ୍ଷାଟି ଆମକୁ ଏଯାଏ ପାରମ୍ପରିକ ନାନା ମନ୍ତ୍ରଣା ଦେଇ ଈଶ୍ୱର-ଉପଲବ୍ଧି ନାମରେ ସତେଅବା କେଉଁ ଶିଖର ଆଡ଼କୁ ଲୁବ୍ଧ କରି ରଖିଥିଲେ, ତାହା ଆମକୁ ନୂଆ ନୂଆ ଶ୍ରଦ୍ଧା ଓ ସାମର୍ଥ୍ୟରେ ବଳୀୟାର କରି ଆଣିବ । ଏହି ପୃଥିବୀରେ ସତେଅବା କେଉଁସବୁ ଈଶ୍ୱର ସମ୍ଭାବନା ଏକ ଜୀବନ -ସମ୍ଭାବନାରେ ଗୋଟିଏ ଗୋଟିଏ ଫୁଲ ହୋଇ ଫୁଟି ଫୁଟି ଯାଉଛନ୍ତି, ସେତେବେଳେ ତ ଆମର ତୁଚ୍ଛା ଚମଆଖିଟା ଦ୍ୱାରା ଦୃଷ୍ଟିଗୋଚର ହୋଇ ପାରିବ । ଏହି ପୃଥିବୀ ହେଉଛି ଧର୍ମତଃ ସେହିଭଳି ଗୋଟିଏ ବଗିଚା ଓ ସେହିପରି ଗୋଟିଏ ପ୍ରୟୋଗଶିଳା । ଆମେ ସନ୍ତାନମାନେ ଏକାବେଳକେ ସେହିପରି ଜଣେ ମାଳି ଏବଂ ଆମ ସାମୂହିକ ଜୀବନଟି ମଧ୍ୟ୍ୟ ସେହିପରି ପୂର୍ଣ୍ଣ ନ୍ୟାୟରେ ଗଦାଏ ଗଦାଏ ଫୁଲର ସମଷ୍ଟି । ଏବଂ, ସଂପୂର୍ଣ୍ଣ ସତ୍ୟବ୍ୟାପାରଟି ହେଉଛି ଯେ, ମନୁଷ୍ୟମାତ୍ରକେ ଆମେ ପ୍ରତ୍ୟେକେ ଏହି ପୃଥିବୀ ପୃଷ୍ଠକୁ ଆସି ହିଁ ଭୂଇଁଟିଏ ଲାଭ କରିଥିଲୁ, ଏଇଠି ଥାଇ ଆକାଶମାନଙ୍କୁ ଠାବ କଲୁ । ଗୋଟିଏ ଗୋଟିଏ ଈଶ୍ୱରର କଳନା କଲୁ । ଏବଂ ତେଣୁ, ସେହି ଭୂଇଁଟି ବିଷୟରେ ବୀତରାଗ ହୋଇ ଉଚ୍ଚ କିଛିର ଲୁବ୍ଧତାରେ ତଥାକଥିତ ଯାବତୀୟ ଯୋଗସାଧନା, ତାହା କେବଳ ଏକ ବିଡ଼ମ୍ବନା ଭିତରେ କେତେକଙ୍କୁ ବାନ୍ଧି ରଖିବାରେ ସହାୟତା କରିନାହିଁ କି ?

 

ସେହି କାରଣରୁ ଯେଉଁ ଅସଲ ସମନ୍ୱୟଟି, ଯାହାର ନ୍ୟାୟତଃ ବିଚାର କରାଯାଇ ପାରିବ, ତାହା ଆମର ଏହି ନିତ୍ୟସଂପର୍କର କାରବାରକୁ ଏକ ଅନ୍ୟ ଈଶ୍ୱରୀୟତା ମଧ୍ୟ୍ୟ ଆଣିଦେବା । Prodical son ମାନେ ଘରକୁ ଫେରି ଆସିବେ ଏବଂ ଆପଣାର ସାଧନାଜ୍ଞାନକୁ ଏକ ଆଉପରି ପୃଥିବୀକୁ ମୂର୍ତ୍ତ ରୂପ ଦେଇ ଉକୁଟାଇ ଆଣିବାର କାର୍ଯ୍ୟରେ ରତ ହୋଇ ରହିବେ । ଆମେ ବଞ୍ଚୁଥିବା ଏହି ପୃଥିବୀକୁ ଉପେକ୍ଷିତ କରି ରଖି ମୋଟେ କୌଣସି କିସମର ପଳାୟନବାଦ ନିମନ୍ତେ ଆଉ କୌଣସି ଅବକାଶ ନଥିବ । ସେତେବେଳେ ଅଲଗା ଅଲଗା କରି ଗୋଟିକୁ ଆଦୌ ସଂସାର ଓ ଆଉଗୋଟିକୁ ଅଧ୍ୟ୍ୟାତ୍ଜ ବୋଲି କୁହାଯିବ ନାହିଁ । ବନ୍ଧୁ, ଆମ କଳ୍ପନାର ଯାବତୀୟ ଅଧ୍ୟ୍ୟାତ୍ଜ ପୂର୍ଣ୍ଣତଃ ଏହି ପୃଥିବୀ ଉପରେ ହିଁ ଛିଡ଼ା ହୋଇ, ପୃଥିବୀ ନାମକ ବଗିଚାରେ ଜଣେ ମାଳିର ଜୀବନକୁ ବଞ୍ଚୁ । ସେହିପରି ଏକ ଉଦ୍‌ବୋଧନର ବାର୍ତ୍ତା ଦେଇ ଏକ ସମନ୍ୱୟ,–ପୃଥ୍ୱୀଜୀବନକୁ ଦର୍ପଣ କରି ରଖି ଯାବତୀୟ ସାଧନାର ଯୋଗଶ୍ରଦ୍ଧା ନୂଆ ନୂଆ ତତ୍ତ୍ୱ-ଚାତୁରୀ ଦେଖାଇ ଶାସ୍ତ୍ରଗୁଡ଼ାକୁ ଲେଖି ଆମର ଏହି ଜୀବନନାମକ ପ୍ରୟାସର ଦାଣ୍ଡଟିକୁ ମୁଗ୍ଧ କରି ଦେଉଥିବାର ସେହି ପୁରୁଣା ପରମ୍ପରା ସହିତ ବାନ୍ଧି ହୋଇଯିବାର କୌଣସି ଉତ୍‌ଫୁଲ୍ଲତା ମୋଟେ ନୁହେଁ । ଆମେ କେଡ଼େ ଖୁସୀ ହୋଇ ଗାଉଥିବା ଭଜନଗୁଡ଼ିକରୁ ଏକ ସଙ୍କେତ ମିଳିଥାଏ ଯେ, ଆମର ଅସଲ ଘର ଏହି । ପୃଥିବୀରେ ଓ ଏହି ସଂସାରରେ ଆଦୌ ନୁହେଁ । ଏଠି ନୁହେଁ, ଏକାବେଳକେ ସେଠି । କୌଣସି ଗୋଟିଏ ଦୁର୍ଭାଗ୍ୟ ହେତୁ ଆମେ ଏହି ସଂସାରକୁ ଆସିଛୁ ଏବଂ ଛଟପଟ ହେବାରେ ଲାଗିଛୁ । ତେଣୁ, ଏଠୁ ସେହି ଅସଲ ଘରଟିକୁ ହିଁ ବାହୁଡ଼ି ଯିବାକୁ ହେବ । ସେଠାରେ ହିଁ ଅଶେଷ ସୁଖ, –ଏକ ଚିନ୍ତାହୀନ ପୂର୍ଣ୍ଣସମାହିତ ଜୀବନ, ଯାହା ହେଉଛି ସକଳ ସୁଖର ଆକର । ଏକ ନିରୀହ ଅନ୍ୟମନସ୍କତା ସହିତ ଆମେ ସେଥିପାଇଁ କେତେ ଅଲିଅଳ ହୋଇ ଏଠୁ ସେହି ଥାନଟିକୁ ଚାଲିଯିବା ସକାଶେ ଗୁହାରିମାନ କରୁ । ଆଉ ଯେପରି ଏହି ପୃଥିବୀରେ ଜନ୍ମଗ୍ରହଣ କରିବାକୁ ନପଡ଼େ, ଜଣାଣ ମାନଙ୍କରେ ଆମେ କେତେ ନା କେତେ ବ୍ୟାକୁଳତା ପ୍ରକାଶ କରିଥାଉ ।

 

ଆମ ଯୋଗର ସାଧନାଟି ଆମକୁ ଏକ ଶିଖର ଆଡ଼କୁ ଲୋଭୀ କରି ପକାଏ । ଏବଂ ଆମକୁ ପୃଥିବୀ ପାଖରୁ ଦୂରଛଡ଼ା କରି ରଖେ, ପାରମ୍ପରିକ ରୀତିଟି ଆମକୁ ସେହିଆଡ଼େ ଏକତରଫା କରି ଆଗେଇନିଏ ଏବଂ ଆମକୁ ଏକ ବିଶେଷ ଜୀବରେ ପରିଣତ କରିବାରେ ଲାଗିଥାଏ । ସଂସାରର ଘରଟି ମୋଟେ ମନକୁ ଆସେନାହିଁ । । ଯେଉଁମାନେ ଏକ ଅଭିଳାଷ ଦ୍ୱାରା ପୀଡ଼ିତ ହୋଇ ସଂସାର ଭିତରେ ଥାଇ ମଧ୍ୟ୍ୟ ସଂସାର ବିଷୟରେ ଯାବତୀୟ ସ୍ପୃହାରୁ ମୁକ୍ତ ହୋଇ ରହିବାର ସମ୍ଭ୍ରାନ୍ତ ପରାମର୍ଶମାନ ପ୍ରଦାନ କରନ୍ତି, ସେମାନେ ସତକୁ ସତ ଏକ ନାସ୍ତିକତାର ନମୁନା ହୋଇ ରହିଥାନ୍ତି । ସଂସାରର ନୁହନ୍ତି ବୋଲି କେତେ କେତେ ଚିତ୍ରମୟତା ସହିତ ଘୋଷଣା କରନ୍ତି ମାତ୍ର ଏଠି ସଂସାର ଭିତରେ କେବଳ ସେହିମାନେ ହିଁ ଈଶ୍ୱରଙ୍କର ଅଧିକ ସାନ୍ନିଧ୍ୟ୍ୟରେ ରହିଛନ୍ତି ବୋଲି ଧରି ନେଇଥାନ୍ତି । ସେମାନେ ଆମ ପୃଥିବୀକୁ ନୁହେଁ, ଈଶ୍ୱରଙ୍କୁ ମଧ୍ୟ୍ୟ ଭାରି ପ୍ରପୀଡ଼ିତ କରି ରଖି ଥାଆନ୍ତି । କୌଣସି ଈଶ୍ୱର ପ୍ରକୃତରେ କେଉଁଠାରେ ନଥିବେ, ଯାହାଦ୍ୱାରା ଈଶ୍ୱରଙ୍କ ପାଖରୁ ଅଲଗ ହୋଇ କିଛି ରହିଥିବ, ଯାହାଙ୍କ ଲାଗି ଏକ ଭୂମିରୂପେ ସଂସାରଟିଏ ନଥିବ-। ପାଖଟାକୁ ଅସ୍ୱୀକାର କରି କେବଳ ଶିଖରଟାକୁ ମନ କରିବାକୁ ସୁସ୍ଥ ବୋଲି କହି ହେଉଥିବ । ତେଣୁ, ଆଗକୁ ଏପରି ସମନ୍ୱୟଟିଏ ଅପେକ୍ଷା କରିଛି, ଯେଉଁଠି ଠିଆ ହୋଇ ଜୀବନର ଯାବତୀୟ ସାଧନା ଏବଂ ଯାବତୀୟ ପ୍ରୟାସ ଏକାବେଳକେ ଭୂମି ଓ ଶିଖର ସେହି ଗୋଟିଏ ଆହ୍ଵାନରୂପେ ଅନୁଭୂତ ହେବ । ଏବଂ, ଆମର ଯାହାକିଛି ସାଧନା ଓ ଯାହାକିଛି ତପସ୍ୟା, ତାହା ସଂସାରରୂପୀ ଆମ ଚତୁର୍ଦ୍ଦିଗର ଘରଟିରେ ଏକ ଈଶ୍ୱରୀୟତାର ଉଦ୍‍ବୋଧନକୁ ଶୁଣିପାରିବ ଏବଂ ଇଶ୍ୱରୀୟତାକୁ ଘ୍ରାଣ କରି ପାରୁଥିବା ସମୟରେ ପୃଥିବୀଟି ମଧ୍ୟ୍ୟ ତା’ ପାଖରେ ପୂର୍ଣ୍ଣ ବାସ୍ତବତାରେ ବିଦ୍ୟମାନ ରହିଥିବ । ଯେଉଁ ଈଶ୍ୱରସ୍ପର୍ଶ ମଧ୍ୟ୍ୟରେ ପୃଥିବୀ ନଥାଏ ଏବଂ ଯେଉଁ ପୃଥିବୀ ସହିତ ସଂପୃକ୍ତ ହୋଇ ରହିବା ମଧ୍ୟ୍ୟରେ ଈଶ୍ୱର ନଥାନ୍ତି, ସେଠି ତୁଚ୍ଛା ନାସ୍ତିକତାମାନେ ହିଁ ଆମକୁ ଯାବୁଡ଼ି ରହିଥାଆନ୍ତି ।

 

ଆମ ଅନୁରାଗଗୁଡ଼ିକର ମେଦିନୀଟିରେ ଏକ ସ୍ତରବିଭେଦ ମଧ୍ୟ୍ୟ ରହିଥାଏ କି ? ଅନୁରାଗ ଅନୁସାରେ ଯୋଗ,–ଠିକ୍ ଯେପରି ଅନୁରାଗ ଅନୁସାରେ ନିଜର ଜୀବନଟିଏ ବଞ୍ଚିବା, ଅନୁରାଗ ଅନୁସାରେ ଈଶ୍ୱରଟିଏ ଥାପିବା, ଏବଂ ଅନୁରାଗ ଅନୁସାରେ ଗ୍ରହଣ ତଥା ବର୍ଜନଗୁଡ଼ିକର କ୍ଷେତ୍ରରେ ସର୍ବଦା ଏକ ବିବେଚନା ଦ୍ୱାରା ପ୍ରେରିତ ଏବଂ କ୍ରିୟାଶୀଳ ହୋଇ ରହିବା । ସେହି ଅନୁରାଗର ଖନ୍ଦାଗୁଡ଼ିକ ଅନୁସାରେ ମୂଳତଃ ଏକ ବିରାଗ ଦ୍ୱାରା ପ୍ରବୃତ୍ତ ହୋଇ ସତ୍ୟକୁ ଏବଂ ଈଶ୍ୱରଙ୍କୁ ଏହି ଜୀବନ ଭିତରେ ଦେଖିବା ଅଥବା ଏଠାରେ ସବୁକିଛିକୁ ଅସାର ବୋଲି ଅନୁଭବ କରୁଥିବାରୁ ଆପଣାଲାଗି ଏକ ଅନ୍ୟ ବ୍ୟାକରଣକୁ ଇଚ୍ଛା କରିବା । ଏପରି ହେବା ପଛରେ ସର୍ବଦା ଏକାଧିକ କାରଣ ମଧ୍ୟ୍ୟ ରହିଥାଏ । ଏପରିକି, ଯେଉଁ ତପୋରତମାନେ ଶିଖରଜ୍ଞାନରେ ଯେଉଁସବୁ ମାର୍ଗରେ ବାହାରି ବି ଯାଇଥାନ୍ତି, ସେମାନେ ମଧ୍ୟ୍ୟ ଏକ ଆରେକ ଠାରୁ ସ୍ୱତନ୍ତ୍ର ବୋଲି ମାନି ନେଇଥାନ୍ତି । ନିଜ ନିଜ ଅନୁରାଗର ପ୍ରସୀମନ ଅନୁସାରେ ସେମାନେ ଯେ ନିଜ ସାଧନାମାର୍ଗର ଈଶ୍ୱରମାନଙ୍କୁ ମଧ୍ୟ୍ୟ କେଡ଼େ ଚପଳ ଭାବରେ ପ୍ରସୀମିତ କରି ରଖିଛନ୍ତି, ତାହା ମୋଟେ ଜାଣି ପାରନ୍ତି ନାହିଁ । ନିଜ ପୋଥିଗୁଡ଼ାକ ଅନୁସାରେ ନିଜ ଈଶ୍ୱରଙ୍କର ଅବୟବ ଇତ୍ୟାଦିକୁ ମାପନ୍ତି । ପ୍ରାୟ ସକଳ ଅବକାଶରେ ସେମାରେ ପ୍ରକୃତରେ ବେଶୀ ବାଦ୍ ଦେଇଥାନ୍ତି ଏବଂ ନିଜ ଚାଳଟିର ତୁଳିଟା ଉପରେ ନେଇ ବସାଇ ଦେଇଥିବା କଳ୍ପନାବସ୍ତୁଟିକୁ ଈଶ୍ୱର ବୋଲି କହନ୍ତି । ତେଣୁ ସବୁକାଳେ କେତେ ପ୍ରକାରର ଅନୁରାଗ, କେତେ ପ୍ରକାରର ଅଗ୍ରାଧିକାର ଅନୁସାରେ ସଚରାଚର ଅଧିକ ପରିମାଣରେ ହିଁ ଏକ ପ୍ରତ୍ୟାଖ୍ୟାନ । ସେମାନେ ସେହି ନିର୍ବାଚିତ ନିଜରଟିକୁ ପୁଣି ପରମେଶ୍ୱର ଓ ପରମ ସତ୍ୟ ବୋଲି କହିବାରେ ସର୍ବଥା କେତେ ପୁଲକ ଅନୁଭବ ନକରନ୍ତି । ସେମାନେ ମଧ୍ୟ୍ୟ ସମନ୍ୱୟର କଥା କହିଥାଆନ୍ତି । ତଥାପି ଦୂରଛଡ଼ା ହୋଇ ରହିଥାନ୍ତି । ଆପଣାକୁ ଅଥବା ଜଗତଟାକୁ ସେମାନେ କାହାକୁ ଅସ୍ପୃଶ୍ୟ ଭଳି ଭାବନ୍ତି କେଜାଣି ?

 

ତେଣୁ, ଆଉଗୋଟିଏ ଏବଂ ଆଉପ୍ରକାରେ ସମନ୍ୱୟର ଉପସ୍ଥାପନା, ଯେଉଁଟିଦ୍ଵାରା ଆମ ଯୋଗଶ୍ଚାରଣାର କ୍ଷେତ୍ରରୁ ଆଦୌ ଏଇଟିକୁ ଅଥବା ସେଇଟିକୁ ବାଦ୍ ଦେବାକୁ ପଡ଼ିବ ନାହିଁ; ଯେଉଁଟି ଭିତରେ ପୃଥିବୀ ରହିଥିବେ, ଈଶ୍ୱର ମଧ୍ୟ୍ୟ ରହିଥିବେ । ଆମ ସାଧନାର ଆସ୍ପୃହାମାନେ ଏକ ନୂତନ ବୋଲ ମାନି ଏକାବେଳକେ ପୃଥିବୀ ମଧ୍ୟ୍ୟରେ ଥିବେ, ସେମାନେ ଏଇଠି ଥାଇ ମଧ୍ୟ୍ୟ ଶିଖରଗୁଡ଼ିକୁ ଆରୋହଣ କରୁଥିବେ । ଆରୋହଣ ଅବ୍ୟାହତ ରହିଥିବ ଏବଂ ଆରୋହଣମାନେ ଯେ ଅବ୍ୟାହତ ରହିଛନ୍ତି, ଏହି ପୃଥିବୀ ଉପରର ଜୀବନରୁ ହିଁ ତାହାର ପ୍ରମାଣ ମିଳି ଯାଉଥିବ । କୌଣସି କିସମର ବିରାଗକୁ ଯାବୁଡ଼ି ଧରି କେହି ଯୋଗର ସାଧନାଆଡ଼େ ହୁଡ଼ି ଯିବନାହିଁ । ଆମର ସାଧନା ଆମ ଜୀବନକୁ ବ୍ୟକ୍ତିଜୀବନ ତଥା ସାମୂହିକ ଜୀବନ ଉଭୟକୁ ଅଧିକରୁ ଅଧିକ ଅର୍ଥରେ ପ୍ରଭବସଂଯୁକ୍ତ କରି ନେଉଥିବ । ପୃଥିବୀ ସେହି ଈଶ୍ୱରାନୁରାଗୀ ଆରୋହୀମାନଙ୍କ ଦ୍ୱାରା ଅଧିକରୁ ଅଧିକ ପ୍ରଭାସ୍ୱର ହେବାରେ ଲାଗିଥିବ । ଏହି ଜୀବନରୂପୀ ସମତଳଟି ଉପରେ ହିଁ ଯୋଗଦ୍ୱାରା ଉପଲବ୍ଧ ଯାବତୀୟ ଆରୋହଣର ନିଷ୍କର୍ଷଟିକୁ ବଞ୍ଚି ହେଉଥିବ । ସମନ୍ୱୟ-ପଥର ସେହି ଅନୁରାଗୀ ସାଧନରତମାନେ ଏଇଠି ଏହି ପୃଥିବୀଟି ସହିତ ସଂପୃକ୍ତ ହୋଇ ରହିଥିବେ । ଆମକୁ ମାଧ୍ୟ୍ୟମ କରି ପରମ ଯୋଗେଶ୍ୱର ଯେ ଏଠି ପୃଥିବୀ ଉପରେ ସମ୍ଭାବ୍ୟ ବହୁ ପ୍ରୟୋଗରେ ଆପଣାକୁ ନିୟୋଜିତ କରି ରଖିଛନ୍ତି, ତାହାରି ନିଦର୍ଶନମାନେ ଜୀବନଉପରେ ଉକୁଟି ଉଠୁଥିବେ । ଆମ ଈଶ୍ୱରମାନେ ଆମ ଜୀବନର ସଦାସମ୍ମତ ପ୍ରୟୋଗଶାଳା ଗୁଡ଼ିକରେ ପରୀକ୍ଷିତ ହେଉଥିବେ । ଯେଉଁ ପାରମ୍ପରିକ ସାଧନାର ସେହି ଚିହ୍ନା ଅନ୍ୟମନସ୍କତାମାନେ ଏତେପ୍ରକାରେ ଈଶ୍ୱରଙ୍କ ସହିତ ଲିପ୍ତ ହୋଇ ରହିଥିଲେ ମଧ୍ୟ୍ୟ ପୃଥ୍ୱୀଜୀବନରୁ ଆପଣାକୁ ବିଛିନ୍ନ କରି ରହିଛନ୍ତି, ସେମାନେ ମଧ୍ୟ୍ୟ ବାହୁଡ଼ି ଆସିବେ । ଈଶ୍ୱର ବାହୁଡ଼ି ଆସିବେ ଏବଂ ଈଶ୍ୱରଙ୍କ ଲାଗି ଅପେକ୍ଷା କରିଥିବା ପୃଥ୍ୱୀଜୀବନଟି ମଧ୍ୟ୍ୟ ଯଥାର୍ଥ ଦିଗଗୁଡ଼ିକୁ ପାଇଯାଇ ପାରିବ । ଯୋଗ ଏକ ଆଲୋକକ୍ୟମୀ ପୃଥିବୀ ଲାଗି ପ୍ରକୃତରେ କେତେ କାମରେ ଲାଗିବ ।

 

ଏବଂ, ଏଠୁ ପଳାଇ ଯିବାକୁ ଆଉ କିଏ କାହିଁକି ମନ କରିବ ? ଏଇଟି ହିଁ ଆମର ଘର ବୋଲି ଏକ ପରିପୂର୍ଣ୍ଣ ପ୍ରତ୍ୟୟ କେଡ଼େ ସହଜରେ ମିଳି ବି ଯିବ । ବହୁ ବହୁ ନାସ୍ତିକତାରୁ ମୁକ୍ତି ମିଳିବ । ଅସଲ ସତ୍ୟସମ୍ପଦମାନ ଏଠାରେ ନାହାନ୍ତି, ସିଏ ସେହି ଏକାନ୍ତ ଶିଖରମାନଙ୍କରେ ହିଁ ରହିଛନ୍ତି ବୋଲି କହିବାଟା ଏକ ମିଥ୍ୟା ବୋଲି ହିଁ ଲାଗିବ । ଗୋଟିଏ ବୃହତ୍ ମୋହର ଅବସାନ ଘଟିବ । ଜଗତ୍‌ତୃଷ୍ଣାଟିର ନାନାବିଧ ଆସ୍ପୃହାକ୍ଷେତ୍ରରେ ଏପରି ଏକାଧିକ ସତ୍ୟସ୍ପର୍ଶନ ସମ୍ଭବ ହୋଇ ଆସିବ, ଯାହା ଆମର ଏହି ପୃତ୍ୱୀ ଜୀବନର ବହୁ କୁଣ୍ଠାକୁ ଦୂର କରିଦେବ । ତାହାକୁ ଆମେ ଏକ ଅଭୂତପୂର୍ବ ଈଶ୍ଵର ପରିଚୟ ଅର୍ଥାତ୍ ସତ୍ୟ-ପରିଚୟ ବୋଲି କହିପାରିବା । ଏକ ଅଭୂତପୂର୍ବ ଆତ୍ଜପରିଚୟ ଓ ପୃଥିବୀ-ପରିଚୟ ବୋଲି ମଧ୍ୟ୍ୟ ତାହାକୁ ଏକ ଦୃଢ଼ ପ୍ରତ୍ୟୟର ସହିତ କୁହାଯାଇ ପାରିବ । ଏହି ପୃଥିବୀନାମକ ସମଗ୍ରଟି ଯେଉଁ ଅସଲ ପାରସ୍ପରିକତାଟି ନିମନ୍ତେ କାଳକାଳରୁ ଅପେକ୍ଷା କରି ରହିଛି, ଆମେ ଯୋଗସାଧନାକୁ ମନ କରୁଥିବା ମନୁଷ୍ୟମାନେ ତାହାର ସହଜସମ୍ମତ ନିମିତ୍ତ ହୋଇ ବାହାରି ହିଁ ଆସିବା । ଈଶ୍ୱର ପୃଥିବୀ ନିମନ୍ତେ ସମ୍ମତ ହୋଇ ରହିଥିଲେ ବୋଲି ସର୍ବକାଳର ସେହି ସତ୍ୟକଥାଟିକୁ ସଂପୂର୍ଣ୍ଣଭାବେ ବୁଝିହେବ । ଜୀବନନାମକ ଏହି ବିଶାଳ ସଚଳତାଟି ଈଶ୍ୱରଙ୍କ ନିମନ୍ତେ ପ୍ରସ୍ତୁତ ହେବାଟିକୁ ନିଜ ଭିତରୁ ହିଁ ଅନୁଭବ ହେବ ।

 

ଅଧିକରୁ ଅଧିକ ପ୍ରଶସ୍ତ ହେବାର ସେହି ଯେଉଁ ସ୍ଵଭାବପ୍ରେରିତ ଇଚ୍ଛା, ସର୍ବବିଧ ଅର୍ଥରେ ଆମର ପୂରା ଜୀବନଟିକୁ ସଦା ପ୍ରେରିତ କରି ରଖିଥିବାର ଯେଉଁ ଅଧ୍ୟ୍ୟାତ୍ଜ ସାହସଟି, ଯାବତୀୟ ଯୋଗର ସାଧନା ତେଣୁ ତାହାରି ନିମନ୍ତେ ସାଧକ ନିଜକୁ ଏକ କଇଁଛ ପରି ତିଆରି କରିବ, ଏକ ଅହେତୁକ ପୃଥ୍ୱୀକାତରତାକୁ ଆୟତ୍ତ କରିବାରେ ସେ ମନୋନିବେଶ କରିଥିବ, ବାହାରୁ ସ୍ପର୍ଶଟିଏ ଆସି ପହଞ୍ଚିବ ବୋଲି ଆଶଙ୍କାଟିଏ ହେବା ମାତ୍ରକେ ସିଏ ନିଜର ଖୋଳ ଭିତରେ ଯାଇ ପଶିଯିବ, ସ୍ଥିତପ୍ରଜ୍ଞ-ଦର୍ଶନର ସେହି ଯେଉଁ ପୁରାତନ କଳ୍ପନାର ପରାମର୍ଶଟି, ତାହା ସାଧକର ଜୀବନକୁ ବହୁପ୍ରକାରେ ବିରାଗପୂର୍ଣ୍ଣ କରି ରଖିଥାଏ । ନାନା ଅଳ୍ପତାର ଗମ୍ଭୀରି ମାନଙ୍କରେ ସତେଅବା ଅସଲ ବହୁତ ବହୁତ ସମ୍ପଦକୁ ହରାଇ ବସିଥିବାର ବହୁ ମହୋତ୍ସାହର କାରଣ ମଧ୍ୟ୍ୟ ହୁଏ । ବିଯୁକ୍ତ ହିଁ କରିବାରେ ଲାଗିଥାଏ,–ତେବେଯାଇ ଆପଣାର ଖାସ୍ ଏକ ପଥରେ ରହିଥିବା ପରି ଭାବୁଥାଏ । ବଡ଼ ଶ୍ରାନ୍ତ ହୋଇପଡ଼େ, ଶ୍ରଦ୍ଧା ହରାଏ । ତା’ ଆପଣା ଭିତରେ ବିଶ୍ୱଜୀବନ ସହିତ ଯେଉଁ ସହସ୍ର ଖିଅ ଲାଗି ରହିଛି, ସେଗୁଡ଼ିକୁ ଖୁବ୍ ଦେଖି ପାରୁଥିଲେ ସେଗୁଡିକୁ ମାୟା ବୋଲି କହିବାର ଭାଣଦ୍ୱାରା ଭଗବାନଙ୍କୁ ଉପାସୀ କରି ରଖିଥାଏ । କିମ୍ବା ଏପରି ମଧ୍ୟ୍ୟ କୁହାଯାଇ ପାରିବ ଯେ, ସର୍ବବିଧ ସୁସ୍ଥ ନ୍ୟାୟରେ ଆଧ୍ୟ୍ୟାତ୍ଜ କହିଲେ ଏକ ଭୋକକୁ ବୁଝାଉଥିଲେ ମଧ୍ୟ୍ୟ ସିଏ ସେହି ଭୋକଟିକୁ ମାରି ଆପଣାର ଏକ ଆବଦ୍ଧ ନିରୋଳାପଣ ଭିତରେ ମୂଢ଼ପ୍ରାୟ ହୋଇ ରହିଥାଏ-। ଏବଂ, ମୂଢ଼ତାକୁ ଏକ ପ୍ରକାରର ଶାନ୍ତି ବୋଲି ଧରି ନେଇଥାଏ । ଏକ ନିଜସ୍ୱ ଭିଆଣର ସୂତ୍ର ମୁତାବକ ଆପଣାର ଶୈଳୀ ଓ ଚଳଣି କେତୋଟିକୁ ସନ୍ତକ ଭଳି ଗୁଡ଼ାଇ ହୋଇ ରହିଥାଏ । ସୁତରାଂ, ଆହୁରି ସଂପୂର୍ଣ୍ଣତା ଦେଇ ଆମେ ଯାହାକିଛି ସମନ୍ୱୟର ବିଚାର କରିବା ଏବଂ ନିଜ ଜୀବନର ପଥ-ପରିଚାଳକ ରୂପେ ଗ୍ରହଣ କରିବା, ତାହା ଯୋଗର ଏକ ଚର୍ମ ପରିଧାନ କରି ଆମକୁ ସେହି ଆଗପରି କୌଣସି ଖଣ୍ଡନ୍ୟାୟରେ ବିମନା କରି ରଖିବାର ମୋଟେ ପାଞ୍ଚ କରିବନାହିଁ । ଅଧ୍ୟ୍ୟାତ୍ଜକୁ ଅଥବା ଆପଣାକୁ କୌଣସି ପ୍ରକାରେ ଖଣ୍ଡିତ କରି ରଖି ସେ ଏହି ପୃଥ୍ୱୀଜୀବନରୁ ଆପଣାକୁ ପ୍ରତ୍ୟାହୃତ କରି ନେବନାହିଁ । ଏହି ପୃଥିବୀରେ ହିଁ ସମ୍ଭୁତ ହେବ, ପୃଥିବୀ ହିଁ ଆମର ଯାବତୀୟ ଆଖିକୁ ନିର୍ଦ୍ଦିଷ୍ଟ ଚାହାଣିମାନ ଆଣି ଦେଇଥିବ, ଏକ ପରମ ସତ୍ୟହିଁ ପୃଥିବୀରେ ସବୁକିଛିକୁ ସର୍ଜନା କରିଛନ୍ତି ବୋଲି ମୁଁ କହୁଥିବି ଓ ଏକାବେଳେକେ ମୋର ଭକ୍ତର ମୂଳଗୁଡ଼ିକରୁ ସେହି କଥାଟିକୁ ଅନୁଭବ କରୁଥିବି । ଅଥଚ ଗୋଟାଏ ପ୍ରକାରର ଅଲଗାପଣରେ ଏକ ଯୋଗସାଧନା ଦ୍ୱାରା ଏଠି ଥାଇ ମଧ୍ୟ୍ୟ ଏଇଟିକୁ ଘର ବୋଲି ସ୍ୱୀକାର କରିବନାହିଁ,–ଏପରି ପୁଣି କିପରି ହେବ ? ଆପଣାର ଏହି ସ୍ପଷ୍ଟ ଘରଟିକୁ ତେଣୁ ମୋ’ ଯୋଗଜୀବନରେ ଅସ୍ୱୀକାର କରି ପୁଣି କିପରି ମୁଁ ମୋ’ ଅନୁରାଗଘରଟି ବିଷୟରେ ସୁସ୍ଥ ଅର୍ଥାତ୍ ପ୍ରକୃତିସ୍ଥ ହୋଇ ରହିଛି ବୋଲି କୁହାଯିବ ?

 

ତେଣୁ, ନିଜ ଜୀବନ-ସଂପୃକ୍ତିର ଏକ ସଂପ୍ରସାରଣର ଅଙ୍ଗରୂପେ ଯାବତୀୟ ଯୋଗର ଅନୁଶୀଳନ । ଜୀବନରେ ଆମର ଜଗତ-ସାକ୍ଷାତକାରଟି ଅଧିକରୁ ଅଧିକ ପୋଖତ ହୋଇ ପାରୁଥିବାର ଆମର ଯୋଗସମ୍ବନ୍ଧୀ ଯାବତୀୟ ପ୍ରୟାସ ଅଧିକ ପ୍ରାସଙ୍ଗିକତାର ଆବିଷ୍କାର କରିବ । ଯୋଗରେ ଆପଣାର ଭିତରକୁ ଭେଦୁଥିବା ସହିତ ତାହାର ଏକ ଅନୁପୂରକ ଭାବରେ ପୃଥ୍ୱୀଜୀବନଟି ସହିତ ଯେଉଁ ନିବିଡ଼ତର ପ୍ରସାରଣଟିଏ ସ୍ୱତଃ ସମ୍ଭବ ହୋଇ ଆସିବ, ଅଧ୍ୟ୍ୟାତ୍ଜର ସତ ତୃଣମୂଳ ସ୍ପର୍ଶମାନେ ମଧ୍ୟ୍ୟ ସେତିକି ଉନ୍ମୋଚିତ ହୋଇ ଯାଉଥିବେ । ହଁ, ଜୀବନଟା ଗୋଟାଏ ଉତ୍ସବ ପରି ଲାଗିବ । ହୁଏତ ଯାବତୀୟ ଯୋଗ ପ୍ରୟାସର ଅଧୀଶ୍ୱର ଏକ ପରମ ଭାଗବତ ପ୍ରୟାସ ହିଁ ଏହି କ୍ଷେତ୍ରରେ ସେତୁ ପରି କାର୍ଯ୍ୟ କରିବ, ସହାୟତା ଦେଉଥିବ । ଆମେ ସମସ୍ତେ, ସନ୍ନ୍ୟାସୀ ଓ ସଂସାରୀ, ଏହି ପୃଥିବୀରେ ରହିଛୁ: ତେଣୁ, ଯୋଗର କୌଣସି ଖାସ୍ ଆଚରଣ ଆମକୁ ଆହୁରି ଅଧିକ ସଂପୃକ୍ତ ଭାବରେ ଏକ ଆରେକ ଆଡ଼କୁ ଅବଶ୍ୟ ଟାଣି ନେବ । ଯୋଗ-ଅଭ୍ୟାସର ସର୍ବବିଧ ଆବିଷ୍କାର ଆମକୁ ପୃଥିବୀ ବିଷୟରେ ସର୍ବଦା ଅନେକ ଅଧିକ ବୁଝିବ । ସେହି ବୁଝିବାରେ ସେ ସଂସାରୀମାନଙ୍କୁ ମଧ୍ୟ୍ୟ ଅତିକ୍ରମ କରିଯିବ । ଯୋଗୀମାନଙ୍କୁ ସଂସାର-ସଂପୃକ୍ତି ଲାଗି ବହୁ ଅବକାଶ ମିଳିଯିବ । ଏହିପରି ବିଚାର କରି ଆଗକୁ ଆଗକୁ ଗଲେ ତେଣୁ ପୃଥିବୀ ହିଁ ଯୋଗୀ ସମ୍ମୁଖୀନ ହେଉଥିବା ଏକ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍‌ ହୋଇ ଦୃଶ୍ୟ ହେବାକୁ ଆରମ୍ଭ କରିବ । ପୃଥିବୀ ହିଁ ଜଣେ ଯୋଗୀକୁ ଏକ ଅଧିକ ଅନ୍ତରଙ୍ଗତାରେ ଆକର୍ଷଣ କରିବ । ତଦ୍ଦ୍ୱାରା ସବୁ ଭାଗବତ ଈଶ୍ୱରାନୁମାନ ମଧ୍ୟ୍ୟ ଖୁସୀ ହେବେ ।

 

ଜୀବନକୁ ଏକ ଅଧିକରୁ ଅଧିକ ଅର୍ଥଯୁକ୍ତତା ଯୋଗାଇ ଦେବାର ଅନୁରାଗରେ ହିଁ ଯୋଗର ଚିନ୍ତା କରାଯାଇ ଆସିଛି । ସେହି ମୂଳ ଯୁଗଗୁଡ଼ିକରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଲାଗି ରହିଛି । ମାର୍ଗମାନେ ବାହାରିଛନ୍ତି, ବ୍ୟାଖ୍ୟା ଏବଂ ବାସ୍ତବ ନାନା ବିଶଦତା ଯୋଗାଇ ଦେଉଥିବା ନାନା ଚର୍ଯ୍ୟା ଏବଂ ଗତିଶୀଳତା । କେଉଁଟାକୁ ଅଧିକ ଫଳପ୍ରଦ ବୋଲି ବିବେଚନା କରିବାରୁ ପରିଚିତ କେଉଁଟିକୁ ତଥା କେଉଁଗୁଡ଼ିକୁ ଛାଡ଼ି ମାର୍ଗୀମାନେ ବାହାରି ଆସିଛନ୍ତି । ସୂତାମାନେ ସର୍ବଦା କେଉଁସବୁ ଅନୁଭବସିଦ୍ଧ ପ୍ରଜ୍ଞାର ପରାମର୍ଶରେ ଉଲୁରି ଆସିଛନ୍ତି ଏବଂ ପ୍ରାୟ ସେହି ପୁରୁଣା ଆଗ୍ରହଟିକୁ ମାନି ନୂଆ ନୂଆ ସୂତାରେ ବଳି ହୋଇ ଆସିଛନ୍ତି । ଏପରିକି, ଯେଉଁ ପାରମ୍ପରିକ ଯୋଗୀମାନେ ଆମେ ସମସ୍ତେ ଆତଯାତ ହେଉଥିବା ସଂସାରଟାକୁ ଅଳପ ବୋଲି କହି ଏଠାରୁ ବାହାରି ଅରଣ୍ୟକୁ ପଳାଇ ଯାଇଛନ୍ତି, ମାୟାବାଦର ପ୍ରଚାର କରି ତାହାରି ଭିତରୁ ବାହାରି ଆସିଲେ ସତ୍ୟଟି ଉପଲବ୍ଧ ହେବ ବୋଲି ବିଚାର କରି ସନ୍ନ୍ୟାସ ଗ୍ରହଣ କରିଛନ୍ତି, ସେମାନେ ମଧ୍ୟ୍ୟ ସେମାନେ ଛାଡ଼ି ଯାଉଥିବା ସଂସାରଟି ଏପରି ନହୋଇ ସେପରି ହେଇ ବୋଲି ଅତ୍ୟନ୍ତ ନିଷ୍ଠାପୂର୍ଣ୍ଣ ଭାବରେ ଅନୁଭବ କରିଛନ୍ତି ଓ ସଂସାରରୁ ବାହାରି ଯାଇଛନ୍ତି । ଗୋଟାଏ ମାୟାବାଦକୁ ତ୍ୟାଗ କରି ଆଉଗୋଟାଏ ମାୟାବାଦର ବରାଦ ହିଁ ହୋଇଛି । ତଥାପି, ମୂଳରେ ସେହି ପୃଥିବୀ ବିଷୟରେ ଚିନ୍ତା; ପୃଥିବୀ ଏପରି ନହୋଇ ସେପରି ହେଉର ଏକ ଉତ୍ସାହିତ ଅନୁରାଗରେ ସେମାନଙ୍କର ଯାହାକିଛି ପୃଥ୍ୱୀବୈରାଗ୍ୟର ଚିନ୍ତା ।

 

ବ୍ୟକ୍ତିମାନଙ୍କର ସେହି ସଚେତନ ସାଧନା ସେହି କ୍ରମରେ ପୃଥିବୀର ଗତି ଏବଂ ପ୍ରକୃତିରେ ମଧ୍ୟ୍ୟ ନ୍ୟାୟତଃ ଆବିଷ୍କାର କରି ଏକ ଅବଚେତନ ଯୋଗ-ପ୍ରକ୍ରିୟାର ଅନୁମାନ କରିବାକୁ ଆରମ୍ଭ କରିଛି, ଯାହାକୁ ଏକ ଖାସ୍ ପରିଭାଷା ଦେଇ ବିଜ୍ଞାନ ବିବର୍ତ୍ତନ ବୋଲି କହିଲାଣି-। ଆମ ମନୁଷ୍ୟମାନଙ୍କ ମଧ୍ୟ୍ୟରୁ ଖାସ୍ ଆଖି ଏବଂ ଖାସ୍ ଅନ୍ଦାଜ ରହିଥିବା ବିଶେଷମାନେ ଆହୁରି ଆଗକୁ ମଧ୍ୟ୍ୟ ଆପଣାର କାଠିଗୁଡ଼ିକୁ ପ୍ରସାରିତ କରି ଜ୍ଞାନ ଏବଂ ବିଜ୍ଞାନର ନୂଆ ନୂଆ ଆବେଦନଗୁଡ଼ିକର ଘୋଷଣା କରି ପାରୁଛନ୍ତି । ସତ୍ୟ ଗତିଶୀଳ ହେଲାଣି ଏବଂ ସନ୍ଧାନୀମାନେ ସେଥିରେ ନିମିତ୍ତ ହୋଇ ବାହାରି ଆସୁଛନ୍ତି । ଯୋଗସାଧନା ଲାଗି ମଧ୍ୟ୍ୟ ନୂଆ ନୂଆ ଆହ୍ୱାନ ଆସି ପହଞ୍ଚି ଯାଉଛି । ବୈରାଗ୍ୟଟା ମଧ୍ୟ୍ୟ କ'ଣ ସବୁ ନୂଆ ମୁହୂର୍ତ୍ତ ଆସି ପହଞ୍ଚିଥିବାର ସ୍ପନ୍ଦନ ପାଇ ନିଜର ଗଭୀର ମଧ୍ୟ୍ୟରେ ଜନନୀ ପରି ହୋଇ ରହିଥିବା ଅନୁରାଗୀ ଆସ୍ପୃହାଟିକୁ ଉଖାଡ଼ି ଅଧିକରୁ ଅଧିକ ଉଦ୍‌ଘାଟିତ କରିବାରେ ଗୋଡ଼ କାଢ଼ି ବାହାରିଲାଣି । ତେଣୁ ଆହୁରି ଆଗକୁ ଅର୍ଥାତ୍ ଆହୁରି ଭିତରକୁ ଅନୁଭବ କରି ବାର୍ତ୍ତାଟି ବେଶ୍ ମିଳିଯାଉଛି ଯେ ପରବର୍ତ୍ତୀ ପଦକ୍ଷେପର ସମନ୍ୱୟ-ପ୍ରୟାସଟି ଏହି ପୃଥ୍ୱୀ-ଜୀବନକୁ ହିଁ ଲୋଡ଼ିବ । ଅଧ୍ୟ୍ୟାତ୍ଜ ଏହି ପୃଥ୍ୱୀ ଜୀବନରେ ପ୍ରତ୍ୟକ୍ଷ ହୋଇ ଆସିବ । ସମଗ୍ର ଜୀବନ ହିଁ ଏକ ଯୋଗ-ଶ୍ରଦ୍ଧାର ଅନୁକ୍ଷଣ ପ୍ରୟାସରେ ପରିଣତ ହେବ । ଅନୁମାନଗୁଡ଼ିକୁ ଦୃଶ୍ୟମାନ ଭାବରେ ବଞ୍ଚିହେବ । ଏହି ପୃଥିବୀରେ ଯେଉଁଗୁଡ଼ିକୁ ଆମ ପୃଥ୍ୱୀବିମୁଖ ବୈରାଗ୍ୟମାନେ ଭଙ୍ଗୁର ବୋଲି କହି ଆସିଛନ୍ତି, ସେହି ସବୁକିଛି ଏକ ସହଜ ପରସ୍ପର-ସମ୍ବନ୍ଧିତତାରେ ସମ୍ପୂର୍ଣ୍ଣ ତଥା ସମୁଜ୍ଜ୍ୱଳ ଭାବରେ ପ୍ରତିଭାତ ହୋଇ ଉଠୁଥିବ । କେଉଁଟା ସେତେବେଳେ ତୁଚ୍ଛା ଜଡ଼ ବୋଲି ଲାଗିବ ଯେ ଆମ ନାନାବିଧ ମିଛ ଅଳ୍ପଜ୍ଞାନରେ ସେହି ଆଗ ପରି ବାନ୍ଧି ହୋଇ ରହି ଆମେ ଏହି ପୃଥିବୀକୁ ପ୍ରକୃତ ସତ୍ୟଗୁଡ଼ିକ ଦ୍ୱାରା ପ୍ରତ୍ୟାଖ୍ୟାତ ବୋଲି କହିବାକୁ ମନ କରିବା ? ସେହି ସମନ୍ୱୟ ସେତେବେଳେ ‘ସମଗ୍ର ଜୀବନ ହେଉଛି ଯୋଗ’ ବୋଲି କଥାଟିକୁ ଆଉ ବାଳୁତମାନଙ୍କ ପରି ଏକ ଫମ୍ପା ମଣ୍ଡନ ଦେଇ ମୋଟେ ଫୁଲେଇ ହେବାକୁ ଇଚ୍ଛା କରିବନାହିଁ ।

 

ହଁ, ସମଗ୍ର ଜୀବନ ହିଁ ଯୋଗ । ଜୀବନ ଲାଗି ଯୋଗ । ଜୀବନକୁ ନାକ ଟେକି ଏବଂ ଜୀବନକୁ ଯେମିତି ସେମିତି ଛାଡ଼ି ଦେଇ ସେହି ସ୍ଥୂଳତାର ହିସାବରେ ଏଯାଏ ଯାହାକିଛି ସାଧନା କରାଯାଇ ଆସିଛି ଏବଂ ଆମ ପୃଥ୍ୱୀ-ସଂସାରଟି ସହିତ ସତେଅବା ସମାନ୍ତର ଦୂରତା ରକ୍ଷା କରି ଯୋଗୀମାନେ ଯାହାକିଛି ସଂରଚନା ଆଣି ଥୋଇ ଦେଇଛନ୍ତି, ସମନ୍ୱୟର କୌଣସି ସୁସ୍ଥ ଚିନ୍ତା ସେଗୁଡ଼ିକ ଦ୍ୱାରା ମୋଟେ ଉପକୃତ ହେବନାହିଁ । ସଂସାରରୂପୀ ଆମର ଏହି ପ୍ରୟୋଗଶାଳାଟି ଆମର ଯାବତୀୟ ଯୋଗଜିଜ୍ଞାସା ଗୁଡ଼ିକୁ ପୂର୍ଣ୍ଣ ସକାରାତ୍ମକ ଭାବରେ ଆହ୍ୱାନମାନଙ୍କୁ ଆନତ କରି ଆଣିବ ଓ ତାହାରି ଏକ ପରିପୂରକ ପଦକ୍ଷେପରୂପେ ଆପେ ମଧ୍ୟ୍ୟ ଆହୁରି ଆହୁରି ସମ୍ଭାବନା ସକାଶେ ଯୋଗ୍ୟ ହେବାରେ ଲାଗିଥିବ । ଜୀବନର କୌଣସି ଉପଖଣ୍ଡକୁ ଏକ ଅପରିବର୍ତ୍ତନୀୟ ଅସାଧ୍ୟ୍ୟ ଭାଗ୍ୟ ବୋଲି ମାନି ନେବନାହିଁ । ସେହି ଅସଲ ଆସ୍ପୃହା ହିଁ ଆମର ସବୁକିଛି ଯୋଗାନୁରାଗକୁ ଏକ ସକାରାତ୍ମକ ଜୀବନପ୍ରୟାସକୁ ପ୍ରତ୍ୟକ୍ଷ କରି ଆଣିବାରେ ବ୍ରତୀ ହେବ । ପୃଥିବୀର ପ୍ରତ୍ୟେକ କ୍ଷେତ୍ର, ଏକାବେଳକେ ଆମ ସହଜୀବନର ସର୍ବନିମ୍ନ ଭୌତିକ ନିତ୍ୟବାସ୍ତବ ଗୁଡ଼ିକ ସମେତ ସେତେବେଳେ ଏକ ଈଶ୍ୱରୀୟ ନିୟତିର ଇଚ୍ଛାପୂରଣର ମହାନ୍ କାର୍ଯ୍ୟରେ ଆସି ସାମିଲ ହୋଇଥିବାର ସହଜ ଆନନ୍ଦକୁ ଆଣି ଯୋଗାଇ ଦେଉଥିବ ।

 

ସକଳ ଜୀବନ ହିଁ ଯେପରି ଅନୁଭବମାନ ଆଣି ଦେଇ ପାରୁଥିଲେ ଜୀବନଟିକୁ ବଞ୍ଚୁଥିବା ଆମେ ମୁଖ୍ୟତଃ ସଂସାରବିରକ୍ତ ସୂତ୍ରକାର ମାନଙ୍କର ପରାମର୍ଶମାନଙ୍କୁ ଖାସ୍ ଖାସ୍ ମେହେନତ ଦେଇ ମାନି ଏକ ନିରୋଧପ୍ରଧାନ ଆକଟଗୁଡ଼ାକ ଭିତରେ କିଳି ହୋଇ ରହିବାକୁ ମୋଟେ ମନ କରିବାନାହିଁ । ପାଖୁଡ଼ା ପାଖୁଡ଼ା ହୋଇ ସ୍ୱାଭାବିକ ଖୁସୀରେ ସକଳ କର୍ମର ସମ୍ପାଦନ କରୁଥିବା ମନୁଷ୍ୟଟିଏ ନିଜର ନିରୋଧଗୁଡ଼ିକୁ ଶିରା ଶିରା କରି ନିଠ ଭାବରେ ଦେଖିବାରେ ହୁଏତ କୌଣସି ଫୁରସତ ହିଁ ପାଇବନାହିଁ । ଗୋଟିଏ ନିତ୍ୟ ଆତ୍ଜୀୟତାର ସାକ୍ଷାତଲାଭ କରିବାର ପ୍ରକ୍ରିୟାରେ ସିଏ ଭିତର ତଥା ବାହାରେ ଧର୍ମତଃ ଶିଖରଟିଏ ପ୍ରତ୍ୟକ୍ଷ କରି ପାରୁଥିବ,–ଯାହାକି ସକଳ ଅବସରରେ ତାକୁ ବଞ୍ଚିବାର ପଥରେ ପୂରା ପୃଥିବୀଟିର ହିଁ କତି କତି କରି ନେଉଥିବ । ଭୌତିକଟା କଦାପି କେବଳ ଭୌତିକ ବୋଲି ମୋଟେ ଅନୁଭବ ହେବନାହିଁ,–ସ୍ଵାର୍ଥ ଏବଂ ପରମାର୍ଥ ମଧ୍ୟ୍ୟରେ ଲୁଚକାଳି ଖେଳି ଉଭୟ ଏହି ନିମ୍ନ ଏବଂ ଉଚ୍ଚକୁ ପ୍ରତାରିତ କରି ରଖିବାର ଆଦୌ ଚାତୁର୍ଯ୍ୟ ନଥିବ । ତେଣୁ, ଚିତ୍ତବୃତ୍ତି-ନିରୋଧର ସତକୁ ସତ କୌଣସି ପ୍ରୟୋଜନ ରହିଛି ବୋଲି ହୁଏତ ମୋଟେ ସ୍ୱୀକାର କରି ହେଉ ନଥିବ । ସମସ୍ତ ଜୀବନ ହିଁ ଯୋଗ ବୋଲି ସତ୍ୟଟିକୁ ଆପଣାର ସଚେତନ ଜୀବନଶ୍ରଦ୍ଧାଟି ମଧ୍ୟ୍ୟରେ ଘ୍ରାଣ କରି ପାରିଲେ ସର୍ବବିଧ ଯୋଗସାଧନା ମଧ୍ୟ୍ୟ ଏଠି ପୃଥିବୀରେ ଆମ ଜୀବନଲାଗି ବୋଲି ଜାଣିବାରେ ମଧ୍ୟ୍ୟ ଆଉ କ'ଣ ପାଇଁ କୌଣସି ଆୟାସ କରିବାକୁ ପଡ଼ିବ ? ସେତେବେଳେ ସକଳ ସତ୍ୟର ଆଧାର ସ୍ୱୟଂପରମେଶ୍ୱର ମଧ୍ୟ୍ୟ କେଡ଼େ ଉଶ୍ୱାସ ହୋଇ ଆମର କତି କତି ହୋଇ ରହି ଆମ ପାଖକୁ ଓହ୍ଲାଇ ମଧ୍ୟ୍ୟ ନଆସିବେ । ଆମ ଚାଲିବାକୁ ମାଧ୍ୟ୍ୟମ କରି ସିଏ ଅବଶ୍ୟ ବାଟ ଚାଲୁଥିବେ ।

 

ତେଣୁ ଏପରି ସମନ୍ୱୟଟି ଉପରେ ଅଭିନିବିଷ୍ଟ ହୋଇ ଆମ ଜୀବନଗୁଡ଼ିକ ଏପରି ଉକୁଟି ଉକୁଟି ଆସିବ, ଯାହା ଆମକୁ ଆଦୌ ଆଗ ପରି କୌଣସି ସୂତ୍ରୀୟ ଖଣ୍ଡବିଚାର ମଧ୍ୟ୍ୟରେ ଅଳପ କରି ରଖିବନାହିଁ । ଆମେ ବାଟ ଚାଲି ଯାଉଥିବା ଏବଂ ଅଧିକର ଅଧିକ ବୁଝୁଥିବା ଈଶ୍ୱରଙ୍କୁ ଅଧିକରୁ ଅଧିକ ବୁଝୁଥିବା ସଙ୍ଗେ ସଙ୍ଗେ ନିଜକୁ ମଧ୍ୟ୍ୟ ପୂର୍ଣ୍ଣତର କରି ବୁଝି ପାରୁଥିବା; ନିଜକୁ ବୁଝୁଥିବା ସହିତ ଈଶ୍ୱରଙ୍କୁ ମଧ୍ୟ୍ୟ ପୂର୍ଣ୍ଣତର କରି ଗ୍ରହଣ କରୁଥିବା । ଏବଂ, ତାହାରି ମାଧ୍ୟ୍ୟମରେ ପରସ୍ପରକୁ ହିଁ ନିବିଡ଼ ଭାବରେ ବୁଝୁଥିବା । ଆମ ଜୀବନ ନାମକ ସେହି ଅନୁକ୍ଷଣ ଚେତନ ଶ୍ରଦ୍ଧାର ଅଧ୍ୟ୍ୟାତ୍ଜ-ଯାତ୍ରାର ସର୍ବୋଚ୍ଚ ଶିଖର-କଳ୍ପନାଟିରେ ପାରସ୍ପରିକତାର ସଦାଗଠନଶୀଳ ଯେଉଁ ପ୍ରକ୍ରିୟାଟିର ଚିତ୍ରଟି, ସକଳ ନ୍ୟାୟରେ ଈଶ୍ୱର କହିଲେ ସେହିପରି ଏକ ପୂର୍ଣ୍ଣମୁକ୍ତ ସମଗ୍ରତାକୁ ହିଁ ବୁଝାଇବା ଉଚିତ । ଅନ୍ନରୁ ଆନନ୍ଦ ପର୍ଯ୍ୟନ୍ତ ଆମ ଜୀବନ-ଆହ୍ୱାନ ଗୁଡ଼ିକର ଠୁଳ ମର୍ମଟିକୁ ବୁଝି ଏବଂ ସ୍ୱୀକାର କରି ପୃଥିବୀ ଉପରେ ଆମର ଯେଉଁ ଯାତ୍ରାଟି, ତାହାହିଁ ଆଧ୍ୟ୍ୟାତ୍ଜର ସର୍ବବିଧ ବ୍ୟାକରଣ ଅନୁସାରେ ଏକ ଯୁଗପତ୍ ଆରୋହଣ ଏବଂ ଅବତରଣର ବିଶ୍ୱମୟ ଏହି ଯାବତୀୟ ଲୀଳା କି ?

 

ଆଗାମୀ ଯୋଗଚାରଣାର ସକଳ ଆସ୍ପୃହା କ୍ରମେ ଜୀବନ ଉପରକୁ ଓହ୍ଲାଇ ଆସିବ; ତାହା ଜୀବନଲାଗି ଆଗ୍ରହୀ ହେବ । ପୃଥିବୀ ଯାକ ଆମେ ମନୁଷ୍ୟସମୂହ ଯେ ଯୋଗକୁ ଏକ ଆହ୍ୱାନପୂର୍ଣ ଆବଶ୍ୟକତା ରୂପେ ଅନୁଭବ କରିବା, ଯୋଗୀର ହାତ ବାଜିବା ଲାଗି ତୃଷ୍ଣାତୁର ହେବା, ସେହି ମୁହୂର୍ତ୍ତଟି ଆସି ଗବାକ୍ଷ ଉପରେ କରାଘାତ କରୁଥିବା ପରି ବୋଧ ହେବ; ସେହି ଦେବମୁହୂର୍ତ୍ତଟି ଆସି ପହଞ୍ଚ ଭିତରେ ଇଙ୍ଗିତମାନ ଦେବ । ତେଣୁ, ଯେଉଁ ଅଭିନବ ସମନ୍ୱୟର ଅବତାରଣା ହେଉଛି, ସେହି ମୁହୂର୍ତ୍ତଟିକୁ ହିଁ ସଂପୃକ୍ତ ମନୁଷ୍ୟମାନେ ସାହସ କରି ଏଣିକି ଦେବମୁହୂର୍ତ୍ତ ବୋଲି ଚିହ୍ନିବେ । ବସ୍ତୁତଃ ଏହିପରି ନୂତନ ଆଲୋଡ଼ନଟିଏ ଆଣି ପୃଥିବୀର ଈଶ୍ୱର-ଆକାଙ୍‌କ୍ଷା ଏବଂ ଈଶ୍ଵର -ଆବାହନ ସତେଅବା ଏକ ବହୁଦିନର ଅପେକ୍ଷିତ ସଂପଦ ରୂପେ ମନୁଷ୍ୟଚିତ୍ତର ଭୂମିଗୁଡ଼ିକରେ ଅନୁଭୂତ ହେବେ । ମନୁଷ୍ୟକୀବନର କେଉଁ ଅନ୍ତର୍ଗତ ନିବିଡ଼ତା ମଧ୍ୟ୍ୟରେ ଯେଉଁ ଈଶ୍ଵର ପ୍ରତୀକ୍ଷାରେ ରହିଥିଲେ, ସମନ୍ୱୟର ସେହି ସନ୍ଦେଶଟି ପୂର୍ଣ୍ଣ ପ୍ରତ୍ୟୟ ଦେଇ ସେହି ଈଶ୍ୱରଙ୍କୁ ଆମେ ବଞ୍ଚୁଥିବା ଯାବତୀୟ କ୍ଷେତ୍ରରେ ଜାଗୃତ କରି ଆଣିବ । ପୃଥ୍ୱୀ ଜୀବନକୁ ଉଚିତ ବହୁପ୍ରକାରେ ନୂତନ କରି ଗଢ଼ି ନେଇଯିବ । ସମନ୍ୱୟଟିର କୌଣସି ସଙ୍କୋଚ ହିଁ ରହିବନାହିଁ-। ସେତିକି ସେତିକି ସଂପୃକ୍ତି ସହିତ ଆମେ ବର୍ତ୍ତମାନ ମଧ୍ୟ୍ୟ ଆମ ପାର୍ଥିବ ଚତୁର୍ଦ୍ଦିଗ ଗୁଡ଼ିକୁ ଅନ୍ତର୍ଗତ ଭାବରେ ଦେଖିବା । ଏଣିକି ଅଧିକରୁ ଅଧିକ ନିଷ୍ଠାର ସହିତ ସମନ୍ୱୟ ଗୁଡ଼ିକର ଚିନ୍ତା କରାଗଲାଣି-। କାନ୍ଥ ମାନେ ଭାଙ୍ଗି ପଡ଼ୁଛନ୍ତି । ସ୍ଵୟଂ ଆଗାମୀ ଯୁଗର ଈଶ୍ୱରବାସନାଟି ମଧ୍ୟ୍ୟ ସମନ୍ୱୟଧର୍ମୀ ହେଲାଣି ଏବଂ ଆମେ ଅଧିକରୁ ଅଧିକ ସଂଖ୍ୟାରେ ତାହାର ଭାଷାକୁ ବୁଝିବାକୁ ବି ଆରମ୍ଭ କଲୁଣି ।

Image

 

Unknown

ଦ୍ୱିତୀୟ ଅଧ୍ୟାୟ

ପ୍ରକୃତି-ବିବର୍ତ୍ତନର ତିନି ପାଦ

 

ଯୋଗର ସାଧନା ତଥା ଅଭ୍ୟାସର କ୍ଷେତ୍ରରେ ପାରମ୍ପରିକ ଆଲୋଚନାଗୁଡ଼ିକରେ ଯେଉଁ କେତୋଟି ପ୍ରକାର ସାଧାରଣତଃ ଦର୍ଶାଇ ଦିଆଯାଏ, ସେହି ଧାରାରେ ଗୋଟିଏ ଗୋଟିଏ ବିଶେଷ ଦିଗକୁ ନିର୍ଦ୍ଦେଶିତ କରାଯାଏ ଏବଂ ସେହି ଅନୁସାରେ ସେଗୁଡ଼ିକର ଏକ ନାମକରଣ ମଧ୍ୟ୍ୟ କରାଯାଏ । ସେହି ନାମଗୁଡ଼ିକ ଅନୁସାରେ ଆମେ ସେଗୁଡ଼ିକୁ ଗୋଟିଏ ଗୋଟିଏ ମାର୍ଗ ବୋଲି ବୁଝିଥାଉ । ମାର୍ଗମାନେ ଏହିପରି ଭାବରେ ଭିନ୍ନ ଭିନ୍ନ ହୋଇ ରହିଥିଲେ ମଧ୍ୟ୍ୟ ତଥାପି ସେଗୁଡ଼ିକ ମଧ୍ୟ୍ୟରେ ବାରମ୍ବାର ଏକ ସମନ୍ୱୟ ମଧ୍ୟ୍ୟ କରାଯାଇ ଆସିଛି । ମାର୍ଗସ୍ଥମାନେ ନିଜ ନିଜ ବିଶେଷ ନାମରେ ଆପଣାକୁ ପରିଚିତ କରାଇ ଆସିଛନ୍ତି ସତ, ତଥାପି ସତେଅବା ଅଧିକ ଉଚିତ ବୋଲି ଅନୁଭବ କରି ଏକ ସମନ୍ୱୟ ନିମନ୍ତେ ପ୍ରୟାସମାନ ହୋଇଛି । ସତେଅବା ଆଗକୁ ଅନାଇ ସମନ୍ୱୟଟିଏ ଅବଶ୍ୟ ଆବଶ୍ୟକ ବୋଲି ବିବେଚନା କରାଯାଇଛି । ସାଧକମାନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ମାର୍ଗରେ ଚାଲୁଛନ୍ତି; ସେମାନେ ପ୍ରତ୍ୟେକେ କେତେକ ଶୃଙ୍ଖଳାକୁ ଖାସ୍ ବୋଲି ଗ୍ରହଣ କରି ନେଇଛନ୍ତି । ତଥାପି, ମାର୍ଗ ମାର୍ଗ ଭିତରେ ଗୋଟିଏ ବା କେତେକ ନୈକଟ୍ୟ ଅବଶ୍ୟ ରହିଛି ବୋଲି ହୁଏତ ଅନୁଭବ ହୋଇଛି ବୋଲି ସମନ୍ୱୟ ମାନଙ୍କର ଚିନ୍ତା କରାଯାଇଛି । ପ୍ରଣାଳୀଗୁଡ଼ିକ ମଧ୍ୟ୍ୟରେ ହିଁ ସମନ୍ୱୟମାନ ଲୋଡ଼ା ଯାଇଛି । ତଥାପି ସେହି ପ୍ରାୟ ସବୁଯାକ ପ୍ରୟାସରେ ଗୋଟିଏ ଅଭାବ ମଧ୍ୟ୍ୟ ରହିଯାଇଛି । ପ୍ରତ୍ୟେକ ମାର୍ଗଟିର ମୂଳରେ ଗୋଟିଏ ସାଧାରଣ ସିଦ୍ଧାନ୍ତ ରହିଛି ଏବଂ ଏକ ଖାସ୍ ଲକ୍ଷ୍ୟର ଘୋଷଣା ମଧ୍ୟ୍ୟ କରାଯାଇଛି ଏବଂ ସବୁଗୁଡ଼ିକ ମଧ୍ୟ୍ୟରେ ନିର୍ଦ୍ଦିଷ୍ଟ ପ୍ରୟୋଜନଗୁଡ଼ିକର ଯେପରି ପୂରଣ ହେବ, ସେହି ଅନୁସାରେ ପଦ୍ଧତିଗୁଡ଼ିକୁ ମଧ୍ୟ୍ୟ ବାଛି ଅଣାଯାଇଛି । ଏବଂ ତେଣୁ, ଆମେ ସେଗୁଡ଼ିକୁ ଜାଣିବା ଏବଂ ତେବେଯାଇ ସେଗୁଡ଼ିକ ଦ୍ୱାରା ଯଥାର୍ଥ ଭାବରେ ଉପକୃତ ହୋଇପାରିବା ।

 

ସେହି ସିଦ୍ଧାନ୍ତଟି ଆଦୌ ଏକ ମାୟା ନୁହେଁ । ଆମେ ବିଚାର କରୁଥିବା କୌଣସି ପ୍ରକୃତ ସତ୍ୟକୁ ଘୋଡ଼ାଇ ରଖିଥିବା ପ୍ରତିଭାସଟିଏ ମଧ୍ୟ୍ୟ ନୁହେଁ । ଆମେ, ଅପର ପକ୍ଷରେ ଏକ ପୂର୍ଣ୍ଣ ସକାରାତ୍ମକ ସାଧୁତା ସହିତ ପ୍ରଥମରୁ ହିଁ ଦୃଢ଼ ଭାବରେ ସ୍ୱୀକାର କରିନେବା ଯେ ସ୍ୱୟ ପରମେଶ୍ଵର ହିଁ ବିଶ୍ୱମୟ ଶକ୍ତି ହୋଇ ଏଠାରେ କ୍ରିୟାଶୀଳ ରହିଛନ୍ତି; ସେହି ପରମ ବିଶ୍ଵସତ୍ତା ଆପଣାର ପୂର୍ଣ୍ଣ ପ୍ରଜ୍ଞାଟିକୁ ଦେଇ କ୍ରିୟାରତ ହୋଇ ରହିଛନ୍ତି । ଶ୍ରୀମତ୍‌ ଭଗବତ୍‌ଗୀତାରେ ତାହାକୁ “ପ୍ରଜ୍ଞା ପ୍ରଶ୍ରୁତା ପୁରାଣି’ ବୋଲି କୁହାଯାଇଛି । ସେହି ମୂଳ ନିୟତିଟି ଅନୁସାରେ ପୃଥିବୀ ଚାଲିଛି,–ଏବଂ, ଏହା ଯେ ସତେଅବା ଏକ ଅଘଟନ ଘଟିବା ହେତୁ କୌଣସି ମାୟାଦ୍ୱାରା ଆଚ୍ଛନ୍ନ ହୋଇ ରହିଛି, ସେକଥା ଆଦୌ ନୁହେଁ । ପୃଥିବୀପୃଷ୍ଠର ଜୀବନନାମକ ଏହି ଯାବତୀୟ ଯାହାକିଛି, ସେହି ସକଳ ପ୍ରକୃତଟି ଏକ, ସୁନିର୍ଦ୍ଦିଷ୍ଟ ଉପଲବ୍ଧିରେ ଅଗ୍ରସର ହେବାରେ ଲାଗିଛି । ତେଣୁ, ଏକ ମାୟାଛନ୍ନତାରୁ ପଳାଇ ଯିବାପାଇଁ ନୁହେଁ । ଏଠାରେ ତେଣୁ ବାଧ୍ୟ୍ୟ ହୋଇ ବାନ୍ଧି ହୋଇ ରହିଥିବାର ଦୁର୍ଦ୍ଦଶା ମଧ୍ୟ୍ୟରୁ ମୁକୁଳିବା,–ଏଇଟି ମୋଟେ ଯୋଗୀର ଯୋଗସାଧନାକୁ ଭ୍ରମରେ ପକାଇ ରଖିବନାହିଁ,–ମାୟାକୁ ଛାଡ଼ି ବାହାରି ଯିବାର କୌଣସି ଭ୍ରାନ୍ତି ହିଁ ନଥିବ । ମାୟାବାଦୀମାନେ ତ ପ୍ରାୟ ନିତାନ୍ତ ଶୋଚନୀୟ ଭାବରେ ଏକାବେଳକେ ଦୁଇପ୍ରକାର ଜୀବନ ମଧ୍ୟ୍ୟରେ ଏପାଖ ସେପାଖ ହେବାରେ ଲାଗିଥାଆନ୍ତି-। ଯାହାକିଛି ସାର, ସତ୍ୟ ଏବଂ ସ୍ଥାୟୀ, ସେଇଟା ତେଣେ ଆଉ କେଉଁଠାରେ ରହିଛି ବୋଲି ବିକଳ ହେଉଥାନ୍ତି ଏବଂ ଏହି ଧରାତଳେ ସେମାନେ ଯେଉଁ ଜୀବନଟିକୁ ଆବୋରି ବାଧ୍ୟ୍ୟ ହୋଇ ବଞ୍ଚି ରହିଥାନ୍ତି, ସେଇଟିକୁ ତୁଚ୍ଛା ଭଙ୍ଗୁର ବୋଲି ମାନି ନେଇଥାନ୍ତି ଏବଂ ତାହାରି ମଧ୍ୟ୍ୟରେ ଘୁଷୁରିବାରେ ଲାଗିଥାଆନ୍ତି । ମାୟାଟା ସେମାନଙ୍କୁ ନିଶ୍ଚୟ ଖୁବ୍ ଭଲ ହିଁ ଲାଗୁଥିବ । ସତ୍ୟରୁ ବଞ୍ଚିତ ହୋଇ ରହିଥିବା ଏହି ଜଗତରେ ମଧ୍ୟ୍ୟ ସେମାନେ ସଫଳତା ପଛରେ ଧାଇଁବାରେ ମଜ୍ଜି ରହିଥାନ୍ତି ଏବଂ ଏହିଠାରେ ମିଳୁଥିବା ନାନାବିଧ ସଫଳତା ସେମାନଙ୍କୁ ସେହି ପରମେଶ୍ୱରଙ୍କର କୃପାରୁ ପ୍ରାପ୍ତ ହେଉଛି ବୋଲି କହନ୍ତି । ପରମେଶ୍ୱର କଦାପି ମାୟାବାଦୀ ହୋଇ ପାରିନଥାନ୍ତେ ।

 

ତେଣୁ ପ୍ରଶ୍ରୁତା ପୁରାଣି, ସେହି ପରମ ପ୍ରଜ୍ଞାଟି ଯାହାକି ସେହି ସବାମୂଳରୁ ହିଁ ଶାଶ୍ୱତ ପରମେଶ୍ଵରଙ୍କଠାରୁ ସମ୍ଭୁତ ହୋଇ ଜଗତ୍‌ପ୍ରକୃତି ରୂପେ ବିରାଜିତ ରହିଛି । ସେହି ପ୍ରକୃତିଟିକୁ ନିଜ ଭିତରେ ଠାବ କରିବା, ଚିହ୍ନିନେବା ଏବଂ ବଞ୍ଚିବା, ଗୋଟିଏ କଥାରେ କହିଲେ ତ ସେହିଟି ସହିତ ଯୁକ୍ତ ହୋଇ ରହିବା । ଆମେ ଅଳପ ବୁଝିବାର ସର୍ବବିଧ ମାୟାରେ ପଡ଼ି ମୋଟେ ପ୍ରକୃତିକୁ ଅଳପ ବୋଲି କହିବାନାହିଁ । ତେଣୁ, ଏହି ଯାବତୀୟ ଯୁକ୍ତ ହେବାର ମଧ୍ୟ୍ୟ କୌଣସି ଅନ୍ତ ନାହିଁ । ପ୍ରଜ୍ଞାର ପରସ୍ତ ପରେ ପରସ୍ତକୁ ଉଦ୍‌ଘାଟିତ କରି ଆମେ ପ୍ରକୃତିର ଆବିଷ୍କାର କରିବାରେ ଲାଗିଥିବା । ଆପଣାକୁ ଯେତିକି ଆବିଷ୍କାର କରୁଥିବା, ଏଠି ଏହି ପୃଥିବୀ ନାମକ ବିସ୍ତାରଟି ସହିତ ଯେତିକି ଯୁକ୍ତ ହୋଇ ରହିଛୁ ବୋଲି ଉପଲବ୍ଧି କରିବା । ପୃଥିବୀକୁ ନେଇ ମଧ୍ୟ୍ୟ କେତେ ସମ୍ଭାବନା ଉନ୍ମୋଚିତ ହେବା ନିମନ୍ତେ ଅପେକ୍ଷା କରି ରହିଛି । ଆମ ଭିତରର ଯୋଗୀ ସେହି ସତ୍ୟଟିକୁ ସଚେତନ ଭାବରେ ଜାଣିବ ଏବଂ ପ୍ରକୃତି ମଧ୍ୟ୍ୟରେ ଅବଚେତନ ଭାବରେ ଅସୁମାରି ସମ୍ଭାବନା ରୂପେ ଅପେକ୍ଷା କରି ରହିଥିବା ସେହି ସବୁକିଛିକୁ ଏବଂ ଜୀବନ ରୂପେ ପ୍ରତ୍ୟକ୍ଷ କରି ଆଣିବା । ଜୀବନ ଯେତିକି ହୋଇ ରହିଛି, ଆଦୌ ସେତିକି ହୋଇ ରହିବନାହିଁ । ଯୋଗୀ ଭିତରର ଆସ୍ପୃହା ଗୁଡ଼ିକର ଆହ୍ୱାନଟି ବାଜି ତାହା ଜୀବନର ସଂପୂର୍ଣ୍ଣ ଆୟତନଟିକୁ କ୍ଷେତ୍ର କରି ନିମିତ୍ତ ହୋଇ ବାହାରିବ । ଆମେ ମାର୍ଗସ୍ଥମାନେ ଯେତିକି ବୁଝିବା, ସେଥିରେ ବସ୍ତୁତଃ ଯୁକ୍ତ ହୋଇ ରହିବା ଏବଂ ନିମିତ୍ତଟିଏ ହେବା ମଧ୍ୟ୍ୟରେ କୌଣସି ପାର୍ଥକ୍ୟ କଦାପି ରହିବନାହିଁ ।

 

କୌଣସି ଉଚିତ ସମନ୍ୱୟରେ ଆସି ପହଞ୍ଚି ପାରିବାକୁ ହେଲେ ଆମେ ପ୍ରଥମେ ପାରମ୍ପରିକ ଯୋଗାଭ୍ୟାସର ଗୋଟିଏ ଗୋଟିଏ ମାର୍ଗର ଆୟତନଟିକୁ ଗଭୀର ଭାବରେ ଦେଖିବା; ସେଗୁଡ଼ିକ ସଂପୃକ୍ତ ସାଧକମାନେ ଖାସ୍ କ’ଣ କ’ଣ ଫଳସାମର୍ଥ୍ୟ ଲାଭ କରିବା ନିମନ୍ତେ ଅଭ୍ୟାସ କରୁଥିଲେ, ସେଇଟି ସହିତ ପରିଚିତ ହେବା । ପ୍ରତ୍ୟେକଟି ମାର୍ଗ ବିଷୟରେ ବିଶଦ ଭାବରେ କେତେ କଣ କୁହାଯାଇଛି । ଜଣେ ଜଣେ ସାଧକକୁ ଆକୃଷ୍ଟ କରି ପାରୁଥିବା ଭଳି ପ୍ରଶଂସା ମଧ୍ୟ୍ୟ କରାଯାଇଛି । ତଥାପି, ଆମେ ଅବଶ୍ୟ ଦେଖିବାକୁ ପାଇବା ଯେ, ପ୍ରତ୍ୟେକଟିର ଗୋଟିଏ ମୂଳ ମୀମାଂସକ ଆବେଦନ ରହିଛି ଏବଂ ପ୍ରତ୍ୟେକେ ସେମାନଙ୍କର ସକଳ ପ୍ରକରଣଟି ମଧ୍ୟ୍ୟ ଦେଇ ସେହି ମୂଳ କଥାଟିର ହିଁ ଉପସ୍ଥାପନା କରିଛି । ମାର୍ଗର ଅନୁଶୀଳନ କରୁଥିବା ବ୍ୟକ୍ତି ମାନଙ୍କର ଜୀବନରେ ସେହି ନିର୍ଦ୍ଦିଷ୍ଟ ଉପକାର ଗୁଡ଼ିକ ପ୍ରତ୍ୟକ୍ଷ ହୋଇ ଆସିବ ବୋଲି ଦୃଢ଼ ଭାବରେ ଆକାଙ୍‌କ୍ଷା ରଖିଛି । ମାର୍ଗଗୁଡ଼ିକୁ ଯଥାର୍ଥ ଭାବରେ ସମନ୍ୱିତ କରି ଆଣିବାକୁ ହେଲେ ତେଣୁ ଆମେ ପ୍ରଥମେ ସେହି ମୁଖ୍ୟ ଆବେଦନଗୁଡ଼ିକୁ ଜାଣିବା । ତା’ହେଲେ, ଏକ ପରବର୍ତ୍ତୀ ପଦକ୍ଷେପ ପରି ଖୁବ୍‌ସମ୍ଭବ ଅଧିକ ସହଜରେ ସେହି ଆହୁରି ମୂଳ ସତ୍ୟଟିର ପରିଚୟ ପାଇବା, ଯାହାକି ସେହି ପ୍ରତ୍ୟେକ ମାର୍ଗଟି ଭିତରେ ଅବସ୍ଥିତ ରହିଛି ଓ ଯେଉଁଟି ଠାରୁ ତାହା ଆପଣାର ସର୍ବବିଧ ଶକ୍ତିକୁ ଲାଭ କରି ପାରୁଛି ।

 

ସେହି ସମନ୍ୱୟଟି ଲାଗି ପ୍ରକୃତି ଅପେକ୍ଷା କରିଛି । ଅବଚେତନ ଭାବରେ ଅପେକ୍ଷା କରିଛି । ଶାଖାଗୁଡ଼ିକର ବାର ବିଭିନ୍ନତାରୁ ଅସଲ ମୂଳଟି ଆଡ଼କୁ । ସେହି ମୂଳଟି ହିଁ ମାର୍ଗମାନଙ୍କ ଲାଗି ଅପେକ୍ଷା କରି ରହିଛି । ମାର୍ଗମାନେ ଆମ ମଥାମାନଙ୍କରୁ ବାହାରି ଆମକୁ ସେହି ମାର୍ଗଗୁଡ଼ିକ ହିଁ ସବୁକିଛି ବୋଲି ଅତ୍ୟନ୍ତ ନିଷ୍ଠାପର ଭାବରେ ଖାସ୍ ମନ୍ତ୍ରଣାମାନ ଦେବାରେ ଲାଗିଛନ୍ତି । ଗୋଟିଏ ମାର୍ଗକୁ ଏକମାତ୍ର ଅସଲ ବୋଲି ଘୋଷଣା ହୋଇ ଭଳି ଭଳି ଗେଲବସର-ପଣର ପ୍ରଦର୍ଶନଦ୍ଵାରା ଆମ ପୃଥିବୀରେ କେତେ ଗୋଳ ଲାଗିନାହିଁ । ଏବେ ମଧ୍ୟ୍ୟ ଖୁବ୍ ଲାଗିଛି । ତଥାପି କ୍ରମଶଃ ଫରଚା ହୋଇ କ୍ରମେ ଦେଖାଯାଉଛି ଯେ ଏହି ଯାବତୀୟ ଗୋଳର ଉତ୍ତାପ ସତ୍ତ୍ୱେ ସବୁଗୁଡ଼ିକ ଏକ ସମନ୍ୱୟ ଆଡ଼କୁ ବାଟ କାଢ଼ିବାରେ ବସ୍ତୁତଃ ସହାୟତା ହିଁ କରୁଛନ୍ତି । ଏପରି ଗୋଟିଏ ସୁସ୍ଥ ବାସ୍ତବତା ଆସିବ ଯେ ଏହି ମାର୍ଗଗୁଡ଼ିକ ରହିବ ଏବଂ ମାର୍ଗସ୍ଥ ସାଧକମାନେ ଆପଣାର ମାର୍ଗଗୁଡ଼ିକରେ ମାର୍ଗୀୟ ଖାସ୍ ଉଦ୍‌ବୋଧନଗୁଡ଼ିକୁ ମାନି ଗତିଶୀଳ ହୋଇ ରହିଥିବେ । ଏବଂ ତଥାପି ସେହି ଅସଲ ସମନ୍ୱୟ-ପ୍ରକ୍ରିୟା ଦ୍ୱାରା ଉଦ୍‍ବୁଦ୍ଧ ହୋଇ ବାଟ ଚାଲୁଥିବେ । ଅସଲ ସମନ୍ୱୟଟି ବିଷୟରେ ପଥିକମାନେ କୌଣସି ଅନ୍ୟ ବାଧ୍ୟ୍ୟତା ମଧ୍ୟ୍ୟରେ ପଡ଼ି ରହିଥିଲେ ସିନା ସଚରାଚର ଅନ୍ୟକାତର ହୁଅନ୍ତି ! ପୁରାତନ ଯୋଗାଚାର ମଧ୍ୟ୍ୟରେ କ’ଣ ସବୁ କାରଣରୁ ଅଭାବ ରହିଥିଲା ଯେ ତାହା ଏତେ ବହଳ ଭାବରେ ଅନ୍ୟକାତର ହୋଇ ରହିଥିଲା ? କେବଳ ନିଜ ଶାଖାଟି ମଧ୍ୟ୍ୟ ପ୍ରଚ୍ଛନ୍ନ ହୋଇ ରହିଛି ଏବଂ ସେହି ଆଗାମୀ ସମନ୍ୱୟଟି ଲାଗି ମୁଁ ମଧ୍ୟ କ୍ରମେ ପୋଖତ ହେବାରେ ଲାଗିଛି ବୋଲି ନିଘାମାନେ ଗ୍ରହଣଶୀଳ ହୋଇନଥିଲେ । ଅବଚେତନ ପ୍ରକୃତି ମଧ୍ୟ୍ୟ ସେହି ପ୍ରକ୍ରିୟାରେ ଉନ୍ମୋଚିତ ହୋଇ ଆସିଛି ବୋଲି ସ୍ୱୀକାର କରିବାକୁ ହୁଏତ ଫୁରସତ ମଧ୍ୟ୍ୟ ନଥିଲା । ଏବଂ, ପୃଥିବୀର ଭୂମିଟି ମଧ୍ୟ୍ୟ କେତେ ପ୍ରକାରେ ଯୋଗଲବ୍ଧ ଶ୍ରେୟଗୁଡ଼ିକୁ ପ୍ରତ୍ୟକ୍ଷ କରି ଆଣିବା ଲାଗି ପ୍ରସ୍ତୁତ ହେଉଛି, ସେହି କଥାଟି ଯାଏ ଯୋଗର ସାଧନା ଏକ ପ୍ରସାରକୁ ମନ କରିନଥିଲା ।

 

ଏକ କଳ୍ପନାତୀତ ଆଦିକାଳରୁ ହିଁ ପ୍ରକୃତି ଏଯାଏ ଆଗକୁ ଆଗକୁ ଗୋଡ଼ ପକାଇ ମନୁଷ୍ୟ ପର୍ଯ୍ୟନ୍ତ ଆସି ପହଞ୍ଚିଛି । ଏକ ବିବର୍ତ୍ତନର ପ୍ରକ୍ରିୟାରେ ତାହା ଏହିପରି ପାଦପରେ ପାଦ ଗତି କରି ଆସିଛି । ଏବଂ, ସେହି ବିବର୍ତ୍ତନ ଲାଗି ହିଁ ରହିଛି । ସେହି ବିବର୍ତ୍ତନ କହିଲେ ଆମେ ମନୁଷ୍ୟମାନେ କ’ଣ ବୁଝିବା ? ମନୁଷ୍ୟମାନେ ପାରମ୍ପରିକ ଭାବରେ ଯାହା ଅନୁମାନ କରି ଆସିଥିଲେ ଏବଂ ଧର୍ମମାନଙ୍କର ବଖାଣ ଅନୁସାରେ ଯାହା ଏକ ଅବଶ୍ୟ ସତ୍ୟ ରୂପେ ସେମାନଙ୍କର ବୁଦ୍ଧିରେ ପ୍ରତିଷ୍ଠିତ ହୋଇଥିଲା ସେଇଟି ହେଉଛି ଯେ ଜଣେ ପରମକର୍ତ୍ତା ଈଶ୍ୱର ହିଁ ଏହି ପୃଥିବୀ ନାମକ ଜଗତ୍-ଅସ୍ତିତ୍ୱର ସର୍ଜନା କରିଛନ୍ତି । ଈଶ୍ୱର ସ୍ୱର୍ଗରାଜ୍ୟରେ ଅଛନ୍ତି ଏବଂ ତାଙ୍କରି ଇଚ୍ଛାରେ ହିଁ ମର୍ତ୍ତ୍ୟରେ ଏହି ସବୁକିଛିର ସର୍ଜନା ହୋଇଛି । ଭାରତୀୟ ହିନ୍ଦୁଧର୍ମରେ ତ ସ୍ୱର୍ଗରେ ଦେବତାମାନେ ଅଛନ୍ତି । ସ୍ୱର୍ଗରେ କେବଳ ସୁଖ ହିଁ ସୁଖ । ଏକ ପୂର୍ଣ୍ଣ-ସନ୍ତାପହୀନ ସୁଖଭୋଗର ରାଜ୍ୟ ସେହି ସ୍ଵର୍ଗ । ସେଠାରେ ଇନ୍ଦ୍ର ରଜା ହୋଇ ବସିଛନ୍ତି ଏବଂ ସ୍ୱର୍ଗବାସୀ ଭାଗ୍ୟବାନ୍‌ମାନଙ୍କ ଲାଗି ଅମିତ ମନୋରଞ୍ଜନମାନ ଖଞ୍ଜି ଦେଉଛନ୍ତି । କୌଣସି ଅପରାଧ କଲେ ସତେଅବା କୌଣସି ଦଣ୍ଡ ପାଇ ମର୍ତ୍ତ୍ୟରେ ଜନ୍ମ ନେବାକୁ ହୁଏ । ଦଣ୍ଡଭୋଗ ସାରି ପୁନର୍ବାର ସୁଖ ଓ ଭୋଗର ରାଜ୍ୟ ସେହି ସ୍ଵର୍ଗକୁ ଫେରି ଯାଇହୁଏ । ସ୍ଵର୍ଗରେ ନରକ ମଧ୍ୟ୍ୟ ରହିଛି । ପାପୀମାନେ ହିଁ ସେହି ନର୍କକୁ ଯାଆନ୍ତି । କେଡ଼େ ନିଖୁଣ ଏବଂ ନିକ ଭାବରେ ପୃଥିବୀରେ ଆମେ ଖାସ୍ ମଣିଷମାନେ ଯେ ଏହିପରି ବ୍ୟାପାରକୁ ଭାଡ଼ି ଭାଡ଼ି କରି ସଜାଇ ଦେଇଛୁ ଓ ଆମର ଧର୍ମବୁଦ୍ଧିଟିକୁ ପୁଷ୍ଟି ଯୋଗାଇ ଦେଇ ପାରୁଛୁ, ସେହି କଥାଟିକୁ ଭାବି ବସିଲେ ନିଶ୍ଚୟ କେତେ ନା କେତେ ବିଚିତ୍ର ମନେ ହେଉଥିବ ।

 

ଆଉ ଗୋଟିଏ ବ୍ୟାଖ୍ୟା ଅନୁସାରେ ପରମେଶ୍ୱର ଛଅ ଦିନରେ ଏହି ପୃଥିବୀର ସର୍ଜନା କରିଛନ୍ତି । ପ୍ରଥମେ ଆଲୋକ, ତା'ପରେ ଏକ କ୍ରମରେ ଏହି ଜଡ଼ ଜଗତ, ତା'ପରେ ଇତର ପ୍ରାଣୀ ମାନେ ଓ ଶେଷରେ ଯାଇ ମଣିଷ । ଆପଣାକୁ ଏକ ରବିବାର ଦିନ ସୃଜନର ଏହି କ୍ରମଟିକୁ ଆରମ୍ଭ କରି ଶୁକ୍ରବାର ଦିନ ମଣିଷକୁ ସୃଷ୍ଟି କରିଛନ୍ତି । ମନୁଷ୍ୟକୁ ହିଁ ଆପଣା ସର୍ଜନାର ସର୍ବଶ୍ରେଷ୍ଠ ନମୁନାରୂପେ ବିଚାର କରୁଥିବା ପରି ସିଏ ମନୁଷ୍ୟକୁ ସମ୍ବୋଧନ କରି ତାହାରି ଭୋଗ କରିବା ସକାଶେ ହିଁ ସିଏ ଏଠାରେ ଏତେ ଏତେ ଗଢ଼ି ରଖି ଦେଇଛନ୍ତି ବୋଲି ଘୋଷଣାଟିଏ ମଧ୍ୟ୍ୟ କରିଛନ୍ତି । ସୃଷ୍ଟି-ଆରମ୍ଭର ସେହି ଏକାଧିକ ତତ୍ତ୍ୱନୁମାନଗୁଡ଼ିକର ସତ୍ୟାସତ୍ୟ ବିଷୟରେ ଏଠାରେ ଆମେ କୌଣସି ଆଲୋଚନା କରିବାନାହିଁ । ଆମେ ଆଧୁନିକ ବହୁ ମଣିଷ ମଧ୍ୟ୍ୟ ଏହି ଜୀବନ ନାମକ ନାନା କାରବାରରେ ଅନେକ ପ୍ରକାରେ ସେହି ପ୍ରଥମଟି ଅନୁସାରେ ହିଁ ନିକ ସଂସାରଟିକୁ ବଞ୍ଚୁ । ବ୍ୟକ୍ତିଗତ ତଥା ସାମୂହିକ ଉଭୟ ଜୀବନରେ । ଆମ ଚତୁର୍ଦ୍ଦିଗରେ ଭଳି ଭଳି ନୂତନ ଆହ୍ୱାନ ଆମକୁ କେତେ ଅନ୍ୟ ପ୍ରକାରେ ବଞ୍ଚିବା ନିମନ୍ତେ ଆସି ଅପେକ୍ଷା କରି ଛିଡ଼ା ହୋଇଥିଲେ ମଧ୍ୟ୍ୟ ଆମେ ଯେଉଁପରି ସେହିପରି ହୋଇ ରହିଥାଉ । ନୂଆ ନୂଆ ଚେତନା ନୂଆ ଉଦ୍‌ବୋଧନମାନ ଦେଉଥାନ୍ତି, ମାତ୍ର ଆମେ ପୁରୁଣା ଧିସାମାନଙ୍କୁ ତଥାପି କାମୁଡ଼ି ରହିଥାଉ ।

 

ବିବର୍ତ୍ତନବାଦ ହେଉଛି ଏକ ଅନ୍ୟ ବିବେକର କଥା । ଏହି ପୃଥିବୀକୁ ବୁଝିବାର ଏକ ଅନ୍ୟ ବିଚାରବୁଦ୍ଧିର କଥା । ଊନବିଂଶ ଶତାବ୍ଦୀର ମଧ୍ୟ୍ୟଭାଗରେ ଯେତେବେଳେ ଇଂଲଣ୍ଡର ଚାର୍ଲସ୍ ଡରଉଇନ୍ ବହୁ ତଥ୍ୟଦ୍ୱାରା ସଂବଳିତ କରି ବିବର୍ତ୍ତନର କଥାଟିକୁ କହିଲେ, ସେତେବେଳେ ପୂର୍ବପ୍ରତିଷ୍ଠାର ଗୁଳାମାନେ ସତେଅବା ଘୋର ପ୍ରମାଦ ହିଁ ଗଣିଥିଲେ । ନାନାପ୍ରକାରେ ଆପଣାର ପ୍ରତିବାଦଟିକୁ ପ୍ରକଟ କରିବାକୁ ଯାଇ ବେଶ୍ ହିଂସ୍ର ହୋଇ ବି ପଡ଼ିଲେ । ଶ୍ରୀଯୁକ୍ତ ଡାର୍‌ଉଇନ୍‌ ଏକ ନୂଆ ବିଶ୍ଳେଷଣ ଦେଇ କହିଥିଲେ ଯେ ଶାସ୍ତ୍ର କହିଥିବା ଅନୁସାରେ ପୃଥିବୀ ମୋଟେ ଛଅଟି ଦିନରେ ସୃଷ୍ଟ ହୋଇନାହିଁ । ଏକ କ୍ରମବିବର୍ତ୍ତନର ଧାରାରେ ହିଁ ଏଯାଏ ଆସିଛି । ତେଣୁ କାହାଣୀଟି ପ୍ରକୃତରେ ଲକ୍ଷ ଲକ୍ଷ ବର୍ଷର ଏକ ଘଟଣା । ସେହି କାହାଣୀଟିକୁ ଯଥାସମ୍ଭବ ଏକ ମୂଳରୁ ଧାରାଟିଏ ଦେଇ ଶ୍ରୀ ଡ଼ାର୍‌ଉଇନ୍ ଇତର ପ୍ରାଣୀମାନେ ଆମ ଜଗତ୍‌ପୃଷ୍ଠରେ ଆସି ଆବିର୍ଭୂତ ହେବାଯାଏ ଆମକୁ ଏକ କ୍ରମରେ ଦର୍ଶାଇ ଦେଇଥିଲେ । ଏହାପରେ ମନୁଷ୍ୟର ଆଗମନ ଘଟିଥିଲା ବୋଲି ସୂଚାଇ ଦେଇଥିଲେ । ଡାରଉଇନ୍‌ ସେତିକି ଯାଏ ଆଲୋକପାତ କରି ପୃଥିବୀରୁ ବିଦାୟ ନେଇ ଚାଲି ଯାଇଥିଲେ ସିନା, ମାତ୍ର ତାଙ୍କର ସେହି ଜୀବ-ବିବର୍ତ୍ତନର ବ୍ୟାଖ୍ୟାଟି କାଳକାଳକୁ ରହି ଯାଇଥିଲା । ପରବର୍ତ୍ତୀ ଅନୁସନ୍ଧାନକାରୀମାନେ ନାନାମତେ ଆଗକୁ ଆଗକୁ ଦ୍ୱାରଗୁଡ଼ିକର ଉନ୍ମୋଚନ ଘଟାଇଥିଲେ । ସାମାଜିକ ଡାର୍‌ଉଇନ୍‌ବାଦ ନାମରେ ଏକ ନୂଆ ସମର୍ଥନ ପାଇଗଲା ପରି ଆର୍ଥିକ ଏବଂ ରାଜନୀତିକ ଅନ୍ୟାୟ ପୃଥିବୀରେ ଜାରି ହୋଇ ରହିବା ନିମନ୍ତେ ମତଲବୀ ମାନଙ୍କ ନିମନ୍ତେ ଏକ ପ୍ରଶସ୍ତ ସୁଯୋଗ ମଧ୍ୟ୍ୟ ମିଳି ଯାଇଥିଲା କିନ୍ତୁ ବିବର୍ତ୍ତନବାଦର ବୈଜ୍ଞାନିକ ଆବେଦନଟି କ୍ରମେ କ୍ରମେ ପ୍ରସାର ଲାଭ କରୁଥିଲା । ସେଇଟି ହେଉଛି ଏକ କ୍ରମାଗ୍ରଗତିର ବିବରଣୀ । ଇତର-ପ୍ରାଣୀ ସ୍ତରରୁ ପୁଞ୍ଜି ପାଇ ଏବଂ ନୂଆ ନୂଆ ଅନ୍ତର୍ଦୃଷ୍ଟି ଲାଭ କରି ମନୁଷ୍ୟକୁ ମଧ୍ୟ୍ୟ ସେହି ଜିଜ୍ଞାସାଟି ମଧ୍ୟ୍ୟରେ ସାମିଲ୍ କରା ଯାଇଥିଲା । ସାମୂହିକ ଭୂମି ଉପରେ ମନୁଷ୍ୟମାନଙ୍କୁ ସାମଗ୍ରୀରୂପେ ଗ୍ରହଣ କରି କ୍ରିୟାଶୀଳ ହୋଇ ରହିଥିବା ବହୁତ କିଛିରେ ପରିବର୍ତ୍ତନମାନ ଘଟିଲା ଓ ନୂତନ ଅନ୍ତ ଦୃଷ୍ଟିମାନ ଆଣି ଦେଲା । ଶିକ୍ଷାରେ ଆଗର ଦୃଷ୍ଟିମାନ ବଦଳି ଯାଇଥିଲା । ସମାଜରେ କେତେ ନୂଆ ସଂସ୍କାରକୁ ବାଟ ଛାଡ଼ି ଦିଆଯାଇ ପାରିଲା । ଆଗର କେତେ କେତେ କ୍ରୂରତା କ୍ରମଶଃ ନୂଆ ନୂଆ ବୁଝାମଣାରେ ବଦଳି ମଧ୍ୟ୍ୟ ଯାଇଥିଲା । ଚାର୍ଲସ୍ ଡାର୍‌ଉଇନ୍ ସମ୍ଭବତଃ ପଛରେ ଯାଇ ରହିଲେ । ବିବର୍ତ୍ତନବାଦ ରହିଲା । ପୃଥ୍ୱୀଚେତନାର ଆହୁରି କେତେ କ’ଣ ପରିଚୟଲାଭ ନିମନ୍ତେ ଅପେକ୍ଷା କରି ରହିଲା ।

 

ସେହି ପ୍ରକୃତି ହିଁ ପାଦ ପାଦ ହୋଇ ବିବର୍ତ୍ତିତ ହେବାରେ ଲାଗିଛି । ଆମ ପୃଥିବୀର କାହାଣୀ ବୋଲି କହିଲେ ଆମେ ସର୍ବଦା ସେହି କଥାଟିକୁ ବୁଝିବା । ଏହି ମାଟି, ପଥର, ପାହାଡ଼, ପର୍ବତ, ଗଛବୃକ୍ଷ, ଫୁଲ ଫଳ, ପୃଥିବୀଯାକର ପଶୁ ପକ୍ଷୀଙ୍କୁ ସମ୍ଭାରି ରଖିଥିବା ସେହି ବିସ୍ମୟକାରୀ ବିପୁଳତାମାନେ, ସେଇଟି ଆମର ପ୍ରକୃତି, ଆମର ପୃଥିବୀ । ସେହି ଧାଡ଼ୀରେ ଆବିର୍ଭାବ ଲାଭ କରିଥିବା ଆମେ ମନୁଷ୍ୟମାନେ । ଦୃଶ୍ୟମାନ ବାସ୍ତବ ବୋଲି କହିଲେ ଆମେ ଯାହାକିଛିକୁ ବୁଝୁ, ସେଇ ସବୁକିଛିର ଗୋଟିଏ ଠୁଳ ଅଥଚ ଗତିଶୀଳ ବହମାନତା । ସେହି ଅସଲ ନ୍ୟାୟରେ ମୂଲ୍ୟାୟନ କରି ଦେଖିଲେ ଖୁବ୍‌ ଉପଲବ୍ଧି କରି ହେବ ଯେ, ଆମେ ଯେଉଁମାନେ ଆପଣାକୁ ମନୁଷ୍ୟ ବୋଲି ପରିଚିତ କରାଉଛୁ, ଆମ ପଛରେ ଏକ ସମଗ୍ର ବିବର୍ତ୍ତନର କାହାଣୀ ଲେଖାହୋଇ ରହିଛି । ସେହି କାହାଣୀଟିର ତିନୋଟି ଅଧ୍ୟ୍ୟାୟ, ତିନିଗୋଟି ଚରଣ । ପ୍ରଥମଟି ହେଉଛି ଯେଉଁଟି ବିବର୍ତ୍ତିତ ହୋଇ ସାରିଲାଣି, ଦ୍ୱିତୀୟ ଚରଣଟି ହେଉଛି ମନୁଷ୍ୟ ଓ ପୃଥିବୀ ଯେଉଁ ପର୍ବଟି ଭିତରେ ଗତି କରୁଛନ୍ତି । ଏବଂ, ତୃତୀୟଟି, ଯେଉଁଟି ଏହା ପଛେ ପଛେ ଆସୁଛି । ।

 

ସେଇଟି କ’ଣ ଅନ୍ତିମତମ ସର୍ବଶେଷ ? ଆମେ କଦାପି ଭ୍ରାନ୍ତ ଭାବରେ ଭାବିବା ନାହିଁ ଯେ, ସେହି ପର୍ଯ୍ୟାୟଟିକୁ ଆସି ବିବର୍ତ୍ତନର ପ୍ରକ୍ରିୟାଟି ବନ୍ଦ ହୋଇଯିବ । ପୃଥିବୀ ବା ପ୍ରକୃତି ସତେଅବା କେଉଁ ନିର୍ଦ୍ଧାରିତ ସତ୍ୟଟିର ବୋଲ ମାନି ପାଦ ପକାଇ । ଯେଉଁଠାରେ ଆସି ପହଞ୍ଚିଛନ୍ତି, ସେହିଠାରେ ଆସି ଅଟକି ରହିଯିବ । ପ୍ରକୃତିର ବିବର୍ତ୍ତନ କେବେହେଲେ କେଉଁଠାରେ ଅଟକି ରହି ଯିବନାହିଁ । ସେକଥା ଯେ ହେବନାହିଁ, ଆହୁରି ଆଗକୁ ଯେ ଆହୁରି ପରବର୍ତ୍ତୀ ପର୍ଯ୍ୟାୟମାନ ରହିଛି, ବର୍ତ୍ତମାନ ମଧ୍ୟ୍ୟ କେତେ ମନୁଷ୍ୟ ତାହାର ସନ୍ଦେଶ ଆଣି ଦେଲେଣି । ଏହି କଥାଟିର ମୂଳ କାରଣଟିଏ ହେଉଛି ଯେ, ପ୍ରକୃତି କେଉଁ ରୀତିରେ ଆଗକୁ ପାଦ ପକାଇବ ଏବଂ କ’ଣ ସବୁର କିପରି ଆବିର୍ଭାବ ଘଟାଇବ, ସେହି ମୂଳରୁ ହିଁ କୌଣସି ଅଙ୍କ କଷିଦେଇ କିମ୍ବା କୌଣସି ଯାନ୍ତ୍ରିକ ନିୟମର । ପାଳନ କରି କେହି ସେଗୁଡ଼ିକୁ ଧାର୍ଯ୍ୟ କରି ରଖିନାହିଁ । ପ୍ରକୃତି ନିରନ୍ତର ହିଁ ଆପଣାର ସୀମା ଭାଙ୍ଗିଛି ଅର୍ଥାତ୍ ସୀମାଗୁଡ଼ିକୁ ଅତିକ୍ରମ କରିଛି । ଏପରିକି ସେହି ହେତୁ ପ୍ରକୃତିକୁ କେତେ କେତେ ସମୟରେ ଅତ୍ୟନ୍ତ ଶୋଚନୀୟ ଭାବରେ ପଛକୁ ହଟିଯିବାକୁ ମଧ୍ୟ୍ୟ ହୋଇଛି । ହଁ, ବେଳେବେଳେ ବାଡ଼ବତା ସବୁକିଛି ଭାଙ୍ଗି ଯାଇଛି, ପ୍ରାୟ ଏକ ଚମତ୍କାରିତା ଓ ଶକ୍ତିଶାଳୀ ବିସ୍ଫୋରଣମାନ ଘଟିବା ପରି ମନେ ହୋଇଛି ଏବଂ ଅପ୍ରତ୍ୟାଶିତ ଭାବରେ କେତେ କ’ଣ ଉପଲବ୍ଧ ହୋଇଛି । ହିଂସ୍ର ହୋଇ ସେହି ପ୍ରକୃତି କେତେ କେତେ ସମୟରେ ପ୍ରଚଣ୍ଡ ନାନା କାମନା ଦ୍ୱାରା ତାଡ଼ିତ ହୋଇ ଏହି ପୃଥିବୀରେ ସତେଅବା ସ୍ୱର୍ଗରାଜ୍ୟର ସ୍ଥାପନା କରିଦେବ ବୋଲି ଆଶା ପୋଷଣ ମଧ୍ୟ୍ୟ କରିଛି । ଏବଂ, ସେହିସବୁ ସୀମା-ଲଂଘନର କାର୍ଯ୍ୟ ସିଧା ଦର୍ଶାଇ ଦେଇଛି ଯେ, ପ୍ରକୃତି ମଧ୍ୟ୍ୟରେ ଖୁବ୍‌ସମ୍ଭବ ଦିବ୍ୟ ନଚେତ୍ ପିଶାଚବତ୍ ଏପରି କିଛି ଉପାଦାନ ରହିଛି, ଯାହାଦ୍ୱାରା ସେହିପରି ଘଟଣାମାନ ଘଟିବାରେ ଲାଗିଛି ।

 

ସତକୁ ସତ କେତେ ବଳ, କେତେ ନା କେତେ ପ୍ରଚଣ୍ଡ ସମର୍ଥତା । ସତେ ଯେପରି ତାର ନିଜ ବିଶ୍ୱାସର ବି ଅତୀତ ହୋଇ ରହିଛି । ସେଇଟି ହିଁ ସୀମା ଭାଙ୍ଗୁଛି, ମୋଟେ କୌଣସି ନିୟମକୁ ଶାଶ୍ୱତ ବୋଲି ସ୍ୱୀକାର କରିନେଇ ଆୟତ୍ତ ହୋଇ ରହୁନାହିଁ । ଆଦୌ ରୁଟିନ୍ ମାନିନାହିଁ-। ରୁଟିନ୍‌ ହେଉଛି ଏବଂ ଭାଙ୍ଗିଯାଉଛି । ଯାବତୀୟ ବିବର୍ତ୍ତନ ମଧ୍ୟ୍ୟରେ ସେହିପରି କିଛି ସକଳ ନିୟମବର୍ତ୍ତିତାର ଅତୀତ ହୋଇ ରହିଛି, ଯାହାକି ବିବର୍ତ୍ତନ-ପ୍ରକ୍ରିୟା ମଧ୍ୟ୍ୟରେ ସତେଅବା ଗୋଟିଏ ଧର୍ମ ପରି ହିଁ ଅବସ୍ଥିତ ରହିଛି । ସୃଷ୍ଟିଟା ସାଧାରଣତଃ ସତେଅବା ଗୋଟିଏ ବା କେତୋଟି ନିୟମକୁ ମାନି ଚାଲିଛି, ତଥାପି ତାହାରି ଗର୍ଭରେ ଆଉକିଛି ସବୁବେଳେ ରହିଛି ଯାହା ନିୟମ ମାନୁନାହିଁ, ସୀମାତିକ୍ରମ କରୁଛି ଏବଂ ପୁରାତନ ନିୟମଗୁଡ଼ିକର ସ୍ଥାନରେ ନୂଆ ନିୟମର ପ୍ରବର୍ତ୍ତନ କରାଉଛି । ଶୃଙ୍ଖଳା ଭାଙ୍ଗି ନୂଆ ନୂଆ ଶୃଙ୍ଖଳାକୁ ବାଟ ଛାଡ଼ି ଦେଉଛି । ପ୍ରକୃତି ସ୍ତରରେ ଏହିପରି ସମ୍ଭବମାନେ ସତ୍ୟ ହୋଇ ଆସୁଆସୁ ପୁରୁଣା ହୋଇ ଯାଉଛନ୍ତି; ଯେତେଯେତେ ଅପ୍ରକଟ ଏବଂ ପ୍ରଚ୍ଛନ୍ନ ହୋଇ ରହିଥିଲେ, ସେମାନେ ପ୍ରକଟ ହେବାରେ ଲାଗିଛନ୍ତି ।

 

ଏହି ବିବର୍ତ୍ତନର କ୍ରମରେ ପ୍ରଥମ ଚରଣଟି ରୂପେ ପ୍ରକୃତି ଆମ ଲାଗି ଯେଉଁଟିକୁ ପ୍ରତିଷ୍ଠିତ କରି ମହଜୁଦ କରି ରଖିଛି, ସେଇଟି ହେଉଛି ଆମ ଶାରୀରିକ ଜୀବନ । ଏହି ପୃଥିବୀରେ ଆମେ ଯେପରି ସଚଳ କରି ରହିବୁ ଏବଂ ଅଗ୍ରଗତି କରିବୁ, ସେଥିଲାଗି ଦୁଇଟି ଉପାଦାନକୁ ଏକତ୍ର ଯୋଡାଯାଇଛି ଏବଂ ଦୁଇଟି ମଧ୍ୟ୍ୟରେ ଏକ ସମଞ୍ଜସତା ମଧ୍ୟ୍ୟ ସ୍ଥାପନ କରାଯାଇଛି । ସେହି ଦୁଇଟିକୁ ଆମେ ନିମ୍ନ ସ୍ତରର ବୋଲି ମନେ କରୁଥିଲେ ମଧ୍ୟ୍ୟ, ସେଗୁଡ଼ିକୁ ଆମ ଅସ୍ତିତ୍ୱର ଏକାନ୍ତ ଅପରିହାର୍ଯ୍ୟ ସର୍ବମୂଳ ଭୂମି ବୋଲି ହିଁ କୁହାଯିବ । ପ୍ରଥମ ଉପାଦାନଟି ହେଉଛି ଜଡ଼; ନିତାନ୍ତ ସୂକ୍ଷ୍ମ ଏବଂ ଉଚ୍ଚ ସ୍ତରର ଅଧ୍ୟ୍ୟାତ୍ଜ ତାହାକୁ ଯେତେ ଯେତେ ପ୍ରକାରେ ନିମ୍ନ ନିଘାରେ ଦେଖିଲେ ମଧ୍ୟ୍ୟ, ସେହି ଜଡ଼ ହିଁ ଆମ ଜୀବନର ସବାମୂଳରେ ଭୂମି ହୋଇ ଅବସ୍ଥିତ ରହିଛି । ଆମର ଯେତେ ଯାହା ଶକ୍ତିର କ୍ରିୟାକଳାପ ତଥା ଯାବତୀୟ ଉପଲବ୍ଧି,–ସେହି ଭୂମିର ଆଧାର ଉପରେ ହିଁ ସମ୍ଭବ ହେଉଛି-! ଦ୍ୱିତୀୟ ଉପାଦାନଟି ହେଉଛି ପ୍ରାଣିକ ଶକ୍ତି, ଯାହା ହେତୁ ଆମେ ଏକ ଭୌତିକ ଶରୀର ମଧ୍ୟ୍ୟରେ ଜୀବନଟିଏ ବଞ୍ଚି ପାରୁଛୁ । ଆମ ଜୀବନର ପରବର୍ତ୍ତୀ ଠାବମାନେ,–ଆମର ମାନସିକ ଏବଂ ଆଧ୍ୟ୍ୟାତ୍ଜକ ଯାହାକିଛି କ୍ରିୟାଶୀଳ ହୋଇ ଏବଂ ଯେଉଁ ଦୁଇଟିକୁ ଜୀବନରେ ଆମେ ଉଚ୍ଚତର ମର୍ଯ୍ୟାଦାମାନ ଦେଉଛୁ ସେହି ଶାରୀରିକ ଜୀବନ ଉପରେ ଦୁଇଟିଯାକ ଠିଆ ହୋଇ ରହିଛନ୍ତି । ଆମେ ସତେଅବା କୌଣସି ଉଚ୍ଚ ମହୁଡ଼ ଉପରେ ଛିଡ଼ା ହୋଇ ସେହି ଶରୀରଗତ ଜୀବନଟିକୁ ସତେଅବା ଅସ୍ୱୀକାର କଲାପରି ଆତଯାତ ହେଉଥିଲେ ମଧ୍ୟ୍ୟ ଆମର ମାନସିକ ଏବଂ ଆଧ୍ୟ୍ୟାତ୍ଜକ ସେହି ଶରୀରକୁ ଅବଲମ୍ବନ କରି ରହିଛି । ସେହି ଶରୀରର ଜୀବନଟି ହିଁ ଆବଶ୍ୟକ ଦୃଢ଼ତାଟିକୁ ପ୍ରଦାନ କରି ଆମକୁ ସମ୍ଭବ କରି ରଖିଛି । ଶରୀର ନାମକ ଗୋଟିଏ ସ୍ଥାୟୀ ଭୂମି ରହିଛି ବୋଲି ତ ମନୁଷ୍ୟଜୀବନରେ ଉତ୍ତରୋତ୍ତର ଭାବରେ କ୍ରମପ୍ରକାଶିତ ହୋଇ ଆସୁଥିବା ଈଶ୍ୱରଙ୍କୁ ଏକ ବାସ ମିଳି ପାରିଛି । ସେହି ଈଶ୍ୱରଙ୍କ ସକାଶେ ଶରୀର ନାମକ ସେହି ସ୍ତରଟି ଏକ ଠାବ ଯୋଗାଇ ଦେଇଛି ଏବଂ ଯୁଗପତ୍ ଭାବରେ ସେହି ଈଶ୍ୱରଙ୍କ ଲାଗି ଏକ ସାଧନରୂପେ ବ୍ୟବହୃତ ହୋଇ ପାରୁଛି । କୌଣସି ଇତର ପ୍ରାଣୀ ବିବର୍ତ୍ତନର ସେହି ଆବଶ୍ୟକତାଟିକୁ କଦାପି ମେଣ୍ଟାଇ ପାରି ନଥାନ୍ତେ ।

 

ସମ୍ଭବତଃ ସେହି କଥାଟିକୁ ସ୍ପଷ୍ଟ କରି ଦେବାପାଇଁ ଐତରେୟ ଉପନିଷଦର ଏକ କାହାଣୀ ପରି କୁହାଯାଇଛି ଯେ ପରମ ଦିବ୍ୟ ଆତ୍ଜା ପଶୁ-ସ୍ତରର ଭଳି ଭଳି ଜୀବଙ୍କୁ ଆଣି ପ୍ରଦାନ କରିଥିଲେ ମଧ୍ୟ୍ୟ ଦେବତାମାନେ ତାହାକୁ ଆଦୌ ଗ୍ରହଣ କରିନଥିଲେ ଏବଂ, ଯେତେବେଳେ ସେମାନଙ୍କୁ ଦେବା ସକାଶେ ମନୁଷ୍ୟକୁ ଆଣି ପ୍ରଦାନ କରାଗଲା । ସେତେବେଳେ ସେମାନେ “ହଁ, ଏଇଟି ହିଁ ପ୍ରକୃତରୁ ପରିପୂର୍ଣ୍ଣ ଭାବରେ ତିଆରି ହୋଇଛି ବୋଲି ମତ ପ୍ରକାଶ କଲେ । ତା'ପରେ ସେମାନେ ସେହି ମନୁଷ୍ୟରୂପୀ ନମୁନାଟି ମଧ୍ୟ୍ୟରେ ପ୍ରବେଶ କରିଥିଲେ । ଗୋଟିଏ ପଟେ ଜଡ଼, ଜାଡ୍ୟତା ହିଁ ତା’ର ଧର୍ମ; ଏବଂ, ଆଉଗୋଟିଏ ପଟେ ପ୍ରାଣନାମକ ଶକ୍ତିଟି-ସଦା କ୍ରିୟାଶୀଳ ଏବଂ ପ୍ରକୃତି ଦୁଇଟିକୁ ଏକ ସାଲିଶ୍ କଲାପରି ଆଣି ଏକତ୍ର କରିଛି ଏବଂ ତାହାରି ଦ୍ୱାରା ଆମର ଏହି ଶାରୀରିକ ଜୀବନଟି ସମ୍ଭବ ହୋଇଛି । ପ୍ରାଣ ସେହି ଦେହଟି ଭିତରେ ଆଶ୍ରୟ ପାଇଛି ଓ ଦେହରୁ ଉପାଦାନ ନେଇ ତିଷ୍ଠି ରହିଛି । ତାହାରିଦ୍ୱାରା ଏକ ପ୍ରାଣିକ ଜୀବନ ସମ୍ଭବ ହୋଇଛି, ପୁଷ୍ଟି ପାଇ ପାରୁଛି ଏବଂ ଯୁଗପତ୍ ଭାବରେ ଜୀବନର ମନୋଗତ ବିକାଶଗୁଡ଼ିକ ମଧ୍ୟ୍ୟ ପୂର୍ଣ୍ଣତମ ଭାବରେ ଘଟିପାରୁଛି । ଏହି ଶାରୀରିକ ସ୍ତରଟିକୁ ତେଣୁ ଆମ ଜୀବନର ଏପରି ଏକ ସମତାବସ୍ଥା ବୋଲି କୁହାଯିବ, ଯାହାକୁ କି ଆମେ ମନୁଷ୍ୟମାନଙ୍କ ଜୀବନରେ ଏକ ଭୂମି ପରି କାର୍ଯ୍ୟ କରୁଛି ବୋଲି ଆମେ ଜାଣି ରଖିବା । ଯୋଗର ଭାଷାରେ ଏଇଟିକୁ ଅନ୍ନମୟ କୋଷ ବୋଲି କୁହାଯାଇଛି । ଅନ୍ନମୟ ଅର୍ଥାତ୍‌ ଏହି ସ୍ଥୂଳତର ସ୍ତରଟି । ତୁଚ୍ଛା ସ୍ଥୂଳ ଧର୍ମଗୁଡ଼ିକର ପାଳନ କରୁଥିବା ଶରୀରଟିଏ ଏବଂ ଆମ ଜୀବନକୁ ସର୍ବବିଧ ପ୍ରକାରେ ସଂବେଦନଶୀଳ କରି ରଖିଥିବା ସ୍ନାୟୁଗତ କ୍ରିୟାଶୀଳତାର ପୂର୍ଣ୍ଣ ସଂସାରଟି, ଯାହାକୁ ପ୍ରାଣମୟ କୋଷ ବୋଲି ନାମିତ କରାଯାଇଛି । ସକଳ ଅର୍ଥରେ ସବାମୂଳରେ ରହିଥିବା ଆମର ସବା ପ୍ରଥମ ପରିଚୟଟି । ।

 

ତେଣୁ, ସର୍ବଦା ସ୍ମରଣ ରଖିବାକୁ ହେବ ଯେ ସର୍ବନିମ୍ନ ସ୍ତରର ଏହି ଯେଉଁ ସମତାବସ୍ଥା, ସେଇଟିକୁ ଆଧାର କରି ବିଶ୍ୱମୟ ପରମଶକ୍ତି ଆପଣାର ପରବର୍ତ୍ତୀ ସୋପାନଗୁଡ଼ିକର ଉନ୍ମୀଳନ ନିମନ୍ତେ ଆମ ସମସ୍ତଙ୍କ ଭିତରେ ସର୍ବପ୍ରଥମ ସାଧନରୂପେ ବ୍ୟବହାର କରୁଛି, ଏଇଟିକୁ ସାଧନରୂପେ ବ୍ୟବହାର କରି ପରମ ଦିବ୍ୟସତ୍ତା ସତତ କାର୍ଯ୍ୟ କରୁଛନ୍ତି ଏବଂ ଏଇଠାରେ ହିଁ ଆପଣାକୁ ପ୍ରକାଶିତ କରି ଆଣୁଛନ୍ତି । ଭାରତୀୟ ପ୍ରଜ୍ଞା ଏହିପରି ଏକ ଘୋଷଣା କରି ଆସିଛି ଯେ ଆମ ପ୍ରକୃତିର ଯଥାର୍ଥ ବିଧାନଟିକୁ ଏକ ପରିପୂର୍ଣ୍ଣତା ପ୍ରଦାନ କରିବା ନିମନ୍ତେ ହିଁ ଏକ ସାଧନରୂପେ ଆମେ ଏହି ଶରୀରଟିକୁ ଧାରଣ କରିରହିଛୁ । ଯଦି ସେହି ଉକ୍ତିଟି ସତ୍ୟ ହୋଇଥାଏ, ତେବେ ଶାରୀରିକ ଜୀବନଟି ପ୍ରତି କୌଣସି ଅବଜ୍ଞାଦୃଷ୍ଟି ରଖି ଯଦି ଆମେ ସେଇଟିକୁ ବର୍ଜନ କରି ପଳାୟନ କରୁଥିବା, ତେବେ ସେପରି କରିବାଦ୍ୱାରା ଆମେ ବସ୍ତୁତଃ ସେହି ଦିବ୍ୟ ପରମ ପ୍ରଜ୍ଞାର ପରିପୂର୍ଣ୍ଣତାଟି ଆଡ଼କୁ ବିମୁଖ ହୋଇ ମୁହଁ ବଙ୍କାଇ ଚାଲିଗଲୁ ବୋଲି ହିଁ କହିବାକୁ ହେବ । ଜାଣି ରଖିବାକୁ ହେବ ଯେ, ଆମେ ମୂଳଟିକୁ ହିଁ ଦୁର୍ବଳ କରି ରଖିଲୁ ଏବଂ ଆମ ଜୀବନର ଆମେ ଭାବୁଥିବା ଅଧିକ ଅସଲ ସାଧନା ଏବଂ ଆସ୍ପୃହାଗୁଡ଼ିକୁ ମଧ୍ୟ୍ୟ ଦୁର୍ବଳ କରି ରଖିଲୁ । କେତେକ ବ୍ୟକ୍ତି କ’ଣ ସବୁ କାରଣରୁ ହୁଏତ ଏପରି ସବୁ ଧାତୁରେ ତିଆରି ହୋଇଥାନ୍ତି ଯେ, ଏହିପରି ଏକ ଦୃଷ୍ଟିକୋଣକୁ ଉଚିତ ବୋଲି ମନେ କରନ୍ତି । କିନ୍ତୁ ମନୁଷ୍ୟଜାତି ପାଇଁ ସେହିପରି କୌଣସି ଲକ୍ଷ୍ୟ ମୋଟେ ସ୍ଥିରୀକୃତ ହୋଇ ରହିନାହିଁ । ତେଣୁ ଯୋଗର କୌଣସି ସାଧନା ଯଦି ଶରୀର ବିଷୟରେ ବିମୁଖ ହୋଇ ରହୁଥାଏ ଏବଂ ଯାବତୀୟ ଆଧ୍ୟ୍ୟାତ୍ଜିକ ଅନୁଶୀଳନରେ ଦେହକୁ ପୂରା ବାଦ୍ ଦେବାକୁ ଅଥବା ପ୍ରତ୍ୟାଖ୍ୟାନ କରିବାକୁ ହିଁ ଆପଣାର ପରିପୂର୍ଣ୍ଣତା ଲାଭ କରିବା ନିମନ୍ତେ ଅପରିହାର୍ଯ୍ୟ ମଣେ, ତେବେ ତାକୁ କୌଣସି ପ୍ରକାରେ ହିଁ ପୂର୍ଣ୍ଣାଙ୍ଗ ଯୋଗ ବୋଲି କୁହା ଯିବନାହିଁ । ବରଂ, ଅପରପକ୍ଷରେ, ସେଥିରେ ସବାଶେଷ ପରିଣାମ ରୂପେ ଶରୀରର ସେହି ପରିପୂର୍ଣ୍ଣତା ହିଁ ପରମ ଅଧ୍ୟ୍ୟାତ୍ଜର ଏକ ବିଜୟ ହିସାବରେ ସ୍ଵୀକୃତ ହୋଇ ଅବଶ୍ୟ ରହିବ । ଏବଂ, ଶରୀରସ୍ତରୀୟ ଜୀବନକୁ ବି ଏକ ଦିବ୍ୟ ଜୀବନରେ ପରିଣତ କରିବାକୁ ଏହି ବିଶ୍ୱରେ ତାଙ୍କର ସର୍ବବିଧ କାର୍ଯ୍ୟରେ ପରମେଶ୍ୱରଙ୍କର ଓ ସର୍ବଶେଷ ପ୍ରତିପାଦନ ବୋଲି ଘୋଷିତ ହେବ । ଆମମାନଙ୍କ ନିଘାଟି ଅନୁସାରେ ଜୀବନର ଏହି ଶାରୀରିକଟା ହିଁ ଅଧ୍ୟ୍ୟାତ୍ଜର ମାର୍ଗରେ ଏକ ବୃହତ୍‌ ପ୍ରତିବନ୍ଧକ ରୂପେ ଆସି ଛିଡ଼ା ହୋଇ ରହିଥାଏ ସତ, ମାତ୍ର ସେହି ଯୁକ୍ତିଟି ସହିତ ଆମେ ଏହି ଶାରୀରିକଟାକୁ ଯେ ବର୍ଜନ କରିବା, ସେପରି କାହିଁକି ହେବ ?

 

ଅଧ୍ୟ୍ୟାତ୍ଜ ପାଇଁ ଏହି ଭୌତିକ ଅର୍ଥାତ୍ ଶାରୀରିକଟି ଯେଉଁସବୁ ପ୍ରତିବନ୍ଧକ ଆଣି ଛିଡ଼ା କରାଏ, ସେହି କାରଣରୁ ଯେ ଆମେ ଶାରୀରିକଟିର ବର୍ଜନ କରିବା, ସେପରି ହେବାର ଆଦୌ କାରଣ ନାହିଁ । କାରଣ, ଏହି ପୃଥିବୀରେ ଯାବତୀୟ ବସ୍ତୁ ଆପଣାର ଅଦୃଶ୍ୟ ନିୟତି ଦ୍ୱାରା ପରିଚାଳିତ ହୋଇ ଏପରି ଭାବରେ ବିଦ୍ୟମାନ୍‌ ରହିଛି ଯେ, ଆମର ସବୁଠାରୁ ବୃହତ୍‌ ଅସୁବିଧାଗୁଡ଼ିକ ଏଠାରେ ବସ୍ତୁତଃ ଆମର ସର୍ବବୃହତ୍‌ ସୁଯୋଗରୂପେ ହିଁ କାର୍ଯ୍ୟ କରିଥାନ୍ତି । ଅର୍ଥାତ୍ ଆମ ମାର୍ଗରେ ଯେଉଁଟି ଏକ ପୂରା ଅସାଧ୍ୟ୍ୟ ବାଧା ପରି ବୋଧ ହେଉଥାଏ, ତଦ୍ଦ୍ୱାରା ପ୍ରକୃତି ଆମଲାଗି ସୂଚିତ କରି ଦେଉଥାଏ ଯେ ବର୍ତ୍ତମାନ ଆମଲାଗି ଏକ ବୃହତ୍ ବିଜୟ ହାସଲ କରିବାର ମୁହୂର୍ତ୍ତ ଆସି ପ୍ରକୃତରେ ପହଞ୍ଚିଛି । ଏକ ବହୁତ ବଡ଼ ସମସ୍ୟାର ଯେ ସମାଧାନ ହୋଇ ପାରିବ, ତାହାରି ଗୋଟିଏ ମୁହୂର୍ତ୍ତ ଆସି ଉପଗତ ହିଁ ହୋଇଛି । ତେଣୁ ଆମେ ତାହାକୁ କୌଣସି ଅବିଚାର କରି ପଶ୍ଚାତ୍‌ପଦ ହୋଇ ରହି ଯିବାନାହିଁ,–ଏହି ଏକାନ୍ତ ଅଛିଣ୍ଡା ଜାଲଟାକୁ ଆମେ କଦାପି ଛିଣ୍ଡାଇ ପାରିବାନାହିଁ ଅଥବା ବର୍ତ୍ତମାନ ଏପରି ଗୋଟିଏ ଶତ୍ରୁ ସାମନାରେ ଆସି ଦଣ୍ଡାୟମାନ ହୋଇଛି ଯାହାକୁ ଆମର ଆଉ ମୋଟେ ବଳ ପାଇବନାହିଁ, ତେଣୁ ଦଉଡ଼ି ପଳାଇ ଯିବାକୁ ଏପରି ବିଚାର କରି ଆମେ ସେହି ଆହ୍ୱାନଟି ଆଗରୁ ଆଦୌ ନିରସ୍ତ ହୋଇ ରହି ଯିବାନାହିଁ ।

 

ପ୍ରାଣିକ ସ୍ତରରେ ମଧ୍ୟ୍ୟ ସେହି କଥା । ଆମ ଭିତରେ ଯେଉଁ ପ୍ରାଣଶକ୍ତି ରହିଛି । ଏବଂ ଆମ ସ୍ନାୟୁସମୂହର ଏକ ଖାସ୍ ସଂସ୍ଥିତି ଦ୍ୱାରା ଆମ ଭିତରେ କାର୍ଯ୍ୟ କରୁଛି, ସେଇଟି ମଧ୍ୟ୍ୟ ଗୋଟିଏ ବୃହତ୍ କାର୍ଯ୍ୟରେ ଲାଗିବବୋଲି ରହିଛି । ଏକ ଚରମ ପରିପୂର୍ଣ୍ଣତା ଲାଭ କରିବାର ଯେଉଁ ନିୟତିଟିକୁ ବହନ କରି ଆମେ ଏହି ପୃଥିବୀରେ ଜୀବନ ବଞ୍ଚୁଛୁ, ସେହି କ୍ଷେତ୍ରଟିରେ ସେହି ପ୍ରାଣସ୍ତରର ପ୍ରଚ୍ଛନ୍ନ ସମ୍ଭାବନାଗୁଡ଼ିକ ଦିବ୍ୟ ଉପଲବ୍ଧି ଲାଭ କରିବ, ଆମ ପ୍ରାଣଗତ ଜୀବନଟି ମଧ୍ୟ୍ୟ ଆମଠାରୁ ସେଇଟିକୁ ଦାବୀ କରୁଛି । ଏକ ବିଶ୍ୱମୟ ବ୍ୟବସ୍ଥାରେ ଆମର ଏହି ପ୍ରାଣମୟ ଉପାଦାନଟିର ଯେଉଁ ଭୂମଟି ନିରୂପିତ ହୋଇ ରହିଛି, ଉପନିଷଦୀୟ ଏହି ପ୍ରଜ୍ଞାବାକ୍ୟଟି ଦ୍ୱାରା ସେହି ଶକ୍ତିଶାଳୀ କଥାଟିକୁ କେତେ ନା କେତେ ମହତ୍ତ୍ୱ ଦେଇ କୁହାଯାଇଛି: “ଗୋଟିଏ ଶକଟଯାନର କାଠିମାନେ ଗୋଟିଏ ନାଭିକେନ୍ଦ୍ରରେ ଯେପରି ସଂଯୋଜିତ ହୋଇ ରହିଥାନ୍ତି, ଠିକ୍ ସେହିପରି ଏହି ପ୍ରାଣଶକ୍ତିଟି ମଧ୍ୟ୍ୟରେ ଯାବତୀୟ ସବୁକିଛି ଦୃଢ଼ ପ୍ରତିଷ୍ଠିତ ହୋଇ ରହିଛି, ସେହି ତ୍ରିବିଧ ଜ୍ଞାନ ଜୀବନନାମକ ସେହି ପରମ ଯଜ୍ଞଟି, ବଳବାନ୍ ମାନଙ୍କର ସବୁକିଛି ଶକ୍ତି ଓ ପ୍ରାଜ୍ଞ ମାନଙ୍କର ସମସ୍ତ ଶୁଦ୍ଧତା ସବୁକିଛି ସେହିଠାରେ ହିଁ ସଂକେନ୍ଦ୍ରିତ ହୋଇ ରହିଛି । ତିନୋଟିଯାକ ସ୍ଵର୍ଗରେ ଯାହାକିଛି ପ୍ରତିଷ୍ଠିତ ହୋଇ ରହିଛି ସବୁ ସେହି ପ୍ରାଣଶକ୍ତିର ନିୟନ୍ତ୍ରଣରେ ରହି ହିଁ ସମ୍ଭବ ହୋଇ ପାରୁଛି ।” ତେଣୁ, ଯେଉଁ ଯୋଗ ଏହି ପ୍ରାଣଗତ ଶକ୍ତିକୁ ମାରି ପକାଏ, ଏବଂ ନାନା କଠୋର ଶୃଙ୍ଖଳାଦିର ପ୍ରୟୋଗ କରି ଆମକୁ ଅତ୍ୟନ୍ତ ଲୁପ୍ତବଳ କରି ଦେଇ ଯେତିକି ଯେଉଁଭଳି ରହିଛି, ସେତିକିରେ ବାଧ୍ୟ୍ୟ କରାଇ ନିଏ ଅଥବା ସେହିଗୁଡ଼ିକ ରହିଥିବାରୁ ହିଁ ଆମକୁ ଯାବତୀୟ ଅବାଞ୍ଚିତ କ୍ରିୟାକଳାପ ଭିତରେ ଲିପ୍ତ ହୋଇ ରହିବାକୁ ପଡ଼ୁଛି ବୋଲି ସେଗୁଡ଼ିକୁ ଉତ୍ପାଟିତ କରିଦେବା ପାଇଁ ତତ୍ପର ହେଉଥାଏ, ଆମେ କେବେହେଲେ ତାହାକୁ ପୂର୍ଣ୍ଣାଙ୍ଗ ଯୋଗ ବୋଲି କହିବା ନାହିଁ । ସେଗୁଡ଼ିକୁ ନଷ୍ଟ କରି ନଦେଇ ବିଶୋଧିତ କରିବା-ସେଗୁଡ଼ିକୁ ନିୟନ୍ତ୍ରଣରେ ଆଣିବା ଏବଂ କାମରେ ଲଗାଇ ପାରିବା, –ରୂପାନ୍ତରିତ କରିନେବା, ତାହାହିଁ ଆମର ଲକ୍ଷ୍ୟ ହୋଇ ରହିଥିବା ଉଚିତ । କାରଣ, ସେମାନେ ତ ବସ୍ତୁତଃ ସେଇଥିପାଇଁ ତିଆରି ହୋଇଛନ୍ତି ଏବଂ ଆମ ଭିତରେ ବିକଶିତ ହୋଇ ଆସିଛନ୍ତି ।

 

ପ୍ରାଣିକ ଏବଂ ଶରୀରସ୍ଥକୁ ଏକତ୍ର ଛନ୍ଦି ଆମରି ଦେହଗତ ଜୀବନଟି ବିକଶିତ ହୋଇ ଆସିଛି । ସେହି ଦେହଗତ ଜୀବନଟି ଆମ ଅସ୍ତିତ୍ୱର ଭୂମି ହୋଇ ରହିଛି ଏବଂ ଆମ ଜୀବନର ପ୍ରଥମ ସାଧନ ହୋଇ ରହିଛି । ଠିକ୍ ସେହି କ୍ରମରେ ଆମର ମାନସିକ ଜୀବନଟି ମଧ୍ୟ୍ୟ ଆମ ଭିତରେ ବିବର୍ତ୍ତିତ ହେବାରେ ଲାଗିଛି । ସେହି ମନ ହେଉଛି ଆମକୁ ମାଧ୍ୟ୍ୟମ କରି ପ୍ରକୃତିର ପରବର୍ତ୍ତୀ ଲକ୍ଷ୍ୟ, ଏକ ଉଚ୍ଚତର ପ୍ରୟୋଗଭୂମିର ଲକ୍ଷ୍ୟ । ଏହି ଦ୍ୱିତୀୟ ଚରଣରେ ସେହି ମନଃକ୍ଷେତ୍ରୀୟ ବିକାଶ ହିଁ ପ୍ରକୃତିର ନିମିତ୍ତରୂପେ ଗଠିତ ହୋଇ ଆସିବା ହିଁ ମନୁଷ୍ୟମାନଙ୍କର ପ୍ରୟାସ ହୋଇ ରହିଛି । ମଝିରେ ମଝିରେ ବ୍ୟତିକ୍ରମ ଅବଶ୍ୟ ଘଟିଛି, କ’ଣ ସବୁ କାରଣ ହେତୁ ମନୁଷ୍ୟମାନେ ଥକି ଯାଇଛନ୍ତି,–ସତେଅବା ବିଶ୍ରାମ ଲୋଡ଼ିଛନ୍ତି ଏବଂ ନିଜକୁ ପ୍ରତ୍ୟାହାର କରି ରଖିଛନ୍ତି । ତଥାପି ମୁଖ୍ୟ ସମର୍ଥତମ ପ୍ରୟାସଗୁଡ଼ିକ ସେହି ମାନସିକ ଆସ୍ଫୃହା ଗୁଡ଼ିକର ବୋଲ ମାନି ହୋଇ ଆସିଛି । ଏକଥା ଅବଶ୍ୟ ସତ୍ୟ ଯେ, ପ୍ରାଣ ଏବଂ ଦେହଗତ ପ୍ରୟୋଜନ ପୂରଣର ବିବିଧ ଜାଲ ଭିତରେ ଛନ୍ଦି ହୋଇ ରହିଥିବା ଯାଏ ମନୁଷ୍ୟମାନେ ସେତିକି ଭିତରେ ଆବଦ୍ଧ ହୋଇ ରହି ଯାଇଛନ୍ତି । କିନ୍ତୁ ସେଥିରୁ ମୁକୁଳି ଆସିବା ସଙ୍ଗେ ସଙ୍ଗେ ମନର ଭୂମିଟି ହିଁ ସେମାନଙ୍କୁ ପ୍ରାୟ ସ୍ୱାଭାବିକ ଭାବରେ ଆକର୍ଷଣ କରିଛି ଏବଂ ସେମାନଙ୍କୁ ସତେଅବା ପାହାଚ ଉଠାଇ ନେଇଛି । ସିଏ ଯେ ପୃଥିବୀର ଇତର ଅନ୍ୟ ପ୍ରାଣୀମାନଙ୍କ ଠାରୁ ଅଧିକ କିଛି, ସେହିପରି ଏକ ଅନ୍ୟ ଉଚ୍ଚାଟନ ଆସି ପହଞ୍ଚାଇବାର ମୁହୁର୍ତ୍ତମାନେ ଆସି ପହଞ୍ଚି ଯାଇଛନ୍ତି ।

 

ଇତର ପ୍ରାଣୀମାନଙ୍କଠାରୁ ମନୁଷ୍ୟର ଯେଉଁ ଭିନ୍ନତା ରହିଛି, ଏହି ପ୍ରସଙ୍ଗରେ ଆମେ ସେଇଟିକୁ ହିଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ଜାଣିବା । ମନୁଷ୍ୟମାନଙ୍କର ଏଇ ମନ କେବଳ ଗୋଟିଏ ନୁହେଁ, ଗୋଟିଏ ଦୁଇଧର୍ମୀ ମନ ରହିଛି ପୁଣି ଆଉ କେତେ କ୍ଷେତ୍ରରେ ମନ ତ୍ରିମିଶ୍ରିତ ହୋଇ ମଧ୍ୟ୍ୟ କାର୍ଯ୍ୟ କରୁଛି । ଭୌତିକ ମନଟିଏ ଯେପରି ରହିଛି, ସେହିପରି ଏକ ପ୍ରାଣପ୍ରଧାନ ମନ ମଧ୍ୟ୍ୟ ରହିଛି । ହଁ, ସଂପୂର୍ଣ୍ଣ ଭାବରେ ବୁଦ୍ଧିଦ୍ୱାରା ପ୍ରେରିତ ଏବଂ ପରିଚାଳିତ ଆଉ ପ୍ରକାରେ ମନ ଯାହାକି ମନୁଷ୍ୟକୁ ଦେହସ୍ତରୀୟ ଏବଂ ପ୍ରାଣଗତ ନାନା ମାୟାଠାରୁ ବିମୋଚିତ କରି ନେଇଯାଏ । ଏବଂ ତା'ପରେ ବୁଦ୍ଧିର ଉପରକୁ ଏକ ଦିବ୍ୟ ମନ ଯାହାକି ଆପଣା ସ୍ତରରେ ନିଜକୁ ତୁଚ୍ଛା ନ୍ୟାୟଯୁକ୍ତିର ଆୟତ୍ତରେ ରହି ନାନା ବାଛବିଚାର କରୁଥିବା ତଥା ନିତାନ୍ତ ନାନା କଳ୍ପନାପ୍ରବଣତା ମଧ୍ୟ୍ୟରେ ପଡ଼ି ରହିଥିବା ଅପୂର୍ଣ୍ଣତାଯୁକ୍ତ ଯୌକ୍ତିକତା ମଧ୍ୟ୍ୟରୁ ନିଜକୁ ମୁକ୍ତ କରି ରଖିଥାଏ । ଭୌତିକ ଠାରୁ ଦିବ୍ୟ ପର୍ଯ୍ୟନ୍ତ ଆମ ମାନସିକ ଜୀବନର ଯେଉଁ ବହୁବିଧତା, ତାହା ପୁଣି ପ୍ରାୟ କୌଣସି ଧର୍ମର ପାଳନ କରୁଥିବା ପରି ଭାରି ଗୋଳିଆମିଶା ହୋଇ କାର୍ଯ୍ୟ କରୁଥାଏ । ଭୌତିକ ମନ ସବାତଳେ ଏବଂ ଏହିପରି ସ୍ତର ସ୍ତର କରି ଉପର ଉପରକୁ ଗଲେ ଯେ ପୂର୍ଣ୍ଣଲକ୍ଷଣ ଦିବ୍ୟ ମନରେ ଯାଇ ପହଞ୍ଚି ହୁଏ ସେପରି ମୋଟେ ନୁହେଁ । ପ୍ରାୟ ସବୁଟି ମଧ୍ୟ୍ୟରେ ସବୁଟି ଅନ୍ତର୍ଗତ ହୋଇ ରହିଥାଏ ଏବଂ ମନୁଷ୍ୟମାନଙ୍କର ଜୀବନକୁ ବହୁକ୍ଷମ କରି ରଖିଥାଏ ।

 

ତଥାପି, ଏକ ବିବର୍ତ୍ତନର କ୍ରମ ଦେଇ ବୁଝିବା ପାଇଁ ଇଚ୍ଛା କଲେ, ମନ ସର୍ବପ୍ରଥମେ ମନୁଷ୍ୟର ଶରୀରଗତ ଜୀବନକୁ ନେଇ ଜଡ଼ିତ ହୋଇ ରହିଥାଏ । ଉଦ୍‌ଭିଦ ମାନଙ୍କର ସ୍ତରରେ କେଉଁଠି ଯାଇ କେତେ ତଳେ ସତେଅବା ପୋତି ହୋଇ ରହିଥାଏ ଯେ, ସତକୁ ସତ ରହିଛି ବୋଲି ପ୍ରତୀତ ମଧ୍ୟ୍ୟ ହୁଏ ନାହିଁ । ଏବଂ, ଇତର ପ୍ରାଣୀମାନଙ୍କର ସ୍ତରକୁ ଆସି ତାହା ବନ୍ଦୀ ହୋଇ ରହିଥିବା ପରି ଅନୁମାନ ହେଉଥାଏ । ଭୌତିକ ସ୍ତରର ମନ ଏହି ଜୀବନକୁ ଆମ ଯାବତୀୟ କ୍ରିୟା ଇତ୍ୟାଦିର ସମଗ୍ର ଆୟତନ ବୋଲି ଗ୍ରହଣ କରି ନେଇଥାଏ ଏବଂ ପ୍ରାୟ ଏକ ପରିପୂର୍ଣ୍ଣ ଅନୁରକ୍ତି ସହିତ ତାହାରି ଆବଶ୍ୟକତା ଗୁଡ଼ିକର ହିଁ ପୂରଣ କରିବାରେ ବ୍ୟସ୍ତ ହୋଇ ରହିଥାଏ । ନ୍ୟାୟତଃ କେବଳ ସେତିକିକୁ ଜୀବନର ସବୁକିଛି ଲକ୍ଷ୍ୟ ବୋଲି ମାନି ନେଇଥାଏ । ମାତ୍ର, ପ୍ରକୃତ ସତକଥା ହେଉଛି ଯେ, ଆମ ମନୁଷ୍ୟମାନଙ୍କର ଦେହସ୍ତରର ଏହି ଜୀବନ,–ସେଇଟି ହେଉଛି କେବଳ ଗୋଟିଏ ଭୂମି, ତାହା କଦାପି ଜୀବନର ଲକ୍ଷ୍ୟ ନୁହେଁ । କେବଳ ଗୋଟିଏ ପ୍ରଥମ ଆବଶ୍ୟକତା, ତା’ ଜୀବନର ଆଦୌ କୌଣସି ଚରମ ନିୟାମକ ନୁହେଁ । ପ୍ରାଚୀନ ପ୍ରାଜ୍ଞମାନଙ୍କର କହିଥିବା ଅନୁସାରେ, ମନୁଷ୍ୟ ହେଉଛି ମୂଳତଃ ଚିନ୍ତା କରି ପାରୁଥିବା ଏକ ସତ୍ତା,–ସିଏ ହେଉଛି ମନ ଅର୍ଥାତ୍ ମନୋମୟ ଜୀବସତ୍ତା ଯିଏକି ପ୍ରାଣ ଏବଂ ଶରୀରକୁ ବାଟ ଦେଖାଏ । ଅର୍ଥାତ୍, ଦେହ ଏବଂ ପ୍ରାଣ ଦ୍ୱାରା ସୀମାଟି ଭିତରେ ରହିଥିବା ସତ୍ତାଟିକୁ ବାଟ ଦେଖାଇବାରେ ଲାଗିଥାଏ । ତେଣୁ, ଯେତେବେଳେ ଜଡ଼କୁ ଅତିକ୍ରମ କରି ଏକ ବୁଦ୍ଧିସମ୍ପନ୍ନ ମାନସିକତା କନ୍ମଲାଭ କରେ ଓ ଯେତେବେଳେ ଆମ ସ୍ନାୟୁଗତ ଏବଂ ଭୌତିକ ବହୁନିର୍ଭରତା ଭିତରୁ ଶକ୍ତିଲାଭ କରି ଆମେ ମନର ନିର୍ଦ୍ଦେଶନାରେ ହିଁ ଜୀବନକୁ ବଞ୍ଚୁ ଅଧିକରୁ ଅଧିକ ପରିମାଣରେ ମନର ହିଁ ସାହାଯ୍ୟ ନେଉ । ଏବଂ, ସେହି ମୁକ୍ତିଲାଭ ଫଳରେ ହିଁ ଦେହସ୍ତରର ଜୀବନକୁ ଉଚିତ ପ୍ରକାରେ ସ୍ଵୀକାର କରୁ ଏବଂ କାମରେ ଲଗାଉ । କାରଣ, ସର୍ବବିଧ କୌଶଳର ପ୍ରୟୋଗ କରି ନିଜକୁ କାହାର ଆଜ୍ଞାବହ କରି ରଖିବା ମୋଟେ ନୁହେଁ, ଏକ ସ୍ୱାଧୀନତା ଦ୍ଵାରା ହିଁ ଆମେ ଯଥାର୍ଥ ଅଧିକାରିତ୍ୱ ଲାଭ କରିବାର ପ୍ରକୃତ ଯୋଗ୍ୟତା ହାସଲ କରିଥାଉ । ମଣିଷ ମୁକ୍ତ ହେବ, ତା’ର ପରିସ୍ଥିତି ଗୁଡ଼ିକୁ ସେ କୌଣସି ପ୍ରକାରେ ବାଧ୍ୟ୍ୟ ହୋଇ ଗ୍ରହଣ କରିବନାହିଁ, ପରିବେଶଟିକୁ ଭୌତିକ ସ୍ତରରେ ସିଏ ଯେତେବେଳେ ଯେଉଁପରି ଭାବରେ ସାମନା କରୁଛି, ନାନା ପ୍ରକାରେ ଗ୍ରହଣୀୟତାର ଆକର୍ଷଣ ଦେଇ ପରିସ୍ଥିତିମାନେ ତା’ର ନିକଟବର୍ତ୍ତୀ ହେଉଥିଲେ ମଧ୍ୟ୍ୟ ମନୁଷ୍ୟ ଏକ ସ୍ୱାଧୀନ ସତ୍ତା ହିସାବରେ ସବୁକିଛି କରିବ, ଆମେ ତାହାକୁ ହିଁ ମନୁଷ୍ୟ ସମ୍ମୁଖରେ ରହିଥିବା ସେହି ଯଥାର୍ଥ ଉଚ୍ଚ ଆଦର୍ଶ ବୋଲି ଜାଣିବା ।

 

ପୃଥ୍ୱୀସର୍ଜନାର କ୍ରମରେ ଦେହ ଓ ପ୍ରାଣର ନିତାନ୍ତ ସୀମାବଦ୍ଧ ଗାରମାନଙ୍କୁ ଡେଇଁ ମନର ଉଦୟ ହୋଇଛି । ମନ ନାମକ ଜୀବନେନ୍ଦ୍ରିୟର ଅଧିକାରୀ ହୋଇଥିବାରୁ ଆମେ ପ୍ରତ୍ୟେକେ ହେଉଛୁ ମନୁଷ୍ୟ । ଅର୍ଥାତ୍, ପ୍ରତ୍ୟେକ ମନୁଷ୍ୟଙ୍କର ଏକ ମସ୍ତିଷ୍କ ରହିଛି ଏବଂ ସେହି ଯନ୍ତ୍ରଟିକୁ କାମରେ ଲଗାଇ ପାରିଲେ ସେମାନେ ବସ୍ତୁତଃ କେତେ କ'ଣର ଯୋଗ୍ୟ ହୋଇ ପାରିବେ-। ମନ ନାମକ ସ୍ଵତନ୍ତ୍ର ସାଧନଟିର ସମର୍ଥ ହୋଇ ସେମାନେ ଆପଣାର ସମୁହତ ନାନା ପରିଚୟ ଦେଇ ପାରିବେ । ତଥାପି, ଏହି ନୂତନ ସମ୍ଭାବନାଟିର ଅଧିକାରୀ ହୋଇଥିଲେ ମଧ୍ୟ୍ୟ ପ୍ରତ୍ୟେକ ମନୁଷ୍ୟଙ୍କ ଜୀବନରେ ପାରିବାର ସୌଭାଗ୍ୟଟି ପ୍ରକଟ ହୋଇ ପାରିଥିବାର ଆଦୌ ଦୃଷ୍ଟିଗୋଚର ହୁଏନାହିଁ । ବାସ୍ତବ କ୍ଷେତ୍ରରେ ଯେପରି ଦେଖାଯାଏ ଯେ, ମାତ୍ର କେତେକ ବ୍ୟକ୍ତିବିଶେଷଙ୍କର ଜୀବନରେ ହିଁ ତାହାର ପୂର୍ଣ୍ଣତମ ବିକାଶ ହୋଇଛି ବୋଲି ଦୃଷ୍ଟିଗୋଚର ହୁଏ । ମନୁଷ୍ୟମାତ୍ରକେ ସମସ୍ତେ ବୁଦ୍ଧିନାମକ ଧନଦ୍ୱାରା ସମ୍ପନ୍ନ ବୋଲି ଅନେକ ପ୍ରକାରେ କଳ୍ପନା କରା ଯାଉଥିଲେ ତାହା ସତକୁ ସତ ଦୃଷ୍ଟି ହୋଇ ପାରେନାହିଁ । ବରଂ ଏପରି କୁହାଯାଇ ପାରିବ ଯେ, ଅଧିକସଂଖ୍ୟକ ବ୍ୟକ୍ତିଙ୍କର ସାଧାରଣ ସ୍ୱଭାବର କ୍ଷେତ୍ରରେ କେବଳ ଏକ କ୍ଷୁଦ୍ର ଆୟତନ ମଧ୍ୟ୍ୟରେ ହିଁ ବୁଦ୍ଧି ଓ ବୁଦ୍ଧିସମ୍ପନ୍ନ ମନ କ୍ରିୟାଶୀଳ ହୋଇ ରହିଥାଏ ଏବଂ ସେଇଟି ଭିତରେ ଆଦୌ କୌଣସି ଶୃଙ୍ଖଳାର ସଂଗଠନ ନ ଥାଏ । ଅଧିକାଂଶ ମନୁଷ୍ୟଙ୍କଠାରେ ତାହାର ନିଶ୍ଚିତ ଭାବରେ ବିବର୍ତ୍ତନ ଘଟି ନଥାଏ । କେବଳ ପ୍ରଚ୍ଛନ୍ନ ଭାବରେ ଥାଏ ଏବଂ ଆଦୌ ସହଜରେ କାମର ଲଗାଇ ହୁଏନାହିଁ ।

 

ସୁନିଶ୍ଚିତ ଭାବରେ ଅବଶ୍ୟ କହିବାକୁ ହେବ ଯେ, ପ୍ରକୃତିର କ୍ଷେତ୍ରରେ ଏକ ମାନସିକ ଜୀବନର ଏବେ ମଧ୍ୟ୍ୟ ଏକ ସଂପୂର୍ଣ୍ଣ ବିକାଶ ହୋଇନାହିଁ ଓ ମନୁଷ୍ୟନାମକ ଜୀବଟିର ଜୀବନରେ ତାହାର ଦୃଢ଼ ପ୍ରତିଷ୍ଠା ଆଦୌ ହୋଇନାହିଁ । ଏପରି ଏକ ସଙ୍କେତ ମିଳି ପାରୁଛି ଯେ, ପ୍ରାଣିକତା ଏବଂ ଭୌତିକତା ମଧ୍ୟ୍ୟରେ ଏକ ସୁଷମ ଏବଂ ସଂପୂର୍ଣ୍ଣ ସମତାବସ୍ଥା, ସୁସ୍ଥ, ସବଳ ଓ ଦୀର୍ଘ ଜୀବନ ଲାଭ କରିଥିବା ମନୁଷ୍ୟଦେହଟି ସାଧାରଣତଃ ସେହିସବୁ ମନୁଷ୍ୟ-ପ୍ରଜାତି ଏବଂ ବର୍ଗମାନଙ୍କ ଭିତରେ ଦେଖିବାକୁ ମିଳୁଛି, ଯେଉଁସବୁ ସ୍ଥାନରେ ମନୁଷ୍ୟମାନଙ୍କର ଜୀବନରେ ଭାବନାର ପ୍ରୟାସଟି ବର୍ଜିତ ହୋଇ ରହିଛି । ସେଠି ମନୁଷ୍ୟମାନେ ଭାବନାଜନିତ ବିକ୍ଷୋଭଗୁଡ଼ିକରୁ ଏବଂ ଭାବନାରୁ ସହିବାକୁ ପଡୁଥିବା ସକଳ ଘାତସଂଘାତରୁ ମୁକ୍ତ କରି ରଖିଛନ୍ତି ବା କେବଳ ଆପଣାର ଭୌତିକ ମନଦ୍ଵାରା ଯାହାକିଛି ଭାବୁଛନ୍ତି । ପୂର୍ଣ୍ଣ ଭାବରେ କ୍ରିୟାଶୀଳ ହୋଇ ରହିଥିବା ନିଜର ମନ ତଥା ନିଜର ଦେହ ଭିତରେ ସମତାବସ୍ଥାର ପ୍ରତିଷ୍ଠା କରିବାରେ ସଭ୍ୟ ମନୁଷ୍ୟ ଏବେ ମଧ୍ୟ୍ୟ ସମର୍ଥ ହୋଇନାହିଁ, ସାଧାରଣତଃ ସେପରି ଏକ ସ୍ଥିତିଠାରୁ ସେ ଦୂରରେ ଯାଇ ରହିଛି । ବସ୍ତୁତଃ, ଏକ ଅଧିକତର ପରିମାଣରେ ଅଧିକ ସଘନ ମାନସିକ ଜୀବନକୁ ନେଇ ପ୍ରୟାସ ବୃଦ୍ଧି ପାଉଥିବା ସହିତ ଅଧିକାଂଶ ପରିମାଣରେ ମନେ ହେଉଛି ଯେ ତା’ ଜୀବନର ମାନବୀୟ ଉପାଦାନ ଗୁଡ଼ିକର କ୍ଷେତ୍ର ଅସମତାବସ୍ଥାମାନ ଜନ୍ମଲାଭ କରୁଛି ଓ ତାହାର ଫଳ ରୁପେ କୌଣସି ବିଚକ୍ଷଣ ମେଧାର ଆବିର୍ଭାବ ଦେଖିଲେ ପ୍ରଖ୍ୟାତ ବୈଜ୍ଞାନିକମାନେ ତାହାକୁ ଗୋଟିଏ ପ୍ରକାରର ଅସୁସ୍ଥତା ଏବଂ ଅଧୋଗତି ବୋଲି କହିଲେଣି, ପ୍ରକୃତିର ଏକ ରୋଗଗ୍ରସ୍ତତା ବୋଲି ମଧ୍ୟ୍ୟ ବର୍ଣ୍ଣାନା କରୁଛନ୍ତି । ନିଃସନ୍ଦେହ ଭାବରେ ତାହାକୁ ଗୋଟିଏ ଅତିରଞ୍ଜନ ବୋଲି ହିଁ କୁହାଯିବ ଏବଂ, ସ୍ଥିତିଗୁଡ଼ିକୁ ଅନ୍ୟ ପ୍ରାସଙ୍ଗିକ ତଥ୍ୟଗୁଡ଼ିକ ସହିତ ସନ୍ତୁଳିତ କରି ବିଚାର କଲେ ଆମେ ଏକ ଅନ୍ୟପରି ସତ୍ୟର ହିଁ ପରିଚୟ ପାଇପାରିବା । ଏକ ଅତିବିଚକ୍ଷଣ ମେଧାକୁ ବିଶ୍ୱଗତ ଶକ୍ତି ମତ୍ତାର ଏପରି ଗୋଟିଏ ପ୍ରୟାସ ବୋଲି କୁହାଯିବ, ଯାହା ଆମର ବୌଦ୍ଧିକ ଶକ୍ତିଗୁଡ଼ିକୁ ଏପରି ଭାବରେ ତ୍ୱରାନ୍ୱିତ ଏବଂ ଘନତାଯୁକ୍ତ କରିଆଣେ, ଯେପରିକି ସେଗୁଡ଼ିକ ଏକ ବୁଦ୍ଧିର ଆହୁରି ସେପାଖରେ ରହିଥିବା ଏକ ଅନ୍ୟଭଳି ମନ ଅର୍ଥାତ୍ ଦିବ୍ୟ ମନ ଲାଗି କ୍ରମପ୍ରସ୍ତୁତ ହୋଇ ଆସିପାରିବେ । ତେଣୁ ତାହାକୁ ଏକ ଦୈବାତ୍ ଖିଆଲ ବୋଲି ଆଦୌ କୁହାଯିବ ନାହିଁ, ବ୍ୟାଖ୍ୟାର ଅତୀତ ବୋଲି ମଧ୍ୟ୍ୟ କୁହାଯାଇ ପାରିବନାହିଁ; ତାହାକୁ ବରଂ ପ୍ରକୃତିର ବିବର୍ତ୍ତନରେ ଏକ ସଂପୂର୍ଣ୍ଣ ସ୍ୱାଭାବିକ ପରବର୍ତ୍ତୀ ସୋପାନ ବୋଲି କୁହାଯିବ । ଆପଣାର ମାର୍ଗରେ ପ୍ରକୃତି ଶରୀରର ଜୀବନକୁ ଭୌତିକ ମନ ସହିତ ଏକତ୍ର କରି ଏକ ସମଞ୍ଜସତା ସମ୍ଭବ କରି ପାରିଛି ଏବଂ ବର୍ତ୍ତମାନ ତାହାକୁ ଏକ ବୌଦ୍ଧିକ ମନୋଗତତାର କ୍ରିୟାଶୀଳତା ଏକ ସମଞ୍ଜସତା ଆଣି ଦେବାର ଉଦ୍ୟମ କରିବାରେ ମଧ୍ୟ୍ୟ ଲାଗିଛି । ଏବଂ, ଯୁଗପତ୍ ଭାବରେ ଆହୁରି ଅଗ୍ରସର ହୋଇ ଏକ ତଥାପି ଉଚ୍ଚତର ସ୍ତରରେ ଯାଇ ପହଞ୍ଚିବା ସକାଶେ ମଧ୍ୟ୍ୟ ଆପଣାର ଚେଷ୍ଟାରେ ତତ୍ପର ରହିଛି ।

 

ସେହି କ୍ରମରେ ଯାହାକିଛି ଘାତସଂଘାତ ମଧ୍ୟ୍ୟ ଅନୁଭୂତ ହୋଇଛି । ତଥାପି ଏକ ଉତ୍ତରୋତ୍ତର ସମ୍ମୁଖଯାତ୍ରା ଲାଗି ରହିଛି । ପ୍ରତ୍ୟେକ ମନୁଷ୍ୟ ମଧ୍ୟ୍ୟରେ ସମ୍ଭାବନା ରୂପେ ମନୋଗତ ସାମର୍ଥ୍ୟ ହିସାବରେ ଯାହାକିଛି ନିହିତ ହୋଇ ରହିଛି, ତାହାର ବିକାଶ ହେବ ହିଁ ହେବ । ପ୍ରକୃତରେ ବିକାଶ ଘଟିବ କି ନାହିଁ, ତାହା ସର୍ବଦା ଆହୁରି ବହୁ ଅନୁକୂଳତା ଉପରେ ନିଶ୍ଚୟ ନିର୍ଭର କରୁଥିବ, ମାତ୍ର ଏକ ସୁନିଶ୍ଚିତ ପୁଞ୍ଜି ରୂପେ ପ୍ରତ୍ୟେକ ମନୁଷ୍ୟ ଯେ ତାହାକୁ ନିଜ ଭିତରେ ବହନ କରି ରହିଛନ୍ତି, ସେହି କଥାଟି ସ୍ଵୀକୃତ ହେବ । ମନର ଅପେକ୍ଷିତ ସେହି ବିକାଶଟି ହୋଇ ଆସି ପାରୁଥିଲେ ସିନା ମନୁଷ୍ୟର ଜୀବନରେ ଆହୁରି ସେପାଖକୁ ବାଟ ଖୋଲି ମଧ୍ୟ୍ୟ ପାଇ ପାରିବ । ଉତ୍ତରୋତ୍ତର ସମଞ୍ଜସତାର ସ୍ଥାପନ ଏବଂ ପରିପୂର୍ଣ୍ଣତା ଗୁଡ଼ିକର ଏକ ଉତ୍ତରୋତ୍ତର ଉପଲବ୍ଧି,–ମନୁଷ୍ୟମାନଙ୍କର ଜୀବନସ୍ତରରେ ବିବର୍ତ୍ତନ କହିଲେ କାର୍ଯ୍ୟତଃ ସେହି ଚଳନ୍ତି ବାସ୍ତବକୁ ହିଁ ବୁଝାଇବ-। ମନୁଷ୍ୟକୁ ନିମିତ୍ତ କରି ପ୍ରକୃତି ଏହିପରି ଭାବରେ ଆପଣାର ଧର୍ମଟି ସହିତ ଉଦ୍‌ଘାଟିତ ହୋଇ ଯାଉଥିବ ଏବଂ ପ୍ରକୃତିକୁ ଭୂମି କରି ମନୁଷ୍ୟନାମକ ଏହି ଯାତ୍ରୀଟି ମଧ୍ୟ୍ୟ ଆପଣା ଭିତରୁ ମଧ୍ୟ୍ୟ ଆପଣାର କ୍ରମସମ୍ପ୍ରସାରିତ ପରିଚୟଗୁଡ଼ିକୁ ପାଇବାରେ ଲାଗିଥିବ । ଅର୍ଥାତ୍, ଚେତନାଟି ଅଧିକ ଏବଂ ଆହୁରି ସାହସୀ ହୋଇ ପାରୁଥିବ ଏବଂ ଆଗକୁ ଆଗକୁ ଗୋଡ଼ ବଢ଼ାଇ ପାରିବ ।

 

ପୃଥିବୀରେ ବହୁ ସଂଖ୍ୟାର ମନୁଷ୍ୟ ଯେ ବାସ୍ତବ କ୍ଷେତ୍ରରେ ନିଜ ମନର ବିକାଶ କରି ପାରିନାହାନ୍ତି, ସେମାନଙ୍କର ମନ ଯେ ଏବେ ମଧ୍ୟ୍ୟ ଯେ ଏକ ଅବିକଶିତ ଅବସ୍ଥାରେ ରହିଛି, ତାହାର କାରଣ ଏପରି ଆଦୌ ନୁହେଁ ଯେ ସେମାନଙ୍କର ସେଥିଲାଗି ଯୋଗ୍ୟତା ନାହିଁ । କାରଣଟି ହେଉଛି ଯେ ଉକ୍ତ ବିକାଶଟି ଲାଗି ସେମାନେ ଏକ ଆବଶ୍ୟକ ଅନୁକୂଳତା ପାଇନାହାନ୍ତି । ବରଂ ଏପରି ମଧ୍ୟ୍ୟ କହିବା ଉଚିତ ଯେ ସେମାନଙ୍କୁ ଅନୁକୂଳତା ଗୁଡ଼ିକରୁ ବଞ୍ଚିତ କରି ରଖାଯାଇଛି । ସମାଜ ମଧ୍ୟ୍ୟରେ ଥିବା କେତେଭଳି ଅସାମାଜିକ ବର୍ଗ ଅଧିକରୁ ଅଧିକ ହଡ଼ପ କରିନେଇ ସତେଅବା ଏକାଧିକାରୀ ହୋଇ ରହିବାର ଫିସାଦମାନଙ୍କ ଦ୍ୱାରା ପରିଚାଳିତ ହୋଇଛି । ନାନା ଅର୍ଥନୀତି ଏବଂ ରାଜନୀତିର ଆଳ ଭିତରେ ଏକ ଅନ୍ୟାୟକୁ ହିଁ ସମ୍ଭ୍ରାନ୍ତପଣିଆ ବୋଲି ମନେ କରି ମୁଣ୍ଡ ହରାଇଛି ଏବଂ ସାମୂହିକ କ୍ଷେତ୍ରମାନଙ୍କରେ ସଂପୂର୍ଣ୍ଣ ସମୂହଟିକୁ ନଦେଖି କେବଳ ନିଜକୁ ହିଁ ଦେଖିଛି । ପ୍ରାୟ ଏକ ନିୟତିବିମୁଖତାର ଆଣ୍ଟକୁ ଜାରି କରି ବହୁ ଅସୁସ୍ଥତାକୁ ବାଟ ଛାଡ଼ି ଦେଇଛି ଏବଂ ପରିଣାମତଃ ପ୍ରାୟ ଅଧେ ସମୂହ ଅତ୍ୟାବଶ୍ୟକ ଅନୁକୂଳତା ଗୁଡ଼ିକରୁ ବଞ୍ଚିତ ହୋଇ ରହିଛନ୍ତି-। ଏକ ଅତ୍ୟନ୍ତ ବିଡ଼ମ୍ବନାର ଚକ୍ରାନ୍ତ ଭିତରେ ପଡ଼ି ମନୋବିବର୍ତ୍ତନର ମାର୍ଗଟି ବଡ଼ ଅଙ୍କାବଙ୍କା ହୋଇଯାଇଛି । ଧର୍ମଘରର ପ୍ରତିଷ୍ଠମାନେ ଅଧିକାଂଶ ଥାନରେ ଅନ୍ୟାୟର ପକ୍ଷଟାର ହିଁ ସମର୍ଥନ କରିଛନ୍ତି । ଭୀରୁତାର ଆଚରଣ କରିଛନ୍ତି ଏବଂ ଈଶ୍ୱର ନାମକ ପରମଶକ୍ତିଟି ମନୁଷ୍ୟମାତ୍ରେ ସବୁରି ମଧ୍ୟ୍ୟରେ ଅବସ୍ଥିତ ରହିଛି ବୋଲି ନାନା ଆନୁଷ୍ଠାନିକ ଆଡ଼ମ୍ବରରେ ଉପଚାରମାନେ ଲାଗି ରହିଥିଲେ ମଧ୍ୟ୍ୟ ସେମାନେ ଆଉ ଅଧିକ ବିଶେଷ କିଛିର ପ୍ରମାଣ ଦେଖାଇ ପାରିନାହାନ୍ତି ।

 

ପୃଥିବୀରେ ଆମର ଏହି ସାଂପ୍ରତିକ କାଳରେ ମଧ୍ୟ୍ୟ କୋଟି କୋଟି ସଂଖ୍ୟାର ମନୁଷ୍ୟ ବଞ୍ଚିତ ହୋଇ ରହିଛନ୍ତି । ମୌଳିକ ଅନ୍ନସ୍ତରର ଏକାଧିକ ପ୍ରାଥମିକ ଅତ୍ୟାବଶ୍ୟକତାର ଭୂମିରେ ବସ୍ତୁତଃ ନିଃସ୍ୱ ହୋଇ ଜୀବନ ଅତିବାହିତ କରୁଛନ୍ତି । ଏକ କ୍ଷୟକାରୀ ଭାଗ୍ୟବାଦର ନିରୀଶ୍ୱରତା ଭିତରେ ମୁହଁ ମାଡ଼ି ପଡ଼ି ରହିଛନ୍ତି । ତଥାପି, ପ୍ରତାରଣାମାନେ କ୍ରମଶଃ ଯେତିକି ଯେତିକି କଟି ଯାଉଛନ୍ତି, ପରିତ୍ୟକ୍ତ ମନୁଷ୍ୟମାନେ ସେତିକି ସୁନିଶ୍ଚିତ ଭାବରେ ଆଲୋକଟି ମଧ୍ୟ୍ୟକୁ ବାହାରି ଆସୁଛନ୍ତି । ସେମାନେ ଆଦୌ ସେହି ପୁରୁଣା ଗୁମ୍ଫାଗୁଡ଼ାକ ଭିତରେ ରହି ଯାଉନାହାନ୍ତି । ମାନସିକ ବିକାଶଧର୍ମଟି ସେମାନଙ୍କ ଭିତରେ ଅପେକ୍ଷା କରି ରହିଥିଲା ଏବଂ ଏକ ଅନୁକୂଳତା ଲାଭ କରିବାରୁ ଯେ ପ୍ରସ୍ଫୁଟିତ ହୋଇ ଆସିବାକୁ ଆରମ୍ଭ କଲା, ସେହି କଥାଟି କେଡ଼େ ଆଚମ୍ୱିତ ଭାବରେ ପ୍ରତିପାଦିତ ହୋଇ ପାରୁଛି । ପ୍ରାରମ୍ଭିକ ବହୁ ମନ୍ଥରତାର ଫାଶମାନଙ୍କୁ ଛିଡ଼ାଇ ଦେଇ ସତେଅବା ଏକ ପୂର୍ଣ୍ଣମନର ପ୍ରତିଶୃତିଗୁଡ଼ିକୁ ବହନ କରୁଥିବା ମନୁଷ୍ୟମାନେ ଅଗ୍ରସର ହୋଇ ଆସୁଛନ୍ତି । ଏକ ବୁଦ୍ଧିଦ୍ୱାରା ପ୍ରେରିତ ମନ ଲାଗି ମୂଳଦୁଆ ରୂପେ ଆବଶ୍ୟକ ଅନ୍ନଗତ ମୂଳଦୁଆଟିକୁ ମଧ୍ୟ୍ୟ ସେ କେଡ଼େ ସମର୍ଥ ଭାବରେ ନିର୍ମାଣ କରିନେଇ ପାରୁଛି । ତେଣୁ ଆମେ ମୋଟେ ଏପରି ଭାବିବାନାହିଁ ଯେ, ମନଃସ୍ତରର କୌଣସି ଅନ୍ତର୍ଗତ ଅସମର୍ଥତା ହେତୁ ପୃଥିବୀରେ ଏତେ ଏତେ ସଂଖ୍ୟାରେ ମନୁଷ୍ୟମାନେ ପ୍ରାୟ ଏକ ଦାରୁଣ ଅବିକଶିତ ବର୍ବରପ୍ରାୟ ଅବସ୍ଥାରେ ପଡ଼ି ରହିଛନ୍ତି, ସେକଥା ମୋଟେ ସତ ନୁହେଁ; ସେମାନେ ବହୁକାଳ ଧରି ଆବଶ୍ୟକ ସୁଯୋଗ ଗୁଡ଼ିକରୁ ପରିତ୍ୟକ୍ତ ହୋଇ ରହିଛନ୍ତି, ଅପରିଚିତ ହୋଇ ରହିଛନ୍ତି ଓ ମନୋଗତ ଉନ୍ମୀଳନରୁ ପ୍ରତ୍ୟାହୃତ ହୋଇ ରହିଛନ୍ତି । ସେହି ତଥାକଥିତ ଅସମର୍ଥତା କଦାପି ମନୁଷ୍ୟମାନଙ୍କୁ ବେଡ଼ୀ ପକାଇ ରଖି ପାରିବନାହିଁ । କୌଣସି ଏକ ମୂଳଭୂତ କାରଣରୁ ଯେ କେତେ ମନୁଷ୍ୟ ପଛରେ, ତଳେ ଏବଂ ତମସାଛନ୍ନ ଭାବରେ ପଡ଼ି ରହିଛନ୍ତି, ସେଥିଲାଗି ପ୍ରକୃତିକୁ କେବେହେଲେ ଦାୟୀ କରାଯାଇ ପାରିବ ନାହିଁ । ପ୍ରତିକୂଳତାମାନେ ଅପସରି ଯାଉଥିବା ସହିତ ମନୁଷ୍ୟମାନେ ପୂର୍ବର ଅନିବାର୍ଯ୍ୟତା ମଧ୍ୟ୍ୟରୁ ମୁକ୍ତ ହୋଇଯିବେ, ଆପଣାକୁ ସତେଅବା ଏକ ପରିପୂର୍ଣ୍ଣ ନୂତନ ମର୍ଯ୍ୟାଦାରେ ଆବିଷ୍କାର କରିବେ; ଅର୍ଥାତ୍ ଚିହ୍ନିବେ ଏବଂ ଆଗେଇଯିବେ । ସେମାନେ ମଧ୍ୟ୍ୟ ସାଙ୍ଗକୁ ଆସିବେ ।

 

ମନ ନାମକ ଅଭିନବ ସାମର୍ଥ୍ୟଟିର ଅଧିକାରୀ ହୋଇ ପ୍ରକୃତିର ବିବର୍ତ୍ତନ-କ୍ରମରେ ମନୁଷ୍ୟନାମକ ପ୍ରାଣୀଟି କେତେ କେତେ ନୂଆ ନୂଆ ସମ୍ଭାବନାର ଉଦ୍‌ଘାଟନକୁ କ୍ରମଶଃ ସମ୍ଭବ କରି ଆଣିଛି । ସୃଷ୍ଟି-ଇତିହାସରେ ଏକ ନୂତନ ଅଧ୍ୟ୍ୟାୟର ଦ୍ୟୋତନା ଆଣି ଏକ ଅନ୍ୟ ଚେତନାର ପ୍ରବେଶ ଘଟିଛି । ମନୁଷ୍ୟ ଆସିବାର ପୂର୍ବକାଳ ଗୁଡ଼ିକରେ ଜୀବମାନେ ସଂପୂର୍ଣ୍ଣ ଭାବରେ ପ୍ରକୃତିର ଅଧୀନ ହୋଇ ରହିଥିଲେ: ସେମାନେ ପରିସ୍ଥିତିଗୁଡ଼ିକ ଦ୍ୱାରା ବାଧ୍ୟ୍ୟ ହୋଇ ରହୁଥିଲେ । ମନୁଷ୍ୟ ହିଁ ସର୍ବପ୍ରଥମେ ଆପଣାର ମନୋବୁଦ୍ଧିକୁ ପ୍ରୟୋଗ କରି ପ୍ରକୃତିକୁ ବଦଳାଇ ପାରିଲା, ଧାରାଗୁଡ଼ିକ ଅଧିକ ବେଗ ଆଣି ଦେଇପାରିଲା । ସିଏ ଆତ୍ଜସଚେତନ ହେଲା, ପୃଥ୍ୱୀସଚେତନ ହେଲା ଏବଂ ସର୍ବୋପରି ପରସ୍ପରର ସଚେତନ ମଧ୍ୟ୍ୟ ହୋଇଥିଲା । ଜୀବନ–ସଂଗ୍ରାମ ଏକ ନୂଆ ବ୍ୟାଖ୍ୟା ଗ୍ରହଣ କଲା । ଅଧିକ ବଳଶାଳୀମାନେ ଅପେକ୍ଷାକୃତ କମ୍ ବଳ ରହିଥିବା ଅନ୍ୟମାନଙ୍କୁ ନାନା ଅହେତୁକ ପ୍ରକୋପର ବଶବର୍ତ୍ତୀ ହୋଇ ମୋଟେ ଗିଳି ପକାଇବାକୁ ଧାଇଁଲେ ନାହିଁ । କେତେକ ଅବଶ୍ୟ ଧାଇଁଲେ, ଏବେ ମଧ୍ୟ୍ୟ ଆମ ପୃଥିବୀରେ ସେଇଟି ନାନାଭାବେ ଧାବମାନ ହୋଇ ରହିଛି ଏବଂ ପୃଥିବୀକୁ ସେହି ଆଦିମ ସ୍ତରରେ ପକାଇ ରଖିବାକୁ ଚେଷ୍ଟା କରୁଛି; କିନ୍ତୁ ଆଧୁନିକ ଆତ୍ମସଚେତନତା ଓ ପୃଥିବୀସଚେତନତାର ମାପକାଠିରେ ତାହାକୁ ସଂପୂର୍ଣ୍ଣ ଭାବରେ ଅସୁସ୍ଥ ବୋଲି କୁହାଯାଉଛି ।

 

ତେଣୁ, ଯାହା କାମ୍ୟ, ତାହାକୁ ଅବଶ୍ୟ ଅଧିକ ବେଗଯୁକ୍ତ କରାଯାଇ ପାରିବ । ସଚେତନ ମନୁଷ୍ୟବୁଦ୍ଧି ଆପଣାର ଅଭ୍ୟୁଦୟ-ପ୍ରକ୍ରିୟାରେ ବହୁତ ଆଗକୁ ଅନାଇ ଦେଖିପାରିବ ଓ ସେହି ଅନୁସାରେ ବିହିତ ପଦକ୍ଷେପମାନ ଗ୍ରହଣ କରିପାରିବ । ଏଇ ନୂତନ ବିଶ୍ଵପରିଚୟ ଦ୍ୱାରା ତା'ର ଆତ୍ଜପରିଚୟଟି ମଧ୍ୟ୍ୟ ସମୃଦ୍ଧ ଅର୍ଥାତ୍ ବହୁପ୍ରସ୍ଥଯୁକ୍ତ ହୋଇ ପାରିବ । ମନଃଶକ୍ତିର ଏହି ବିଜୟଲାଭର କ୍ରମରେ ତେଣୁ ବର୍ତ୍ତମାନ ସେହି ଗତିଶୀଳତାଟି ଆରମ୍ଭ ହୋଇ ଯାଇଛି ଏବଂ ଯଥାର୍ଥରେ ଚେତନ ମନୁଷ୍ୟ ସେହି ଅଭିଯାନଟିରେ ଆସି ସାମିଲ୍ ହେବାର ସେହି ଯେଉଁ ଅଭିଳାଷ ଓ ଅନୁରାଗଟି, ଆମେ ତାହାକୁ ସବୁଠାରୁ ଅଧିକ ନିର୍ଭୁଲ ଭାବରେ ବିଜ୍ଞାନ ବୋଲି କହିବା । ଜିଜ୍ଞାସା, ଅନୁସନ୍ଧିତ୍ସା-ଏଇଟି ତ ସେହି ସର୍ବପ୍ରଥମ ସମୟରୁ ହିଁ ମଣିଷ ସହିତ ଥିଲା । କିନ୍ତୁ, ଆଧୁନିକ ବିଜ୍ଞାନ କହିଲେ ଆମର ଆଧୁନିକ ତଉଲଗୁଡ଼ିକ ଅନୁସାରେ ଆମେ ଯେଉଁଟିକୁ ସର୍ବାଧିକ ନିର୍ଭର ସହିତ ବୁଝିବା, ସେଇଟି ହେଉଛି ନିର୍ଦ୍ଦିଷ୍ଟ ଭାବରେ ପ୍ରାୟ ତ୍ରୟୋଦଶ ବା ଚତୁର୍ଦ୍ଦଶ ଶତାବ୍ଦୀରେ ଇଉରୋପରେ ଘଟିଥିବା ଏକ ଘଟଣାର କଥା । ଏକ କାରୁଣ୍ୟରୁ ହିଁ ତାହାର ଜନ୍ମ । ଧର୍ମଜଙ୍ଗଲର କ୍ଷମତାପନ୍ନ ବାଘମାନେ ସେତେବେଳେ ସତଧର୍ମର ତଥାକଥିତ ଗୋହରି ଭିତରକୁ ଅନ୍ୟମାନଙ୍କୁ ବାଧ୍ୟ୍ୟ କରି ଆଣିବାର ନାନା ପ୍ରଚଣ୍ଡପଣ ଦେଖାଇ ବହୁବିଧ ନିର୍ଯାତନା ଦେବାର ନିଶାଗୁଡ଼ାକରେ ମାତି ରହିଥିଲେ । ଆମେ ହିଁ ଭଗବାନଙ୍କର ପଟେ ରହିଛୁ ବୋଲି ଦାବୀ କରି ସେମାନେ ଖଣ୍ଡା ଧରି ପଦାକୁ ବାହାରି ପଡ଼ିଥିଲେ ଏବଂ ବିବାଦୀୟ ଅନ୍ୟ ପକ୍ଷଟିକୁ ନିର୍ମୂଳ କରିବାକୁ ହିଁ ଆପଣାର ପରମ କର୍ତ୍ତବ୍ୟ ବୋଲି ଗ୍ରହଣ କରି ନେଇଥିଲେ । ଯେଉଁ ଅନ୍ୟମାନେ ବାହାରୁ ଥାଇ ସେହି ଦୁଷ୍ଟତାଗୁଡ଼ିକୁ ଦେଖିବାକୁ ବାଧ୍ୟ୍ୟ ହେଉଥିଲେ ସେହିମାନେ ହିଁ ବିକଳ୍ପ ଭାବରେ କିଛି ଖୋଜି ପ୍ରକୃତିକୁ ଅଧିକରୁ ଅଧିକ ନିବିଡ଼ଭାବେ ଜାଣିବାରେ ମନ ଦେଲେ, ସେହିମାନେ ଆଧୁନିକ ବିଜ୍ଞାନର ମୂଳଦୁଆ ପକାଇଥିଲେ । ପ୍ରକୃତିର ନିୟମଚୟକୁ ଅନ୍ତରଙ୍ଗ ଭାବରେ ଜାଣିବା ଏବଂ ବୃଝିବା ଓ ସେହି ଲବ୍ଧ ଜ୍ଞାନସାମଗ୍ରୀ ଗୁଡ଼ିକୁ ନିୟୋଜିତ କରି ପାରିପାର୍ଶ୍ୱିକ ଜୀବନଟିକୁ ଅଧିକ ସମ୍ପନ୍ନତା ଆଣି ଦେଇପାରିବା-ସେହି ନୂତନ ରହସ୍ୟଉଦଘାଟନଟି ହେଉଛି ଆଧୁନିକ ବିଜ୍ଞାନର ସେହି ଅନ୍ତରଙ୍ଗ କାହାଣୀ, ଯାହାକି ସମ୍ମୁଖକାମୀ ମନୁଷ୍ୟସମାଜର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ଅସ୍ତ୍ର ହୋଇ ରହିଛି ଏବଂ ମନୁଷ୍ୟମାନଙ୍କର ଆଖିମାନଙ୍କୁ ପ୍ରସାର ଆଣି ଦେଉଛି । ବିଜ୍ଞାନର ଅସଲ ଅଭିପ୍ରାୟ ହେଉଛି ଆମେ ମନୁଷ୍ୟମାନେ ଘର କରି ରହିଥିବା ଏହି ପୃଥିବୀଟିକୁ ଅଧିକରୁ ଅଧିକ ଲକ୍ଷ୍ମୀମନ୍ତ ହୋଇ ପାରିବାରେ ସହାୟତା କରିବା, ପାହାଚ ପରେ ପାହାଚ ଆଗକୁ ଆଗକୁ ବାଟ ଦେଖାଇ ଏଠି ପୃଥିବୀସ୍ଥ ଆମ ସମସ୍ତଙ୍କୁ ନେଇଯିବା ଓ ତାହାରି ମାଧ୍ୟ୍ୟମରେ ପରବର୍ତ୍ତୀ ସଚେତନତା ତଥା ସମର୍ଥତା ମଧ୍ୟ୍ୟକୁ ବାଟଗୁଡ଼ିକୁ ଫିଟାଇ ଦେଉଥିବା ।

 

ପୃଥିବୀ ନାମକ ଆମ ମନୁଷ୍ୟମାନଙ୍କର ସେହି ଆହ୍ୱାନଘରଟିକୁ ତେଣୁ ଆମେ ବସ୍ତୁତଃ ସେହିପରି ଏକ ପରିଚୟର ଔଜ୍ୱଲ୍ୟ ଦେଇ ଚିହ୍ନିବା । ଏହି ପୃଥିବୀଟି ସମ୍ମୁଖରେ ସତକୁ ସତ କେତେ ନା କେତେ ପ୍ରତିଶ୍ରୁତି ଅର୍ଥାତ୍ ଆମ ମନୁଷ୍ୟମାନଙ୍କୁ ନିମିତ୍ତ କରି ମଧ୍ୟ୍ୟ ଅଭାବନୀୟ କେତେ ପ୍ରତିଶ୍ରୁତିମାନ । ସେଥିଲାଗି ଆମେ ଆଧୁନିକ ବିଜ୍ଞାନକୁ ହିଁ ସବାଆଗ ଶ୍ରେୟ ଅବଶ୍ୟ ଦେବା । ସଂପ୍ରତି ଆଧୁନିକ ବିଚାର ଏବଂ ସେହି ଅନୁସାରେ ସମ୍ଭବ ହୋଇ ପାରୁଥିବା ଆଧୁନିକ ନାନାବିଧ ଉଦ୍ୟମ ଉପରେ ଦୃଷ୍ଟିପାତ କଲେ ଦେଖି ପାରୁଥିବା ଏକ ଆଖି ଖୁବ ସ୍ପଷ୍ଟ ଭାବରେ ନିଶ୍ଚୟ ଦେଖିପାରିବ ଯେ ବର୍ତ୍ତମାନ ମନୁଷ୍ୟ ଭିତରେ କ୍ରିୟା କରୁଥିବା ପ୍ରକୃତି ମନୁଷ୍ୟ ଜୀବନର ଭୂମିରେ ବୁଦ୍ଧିଗତ ସମ୍ପନ୍ନତାର ଏକ ସାର୍ବଜନୀନ ସ୍ତରକୁ ହିଁ ସମ୍ଭବ କରି ଆଣିବାରେ ପ୍ରୟାସ ଆରମ୍ଭ କରି ଦେଇଛି । ମନୁଷ୍ୟମାନଙ୍କର ମାନସିକ ଜୀବନ ଲାଗି ଆଧୁନିକ ସଭ୍ୟତା ଆଣି ଯୋଗାଇ ଦେଇ ପାରିବାଭଳି ଯାବତୀୟ ସୁଯୋଗକୁ ସବୁ ମନୁଷ୍ୟଙ୍କ ପାଇଁ ଉପଲବ୍ଧ କରାଇ ଆଣିବା ସଙ୍ଗେ ସଙ୍ଗେ ସବୁ ମନୁଷ୍ୟ ଆବଶ୍ୟକ ସମର୍ଥତା ଗୁଡ଼ିକୁ ଲାଭ କରିବେ ଏବଂ ତା’ ସହିତ ଆହୁରି ଆଗକୁ ଆଗକୁ କେତେ କେତେ ପରବର୍ତ୍ତୀ ସମ୍ଭାବନା ମଧ୍ୟ୍ୟକୁ ବାଟ ଫିଟିଯିବ । ଏହି ନୂତନ ପ୍ରୟାସର ପର୍ବଟିରେ ଇଉରୋପ ଅଗ୍ରଣୀ ହୋଇ କାର୍ଯ୍ୟ କରିଛି, ସମଗ୍ର ପୃଥିବୀ ଲାଗି ହିଁ ବାଟ ଦେଖାଇଛି । ଆମେ ଅବଶ୍ୟ ସ୍ୱୀକାର କରିବା ଯେ, ଆପଣାର ସେହି ଭୂମିକାରେ ଇଉରୋପ ବେଶ୍ ଏକପାଖିଆ ଭାବରେ ଭୌତିକ ପ୍ରକୃତିକୁ ନେଇ ତତ୍ପର ରହିଛି ଏବଂ ଆମ ଜୀବନର ବାହ୍ୟ ବସ୍ତୁଗୁଡିକରେ ହିଁ ଅଧିକ ଧ୍ୟ୍ୟାନ ଦେଇଛି । ସେହି ବାହ୍ୟ ଆବଶ୍ୟକତା ପୂରଣରେ ଅତିରିକ୍ତ ଭାବରେ ମନୋନିବେଶ କରାଯାଇଛି । ତଥାପି, ସେହି ସମଗ୍ର ପ୍ରୟାସଟିର ସଂପୂର୍ଣ୍ଣ ଧାରାରେ ସେଇଟିକୁ ମଧ୍ୟ୍ୟ ଆବଶ୍ୟକ ବୋଲି ଅବଶ୍ୟ ସ୍ୱୀକାର କରିବାକୁ ପଡ଼ିବ ।

 

ଆପଣାର ମୂଳ ଉଦ୍ଦେଶ୍ୟ ରୂପେ ସେହି ପ୍ରୟାସ ମନୁଷ୍ୟଗଣଙ୍କର ମନକୁ ପ୍ରାୟ ବିଧିନିର୍ଦ୍ଦିଷ୍ଟ ଭାବରେ ଅଗ୍ରସର କରାଇ ନେଇଯାଉଛି । ସେଇଟିକୁ ଆମେ ବିବର୍ତ୍ତନ ନିର୍ଦ୍ଦିଷ୍ଟ ବୋଲି ମଧ୍ୟ୍ୟ କହିପାରିବା । ସେହି ପ୍ରୟାସଟି ଫଳରେ ମନୁଷ୍ୟର ଶରୀର ସତ୍ତା, ପ୍ରାଣସ୍ଥ ଶକ୍ତି ତଥା ଭୌତିକ ପରିବେଶଟି ନିମନ୍ତେ ଏକ ସୁପ୍ରଶସ୍ତ ଭୂମି ତିଆରି ହୋଇ ଆସିଛି । ଏପରି ଏକ ଭୂମି ଯାହା ଉପରେ ମନୁଷ୍ୟର ମାନସିକ ବିବିଧତାର ସମ୍ଭାବନାଗୁଡ଼ିକ ସଂପୂର୍ଣ୍ଣ ଭାବେ ବିକାଶ ଲାଭ କରିପାରିବେ । ସେହି ପ୍ରୟାସଟି ଆପଣାର ପୂର୍ଣ୍ଣ ଗତିଶୀଳତାକୁ କାମରେ ଲଗାଇ କେତେ କେତେ ସମ୍ମୁଖସ୍ଥ ଲକ୍ଷ୍ୟକୁ ବାସ୍ତବ ରୂପ ଆଣି ଦେବାରେ ତତ୍ପର ହୋଇ ରହିଛି । ଶିକ୍ଷାର ବହୁଳ ପ୍ରସାର ହେବାରେ ଲାଗିଛି, ଯେଉଁ ମନୁଷ୍ୟଗୋଷ୍ଠୀମାନେ ପଛରେ ପଡ଼ି ରହିଥିଲେ, ସେମାନେ ଏଣିକି ଆଗକୁ ଆହୁରି ଆଗକୁ ଯିବେ ବୋଲି ବାହାରିଲେଣି । ଦଳିତ ବର୍ଗଗୁଡ଼ିକ ଉପରକୁ ଉଠିବା ସକାଶେ ଫରଚାଗୁଡ଼ିକୁ ଲାଭ କଲେଣି । ମନୁଷ୍ୟମାନେ ପାରମ୍ପରିକ ଭାବରେ କରି ଆସୁଥିବା ଶ୍ରମର ଆୟାସ ଇତ୍ୟାଦିରୁ ଯେପରି ମୁକ୍ତି ଲାଭ କରି ପାରିବେ, ସେଥିଲାଗି ଅଧିକ ସମର୍ଥ ଯନ୍ତ୍ରକୌଶଳର ନାନା ଉଦ୍‌ଭାବନ ହେଲାଣି । ବର୍ତ୍ତମାନ ମନୁଷ୍ୟମାନଙ୍କର ଜୀବନକୁ ବାନ୍ଧି ରଖିଥିବା ଆର୍ଥିକ ଓ ସାମାଜିକ ସ୍ଥିତିଗୁଡ଼ିକୁ ବଦଳାଇ ନୂଆ କରି ଗଢ଼ିବାର ପ୍ରଚେଷ୍ଟାମାନ ହେଉଛି । ବିଜ୍ଞାନର ଭଳି ଭଳି କୌଶଳକୁ ଲଗାଇ କେତେ କେତେ ତତ୍ପରତା ଦେଖିବାକୁ ମିଳୁଛି, ଯାହାଦ୍ୱାରା ମନୁଷ୍ୟକୀବନର ଏହି ସମଷ୍ଟିଟି ସକଳ ଅର୍ଥରେ ଏକ ସଭ୍ୟ ସମୁଦାୟ ରୂପେ ପ୍ରତିଷ୍ଠିତ ହୋଇ ପାରିବ; ମନୁଷ୍ୟମାନେ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ, ଦୀର୍ଘାୟୁ ହେବେ–ସେମାନଙ୍କର ଶରୀର ସତକୁ ସତ ବଳଯୁକ୍ତ ହୋଇ ପାରିବ । ଏହିପରି ଗୋଟିଏ ବିଶାଳ ପ୍ରକ୍ରିୟା ଯେ ଏହି ପୃଥିବୀରେ ଆରମ୍ଭ ହୋଇଛି, ଖୁବ ସହଜରେ ତାହାର ସଙ୍କେତ ଗୁଡ଼ିକ ଦୃଷ୍ଟିଗୋଚର ହେଲେଣି । ଏଥିପାଇଁ ଅନୁସୃତ ହେଉଥିବା ମାର୍ଗଗୁଡ଼ିକ ଯେ ଅବଶ୍ୟ ସର୍ବବିଧ ଭୁଲରୁ ମୁକ୍ତ ହୋଇ ରହିଛି, ସେକଥାଟିକୁ କେବେହେଲେ ଦାବୀ କରାଯାଇ ପାରିବନାହିଁ । ଅସଲ ନିଷ୍ପତ୍ତଗୁଡ଼ିକର କ୍ଷେତ୍ରରେ କେତେ କେତେ ତ୍ରୁଟି ଓ ବିଚ୍ୟୁତି ହେଉଛି,–କିନ୍ତୁ ସର୍ବବିଧ କ୍ଷେତ୍ର ଓ ଅବସରରେ, ମାତ୍ର ମୂଳସ୍ଥ ଲକ୍ଷ୍ୟଟି ସେହି ଗୋଟିଏ ହୋଇ ହିଁ ରହିଛି ।

 

ଇପ୍ସିତ ସେହି ଲକ୍ଷ୍ୟଟି ହେଉଛି ଯେ, ବ୍ୟକ୍ତି ତଥା ସମୂହସ୍ଥ ଜୀବନ ସୁସ୍ଥ ଓ ବଳିଷ୍ଠ ହୋଇ ରହିବ ଏବଂ ସେଥିରେ ଭୌତିକ ମନର ନ୍ୟାଯ୍ୟ ଆବଶ୍ୟକତା ତଥା ଦାବୀମାନଙ୍କର ଉଚିତ ତର୍ପଣ ହୋଇ ପାରୁଥିବ: ଜୀବନ ବଞ୍ଚିବାର ଆପଣାର ଆୟତନଟିରେ ଆଦୌ ସେପରି ଗଞ୍ଜଣା ଭୋଗ କରିବାକୁ ହେବନାହିଁ, ସମସ୍ତଙ୍କ ପାଖରେ ପର୍ଯ୍ୟାପ୍ତ ଅବସର-ସମୟ ରହିଥିବ, ସମସ୍ତଙ୍କ ଲାଗି ସକଳ ସୁଯୋଗ ଉପଲବ୍ଧ ହୋଇ ପାରୁଥିବ, ଯେପରିକି ସମୁଦାୟ ମାନବଜାତି ସକଳ ପାଶରୁ ମୁକ୍ତିଲାଭ କରି ଆପଣାର ଭାବଗତ ଏବଂ ବୁଦ୍ଧିଦ୍ୱାରା ପରିଚାଳିତ ସତ୍ତାଟିର ପରିପୂର୍ଣ୍ଣ ବିକାଶ କରିପାରିବ । ପୃଥିବୀନାମକ ଆପଣାର ଏହି ବାସ୍ତବ ଜୀବନରେ ସବୁ ମନୁଷ୍ୟଙ୍କ ଲାଗି ସେହି ସ୍ଥିତି ତଥାପି ସମ୍ଭବ ହୋଇନାହିଁ । ସୁଯୋଗର ସମ୍ଭାବନାମାନେ କେବଳ ଭାଗ୍ୟବାନ କେତୋଟି ସମୂହ ନିମନ୍ତେ ସେହିମାନଙ୍କର ଏକଚାଟିଆ ସମ୍ପତ୍ତିରେ ପରିଣତ ହୋଇ ରହିଛି । ଗୋଟିଏ ଗୋଟିଏ ସମାଜରେ ଖାସ୍ କେତୋଟି ଶ୍ରେଣୀ ହିଁ ଏକ ବିଶେଷ ସୌଭାଗ୍ୟରୂପେ ତାହାକୁ ଭୋଗ କରୁଛନ୍ତି । ଆହୁରି କେତେ ସମାଜରେ କେତେକ ବ୍ୟକ୍ତି ହିଁ ସୁଯୋଗ ସକଳକୁ ଅକ୍ତିଆର କରି ରହିଛନ୍ତି । ସମଗ୍ର ବିବର୍ତ୍ତନଟିକୁ ଏକ ପରବର୍ତ୍ତୀ ମୋଡ଼ ଦେଇ ଆଗାମୀ ପରିବର୍ତ୍ତନମାନେ ବାସ୍ତବ ହୋଇ ଆସିବେ । ବିଜ୍ଞାନର ବୁଦ୍ଧି କ୍ରମେ ଅଧିକରୁ ଅଧିକ ପରିପକ୍ଵତା ପାଇ ବିବର୍ତ୍ତନ-ପ୍ରକ୍ରିୟାଟିର ସହାୟକ ହେବ । ଭ୍ରାନ୍ତିମାନେ କଟି କଟି ଯିବେ ଏବଂ ଆମେ ମନୁଷ୍ୟମାନେ ଏକ ଉତ୍ତରାଧିକାର ରୂପେ ପାଇଥିବା ଏହି ପୃଥ୍ୱୀନାମକ ସମ୍ଭାବନା ନୂଆ ନୂଆ ଦ୍ୱାରର ଉନ୍ମୋଚନ ଘଟାଇ ଅଗ୍ରସର ହୋଇପାରୁଥିବ । ମନୁଷ୍ୟଚେତନାର ଆସ୍ଫୃହାଟି ନୂଆ ନୂଆ ଶିଖରର ସଙ୍କେତ ପାଇ ଯାଉଥିବେ । ବର୍ତ୍ତମାନ ଏଇଟି ବିଷୟରେ ଅପେକ୍ଷିତ ପାବଚ୍ଛ ଗୁଡ଼ିକ ଆଦୌ ପୂର୍ଣ୍ଣପ୍ରତ୍ୟକ୍ଷ ମୋଟେ ହୋଇନାହିଁ । ତେଣୁ ସମଗ୍ର ପ୍ରକ୍ରିୟାଟିର ଭୌତିକ ଓ ଅର୍ଥନୈତିକ କ୍ରିୟାଶୀଳତାଟା ହିଁ ମନୁଷ୍ୟମାନଙ୍କର ଧ୍ୟ୍ୟାନକୁ ସବାଆଗ ଏବଂ ସବୁଠାରୁ ଅଧିକ ମାୟାରେ ଅବଶ୍ୟ ଲୋଭ ଦେଖାଇ ଟାଣି ନେଇ ଯାଉଛି, କିନ୍ତୁ, ସେହି ଉପର ପରସ୍ତଗୁଡ଼ାକ ତଳେ ଏକ ଉଚ୍ଚତର ତଥା ବୃହତ୍ତର ପ୍ରଚୋଦନା ହିଁ କାର୍ଯ୍ୟ କରୁଛି, ନାନା ପୂର୍ଣ୍ଣତର ଉଦ୍‌ଘାଟନ ନିମନ୍ତେ ଅପେକ୍ଷା କରିଛି । ନାନା ଖଣ୍ଡସତ୍ୟ ଅର୍ଥାତ୍ ଖଣ୍ଡସ୍ଵାର୍ଥର ବେଡ଼ୀଗୁଡ଼ିକୁ ଛିନ୍ନ କରି ଆପଣାକୁ ପ୍ରତିଷ୍ଠିତ କରିବ ବୋଲି ଜାଗରୂକ ରହିଛି ।

 

ବସ୍ତୁଗତ ଜୀବନର ସେହି ଯାବତୀୟ ଫଳଶ୍ରୁତିକୁ କେତେ ଅନ୍ୟଭଳି ମାପକାଠିରେ ମାପି ବସ୍ତୁବାଦ ବୋଲି କୁହାଯାଇଛି । ଏବଂ, ପ୍ରାୟ ତୁଚ୍ଛା ଏକ ବର୍ଜନୀୟ ଅନ୍ଦାଜ ଦେଇ ତାହାର ନିନ୍ଦା କରାଯାଇଛି । ସେହି ବସ୍ତୁମାୟାକୁ ଛିନ୍ନ କରି ମୁକ୍ତିଲାଭ କରିବାକୁ ହେବ ବୋଲି ନୀତିଗତ ପରାମର୍ଶ ଦିଆଯାଇଛି । ମାୟାବାଦକୁ ପାୟ ଏକ ରାଜକୀୟ ସୈଦ୍ଧାନ୍ତିକତା ପ୍ରଦାନ କରି ସତେଅବା ଗୋଟିଏ ସ୍ଥୂଳ ମର୍ମହୀନ ଆଧ୍ୟ୍ୟାତ୍ଜିକତାର ସଂକୀର୍ତ୍ତନ କରାଯାଇଛି । ସିଧା କୁହାଯାଇପାରିବ ଯେ, ସେହି ମାୟାବାଦୀ କଳ୍ପନାଟି ମାନବ-ବିବର୍ତ୍ତନ ଏବଂ, ଅଧିକ ପ୍ରାଞ୍ଜଳ କରି କହିଲେ, ମାନବଜାତିର ସୁସ୍ଥ ସମ୍ମୁଖଗତି ଗୁଡ଼ିକୁ ନାନାପ୍ରକାରେ ବ୍ୟାହତ କରି ରଖିବାଲାଗି ଏକ କ୍ଷୁଦ୍ରାୟତନ ବୁଦ୍ଧି ହିଁ ପ୍ରଧାନତଃ ମାୟାବାଦର ସେହି ଖାସ୍ ବାଜଣାଟିକୁ ବଜାଇବାରେ ଆଗ୍ରହୀ ହୋଇ ଉଠିଛି । ବହୁ ଉଦାସୀନତାର କାରଣ ହୋଇଛି ଏବଂ ଆମ ବାସ୍ତବ ଜଗତସମ୍ପର୍କଟି ଭିତରୁ ବହୁ ସହଜତା ଅର୍ଥାତ୍ ଶ୍ରଦ୍ଧାକୁ ଅପହରଣ କରି ନେଇଛି । ଯାବତୀୟ ସୁସ୍ଥ ଆସ୍ଫୃହାକୁ ଯଦି ମୂଳତଃ ଏକ ଶ୍ରଦ୍ଧା ବୋଲି କୁହାଯାଏ, ତେବେ ନାନା ସୈଦ୍ଧାନ୍ତିକ ରଙ୍ଗବେରଙ୍ଗ ଦ୍ୱାରା ଗୋଟାଏ ଗୋଟାଏ ସମୟରେ ଏବଂ ଗୋଟାଏ ଗୋଟାଏ ଦେଶରେ କୌଣସି ନା କୌଣସି ପ୍ରକାରର ଏକ ମାୟାବାଦୀ ମନ୍ଦଚକ୍ରାନ୍ତ ହିଁ ଆମ ମନୁଷ୍ୟମାନଙ୍କୁ ଶ୍ରଦ୍ଧାଲାଗି ଅକ୍ଷମ କରି ଏକାଧିକ ଆସ୍ପୃହାରୁ ଅସମର୍ଥ କରି ରଖିଛି ବୋଲି ମଧ୍ୟ୍ୟ କାହିଁକି କୁହା ନଯିବ ।

 

ପୃଥିବୀରେ ମନୁଷ୍ୟବୁଦ୍ଧିର ଜ୍ଞାନ ଓ କୌଶଳ ବୃଦ୍ଧି ଲାଭ କରିବା ସହିତ ଦ୍ରବ୍ୟଗୁଡ଼ିକର କ୍ଷେତ୍ରରେ ଏକ ପ୍ରାଚୁର୍ଯ୍ୟ ସମ୍ଭବ ହୋଇଛି । ଅନ୍ନଗତ ପ୍ରୟୋଜନ ଗୁଡ଼ିକର ଜୀବନରେ ଆଉ ମନୁଷ୍ୟମାନେ କାହିଁକି ବଞ୍ଚିତ ହୋଇ ରହିବେ, ତାହାର ଆଦୌ କୌଣସି କାରଣ ନାହିଁ । ଯେତେବେଳେ ଗୋଟିଏ ପରିବାରରେ ପରିବାରର ସବୁ ମନୁଷ୍ୟଙ୍କ ସକାଶେ ଅନ୍ନ ମହଜୁଦ ରହିଛି ଏବଂ ସେହି ଅନ୍ନକୁ ଫଳାଇ ପାରିବା ଲାଗି ସମସ୍ତଙ୍କ ବାହୁରେ ବଳ ଏବଂ ମଥାରେ ବଳ ମଧ୍ୟ୍ୟ ରହିଛି, ତେବେ ଆଉ କିଏ କାହିଁକି ଅନ୍ନରୁ ବଞ୍ଚିତ ହୋଇ ରହିବ ? କିଏ କାହିଁକି ଆଉ ଭାଗ୍ୟବାଦୀ ହେବ ? ସମ୍ଭବତଃ ଏଭଳି ଏକ ଅନୁମାନ କରାଯାଇ ପାରିବ ଯେ, ଯେଉଁ ଦେଶରେ ଉତ୍ତମମାନେ ମାୟାବାଦର ପ୍ରଚାର କରିବାରେ ଲାଗିଥାନ୍ତି, ସେହିଠାରେ ହିଁ ବଞ୍ଚିତ ତଳ ସ୍ତରଟା ଭାଗ୍ୟବାଦର ଶିକାର ହୋଇ ରହିଥାଏ । ଏବଂ ଚଉପାଢ଼ୀ ମାନଙ୍କରେ ଆସୀନ ଧର୍ମଟା ମଧ୍ୟ୍ୟ ସେହି ମାୟାବାଦର ସମର୍ଥନ କରୁଥାଏ । ଠାକୁରମାନେ ସତେଅବା ବିକି ହୋଇ ଯାଇଥାଆନ୍ତି । ଭାରତବର୍ଷ ପରି ଗୋଟିଏ ଦେଶରେ, ଯେଉଁଠି ମନୁଷ୍ୟମାତ୍ରେ ପ୍ରତ୍ୟେକଙ୍କର ଚିତ୍ତରେ ସେହି ଗୋଟିଏ ପରମ ସତ୍ୟ ଅବସ୍ଥିତ ରହିଛି ବୋଲି ଘୋଷଣା କରାଯାଏ, ସେହି ଦେଶରେ ଅଧେ ସରିକି ମନୁଷ୍ୟ କେଉଁ ଅଣହେତୁ ଇତ୍ୟାଦି ଫଳରେ ବହୁ ଉଦାସୀନତା ହେତୁ ଯେ ବର୍ଜିତପ୍ରାୟ ହୋଇ ରହିଥାନ୍ତି, ତାହାକୁ କ’ଣ ଆମେ ସେହି ମାୟାବାଦ ତଥା ଭାଗ୍ୟବାଦର ଗୋଟାଏ ଅପକୀର୍ତ୍ତି ବୋଲି ଜାଣିବା କି ? ଭାରତରେ ପର୍ଯ୍ୟାପ୍ତ ସମ୍ପଦମାନ ରହିଛି, କୋଟି କୋଟି ମନୁଷ୍ୟଙ୍କର ବାହୁ ଓ ମଥାର ବଳ ଅପେକ୍ଷା କରିଛି; ତେବେ ଏହି ଭୂମିର ମନୁଷ୍ୟ-ନିୟତି ଏକ ସୁସ୍ଥ ସମ୍ମୁଖଧର୍ମୀ ବିବର୍ତ୍ତନ-ପ୍ରକ୍ରିୟାରେ ସହଯୋଗୀ ହୋଇ ନପାରିବ କାହିଁକି, ମୁଁ ଚେତା ଅଛି ବୋଲି କହି ନପାରିବ କାହିଁକି ?

 

ଆଧୁନିକ ବିଜ୍ଞାନକୁ ପ୍ରୟୋଗ କରିଥିବାର କାହାଣୀଟି କହିବ ଯେ, ପ୍ରଥମେ ସେହି କାଳଟିରେ ବିଜ୍ଞାନର କୌଶଳଗୁଡ଼ାକୁ ହିଁ କ୍ଷେତ୍ରୀୟ ମାଲିକମାନେ ସମ୍ଭବତଃ ବିଜ୍ଞାନନାମକ ଏକ ଖାସ୍ ଜୀବନଦୃଷ୍ଟି ଅପେକ୍ଷା ଅଧିକ ମହତ୍ତ୍ୱ ଦେଇ ଦେଖିଥିଲେ । ସେମାନେ ଉତ୍ପାଦନ ବଢ଼ାଇଲେ, ଅଧିକରୁ ଅଧିକ ପୁଞ୍ଜିର ଅଧିକାରୀ ହେଲେ । ନିଜ ନିଜ ଦେଶର ସୀମାକୁ ଡେଇଁ ପୃଥିବୀ ଯାକର ବଜାରରେ କାରବାର ମେଲାଇଲେ । ସେହି ନିଶାରେ ପୁଞ୍ଜିବାଦ ଜନ୍ମଲାଭ କଲା । ପୁଞ୍ଜିବାଦରୁ ସାମ୍ରାଜ୍ୟବାଦ, ଉପନିବେଶର ପ୍ରସାର, ଶୋଷଣ ଏବଂ ସାନ ବଡ଼ ନାନା କିସମର ଯୁଦ୍ଧ ଇତ୍ୟାଦି । ବେପାରୀ ଆଖିଟା ଯେତେବେଳେ ଏହିପରି ସୌଦାଗରୀ କରି ଲାଭବାନ୍‍ ହେବାରେ ରତ ହୋଇ ରହିଥିଲା, ସେତେବେଳେ ମଧ୍ୟ୍ୟ କେତେ ଅଗ୍ରଗାମୀ ଆପଣାର ବୈଜ୍ଞାନିକ ମନନଶକ୍ତିକୁ କାମରେ ଲଗାଇ ଆପଣାର ଗବାକ୍ଷଗୁଡ଼ିକୁ ନୂଆ ପ୍ରସାର ଯୋଗାଇ ଦେଉଥିଲେ । ଆମର ଏହି ସମାଜକୁ ମଧ୍ୟ୍ୟ ଆମେ ବିଜ୍ଞାନର ଆଖି ଦେଇ ବିଚାର କରି ପାରିବା,–ଆମକୁ ନାନାଭାବେ ଜଡ଼ିତ କରି ରଖିଥିବା ଆମର ରାଜନୀତିକ ଏବଂ ଅର୍ଥନୈତିକ ସାମୂହିକ ରଚନାଗୁଡ଼ିକୁ, ଆମର ସଂସ୍କୃତିକୁ ଓ ଆମର ଧର୍ମକୁ । ଏହିପରି ଭାବରେ ସେହି ଧାଡ଼ୀରେ ମନୋବିଜ୍ଞାନ ଆସି ପହଞ୍ଚି ଯାଇଥିଲା, ନୃତତ୍ତ୍ୱବିଜ୍ଞାନର ଉଦୟ ଘଟିଥିଲା । ଅର୍ଥାତ୍ ବିଜ୍ଞାନଗତ ଅନ୍ତଃଦୃଷ୍ଟିର ରଜ୍ଜୁଗୁଡ଼ିକ ଜୀବନର କୌଣସି ବୃତ୍ତଖଣ୍ଡକୁ ମଧ୍ୟ୍ୟ ଅବଲୋକନର ବାହାରେ ବୋଲି ବିଚାରି ମୋଟେ ବାଦ୍ ଦେଲାନାହିଁ । ମନୁଷ୍ୟ ଭିତରେ ଏପରି ଜଣେ ବିଶ୍ୱଜିଜ୍ଞାସୁ ରହିଛି, ଯିଏକି ଏହିପରି ଭାବରେ ସେହି ଭିତରୁ ହିଁ ଏକ ଅଦମ୍ୟ ଶ୍ରଦ୍ଧା ବା ଆସ୍ପୃହା ନେଇ ପହଞ୍ଚି ଯିବାରେ ଲାଗିଥାଏ ଏବଂ ଆମ ବିଚାରଗୁଡ଼ିକୁ ପ୍ରସାରି ଦିଏ ଓ ବିଶ୍ୱପରେ ବିଶ୍ୱର ଆବିଷ୍କାର କରିବାରେ ଲାଗିଥାଏ । ଲବ୍ଧ ସତ୍ୟଗୁଡ଼ିକୁ ନୂତନ ପ୍ରସ୍ଥ ଦେଇ ଖୋଜୁଥାଏ । ନୂତନ ନୂତନ ସୃଜନସଚଳ ସତ୍ୟାନୁମାନ ଦେଇ ସମୃଦ୍ଧ ହୁଏ ।

 

ବିଜ୍ଞାନୀ ମନୋଭୂମିର କ୍ରମାଗ୍ରସର ହେବାର କାହାଣୀଟିରେ ତାହାହିଁ ସମ୍ଭବ ହୋଇଛି । ଅଧିକରୁ ଅଧିକ ସଂପୃକ୍ତ ଭାବରେ ଆହୁରି ଆହୁରି ସମ୍ଭବ ହେଉଛି । ଯଦି ପୃଥିବୀରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି ଏବଂ ବିଜ୍ଞାନର ପ୍ରୟୋଗ ଦ୍ୱାରା ସବୁ ମନୁଷ୍ୟଙ୍କ ଲାଗି ଆବଶ୍ୟକ ଅନ୍ନସ୍ତରୀୟ ସାମଗ୍ରୀଗୁଡ଼ିକୁ ସମ୍ଭବ କରାଯାଇ ପାରିବ ତେବେ କେତେ ମନୁଷ୍ୟ ପଛରେ ପଡ଼ି ରହିଥିବେ କାହିଁକି, ଭାଗ୍ୟ ଆଦରି ସେମାନେ କାହିଁକି ବଞ୍ଜିତ ହୋଇ ରହିଥିବେ ? ନାଇଁ, ମନୁଷ୍ୟମାତ୍ରେ ସମସ୍ତେ ଧାଡ଼ୀକୁ ଆସିବେ ମନୁଷ୍ୟ ବୋଲି ଗଣା ହେବେ । ସମସ୍ତଙ୍କ ପାଖରେ ଯଥେଷ୍ଟ ଫୁରସତ ସମୟ ରହିବ ଯେପରିକି ମୋଟେ କାହାରିକୁ ଅନ୍ନଜଞ୍ଜାଳର ହରକତଗୁଡ଼ିକରେ ବାଧ୍ୟ୍ୟ ହୋଇ ରହିବାକୁ ପଡ଼ିବନାହିଁ । ତେବେ ଯାଇ ସିନା ଆଦୌ ସୁସ୍ଥ ବୋଲି କହି ପାରିବାଭଳି କୌଣସି ସଂସ୍କୃତି ସମ୍ଭବ ହେବ । ସୁଯୋଗଗୁଡ଼ିକ ସମବିତରିତ ହୋଇ ରହିବ । କେବଳ କେତେକ ଖାସ୍ ଶ୍ରେଣୀ ଅଥବା ବ୍ୟକ୍ତି ଭାଗ୍ୟବାନ୍ ବୋଲାଇ ନିତାନ୍ତ ଦରଦଶୂନ୍ୟ ଭାବରେ ସବୁକିଛିକୁ ମାଡ଼ି ବସି ମୋଟେ ରହିବେନାହିଁ । ଏହିପରି ଏକ ସଂହତିଯୁକ୍ତ ସହଜୀବନର ମାନଚିତ୍ରକୁ ସମ୍ମୁଖରେ ସ୍ଥାପନା କରି ବିଜ୍ଞାନୀ ମନୁଷ୍ୟମନଟି ସଂପ୍ରତି ଅଧିକରୁ ଅଧିକ ସଚେତନ ଭାବରେ ଆଗେଇବାରେ ଲାଗିଛି-। ସମଗ୍ର ପୃଥିବୀକୁ ହିଁ ଏକକରୁପେ ଗଣନା କରି ଯୋଜନାମାନ କରାଯାଉଛି ଓ ନିର୍ଭରଯୋଗ୍ୟ ପଦକ୍ଷେପମାନ ନେଇ ସେଗୁଡ଼ିକର ବାସ୍ତବାୟନ ହେଉଛି । ସଂପୂର୍ଣ୍ଣ ସାମାଜିକ ଜୀବନଟି ହିଁ ଆମ ବିଜ୍ଞାନଚର୍ଯ୍ୟାର ଲାବୋରେଟରୀରେ ପରିଣତ ହୋଇଯାଉଛି ।

 

ତେଣୁ, ଏପରି ଗୋଟିଏ ସମୂହର କଳ୍ପନା କରାଯାଉ, ଯହିଁରେ ସବୁ ମନୁଷ୍ୟଙ୍କର ଅନ୍ନସଂସ୍ଥାନ ହୋଇ ପାରୁଛି, ସମସ୍ତେ ପାଦତଳ ଭୂମିର ମୌଳିକ ଆବଶ୍ୟକତାର ପୂରଣ କରି ଆହୁରି ଆହୁରି ଆଗକୁ ନିଜକୁ ସଂପୃକ୍ତ କରି ଦେଖି ପାରୁଛନ୍ତି, ସବୁରି ପାଖରେ ଫୁରସତ ସମୟ ରହିଛି ଯାହା ଫଳରେ କି ଏକ ସଂସ୍କୃତିର ନାନା ସୃଜନାତ୍ଜକ ଆହ୍ୱାନକୁ ଶୁଣିହେବ,–ସେଥିରେ ଅଂଶଗ୍ରହଣ କରିହେବ ଏବଂ ନିଜର ସୃଜନାତ୍ଜକ ଆସ୍ପୁହାଗୁଡ଼ିକ ଦ୍ୱାରା ତାହାକୁ ସମୃଦ୍ଧ ବି କରିହେବ-। ହଁ, ସୁଯୋଗଗୁଡ଼ିକ ମଣିଷମାତ୍ରେ ସମସ୍ତଙ୍କ ଲାଗି ଉନ୍ମୁକ୍ତ ହୋଇ ରହିବ । ସମସ୍ତେ ସୁଖୀ ହେବେ ଓ ଜୀବନନାମକ ଆପଣାର ଭାଗ୍ୟଟିକୁ ଉପଭୋଗ କରିବେ । ଏପରି ଏକ ସ୍ଥିତି ସତକୁ ସତ ସମ୍ଭବ ହୋଇ ପାରିବାରେ ପୃଥିବୀରେ ଏବେ ମଧ୍ୟ୍ୟ ଅନେକାନେକ ବାଧା ଅବଶ୍ୟ ରହିଛି । ସ୍ଵାର୍ଥମାନେ ବାଟ ଓଗାଳି ରହିଛନ୍ତି, କ୍ଷମତା, ରାଷ୍ଟ୍ରୀୟ କ୍ଷମତା ସମେତ, ସେହିସବୁ ପରିବର୍ତ୍ତନକୁ କେବେହେଲେ ହେବାକୁ ଦେବେନାହିଁ ବୋଲି ଶପଥ କରି ସାରିଥିବା ପରି ବାଡ଼ି ଉଞ୍ଚାଇ ଛିଡ଼ା ହୋଇଛନ୍ତି । ତଥାପି କବାଟମାନେ ଅବଶ୍ୟ ଫିଟିଯିବେ । ବିବର୍ତ୍ତନ ଆଗକୁ ଯିବ । ଏହି ସ୍ଥୂଳ ଦୁସ୍ଥତାମାନେ କଟିଯିବେ । ଏହି ମନୁଷ୍ୟମାନଙ୍କ ସମଷ୍ଟିଟି ତୁମେ, ମୁଁ, ଆମେ ସମସ୍ତେ ପୂର୍ଣ୍ଣପେଟ ଅନ୍ନର ଅଧିକାରୀ ହୋଇପାରିବା ପରେ ତଥାପି କ'ଣ ସେହି ଧନ୍ଦାଟି ସହିତ ସେହି ପୂର୍ବପରି ଜଡ଼ିତ ହୋଇ ରହିଥିବା ? ଜୀବନରେ ଏଇଟି ବସ୍ତୁତଃ ଏପରି ଗୋଟିଏ ପ୍ରଶ୍ନ ଯାହାର ଉତ୍ତର ଦେବାକୁ ହିଁ ପଡ଼ିବ । ଏବଂ, ସେହି ଉତ୍ତର ଦେଇ ପାରିବାର ସ୍ଵଚ୍ଛତାଟି ଉପରେ ଆମ ଜୀବନର ସର୍ବବିଧ ଗତିଶୀଳତା ଅବଶ୍ୟ ନିର୍ଭର କରିବ । ନଚେତ୍, ଅର୍ଜନଗୁଡ଼ିକ ହୁଏତ ଗୁଣରୁ ପାଞ୍ଚଗୁଣ ହେବେ ସିନା, ମାତ୍ର ସବୁ ଥାଇ ମଧ୍ୟ୍ୟ ସବୁ ସ୍ଵାଦହୀନ ଲାଗୁଥିବ ।

 

ଏଣୁ, ଏହି ସନ୍ଦର୍ଭରେ ଗ୍ରନ୍ଥରେ ସେହି ପ୍ରଶ୍ନଟିର ଉତ୍‍ଥାପନ କରାଯାଇଛି : ଯେତେବେଳେ ପ୍ରାଥମିକ ଆବଶ୍ୟକତା ଗୁଡ଼ିକର ପୂରଣ ହୋଇଯିବ, ଯେତେବେଳେ ଜୀବନ ନାମକ ଏହି ମହାନ୍ ପ୍ରତିଷ୍ଠାଟିର ଏହି ପ୍ରଥମ ଭୂମିଟି ଉପଲବ୍ଧ ହୋଇ ପାରିଥିବ, ତେବେ ସେତେବେଳେ ପରବର୍ତ୍ତୀ ଗୋଟିଏ ସମ୍ଭାବନା ରୂପେ ମନୁଷ୍ୟମାନେ କେଉଁଟିକୁ ସ୍ୱୀକାର କରିନେବେ ? ଜଣେ ମନୁଷ୍ୟର ବୁଦ୍ଧିଦ୍ୱାରା ପ୍ରେରିତ ଏହି ମନ କେଉଁ ପ୍ରକାରର ପରିଚର୍ଯ୍ୟାରେ ଆପଣାକୁ ତତ୍ପର କରି ରଖିବ ? ଯଦି ମନ ହିଁ ପ୍ରକୃତିର ସର୍ବଶେଷ ଲକ୍ଷ୍ୟସ୍ଥଳ ହୋଇଥାଏ, ତେବେ ବୁଦ୍ଧି–ଅନୁଗତ ଓ କଳ୍ପନାଦ୍ଵାରା ପରିଚାଳିତ ଆମର ଏହି ଏତିକି ପରିମାଣର ମାନସିକତାଟିର ସଂପୂର୍ଣ୍ଣ ପରିମାଣ ବିକାଶ ଏବଂ ଏହି ସୁପରିଚିତ ସଂବେଗ ତଥା ବୋଧଗୁଡ଼ିକର ଏକ ସୁସମୀଚୀନ ତର୍ପଣହିଁ ଅବଶ୍ୟ ସେହି କ୍ଷେତ୍ରରେ ଯଥେଷ୍ଟ ହୁଅନ୍ତା । ମାତ୍ର ଯଦି ଅପର ପକ୍ଷରେ ଆମେ ମନୁଷ୍ୟମାନେ ଗୋଟାଏ ତୁଚ୍ଛା ବୁଦ୍ଧିଯୁକ୍ତିର ସମର୍ଥ ଏବଂ କେତେଗୁଡ଼ିଏ ଭାବାବେଗ ଦ୍ୱାରା ଚାଳିତ ଏକ ପ୍ରାଣୀଠାରୁ ଅଧିକ କିଛି ନା କିଛି ହୋଇଥାଉ, ଯଦି ଯେଉଁ ଖାସ୍ ସ୍ତରଟିରେ ବର୍ତ୍ତମାନ ତା’ ଜୀବନର ବିବର୍ତ୍ତନ-ପ୍ରକ୍ରିୟାଟି ଚାଲିଛି, ତାହାର ଆହୁରି ସେପାଖକୁ ସତକୁ ସତ ଆହୁରି କିଛି ରହିଥିବ ଯାହାକି ବିବର୍ତ୍ତନ ଲାଗି ଅପେକ୍ଷା କରି ରହିଥିବ, ତେବେ ହୁଏତ ଏପରି ଅବଶ୍ୟ ହୋଇଥିବ ଯେ, ଆମର ଏହି ମନଃସ୍ତରକୁ ଆମ ନିୟତିର ଏକ ମଧ୍ୟ୍ୟବର୍ତ୍ତୀ ସୋପାନ ବୋଲି ବିବେଚନା କରାଯିବ । ବର୍ତ୍ତମାନ ଏହି ମନଃସ୍ତରଟି କ୍ରମଶଃ ପୂର୍ଣ୍ଣରୁ ପୂର୍ଣ୍ଣତର ହୋଇ କେତେଭଳି କ୍ଷେତ୍ରରେ ଗଠନକ୍ଷମ ହୋଇ ଆସିଛି, କେତେକେତେ ସାମର୍ଥ୍ୟ ନିମନ୍ତେ ନିଜକୁ ଉନ୍ମୁକ୍ତ କରି ରଖି ପାରିଲାଣି ଏବଂ କେତେ ନୂଆ ପାରଙ୍ଗମତାର ଅଧିକାରୀ ମଧ୍ୟ୍ୟ ହେଲାଣି । ସଂବେଗର ସଂସାରଟିରେ ଆମେ କେତେ ନା କେତେ ନିପୁଣତା ଅର୍ଜନ କଲୁଣି, କେତେ କେତେ ନୂତନତାର ସୌଷ୍ଠବ ଦେଇ ଅଧିକରୁ ଅଧିକ ଶୃଙ୍ଖଳା ସମ୍ଭବ କରି ପାରିଲୁଣି । ତଥାପି ଏପରି ବେଶ୍ ସମ୍ଭବ ଯେ ତଥାପି ଆମେ ସଂପୂର୍ଣ୍ଣ ପଥଟିର ମଧ୍ୟ୍ୟବର୍ତ୍ତୀ ହୋଇଛୁ ଏବଂ ଆଉକିଛି ନିମନ୍ତେ ଅପେକ୍ଷା କରି ରହିଛୁ ।

 

ଖୁବ ସମ୍ଭବ ମନ ନାମକ ଏହି ମଧ୍ୟ୍ୟପଥର ଯାତ୍ରୀ ଆମ ମନୁଷ୍ୟଗଣଙ୍କ ସକାଶେ ଏକ ଉଚ୍ଚତର ଜୀବନ ଅପେକ୍ଷା କରିଛି: ଏପରି ଅଧିକ ଶକ୍ତିଚୟକୁ ବହନ କରୁଥିବା ସାମର୍ଥ୍ୟମାନେ ବର୍ତ୍ତମାନର ଜୀବନେନ୍ଦ୍ରିୟକୁ ଅଧିକାର କରିନେବେ ବୋଲି ଅପେକ୍ଷା ରହିଛି । ଏକଦା ଏହି ମନର ଆବିର୍ଭାବ ସମୟରେ ତ ସେହିପରି ଘଟଣାଟିଏ ହିଁ ଘଟିଛି । ସେହି ମନଟି ଆବିର୍ଭୂତ ହୋଇ ଆମ ଶରୀରକୁ ଆସି ଅଧିକାର କରିଛି ଏବଂ ବର୍ତ୍ତମାନ ଆମର ଭୌତିକ ସତ୍ତାଟି ଆଉ କେବଳ ଗୋଟାସୁଦ୍ଧା ନିଜକୁ ନେଇ ନିଜ ଜୀବନକୁ ବଞ୍ଚୁନାହିଁ । ଗୋଟାସୁଦ୍ଧା କେବଳ ନିଜର ପରିତର୍ପଣ ଗୁଡ଼ିକରେ ଆଦୌ ସୀମାବଦ୍ଧ ହୋଇ ନୁହେଁ, ମାତ୍ର ଏକ ଉଚ୍ଚତର ସ୍ତରର କ୍ରିୟାତ୍ଜକତା ସକାଶେ ମଧ୍ୟ୍ୟ ତାହା ଭୂମିଟିକୁ ଯୋଗାଇ ଦେଉଛି, ଆବଶ୍ୟକ ସାମଗ୍ରୀଗୁଡ଼ିକୁ ମଧ୍ୟ୍ୟ ଆଣି ପହଞ୍ଚାଇ ଦେଉଛି । ଦେହ ଦେହଠାରୁ ସତେଅବା ଅଧିକ କିଛିକୁ ମନ କରୁଛି, ପ୍ରାଣ ପ୍ରାଣଠାରୁ ଅଧିକ କିଛିକୁ ମନ କରୁଛି ଏବଂ ମନ ମଧ୍ୟ୍ୟ ମନଠାରୁ ଅଧିକ କିଛିଲାଗି ଅଭିଳାଷୀ ହେବାଦ୍ୱାରା ହିଁ ଆପଣା ଲାଗି ଏକ ଯଥାର୍ଥ ସାର୍ଥକତା ଲାଭ କରିପାରୁଛି । ମନେ ହେଉଛି, ଏଗୁଡ଼ିକ ଗୋଟିଏ କେହି ମଧ୍ୟ୍ୟ ଆପଣା ମଧ୍ୟ୍ୟରେ ସଂପୂର୍ଣ୍ଣ ନୁହନ୍ତି । ନାଇଁ, ଆଉ ଏକ ସମଗ୍ରତା ରହିଛି, ଯେଉଁଟି ଭିତରେ ସେମାନେ ପ୍ରତ୍ୟେକେ ପ୍ରତିବଦ୍ଧ ହୋଇ ରହିଛନ୍ତି । କେବଳ ଦେହକୁ ନେଇ ଉତ୍ସାହିତ ହୋଇ ରହିଥିବା ଦେହ, କେବଳ ପ୍ରାଣକୁ ନେଇ ପ୍ରମତ୍ତ ହୋଇ ରହିଥିବା ପ୍ରାଣ ଓ କେବଳ ଭୂଇଁଛଡ଼ା ହୋଇ ତୁଚ୍ଛା ଏକ ଶୂନ୍ୟଧର୍ମୀ ପ୍ରୀତିରେ ଉଡ଼ିବାରେ ହିଁ ଆପଣାର ପରାକ୍ରମ ଦେଖାଇବାରେ ଲାଗିଥିବା ମନ,–ସେହିମାନେ ହିଁ ସମ୍ଭବତଃ କାଳକାଳକୁ ଆମ ଜୀବନକୁ ନାନା ଭାବେ ରୁଗ୍‍ଣ କରି ରଖିଥିବେ ଏବଂ ଏକାଧିକ ପ୍ରକାରର ଖଣ୍ଡ-ସୌଦାଗରୀ ଦ୍ୱାରା ପୃଥିବା ପୀଡ଼ିତ ହୋଇ ରହିଥିବ ।

 

ତେଣୁ, ଏକ ନିୟାମକ ଧର୍ମରୂପେ ଆମ ସମସ୍ତଙ୍କୁ ନେଇ ଗୋଟିଏ ସଂପୂରଣ ପ୍ରକ୍ରିୟା ବଳବତ୍ତର ରହିଛି । ଚାର୍ଲସ୍ ଡାରଉଇନ୍ ବିବର୍ତ୍ତନର ନିଜ ବ୍ୟାଖ୍ୟାରେ ଯାହାକୁ Survival of the Fittest ବୋଲି କହିଥିଲେ, ଆମେ ଡାରଉଇନ୍–ତତ୍ତ୍ୱର ଆଧୁନିକ ଏକ ବ୍ୟାଖ୍ୟାନରେ ଯଥାର୍ଥ ଯୋଗ୍ୟତାର ଅଧିକାରୀ ହୋଇ ବିବର୍ତ୍ତନକୁ ଆଗେଇ ନେବାର ରୀତିଟିକୁ ହିଁ ଆମ ନିୟତିର ଯଥାର୍ଥ ଆସ୍ପୃହା ବୋଲି କହିପାରିବା ଏବଂ ସେହି ଆସ୍ଫୃହାଟିକୁ ସଙ୍ଗୀ କରି ସୁସ୍ଥ ଜୀବନଟିଏ ବଞ୍ଚିପାରିବା । ଏ ଭୂମିଟି ଏକ ପରବର୍ତ୍ତୀ ଭୂମିର ଆହ୍ୱାନକୁ ଶୁଣି ପାରୁଥିବ ଏହି ସେଥିରୁ ଏବଂ ବିଶେଷ ସନ୍ଦେଶ ପାଇ ସେଇଟିକୁ ଆବାହନ କରି ଆଣିପାରିବ, ପୃଥ୍ୱୀଜୀବନଟିକୁ ସେହି ପ୍ରକ୍ରିୟାରେ ଅଧିକ ଧନାଢ଼୍ୟ କରିବାରେ ଲାଗିଥିବ । ଜଡ଼ର ଭୂମିଟିଏ ମହଜୁଦ ହୋଇ ରହିନଥିଲେ ପ୍ରାଣନାମକ ଦ୍ୱିତୀୟ ପର୍ଯ୍ୟାୟଟି ପୁଣି କାହା ଉପରେ ଆଶ୍ରା କରି ସମ୍ଭବି ଆସିପାରିଥାନ୍ତା ? ଏବଂ, ପ୍ରାଣର ଆବିର୍ଭାବ ବିନା ଜଡ଼ର ମଧ୍ୟ୍ୟ କେଉଁଭଳି କି ଅବସ୍ଥା ମଧ୍ୟ୍ୟ ହୋଇ ଥାଆନ୍ତା ? ସେହି ରୀତିରେ ଦେହ ଏବଂ ପ୍ରାଣକୁ ଏକ ବୃହତ୍ତର ଉତ୍ତୋଳନ ଯୋଗାଇଦେଇ ଆମ ମନର ଆବିର୍ଭାବ । ସେହି ଆବିର୍ଭାବଟି ଦ୍ୱାରା ଦେହ ଓ ପ୍ରାଣର ନାନାବିଧ ଆତ୍ଜସମ୍ଭାବନାକୁ ଉନ୍ମୋଚିତ କରି ଦେବାଲାଗି କ’ଣ କମ୍ ଅବକାଶ ଅବଶ୍ୟ ମିଳିଥିବ ? ଜଡ଼ ଓ ପ୍ରାଣର କ୍ଷେତ୍ରରେ ଅଧିକରୁ ଅଧିକ ଗବାକ୍ଷମାନ ଯୋଗାଇ ଦେବାରେ ଏହି ମନ ହିଁ କେତେ କେତେ ବାଟ ଫିଟାଇ ଦେଇଛି । ଆଧୁନିକ ବିଜ୍ଞାନ ଏକ ନୂଆ ଆଖିକୁ ସମ୍ଭବ କରି ଆଣିଛି ଏବଂ ମନୁଷ୍ୟାକାଙ୍‍କ୍ଷାଗୁଡ଼ିକରେ କେତେ ନା କେତେ ନୂତନ ପ୍ରସ୍ଥର ସନ୍ଧାନ ଆଣି ଦେଇଛି । ନୂଆ ନୂଆ ବାସ୍ତବତା ସମ୍ଭବ ହୋଇ ଆସିଛି ଏବଂ ତାହାର ସମ୍ମୁଖୀନ ହେବାଲାଗି ନୂଆ ନୂଆ ବୁଦ୍ଧିକୁ କ୍ରିୟାଶୀଳ କରାଯାଇଛି । ସାମୂହିକ କ୍ଷେତ୍ରମାନଙ୍କରେ ନୂଆ ନୂଆ ସଂବେଦନା ଜନ୍ମଲାଭ କରିଛନ୍ତି । ଅର୍ଥାତ୍ ଏକ ନୂତନ ବିବେକ ଆସି ମନୁଷ୍ୟଗଣଙ୍କର ଜୀବନରେ ହୃଦୟନାମକ ସଂପୂର୍ଣ୍ଣ ଭାବରେ ଗୋଟିଏ ନୂତନ ବାସ୍ତବର ମନ୍ତ୍ରଣା ଆଣି ଦେଇଛି ଯେଉଁଠାରେ କେବଳ କେତେକ ଖାସ୍ ବର୍ଗ ବା ବ୍ୟକ୍ତି ନୁହନ୍ତି, ମନୁଷ୍ୟମାତ୍ରେ ସମସ୍ତଙ୍କର ତର୍ପଣ ସମ୍ଭବ ହୋଇ ପାରିବା ସକାଶେ ମଧ୍ୟ୍ୟ ସ୍ଥାନ ରହିଥିବ । ଏଇଟି ହେଉଛି ଏକାଧିକ ଅର୍ଥରେ ଗୋଟିଏ ଅନ୍ୟ ବିଚାର, ଆମ ଚଳନ୍ତି ଚିହ୍ନା ମନଟିଠାରୁ ଏଇଟି ଖୁବ୍ ଭିନ୍ନ ବୋଲି ବେଶ୍ ସହଜରେ ନିଶ୍ଚୟ ବୁଝିହେବ । ଏଇଟି ଏକ ପରବର୍ତ୍ତୀ ଉଚ୍ଚତର ଶିଖରର ହୁଏତ ଆବେଦନ ନୁହେଁ ତ, ଯାହା ମନୁଷ୍ୟମାନଙ୍କ ଲାଗି ଆହୁରି ଆଗକୁ ଅପେକ୍ଷା କରି ରହିଛି !

 

ଆମ ଚିତ୍ତବୃତ୍ତି ଗୁଡ଼ିକର ଏକ ପୂର୍ଣ୍ଣସମ୍ମତିଯୁକ୍ତ ପ୍ରସାରଣ,–ତାହାକୁ ଆମେ ଆମର ହୃଦୟ ବୋଲି କହିବା । ଆମର ଭୌତିକ ତଥା ପ୍ରାଣଗତ ସୁଖଆଶାର ମାନଚିତ୍ରରେ ମୋ’ ସହିତ ଅନ୍ୟ ସବୁ ମନୁଷ୍ୟଙ୍କ ଲାଗି ପର୍ଯ୍ୟାପ୍ତ ସ୍ଥାନ ଅବଶ୍ୟ ରହିବ, ସେଇଟି ଧର୍ମ, ସେଇଟି ହୃଦୟ । ମନୁଷ୍ୟଜୀବନକାମନାର ପରିପୂର୍ତ୍ତି ଲାଭ କରିବାର କ୍ଷେତ୍ରରେ ସେଇ ହେଉଛି ଏକ ସର୍ବପ୍ରାଥମିକ ଅତ୍ୟାବଶ୍ୟକତା । ଆଦୌ କେତେକ ବଦାନ୍ୟଙ୍କର ଦୟାପ୍ରଦର୍ଶନ ନୂହେଁ । ପୃଥିବୀଟି ଯେ ସୁସ୍ଥ ଭାବରେ ଖୋଜ ପକାଇ ଆଗକୁ ଯାଇ ପାରିବ ଓ ଆରୋହଣ କରିଯାଇ ପାରିବ, ସେଥିଲାଗି ଏକ ସର୍ବ ପ୍ରାଥମିକ ସର୍ତ୍ତ । ଯଥୋପଯୁକ୍ତ ପରିମାଣର ସମ୍ପଦ ଇତ୍ୟାଦି ପୃଥିବୀରେ ରହିଥିବା ସମୟରେ ମଣିଷମାନଙ୍କର ଏହି ସଂସାରରେ ଜଣେ ହେଲେ ଅନ୍ନ ନପାଇ ପୀଡ଼ା ପାଇବ ନାହିଁ, ପଛୁଆ ବର୍ଗ ହୋଇ କେହି ରହିବେନାହିଁ ଅର୍ଥାତ୍ କୌଣସି ନ୍ୟସ୍ତସ୍ୱାର୍ଥ ଦ୍ୱାରା ପ୍ରମତ୍ତ ହୋଇ କେହି ଆଉମାନଙ୍କୁ ପଛରେ ବହୁ ଅସମର୍ଥତା ଭିତରେ ପକାଇ ଦେଇ ଆପେ ଅଧିକ ସମର୍ଥ ବୋଲି ବାଜା ବଜାଇ ଆଗକୁ ବାହାରି ପଳାଇବ ନାହିଁ, ସବୁରି ପାଖରେ ପୂର୍ଣ୍ଣ ଫୁରସତ–ସମୟ ରହିବ, ଯେପରିକି ସିଏ ନିଜର ସମ୍ଭାବ୍ୟ ସୃଜନାତ୍ଜକତା ଗୁଡ଼ିକୁ ସ୍ଵାଭାବିକ ସହଜତା ସହିତ ବଞ୍ଚିପାରିବ ଏବଂ, ସୁଯୋଗର କ୍ଷେତ୍ରରେ କେହି ବଞ୍ଚିତ ଓ ବହିଷ୍କୃତ ହୋଇ ରହିବାକୁ ବାଧ୍ୟ୍ୟ ହେବେନାହିଁ, ଏବଂ ସେହି ଅନୁସାରେ ରାଷ୍ଟ୍ରଶାସନ, ସମାଜର ବ୍ୟବସ୍ଥା, ନୈତିକତା, ଧର୍ମ ଏବଂ ସବୁକିଛି । ଏଗୁଡ଼ିକ ସର୍ବପ୍ରାଥମିକ ଆଗର ହିଁ ଗୋଟିଏ ଗୋଟିଏ ଆବଶ୍ୟକତା, ଯେଉଁଗୁଡ଼ିକର ପୂରଣ ଏବଂ ସମାଧାନ ହେବ । ତେବେ, ଆହୁରି ଆଗକୁ ଆହୁରି କିଛି ରହିଛି ବୋଲି ଶାସ୍ତ୍ରର ପ୍ରମାଣ ଦେଇ ମୋଟେ ବୁଝାଇବା ଆବଶ୍ୟକ ହେବନାହିଁ । ଏହିସବୁ ପାଥମିକ ବାଡ଼ଗୁଡ଼ିକୁ ଅତିକ୍ରମ କରୁ କରୁ ସେହି ପରବର୍ତ୍ତୀ ଶିଖରଟି ମଧ୍ୟ୍ୟ ଅନୁଭୂତ ହୋଇ ଆସୁଥିବ ।
 

ପୃଥ୍ୱୀବିବର୍ତ୍ତନର କ୍ରମରେ ଆମେ ମନୁଷ୍ୟମାନେ ଯେଉଁ ପୁରୁଣା ସୁଖକାମିତାର ସ୍ତରରେ ଲଟର ପଟର ହେଉଛୁ ଏବଂ ଯେଉଁଠାରେ ସମାଧାନଟିଏ ପାଇବା ନିମନ୍ତେ ନାନା ଉଠାପକା ଲାଗି ରହିଛି, କ୍ଷମତାସୀନ ମାନଙ୍କ ପାଖରୁ କ୍ଷମତାକୁ ହଡ଼ପ କରିନେଇ ଆମେ ହିଁ ଉଚ୍ଚ ହୋଇ ବସିବା, ସେହି ଅଭିନୟଟା ଆଉ ମୋଟେ କାମ ଦେବନାହିଁ । ଏବଂ, ପୃଥିବୀ ନାମକ ଏହି ପୁରୁଣା କାରବାରଟା ଭିତରେ ଯେଉଁମାନେ ନାନା ବିରାଗର ପ୍ରଲୋଭନରେ ପଡ଼ି ଆପଣାକୁ ବୋଧ ଦେଲା ପରି କୌଣସି ଗୁମ୍ପାର ଆଶ୍ରୟ ଗ୍ରହଣ କରୁଥିବେ, ସେମାନେ ସେହି ପଳାୟନ ଦ୍ୱାରା ଶାନ୍ତି ଲାଭ କରିଛନ୍ତି ବୋଲି ଯେତେ ବିଚାରୁଥିଲେ ମଧ୍ୟ୍ୟ ତଥାପି ଆପଣାର ଅନ୍ତର୍ବିବେକର ଥାନଗୁଡ଼ିକରେ ବହୁ ବିଡ଼ମ୍ବନା ମଧ୍ୟ୍ୟରେ ପଡ଼ିଥିବେ । ଜୀବନରେ ପାଶମୁକ୍ତ ହେବା ବୋଲି କହିଲେ ଯଦି ସତକୁ ସତ ସକାରାତ୍ଜକ ଭାବରେ ଏକ ସତ୍ୟୋପଲବ୍ଧିକୁ ବୁଝାଇବ, ତେବେ ଜୀବନ ଭିତରୁ ଅପସରି ଯିବାରେ ଆଦୌ ସମାଧାନ ପ୍ରାପ୍ତ ହେବନାହିଁ । ଆଧୁନିକ ପୃଥିବୀରେ ଚେତନାରେ କ୍ରମେ ଏପରି ଏକ ନୂତନ ଉଚ୍ଚାଟନ ଜନ୍ମ ନେବାକୁ ଆରମ୍ଭ କଲାଣି ଯାହା ଆପଣା ଆତ୍ଜାର ଅପସାରଣ କରାଇ ନେଇ ଏକ ଭଗବତ୍‌ସାନ୍ନିଧ୍ୟ୍ୟ ଲାଭ କରିବାର ପ୍ରୟାସକୁ ଏକ ଅନ୍ୟମନସ୍କତା ବୋଲି ବିଚାର କରିବ । ପଳାୟନମାର୍ଗିମାନେ ଯେତେପ୍ରକାରେ ବାହାରେ ବାହାରେ ରହି ପୃଥିବୀ ବିଷୟରେ ବିବଧ ପରାମର୍ଶ ଦେଉଥିଲେ ମଧ୍ୟ୍ୟ ପୃଥିବୀ ନିଜର ସର୍ବପ୍ରାଥମିକ ଆବଶ୍ୟକତା ଗୁଡ଼ିକର ପୂରଣ ଦିଗରେ ଉଦ୍ୟମରତ ହୋଇ ରହିଥିବ; ବିଫଳ ବି ହେଉଥିବ, ତଥାପି ନିରସ୍ତ ହୋଇ ରହି ଯିବନାହିଁ-। ନାନା ଅବିଚାର ଏବଂ ଅଘଟଣ ଫଳରେ ଆମ ପୃଥିବୀଟି ଯେତେ ଯେତେ ପ୍ରକାରେ ଦରିଦ୍ର ହୋଇ ରହିଛି, ପୃଥିବୀରେ ରହି ଆହୁରି ଆଗକୁ ଚିତ୍ରମାନ ଆଙ୍କି ପାରୁଥିବା କେତେ ମଣିଷଙ୍କର ପ୍ରଚେଷ୍ଟା ଲାଗି ରହିଥିବ । ଭୁଲଗୁଡ଼ାକର ଭୟଙ୍କର ପୁନରାବୃତ୍ତି ହେଉଥିବ, ତଥାପି ଆଗକୁ ଆଗକୁ ଏକ ଅବ୍ୟାହତ କିଛି ନା କିଛି ରହିଥିବ । ଆଗକୁ ଆଦୌ କିଛି ଘଟୁନାହିଁ ବୋଲି ଆଦୌ ଅଭିଯୋଗ କରାଯାଇ ହେବନାହିଁ । ନିଜଭିତରୁ ମଧ୍ୟ୍ୟ ଏକ ତପୋଚାରୀକୁ ଆଉ ଗୋଟିଏ ସ୍ପର୍ଶ ମିଳିବ, ଯିଏ ହିମ୍ମତ ଦେବ, ବଳ ଦେବ । ଆମର ସମଗ୍ର ଜୀବନଟି ଏକ ଯୋଗ ବୋଲି ଏକ ପ୍ରତ୍ୟୟ ପ୍ରତ୍ୟକ୍ଷ ହୋଇ ଆସିବ । ଏମାନେ ଯେଉଁପରେ ଥିବେ; ଆଦୌ ପଳାଇ ନଯାଇ ଆଉ ଗୋଟିଏକୁ ମନ କରିବେ, ଯୁଗ ପାଇଁ ନିମିତ୍ତ ହେବେ ।

 

ଏହି ମନଯାଏ ବିବର୍ତ୍ତିତ ହୋଇ ଏତିକି ମଧ୍ୟ୍ୟରେ ରହି ଯାଇଥିବା ଜୀବନଟିର ଆହୁରି ଆଗକୁ ଯେ ଉଚ୍ଚତର ସ୍ଥିତିଟିଏ ରହିଛି, ଭାରତୀୟ ଦର୍ଶନରେ ଆମକୁ ତାହାରି ଏକ ସୂଚନା ଏକାଧିକ ସନ୍ଦର୍ଭରେ ଦିଆଯାଇଛି । ସେଇଟି ଯେପରି ଆମ ସତ୍ୟକଳନାର କ୍ଷେତ୍ରରେ ମୁଖ୍ୟ ମୂଳଦୁଆଟିଏ ହୋଇ ପ୍ରତିଷ୍ଠିତ ରହିଛି । ଏବଂ, ସେହି ଉଚ୍ଚତରଟିକୁ କିପରି ଅର୍ଜନ କରାଯାଇ ପାରିବ, ଏବଂ କିପରି ସଂଗଠିତ କରି ଅଣାଯାଇ ପାରିବ, ଭାରତୀୟ ଯୋଗମାର୍ଗର ଭିନ୍ନ ଭିନ୍ନ ପଦ୍ଧତିଗୁଡ଼ିକ ସେହି ଅର୍ଜନ ତଥା ସଂଗଠନରେ ସହାୟତା କରି ଆସିଛନ୍ତି । ବସ୍ତୁତଃ ସେହି ଲକ୍ଷ୍ୟଟିକୁ ସମ୍ମୁଖରେ ରଖି ଯୋଗଚାରଣାର ସଂପୂର୍ଣ୍ଣ ଜଗତଟି ଆପଣାକୁ ନିୟୋଜିତ କରି ରଖିଆସିଛି । ଅତ୍ୟନ୍ତ ସ୍ପଷ୍ଟ ଭାବରେ ଉଚ୍ଚାରିତ ହୋଇଛି ଯେ, ବିବର୍ତ୍ତନର ପ୍ରକ୍ରିୟାଟି ଏହି ମନଯାଏ ଆସି ଆଦୌ ଅଟକି ଯାଇନାହିଁ, –ସେହି ମନଯାଏ ଆସି ସେତିକିକୁ ହିଁ ଚରମ ଓ ସର୍ବୋଚ୍ଚ ଉପଲବ୍ଧି ଭାବେ ଗ୍ରହଣ କରିନେବାକୁ ଅସ୍ୱୀକାର ହିଁ କରାଯାଇଛି । ମନ ହେଉଛି ଶରୀର ପରି ଏକ ସାଧନ, ଗୋଟିଏ ନିମିତ୍ତ । ଯୋଗର ଭାଷାରେ ମନକୁ ଅନ୍ତସ୍କରଣ ବୋଲି ଘୋଷଣା କରାଯାଇଛି-। ଏବଂ, ଆଗକୁ ଯେଉଁଟିର ଅଭିବ୍ୟକ୍ତି ଘଟିବ ବୋଲି ଅପେକ୍ଷା ରହିଛି, ସେଇଟି ଯେ ବାହାରୁ କେଉଁ ଶୂନ୍ୟରୁ ଆସି ମନୁଷ୍ୟର ବୋଧ ମଧ୍ୟ୍ୟରେ ପ୍ରବେଶ କରିବ, ସେକଥା ମଧ୍ୟ୍ୟ ନୁହେଁ । ତାହା ଅଭିଚ୍ଛିନ୍ନ ଭାବରେ ଏହିଠାରେ ହିଁ ସଂବୃତ ହୋଇ ରହିଆସିଛି । ଏବଂ, ମନୁଷ୍ୟର ବୁଦ୍ଧି ତଥା ଭୌତିକ ଜୀବନ ତାହାକୁ ଉପଯୁକ୍ତ ଭୂମିଟିଏ ଯୋଗାଇ ଦେଇ ପାରିନାହିଁ ବୋଲି ତାହା ଅନ୍ତରାଳ ପରି ହୋଇ ରହିଯାଇଛି ।

.

ତେବେ, ସେହି ଉଚ୍ଚତର ବା ଉଚ୍ଚତମ ଜୀବନସ୍ଥିତିଟି କ'ଣ ବା କିପରି, ଯେଉଁଟି ଆଡ଼କୁ ଆମର ବିବର୍ତ୍ତନ-ପ୍ରକ୍ରିୟାଟି ମୁହାଁଇ ଗତି କରୁଛି ? ଏହି ପ୍ରଶ୍ନଟିର ଉତ୍ତର ଦେବାକୁ ହେଲେ ଆମର ନିତି ଚଳନ୍ତି ହୋଇ ରହିଥିବା ଚିହ୍ନ ଶବ୍ଦଗୁଡ଼ିକ ଆଦୌ କାମ ଦେବନାହିଁ । ଯିଏ ଦେଖିଛି, ଯିଏ ନିଜର ଆସ୍ପୃହା ଦ୍ଵାରା ସ୍ପର୍ଶ କରି ପାରିଛି ଏବଂ ଯିଏ ଏତିକି ମଧ୍ୟ୍ୟରେ ତଥାପି ଆହୁରି କିଛିକୁ ଲୋଡ଼ିଛି ଓ ଖୋଜିଛି, ସେହିମାନଙ୍କ ଦ୍ୱାରା ସନ୍ଧାନ କରି ପାଇଥିବା ଭାଷା ଓ ଶବ୍ଦମାନେ ହିଁ ଏହି ପ୍ରୟାସରେ ଆମକୁ ବହୁ ପରିମାଣରେ ସାହାଯ୍ୟ କରି ପାରିବେ । ଆମେ ଯେତିକିଯାଏ, ଆମେ ବ୍ୟବହାର କରୁଥିବା ଭାଷାଟି ମଧ୍ୟ୍ୟ ନ୍ୟାୟତଃ ସେତିକି ଯାଏ ସମର୍ଥ ହେବେ । ସେହି ଦୃଷ୍ଟିରୁ ଭାରତବର୍ଷର ସେହି ପ୍ରାୟ ସବାମୂଳର ଭାଷାମାଧ୍ୟ୍ୟମଟି ଆମକୁ ଯଥୋଚିତ ଅର୍ଥଟିକୁ ଘ୍ରାଣ କରିବାରେ ସର୍ବାଧିକ ପରିମାଣରେ ସମର୍ଥ ହେବ । ସେହି ଭାଷାଟି ହେଉଛି ସଂସ୍କୃତ ଭାଷା, ପ୍ରାଚୀନ ଭାରତବର୍ଷର ଶାସ୍ତ୍ରୀୟ ଭାଷାଟି, ସତ୍ୟକୁ ଉପଲବ୍ଧି କରି ସାଧନାପଥର ଋଷି ଓ ତପସ୍ୱୀମାନେ ଯେଉଁ ଭାଷାଟିକୁ ବ୍ୟବହାର କରିଛନ୍ତି । କାର୍ଯ୍ୟତଃ ଏକ ସାଧର୍ମ୍ୟ ଦ୍ୱାରା ପ୍ରେରିତ ହୋଇ ଯେଉଁ ଭାଷାଟିର କ୍ରମୋଦ୍‍ଭବ ହୋଇ ଆସିଛି । ଆମେ ଯେତେ ଯେତେ ଭାଷାରୁ ଶବ୍ଦଗୁଡ଼ିକୁ ଆହରଣ କରି ଏବଂ ଅନେକ ସମୟରେ ତୁଚ୍ଛା କୌଣସି ସିଦ୍ଧ ଭାଷାକାରିଗରର କୌଶଳ ଦ୍ୱାରା ପ୍ରେରିତ ହୋଇ ନୂଆ ନୂଆ ଶବ୍ଦସର୍ଜନା ଦ୍ୱାରା ସବୁ କଥା ଅବଶ୍ୟ କହି ହେବ ବୋଲି ଭାଣ କରିବା ଏବଂ ପ୍ରକୃତରେ କାର୍ଯ୍ୟଟି ସଫଳ ହୋଇଗଲା ବୋଲି ନିଜକୁ ପ୍ରତ୍ୟୟ ଦେଉଥିବା, ଅସଲ ସତ୍ୟଟା ସେତିକି ସେତିକି ହାତଛଡ଼ା ହୋଇ ଯାଉଥିବ ଏବଂ ଆମେ ବିଡ଼ମ୍ବିତ ହୋଇ ରହିଥିବା ।

 

ତେଣୁ, ଯୋଗର ଆପ୍ତ ଅଭିବ୍ୟକ୍ତିଚୟର ବର୍ଣ୍ଣନା ଅନୁସାରେ ଆମେ ଆମ ଅସ୍ତିତ୍ୱର ପ୍ରଥମ ତିନିସ୍ତରକୁ ଅନ୍ନମୟ କୋଷ, ପ୍ରାଣମୟ କୋଷ ଏବଂ ମନୋମୟ କୋଷ ରୂପେ ବର୍ଣ୍ଣନା ହୋଇଥିବାର ଦେଖିବାକୁ ପାଇବା । ପରବର୍ତ୍ତୀ ଦୁଇଟି ସୋପାନ ଯାହାକୁ ବିଜ୍ଞାନମୟ ଏବଂ ଆନନ୍ଦମୟର ଉପଲବ୍ଧିକୁ ପରିଚିତ ଆମ ମନୋସ୍ତରଟିର ଭଳି ଭଳି ଜିଜ୍ଞାସା ଓ ଯୁକ୍ତି ବୁଦ୍ଧିର ଶୈଳୀଟି ଦ୍ୱାରା ହାସଲ କରି ହେବନାହିଁ । ଏପରିକି ଉଚ୍ଚ ଏବଂ ଆହୁରି ଉଚ୍ଚ ସତ୍ୟାନୁମାନ ଗୁଡ଼ିକ ଦ୍ୱାରା ନାନା ସିଦ୍ଧାନ୍ତରେ ଉପନୀତ ହୋଇ ସେଗୁଡ଼ିକୁ ବୁଝି ହେବନାହିଁ । ସେହି ଜ୍ଞାନରେ ପ୍ରବିଷ୍ଟ ହେଲେ ଯାଇ ସେଗୁଡ଼ିକୁ ଚିହ୍ନି ହେବ । ଏବଂ, ସେହି ଆନନ୍ଦଟିକୁ ମଧ୍ୟ୍ୟ ଆମେ କଦାପି ଆମ ହୃଦୟ ଭିତରୁ ସଂଜାତ ହେଉଥିବା ଏକ ଅତ୍ୟୁଚ୍ଚ ସ୍ତରର ଉଲ୍ଲାସ ବୋଲି କୁହାଯିବ ନାହିଁ । ଏପରି ଗୋଟିଏ ଉଲ୍ଲସିତ ଅନୁଭବର ଗୁଡ଼ିଏ ବେଗମୟତା, ଯାହା ପଛରେ ଦୁଃଖ ଏବଂ ନାନା ଯନ୍ତ୍ରଣାର ସେହି ଅନ୍ୟ ବୋଧଗୁଡ଼ିକ ମଧ୍ୟ୍ୟ ଚାପି ହୋଇ ରହିଥିବ । ସେହି ଆନନ୍ଦମୟ ସ୍ଥିତିଟି ସକଳ ଅବସ୍ଥାରେ ହିଁ ଏକ ସ୍ଵତଃ–ଆନନ୍ଦ ରୂପେ ବିଦ୍ୟମାନ୍‌ ଥିବ, ଏକ ସୀମାତୀତ ତଥା ଅନନ୍ତ ଅସ୍ତିତ୍ୱର ଅନ୍ତର୍ଗତ ସ୍ଵଭାବ-ଉପାଦାନରୂପେ ମହଜୁଦ ରହିଥିବ । ସେଯାଏ ଯାଇନଥିବା ଆମେ କୋଟି କୋଟି ମନୁଷ୍ୟ ତ ଆମ ଅଙ୍ଗେ ନିଭାଉଥିବା କ୍ଷେତ୍ରଗୁଡ଼ିକ ଭିତରେ ବହୁବିଧ ଆକୁଳତାରେ ଉପର ତଳ ହେବାରେ ଲାଗିଥାଉ । କେତେବେଳେ ସବୁକିଛି ମିଳିଗଲା ପରି ଏକ ଆତୁରତା ସହିତ ଖୁବ୍‌ ଅଧୀର ହୋଇ ଯାଉ ଏବଂ ପୁଣି ସତେଅବା ଆମକୁ ଛାଡ଼ି ଚାଲିଗଲା ବୋଲି ଏକ ଅତିକାତରତା ଦ୍ୱାରା ଜର୍ଜର ହୋଇପଡ଼ୁ । ମାତ୍ର, ଆନନ୍ଦମୟ କୋଷ ନାମକ ସେହି ଉପଲବ୍ଧିଟିର ଭାଜନ ହୋଇ ପାରିଲେ ଏପରି ଏକ ପୂର୍ଣ୍ଣସ୍ୱୀକାରର ସ୍ଵଭାବ-ପ୍ରସନ୍ନତାର ଉପଲବ୍ଧି ହୋଇଥାଏ, ଯାହାକି ଆପଣାର ଯାବତୀୟ ଜୀବନପ୍ରତ୍ୟକ୍ଷରେ ଏକ ଅନିର୍ବଚନୀୟ ସ୍ଥିରତା ପ୍ରଦାନ କରିଥାଏ । ପାଦତଳର ମାଟିଟି ଦୃଢ଼ ଥାଏ, ମଥା ଉପରର ଆକାଶଟି ମଧ୍ୟ୍ୟ ଦୃଢ଼ତା ଦେଉଥାଏ; ଆଦୌ କୌଣସି ବିଚ୍ୟୁତି ଘଟେ ନାହିଁ ।

 

ଭିନ୍ନ ଭିନ୍ନ କୋଷଗୁଡ଼ିକର କ୍ରମାନ୍ୱୟରେ ଆମ ଅସ୍ତିତ୍ୱ ସମଗ୍ରଟିର ବର୍ଣ୍ଣନା, ଏହାକୁ କ’ଣ ଏକ ମାନସଲୋକର କଳ୍ପନା ବୋଲି କୁହାଯିବ ନା ସେଗୁଡ଼ିକ ପଶ୍ଚାତରେ କିଛି ବାସ୍ତବତା ରହିଛି ଏବଂ ଯାହାର ଆମେ ଆମ ଜୀବନର ଗୋଟିଏ ଗୋଟିଏ ପ୍ରକୃତରେ ସମ୍ଭବ ସ୍ଥିତିରୂପେ ସମ୍ମୁଖୀନ ହେଉଛୁ ? ଯୋଗର ସଂପୂର୍ଣ୍ଣ କ୍ଷେତ୍ରଟି ସେଗୁଡ଼ିକୁ ଆପଣାର ଅନ୍ତିମ ଅନୁଭବ ଏବଂ ସର୍ବୋଚ୍ଚ ଲକ୍ଷ୍ୟରୂପେ ହିଁ ବିଚାର କରିଥାଏ । ଆମମାନଙ୍କର ଚେତନା ଆପଣା ଉପଲବ୍ଧିର ଏକ ଆରୋହଣ-କ୍ରମରେ ସର୍ବୋଚ୍ଚ ସ୍ଥାନଟିରେ ପହଞ୍ଚି ସେଇଟିର ହିଁ ଅଧିକାରୀ ହୋଇଥାଏ ଏବଂ ଆପଣାର ସଂଚାରଣ-କ୍ଷେତ୍ରଟିକୁ ଏକ ପୂର୍ଣ୍ଣତମ ସଂପ୍ରସାରଣ ଯୋଗାଇ ଦେଇଥାଏ । ଆମେ ସାଧାରଣତଃ କହିଥାଉ ଯେ, ଏହି କ୍ଷେତ୍ରରେ ଆମ ସର୍ବୋଚ୍ଚ ସାମର୍ଥ୍ୟଗୁଡ଼ିକ ମଧ୍ୟ୍ୟରେ ଏକ ସମଞ୍ଜସତା ଘଟେ । ଅର୍ଥାତ୍, ସେଇଟିକୁ ଏକ ମନୋଗତ ପରିପ୍ରେକ୍ଷୀ ଉପରେ ପକାଇ କହିଲେ, ତାହା ଆମକୁ ଏକ ସତ୍ୟୋଦ୍‌ଘାଟନର ସ୍ତରକୁ ଉତ୍ତୋଳିତ କରିନିଏ, ଅନ୍ତଃପ୍ରେରିତ କରାଏ ଏବଂ ଅନ୍ତର୍ବୋଧର ସମର୍ଥତା ଆଣି ଦେଇଥାଏ । ମାତ୍ର, ସଂପୂର୍ଣ୍ଣ ସତ୍ୟକଥାଟି ହେଉଛି ଯେ, ସେତେବେଳେ ଅନ୍ତର୍ବୋଧର ସମର୍ଥ ଆମର ବୁଦ୍ଧି କିମ୍ୱା ଦିବ୍ୟ ମନଦ୍ୱାରା ବସ୍ତୁତଃ କିଛି ହୁଏନାହିଁ; ଏକ ଅଧିକ ଉଚ୍ଚ ଭୂମିରେ ସବୁକିଛି ଘଟୁଥାଏ, -ଏପରି ଏକ ଭୂମିରେ, ଯାହାକି ମୂଳ ସତ୍ୟଗୁଡ଼ିକୁ ସିଧା ମୁହାଁମୁହିଁ ହୋଇ ପ୍ରତ୍ୟକ୍ଷ କରେ । ଅନ୍ୟ ଗୋଟିଏ ଭାଷାରେ କହିଲେ, ଯାହାକୁ ବସ୍ତୁଗୁଡ଼ିକର ପ୍ରକୃତ ସତ୍ୟ ବୋଲି କହିହେବ, ତାହା ସେଇଟି ମଧ୍ୟ୍ୟରେ ହିଁ ଜୀବନ ବଞ୍ଚୁଥାଏ । ଏପରି ଗୋଟିଏ ବୋଧଭୂମିରେ, ଯାହାକୁ ଯୁଗପତ୍ ଭାବରେ ବିଶ୍ୱମୟ ଏବଂ ତଥାପି ବିଶ୍ୱାତୀତ ବୋଲି କୁହାଯିବ । ସକଳ କ୍ରିୟାତ୍ଜକତା ସେଠାରେ ପୂର୍ଣ୍ଣ ଭାବରେ ଆଲୋକିତ ହୋଇ ରହିଥାଏ । ଏବଂ, ଏହି ସାମର୍ଥ୍ୟଗୁଡ଼ିକ ଏପରି ଏକ ଚେତନାର ଆଲୋକରୂପେ ପ୍ରତିଭାତ ହେଉଥାଏ ଯାହାକି ଆଦୌ କୌଣସି ଅହଂଗତ ବାଡ଼ ମଧ୍ୟ୍ୟରେ ବାନ୍ଧି ହୋଇ ନଥାଏ, ତାହା ଏକାବେଳେକେ ବିଶ୍ୱମୟ ତଥା ବିଶ୍ୱାତୀତ ହୋଇ ଅବସ୍ଥିତ ଥାଏ,–ସ୍ୱଭାବତଃ ଏକ ଆନନ୍ଦରେ ହିଁ ପରିଣତ ହୋଇଥାଏ ।

 

ଏଗୁଡ଼ିକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦିବ୍ୟ ବୋଲି କୁହାଯାଇ ପାରିବ ଏବଂ ମନୁଷ୍ୟମାନେ ବର୍ତ୍ତମାନ ଆପାତତଃ ଯେଉଁ ସ୍ଥିତିରେ ରହିଛନ୍ତି, ସେହି କାରଣରୁ ଚେତନା ଓ କ୍ରିୟାଶୀଳତାର ମାପକାଠିରେ ଅତିମାନବୀୟ ବୋଲି ମଧ୍ୟ୍ୟ କୁହାଯିବ । ବିଶ୍ୱାତୀତ ଜୀବନର ସେହି ତ୍ରୟୀ କଳ୍ପନାରେ ସେଇଟିକୁ ହିଁ ସଚ୍ଚିଦାନନ୍ଦ ବୋଲି ବର୍ଣ୍ଣନା କରାଯାଇଛି ଏବଂ ତାହାରି ସହାୟତାରେ ପରମ ଆତ୍ଜାର ଏକ ସୈଦ୍ଧାନ୍ତିକ । ତତ୍ତ୍ୱପରିଚୟ ଦିଆଯାଇଛି । ଆମ ଜାଗରଣଯୁକ୍ତ ଜ୍ଞାନ ସେହି ପରମ ସତ୍ୟଟିକୁ ଜ୍ଞାନର ଅତୀତ ଅର୍ଥାତ୍‍ ଅଜ୍ଞେୟ ବୋଲି ଘୋଷଣା କରିଛି : ତାହାକୁ ଏକ ପକ୍ଷରେ ସଂପୂର୍ଣ୍ଣ ନୈର୍ବ୍ୟକ୍ତିକ ବୋଲି କହିଛି ଅଥବା ଏପରି ଏକ ବିଶ୍ୱମୟ ପରମ ବ୍ୟକ୍ତିରୂପ ବୋଲି କହିଛି ଯିଏକି ଏକ ବିଶ୍ଵସର୍ଜନା ରୂପେ ପ୍ରତ୍ୟକ୍ଷ ହୋଇଛନ୍ତି । ମାତ୍ର, ଯୋଗମାର୍ଗରେ ସେଗୁଡ଼ିକୁ ବ୍ୟକ୍ତି ଜୀବନର ଗୋଟିଏ ଗୋଟିଏ ମନୋଧର୍ମପ୍ରେରିତ ବିଭାବରୂପେ ମଧ୍ୟ୍ୟ ଦେଖାଯାଇଛି । ଆମର ଜାଗୃତ ଜୀବନର ଚେତନା ନିମନ୍ତେ ସେଇଟି ଅପରିଚିତ ହୋଇ ଅବଶ୍ୟ ରହିଛି ସତ, ମାତ୍ର ସେଗୁଡ଼ିକ ଆମ ଭିତରେ ତଥାପି ଅବସ୍ଥିତ ଅଛନ୍ତି, ଏକ ଅତିଚେତନ ଭୂମିରେ ରହିଛନ୍ତି । ଅର୍ଥାତ୍ ଆମେ ଅଭିଳାଷ କରିପାରିଲେ ଏକ ଅନୁରୂପ ସକ୍ରିୟତା ଦ୍ଵାରା ସେହି ଆଡ଼କୁ ଆରୋହଣ କରିପାରିବା ଓ ଏକ ଶିଖରରେ ଯାଇ ପହଞ୍ଚି ପାରିବା ।

 

ଏକ ବିବର୍ତ୍ତନ-ମାର୍ଗର ଅନୁସରଣ କରି ଆମର ଶରୀରରରୂପୀ ଏହି ସଂସ୍ଥାନଟି ଆମ ଜୀବନରେ ସବାଆଗରେ ରହିଛି । ସେହି ଶରୀରଟି ମଧ୍ୟ୍ୟ ସେହି କ୍ରମସମ୍ଭୂତିର ପ୍ରକ୍ରିୟାରେ କେତେ ନା କେତେ ମଧ୍ୟ୍ୟାବସ୍ଥାକୁ ପାର ହୋଇ ଆସିଛି । ସେହି ଧାରାରେ ସେଥିରୁ ମାନସିକ କ୍ରିୟାଗୁଡ଼ିକର ମଧ୍ୟ୍ୟ ଉଦ୍‌ଗମ ହୋଇ ଆସିଛି । ସେଗୁଡ଼ିକ ମଧ୍ୟ୍ୟ କାର୍ଯ୍ୟତଃ ଆପଣାର ମୂଳ ଉତ୍ସଟିରେ ରହିଥିବା ପ୍ରଚ୍ଛନ୍ନ ଅସଲଟି ଠାରୁ ବିଚ୍ଛିନ୍ନ ହୋଇ ଆସିଛନ୍ତି ଏବଂ ସେହି କାରଣରୁ ଦିବ୍ୟ ଜ୍ଞାନଟିରେ କେତେ ନା କେତେ ବିକୃତି ଆସି ପ୍ରବେଶ କରିଛି । ଆମ ଜୀବନର ତେଣୁ ଯେତେ ଯାହା ଅବବୋଧ, ଆବେଗ ଏବଂ ସଂବେଗ,–ଏଗୁଡ଼ିକର କ୍ଷେତ୍ରରେ ସେହି କଥାଟିକୁ ନିଶ୍ଚୟ କୁହାଯାଇ ପାରିବ, ସେଗୁଡ଼ିକର ମଧ୍ୟ୍ୟ ସେହି ପରମ ଆନନ୍ଦମୟତା ସହିତ ସର୍ବମୂଳ ସମ୍ବନ୍ଧଟି ରହିଛି । ଆମ ସ୍ନାୟବିକତା ଦ୍ୱାରା ପରିଚାଳିତ ଜୀବନଟି ମଧ୍ୟ୍ୟ ସେହି ଦିବ୍ୟ ଚେତନାର ପରମ ଇଛା ଏବଂ ଶକ୍ତିଟି ସହିତ ଯୋଡ଼ା ହୋଇ ରହିଛି ଏବଂ ଆମର ଭୌତିକ ସତ୍ତା ମଧ୍ୟ୍ୟ ସେହିପରି ସେହି ଆନନ୍ଦ ଓ ପରମ ଚେତନାଟି ସହିତ ଖିଅ ଯୋଡ଼ାଇ ରହିଛି । ତେଣୁ, ଆମେ ଆମର ଏହି ପୃଥ୍ୱୀ-ଜୀବନରେ ଯାହା ଦେଖିବାକୁ ଯାଉଛୁ ଏବଂ ଯାହାର ଅନୁସରଣ କରି ଆମେ ସକଳ ଅର୍ଥରେ ବିବର୍ତ୍ତନପ୍ରକ୍ରିୟାଟିର ଶୀର୍ଷରେ ଆସି ଦଣ୍ଡାୟମାନ ହୋଇଛୁ, ଗୋଟିଏ ଅର୍ଥରେ ତାହାକୁ ଗୋଟିଏ ଓଲଟି କ୍ରମ-ରୂପାୟନ ବୋଲି ବିଚାର କରାଯାଇ ପାରିବ । ସେହି ଧାରାଟିର ଅନୁସରଣ କରି ଏହି ପରମ ଶକ୍ତିମାନେ ଏକୀଭୂତ ତଥା ବିଭକ୍ତ ଭାବରେ ଜଡ଼, ପ୍ରାଣ ଓ ମନରୂପୀ ଅପୂର୍ଣ୍ଣତାଯୁକ୍ତ ଉପାଦାନ ଗୁଡ଼ିକୁ ସାଧନଭାବେ ବ୍ୟବହାର କରୁଛନ୍ତି, ସେଗୁଡ଼ିକୁ ବିକଶିତ କରି ଆଣୁଛନ୍ତି ଏବଂ ପୂର୍ଣ୍ଣତା ଆଣି ଦେଉଛନ୍ତି । ସେଗୁଡ଼ିକର କ୍ରିୟାଶୀଳତାର କ୍ଷେତ୍ରରେ କେତେଭଳି ସଂପୂରଣ ଆଣି ଦେଉଛନ୍ତି । ସେହି କ୍ରିୟାଟିର ଉଦ୍ଦେଶ୍ୟ ହେଉଛି ଯେ, ସେଗୁଡ଼ିକ ମଧ୍ୟ୍ୟ ଏକ ସମୀଚୀନ ଗତିଶୀଳତା ସହିତ ଅଧିକରୁ ଅଧିକ ଦିବ୍ୟ ଏବଂ ଶାଶ୍ଵତ ସେମାନଙ୍କର ନିଷ୍ପାନ୍ନ ହୋଇ ଆସିଥିବା ସ୍ଥିତିଗୁଡ଼ିକୁ ଦେଇ ଏକ ଉତ୍ତରୋତ୍ତର ସମଞ୍ଜସତାକୁ ସମ୍ଭବ କରି ଆଣିପାରିବେ ।

 

ଏବଂ, ଯଦି ଏହି କଥାଟି ସତ ହୋଇଥାଏ, ଅର୍ଥାତ୍ ଯଦି ଏହି ବ୍ରହ୍ମାଣ୍ଡଟି ସେହି ସତ୍ୟଟି ଦ୍ୱାରା ପରିଚାଳିତ ହେଉଥାଏ, ତେବେ, ଆମେ ଅବଶ୍ୟ ଅନୁମାନ କରିପାରିବା ଯେ, ସେହି ବିବର୍ତ୍ତନର ମୂଳ କାରଣଟି ଯାହା, ତାହାର ଲକ୍ଷ୍ୟଟି ମଧ୍ୟ ସେଇଆ; ଅର୍ଥାତ୍, ଏହାର ଉପାଦାନ ଗୁଡ଼ିକରେ ଯାହାସବୁ ଅନ୍ତର୍ନିହିତ ହୋଇ ରହିଛି, ସେହିଗୁଡ଼ିକ ହିଁ ଉକ୍ତ ପ୍ରକ୍ରିୟାଟିର ମଧ୍ୟ୍ୟଦେଇ ପ୍ରକଟିତ ଏବଂ ବିମୋଚିତ ହେବାରେ ଲାଗିଛି । କିନ୍ତୁ, ପ୍ରକ୍ରିୟାଟି ଯଦି କେବଳ କୌଣସି ପ୍ରକାରର ପଳାୟନ ହୋଇଥାଏ, ଏବଂ ଅସଲ ସତ୍ୟଟି ଯଦି କ୍ରିୟାତ୍ଜକ ରୂପ ନେଇ ବାହାରି ନଥାଏ ଏବଂ ଆବଶ୍ୟକ ରୂପାନ୍ତରଗୁଡ଼ିକୁ ନଘଟାଏ, ତେବେ ସେହି ବିମୋଚନ ନିଶ୍ଚୟ ଅତ୍ୟନ୍ତ ଅପୂର୍ଣ୍ଣତାଯୁକ୍ତ ହୋଇ ରହିଯିବ । ନାହିଁ, ସିଏ ପଳାୟନ କରିବ ନାହିଁ; ମୂଳ ଥାନଟିକୁ ନିଶ୍ଚିୟ ଫେରି ଆସିବ,–ସେହି ଭୂମିରେ ଏକ ଉତ୍‌ଥାନକୁ ସମ୍ଭବ କରାଇବ ଏବଂ ତାହାର କ୍ରିୟାଗୁଡ଼ିକରେ ରୂପାନ୍ତର ଘଟାଇବା । ଯଦି ଏହିପରି ଗୋଟିଏ ରୂପାନ୍ତରୀକରଣ ହିଁ ଅଭିପ୍ରାୟ ହୋଇନଥାଏ, ତେବେ ସେହି ଆଦ୍ୟରୁ ହିଁ ସେଠାରେ ସଂଗୁପ୍ତ ହୋଇ ରହିଥିବାର ଆଉ କ'ଣ ବିଶ୍ଵାସଯୋଗ୍ୟ କାରଣ ପ୍ରକୃତରେ ରହିବ ? କିନ୍ତୁ ଯଦି ମନୁଷ୍ୟର ମନ ଦିବ୍ୟ ପରମ ଆଲୋକଟିର ଅଧିକାରୀ ହେବାର ଗୌରବଟିକୁ ଅର୍ଜନ କରିପାରିବ, ତେବେ ମନୁଷ୍ୟର ସଂବେଗ ଏବଂ ବୋଧଚେତନାଟି ମଧ୍ୟ୍ୟ ସେହିପରି ଏକ ରୂପାନ୍ତରର ଅବଶ୍ୟ ଭାଜନ ହେବ, ତାହା ସେହି ସର୍ବୋଚ୍ଚ ପରମ ଆନନ୍ଦର ବେଢ଼ାଟି ଭିତରକୁ ଥାନ ପାଇଯିବ । ଏବଂ, ଏଇଟିର ଅବଶ୍ୟମ୍ଭାବୀ ପରିଣାମ ରୂପେ ଆମ ମନୁଷ୍ୟମାନଙ୍କର ସକଳବିଧ କ୍ରିୟା ଯେ କେବଳ ଏକ ଦିବ୍ୟ ଏବଂ ଅହଂ-ଭାବନାରୁ ମୁକ୍ତ ହୋଇ ରହିଥିବା ମହତୀ ଶକ୍ତିର ପ୍ରତିନିଧିତ୍ୱ କରିବ ତା’ ନୁହେଁ, ତାହା ଆପଣାକୁ ସେହି ଶକ୍ତିର ଏକ ନିମିତ୍ତ ବୋଲି ମଧ୍ୟ୍ୟ ଅନୁଭବ କରିବ ।

 

ସେତେବେଳେ ଆମର ଜଡ଼-ଉପାଦାନ ଦ୍ୱାରା ଗଠିତ ଏହି ସତ୍ତାଟି ଯଥେଷ୍ଟ ପରିମାଣରେ ସେହି ଉର୍ଦ୍ଧ୍ୱତମ ଉପାଦାନଟି ମଧ୍ୟ୍ୟରେ ସମୁଚିତ ଭାବରେ ଅଂଶଗ୍ରହଣ କରିପାରିବ : ଯଥେଷ୍ଟ ଭାବରେ ଏକ ସ୍ଥିତିସ୍ଥାପକତା ଓ ଦୀର୍ଘସ୍ଥାୟୀ ବର୍ତ୍ତମାନତା ମଧ୍ୟ୍ୟରେ ଏକ ସମନ୍ୱୟକୁ ସମ୍ଭବ ମଧ୍ୟ୍ୟ କରିପାରିବ । ସେହି ଉଚ୍ଚତମ ଅନୁଭବଗୁଡ଼ିକର ଉପଲବ୍ଧିକୁ ଦୀର୍ଘତା ପ୍ରଦାନ କରିବ, ଆମର ଏହି ନିର୍ଭରଗୁଡ଼ିକୁ ମଧ୍ୟ୍ୟ ଅଧିକ ସ୍ଥାୟିତ୍ୱ ଆଣିଦେବ । ଏବଂ, ସେହି ଦୀର୍ଘ ଆଦ୍ୟ ପର୍ଯ୍ୟାୟରୁ ପ୍ରକୃତି ମଧ୍ୟ୍ୟରେ ଯେଉଁ ଯୋଗସାଧନା ଅବିଛିନ୍ନ ଭାବରେ ଲାଗି ରହିଛି, ସେତେବେଳେ ସେଇଟିର ସେହି ଚରମ ବିଜୟଟି ଘୋଷିତ ହେବ, ତାହାର ଯଥାର୍ଥ ଔଚିତ୍ୟଟିର ପ୍ରତିପାଦନ ହେବ ଏବଂ ସେହି ପ୍ରକୃତି ମଧ୍ୟ୍ୟରେ କ୍ରିୟାଶୀଳ ହୋଇ ରହିଥିବା ବିବର୍ତ୍ତନର ଗଭୀର ତାତ୍ପର୍ଯ୍ୟଟି ବିଷୟରେ ମଧ୍ୟ୍ୟ ସମସ୍ତେ ଅବଶ୍ୟ ଜାଣିବାକୁ ପାଇବେ । ବ୍ରହ୍ମାଣ୍ଡ ଭରି ଯେଉଁ ସାଧନାଟି ଲାଗି ରହିଥିଲା, ସେଇଟି ପରିପୂର୍ଣ୍ଣ ହେବ । ଯୋଗସାଧନାର ପଥିକମାନେ ସେହି ପ୍ରକ୍ରିୟାଟିକୁ ଏକ ସଚେତନ ଅନୁକୂଳତା ଆଣି ଦେବେ ଏବଂ ଉପଲବ୍ଧି ଗୁଡ଼ିକୁ ଆମ ପୃଥିବୀ-ବର୍ତ୍ତମାନର ଅଳ୍ପତାଗୁଡ଼ିକ ମଧ୍ୟ୍ୟରେ ପ୍ରବିଷ୍ଟ କରାଇ ଆମ ପୃଥିବୀକୁ ଏକ ଅଭୂତପୂର୍ବ ଔଜ୍ଜ୍ୱଲ୍ୟରେ ରୂପାୟିତ କରି ଆଣିବେ । ଆପଣା କଳ୍ପନାର ବୃହତ୍ ସିଦ୍ଧିଗୁଡ଼ିକୁ ସମ୍ଭବ କରିବାର ଅଭିପ୍ରାୟ ନେଇ ଆକାଙ୍‌କ୍ଷୀ ମନୁଷ୍ୟମାନେ ପ୍ରକୃତି ସହିତ ଲଢ଼ି ଆସିଛନ୍ତି । ଏବଂ, ଆଧୁନିକ ପରିଭାଷାରେ ତାହାକୁ ପ୍ରକୃତି ଉପରେ ବିଜୟ ହାସଲ କରିବା ବୋଲି କୁହାଯାଇଛି । ଫଳରେ ବହୁ ସଂଖ୍ୟାରେ ନୂଆ ନୂଆ ସଂଘାତ ଜନ୍ମଲାଭ କରିଛି; ମନୁଷ୍ୟମାନେ ସେହି କ୍ରମରେ ପରସ୍ପର ସହିତ ମଧ୍ୟ୍ୟ ବହୁ କ୍ଷୟକାରୀ ସଂଗ୍ରାମରେ ଜଡ଼ିତ ହୋଇ ରହିଛନ୍ତି । ମୋହଭଙ୍ଗମାନେ ଲାଗି ହିଁ ରହିଛନ୍ତି । ପୂର୍ଣ୍ଣାଙ୍ଗ ଯୋଗର ସାଧନା ଏକ ନୂତନ ପଥଚାରଣାର ସନ୍ଦେଶ ଆଣି ଦେଇଛି, ପୃଥ୍ୱୀପ୍ରକୃତି ହିଁ ଯୋଗସ୍ଥ ହୋଇ ରହିଛି-। ଏକ ଅନ୍ତର୍ଗତ ଧର୍ମର ବୋଲ ମାନି ବିବର୍ତ୍ତିତ ହେବାରେ ଲାଗିଛି, ତାହାରି ଗୋଟିଏ ସୂତା ଚେତନାର ରୂପରେ ଆମ ଭିତରେ ମଧ୍ୟ୍ୟ ରହି ଆମକୁ ବାନ୍ଧି ରଖିଛି, ଯୁକ୍ତ କରି ରଖିଛି । ତେଣୁ, ସଚେତନ ଭାବରେ ଏକ ସଦାଯୁକ୍ତ ଜୀବନର ଚାରଣା, ତାହାହିଁ ଆପଣା ସମେତ ଏହି ଖିଳ ବିଶ୍ୱର ପରମ ଆନନ୍ଦମୟତା-ମଧ୍ୟ୍ୟକୁ ବହନ କରି ଆଣିବ । ସେଥିଲାଗି ସତେଅବା ଆମେ ଖୋଜୁଥିବା ସତ୍ୟଟି ବିଷୟରେ ମିଛକାତର ହୋଇ ଆପାତତଃ ବୁଝି ହେଉଥିବା ଭଳି କୌଣସି ନିରୋଳା ଅନ୍ୟ ଫାଶ ଭିତରକୁ ପଳାୟନ କଲେ ମୋଟେ ସମାଧାନ ମିଳିବ ନାହିଁ । ତେଣୁ ଏକ ଧର୍ମବତ୍ ସକାରାତ୍ଜକତାର ସାଧନା, ପ୍ରକୃତିରୁ ପ୍ରେରଣା ନେଇ ଏବଂ ଆହୁରି ଆଗକୁ ଆଗକୁ ଏକ ସଂପୃକ୍ତି ଓ ସାନ୍ନିଧ୍ୟ୍ୟ-ଅର୍ଜନର ସହଜ ନିତ୍ୟଅଭିନବ ଉଚ୍ଚାଟନାମାନ ଦେଇ ଉନ୍ମୋଚନଯୁକ୍ତ ଜୀବନଟିଏ ବଞ୍ଚିବା, ବାଟଗୁଡ଼ିକୁ ଚାଲିବା, ସେଇଟି ହେଉଛି ଆମ ପଥିକ ମାନଙ୍କ ଲାଗି ଏକ ଖାସ୍ ଆମନ୍ତ୍ରଣ ।

 

ଏହି ମହନୀୟତମ ଅନୁଭବ ଅର୍ଥାତ୍ ସାକ୍ଷାତ୍କାରର ଏକ ଝଲକମାତ୍ର ମଧ୍ୟ୍ୟ ଏପରି ଅଭିଭୂତ କରି ଦେଇଥାଏ ଏବଂ ତାହାର ଆକର୍ଷଣଟି ଏପରି ଭାବରେ ଗୋଟାସୁଦ୍ଧା ଆମର ପ୍ରତ୍ୟକ୍ଷ ଗୁଡ଼ିକ ଆମକୁ ଅଧିକାର କରି ନେଇଥାଏ ଯେ, ସେଇଟିର ଅନୁସରଣ କରିପାରିବା ନିମନ୍ତେ ଆମେ ସତେଅବା ଆଉ ସବୁକିଛିକୁ ଛାଡ଼ିଦେଇ ଓ ଅବହେଳା କରି ଧାଇଁ ପଳାଇ ଯିବାକୁ ପ୍ରାୟ ତତ୍‌କ୍ଷଣାତ୍ ହିଁ ଅନୁଭବ କରିଥାଉ । ଏପରି ଏକ ଅପୂର୍ବ ସାନ୍ନିଧ୍ୟ୍ୟମୟ ଜୀବନ ଯେ ପ୍ରକୃତରେ ଘଟିପାରେ, ସେହି ଭାବଟି ଆମକୁ ଏକ ଖାସ୍ ଉଲ୍ଲାସରେ ପରିପୂର୍ଣ୍ଣ କରି ରଖିଥାଏ । ଆମ ଜୀବନରେ ଗୋଟିଏ ଅବସ୍ଥା ଥିଲା, ଯେତେବେଳେ କି ଆମେ ଆମ ମନର ନିୟାମକ ପଟଟି ଉପରେ ନିଜ ଜୀବନ ବଞ୍ଚିବାର ସବୁକିଛିକୁ ଦେଖୁଥିଲୁ ଓ ଏହାଠାରୁ ଆଉ ଅଧିକ କିଛି ରହିଥିବ ବୋଲି ଭାବି ମଧ୍ୟ୍ୟ ପାରୁନଥିଲୁ ଏବଂ ତେଣୁ ଏକ ମାନସିକ ଜୀବନର ଅନୁଧାବନକୁ ଏକମାତ୍ର ଆଦର୍ଶ ରୂପେ ଗ୍ରହଣ କରି ନେଇଥିଲୁ । ବର୍ତ୍ତମାନ ଏହି ଅନ୍ୟ ଗାରଟି ବେଳକୁ ମଧ୍ୟ୍ୟ ସେହିପରି ଘଟଣାଟିଏ ଘଟିଥାଏ । ଆମକୁ ଆମର ମନଟି ଛାର ସାରହୀନ କ'ଣସବୁ ବିକୃତିର ଏକ ସମାହାର ପରି ଦୃଶ୍ୟ ହୁଏ, ଆମର ମାର୍ଗରେ ଏଡ଼େ ବଡ଼ ବାଧା ହୋଇ ରହିଥିବା ପରି ଲାଗେ; ଏକ ମାୟାମୟ ଅପୂର୍ଣ୍ଣ ଜଗତ ଭିତରେ ଆମେ ଯେ କେଡ଼େ ଅଳପ ହୋଇ ବାସ କରୁଛୁ, ସେଥିନିମନ୍ତେ ଆମର ଏହି ମନଟା ପୂରା ଦାୟୀ ବୋଲି ଆମେ ଏକ ସିଦ୍ଧାନ୍ତ କରି ନେଇଥାଉ । ଏହି ମନଟା ହିଁ ତ ଆମ ପାଇଁ ଅସଲ ସତ୍ୟକୁ ଅନ୍ତରାଳ କରି ରଖିଛି ବୋଲି ଏପରି ଦୃଢ଼ ଭାବରେ ଅନୁଭବ କରୁ ଯେ, ସେହି ମନଟାକୁ ମୂଲ୍ୟହୀନ ବୋଲି ଆବିଷ୍କାର କରିଥିବା ପରି, ଭାବିଥିବା ପରି ଅନୁଭବ କରୁ ଯେ, ଜୀବନରେ ଆପଣାର ଚୂଡ଼ାନ୍ତ ମୁକ୍ତିଟିକୁ ଲାଭ କରିବାକୁ ହେଲେ ଆମକୁ ସତେଅବା ଏକ ଅବଶ୍ୟମ୍ଭାବୀ ପ୍ରଥମ କରଣୀୟ ହିସାବରେ ସେହି ମନର ଯାବତୀୟ ରଚନା ମଧ୍ୟ୍ୟରୁ ବାହାରି ଆସିବାକୁ ହେବ ଏବଂ ଏକଦା ସେହି ମନର ମାର୍ଗରେ ଯାଇ ଆମେ ଯେତେ ଯାହା ଫଳର ଅଧିକାରୀ ହୋଇଛୁ, ସେଗୁଡ଼ିକୁ ନିଷ୍ଫଳ ବୋଲି ଘୋଷଣା କରିବାକୁ ହେବ ।

 

ମାତ୍ର, ଏଇଟିକୁ ମଧ୍ୟ୍ୟ ଏକ ଅର୍ଦ୍ଧସତ୍ୟ ବୋଲି ଜାଣିବାକୁ ହେବ । କାରଣ ଏଇଟିରେ ଆମ ମନର କେବଳ ଅପୂର୍ଣ୍ଣତା ଗୁଡ଼ିକ ଉପରେ ହିଁ ଦୃଷ୍ଟିପାତ କରାଯାଇଛି ଏଇଟି ପଛରେ ଯେଉଁ ଦିବ୍ୟ ଅଭିପ୍ରାୟଟି ରହିଛି, ସେଇଟି ଉପରେ ନଜର ଦିଆ ଯାଇନାହିଁ । ପରମ ସତ୍ୟଜ୍ଞାନଟି ପରମ ଈଶ୍ୱରସତ୍ତାଟିକୁ ଏହି ବିଶ୍ୱରେ ହିଁ ପ୍ରତ୍ୟକ୍ଷ କରିଥାଏ ଏବଂ ତାହାକୁ ଏଠାରେ ଏହି ବିଶ୍ୱରେ ବିରାଜମାନ ରହିଛି ବୋଲି ସର୍ବଦା ଅବଶ୍ୟ ସ୍ୱୀକାର କରେ । ଏବଂ, ଯୁଗପତ୍ ଭାବରେ ତାହା ବିଶ୍ୱାତୀତ ହୋଇ ରହିଛି ବୋଲି ମଧ୍ୟ୍ୟ ଅବଶ୍ୟ ମାନିଥାଏ ଏଣୁ, ଆମେ ତାହାକୁ ହିଁ ପୂର୍ଣ୍ଣାଙ୍ଗ ଯୋଗ ବୋଲି ଜାଣିବା, ଯାହାକି ପରମ ବିଶ୍ୱାତୀତଙ୍କର ଉପଲବ୍ଧି କରିସାରିବା ପରେ ପୁନର୍ବାର ବିଶ୍ଵକୁ ବାହୁଡ଼ି ଆସି ପାରିବ ଏବଂ ସେଇଟିର ମଧ୍ୟ୍ୟ ଅଧିକାରୀ ହୋଇ ପାରିବ । ସ୍ଵଶକ୍ତିଟି ବଳରେ ତାହା ଯୋଗଯୁକ୍ତ ଭାବରେ ଜୀବନରୂପୀ ଏହି ବୃହତ୍ ସିଡ଼ିଟିରେ ଓହ୍ଲାଇ ଆସି ପାରୁଥିବ ତଥା ଆରୋହଣ କରି ଉଠିଯାଇ ପାରୁଥିବ । କାରଣ, ଯଦି ସେହି ଶାଶ୍ୱତ ପ୍ରଜ୍ଞା ପ୍ରକୃତରେ ରହିଥାଏ, ତେବେ ମନରୂପୀ ଧରଣୀତଳର ଏହି ସାମର୍ଥ୍ୟଟିର ମଧ୍ୟ୍ୟ କିଛି ଉଚ୍ଚତର ନିୟତି ଅବଶ୍ୟ ରହିବ, ଏଇ ମନଟି ମଧ୍ୟ୍ୟ ଏକ ଉଚ୍ଚତର ଲକ୍ଷ୍ୟର ସାଧନରେ ବ୍ୟବହତ ହୋଇପାରିବ । ଏବଂ, ସେହି ପ୍ରକ୍ରିୟାଟି ମଧ୍ୟ୍ୟରେ ମନ କିପରି କାର୍ଯ୍ୟରେ ଲାଗିବ, ତାହା ଆମର ଆରୋହଣ ତଥା ଅବତରଣ ଉପରେ ଅବଶ୍ୟ ନିର୍ଭର କରିବ । ଏବଂ, ସେହି ନିୟତିଟି ଦ୍ୱାରା ପରିଚାଳିତ ହୋଇ ମନର କ୍ଷେତ୍ରରେ ଏକ ପରିପୂର୍ଣ୍ଣତାର ଉପଲବ୍ଧି ହେବ; ହଁ, ଏକ ପୂର୍ଣ୍ଣ ପରିବର୍ତ୍ତନ ହିଁ ଘଟିବ । ତେଣୁ ତାହାକୁ ଉତ୍ପାଟିତ କରି ଆଦୌ ଫିଙ୍ଗି ଦେବାକୁ ପଡ଼ିବନାହିଁ, କୌଣସି ପ୍ରକାରେ ତାହାର ବିଲୋପସାଧନର ଅବକାଶ ନଥିବ । ପାରମ୍ପରିକ ଭାବରେ ଯୋଗ କହିଲେ ଉଭୟେ ସେହି ମାର୍ଗଟିର ସାଧକ ଓ ଆମ ସାଂସାରିକ ପରିବେଷ୍ଟନୀଟି ସାଧାରଣତଃ ଯାହା ବୁଝିଥାଏ, ଯୋଗ ମଧ୍ୟ୍ୟକୁ ପାଦ ପକାଇବାର ଅର୍ଥ ହେଉଛି ଯେ ଏଠାରେ ଅର୍ଥାତ୍‌ ସଂସାରର ସର୍ବବିଧ କ୍ରିୟାଶୀଳତାର ଜୀବନରେ ଆମକୁ ପାଥେୟଗୁଡ଼ିକୁ ଯୋଗାଇ ଆସିଥିବା ଆମର ମନଟି ପାଖରୁ ବାହାରି ଆସିବାକୁ ହେବ । ଏହି ଖାସ୍‌ ସାମର୍ଥ୍ୟଟିକୁ ସମ୍ଭବ କରି ଆଣିବା ନିମନ୍ତେ ଶମ, ଦମ ଏବଂ ପ୍ରତ୍ୟାହାର ଇତ୍ୟାଦିର ନାନା ସତର୍କତାପୂର୍ଣ୍ଣ ଶୃଙ୍ଖଳା ଓ ସାଧନା । ଏହି ପରିଚିତ ନିକେତନ ଗୁଡିକରୁ ବାହାରି ସତେଅବା ଅନିକେତ ହେବାର ଏକ ବିବେଚନାପୂର୍ଣ୍ଣ ବହୁ କସରତର ନିର୍ଘଣ୍ଟଟିଏ । ପୂର୍ଣ୍ଣାଙ୍ଗଯୋଗ ପୃଥିବୀଠାରୁ ଆପଣାକୁ ଛିନ୍ନ କରିନେଇ କୌଣସି ଖାସ୍ ସାରଣୀର ଅନୁଧାବନ କରିବା ପାଇଁ କୌଣସି ପରାମର୍ଶ ଦିଏନାହିଁ । ମନକୁ ଏଣିକି ଏକ ତୁଚ୍ଛା ପ୍ରମାଦ ବୋଲି ମୋଟେ ବିଚାର କରେ ନାହିଁ । ତାହା ମନର ନିମିତ୍ତତ୍ୱଟିର ଭୂମିକାରେ ଏକ ନୂତନ ସକାରାତ୍ଜକତା ଆଣି ଦେଇଥାଏ । ଆପଣା ଉପଲବବ୍ଧିର ଆହ୍ୱାନଗୁଡ଼ିକ ଅନୁସାରେ ମନକୁ ଉଦ୍‌ବୋଧିତ କରି ହିଁ ନେଇଥାଏ । ଏକ ନୂତନ ଅବତରଣ ନିମନ୍ତେ ଏକ ଅଭିନବ ପୂର୍ଣ୍ଣପ୍ରତ୍ୟୟ ଦ୍ୱାରା ମନକୁ ସଂବଳିତ କରି ଆଣିବାର ବାଟଟି ତା ଲାଗି ସତେଅବା ସ୍ପଷ୍ଟ ହୋଇ ଆସୁଥାଏ । ପୁରୁଣା ମନଟା ଏକ ନୂତନ ଆନୁଗତ୍ୟରେ ନିଜକୁ ଜୁଆଇ ନିଏ । ମଙ୍ଗି ଯାଏ । ମଙ୍ଗି ଯିବାଦ୍ୱାରା ହିଁ ସମର୍ଥ ହୁଏ ।

 

ଆଲୋଚିତ ଦ୍ୱିତୀୟ ଅଧ୍ୟ୍ୟାୟଟିର ଶେଷରେ ଆମେ ଏହିପରି ଏକ ଉପସଂହାର କରିପାରିବା : ଏହି ବିଶ୍ୱ-ପ୍ରକୃତିର ବିବର୍ତ୍ତନ-କ୍ରମରେ ତାହାର ତିନୋଟି ସୋପାନ । ସର୍ବପ୍ରଥମଟି ହେଉଛି ଏହି ଶରୀରଗତ ଜୀବନଟି, ଆମ ଜୀବନ-ଆୟତନଟିର ମୂଳରେ ରହିଥିବା ଭୂମିଟି,–ଅର୍ଥାତ୍ ଏହି ନାନା ଭୌତିକ ପ୍ରୟୋଜନର ସେହି ମୂଳଦୁଆଟି,–ଯେଉଁଟି ଉପରେ ପରବର୍ତ୍ତୀ ବାକୀ ସବୁକିଛି ଦଣ୍ଡାୟମାନ ହୋଇ ରହିଛି । ଦ୍ୱିତୀୟ ଚରଣଟି ହେଉଛି ଆମର ମନୋବିଚରଣଗତ ଜୀବନଟି, ଆମ ଇହ–ଅସ୍ତିତ୍ୱର ମାନସିକ କ୍ରିୟାକଳାପ ଗୁଡ଼ିକୁ ଆମେ ଏଥିରେ ଅନ୍ତର୍ଭୁକ୍ତ କରି ବିଚାର କରି ପାରିବା । ଆମ ଭୌତିକ ଅର୍ଥାତ୍ ଶରୀରଗତ ଜୀବନଟି ଉପରେ ଭରା ଦେଇ ସେହି ମାନସିକ ଜୀବନ ଉଦ୍‍ଭୂତ ଏବଂ ରୂପାୟିତ ହୋଇ ଆସିଥାଏ । ମାନସିକ ବୃହତ୍ତର ସମର୍ଥତାଗୁଡ଼ିକ ଦ୍ୱାରା ହିଁ ଆମେ ଏହି ଶରୀରର କ୍ରିୟାଶୀଳତା ଗୁଡ଼ିକରେ ଏକ ଉର୍ଦ୍ଧ୍ୱାୟନ ସମ୍ଭବ କରି ଆଣିପାରୁ । ଶରୀରଗତ ଆମ ଜୀବନକୁ ଏକ ବୃହତ୍ତର ପରିପୂର୍ଣ୍ଣତା ପ୍ରଦାନ କରୁ । ଏହାପରେ ତୃତୀୟ ସୋପନାଟି ହେଉଛି ଏକ ଦିବ୍ୟ ଆବେଦନପୂର୍ଣ୍ଣ ଏକ ଜୀବନସ୍ଥିତି । ସେହିପରି ଏକ ସ୍ଥିତି ଭୌତିକ ଏବଂ ମାନସିକ ଦୁଇଟି ଯାକର ମଧ୍ୟ୍ୟ ଲକ୍ଷ୍ୟ ହୋଇ ରହିଥାଏ ଓ ସମ୍ଭବତଃ ସେହି କାରଣରୁ ତାହା ସେହି ଉଭୟଙ୍କର ଭୂମିରେ ପୁନର୍ବାର ପ୍ରବିଷ୍ଟ ହୁଏ ଅର୍ଥାତ୍ ସେହି ଦୁଇଟି ମଧ୍ୟ୍ୟକୁ ଫେରିଆସେ ଏବଂ ସେମାନଙ୍କୁ ସେମାନଙ୍କର ଉଚ୍ଚତମ ସମ୍ଭାବନାଚୟର ସ୍ତରକୁ ବିମୋଚିତ କରିଦିଏ । ତିନୋଟି ଭିତରୁ କୌଣସି ଗୋଟିଏକୁ ମଧ୍ୟ୍ୟ ଆମେ ଆପଣା ସକାଶେ କଦାପି ଅସାଧ୍ୟ୍ୟ ଅର୍ଥାତ୍‌ ଅପହଞ୍ଚ ବୋଲି ବିଚାରିବା ନାହିଁ । ସେଗୁଡ଼ିକ ଆମ ପ୍ରକୃତିର ନିମ୍ନରେ ରହିଛନ୍ତି ବୋଲି ଭାବିବା ବି ନାହିଁ । ଆମ ଜୀବନର ସର୍ବୋଚ୍ଚ ଉପଲବ୍ଧି କରିବା ନିମନ୍ତେ ସେଗୁଡ଼ିକୁ ନଷ୍ଟ କରିଦେବା ଆବଶ୍ୟକ ବୋଲି ମଧ୍ୟ୍ୟ କଦାପି ଭାବିବା ନାହିଁ । ତେଣୁ, ଏହି ସମଗ୍ର ସତ୍ୟଟିକୁ ଏକ ସାମଗ୍ରିକ ଐକ୍ୟ ଦେଇ କହିଲେ, ଏହି ତିନୋଟିଯାକ ବିମୋଚନ ଓ ପରିପୂର୍ଣ୍ଣତାକୁ ହିଁ ସକଳ ନ୍ୟାୟରେ ଅନ୍ତତଃ ଏକ ଅଂଶରୂପେ ଏବଂ ତାହାର ଏକ ବୃହତ୍‌ ତଥା ମହତ୍ତ୍ୱପୂର୍ଣ୍ଣ ଅଂଶରୂପେ ଆମେ ଯୋଗସାଧନାର ଲକ୍ଷ୍ୟ ବୋଲି ଅବଶ୍ୟ ସ୍ୱୀକାର କରିବା ।

 

ପ୍ରଥମ ଚରଣଟିରେ ଅତ୍ୟନ୍ତ ଅବିନ୍ୟାସିତ ଭାବରେ ଶରୀର-ଜୀବନର ସ୍ତରରେ ଯାହାକିଛି ଘଟିଥିବ । ସତେଅବା କେତୋଟି ସହଜାତ ପ୍ରବୃତ୍ତି ଦ୍ୱାରା ପରିଚାଳିତ ହୋଇ କେତେକ ଶରୀର-ଆବଶ୍ୟକତାର ତାଡ଼ନାଦ୍ଵାରା ତାଡ଼ିତ ହୋଇ ଶରୀରବୃତ୍ତିର ସର୍ବବିଧ ଭରଣା ନ୍ୟାୟତଃ ତୁଚ୍ଛା ଏକ ଉଦରଭରଣାର ପ୍ରାଣୀଧର୍ମଟି ସନ୍ତୋଷ ଲାଭ କରିବାରେ ଧାବିତ ହୋଇ ରହିଥିବ । ଏବଂ, ଦ୍ୱିତୀୟ ପର୍ବଟିରେ ମାନସିକତାର ଆବିର୍ଭାବ ଘଟି ଆସୁଥିବା ସହିତ ଯାଇ ମନୁଷ୍ୟର ଶରୀର-ଘରଟି ଯାବତୀୟ ଉତ୍ତରୋତ୍ତର ବହୁ ମାର୍ଜନାଦ୍ୱାରା କ୍ରମଶଃ ଏକ ଯୁକ୍ତିଯୁକ୍ତ ସୌଷ୍ଠବର ଅଧିକାରୀ ହେବାର ପ୍ରେରଣାମାନ ଲାଭ କରିଥିବ । ଏଇଥିରୁ ହିଁ ଆଧୁନିକ ଅର୍ଥରେ ଯାବତୀୟ ମନୁଷ୍ୟସଭ୍ୟତାର ଉଦ୍‌ଭବ ଏବଂ ଉନ୍ମେଷଣାମାନ । ଅନେକାନେକ ଅର୍ଥସଙ୍ଗତିରେ ଏବେ ମଧ୍ୟ୍ୟ ପୃଥିବୀରେ ଆମ ସ୍ଥୂଳ ବିବେକିତାରେ ସେହିପରି କେତେଗୁଡ଼ିଏ ସଂସ୍କାର ତଥା ସଞ୍ଚୟକୁ ନିଜର ସଂସ୍କୃତି ବୋଲି କୁହାଯାଉଛି । ଏବଂ, ତା’ପରେ ସେହି ପ୍ରଥମ ଦୁଇ ପାଦରେ ପ୍ରଚ୍ଛନ୍ନ ହୋଇ ଆଉଗୋଟିଏ ଆସ୍ପୃହା ରହି ଆସିଥିଲା, ଯାହାକି ଏକ ଦିବ୍ୟ ବିପୁଳତାର ନୂତନ ଆହ୍ୱାନଗୁଡ଼ିକୁ ଅଧିକରୁ ଅଧିକ ସ୍ପଷ୍ଟତା ଦେଇ ଆବିର୍ଭୂତ ହୋଇ ଆସୁଛି । ସିଏ ଉପରେ ଅଥବା ଆଉ କେଉଁଠି ଥିଲା, ସେହି ବିଷୟରେ ତାତ୍ତ୍ୱିକମାନେ ବହୁ ଆଗ୍ରହରେ ଭାଷ୍ୟମାନ ଅବଶ୍ୟ ବାଢ଼ି ଦେବାଲାଗି ବାହାରି ଆସିବେ ସିନା, କିନ୍ତୁ ଏହି ପୃଥିବୀରେ ସତକୁ ସତ ଏକ ଆକାଶ ଏବଂ ଏକ ଭୂମିକୁ ଏକ ଯୁକ୍ତ ପରିଚୟରେ ଚିହ୍ନି ଓ ତାହାର ସ୍ଵାଦ ପାଇ ତାହା ସେଇଟିଲାଗି ସମସ୍ତଙ୍କ ଠାରୁ ଅଧିକ ସାବଲୀଳ ଭାବରେ ନିଜର ଦ୍ଵାରଟିକୁ ଖୋଲିଦେଇ ପାରିବ ଏବଂ ଘରଟି ମଧ୍ୟ୍ୟକୁ ସେହି ନୂତନଟିକୁ ଅଭିମନ୍ତ୍ରିତ କରି ଆଣିବ । ସଂପୂର୍ଣ୍ଣଭାବେ ଗୋଟିଏ ସିଧା କଥା ଯେ, ତୃତୀୟ ପାଦଟି ଏଠି ଆଗରୁ ନାନାଭାବେ ଗଠନକ୍ଷମ ହୋଇଥିବା ପ୍ରଥମ ଦୁଇଟିର ସମ୍ମୁଖୀନ ହୋଇ ମୋଟେ ପର ବୋଲି ଭାବିବନାହିଁ । ସିଏ ଏହି ଏଠାର ସଦନଟି ମଧ୍ୟ୍ୟରେ ପ୍ରବେଶ କରିବ ଓ ଏଠାରେ କେତେ କ’ଣ ରୂପାନ୍ତର ଆଣିଦେବ । ଅଭୀପ୍‍ସାମାନଙ୍କୁ ନାନା ବାସ୍ତବତାର ଦୈର୍ଘ୍ୟପ୍ରସ୍ଥ ପ୍ରଦାନ କରିବ । ଦିବ୍ୟଜୀବନ କହିଲେ ଆମେ ଏହିପରି ଗୋଟିଏ ସମଗ୍ର ସଂଘଟନକୁ ହିଁ ବୁଝିବା । ଏବଂ, ଯୋଗମାର୍ଗର ଯାହାକିଛି ତପଃଚାରଣା, ଆପଣାକୁ ତାହା ସେହିପରି ଗୋଟିଏ ଧ୍ୟ୍ୟେୟ ଲାଗି ନିୟୋଜିତ କରି ରଖିଥିବ । ମୋଟେ ପଳାଇ ଯିବନାହିଁ, ନାନା ଉପେକ୍ଷା ଦ୍ୱାରା ଅନ୍ୟମନସ୍କ ହୋଇ ରହିବାର କେତେଗୁଡ଼ିଏ ଉତ୍ତାପକୁ ଅବଲମ୍ବନ କରି ତାହା ଈଶୋପଲବ୍ଧିର ନାନାମାର୍କା ଅଭିମାନ ମଧ୍ୟ୍ୟରେ ମୋଟେ ମଜ୍ଜି ରହିବାର ଫାଶ ଭିତରେ ପଡ଼ି ରହିବ ନାହିଁ । ଶ୍ରଦ୍ଧାର ସହିତ ସତେଅବା ଆପଣା ଜୀବନ-ଗଭୀରର ବୋଲ ମାନି ସିଏ ଆପଣା ଦ୍ଵାରଟିକୁ ସଙ୍କୋଚଶୂନ୍ୟ ଭାବରେ ଉନ୍ମୋଚିତ ହିଁ କରିଦେବ । ଭୂମିଟିକୁ ଅଧିକରୁ ଅଧିକ ଅନ୍ତରଙ୍ଗତା ଦ୍ୱାରା ଖୋଲି ଦେଲେ ହିଁ ଆକାଶ ମଧ୍ୟ୍ୟ ଅପେକ୍ଷା କରୁଛି ବୋଲି ଅବଶ୍ୟ ଜାଣି ହେବ । ଏକ ଏପରି ଜୀବନକୁ ବଞ୍ଚି ହେବ, ଯାହାକି ଯୁକ୍ତ ହୋଇ ରହିଥିବ । ଜୀବନ କହିଲେ ଏକ ସୁସ୍ଥତାକୁ ବୁଝାଇବ ତିନୋଟିଯାକ ପାଦକୁ ଏକତ୍ର ବଞ୍ଚିହେବ ।

Image

 

Unknown

ତୃତୀୟ ଅଧ୍ୟାୟ

ତ୍ରିବିଧ ଜୀବନ

 

ଯାବତୀୟ ବିବର୍ତ୍ତନ ଏହି ପୃଥିବୀ ଉପରେ, ପୃଥିବୀରେ ଆତଯାତ ହେଉଥିବା ଆମ ଜୀବନନାମକ ସମ୍ଭାରଟିକୁ ପୁଞ୍ଜି କରି ସେହି ତିନୋଟି କ୍ରମ-ପଦକ୍ଷେପ । ସମ୍ଭାବନାଗୁଡ଼ିକର କ୍ରମ-ପ୍ରକଟନ । ତେଣୁ, ବିବର୍ତ୍ତନର ତିନୋଟି ପାଦ କହିଲେ ସ୍ୱଭାବତଃ ଏହି ପୃଥିବୀ ଉପରେ ଆମ ଜୀବନର କ୍ରମସ୍ଫୁଟନକୁ ଦର୍ଶାଇ ଦେଇଥାଏ । ଏକ ତ୍ରିବିଧ ପରିପ୍ରକାଶର ସଂହତିକୁ ନେଇ ଗୋଟିଏ କାହାଣୀ,–ତ୍ରିସ୍ତରୀୟ ଆସ୍ପୃହାର କାହାଣୀ ଓ ତିନି ସୋପାନର ଅନୁରାଗର ମଧ୍ୟ୍ୟ କାହାଣୀ । ପ୍ରକାଶ ଲାଭ କରିଥିବା ଏଇଟିକୁ ଆଧାର କରି ପରବର୍ତ୍ତୀ ସେଇଟିର କାହାଣୀ । ଏଇଟି ପୂର୍ଣ୍ଣତା ଲାଭ କଲା ବୋଲି ତ ସେତିକିବେଳେ କୁହାଯିବ, ଯେତେବେଳେ ସେଇଟି ଲାଗି ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଯିବ, ଅର୍ଥାତ୍ ଏଇଟି ସେଇଟିକୁ ବାଟ ଛାଡ଼ିଦେବ । ସେହି କ୍ରମରେ ବିବେଚନା କରି ଦେଖିଲେ, ବର୍ତ୍ତମାନ ସେହି କ୍ରମପ୍ରକ୍ରିୟାଟି ଆପଣାର ଦ୍ୱିତୀୟ ପର୍ବଟିର ମଧ୍ୟ୍ୟଦେଇ ଗତି କରୁଛି ଅର୍ଥାତ୍ ତୃତୀୟଟି ନିମନ୍ତେ ବାଟ ଛାଡ଼ିଦେବ ବୋଲି କ୍ରମଶଃ ଯୋଗ୍ୟ ହୋଇ ଆସୁଛି ।

 

ତେଣୁ, ପ୍ରକୃତିକୁ ଆମେ ଏପରି ଗୋଟିଏ ପ୍ରକ୍ରିୟା ବୋଲି କହିବା, ଏକ ବିବର୍ତ୍ତନର ଧାରାରେ ଯାହାର କ୍ରମ-ପ୍ରକଟନ ଅର୍ଥାତ୍ କ୍ରମ-ସଂରଚନ ହେବାରେ ଲାଗିଛି । ଯାହା ରହସ୍ୟାବୃତ ହୋଇ ରହିଥିଲା, ତାହାରି ରୂପାୟନ ହେବାରେ ଲାଗିଛି । ସତେଅବା ଗୋଟିଏ ଆରୋହଣ-ପର୍ବ ଲାଗି ହିଁ ରହିଛି ଓ ସେହି କାହାଣୀଟିରେ ପରସ୍ପର ଉପରେ ନିର୍ଭରଶୀଳ ହୋଇ ରହିଥିବା ତିନିଭଳି ସତ୍ୟପ୍ରୟାସ ଲାଗି ରହିଛି । ପ୍ରଥମଟି ହେଉଛି ଆମ ସମସ୍ତଙ୍କର ଦେହଗତ ଜୀବନ, ଦ୍ୱିତୀୟଟି ଆମର ମନଟିକୁ ନେଇ ସମ୍ଭବ ହେବାରେ ଲାଗିଥିବା ଏହି ଯାବତୀୟ ଅନୁଭୂତି ଓ ତା’ପରେ ଏପରି ଗୋଟିଏ ଆଧ୍ୟ୍ୟାତ୍ଜକ ସତ୍ତା, ଯାହାକି ଆବରଣ ତଳେ ସର୍ବଦା ଅବସ୍ଥିତ ରହିଛି । ସତେଅବା ଆମକୁ ନିମିତ୍ତ କରି ଏକ ପ୍ରତ୍ୟକ୍ଷ ସାକାରତାର ଜୀବନରେ ପରିଣତ ହେବ ବୋଲି ଅପେକ୍ଷା କରିଛି ! ଏକ ସଂପୂର୍ଣ୍ଣ ପ୍ରହେଳିକା ପରି ଲାଗୁଥିଲେ ମଧ୍ୟ୍ୟ ଏହି ଆଧ୍ୟ୍ୟାତ୍ଜକ ହିଁ ପ୍ରଥମ ଦୁଇଟି ପ୍ରକଟ ହେବାରେ କାରଣରୂପେ କାର୍ଯ୍ୟ କରିଛି ଏବଂ ସେଗୁଡ଼ିକ ବିବର୍ତ୍ତିତ ହେଉଥିବାର ପ୍ରକ୍ରିୟାରେ ପରବର୍ତ୍ତୀ ପରିଣାମରୂପେ ମଧ୍ୟ୍ୟ ଅବତୀର୍ଣ୍ଣ ହେବାକୁ ଯାଉଛି । ଅର୍ଥାତ୍, ଦେହସ୍ଥ ଜୀବନଟି ବଳବତ୍ତର ରହିଥିବ ଏବଂ ଅଧିକରୁ ଅଧିକ ପରିପୂର୍ଣ୍ଣତା ହାସଲ କରୁଥିବ, ମନୋଗତ ସ୍ତରଟିର ସାମର୍ଥ୍ୟଗୁଡ଼ିକ ମଧ୍ୟ୍ୟ ଅଧିକ ପୂର୍ଣ୍ଣତା ଲାଭ କରୁଥିବେ ଏବଂ, ସେହି ଧାରାରେ ହିଁ ପରମା ପ୍ରକୃତିର ବର୍ତ୍ତମାନ ଏହା ହିଁ ଲକ୍ଷ୍ୟ ହୋଇ ରହିଛି ଯେ, ଏହାର ଏକ ପରବର୍ତ୍ତୀ ସତ୍ୟ ସ୍ୱରୂପ ସେହି ପରମ ଅଧ୍ୟ୍ୟାତ୍ଜଟି ମଧ୍ୟ୍ୟ ପ୍ରକଟ ହୋଇ ଆସିବ । ଏପର୍ଯ୍ୟନ୍ତ ଯାହାସବୁ ବିଶ୍ୱାତୀତ ହୋଇ ରହିଥିଲା, ତାହାହିଁ ପୃଥିବୀପ୍ରୟାସର ସ୍ତରକୁ ଆସି କ୍ରିୟାନ୍ୱିତ ହେବ । ଏବଂ, ଆମେ ଯେଉଁମାନେ ଇହାଦେ ଏହି ପୃଥିବୀ ଉପରେ ରହିଛୁ, ଆମେ ହିଁ ସେହି ଅନାବରଣରେ ନିମିତ୍ତରୂପେ କାର୍ଯ୍ୟ କରିବା ।

 

ଅର୍ଥାତ୍, ଏକ ପୂର୍ଣ୍ଣଶକ୍ତି ଦେହ ଏବଂ ପୂର୍ଣ୍ଣଶକ୍ତି ମନର ଭୂମି ଉପରେ ଅଧ୍ୟ୍ୟାତ୍ଜର ପ୍ରତିଷ୍ଠା ହେବ । ବିବର୍ତ୍ତନର ସମଗ୍ର ସକ୍ରିୟତାର କ୍ଷେତ୍ରରେ ଯେପରି ଆମର ମାନସିକ ଜୀବନ ଦେହସ୍ତରର ଜୀବନକୁ ଆଦୌ ପ୍ରତ୍ୟାଖ୍ୟାନ କରୁନାହିଁ ଓ ବରଂ ତାହାକୁ ଏକ ଉନ୍ନୟନ ଦ୍ୱାରା ଅଧିକ ସମର୍ଥତା ପ୍ରଦାନ କରୁଛି ଏବଂ ଅଧିକ କୁଶଳତାମାନ ପ୍ରୟୋଗ କରି ତାହାର ଅଧିକ ଉପଯୋଗ କରିପାରୁଛି, ସେହିପରି ଅଧ୍ୟ୍ୟାତ୍ଜଟି ମଧ୍ୟ୍ୟ ଆଦୌ ଆମର ବୌଦ୍ଧିକ, ଆବେଗଗତ, ସୌନ୍ଦର୍ଯ୍ୟବୋଧଗତ ତଥା ପ୍ରାଣଦ୍ୱାରା ପରିପ୍ରେରିତ କିୟାଚୟକୁ ପରିତ୍ୟାଗ କରିବନାହିଁ, ବରଂ ସେଗୁଡ଼ିକୁ ଏକ ରୂପାନ୍ତର ହିଁ ପ୍ରଦାନ କରିବ । ତେଣୁ, ଆମକୁ ଜାଣି ରଖିବାକୁ ହେବ ଯେ ଏହି ପୃଥ୍ୱୀପ୍ରକୃତିରେ ସବା ଆଗ ଓ ସବୁଠାରୁ ଅଧିକ ସମର୍ଥ ହୋଇ ଅସ୍ତିତ୍ୱ ଧାରଣ କରି ରହିଥିବା ମନୁଷ୍ୟକୁ ହିଁ ସେହି ବିବର୍ତ୍ତନକୁ ଏକ ପୂର୍ଣ୍ଣ ରୂପ ଆଣିଦେବାର ପ୍ରୟାସଯାତ୍ରାରେ ପ୍ରକୃତରେ ଏକ ତ୍ରିବିଧ ଜନ୍ମର ପ୍ରକ୍ରିୟାକୁ ହିଁ ଗ୍ରହଣ କରିବାକୁ ହେବ । ଯେଉଁ ଜୀବନଭୂମିଟିକୁ ଅବଲମ୍ବନ କରି ସେ ଏଠାରେ ଏହି ଧରାପୃଷ୍ଠରେ ରହିଛି, ସେଇଟି ମଧ୍ୟ୍ୟରେ ଏକ ଶରୀର ଆଧାରପାତ୍ର ହୋଇ ରହିଛି, ଏବଂ ଏକ ପ୍ରାଣରୂପୀ ଭଣ୍ଡାର ତା’ଭିତରେ ବହୁବିଧ ଗତିଶୀଳତାକୁ ସମ୍ଭବ କରି ରଖିଛି । ସେହି ଦୁଇଟିଯାକ,–ଦେହ ଏବଂ ପ୍ରାଣ, ଏକ ଦିବ୍ୟ ତୃତୀୟ ସମ୍ପଦର ପରବର୍ତ୍ତୀ ଅଭିବ୍ୟକ୍ତି ସକାଶେ ନିମିତ୍ତ ହୋଇ କାର୍ଯ୍ୟ କରିବାଲାଗି ମହଜୁଦ ରହିଛନ୍ତି । ଏହି ମନୁଷ୍ୟଟିର ସର୍ବବିଧ କ୍ରିୟାକଳାପ ଏକ ସତତ ଅଗ୍ରଗତିଧର୍ମୀ ମନୋଗତତା ମଧ୍ୟ୍ୟରେ ସଂକେନ୍ଦ୍ରିତ ହୋଇ ରହିଛି : ତା’ ମନଟି ଏହିପରି ଭାବରେ ଆପଣାକୁ ଅଧିକ ସମର୍ଥ କରିନେଉଛି ଓ ଯେଉଁ ଗୃହଟିରେ ସେ ବାସ କରୁଛି, ସେଇଟିକୁ ମଧ୍ୟ୍ୟ ଅଧିକରୁ ଅଧିକ ପୂର୍ଣ୍ଣତା ଆଣି ଦେବାରେ ଲାଗଛି । ମନୁଷ୍ୟର ମନ ଏକ ଅଧିକରୁ ଅଧିକ ଆତ୍ଜୋପଲବ୍ଧିର ପ୍ରକ୍ରିୟାରେ ଆପଣାର ଯଥାର୍ଥ ପ୍ରକୃତିଟିର ସ୍ତରକୁ ଜାଗୃତ ହୋଇଆସେ, ସିଏ ଆପେ ମଧ୍ୟ୍ୟ ସେହି ପରମ ଅଧ୍ୟ୍ୟାତ୍ଜର ଗୋଟିଏ ଆକୃତି ବୋଲି ଆବିଷ୍କାର କରିଥାଏ । ଆପଣାର ସତ୍ୟତମ ପରିଚୟରେ ସିଏ ସର୍ବଦା ଯାହା ଥିଲା, ତାହାରି ଆବିଷ୍କାରଟି ଦ୍ୱାରା ସିଏ ପୂର୍ଣ୍ଣକାମ ହୁଏ-। ସେହି ଆଲୋକପ୍ରାପ୍ତ ଉଲ୍ଲାସକର ଏକ ଆତ୍ଜାର ଅଧିକାରିତା ଅର୍ଜନ କରେ; ସିଏ ଯେ ଆଖର ଆମର ଏହି ବର୍ତ୍ତମାନ ଅନୁଭବର ପ୍ରାଣ ଏବଂ ମାନସିକତାକୁ ଏକ ଅଭୂତପୂର୍ବ ଉଦ୍‌ଭାସ ଦ୍ୱାରା ଉଜ୍ଜ୍ୱଳ କରିଦେବାକୁ ଆସି ଉପଗତ ହୋଇଛି, ଆପଣାର ପ୍ରଚ୍ଛନ୍ନ ଐଶ୍ୱର୍ଯ୍ୟଗୁଡ଼ିକ ଦ୍ୱାରା ଧନ୍ୟ କରିବାକୁ ଆସିଛି, ସେହି ଚେତାଟିର ଅଧିକାରୀ ହୋଇଥାଏ ।

 

ଯେଉଁ ପରମ ଶକ୍ତିମନ୍ତତା ମନୁଷ୍ୟଜାତି ମଧ୍ୟ୍ୟରେ କ୍ରିୟାଶୀଳ ହୋଇ ରହିଛି, ଏହି ପ୍ରଣାଳୀଟି ସେଇଟିର ବି ଅନ୍ତର୍ଗତ ହୋଇ ରହିଛି ଏବଂ ତେଣୁ ଆମର ଏହି ପୃଥ୍ୱୀଅସ୍ତିତ୍ୱର ସଂପୂର୍ଣ୍ଣ ପଦ୍ଧତି ଓ ଲକ୍ଷ୍ୟଟି ହିସାବରେ ଆମ ସତ୍ତାର ଏହି ତିନୋଟି ଯାକ ଉପାଦାନ ଏକ ପାରସ୍ପରିକ କ୍ରିୟାତ୍ଜକତାର ଆଧାର ଉପରେ ଅବଶ୍ୟ ନିର୍ଭର କରିବେ ପ୍ରକୃତି ମଧ୍ୟ୍ୟରେ ସେହି ଉପାଦାନ ପ୍ରତ୍ୟେକେ ଅଲଗା ଗୋଟିଏ ଗୋଟିଏ କ୍ଷେତ୍ର ହୋଇ ରହିଥିବାରୁ ପ୍ରତ୍ୟେକ ମନୁଷ୍ୟ ମଧ୍ୟ୍ୟ ତିନୋଟି ମଧ୍ୟ୍ୟରୁ କୌଣସି ଗୋଟିଏକୁ ନିଶ୍ଚୟ ବାଛିନେଇ ପାରୁଥିବ । ସିଏ ଏହି ସାଧାରଣ ଭୌତିକ ଜୀବନଟିଏ ଆଦରି ନେଇ ରହିପାରିବ, ମନକୁ ନେଇ ନାନାଭାବେ କର୍ମତତ୍ପର ରହିପାରିବ ଅଥବା ଏକ ପୂର୍ଣ୍ଣସ୍ଥାୟୀ ଆଧ୍ୟ୍ୟାତ୍ଜକ ଆନନ୍ଦବିମୁକ୍ତତା ଭିତରେ ମଧ୍ୟ୍ୟ ଜୀବନ ବଞ୍ଚିପାରିବ । ପୁନଶ୍ଚ, ସେହିପରି ଏକ ରୀତିକୁ ଗ୍ରହଣ କରି ସିଏ ଏହି ତିନୋଟିଯାକ କିସମର ଜୀବନକୁ ଏକତ୍ର ପରସ୍ପର ସହିତ ଯୋଡ଼ି ମଧ୍ୟ୍ୟ ଆଣିବ, ସେଗୁଡ଼ିକ ମଧ୍ୟ୍ୟରେ ରହିଥିବା ଅମେଳଗୁଡ଼ିକ ମଧ୍ୟ୍ୟରେ ଏକ ସମାଧାନ ସମ୍ଭବ କରି ଆଣିପାରିବ, ଏକ ସାମଗ୍ରିକ ଛନ୍ଦ ସୃଷ୍ଟି କରିବାରେ ସମର୍ଥ ହେବ ଏବଂ ତାହାରି ବଳରେ ଆପଣା ମଧ୍ୟ୍ୟରେ ଏକ ସଂପୂର୍ଣ୍ଣ ଦେବାତ୍ଜାର ଅର୍ଥାତ୍ ପରିପୂର୍ଣ୍ଣତା ଅର୍ଜନ କରିଥିବା ଜଣେ ପ୍ରକୃତ ଅର୍ଥାତ୍ ଅଭିଳଷିତ ମାନବକୁ ଗଠିତ କରି ଆଣି ପାରିବ । ଦେହ, ମନ ତଥା ଅଧ୍ୟ୍ୟାତ୍ଜ ପ୍ରତ୍ୟେକଟିର ଆପଣା ଆପଣାର ଗୁଣ ଏବଂ ଲକ୍ଷଣମାନ ସବୁବେଳେ ହିଁ ରହିଛି ଓ ସେଗୁଡ଼ିକର ଅନୁଶୀଳନ ଦ୍ୱାରା ଆମକୁ ସେଗୁଡ଼ିକର ଭାଜନ ହେବାକୁ ପଡ଼ିବ ।

 

ସର୍ବପ୍ରଥମଟି ହେଉଛି ଆମର ଶରୀରସ୍ତରର ଜୀବନଟି । ସଂକ୍ଷେପରେ ତାହାର ପରିଚୟଟିଏ ଦେଇ କହିଲେ, ଶରୀର ଆପଣାର ସର୍ବପ୍ରଥମ ଅଭିଳାଷ ହିସାବରେ ସବାଆଗ ତିଷ୍ଠି ରହିବାକୁ ହିଁ ଇଚ୍ଛା କରୁଥାଏ । ଅଗ୍ରଗତି ଉପରେ ତାହାର ବସ୍ତୁତଃ ସେପରି କୌଣସି ନିଘା ନଥାଏ, ମାତ୍ର କେବେହେଲେ ଆପଣାର ବିଲୋପ ଇଚ୍ଛା କରେ ନାହିଁ; ଜଣେ ଜଣେ ବ୍ୟକ୍ତି ହିସାବରେ ଆବଶ୍ୟକ ଆତ୍ଜବିକାଶ ଦିଗରେ ଚିନ୍ତା କରିବା ଆଗରୁ ତାହା ଆତ୍ଜ-ପୁନରାବୃତ୍ତି ବିଷୟରେ ଅଧିକତର ଧ୍ୟ୍ୟାନ ଦିଏ । ଆଗ ସଂଖ୍ୟାବୃଦ୍ଧି ଆଗ ବଂଶବୃଦ୍ଧି । ସେଇଟି ନିମନ୍ତେ ସର୍ବପ୍ରଥମେ ତତ୍ପରତା ତଥା ଉତ୍ସାହ । ଧ୍ୟ୍ୟାନ ତଥା ଦୃଷ୍ଟି ସେଇଟି ଉପରେ ନିବଦ୍ଧ ହୋଇ ରହିଥାଏ । ଅବଶ୍ୟ ଜୀବବିବର୍ତ୍ତନର କାହାଣୀଟିରେ ଆମେ ଦେଖିବା ଯେ କେବଳ ଗୋଟିଏ ଜୀବଜାତି ନୁହେଁ, ପୃଥିବୀର ଏକାଧିକ ଜୀବଜାତିଙ୍କର ଆବିର୍ଭାବ ଘଟିଛି; ପୃଥିବୀପୃଷ୍ଠକୁ ବହୁ ଜୀବଜାତି ଆସିଛନ୍ତି, ଭିନ୍ନ ଭିନ୍ନ ପ୍ରକାର ରୂପରେ ସେମାନଙ୍କର ଉଦୟ ହୋଇଛି । ଉଦ୍‌ଭିଦ ପରେ ଜୀବଜନ୍ତୁ ଆସିଛନ୍ତି, ପଶୁମାନଙ୍କର ପରିପୂରକ ହୋଇ ପକ୍ଷୀମାନେ ଆସିଛନ୍ତି ଏବଂ ଇତର ଜୀବମାନଙ୍କ ପରେ ମନୁଷ୍ୟ ଆସିଛି । ମାତ୍ର, ଗୋଟିଏ ଜୀବଜାତିର ପ୍ରତିଷ୍ଠା ହୋଇଯିବା ପରେ ତାହାରି ପ୍ରସ୍ଥାୟତନଟି ମଧ୍ୟ୍ୟରେ ସେହି ଜୀବମାନଙ୍କର ବଂଶ ବୃଦ୍ଧିଟି ହିଁ ସତେଅବା ସର୍ବାଗ୍ର ଧର୍ମ ହୋଇ ରହିଛି । ସତେଅବା ପ୍ରତ୍ୟେକ ଜୀବଜାତି ଏଠାରେ ଚିରଦିନ ବଞ୍ଚି ରହିବାକୁ ଚାହୁଁଛନ୍ତି । କିନ୍ତୁ ପୃଥିବୀରେ ଆବିର୍ଭୂତ ହେଉଥିବା ଜୀବମାତ୍ରେ ସକଳଙ୍କୁ ହିଁ ତ ମରିବାକୁ ପଡ଼ିବ । ତେଣୁ ସଂପୃକ୍ତ ଜୀବଜାତିଟି ମଧ୍ୟ୍ୟରେ ବଂଶ ବୃଦ୍ଧିର ପ୍ରକ୍ରିୟାଟିଏ ଅବିଛିନ୍ନ ରଖି ଉକ୍ତ ଅମର ହୋଇ ରହିବାର ଏକ ଭାବନାକୁ ସଞ୍ଚାରିତ କରି ରଖାଯାଇଛି । ଉପସଂହାର କରି କହିଲେ, ଯାବତୀୟ ଭୌତିକ ଅସ୍ତିତ୍ୱର କ୍ଷେତ୍ରରେ ଆତ୍ଜ-ସଂରକ୍ଷଣ, ଆତ୍ଜ-ପୁନରାବୃତ୍ତି ଏବଂ ବଂଶବୃଦ୍ଧି, ଏହିଗୁଡ଼ିକ ହିଁ ଲକ୍ଷଣୀୟତମ ଧର୍ମ ହୋଇ ରହିଛି ।

 

ଶୁଦ୍ଧ, ଅର୍ଥାତ୍‍ ସ୍ଵଧର୍ମଗତ ମନର ଚରିତ୍ର ହେଉଛି ଯେ, ତାହା ନିୟତ ନାନାପ୍ରକାରେ ପରିବର୍ତ୍ତନ ନିମନ୍ତେ ମୁକ୍ତ ହୋଇ ରହିଥିବ ଏବଂ ଆମର ସେହି ସମ୍ପଦଟି ଯେତିକି ଯେତିକି ଉପରକୁ ଯାଉଥିବ ଅର୍ଥାତ୍‍ ଆପଣାକୁ ତାହା ଯେତିକି ସମର୍ଥତା ସହିତ ନାନାଭାବେ ସଂଗଠିତ କରି ନେଉଥିବ, ସେତିକି ସେତିକି ଅଧିକ ସାବଲୀଳ ଭାବରେ ସେଥିରେ ନାନାବିଧ ସଂବର୍ଦ୍ଧନ ମଧ୍ୟ୍ୟ ପ୍ରକୃତରେ ଘଟୁଥିବ । ସେହି ଧାରାରେ ମନର ଏକ ସତତ ଉନ୍ନୟନ ସମ୍ଭବ ହେଉଥିବ ଓ ଆପଣା ମଧ୍ୟ୍ୟରେ ଥିବା ଶକ୍ତି ବଳରେ ଆପଣାର ଅର୍ଜନଗୁଡ଼ିକର କ୍ଷେତ୍ରରେ ଏକ ସୁସଂଗଠନ ମଧ୍ୟ୍ୟ ସମ୍ଭବ କରି ପାରୁଥିବା ଆପଣାର ପ୍ରସାରରେ ତାହା କ୍ଷୁଦ୍ରର ବୃହତ୍‌ ହେଉଥିବ, ଏକ ସରଳତା ମଧ୍ୟ୍ୟରୁ ଅଧିକ ସଂପୂର୍ଣ୍ଣତାର ଅଧିକାରୀ ମଧ୍ୟ୍ୟ ହେଉଥିବ । ଏହିପରି ଭାବରେ ଆମେ ଖୁବ୍ ବୁଝିପାରିବା ଯେ, ଆପଣା ବେଢ଼ା ଓ ସୀମାଟି ଭିତରେ ନିର୍ଦ୍ଦେଶିତ ହୋଇ ରହିଥିବା ଆମର ଶରୀର ସହିତ ତୁଳନା କରି ଦେଖିଲେ ମନର ଏହି ଖାସ୍‌ କ୍ଷେତ୍ରଟିକୁ ଅନେକ ଅଧିକ ବିସ୍ତାରିତ ଏବଂ ଅନ୍ତହୀନ ବୋଲି ଜାଣିହେବ । ଏହି ମନ ଶରୀର ତୁଳନାରେ ଅଧିକ ସ୍ଥିତିସ୍ଥାପକ । ଅଧିକ ପରିବର୍ତ୍ତନ-ସମର୍ଥ-। ଅର୍ଥାତ, ପରିବର୍ତ୍ତନ, ଆତ୍ଜ-ସଂବର୍ଦ୍ଧନ ଏବଂ ଆତ୍ଜୋନ୍ନତି-ସାଧନ,–ଏହି ତିନୋଟିକୁ ଆମେ ଆମ ମନର ସମୁଚିତ ବୃତ୍ତିଧର୍ମ ବୋଲି ବୁଝିବା । ଉତ୍ତରୋତ୍ତର ଅଧିକରୁ ଅଧିକ ପରିପୂର୍ଣ୍ଣତାର ଉପଲବ୍ଧି ଉପରେ ବିଶ୍ୱାସ ଏବଂ ସତତ ଅଗ୍ରଗତି କରିବାକୁ ଏକ ସ୍ୱାଭାବିକ ସ୍ୱୀକୃତିଦାନ,–ମନ କହିଲେ ବସ୍ତୁତଃ ଏହି ଦୁଇଟିଯାକ ସତତ ସାମର୍ଥ୍ୟକୁ ଅବଶ୍ୟ ଅଙ୍ଗୁଳିନିର୍ଦ୍ଦେଶ କରି ଦେଉଥିବ ।

 

ପୃଥିବୀସ୍ଥ ଜୀବନକୁ ବଞ୍ଚିବାର ବାସନାପଥରେ ତୃତୀୟ ପାବଚ୍ଛଟି ଦେଉଛି ଆଧ୍ୟ୍ୟାତ୍ଜକ । ଭାଷା-ବ୍ୟବହାରର ଅଭ୍ୟସ୍ତ ଆମ ଅବସର ମାନଙ୍କରେ, ଆମେ ଅଧ୍ୟ୍ୟାତ୍ଜ ଓ ଆଧ୍ୟ୍ୟାତ୍ଜକ ଶବ୍ଦଗୁଡ଼ିକୁ ଉଚ୍ଚାରଣ କରିଥାଉ ଏବଂ ଏକ ଆରେକୁ ଏକ ଭ୍ରାନ୍ତିରେ ପକାଇ ରଖିଥାଉ । ଅତି ଅଳପରେ କହିଲେ, ଅଧ୍ୟ୍ୟାତ୍ଜ ହେଉଛି ଆମ ପ୍ରେରଣା-ଘରଟିର ସେହି ଉଚ୍ଚତମ ବିସ୍ତାର ଏବଂ ପ୍ରସ୍ଥଟିକୁ ବୁଝାଇବ, ଯାହାକୁ କି ଆମ ଆୟତ୍ତର କୌଣସି ବାଡ଼ି ପକାଇ ଆଦୌ ମାପି ହେବନାହିଁ । ଏକ ଅନନ୍ତ ଆକର୍ଷଣର ରାଜ୍ୟ, ଯାହା ଯେତେ ଦୂରରେ ହୁଏତ ରହିଥିଲେ ମଧ୍ୟ୍ୟ ଆମକୁ ଏକାବେଳକେ ଆମକୁ ଲୋଡ଼ୁଥିଲା ପରି ଡାକିବାରେ ଲାଗିଥାଏ । ଆମ ଜୀବନର ସତତ-ବିମୋଚନକାରୀ ଏକ ସାଧର୍ମ୍ୟ, ସେଇଟି ଅଧ୍ୟ୍ୟାତ୍ଜ । ସେଇଟି ସକଳ ଅର୍ଥରେ ନାନା ରହସ୍ୟର ଗନ୍ତାଘର ହୋଇ ରହିଥାଏ; ସତେ ଯେପରି ଆମ ଜୀବନର ଜଣେ ସତୀର୍ଥ ପରି ଆମର ସଙ୍ଗେ ସଙ୍ଗେ ରହିଥାଏ । ଭୌତିକ ତଥା ମାନସିକର ଆମ ସର୍ବବିଧ ପ୍ରୟାସ ଯେତିକି ପରିପକ୍ୱ ହୁଏ, ଅଧ୍ୟ୍ୟାତ୍ଜ ଲାଗି ଆମର ଜୀବନତୃଷାଟି ସତେଅବା ସେତିକି ଅନ୍ତରଙ୍ଗ ଭାବରେ ଅନୁଭୂତ ହୋଇଥାଏ । ଅଧ୍ୟ୍ୟାତ୍ଜ ହେଉଛି ପରିପୂର୍ଣ୍ଣତାର ଏକ ଏପରି ପିପାସା, ଯାହାର କେବେହେଲେ ମେଣ୍ଟଣ ହୋଇ ପାରେନାହିଁ; ଏକ ଅନନ୍ତ ସମ୍ଭାବନାର ବିସ୍ତାରିତ ହୋଇ ରହିଥିବା ଆୟାମ ଯାହାକି ଅଧିକରୁ ଅଧିକ ଉପଲବ୍ଧି ଲାଭ କରୁଥିଲେ ମଧ୍ୟ୍ୟ ତଥାପି ଯେଉଁଠାରେ ଆମେ ପୂରା ପହଞ୍ଚିଗଲୁ ବୋଲି କହି ହୁଏନାହିଁ । ଆମର ପ୍ରାଣିକ ଆୟତନରେ ଆମେ ଯେଉଁ ଅମରତ୍ୱର କାମନା ରଖିଥାଉ, ଅଧ୍ୟ୍ୟାତ୍ଜ ମଧ୍ୟ୍ୟରେ ତାହା ଏକ ପ୍ରତ୍ୟକ୍ଷ ଅନୁଭୂତିର ସମ୍ପତ୍ତି ହୋଇ ରହିଥାଏ ଏବଂ, ଆମ ମାନସିକ ଜୀବନରେ ଆମେ ଯେଉଁ ପୂର୍ଣ୍ଣତାକୁ ଲକ୍ଷ୍ୟରୂପେ ଥାପି ଯାବତୀୟ ପ୍ରୟାସ କରୁଥାଉ, ସେଇଟି ମଧ୍ୟ୍ୟ ଆମ ଅଧ୍ୟ୍ୟାତ୍ଜର ଅଧିକାର ମଧ୍ୟ୍ୟରେ ଅବସ୍ଥିତ ଥାଏ । ସେହି ଅଧ୍ୟ୍ୟାତ୍ଜଟିକୁ ବହନ କରି ପାରିଲେ ଆମେ ବସ୍ତୁତଃ ଏକ ଶାଶ୍ୱତ ସତ୍ୟର ଅଧିକାର ଲାଭ କରୁ; ଯେଉଁ ମୂଳଭୂତ ସତ୍ୟଟି ପ୍ରତ୍ୟେକ ବସ୍ତୁ ମଧ୍ୟ୍ୟରେ ସେହି ଗୋଟିଏ ହୋଇ ରହିଛି ଓ ଯୁଗପତ୍‌ ଭାବରେ ସର୍ବବସ୍ତୁର ଅତୀତ ହୋଇ ମଧ୍ୟ୍ୟ ରହିଛି, ଆମେ ସେଇଟିକୁ ଉପଲବ୍ଧି କରିଥାଉ, ଉଭୟ ବିଶ୍ୱମୟତା ତଥା ବିଶ୍ୱାତୀତତାର କ୍ଷେତ୍ରରେ ଯାହା ସମାନଭାବରେ ଆନନ୍ଦର ଆକର ହୋଇ ରହିଥାଏ; ଯାହାକିଛି ରୂପାୟନ ଏବଂ କ୍ରିୟାଶୀଳତାର ସ୍ତରରେ ବହୁ ଅପୂର୍ଣ୍ଣତା ତଥା ସୀମିତତା ମଧ୍ୟ୍ୟରେ ରହିଥିଲେ ମଧ୍ୟ୍ୟ ଅଧ୍ୟ୍ୟାତ୍ଜ ତଥାପି ଆଦୌ କୌଣସି ପ୍ରକାରେ ପ୍ରଦୂଷିତ ହୋଇ ଯାଏନାହିଁ । ଏହି ସବୁକିଛିକୁ ହିଁ ଆମେ ସେହି ଅଧ୍ୟ୍ୟାତ୍ଜ-ଜୀବନର ଗୌରବ ବୋଲି ଅବଶ୍ୟ ଜାଣିବା ।

 

ଏହି ତିନୋଟିଯାକ ରୂପାୟନର ସ୍ତରରେ ବିଶ୍ୱପ୍ରକୃତି ବ୍ୟକ୍ତିଗତ ଓ ସାମୂହିକ ଦଇଟିଯାକ ଜୀବନସ୍ତରରେ କ୍ରିୟା କରିଥାଏ । କାରଣ, ସେହି ପରମ ଓ ଶାଶ୍ୱତ ସତ୍ୟସତ୍ତା ସମାନ ଭାବରେ ହିଁ ବ୍ୟକ୍ତି ତଥା ସମୂହ ଦୁଇଟିଯାକ ଆକାରକୁ ନେଇ ଆପଣାର କାର୍ଯ୍ୟ କରନ୍ତି ଏବଂ ନିଜକୁ ପ୍ରତିଷ୍ଠିତ କରିଥାଆନ୍ତି । ସମୂହର ଜୀବନ କହିଲେ ଏଠାରେ ଗୋଟିଏ ପରିବାରକୁ ବୁଝାଇବ, ବଂଶକୁ ବୁଝାଇବ, ଏକ ଜାତିକୁ ମଧ୍ୟ୍ୟ ବୁଝାଇ ପାରିବ । ଏପରିକି, ସେପରି ଆଖିଦୃଶିଆ ଭାବରେ କୌଣସି ନିର୍ଦ୍ଦିଷ୍ଟ ଭୌତିକ ବିଧାନ ଉପରେ ନିର୍ଭରଶୀଳ ନହୋଇ ଆପଣାକୁ ଗଠିତ କରି ଆଣିଥିବା ନାନାବିଧ ଗୋଷ୍ଠୀକୁ ମଧ୍ୟ୍ୟ ବୁଝାଇ ପାରିବ ଏବଂ ସର୍ବବିଧ ଗୋଷ୍ଠୀ-ଆକାରର ସବା ଉପରେ ରହିଥିବା ସମୁଦାୟ ମାନବଜାତିକୁ ମଧ୍ୟ୍ୟ ବୁଝାଇବ । ଜଣେ ମନୁଷ୍ୟ ମଧ୍ୟ୍ୟ କ୍ରିୟାଶୀଳ ହୋଇ ରହିଥିବା ଯେକୌଣସି ଅଥବା ସବୁ ଗୋଷ୍ଠୀଗତ ଗଢ଼ଣଟିକୁ ନିଜର ବୋଲି ସ୍ୱୀକାର କରିନେଇ ତାହାରି ଦ୍ୱାରା ବ୍ୟକ୍ତିଗତ ଜୀବନରେ କୌଣସି ଭାବେ ଉପକୃତ ହେବାଲାଗି ବିଚାର କରିପାରେ ଏବଂ ସେହି କାରଣରୁ କୌଣସି ସମୂହ ସହିତ ଏକାତ୍ଜକତା ସ୍ଥାପନ କରି ସେଇଟି ଲାଗି ନିଜର ଜୀବନଟିକୁ ବଞ୍ଚିପାରେ । ପରମ ବିଶ୍ୱାତ୍ଜା ସହିତ ଆମ ଆତ୍ଜର ଯଥାର୍ଥ ସମ୍ବନ୍ଧ ସ୍ଥାପନ କରିବାର କ୍ଷେତ୍ରରେ ଯେଉଁପରି ଘଟିଥାଏ, ଏହି ସକଳ କ୍ଷେତ୍ରରେ ମଧ୍ୟ୍ୟ ଏକାବେଳକେ ଅହଂପ୍ରେରିତ ହୋଇ ନିଜର ଏକ ଅଲଗା ଅସ୍ତିତ୍ୱର ମୋଟେ ପ୍ରଦର୍ଶିତ କରା ଯାଏନାହିଁ । ସେହି ପ୍ରଥମ କ୍ଷେତ୍ରଟିରେ ଆମକୁ ଆଦୌ ଆପଣକୁ ସେହି ପରମ ସଂଜ୍ଞାତୀତଠାରୁ ଆମକୁ ମୋଟେ ବିଚ୍ଛିନ୍ନ ହୋଇ ବାହାରିଯିବାକୁ ପଡ଼େନାହିଁ, ଅନ୍ୟ ପକ୍ଷରେ ପରମ ଦିବ୍ୟତାଟି ସହିତ ଆପଣା ଏକତ୍ୱଟିର ଉପଲବ୍ଧି କରିବାକୁ ହୋଇଥାଏ । ତାଙ୍କର ଏହି ବିଶ୍ୱଟି ସହିତ ଯୁକ୍ତ ହେବାକୁ ହୋଇଥାଏ ଏବଂ ସେଗୁଡ଼ିକୁ ସେହି ବ୍ୟକ୍ତିର ସ୍ତରକୁ ଯୋଡ଼ି ଆଣିବାକୁ ପଡ଼େ ।

 

ଠିକ୍‌ ସେହିପରି ବ୍ୟକ୍ତି ଓ ସମୂହଟି ମଧ୍ୟ୍ୟରେ ଆମେ ତାହାକୁ ହିଁ ଯଥାର୍ଥ ଏକ ସମ୍ୱନ୍ଧ ସ୍ଥାପନ କରିବା କହିଲେ ସେଥିରେ ବ୍ୟକ୍ତିର କେବଳ ନିଜର ଭୌତିକ କିମ୍ବା ମାନସିକ ଅଗ୍ରଗତିକୁ ଦେଇ ଆଦୌ ଅହଂପ୍ରଣୋଦିତ ହୋଇ ରହିବାକୁ ବୁଝାଇବ ନାହିଁ ଏପରିକି ଆପଣାର ଆଧ୍ୟ୍ୟାତ୍ଜିକ ମୁକ୍ତି-ଅର୍ଜନକୁ ମଧ୍ୟ୍ୟ ବୁଝାଇବ ନାହିଁ, ଯେଉଁଟି ଲାଗି ସେହି ଅନୁରୋଧରେ ସମୂହର ଅନ୍ୟମାନଙ୍କ ଆଡ଼କୁ ଆଖି ବୁଜିଦେବାକୁ ପଡ଼ିବ ଏବଂ ଯୁଗପତ୍ ଭାବରେ, ସମୂହଟି ସକାଶେ ଆପଣାର ବିକାଶକୁ ମଧ୍ୟ୍ୟ ଅବଦମିତ ଅଥବା-ଖଣ୍ଡିତ କରି ରଖିବାକୁ ପଡ଼ୁଥିବ । ବରଂ ବସ୍ତୁତଃ ଏପରି ହୋଇ ପାରୁଥିବ ଯେ, ବ୍ୟକ୍ତି ଆପଣାର ସର୍ବବିଧ ସର୍ବୋତ୍ତମ ପୂର୍ଣ୍ଣତମ ସମ୍ଭାବନାଗୁଡ଼ିକୁ ନିଜଭିତରେ ଠୁଳ କରିଆଣି ନିଜର ଭଳି ଭଳି ଭାବନା, କ୍ରିୟା ତଥା ଯାବତୀୟ ଅନ୍ୟ ସାଧନ ଦ୍ୱାରା ଆପଣା ଚତୁଷ୍ପାର୍ଶ୍ୱଟି ଉପରେ ନେଇ ଅଜାଡ଼ି ଦେବ, ଯେପରିକି ସମଗ୍ର ଜାତି ହିଁ ଆଗକୁ ଯାଇ ପାରିବ, ଆପଣାର ସର୍ବୋଚ୍ଚ ବ୍ୟକ୍ତି ପରିଚୟର ସମର୍ଥ ହୋଇପାରିବ । ତେଣୁ, ଏହି ସଂସାରକ୍ଷେତ୍ରରେ ଏକ ଜୀବନକୁ ବଞ୍ଚିବାର ଯଥାର୍ଥ ପ୍ରୟାସ କରୁଥିବା ଜଣେ ବ୍ୟକ୍ତି ଲାଗି ଏଠାରେ ବିମୁଖ ହୋଇ ରହିବାର ଅବକାଶ ହିଁ ନାହିଁ । ସେଇଟି ନ୍ୟାୟତଃ ସତତ ନାନା ଆହ୍ୱାନ ଦ୍ୱାରା ପୂର୍ଣ୍ଣ ହୋଇ ରହିଥିବା ଏପରି ଏକ ଶ୍ରଦ୍ଧାପୂର୍ଣ୍ଣ ଯେଉଁଠାରେ ବ୍ୟକ୍ତି ଏବଂ ସମୂହ ଭିତରେ କୌଣସି ଦ୍ୱନ୍ଦ ନଥିବ । ବ୍ୟକ୍ତି ସମୂହ ପାଖରୁ ସତେଅବା ନିଜକୁ ଲୁଚାଇ ରଖିବାର କୌଣସି ସନ୍ତାପିତ ପ୍ରୟାସ କରୁନଥିବ, ସମୂହ ମଧ୍ୟ୍ୟ ବ୍ୟକ୍ତିବାଟରେ ମୋଟେ ରହିବ ବୋଲି ଏକ ଶଙ୍କାଜର୍ଜରତା ସହିତ ତା ପଛରେ ଛାଟ ଧରି ଧାଇଁ ନଥିବ । ସମୂହ ବ୍ୟକ୍ତି ଲାଗି ଶ୍ରଦ୍ଧାଶୀଳ ହୋଇ ରହିଥିବ ଓ ବ୍ୟକ୍ତି ମଧ୍ୟ୍ୟ ତା’ ସମୂହଗୁଡ଼ିକୁ ନିଜର ଏକ ସହଜ ଶ୍ରଦ୍ଧାରେ ଗ୍ରହଣ କରି ନେଇଥିବ । ନିଜ ପ୍ରତି ତଥା ଏହି ଯାବତୀୟ ସମୂହ ଏବଂ ସମଗ୍ର ଲାଗି ସତକୁ ସତ ଏକ ଶ୍ରଦ୍ଧାଭାବ ରହିଥିଲେ ଏଇଟିକୁ ବଡ଼ ସହଜ ବୋଲି ବୁଝିହେବ, ବଞ୍ଚି ମଧ୍ୟ୍ୟ ହେବ । ଶ୍ରଦ୍ଧାଭାବ ଅର୍ଥାତ୍ ପୂର୍ଣ୍ଣ ଉଦାରତା ସହିତ ବଞ୍ଚିବାର ଏକ ସାମର୍ଥ୍ୟ ।

 

ତେଣୁ, ସର୍ବୋପରି, ପ୍ରକୃତିର ପ୍ରାଣସ୍ତରୀୟ ଲକ୍ଷ୍ୟଟିର ପରିପୂରଣ ହେଇଛି ଆମ ଭୌତିକ ଜୀବନର ଅଭିପ୍ରାୟ । ମନୁଷ୍ୟ ବଞ୍ଚି ରହି ପାରୁଥିବ, ଏହାହିଁ ଭୌତିକ ସ୍ତରରେ ତାହାର ସମଗ୍ର ଲକ୍ଷ୍ୟ ହୋଇ ରହିବ; ଏହି ପୃଥିବୀରେ ଜନ୍ମ ହେବାଠାରୁ ପୃଥିବୀରୁ ବିଦାୟ ନେଇ ଯିବାଯାଏ ସିଏ ଉପଲବ୍ଧ ସର୍ବବିଧ ଆରାମ ଏବଂ ଉପଭୋଗର ଅଧିକାରୀ ହେବ । ସେକଥା କିନ୍ତୁ ଯାହା ହୋଇପାରୁ ଅଥବା ନହୋଇପାରୁ ପଛକେ, ସିଏ ଅବଶ୍ୟ ବଞ୍ଚି ରହିବ । ହୁଏତ ସେହି କଥାଟିକୁ ସେ ନିଜ ଜୀବନରେ ସର୍ବପ୍ରାଥମିକ ସ୍ଥାନ ନଦେଇପାରେ, ମାତ୍ର ସେତେବେଳେ ମଧ୍ୟ୍ୟ ସେହି ଭୌତିକ-ସ୍ତରୀୟ ପ୍ରକୃତିର ଅନ୍ୟାନ୍ୟ ପ୍ରବୃତ୍ତିଗୁଡ଼ିକୁ ବଞ୍ଚୁଥିବ : ଆପଣା ସଂସାରଟିରେ ସଂଖ୍ୟାବୃଦ୍ଧି କରୁଥିବ ଏକ ପରିବାର ବର୍ଗ ଓ ସମୁଦାୟ ମଧ୍ୟ୍ୟରେ ଆପଣା ଜୀବନକିସମଟିର ରକ୍ଷା କରିଥିବା ସିଏ ଆପେ ବଞ୍ଚି ରହିବ, ଏକ ଗୃହଜୀବନକୁ ସମ୍ଭବ କରି ଆଣୁଥିବ ଏବଂ ନିଜର ଏକ ସମାଜ ତଥା ଜାତିର ବ୍ୟବସ୍ଥାଟିକୁ ରସଦ ଯୋଗାଇବାରେ ଲାଗିଥିବ । କାରଣ, ସେହିଗୁଡ଼ିକ ହିଁ ତା’ ଭୌତିକ ଅସ୍ତିତ୍ୱର ଅନ୍ତର୍ଗତ ସାମଗ୍ରୀ ହୋଇ ରହିଥିବେ । ପ୍ରକୃତିର କ୍ଷୟବୃଦ୍ଧିର କ୍ଷେତ୍ରରେ ଏହି କଥାଟିର କେତେ ଗୁରୁତ୍ୱ ଯେ ରହିଥାଏ, ସେହି କଥାଟିକୁ ଅବଶ୍ୟ ଅନ୍ଦାଜ କରାଯାଇ ପାରିବ । ଏବଂ, ସେହି ବିବେଚନାଟି ଅନୁସାରେ ପୃଥିବୀରେ ଯେ ଆମେ ମନୁଷ୍ୟମାନେ ରହିଛୁ, ସେଇଟିର ଗୁରୁତ୍ୱଟିକୁ ମଧ୍ୟ୍ୟ ବେଶ୍ ଉପଲବ୍ଧ କରାଯାଇ ପାରିବ । ମନୁଷ୍ୟ ହିଁ ପ୍ରାକୃତିକ ଏକ ନିଶ୍ଚିତ ଆସ୍ଥା ଦେଇ ଆମକୁ କହିଦେଉଛି ଯେ, ତାହାର ସେହି ବ୍ୟବସ୍ଥାଟି ପ୍ରକୃତରେ ଖୁବ୍ କାମ ଦେଉଛି ଏବଂ ତାହାରି ଫଳରେ ତାହାର ବିଗତ କାଳର ଲାଭଗୁଡ଼ିକୁ ରକ୍ଷା କରାଯାଇ ପାରିଛି ଏବଂ ଏବେ ମଧ୍ୟ୍ୟ ତାହା ଲାଗି ରହିଛି-

 

କିନ୍ତୁ, ଖାସ୍ ସେହି ପ୍ରୟୋଜନ-ପୂରଣଟିର କାରଣରୁ ଏହି ପ୍ରକାରର ମନୁଷ୍ୟମାନେ ଓ ସେମାନେ ଅତିବାହିତ କରୁଥିବା ଜୀବନଟି ଅଗତ୍ୟା ଅତ୍ୟନ୍ତ ସୀମିତ ହୋଇ ରହିଛି, ଅତ୍ୟନ୍ତ ଯୁକ୍ତିହୀନ ଭାବରେ ରକ୍ଷଣଶୀଳ ହୋଇ ରହିଛି । ସତେଅବା ଏହି ଏତିକି ପୃଥିବୀ ମଧ୍ୟ୍ୟରେ ଆମ ଜୀବନ ବାନ୍ଧି ହୋଇ ରହିବା ବ୍ୟତୀତ ଆମର କୌଣସି ଗତି ନାହିଁ, ସେହିପରି ହୋଇଯାଇଛି । ସେହି ଗୋଟିଏ ପ୍ରକାରର ରୁଟିନ୍ ଭିତରେ ଜୀବନଟା ବନ୍ଧା ହୋଇ ରହିଛି, ସେହି ଅଭ୍ୟସ୍ତ ଅନୁଷ୍ଠାନ ଏବଂ ଆନୁଷ୍ଠାନିକତା ଇତ୍ୟାଦିର ଦଉଡ଼ିଟା ଆଉ ସବୁକିଛିକୁ ଅକଳ କରି ରଖିଛି । ଏବଂ, ମନୁଷ୍ୟମାନଙ୍କର ଭାବନାଜଗତ କହିଲେ ଉତ୍ତରାଧିକାର ସୂତ୍ରରେ ଆସିଥିବା ସେହି ପୁରୁଣା ରକମ କେତୋଟିକୁ ହିଁ ବୁଝାଉଛି । ସେହି ପୁରୁଣାଗୁଡ଼ିକ ହିଁ ନାକମାନଙ୍କରେ ଏପରି ଭର୍ତ୍ତି ହୋଇ ରହିଛି ଯେ, ପୁଡ଼ାଗୁଡ଼ିକରେ ଆଉକିଛି ପବନ ଯାଇ ଆସି ପାରିବା ଭଳି କୌଣସି ବାଟ ନାହିଁ । ଅତୀତର ପ୍ରଗତିଶୀଳ ମାନସର ଅବଦାନ ଫଳରେ ଯେଉଁସବୁ ପରିବର୍ତ୍ତନ ସମ୍ଭବ ହୋଇଛି, ଏହି ମନୁଷ୍ୟମାନେ କେତେ ନା କେତେ ଉଚ୍ଚ ଉତ୍ସାହରେ ସେଗୁଡ଼ିକର ଚର୍ଚ୍ଚା କରନ୍ତି, ସେସବୁ ଆମର ବହୁମୂଲ୍ୟ ସମ୍ପଦ ବୋଲି କହି ହେଉଥାନ୍ତି, ମାତ୍ର ସେମାନଙ୍କର ନିଜ କାଳଟିରେ ସେହି ପରିବର୍ତ୍ତନ ଗୁଡ଼ିକର ଆହ୍ୱାନ ଆସି ପହଞ୍ଚିଲେ ସେମାନେ ସମାନ ଉତ୍ସାହରେ ସେଗୁଡ଼ିକ ସହିତ ଲଢ଼େଇ କରିବାରେ ବି ଲାଗିଥାନ୍ତି ।

 

ତାହାର କାରଣ ହେଉଛି ଯେ, ତୁଚ୍ଛା ଭୌତିକଟି ମଧ୍ୟ୍ୟରେ ବାନ୍ଧି ହୋଇ ରହିଥିବା ଜଣେ ମନୁଷ୍ୟ ତା' ନିଜ କାଳର ଜଣେ ପ୍ରଗତିଶୀଳ ଚିନ୍ତନକାରୀକୁ କେବଳ କେତେଟା ଆଦର୍ଶକଥାର ଡେଣା ଲଗାଇ ଉଡ଼ି ବୁଲୁଥିବା ଜଣେ ବ୍ୟକ୍ତି ବୋଲି କହେ; ତୁଚ୍ଛା ଗୋଟିଏ ସ୍ୱପ୍ନଚାରଣାରୁ ଜଣେ କିମ୍ଭୁତ ମନୁଷ୍ୟ ବୋଲି, ହୁଏତ ସିଏ ଅବଶ୍ୟ ଜଣେ ପାଗଳ ହୋଇଥିବ ବୋଲି କେତେଟା ଗାର ମଧ୍ୟ୍ୟ ଟାଣି ଦେଇଥାଏ । ସେକାଳର ସେମାଇଟ୍ ମାନଙ୍କର ସମାଜରେ ସେମାନଙ୍କ ଭିତରେ ଆସି ଆବିର୍ଭୂତ ହେଉଥିବା ଦିବ୍ୟ ସନ୍ଦେଶର ପ୍ରସାରକାରୀ ନବୀମାନଙ୍କୁ ଲୋକେ ଢେଲାପଥର ପକାଇ ଜୀବନରୁ ମାରି ପକାଉଥିଲେ ଏବଂ ସେମାନଙ୍କର ମୃତ୍ୟୁ ପରେ ସେମାନଙ୍କର ସ୍ମୃତିରେ ଉପାସନା-ମନ୍ଦିରମାନ ନିର୍ମାଣ କରୁଥିଲେ । ପ୍ରାଚୀନ ଭାରତବର୍ଷରେ ଅଦ୍ୱିଜ ଓ ଦ୍ୱିଜମାନଙ୍କର ବିଚାରରେ ବେଶ୍ ପ୍ରାସଙ୍ଗିକତା ରକ୍ଷା କରି ସେହି ଅଦ୍ୱିଜମାନଙ୍କୁ, ଭୌତିକ ଜୀବନକୁ ସମଗ୍ର ଜୀବନ ବୋଲି ଗ୍ରହଣ କରି ନେଇଥିବା ସେହି ଖାସମାନଙ୍କ ସହିତ ବେଶ ସମତୁଲ କରି ବିଚାର କରାଯାଇ ପାରିବ । ସେହି ଅଦ୍ୱିଜମାନେ ପ୍ରକୃତିର ସର୍ବନିମ୍ନ କାର୍ଯ୍ୟଟିକୁ କରି ଥାଆନ୍ତି, ଜୀବନର ଉଚ୍ଚତର ସକ୍ରିୟତା ଗୁଡ଼ିକ ସକାଶେ ସେମାନେ ସୁନିଶ୍ଚିତ ଭାବରେ ଏକ ଭୂମି ପ୍ରସ୍ତୁତ କରି ଦେଇଥାନ୍ତି; ମାତ୍ର ପ୍ରକୃତିର ସେହି ଦ୍ୱିତୀୟ ଜନ୍ମଟିର ଗୌରବଗୁଡ଼ିକ ସେମାନଙ୍କ ଲାଗି ସହଜରେ ଉନ୍ମୋଚିତ ହୋଇ ପାରେ ନାହିଁ । ଭୌତିକ ଜୀବନ ଏକ ତୁଚ୍ଛା ଭୂତସର୍ବସ୍ଵ ଜୀବନ ହୋଇ ରହିଯାଏ, ଦ୍ଵିଜତ୍ୱ-ଲାଭର ସକଳ ଅବସରର କୌଣସି ସୁଯୋଗ ନେବା ଆଉ ସମ୍ଭବ ହୁଏନାହିଁ ।

 

ପୁରାତନ କାଳର ଧର୍ମୀୟ ମହା-ଆଲୋଡ଼ନମାନେ କେତେ କେତେ ଆଧ୍ୟ୍ୟାତ୍ଜିକ ପ୍ରେରଣାଦାୟକ ବାର୍ତ୍ତାକୁ ରଖି ଯାଇଛନ୍ତି । ଜୀବନରେ ଦ୍ୱିଜତ୍ୱ ଲାଭ କରିବାକୁ ମନ କରିନଥିବା ଏହି ମନୁଷ୍ୟଟି ସେହି ବାର୍ତ୍ତାଗୁଡ଼ିକୁ ପ୍ରାୟ ଏକ ସଂସ୍କାରରୂପେ ଆପଣାର ସଂପତ୍ତଟିଏ ପରି ମଣି ବାସ କରୁଥାଏ ଏବଂ ସମାଜ ବୋଲି ରହିଥିବା ତା’ ଜୀବନର ନକ୍ସାଟିରେ ଧର୍ମଯାଜକ ଏବଂ ତତ୍ତ୍ୱଜ୍ଞମାନଙ୍କ ପ୍ରଦର୍ଶନ କରେ । ମାତ୍ର ସେମାନଙ୍କର ଜୀବନରେ ସେହି ଆବେଦନଗୁଡ଼ିକର କୌଣସି ଫଳ ହିଁ ପ୍ରକୃତରେ ଫଳିଥିବାର କୌଣସି ଲକ୍ଷଣ ଦେଖିବାକୁ ମିଳେ ନାହିଁ । ମାମୁଲି ଅର୍ଥରେ ସେହି ବିଶେଷ ସ୍ଥାନସ୍ଥ ସେମାନେ ତାକୁ ବେଶ୍ କେତେ ପରିମାଣର ଏକ ଆଧ୍ୟ୍ୟାତ୍ଜକ ଆହାର ଯୋଗାଇଦେବେ ବୋଲି ଭାବି ନେଇଥାଏ । ମାତ୍ର, ଯେଉଁ ବ୍ୟକ୍ତିଟି ଆପଣା ନିମନ୍ତେ ଆଧ୍ୟ୍ୟାତ୍ଜିକ ଅନୁଭବର ବିମୋଚନକାରୀ ପଥଟିକୁ ବରଣ କରି ନେଇଥାଏ, ତାହାକୁ ଏହି ମନୁଷ୍ୟଟି ସନ୍ନ୍ୟାସୀ ବୋଲି କହେ । ସିଏ କଣେ ସନ୍ନ୍ୟାସୀକୁ ତା'ର ଉଚିତ ମର୍ଯ୍ୟାଦା ପ୍ରଦାନ କରେ, ମାତ୍ର ତାହାକୁ ଆପଣାର ସଂସାର ଓ ସମାଜ ଠାରୁ ଦୂରରେ ରଖିବାକୁ ହିଁ ନିରାପଦ ବୋଲି ଖୁବ୍ ଭଲ ଭାବରେ ସବୁବେଳେ ଅବଶ୍ୟ ବୁଝିଥାଏ । ଆପଣାର ସ୍ୱାଧୀନ ଓ ବିମୁକ୍ତ ଜୀବନଟିକୁ ସନ୍ନ୍ୟାସୀ ସମାଜର ବାହାରେ ହିଁ ବଞ୍ଚନ୍ତୁ । କାରଣ, ତାହାରି ଦ୍ୱାରା ହିଁ ସେ ଆମ ସଂସାରର ସର୍ବାଧିକ ଉପକାର କରିବେ । କୋଠାମାନଙ୍କ ଉପରେ ଛିଡ଼ା କରାଇ ରଖା ଯାଇଥିବା ଲୁହା ଖୁଣ୍ଟଟି ଯାହା କରିଥାଏ, ଜଣେ ସନ୍ନ୍ୟାସୀ ତାହାହିଁ କରନ୍ତୁ ଏବଂ ସେତିକି କରନ୍ତୁ ।

 

ଲୁହାରେ ତିଆରି ସରୁମୁନ ରହିଥିବା ଦଣ୍ଡଟି ଯେପରି ଗୋଟିଏ ଅଟ୍ଟାଳିକାକୁ ବଜ୍ରପାତର ବିପଦରୁ ସୁରକ୍ଷିତ କରି ରଖୁଥାଏ, ଜଣେ ସନ୍ନ୍ୟାସୀ ମଧ୍ୟ୍ୟ ତାହାହିଁ କରୁଥାଉ, ସେତିକି କରୁଥାଉ । ଅଧ୍ୟ୍ୟାତ୍ଜରୂପୀ ଆହ୍ୱାନକୁ ସିଏ ମଝିରେ ଛିଡ଼ା ହୋଇ ଏଡ଼ାଇ ଦେଉଥାଉ । ମନୁଷ୍ୟର ଦେହଧାରୀ ଏକ ଲୁହାର ରଡ୍ ହୋଇ ସିଏ ଆମ ସମାଜରୂପୀ ଚଳନ୍ତି ଗଢ଼ଣଟିକୁ ଯେମିତି ସେମିତି ରଖିଥାଉ । ବସ୍ତୁତଃ ଏହିପରି ଏକ ଗର୍ଭଗତ କାରଣରୁ ଆମର ଏହି ଯେମିତି ସେମିତି ସଂସାରଟାକୁ ଏଥିରେ ବାସ କରୁଥିବା ସଂସାରୀମାନେ ଯାବୁଡ଼ି ରହିଛନ୍ତି ବୋଲି ଅଧ୍ୟ୍ୟାତ୍ଜକୁ ଏଡ଼ାଇ ଏଡ଼ାଇ ରହିଛନ୍ତି କି ? ମନୁଷ୍ୟକୁ ଯାବତୀୟ ଦ୍ୱିଜତ୍ୱଲାଭର ବ୍ରତୀ କରାଇବା ହେଉଛି ଅଧ୍ୟ୍ୟାତ୍ଜର ଧର୍ମ । ଦ୍ୱିଜତ୍ଵଲାଭ ହେଉଛି ଜଣେ ଇଛୁକ ବ୍ୟକ୍ତିର ଜୀବନରେ ଏଭଳି ଗୋଟିଏ ଆସ୍ଫୃହା, ଯାହାକୁ ନିଜ ଭିତରେ ଏବଂ ବାହାରେ ଘ୍ରାଣ କରିପାରିଲେ ସିଏ ଅଧ୍ୟ୍ୟାତ୍ଜକୁ ଇଚ୍ଛା କରିଥାଏ । ଦ୍ୱିଜତ୍ୱକୁ ମନ କରିବାର ସାଧନା-ଯାତ୍ରାରେ ସିଏ ବେଶ୍ ସହଜରେ ନିଜ ବାଟ ଚାଲିବାଟାକୁ ବଦଳାଇ ଦିଏ । ସେଥିରୁ ଏପରି ଏକ ସଂକ୍ରମଣ ସମ୍ଭବ ହୋଇ ଆସେ, ଯାହା ପରିଚିତ ସମାଜକୁ ମଧ୍ୟ୍ୟ ଚୁନୌତି ଦିଏ । ପୃଥ୍ୱୀ-ଇତିହାସରେ ମଧ୍ୟ୍ୟ ପରିବର୍ତ୍ତନର ପବନ ଆସି ବାଜେ । ଆମର ଏହି ଆମଲାଖି ସମାଜଟା ମଧ୍ୟ୍ୟରେ ଏପରି କେତେ ବ୍ୟକ୍ତି ସବୁବେଳେ ଥାଆନ୍ତି ଯେଉଁମାନେ କି ଅଧ୍ୟ୍ୟାତ୍ଜର ଆହ୍ୱାନ ଶୁଣି ସମାଜ ଛାଡ଼ନ୍ତି । ସମାଜଟା ଯେଉଁପରି ସେହିପରି ହୋଇ ରହିଥାଉ ପଛକେ, ସେମାନେ ବରଂ ଏକା ଏକା ଅଧ୍ୟ୍ୟାତ୍ଜର ଫଳଟିକୁ ଲାଭ କରିବେ ବୋଲି ଏଠୁ ବାହାରି ଚାଲିଯାଆନ୍ତି । ଆପଣାର ଏକ ଚଳନ୍ତି ଭାଷାରେ ସଂସାର ସେମାନଙ୍କୁ ସନ୍ନ୍ୟାସୀ ବୋଲି କହେ । ଖୁବ୍ ସମ୍ମାନ ଦେଖାଏ, ତଥାପି ସେମାନଙ୍କୁ ଦୂରରେ ରଖିଥାଏ ।

 

ସନ୍ନ୍ୟାସୀ ସମାଜ ଭିତରେ ରହିଲେ ସମାଜଟା ଚହଲିଯିବ ବୋଲି ସଂସାରୀମାନେ ସମ୍ଭବତଃ ଭୟ କରୁଥାନ୍ତି । ସେମାନେ ଏହିଠାରେ ହିଁ ଏପରି ଲାଖି ଯାଇଥାନ୍ତି ଯେ, ସମାଜଟା କିଛି ଅନ୍ୟ ଗଢ଼ଣର ହେଲେ ସେଥିରେ ସେମାନଙ୍କ ଲାଗି ଆଉ କୌଣସି ଜାଗା ରହିବନାହିଁ ବୋଲି ଭୂତ ଦେଖିବାରେ ଲାଗିଥାନ୍ତି । ସନ୍ନ୍ୟାସୀର ଜୀବନକୁ ନିଜ ଅନ୍ଦାଜରେ ସକଳ ଓଳମରେ ପକାଇ ବହୁତ ସମ୍ମାନ କରନ୍ତି ଏବଂ ତଥାପି ଜଣେ ସନ୍ନ୍ୟାସୀକୁ ନିଜ ଜୀବନ ଭିତରକୁ ପ୍ରବେଶାଧିକାର ଦେବାପାଇଁ ରାଜୀ ହୁଅନ୍ତି ନାହିଁ । ଆଖର ଆମ ସନ୍ନ୍ୟାସୀମାନେ ମଧ୍ୟ୍ୟ ସେଇଟିକୁ ହିଁ ପରିସ୍ଥିତି ଦୃଷ୍ଟିରୁ ସର୍ବୋତ୍ତମ ବୋଲି ପ୍ରାୟ ବ୍ୟାବହାରିକ ବୁଦ୍ଧିଦ୍ୱାରା ପରିଚାଳିତ ହୋଇ ନେଇଥାଆନ୍ତି । ସଂସାରକୁ ଆଦୌ ଅସ୍ୱୀକାର କରନ୍ତି ନାହିଁ, ମାତ୍ର ସଂସାରର କୁହା ମାନି ଦୂରରେ ଦୂରରେ ହିଁ ରହିଥାନ୍ତି । ପୃଥିବୀଟି ଠିକ୍ ନିଜ ବିବେକରେ ଚାଲୁଥାଏ ଏବଂ ସନ୍ନ୍ୟାସୀମାନଙ୍କର ପ୍ରଶଂସା ମଧ୍ୟ୍ୟ କରୁଥାଏ । ସମାଜନାମକ ସଂସାର, ଅଟ୍ଟାଳିକାଟି ଠିଆ ହୋଇ ରହିଥାଏ, ଯଥାର୍ଥ ଅନୁରକ୍ତ ମାନଙ୍କର ଶୁଶ୍ରୂଷା ଦ୍ୱାରା ସେହିମାନଙ୍କର ପ୍ରୀତ୍ୟର୍ଥେ ଚାଲିବି ଥାଏ । ସନ୍ନ୍ୟାସୀମାନେ ସେମାନଙ୍କୁ ଆଶୀର୍ବାଦ ମଧ୍ୟ୍ୟ କରୁଥାନ୍ତି । ମାତ୍ର, ସେମାନେ ମଧ୍ୟ୍ୟ ଦ୍ୱିଜତ୍ଵଲାଭ କରନ୍ତୁ ଅଥବା ତେଣେ ମୋଟେ ପାଦ ନପକାଇ ଓ ଆସ୍ଫୃହା ନରଖି ସୁଖରେ ରହିଥାନ୍ତୁ,–ସନ୍ନ୍ୟାସୀମାନେ ସତକୁ ସତ । କେଉଁ କାମନାଟିକୁ କରନ୍ତି କେଜାଣି ? ପୃଥିବୀର ପୁରୁଣାଗୁଡ଼ାକ ଯେମିତି ସେମିତି ଖୁବ ରହିଥିବ ଏବଂ ମୁଁ ଏଠାରେ ସନ୍ନ୍ୟାସୀ ଜୀବନରୂପୀ ଏକ ଆତ୍ଜରତିମୟତାକୁ ଆବୋରି ନେଇ ଏଠାରେ ଏକ ବିଶେଷ କଦର ପାଇ ବିହରଣ କରୁଥିବି, ଏଇଟି ପ୍ରକୃତରେ ଏକ ଅତିମାନବିକ ପ୍ରଚେଷ୍ଟା ହୋଇଥିବ । ସନ୍ନ୍ୟାସୀଠାରୁ ଏକ ଅତିମାନବ-ସ୍ତରୀୟ ଉପେକ୍ଷାଭାବ ଦାବୀ କରିବ । ସଂପୂର୍ଣ୍ଣ ଭାବରେ ଜଣେ ଆଣ୍ଟି-ହିରୋର ଛଳକୌଶଳ ଗୁଡ଼ାକୁ ଦାବୀ କରୁଥିବ । ଦ୍ୱିଜତ୍ୱଲାଭର ଆହ୍ୱାନଟି ଏହିପରି ଭାବରେ ସଂସାର ମଧ୍ୟ୍ୟରୁ ଦୂରଛଡ଼ା ହୋଇ ରହିଥିବା ସନ୍ନ୍ୟାସୀ ଓ ଏହି ପୃଥିବୀକୁ ଏକ ବହୁଲାଳସାଯୁକ୍ତ ଉତ୍ତାପ ସହିତ ଭୋଗ କରୁଥିବା ସଂସାରୀ, ଏହିପରି ଦୁଇଟି କବଳର ବିଡ଼ମ୍ବନାଟି ମଧ୍ୟ୍ୟରେ ଛାଡ଼ିଦେଇ ପରାତ୍ପର ପରମେଶ୍ୱରଙ୍କୁ ମଧ୍ୟ୍ୟ ମୋଟେ ଆନନ୍ଦ ଲାଗୁନଥିବ ।

 

ତଥାପି, ଭୌତିକ ଅଧିକରୁ ଅଧିକ ସୁଖର ଭଳି ଭଳି କାମନାରେ ଆପଣାକୁ ସମର୍ପିତ କରିଥିବା ମନୁଷ୍ୟ ଓ ତା’ର ଜୀବନକୁ ବେଶ୍ କେତେ କେତେ ପ୍ରକାରର ଉପାୟର ଅବଲମୂନ କରି ସେଥିରେ ଏକ ଅଗ୍ରଗତି ଅବଶ୍ୟ ଲାଗିରହିଛି ବୋଲି ଅଭଶ୍ୟ ଅନୁଭବ କରା ଯାଇପାରେ । ନିଜର ଭୌତିକ ସ୍ତରୀୟ ମନକୁ ଅଗ୍ରଗତି, ସତତ ଅଗ୍ରଗତିର ଧାରଣା ଆଣି ଦିଆ ଯାଇପାରେ । କୁହାଯାଇପାରେ ଯେ, ପରିବର୍ତ୍ତନ ହେଉଛି ଜୀବନର ଅସଲ ଧର୍ମ; ଅତ୍ୟନ୍ତ ସଚେତନ ଭାବରେ ମନୁଷ୍ୟମାନେ ପରିବର୍ତ୍ତନ ପରେ ପରିବର୍ତ୍ତନ ଘଟାଇ ଚାଲିଥିବେ । କାରଣ, ଏହି ସତତ ପରିବର୍ତ୍ତନ ହେଉଛି ଏକ ଅପରିହାର୍ଯ୍ୟ ବିଧାନ । ସେହି ଉତ୍ସାହଟିର ବଳରେ ଇଉରୋପର ପ୍ରଗତିଶୀଳ ସମୂହ ଗୁଡ଼ିକରେ କେତେ କେତେ ପରିବର୍ତ୍ତନ ସମ୍ଭବ ହୋଇଛି ଏବଂ ତାହା ଜଡ଼ ଉପରେ ମନର ବିଜୟକୁ ପ୍ରତିପାଦିତ କରିଛି । କିନ୍ତୁ, ଭୌତିକ ପ୍ରକୃତି ମଧ୍ୟ୍ୟ ଏହି କ୍ଷେତ୍ରରେ ଏକ ପ୍ରତିଶୋଧ ଅବଶ୍ୟ ନେଇଛି : କାରଣ, ଯେଉଁ ପ୍ରଗତି ସାଧିତ ହୋଇଛି, ତାହା କେବଳ ସ୍ଥୂଳ ସ୍ତରଗୁଡ଼ିକରେ ହୋଇଛି; ଅଧିକତଃ ବାହ୍ୟ ଜୀବନକ୍ଷେତ୍ର ମାନଙ୍କରେ ହୋଇଛି ଏବଂ ଆହୁରି ଉଚ୍ଚ ଆଡ଼କୁ ଅଧିକ ବେଗର ସହିତ ଯେତେଯେତେ ପ୍ରଚେଷ୍ଟା କରାହୋଇଛି, ସେଥିରୁ ଅଧିକ କ୍ଳାନ୍ତି ଉପଲବ୍ଧ ହୋଇଛି, ସଂପୃକ୍ତ ପ୍ରୟାସୀମାନେ ଅତ୍ୟନ୍ତ ନିର୍ବଳ ହିଁ ହୋଇ ପଡ଼ିଛନ୍ତି ଏବଂ ଭାରି ଚକିତ କରି ସେମାନେ ଯେଉଁଠୁ ଯାଇଥିଲେ ସେଠାକୁ ବାହୁଡ଼ି ମଧ୍ୟ୍ୟ ଆସିଛନ୍ତି । ଆଗକୁ ଯିବାର ବହୁ ଦୁଃସାହସ ଏବଂ ପୁଣି ପ୍ରତିହତ ହେଲାପରି ଫେରି ଆସିବାର ନାନା ଅବସାଦ । ଏହି ଇତିହାସଟିକୁ ଧର୍ମତଃ ସଫଳତା ନା ବିଫଳତା, ପ୍ରକୃତରେ କ’ଣ ବୋଲି କୁହାଯିବ ? ବହୁ ଅବସରରେ ପୃଥିବୀଟା ସତେଅବା ଏକାବେଳକେ କେତେ ଚକ ମାଡ଼ି ଯାଉଥିବା ପରି ଲାଗିଛି, ମାତ୍ର ପୁନର୍ବାର ପୂରା କ୍ଷତବିକ୍ଷତ ହୋଇ ଲେଉଟି ଆସିଛି । ଗଣ୍ଠିମାନେ ଏଥର ଅବଶ୍ୟ ଖୋଲିଯିବେ ବୋଲି ବଳପୂର୍ଣ୍ଣ ଭରସାମାନ ମିଳିଛି ଓ ଶେଷରେ ସବୁକିଛି ପଣ୍ଡ ହୋଇ ଯାଇଛି ।

 

ଅବଶ୍ୟ ଏପରି ସମ୍ଭାବନାଟିଏ ରହିଛି ଯେ, ଭୌତିକ ସ୍ତରରେ ରହିଥିବା ମନୁଷ୍ୟ ଏବଂ ତା’ର ଜୀବନକୁ ବେଶ୍ କିଛି ପରିମାଣରେ କିଛି ଆଧ୍ୟ୍ୟାତ୍ଜିକ ସ୍ଵାଦ ଆଣି ସବୁବେଳେ ଦିଆ ଯାଇପାରିବ; ତା’ ଜୀବନର ସର୍ବବିଧ ଅନୁଷ୍ଠାନମାନଙ୍କୁ ଏକ ଧର୍ମୀୟ ଭାବ ଦେଇ ଦେଖିବାର ଏକ ଅଭ୍ୟାସ ମଧ୍ୟ୍ୟକୁ ଅଭ୍ୟସ୍ତ କରିଆଣି ତା’ର ଅନୁଭବରେ ଏକ ଖାସ୍ ଉତ୍ତୋଳନର ଭାବନାକୁ ଖୁବ ସଂଚାରିତ କରାଯାଇ ପାରିବ । ଏବଂ, ଏହିପରି ଭାବରେ ତା’ର କେତେଗୁଡ଼ିଏ କ୍ରିୟାଶୀଳତାକୁ ମଧ୍ୟ୍ୟ ଏକ ଆଧ୍ୟ୍ୟାତ୍ଜିକ ଭାବ-ଆବେଦନ ଦ୍ୱାରା ପରିପ୍ରେରିତ କରି ସମୁଦାୟମାନ ଗଢ଼ା ହୋଇ ଆସିଛି ଏବଂ ଜଡ଼ଉପରେ ଆଧ୍ୟ୍ୟାତ୍ଜର ଏକ ବିଜୟରୂପେ ପ୍ରତିଷ୍ଠିତ ହୋଇ ରହିଛି । କିନ୍ତୁ ତଥାପି, ଏହି କ୍ଷେତ୍ରରେ ମଧ୍ୟ୍ୟ ଏକ ଅଭାବ ସବୁବେଳେ ରହି ଆସିଛି; କାରଣ, ତାହା ଅନେକ ସମୟରେ ଏକ ଧର୍ମୀୟ ଅନ୍ତର୍ଭାବର ସର୍ଜନା କରି ରଖିଥାଏ ସତ, କିନ୍ତୁ ତହିଁରେ ଥିବା ଯାବତୀୟ ଆଧ୍ୟ୍ୟାତ୍ଜିକତା ସର୍ବବିଧ ବିଚାରରେ ତୁଚ୍ଛା ସ୍ଥୂଳ ଓ ବାହ୍ୟ ହୋଇ ରହିଥାଏ । ସବୁଠାରୁ ଅଧିକ ସୁଠାମ ଓ ଗତିବ୍ୟଞ୍ଜକ ସ୍ତରରେ ଖୁବ୍ ବେଶୀ ହେଲେ ତଦ୍ଦ୍ୱାରା ଅଧିକସଂଖ୍ୟକ କେତେକଣ ମନୁଷ୍ୟାତ୍ଜା ସାମାଜିକ ଜୀବନ ମଧ୍ୟ୍ୟରୁ ଏଣେ ଟାଣି ହୋଇଆସନ୍ତି । ଏପରି କରିବାଦ୍ୱାରା ସେମାନେ ସମାଜସ୍ଥ ଜୀବନକୁ ଦରିଦ୍ର କରିଦିଅନ୍ତି ଅଥବା ଏକ ସାମୟିକ ଉତ୍‌ଥାନ ଦ୍ୱାରା ସମାଜକୁ ଖୁବ୍ ହଲାଇ ଏବଂ ଚହଲାଇ ଦିଅନ୍ତି । ତେଣୁ, ପ୍ରକୃତ ସତ୍ୟଟି ହେଉଛି ଯେ, ମନରୁ ପ୍ରେରିତ ହୋଇ କରା ଯାଉଥିବା ସର୍ବବିଧ ପ୍ରଚେଷ୍ଟା କିମ୍ବା ଅଧ୍ୟ୍ୟାତ୍ଜ ସ୍ତରର କୌଣସି ଉଚ୍ଚାଟନ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଭୌତିକ ପ୍ରକୃତିର ଅତ୍ୟନ୍ତ ବଳଯୁକ୍ତ ପ୍ରତିରୋଧକୁ ଜୟ କରିବାରେ କେବେହେଲେ ଯଥେଷ୍ଟ ହେବନାହିଁ ।

 

ଅର୍ଥାତ୍, ପ୍ରକୃତି ସର୍ବଦା ଦାବୀ କରୁଛି ଯେ, ସେହି ଦୁଇଟିଯାକ କ୍ଷେତ୍ରର ପ୍ରଚେଷ୍ଟା ପ୍ରକୃତରେ ଏକତ୍ର ହୋଇ କାର୍ଯ୍ୟ କରୁ ଏବଂ ସେପରି ସମ୍ଭବ ହେଲେ ଯାଇ, ଯେତେବେଳେ ଉଦ୍ୟମଟି ଯଥାର୍ଥରେ ବଳିଷ୍ଠ ହୋଇ ପାରିବ, ତେବେଯାଇ ମନୁଷ୍ୟର ଜୀବନରେ ପ୍ରକୃତିର ଏକ ପୂର୍ଣ୍ଣ ପରିବର୍ତ୍ତନ ସମ୍ଭବ ହେବ । ମାତ୍ର, ସାଧାରଣତଃ, ଏହି ଦୁଇଟିଯାକ ଶକ୍ତିମତ୍ତା ଏକ ଆରେକୁ ସ୍ୱୀକାର କରି ଆଦୌ ବାଟ ଛାଡ଼ିଦେବା ଲାଗି ରାଜୀ ହୁଅନ୍ତି ନାହିଁ । ଦୁଇଟିଯାକ ବଳ ଗୋଟିଏ ଅପରଟି ଠାରୁ ଅଲଗା ହୋଇଥାଏ ଏବଂ ତେଣୁ ପ୍ରକୃତିର ଏହି ରାଜତ୍ଵ ଅବ୍ୟାହତ ହିଁ ରହିଥାଏ । ପ୍ରତ୍ୟେକେ ନିଜନିଜର ହିସାବ ଅନୁସାରେ ପୃଥିବୀର ପ୍ରକୃତ ପରିବର୍ତ୍ତନ ବିଷୟରେ ନିଜ ନିଜର ସୂତ୍ରଗୁଡ଼ିକୁ ବଖାଣିବାରେ ଲାଗି ଥାଆନ୍ତି ଏବଂ ତେଣୁ ଗୋଟା ପୃଥିବୀ-କ୍ଷେତ୍ରଟା ବସ୍ତୁତଃ ସେହିପରି ପଡ଼ି ରହିଥାଏ । ସତେଅବା ଆଦିମ ହୋଇ ରହିଥାଏ, ଅତ୍ୟନ୍ତ ଏକବାଗିଆ ହୋଇ ସ୍ୱପ୍ନମାନ ଦେଖିବାରେ ଲାଗିଥାଏ । ଗୋଟାଏ ପାଖ ଆଉଗୋଟାଏ ପାଖକୁ କାହିଁକି ବୁଝି ପାରେନାହିଁ କେଜାଣି ? ସେମାନେ କ’ଣ ମୂଳତଃ ପୃଥିବୀ ସତକୁ ସତ ବଦଳୁ ବୋଲି ଇଚ୍ଛା କରନ୍ତି ନାହିଁ କି ? ଆଗ ନିଜର ପାରିବାପଣ ଏବଂ ବିଶ୍ୱାସନିଷ୍ଠ ଭାବନାଗୁଡ଼ିକୁ ଦେଖନ୍ତି । ସମ୍ଭବତଃ ଏପରି ଏକ ମୋହଦ୍ୱାରା ବିକୃତ କରି ଦେଖନ୍ତି, ଯେଉଁ କାରଣରୁ ସବାଆଗ ପୃଥିବୀର ନିୟତିକ୍ଷେତ୍ରଟିକୁ ନଦେଖି ସେମାନେ ଆଗ ଆପଣାର ମାର୍ଗଟିକୁ ଦେଖନ୍ତି । ତେଣୁ ଅସଲ ବିବେକର ରଜ୍ଜୁଟିକୁ ହରାଇ ବସନ୍ତି-। ଗୋଟାଏ ପାଖେ ବିତ୍ତୀୟ ବହୁସମ୍ପନ୍ନତା ବଢ଼ିବାରେ ଲାଗିଥାଏ ଏବଂ ଅନ୍ୟ ପାଖରେ ଧର୍ମୀୟ ପ୍ରଦର୍ଶନ ଗୁଡ଼ାକର ଭଳିଭଳି ଆନୁଷ୍ଠାନିକ ମଧ୍ୟ୍ୟ ବହୁଳ ହେବାରେ ଲାଗିଥାଏ । ଅତ୍ୟନ୍ତ ବାଲୁରାପଣରେ ତାହାକୁ ପୁଣି ଅଧ୍ୟ୍ୟାତ୍ଜ ବୋଲି କହି କୂଳସ୍ଥମାନେ କେଡ଼େ ଉଶ୍ୱାସ ମଧ୍ୟ୍ୟ ଅନୁଭବ କରନ୍ତୁ । ସତ୍ୟ ଯୁଗଟାଏ ହେଇ ଆସିଲା ବୋଲି ବାରମ୍ବାର କ’ଣ କମ୍ ଘୋଷଣା ହୁଏ ! ପୃଥିବୀରେ ସେହି ନାଟକର ପରିପାଟୀମାନ ଇତିମଧ୍ୟ୍ୟରେ ତ ଅଧିକ ମେଦଯୁକ୍ତ ହେବାରେ ଲାଗିଛନ୍ତି । କାନକୁ ବ୍ୟବହୃତ ଶବ୍ଦମାନେ କେଡ଼େ ଆଧୁନିକ ପରି ଭାରି ଶୁଭୁଛନ୍ତି ତଥାପି ପୃଥିବୀକୁ କଳ ପାଉନାହିଁ । ବିତ୍ତ ପାରୁନାହିଁ, ଅଧ୍ୟ୍ୟାତ୍ଜ ମଧ୍ୟ୍ୟ ପାରୁନାହିଁ ।

 

ମାନସିକ ଜୀବନ ଆମର ସୌନ୍ଦର୍ଯ୍ୟାନୁଭୂତି ବିଷୟରେ କେତେ ଅଭିନିବେଶିତ ଭାବରେ କେତେ କଥା କହିଥାଏ; ତାହା ନୈତିକତାର ଚର୍ଚ୍ଚା କରେ ଏବଂ ଆପଣାର ମେଧାବୃଦ୍ଧିଟି ଦ୍ୱାରା ପ୍ରେରିତ ହୋଇ କ୍ରିୟାଶୀଳ ରହିଥାଏ । ଆପଣାର ସାରତମ ଅନ୍ତର୍ଗତ ଉତ୍ସାହସ୍ତରରେ ସେହି ମାନସିକତା ଏକ ଆଦର୍ଶବାଦୀର ପରିଚୟ ଦିଏ ଏବଂ ଏକ ପରିପୂର୍ଣ୍ଣତା ହାସଲ କରିବା ଦିଗରେ ପ୍ରୟାସଶୀଳ ରହିଥାଏ । ତେଣେ ସୂକ୍ଷ୍ମ ଆତ୍ଜସତ୍ତାଟି, ଶାସ୍ତ୍ରରେ ଯାହାକୁ ମଳମୁକ୍ତ ଏବଂ ଶୁଦ୍ଧୋଜ୍ଜ୍ୱଳ ବୋଲି ବର୍ଣ୍ଣନା କରାଯାଇଛି, ସେଇଟି ତ ସର୍ବଦା ଏକ ସ୍ଵପ୍ନ ମଧ୍ୟ୍ୟରେ ବିଚରଣ କରୁଥାଏ; ପରିପୂର୍ଣ୍ଣ ସୌନ୍ଦର୍ଯ୍ୟର ସ୍ଵପ୍ନ ଦେଖେ, ଏକ କେବଳ ନୀତିଦ୍ୱାରା ପରିଚାଳିତ ଜୀବନର ସ୍ଵପ୍ନ ଦେଖେ, ଏକ ପୂର୍ଣ୍ଣ ପରମସତ୍ୟର ସ୍ଵପ୍ନ ଦେଖେ । ପରମ ଶାଶ୍ୱତ ସତ୍ତାର ଆହୁରି ନୂଆ ନୂଆ ପ୍ରରୂପର ଅନ୍ୱେଷଣ କରିବା ଅଥବା ତାହାର ପୁରାତନ ପ୍ରରୂପଗୁଡ଼ିକୁ ଏକ ନୂତନ ପ୍ରାଣସଂଚାରଣ ଦ୍ୱାରା ସଂଜୀବିତ କରିଆଣିବା,–ଯାହା ହୋଇଥାଉ ପଛକେ, ତାହାକୁ ହିଁ ଶୁଦ୍ଧ ମନୋଗତତାର ପ୍ରକୃତ ଆତ୍ଜା ବୋଲି କୁହାଯିବ । ମାତ୍ର, ଜଡ଼ର ପ୍ରତିରୋଧଟିର କିପରି ସମ୍ମୁଖୀନ ହେବାକୁ ପଡ଼ିବ, ମନକୁ ସେହି କଥାଟି ଆଦୌ ଜଣା ନଥାଏ । ଏବଂ ସେହି କ୍ଷେତ୍ରରେ ମନର ସମ୍ମୁଖରେ ବହୁ ପ୍ରତିବନ୍ଧକ ରହିଥାଏ ଓ ମନ ସେତେବେଳେ ଖୁବ୍ ଅକୁଶଳ ଭାବରେ କେବଳ ନାନା ଏଣୁତେଣୁ ପ୍ରୟୋଗମାନ କରୁଥାଏ । ପରିଣାମତଃ ସଂଗ୍ରାମଟିରୁ ମନ ନିଜକୁ ପ୍ରତ୍ୟାହୃତ କରି ଆଣିବାକୁ ବାଧ୍ୟ୍ୟ ହୁଏ କିମ୍ବା । ଉପସ୍ଥିତ ଅତ୍ୟନ୍ତ ଅସ୍ପଷ୍ଟ ବାସ୍ତବତା ଗୁଡ଼ିକ ଆଗରେ ମସ୍ତକ ନତ କରି ଆଣିବାକୁ ହିଁ ହୋଇଥାଏ । ଅଥବା, ସେପରି ନହୋଇ ପାରିଲେ, ମନ ଭୌତିକ ଜୀବନର ବିସ୍ତାରିତ ଅଧ୍ୟ୍ୟୟନ କରିବାରେ ଆଗ୍ରହ ପ୍ରକାଶ କରେ ଏବଂ ତାହାର ସ୍ଥିତିଗୁଡ଼ିକୁ ସ୍ୱୀକାର କରିନିଏ । ସମ୍ଭବତଃ ସେଥିରେ ସେ ସଫଳତା ବି ଲାଭ କରିପାରେ, ମାତ୍ର ଅତ୍ୟନ୍ତ କୃତ୍ରିମ ପ୍ରକାରେ କେବଳ କେତେ ସମୟ ସକାଶେ କିଛି ମୋଟାମୋଟି ବ୍ୟବସ୍ଥାକୁ ଆଣି ନିଜ ଉପରେ ଲଦି ଦେଇଥାଏ । ଏବଂ ପ୍ରକୃତିର ଅନନ୍ତ ବଳ ତାହାକୁ ପଣ୍ଡ କରିଦିଏ ଓ ଗୋଟାଏ ପାର୍ଶ୍ୱକୁ ଫିଙ୍ଗି ଦେଇଥାଏ ବା ଏପରି ଶୋଚନୀୟ ଭାବରେ ବିକୃତ କରି ପକାଏ ଯେ, ତାହାକୁ ଆଦୌ ଚିହ୍ନି ବି ହୁଏନାହିଁ । ଏବଂ, ପ୍ରକୃତିର ସ୍ଵୀକୃତି ହରାଇ ବସିବାରୁ ତାହା ଆଖର ଗୋଟାଏ ମୃତ ଆଦର୍ଶରୂପେ ଶବ ହୋଇ ପଡ଼ିରହେ । ଏପରି ବିରଳ ମୋଟେ ଅଳ୍ପ କେତୋଗୋଟି ଦୃଷ୍ଟାନ୍ତ ଆମ ଆଖିରେ ପଡ଼ିବ ଯେଉଁଠି କି ଶାଶ୍ୱତ ମନୁଷ୍ୟଭିତରେ ରହିଥିବା ସ୍ୱପ୍ନଦ୍ରଷ୍ଟାଟିକୁ ତା’ର ଉପଲବ୍ଧିମାନେ ପ୍ରକୃତରେ ପ୍ରାପ୍ତ ହୋଇଥିବେ; ଏବଂ ସେଗୁଡ଼ିକୁ ପୃଥିବୀ ଖୁସୀ ହୋଇ ଗ୍ରହଣ କରିଥିବ, ଯେଉଁଟିକୁ ସ୍ମରଣ କରି ପ୍ରକୃତରେ ବହୁତ ଖୁସୀ ଲାଗିବ ଏବଂ ସେଗୁଡ଼ିକୁ ସ୍ଥାୟୀ ଭାବରେ ବୃହତ୍ ଆକାଙ୍‌କ୍ଷାରୂପେ ନିଜ ଭିତରେ ସଂଜୀବିତ କରି ରଖାଯାଇ ପାରିବ ।

 

ଯେତେବେଳେ ଏହିପରି ଭାବରେ ଆମେ ବଞ୍ଚିଥିବା ଏହି ବାସ୍ତବସ୍ତରର ଜୀବନ ଏବଂ ବିଶାଳ ଚିନ୍ତନମାନ କରିବାରେ ଲାଗିଥିବା ଆମ ମହାନ୍ ବ୍ୟକ୍ତିମାନଙ୍କର ମିଜାଜ ଭିତରେ ରହିଥିବା ଦୂରତା ପ୍ରକୃତରେ ଅତ୍ୟନ୍ତ ବେଶୀ ହୋଇଯାଏ, ସେତେବେଳେ ଆମେ ଲକ୍ଷ୍ୟ କରିପାରୁ ଯେ ଜୀବନ ମଧ୍ୟ୍ୟରେ ରହିଥିବା ଏହି ମନଟି ଜୀବନକ୍ଷେତ୍ରରୁ ଆପଣାକୁ ଅପସରାଇ ନେଇଯାଏ । ହଁ, ଏହିପରି ଗୋଟିଏ ଅପସାରଣକୁ ସେହି ବିଶେଷମାନେ ଏକାନ୍ତ ଆବଶ୍ୟକ ବୋଲି ଭାବନ୍ତି । କାରଣ, ସେମାନେ ବିଚାର କରୁଥାନ୍ତି ଯେ ସେମାନେ ନିଜ ନିଜ କ୍ଷେତ୍ରରେ ଏକ ଅଧିକ ମୁକ୍ତ ଅର୍ଥାତ ପ୍ରତିବନ୍ଧକହୀନ ସହଜତା ସହିତ ଆପଣାକୁ ଏହାଦ୍ୱାରା କ୍ରିୟାଶୀଳ କରି ଅବଶ୍ୟ ରଖିପାରିବେ । ଜଣେ କବି ତା’ର ଭଳି ଭଳି ଉଜ୍ଜ୍ୱଳ ଏବଂ ଉଲ୍ଲାସଦାୟକ କଳ୍ପନାକୁ ନେଇ ବୁଡ଼ି ରହି ପାରିବ, ଜଣେ କଳାକାର ପୂର୍ଣ୍ଣନିମଗ୍ନ ହୋଇ ଆପଣାର କଳାତ୍ଜକ କଳ୍ପନା ଓ ସର୍ଜନାଗୁଡ଼ିକୁ ନେଇ ବାସ କରି ପାରୁଥିବ; ଦାର୍ଶନିକ ତା’ର ନିଭୃତ ପ୍ରକୋଷ୍ଠଟି ଭିତରେ ରହି ନିଜ ବୁଦ୍ଧିଜଗତର ସମସ୍ୟାଗୁଡ଼ିକର ବିଚାର-ମୀମାଂସା କରି ପାରିବ । ବିଜ୍ଞାନ ଭିତରର ଗବେଷକ ଓ ପଣ୍ଡିତମାନେ ସର୍ବଦା ସର୍ବାନ୍ତଃକରଣରେ ଆପଣାର ଅଧ୍ୟ୍ୟୟନ ଏବଂ ପ୍ରୟୋଗକୁ ନେଇ ବୁଡ଼ି ରହିଥିବେ,–ଏହି କାଟର ସମର୍ପିତ ବ୍ୟକ୍ତିମାନେ ଆଗେ ସେକାଳେ ଯେପରି ବହୁ ସଂଖ୍ୟାରେ ରହିଥିଲେ, ସେମାନେ ଏବେ ମଧ୍ୟ୍ୟ ସେହିପରି ଖୁବ ଦେଖିବାକୁ ମିଳିବେ । ସେମାନଙ୍କୁ ଆମେ କେଡ଼େ ସୁସଙ୍ଗତ ଭାବରେ ବୁଦ୍ଧି କ୍ଷେତ୍ରର ସନ୍ନ୍ୟାସୀ ବୋଲି ସର୍ବଦା କହିପାରିବା ।

 

ମନୁଷ୍ୟ ଜାତି ନିମନ୍ତେ ସେମାନଙ୍କର ଯାବତୀୟ ଅବଦାନ କିପରି କ’ଣସବୁ ହୋଇ ପାରିଛି, ଆମର ଉପସ୍ଥିତ କାଳଟି ହିଁ ତା’ର ବିବରଣ ପ୍ରଦାନ କରି ପାରିବ । ଆମର କବି ଏବଂ କଳାକାରମାନେ ଆମ ସାମୂହିକ ଜୀବନଶରୀରରେ ସତେଅବା ଅଳଙ୍କାର ପରି ଶୋଭା ପାଇ ଆସିଛନ୍ତି । ସଂସ୍କୃତିନାମକ ଆମର ଆଧୁନିକ ଶବ୍ଦଟି ଦ୍ୱାରା ଆମେ ନ୍ୟାୟତଃ କାଳକ୍ରମେ ସେତିକିକୁ ହିଁ ବୁଝିବାରେ ଅଭ୍ୟସ୍ତ ହୋଇ ଗଲୁଣି । ଏହି ଆମୋଦକମାନେ ମଝିରେ ମଝିରେ ମନୋରଞ୍ଜନ ନିମନ୍ତେ ଅଭିପ୍ରେତ ହୋଇ ରହିଛନ୍ତି । ଏପରି ଏକ ମନୋରଞ୍ଜନ, ଯାହାକି ଆମର ନାନାଭାବେ ଗ୍ରସ୍ତ କ୍ରାନ୍ତ ମନଟାକୁ ଏକ ସାମୟିକ ଉଶ୍ୱାସଭାବ ଆଣିଦେବ । ଆମେ ରମିଯାଇ ପାରିବା, ହୁଗୁଳା ହୋଇ ନିଜ ପାଖରୁ ହୁଡ଼ିଯାଇ ପାରୁଥିବା । ବଞ୍ଚୁଥିବା ଆମ ଆଠ ପହରୀ ଜୀବନଟା ପ୍ରକୃତରେ ମୋଟେ କିଛି ନୁହେଁ, –ତେଣୁ ଯେତେ ସାମୟିକ ହେଲେ ମଧ୍ୟ୍ୟ ଏହି ଖାସ୍ ଅବଗାହନଟି ହିଁ ଅସଲ-। ପୁନଶ୍ଚ ଆମର ଏହି କବି ଓ କଳାକାରମାନେ,–ସେମାନେ ମଧ୍ୟ୍ୟ ସେହି ପୁରୁଣା ପରିଚ୍ଛଦଗୁଡ଼ାକ ଭିତରେ ଜଡ଼ିତ ହୋଇ ରହି ନିଜନିଜର ସଂସାର-ଜୀବନଟିକୁ ଆଦରି ରହିଥାଆନ୍ତି ଏବଂ ସେଇଟି ଭିତରୁ କେତେ ମୁହୂର୍ତ୍ତ ଆଉଗୋଟାଏ ମାହାଲ ଭିତରକୁ ଗୋଟାଏ ଖଞ୍ଜରେ ଖସିଯାଇ କବିତ୍ୱ କରନ୍ତି ଓ କଳାକାରିତାର ପ୍ରଦର୍ଶନ କରନ୍ତି । ଭାରି ବିଡ଼ମ୍ବନାପୂରିତ ଭାବରେ ସେମାନଙ୍କର ସେତିକି ଧନ୍ଦାକୁ ପ୍ରାୟ ଏକ ନିର୍ଦ୍ଦିଷ୍ଟ ବ୍ୟଞ୍ଜନାରେ ସର୍ଜନାତ୍ଜକତା ବୋଲି କୁହାଯାଏ । ସତେ ଯେପରି ସର୍ଜନାତ୍ଜକତା ହେଉଛି ଆମ ଚପଳ ଚଞ୍ଚକତାର ଖାସ୍ ସରୋବରଟିଏ ! ନିଜ ଜୀବନର ସଂପୂର୍ଣ୍ଣ ଘରଟି ମଧ୍ୟ୍ୟରେ ଏହିପରି ନିଜ ଭିତରେ ନିଜକୁ ନିରୋଳା କରି କୁଣ୍ଢାଇ ଧରିବାକୁ ତେଣୁ ଏକ ଖଣ୍ଡିତ ସତ୍ୟର ସମର୍ଥନ ଦେଇ ଏକ ସନ୍ନ୍ୟାସ ବୋଲି କହିହେବ । ଏକ ପଳାୟନକୁ, ଏକ ଆତ୍ଜନିର୍ବାସନକୁ, ଏବଂ ଏକ ଗୁହାଭିତରେ ଆବଦ୍ଧ ହୋଇ ରହିବାକୁ ।

 

ମାତ୍ର ଏହିପରି ଭାବରେ ଏକାନ୍ତ ଏବଂ ନିମଗ୍ନ ହୋଇ ରହିବା, ଆପଣାକୁ କୌଣସି ଗୋଟିଏ ଆବଶ୍ୟକତାର ଅନୁରୋଧ ଦ୍ୱାରା ପରିଚାଳିତ ହୋଇ ଯଥାସମ୍ଭବ ଅଧିକ ଅନ୍ତର୍ଗତ କରି ରଖିବା, ଜୀବନରେ ତାହାର ଏକ ସ୍ଥାନ ଅବଶ୍ୟ ରହିଛି । ହଁ, ଆମର ମନ ଆପଣାକୁ ଅପସରାଇ ନେଇ ପାରୁଥିବ ଏବଂ ଜୀବନ ଉପରେ ଦୃଷ୍ଟିପାତ କରି ପାରୁଥିବ । ଏହାଦ୍ୱାରା ସେ ଜୀବନର ସମ୍ଭାବନା ତଥା ପ୍ରତିବନ୍ଧକଗୁଡ଼ିକୁ ଏକ ସମୀକ୍ଷାତ୍ଜକ ନୈକଟ୍ୟ ସହିତ ବୁଝି ପାରିବ । ତଦ୍ଦ୍ୱାରା ମନ ଆପଣା ଶକ୍ତିଚୟକୁ ଉତ୍ତରୋତ୍ତର ସଂପୂର୍ଣ୍ଣ ଭାବରେ ବୁଝିବାଲାଗି ଏକ ସାମର୍ଥ୍ୟର ଭାଜନ ହେବାରେ ଲାଗିଥିବ । ଭୌତିକ ସଂସାରର ପ୍ରତିକୂଳତା ମାନଙ୍କ ସହିତ ସଂଗ୍ରାମ କରି ବ୍ୟକ୍ତିର ନୈତିକ ବିକାଶର ଅନ୍ଦାଜମାନେ କ୍ରମଶଃ ଦାନା ବାନ୍ଧି ଆସୁଥିବେ । ଅଧିକରୁ ଅଧିକ ଦୃଢ଼ ହୋଇ ପାରୁଥିବେ । ଜୀବନର ବାସ୍ତବଟି ସହିତ ସଂସ୍ପର୍ଶରେ ଆସି ଆମ ଆଚରଣର ମାର୍ଗଟି ମଧ୍ୟ୍ୟ ସ୍ପଷ୍ଟ ହେବାରେ ଲାଗିଥିବ । ଆମ କଳାକ୍ଷେତ୍ରୀୟ ସକଳ ଅନୁଶୀଳନ ପ୍ରାଣବନ୍ତ ହେବ । ଆମର ଭାବନାମାନେ ଏକ ସୁଗଠିତ ତତ୍ତ୍ୱସ୍ତରକୁ ସ୍ପର୍ଶ କରିପାରିବେ । ଦର୍ଶନକ୍ଷେତ୍ରର ସତ୍ୟାକାଙ୍‌କ୍ଷୀମାନେ ବିଜ୍ଞାନ ଏବଂ ଅଭିଜ୍ଞତାର ଏକ ଟାଣ ଭୂଇଁ ଉପରେ ଆପଣାକୁ ନେଇ ଦଣ୍ଡାୟମାନ କରାଇ ପାରିବେ ।

 

ତେଣୁ, ଆପଣା ଭିତରର ମେଧାଗୁଣ ଗୁଡ଼ିକୁ ସାଙ୍ଗରେ ନେଇ ଏକ ନିରୋଳା ସନ୍ନ୍ୟାସର ଆଶ୍ରା କରି ରହିବାର କୌଣସି ପ୍ରୟୋଜନ ନଥିବ । ସର୍ଜନାତ୍ଜକତା ତ ଏପରି ଗୋଟିଏ ଦ୍ରବ୍ୟ ଯେ, ନିଜ ଜୀବନରେ ତାହାର କିଞ୍ଚିତ୍‌ ଆଭାସ ମିଳିଯିବା ମାତ୍ରକେ ସତେଅବା ଆମ ଗୁହାମାନଙ୍କର ଦ୍ୱାରମାନେ ଆଉ ମୋଟେ କିଳି ହୋଇ ରହି ପାରନ୍ତି ନାହିଁ । ଖାଲି ଦେଇ ଦେବାକୁ ହିଁ ଇଚ୍ଛା ହୁଏ । ସମସ୍ତଙ୍କ ପାଖରେ ପହଞ୍ଚି ଯିବାକୁ ମନ ହୁଏ । ଖାସ୍ ବ୍ୟକ୍ତିଗତ ବୋଲି କିଛି ହିଁ ରହେ ନାହିଁ । ତାହାହିଁ ଆମ ଜୀବନର ସୁସ୍ଥତମ ଅଭିବ୍ୟକ୍ତି ଅର୍ଥାତ୍ ଆପଣା ସହିତ ଏକ ସକଳ ସଙ୍କୋଚରୁ ସଂପୂର୍ଣ୍ଣ ମୁକ୍ତ ପରିଚୟ, ଯେଉଁଟି ଦ୍ୱାରା ଆପଣାକୁ ସଂପୂର୍ଣ୍ଣ ଭାବରେ ଆପଣାର ବୋଲି ଅନୁଭବ ହୁଏ । ଜଣେ କବି, ଜଣେ କଳାକାର, ଜଣେ ପ୍ରତିଭାପଥର ଯାତ୍ରୀ, ଜଣେ ଦାର୍ଶନିକ ବା ଜଣେ ବିଜ୍ଞାନୀ-ସେମାନେ ଯେତେବେଳେ ନିଜ ଭିତରେ ରହିଥିବା ଏକ ଜନନୀର ଠାବ ପାଇଗଲା ପରି ଜାଗୃତ ହୋଇ ଉଠନ୍ତି, ସେତେବେଳେ ସେହି ପ୍ରକ୍ରିୟାଟି ଦ୍ୱାରା ସେମାନେ ସର୍ଜନାତ୍ଜକ ହୁଅନ୍ତି-: ନିଜ ଭିତରର ଏକ ଅନ୍ତରଙ୍ଗତା ଦେଇ ସେମାନେ ବାହାରକୁ ଦେଖନ୍ତି ଏବଂ ବାହାରର ଏକ ଅନ୍ତରଙ୍ଗତା ଦେଇ ଭିତରକୁ ଦେଖନ୍ତି । ଆମର ଯାବତୀୟ ସର୍ଜନାତ୍ଜକତା ଏପରି ଏକ ସହଜତା ଆଣିଦିଏ ଯାହାକି ଆମ ହାତରେ ଅଭାବନୀୟ କେତେକେତେ ସୂତ୍ରକୁ ଧରାଇଦେଇ ପାରେ, ଯାହାଦ୍ୱାରା କି ଜୀବନନାମକ ଏକ ସମଗ୍ରକୁ କେଡ଼େ ସ୍ୱତଃସ୍ଫୂର୍ତ୍ତ ଭାବରେ ଅନୁଭବ କରି ହୁଏ । ଆମର ସର୍ଜନାତ୍ଜକ ଜୀବନ ଅର୍ଥାତ୍ ଆମକୁ ଆମ ଶିଖରମାନଙ୍କର ଅନ୍ଦାଜମାନି ଆଣି ଦେଉଥିବା ଏକ ଆସ୍ପୃହାମୟ ଭୂମି । ତଥାପି, ଆମେ ଯେତେବେଳେ ପ୍ରାୟ କୌଣସି ଚପଳତାର ବଶବର୍ତ୍ତୀ ହୋଇ ସନ୍ନ୍ୟାସୀ ହେଲେ ଯାଇ ଆମେ ସର୍ଜନାତ୍ଜକ ହୋଇପାରିବୁ ବୋଲି ଯାବତୀୟ ହଟଧର୍ମର ଆଶ୍ରୟ ନେଉ, ସେତେବେଳେ ଆମେ ଆପଣା ପାଖରୁ ଏକାଧିକ କାରଣରୁ ପରିତ୍ୟକ୍ତ ହୋଇ ରହିଥାଉ କି ? ପୃଥିବୀରେ ତଥାପି ଗୁହା ଉପରେ ବିଶ୍ୱାସ ସ୍ଥାପନ କରି ରହିଥିବା ସନ୍ନ୍ୟାସୀମାନେ ଅଛନ୍ତି, ସେଥିପାଇଁ ଆମେ କାହାକୁ ଦୋଷୀ କରିବା ? ନାନା ଅକଳାତ୍ଜକ କାରଣରୁ ଯେଉଁମାନେ ରୁଷିବସିଥାନ୍ତି, ସଚରାଚର ସେହିମାନେ ହିଁ ସେପରି କରନ୍ତି କି ?

 

ତଥାପି ଗୁହାଚାରୀମାନେ ଅଛନ୍ତି, ସବୁକାଳେ ଥିଲେ, ଏବେ ମଧ୍ୟ୍ୟ ଅଛନ୍ତି । ଗୁହାବାସୀମାନେ ସତେଅବା ଆପଣାର ଏକ ଖାସ୍ ଏକାକୀରମଣକୁ ସର୍ଜନାତ୍ଜକତା ବୋଲି କହୁଛନ୍ତି । ଏବଂ, ତେଣେ ଅପର ପକ୍ଷରେ ଏପରି କେତେକ ମଧ୍ୟ୍ୟ ଅଛନ୍ତି ଯେଉଁମାନେ କି ଆପଣାକୁ ଜୀବନ ସହିତ ସଂଲଗ୍ନ କରି ରଖିଛନ୍ତି ! କିନ୍ତୁ, ଏପରି ମଧ୍ୟ୍ୟ ଖୁବ୍‌ ହୋଇପାରେ ଯେ ଜଣେ ବ୍ୟକ୍ତି କାର୍ଯ୍ୟତଃ ଆପଣା ମନର ପ୍ରୀତ୍ୟର୍ଥେ ହିଁ ଏଠି ପୃଥିବୀ ସହିତ ସବୁରି ଓ ସବୁଟି ଭିତରେ ପୂରା ସାମିଲ୍ ହୋଇ ରହିଛି । ଏହି ଭୌତିକ ଜଗତ୍‌ସତ୍ତା ସହିତ ଆପଣାର ସମ୍ପର୍କଗୁଡ଼ିକର କ୍ଷେତ୍ରରେ ସିଏ ପୂରା ଉଦାସୀନ ହିଁ ରହିଛି । ସମଗ୍ର ମନୁଷ୍ୟଜାତିର ଜୀବନରେ କିପରି ଆବଶ୍ୟକ ଉନ୍ନୟନ ସମ୍ଭବ ହେବ, ସେ ବିଷୟରେ କୌଣସି ଚିନ୍ତା ହିଁ ନାହିଁ । ପ୍ରାଚୀନ ଗ୍ରୀସ୍‌ର ସୁଖବାଦୀ ଓ ଅନ୍ତତଃ କିଛି ପରିମାଣରେ ନୈତିକତାବାଦୀ ମାନଙ୍କର ଦୃଷ୍ଟାନ୍ତରେ ଆମକୁ ତାହାର ଦୃଷ୍ଟାନ୍ତ ଦେଖିବାକୁ ସର୍ବଦା ହିଁ ମିଳିଯିବ । ଏବଂ ଏପରିକି କେତୋଟି କ୍ଷେତ୍ରରେ ଏକ ଦରଦପୂର୍ଣ୍ଣ ଅନୁକମ୍ପାଭାବ ଦେଖାଇ ମନୁଷ୍ୟମାନେ ଅନ୍ୟମାନଙ୍କର ଉପକାର କରନ୍ତି, ସେହି ଅବକାଶ ମାନଙ୍କରେ ସେମାନଙ୍କ ଦ୍ୱାରା ଉପକୃତ ହେଉଥିବା ପୃଥିବୀଟି ଅପେକ୍ଷା ସେମାନେ ଅଧିକ ପରିମାଣରେ ଆପେ ହିଁ ସେଗୁଡ଼ିକଦ୍ଵାରା ତୃପ୍ତି ଲାଭ କରୁଥାନ୍ତି । ତେଣୁ, ସେସବୁରେ କେବଳ ଆଂଶିକ ଫଳ ହିଁ ପ୍ରାପ୍ତ ହୋଇଥାଏ । ଗୋଟିଏ ପ୍ରଗତିକାମୀ ମନ ତ ସେତେବେଳେ ଯାଇ ଆପଣାର ସର୍ବୋତ୍ତମ ଦେବ, ଯେତେବେଳେ ତାହା ସମଗ୍ର ସମୂହଟିକୁ ପ୍ରକୃତରେ ନିଜ ସ୍ତରଯାଏ ଉନ୍ନୀତ କରି ଆଣିବା ନିମନ୍ତେ ପ୍ରୟାସ କରିପାରିବ । ସେକଥା କରିବାକୁ ହେଲେ ତାକୁ ହୁଏତ ତା’ ନିଜର ବିଚାର ଏବଂ ଉପଲବ୍ଧିଗୁଡ଼ିକୁ ସମସ୍ତଙ୍କର ଗୋଚରକୁ ଆଣିବାକୁ ହେବ ଅଥବା ନିଜ ସମୂହଟିର ଭୌତିକ ଜୀବନରେ ଏକ ପରିବର୍ତ୍ତନ ସମ୍ଭବ କରି ଆଣିବାକୁ ହେବ,–ତାହାକୁ ନାନା ନୂତନ ଗଠନାତ୍ଜକ ଆକାର ଆଣି ଦେବାକୁ ହେବ । ସମୂହର ଧର୍ମଜୀବନରେ, ବୌଦ୍ଧିକ କର୍ଷଣ ତଥା ଅନୁଶୀଳନର କ୍ଷେତ୍ରରେ ସାମାଜିକ ବା ରାଜନୀତିକ କ୍ରିୟାତ୍ଜକତାରେ ନୂତନ ଢାଞ୍ଚାମାନ ସମ୍ଭବ କରି ଆଣିବାକୁ ହେବ, ଜଣେ ମନୁଷ୍ୟର ସ୍ୱ-ଆତ୍ଜାଟି ଯେପରି ଆଲୋକପ୍ରାପ୍ତ ହୋଇ ପାରିଛି, ସେହି ଅନୁସାରେ ସତ୍ୟ, ସୌନ୍ଦର୍ଯ୍ୟ, ନ୍ୟାୟ ଏବଂ କର୍ତ୍ତବ୍ୟନିଷ୍ଠା ଦ୍ୱାରା ସତତ ପ୍ରେରିତ ହୋଇ ଆସିଛି, ସିଏ ଯେପରି ତାହାକୁ ସମୂହଟି ମଧ୍ୟ୍ୟରେ ତାହାକୁ ଯଥାସମ୍ଭବ ଅଧିକ ସାକାର ଭାବରେ ଫୁଟାଇ ଆଣି ପାରିବ । ଏହି କାର୍ଯ୍ୟରେ ବିଫଳତା ମଧ୍ୟ୍ୟ ଆସିପାରେ, ମାତ୍ର ତାହାର ବସ୍ତୁତଃ ପ୍ରାୟ କୌଣସି ତାତ୍ପର୍ଯ୍ୟ ନାହିଁ । କାରଣ, ସେହି ପ୍ରୟାସଟି ହିଁ ବହୁତ ଗତିଶୀଳତାର କାରଣ ହେବ ଓ କେତେ କଅଣ ସର୍ଜନ କରି ଆଣିବ ।

 

ଜୀବନର ଉନ୍ନୟନ ଲାଗି ମନର ଏହି ଯେଉଁ ସଂଗ୍ରାମ, ତାହା ଏହି ପ୍ରତିଶ୍ରୁତିଟିର ପ୍ରତିଷ୍ଠା ଆଣି ଦେଇଯିବ ଯେ ସେହି କ୍ରମରେ ମନଠାରୁ ତଥାପି ଅଧିକ ଉଚ୍ଚ ଆହୁରି ଗୋଟିଏ ବସ୍ତୁ ମଧ୍ୟ୍ୟ ସେହିଭଳି ଭାବରେ ଆମ ଜୀବନକୁ ଜୟ କରିନେବ । ମନର ସେହି ସଂଘର୍ଷକୁ ଆମେ ତେଣୁ ସେହି ପରବର୍ତ୍ତୀ ଉଚ୍ଚତରର ବିଜୟ ନିମନ୍ତେ ଗୋଟିଏ ସର୍ତ୍ତ ବୋଲି ଅବଶ୍ୟ ମାନି ନେବା । ମନ ପରେ ଆଧ୍ୟ୍ୟାତ୍ଜ ଦ୍ୱାରା ପରିଚାଳିତ ଏକ ଜୀବନ ନାମକ ଯେଉଁ ସର୍ବୋଚ୍ଚ ସମ୍ପଦଟି,–ସେଇଟି ସର୍ବତୋଭାବେ ଏକ ଶାଶ୍ୱତତା ସହିତ ସଂଗ୍ରଥିତ ହୋଇ ରହିଛି, କିନ୍ତୁ ତାହା ସେଥିପାଇଁ ଆମର ଏହି ଭଙ୍ଗୁର ଜୀବନଟି ଠାରୁ ମୋଟେ ପରାଙ୍‌ମୁଖ ହୋଇ ରହିନାହିଁ । ପରିପୂର୍ଣ୍ଣ ସୋନ୍ଦର୍ଯ୍ୟ ବିଷୟରେ ମନ ଯେଉଁ ସ୍ୱପ୍ନ ଦେଖି ଆସିଛି, ଆଧ୍ୟ୍ୟାତ୍ଜିକ ମନୁଷ୍ୟ ତାହାକୁ ଶାଶ୍ୱତ ପ୍ରେମ, ଶାଶ୍ୱତ ସୌନ୍ଦର୍ଯ୍ୟ ଏବଂ ଶାଶ୍ୱତ ଆନନ୍ଦରୂପେ ଉପଲବ୍ଧି କରିଥାଏ । ସେହି ପ୍ରେମ, ସୌନ୍ଦର୍ଯ୍ୟ ଓ ଆନନ୍ଦ ଆଦୌ କାହା ଉପରେ ନିର୍ଭରଶୀଳ ହୋଇ ରହିନଥାଏ, ତାହା ବସ୍ତୁଜଗତର ଏହି ଯାବତୀୟ ପ୍ରତିଭାସର ପଶ୍ଚାତରେ ସମାନ ଭାବରେ ବିଦ୍ୟମାନ ଥାଏ । ପରିପୂର୍ଣ୍ଣତାଯୁକ୍ତ ଏହାର ପରମ ସତ୍ୟଟି ଆପେ-ବର୍ତ୍ତମାନ ଏବଂ ଆପେ–ପ୍ରକଟ ହୋଇ ଅବସ୍ଥିତ ଥାଏ । ସେଇଟି ମଧ୍ୟ୍ୟରେ ସନ୍ନିବେଶିତ ହୋଇ ରହିଥିବା ସତ୍ୟଟିରେ ଆଦୌ କୌଣସି ପରିବର୍ତ୍ତନ ଘଟୁନଥାଏ,–ମାତ୍ର ତାହା ସ୍ଵୟଂ ସକଳ ଭିନ୍ନତ୍ୱର ରହସ୍ୟ ହୋଇ ରହିଥାଏ ଏବଂ ସକଳ ଭିନ୍ନତ୍ୱର ବ୍ୟାଖ୍ୟା ମଧ୍ୟ୍ୟ ତାହାରି ଠାରୁ ଉପଲବ୍ଧ ହେବାରେ ଲାଗିଥାଏ ।

 

ଏବଂ ତାହାହିଁ ସକଳ ଅଗ୍ରଗତିର ଲକ୍ଷ୍ୟ ହୋଇ ରହିଥାଏ, ଏକ ସର୍ବଶକ୍ତିର ଅଧିକାରୀ ହୋଇ ରହିଥିବା ସ୍ଵୟଂ ପରିଚାଳିତ ବିଧାନହିଁ ତାହାକୁ ଏକ ପରିପୂର୍ଣ୍ଣ କ୍ରିୟାଶୀଳତାର ସମର୍ଥ କରି ରଖିଥାଏ, ଏକ ଅନନ୍ତ କାଳ ଲାଗି ସମର୍ଥ କରି ରଖିଥାଏ, ସକଳ ବସ୍ତୁରେ ସେହିଭଳି ସାମର୍ଥ୍ୟ ଆଣି ଦେଇଥାଏ । ଏବଂ ପୃଥିବୀଚୟର ଛନ୍ଦ ଅନୁସାରେ ଏଠାରେ ତାହା ନିଜକୁ ଉକୁଟାଇ ଆଣିବାରେ ଲାଗିଥାଏ । ବିଶ୍ଵସର୍ଜନାର ଯେତେଯେତେ ପ୍ରୟାସ, ତାହାର ମୂଳରେ ସେହି ଚିରନ୍ତନ ପରମାତ୍ମ-ସତ୍ୟଟି ହିଁ ଅଧୀଶ୍ୱର ହୋଇ ରହିଥାଏ, ଏକ ଅଧ୍ୟ୍ୟାତ୍ଜମୂଳ ସତ୍ୟବିଧାନ ହିଁ ସକଳ କିଛିର ନିୟମନ କରେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆମ ଉପସ୍ଥିତ ଜୀବନବୋଧଟିର ବୁଝିବା ଅନୁସାରେ ଆମେ ଭଳି ଭଳି ଉତ୍ତୁଙ୍ଗତାର ଚମକ ଦେଇ ଅଧ୍ୟ୍ୟାତ୍ଜର ବ୍ୟାଖ୍ୟା କରିଥାଉ । ଯେଉଁ ଶବ୍ଦଗୁଡ଼ିକର ବ୍ୟବହାର କରୁ, ସେଗୁଡ଼ିକର ଦୈର୍ଘ୍ୟପ୍ରସ୍ଥକୁ ଆଦୌ ବୁଝି ପାରୁନାହିଁ । କ’ଣସବୁ ଅନୁମାନ କରୁ ଏବଂ ସେହି ଅନୁମାନ ଇତ୍ୟାଦିର ଉତ୍ସାହଟା ଦ୍ୱାରା ପରିଚାଳିତ ହୋଇ ସତେଅବା ବୁଝିଗଲୁ ବୋଲି ବିଚାରୁ । ଆମର ଏହି ଯାବତୀୟ ପ୍ରୟାସରେ ସାଧୁତାର କୌଣସି ଅଭାବ ନଥାଏ ସତ, ମାତ୍ର ତଥାପି ଶବ୍ଦମାନେ ହିଁ ସତେଅବା ସର୍ବପ୍ରଧାନ ହୋଇ ରହି ଥାଆନ୍ତି । ଅଧ୍ୟ୍ୟାତ୍ଜରେ ବସ୍ତୁତଃ ସବାଆଗ ହେଉଛି ଏକ ସେହି ଆୟାମର ଅନୁଭବ, ଏକ ଅଙ୍ଗେ ନିଭାଇ ଥିବାର ସର୍ବପ୍ରଥମ ଅନୁଭବମାନ । ଏହି ଦୃଷ୍ଟିରୁ ଅଧ୍ୟ୍ୟାତ୍ଜ ହେଉଛି ସତକ ସତ ଏକ ପରିଚିତ ପଥଚାରଣା, ଯାହାକି ତାହାକୁ ପ୍ରକଟ କରିବାର ଶବ୍ଦଗୁଡ଼ିକୁ ତିଆରି କରି ଆଣନ୍ତି । ଏପର୍ଯ୍ୟନ୍ତ ମାନସିକ ଜୀବନରୁ ପ୍ରାୟ ଏକ ଶ୍ରମ ଦ୍ୱାରା ଉଦ୍‌ଭାବିତ ହୋଇଥିବା ଶବ୍ଦମାନଙ୍କ ସାହାଯ୍ୟରେ ଆମେ ଅଧ୍ୟ୍ୟାତ୍ଜର କଥା କହୁ । ନିଜେ ବୁଝି ଯାଇଥାଉ ବୋଲି ଆପଣାକୁ ବୋଧ ଦେଇ ଅନ୍ୟମାନଙ୍କୁ ବୁଝାଇ ଦେଇ ପାରିବାର ଏକ ମିଛ ପ୍ରତ୍ୟୟର କବଳରେ ପଡ଼ି ଯାଇଥାଉ । ଆମର ଏହି ଚଞ୍ଚଳବିଶ୍ୱାସୀ ମନଟା ହିଁ ଏହିପରି ନିଜ ଅନ୍ଦାଜର ହାତଗୋଡ଼ ଯୋଗାଇ ଦେଇ ଅଧ୍ୟ୍ୟାତ୍ଜର ବହୁ ବଖାଣମାନ କରି ଆସିଛି । ତଥାପି ସତ କଥାଟି ହେଉଛି ଯେ, ଅଧ୍ୟ୍ୟାତ୍ଜ ତଥାପି, ଅଧ୍ୟ୍ୟାତ୍ଜରୂପେ ଅବସ୍ଥିତ ରହିଛି, ଜୀବନଲାଗି ଏକ ଖାସ୍ ବାଟ ଚାଲିବାର ଆମନ୍ତ୍ରଣ ଜଣାଉଛି । ଏକ ବାଟ ଚାଲିବାର ସ୍ଵଭାବବାସନା ନେଇ ଆମେ ଜୀବନଟିଏ ବଞ୍ଚିବା ଏବଂ ତାହାରି ବଳରେ ହିଁ, ଅଧ୍ୟ୍ୟାତ୍ଜକୁ ଏକ ଜୀବନ ବଞ୍ଚିବାର ସମ୍ପଦରୂପେ ଲାଭ କରିପାରିବା । ଉଚ୍ଚାଙ୍ଗ ଶବ୍ଦଗୁଡ଼ିକ ଦ୍ୱାରା ହିଁ ମୁଗ୍ଧ ହୋଇ କେବେହେଲେ ରହି ଯିବାନାହିଁ । ମୁଖ୍ୟତଃ ମନଟାକୁ ନେଇ ରମି ରହିଯାଇଥିବା ତରତର ମନୁଷ୍ୟମାନେ ଗଦାଏ ଗଦାଏ ତର ଓ ତମବାଚକ ଶବ୍ଦ ଦେଇ ଅଧ୍ୟ୍ୟାତ୍ଜନାମକ ଏହି ପଦଟିକୁ ମଞ୍ଜୁଳ କରି ରଖିଛନ୍ତି । ବହୁ ଦୂର କରି ଦେଖାଇଛନ୍ତି । ଯାବତୀୟ ସତ ଅଧ୍ୟ୍ୟାତ୍ଜ ଯେ ଏକାବେଳକେ ଏହି ନିମ୍ନତମ ଭୂଇଁ ପର୍ଯ୍ୟନ୍ତ ଆପଣାକୁ ସଂପ୍ରସାରିତ କରି ଆଣିବ, କୌଣସି କାତରତାର କାରଣରୁ ଅନେକେ ଅଧ୍ୟ୍ୟାତ୍ଜର ବର୍ଣ୍ଣନା କରୁଥିବା ସମୟରେ ମନର ଶବ୍ଦାଭିଧାନ ମାନଙ୍କରୁ କାମ ଚଳାଇ ପାରୁଥିବା କେତେଟା ଅବଲମ୍ବନର ଆଶ୍ରୟ ନିଅନ୍ତି କି ? ଆମର ମନମାନେ କେତେ ସହଜ ହୋଇ ପାରିଲେ ଯାଇ ଅଧ୍ୟ୍ୟାତ୍ଜକୁ ନେଇ ସମୀଚୀନ ଭାବରେ ଆଉକିଛିର ଭାଜନ ହୋଇପାରିବେ, ଅଧ୍ୟ୍ୟାତ୍ଜଲାଗି ଏକ ଉପଯୁକ୍ତ ଅଭୀପ୍ସା ହିଁ ଆମକୁ ରାଜୀ କରାଇ ଅନୁକୂଳ ଭାବରେ ଆଗକୁ ନେଇଯିବ ।

 

ଏତିକି ସାମର୍ଥ୍ୟର ଏହି ମନଟି କଦାପି ଆହୁରି ଅଧିକ ସମର୍ଥ ଓ ପ୍ରସାରଯୁକ୍ତ ଅଧ୍ୟ୍ୟାତ୍ଜିକ ମଧ୍ୟ୍ୟକୁ ଯାଇ ପାରିବନାହିଁ । ନିତାନ୍ତ ସତ୍ୟ କଥା ଯେ ପ୍ରକୃତରେ ଅଧିକ ସଂଖ୍ୟାର ମନୁଷ୍ୟ ଏକ ସୁସ୍ଥ ଅର୍ଥାତ୍ ସମଗ୍ରସାମର୍ଥ୍ୟଯୁକ୍ତ ମନର ଅଧିକାରୀ ହୋଇ ପାରିନାହାନ୍ତି । ସମ୍ଭବତଃ ଏଭଳି ମଧ୍ୟ୍ୟ ଖୁବ୍ ଦୃଷ୍ଟିଗୋଚର ହୋଇଥାଏ ଯେ ମନର ଯଥେଷ୍ଟ ବିକାଶସାଧନ କରିନଥିବା ମନୁଷ୍ୟମାନେ ଖୁବ୍ ଉତ୍ସାହ ସହିତ ଅଧ୍ୟ୍ୟାତ୍ଜର ଚର୍ଚ୍ଚା କରିଥାନ୍ତି । ବାସ୍ତବ ସ୍ଥିତିଟି ଖୁବ୍‌ ସ୍ପଷ୍ଟ ଭାବରେ କହି ଦେଇଥାଏ ଯେ ପୂର୍ଣ୍ଣ ନିର୍ବୋଧ ପରି ୟାଡୁସାଡୁ ପ୍ରତିରୋଧ କରିବାରେ ଲାଗିଥିବା ଆମର ଏହି ଭୌତିକ କ୍ରିୟାତ୍ଜକତାର କ୍ଷେତ୍ରଟି ସହିତ ଆପଣାକୁ ଖାପ ଖୁଆଇ ଚଳିବା ଆମ ମାନସିକ ଜୀବନଟି ପାଇଁ କେତେ ନା କେତେ କଷ୍ଟକର ହୋଇ ରହିଥାଏ ଏବଂ ତେଣୁ ଥରେ ଚିନ୍ତା କରିବା ତ ଅଧ୍ୟ୍ୟାତ୍ଜର ଜୀବନଲାଗି ଯଥାର୍ଥ ସତ୍ୟଟିର ବହୁ ଦୂରରେ ତୁଚ୍ଛା ଯାବତୀୟ ପ୍ରକାରର ମିଥ୍ୟା ତଥା ମାୟାରେ ଭର୍ତ୍ତି ହୋଇ ରହିଥିବା ଏକ ପୃଥିବୀରେ ତାହା କେତେ ଅଧିକ ଗୁଣ କଷ୍ଟକର ବୋଧ ହେଉନଥିବ ! ଏପରି ଗୋଟିଏ ପୃଥିବୀ, ଯେଉଁଟି ପ୍ରେମ ଓ ସୌନ୍ଦର୍ଯ୍ୟର ବୋଲ ମାନି ଚାଲେନାହିଁ, ଯେଉଁଠାରେ ସ୍ୱାର୍ଥପରତା ବିଜୟ ଲାଭ କରୁଥାଏ, ଅତି ବିଶାଳ ବୈମନସ୍ୟମାନେ ହିଁ ଯେଉଁଠି ରାଜତ୍ୱ କରିବାରେ ଲାଗିଥାଆନ୍ତି, ଯେଉଁଠି କେତେ ମନୁଷ୍ୟ ଆଧ୍ୟ୍ୟାତ୍ଜିକ ଜୀବନଟିର ଅନୁରାଗୀ ହୋଇ ରହିଥାନ୍ତି, ତାହା ବଡ଼ ସହଜରେ ଭୌତିକ ଜୀବନ ପାଖରୁ ଆପଣାକୁ ପ୍ରତ୍ୟାହୃତ କରିନିଏ । ଏହି ଅଧ୍ୟ୍ୟାତ୍ଜ-ଅନ୍ୱେଷୀମାନେ ତାହାକୁ ହୁଏତ ସଂପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରନ୍ତି ଅଥବା ଏହି ଗୋଳଟି ମଧ୍ୟ୍ୟରୁ ଆପଣାକୁ ଅପସରାଇ ନେଇ ଅନ୍ୟତ୍ର ବାସ କରୁଥାନ୍ତି; ବା ଏପରି ବି ହୁଏ ଯେ ସେମାନେ ପୃଥିବୀ ମଧ୍ୟ୍ୟରେ ଥିଲେ ମଧ୍ୟ୍ୟ ଅନ୍ତସ୍କରଣରେ ପୃଥିବୀର ବାହାରେ ରହିଥାନ୍ତି । ସେମାନଙ୍କର ଆଧ୍ୟ୍ୟାତ୍ଜିକ ଜୀବନ ପୃଥିବୀକୁ ଏକ ପରିପୂର୍ଣ୍ଣ ମନ୍ଦର ହିଁ ସାମ୍ରାଜ୍ୟବତ୍‌ ଦେଖିବାରେ ଲାଗିଥାଏ, ଅଥବା ଏପରି ଗୋଟିଏ ସ୍ଥାନ ପରି ଦେଖେ, ସଂପୂର୍ଣ୍ଣ ପ୍ରକାରେ ଏକ ଅଜ୍ଞାନ ହିଁ ଯେଉଁଠାରେ ସବୁକିଛି ଉପରେ ଘୋଟି ରହିଥିବା ପରି ଅନୁଭବ କରେ ।

 

ତେଣୁ ସେହି ଦୃଷ୍ଟିଟି ଅନୁସାରେ ଧରିନିଏ ଯେ, ଯାହାକିଛି ସର୍ବଦା ସ୍ଥାୟୀ ଏବଂ ଯାହାକିଛି ଦିବ୍ୟ, ତାହା ଦୂରସ୍ଥ, ବହୁଦୂରସ୍ଥ କୌଣସି ସ୍ୱର୍ଗରେ ଯାଇ ରହିଛି ଅଥବା ଏହି ପୃଥିବୀ ତଥା ଏହି କୀବନର ଅତୀତ ହୋଇ ରହିଛି । ଏହି ଅଧ୍ୟ୍ୟାତ୍ଜର ଜୀବନ ନିଜକୁ ସେହି ଅଶୁଦ୍ଧତା ଠାରୁ ଅଲଗା କରିଦିଏ ଏବଂ ଅଧ୍ୟ୍ୟାତ୍ଜଦ୍ଵାରା ଅନୁସିଞ୍ଚିତ ସର୍ବବିଧ ବାସ୍ତବକୁ ଏକ ମୋଟେ କୌଣସି ଦାଗ ଲାଗି ନଥିବା ଏକାନ୍ତ ଅଲଗା ଜୀବନ ବୋଲି ଆପଣାକୁ ସିଧା କରି ବୁଝାଇ ଦେଉଥାଏ । ଏହି କଥାଟି ଘଟିବାରୁ ଆମ ପୃଥିବୀର ଭୌତିକ ଜୀବନଟି ଲାଗି ମଧ୍ୟ୍ୟ ଗୋଟିଏ ବହୁମୂଲ୍ୟ ଉପକାର କରାଯାଇଥାଏ; ଏଇଟି ଠାରୁ ପ୍ରେରଣା ଲାଭ କରି ଭୌତିକ ଜୀବନ ଅଧ୍ୟ୍ୟାତ୍ଜ-ଜୀବନ ପାଖରେ ନତମସ୍ତକ ହୋଇରହେ, ତାହାକୁ ସତେଯେପରି କେଡ଼େ ବୃହତ୍‌ ଓ ବିଶାଳ ବୋଲି ମାନିନିଏ । ତା’ ନିଜର କ୍ଷୁଦ୍ର ନାନା ଆଦର୍ଶ, କୁତ୍ସିତ ଅନ୍ୱେଷଣ ଓ ଅହଂଦ୍ୱାରା ପରିଚାଳିତ ଆତ୍ଜସନ୍ତୋଷର ସେହି ଅଧ୍ୟ୍ୟାତ୍ଜ ଜୀବନ ପ୍ରତ୍ୟକ୍ଷ ଭାବରେ ଖଣ୍ଡନ କରୁଥିଲେ ମଧ୍ୟ୍ୟ ସିଏ ତାହାକୁ ଅକଳନ୍ତି ମର୍ଯ୍ୟାଦା ପ୍ରଦାନ କରି ଖୁବ୍ ଅଚିନ୍ତା ହୋଇ ରହିଥାଏ ।

 

ମାତ୍ର ଏହି ପୃଥିବୀ ସକାଶେ ନିରୂପିତ ହୋଇ ରହିଥିବା କାର୍ଯ୍ୟଟି ମଧ୍ୟ୍ୟରେ ଏପରି ପ୍ରଭୂତ ଗୋଟିଏ ଶକ୍ତିମତ୍ତା ନିହିତ ହୋଇ ରହିଛି ଯେ ଆମେ ସେପରି କରିଦେଇ ଅଧ୍ୟ୍ୟାତ୍ଜର ଶକ୍ତିଟାକୁ କଦାପି ସୀମିତ କରି ରଖି ପାରିବାନାହିଁ । ଅର୍ଥାତ୍, ଅଧ୍ୟ୍ୟାତ୍ଜର ଏକ ଜୀବନ ଏହି ଭୌତିକ ଉପରକୁ ମଧ୍ୟ୍ୟ ନିଶ୍ଚୟ ବାହୁଡ଼ି ଆସି ପାରିବ ଏବଂ ତାହାକୁ ନିଜର ଏକ ବୃହତ୍ତର ପରିପୂର୍ଣ୍ଣତା ନିମନ୍ତେ ବ୍ୟବହାର କରି ପାରିବ । ଏଠାରେ ରହିଥିବା ଦ୍ୱୈତତା ତଥା ପ୍ରତିଭାସ ଗୁଡ଼ିକ ସତ୍ତ୍ୱେ ତାହା ସେହି ପ୍ରତିଭାସଚୟର ଭିତରେ ହିଁ ସେହି ଏକ ପରମ ପ୍ରଭୁଙ୍କର ଦୃଷ୍ଟିଟିର ଅନୁଭୂତିଟିକୁ ଅନ୍ୱେଷଣ କରିବ–ସେହି ପରମ ସତ୍ୟ, ପରମ ସୌନ୍ଦର୍ଯ୍ୟ, ପ୍ରେମ ତଥା ଆନନ୍ଦର ବିଦ୍ୟମାନତାକୁ ଠାବ କରି ବାହାରିବ । ବେଦାନ୍ତର ଗୋଟିଏ ସୂତ୍ରରେ କୁହାଯାଇଛି ଯେ, ସେହି ପରମ ଆତ୍ଜା ସକଳ ବସ୍ତୁରେ ରହିଛନ୍ତି, ସକଳ ବସ୍ତୁ ସେହି ପରମ ଆତ୍ଜାଟି ମଧ୍ୟ୍ୟରେ ଅବସ୍ଥିତ ରହିଛନ୍ତି । ଏବଂ ସକଳ ବସ୍ତୁ ପରମ ଆତ୍ଜାଙ୍କର ନାନା ରୂପାୟନ ମାଧ୍ୟ୍ୟମରେ ଯେ ସମ୍ଭୁତ ହେବାରେ ଲାଗିଛନ୍ତି, ସେଇଟି ହେଉଛି ଏହି ଯୋଗମାର୍ଗର ସମୃଦ୍ଧିମନ୍ତ ସଂପୂର୍ଣ୍ଣ ରାଜ୍ୟଟି ମଧ୍ୟ୍ୟରେ ପ୍ରବେଶ କରିବାର ଏକ ଚାବିକାଠି ।

 

ମାନସିକ ଜୀବନ ପରି ଆମ ଆଧ୍ୟ୍ୟାତ୍ଜିକ ଜୀବନ ମଧ୍ୟ୍ୟ ବାହ୍ୟ ଏହି ସକଳ ଅସ୍ତିତ୍ୱକୁ କେବଳ ବ୍ୟକ୍ତିର ଉପକାର ଲାଗି ବ୍ୟବହାର କରିପାରେ ଏବଂ ଆପଣା ବ୍ୟବହାରର ଏହି ସର୍ବବିଧ ପ୍ରତୀକମୟ ପୃଥିବୀଟିର ସମୂହଜୀବନଗତ ଉନ୍ନତି ବଧାନ ବିଷୟରେ ପୂରାମାତ୍ରାରେ ଉଦାସୀନ ହୋଇ ରହିପାରେ । ପରମ ଶାଶ୍ୱତ ସର୍ବକାଳ ନିମନ୍ତେ ସକଳ ବସ୍ତୁରେ ସେହି ଗୋଟିଏ ପରି ହୋଇ ରହିବାରୁ ଓ ସକଳ ବସ୍ତୁ ମଧ୍ୟ୍ୟ ପରମ ଶାଶ୍ୱତଙ୍କ ମଧ୍ୟ୍ୟରେ ସେହିଭଳି ଅଭିନ୍ନ ଭାବରେ ଅବସ୍ଥାନ କରୁଥିବାରୁ ଏବଂ ଇପ୍ସିତ ଉପଲବ୍ଧିଟିକୁ ଆପଣା ଜୀବନରେ କାର୍ଯ୍ୟକାରୀ କରି ନେଉଥିବାର ତୁଳନାରେ କେଉଁ ପ୍ରଣାଳୀରେ କାର୍ଯ୍ୟ କରାଯାଉଛି ଏବଂ ସେଥିରୁ କେତେ କ’ଣ ଓ କିପରି ଫଳ ମିଳି ପାରୁଛି, ସେକଥା ଉପରେ କୌଣସି ଗୁରୁତ୍ୱ ଦିଆ ନଯାଉଥିବାରୁ ଏହି ଅଧ୍ୟ୍ୟାତ୍ଜିକ ଉଦାସୀନତା ପରିବେଶଟି ଯେପରି ହେଉ ପଛକେ ଓ ସଂପୃକ୍ତ କ୍ଷେତ୍ରରେ ଯେପରି ଏକ କର୍ମାଚରଣ ହେଉଥାଉ ପଛକେ ନିତାନ୍ତ ଆବେଗଶୂନ୍ୟ ଭାବରେ ଆପଣାର ସର୍ବୋଚ୍ଚ ଲକ୍ଷ୍ୟଟି ପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଅବସର ଗ୍ରହଣ କରିବା ଲାଗି ପ୍ରସ୍ତୁତ ହୋଇଯାଏ । ଭଗବଦ୍‌ଗୀତାର ଆଦର୍ଶକୁ ବହୁ ମନୁଷ୍ୟ ସତତ ଏହିପରି ଗୋଟିଏ ଅର୍ଥରେ ହିଁ ବୁଝିଥାଆନ୍ତି । ଅଥବା, ଅନ୍ୟ କେତେକ ସ୍ଥଳରେ ଅନ୍ତର୍ଗତ ଭାବରେ ଉପଲବ୍ଧ ହେଉଥିବା ପ୍ରୀତି ତଥା ଆନନ୍ଦର ଭାବଟି ଆପଣାକୁ ନାନା ଉତ୍ତମ କାର୍ଯ୍ୟ, ସେବାପରାୟଣତା, କରୁଣାଭାବର ପ୍ରଦର୍ଶନ ଇତ୍ୟାଦିର ମାଧ୍ୟ୍ୟମରେ ପୃଥିବୀ ଉପରେ ନେଇ ଅଜାଡ଼ି ଦେଇପାରେ । ଏହିପରି ଭାବରେ ପୃଥିବୀର ଏକ ରୂପାନ୍ତର ସମ୍ଭବ କରିବା ଦିଗରେ କୌଣସି ଚେଷ୍ଟା କରା ଯାଏନାହିଁ ଏବଂ ଏଣୁ ଏହି ପୃଥିବୀରେ ଆଦୌ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ଧରି ନିଆଯାଏ । ଅର୍ଥାତ୍‍, ଯାବତୀୟ ଦ୍ୱୈତତା ଏଠାରେ ସେହି ସବୁଦିନ ପରି ରହିଥାଏ : ପାପ ଥାଏ ପୁଣ୍ୟ ଥାଏ; ସତ୍ୟ ରହିଥାଏ, ଭ୍ରମ ଏବଂ ଭୁଲମାନେ ରହିଥାନ୍ତି, ଆନନ୍ଦ ଥାଏ ଯାତନା-ଭୋଗ ମଧ୍ୟ୍ୟ ଅବ୍ୟାହତ ରହିଥାଏ ।

 

କିନ୍ତୁ ଯଦି ଆଗକୁ ଯିବା ଏହି ପୃଥ୍ୱୀ-ଅସ୍ତିତ୍ୱର ଏକ ପ୍ରଧାନ ଜୀବନଧର୍ମ ହୋଇଥାଏ ଏବଂ ଏଠାରେ ସେହି ଦିବ୍ୟତାର ଉତ୍ତରୋତ୍ତର ଆତ୍ଜପ୍ରକାଶ ଯଦି ପ୍ରକୃତିର ଯଥାର୍ଥ ଅଭିପ୍ରାୟ ହୋଇ ରହିଥାଏ, ତେବେ ସେହି ବିଧାନଟିକୁ ଏହିପରି ଭାବରେ ଗୋଟିଏ ଗାର ଟାଣି ଦେଇ ଏଇଠି ରୋକି ରଖିଦେବାର ପ୍ରୟାସଟିକୁ କେବଳ ଭ୍ରାନ୍ତିପୂର୍ଣ୍ଣ ବୋଲି ହିଁ କୁହାଯିବ । ଆଧ୍ୟ୍ୟାତ୍ଜିକ ଜୀବନପାଇଁ ନିଶ୍ଚୟ ସମ୍ଭବ ଏବଂ ଆମ ପୃଥିବୀରେ ତାହାହିଁ ତାହାର ଯଥାର୍ଥ ଲକ୍ଷ୍ୟରୂପେ ଅବଧାରିତ ହୋଇ ରହିଛି ଯେ, ପୃଥିବୀର ଭୌତିକ ସ୍ତରର ଏହି ଜୀବନକୁ ତାହା ଏକ ଆଧ୍ୟ୍ୟାତ୍ଜିକ ଜୀବନନକ୍ସା ଅନୁସାରେ ବଦଳାଇ ନେବ, ସେହି ପରମ ଦିବ୍ୟସତ୍ତାଙ୍କର ଏକ ପ୍ରତିରୂପ ରୂପେ । ସେହି କାରଣରୁ ହିଁ ମହାନ୍ ନିର୍ଜନବାସୀ ସାଧନାରତ ମାନଙ୍କର ସମାନ୍ତର ହୋଇ ଆମକୁ ଅନ୍ୟ ତପୋରତମାନେ ମଧ୍ୟ୍ୟ ସର୍ବଦା ଦୃଷ୍ଟିଗୋଚର ଅବଶ୍ୟ ହେବେ । ନିର୍ଜନବାସୀ ଐକାନ୍ତିକମାନେ କେବଳ ନିଜ ମୁକ୍ତି ନିମନ୍ତେ ଆକାଙ୍‌କ୍ଷା ରଖିଛନ୍ତି ଏବଂ ସେହି ମୁକ୍ତିକୁ ଲାଭ କରିଛନ୍ତି ଏବଂ ସେହି ଦ୍ୱିତୀୟ ପ୍ରକାରର ଅନ୍ୟମାନେ କେତେ କେତେ ସଂଖ୍ୟାର ଆଉମାନଙ୍କୁ ମଧ୍ୟ୍ୟ ଉକ୍ତ ବ୍ୟକ୍ତିସ୍ତରୀୟ ମୁକ୍ତିକୁ ପ୍ରାପ୍ତ ହେବାର ମାର୍ଗଟିକୁ ଦେଖାଇ ଦେଇଛନ୍ତି । ତଥାପି, ସାଧନା ତଥା ତପଶ୍ଚାରଣର ପଥରେ ଏପରି ସର୍ବୋଚ୍ଚମାନେ ମଧ୍ୟ୍ୟ ରହିଛନ୍ତି, ଯେଉଁମାନେ ପୃଥିବୀକୁ ତାହାର ଏହି ସ୍ତରରୁ ଉତ୍ତୋଳିତ କରି ନେବାର ପଥକୁ ବାଛି ନେଇଛନ୍ତି ।

 

ଅଧ୍ୟ୍ୟାତ୍ଜର ଶକ୍ତିରେ ଶକ୍ତିମନ୍ତ ହୋଇ ଏହି ତୃତୀୟ କିସମର ପ୍ରତିନିଧିମାନେ ଭୌତିକ ସମ୍ମୁଖସ୍ଥ ଜୀବନର ସମ୍ମିଳିତ ବଳଟି ଅପେକ୍ଷା ଆପଣାକୁ ତଥାପି ସମର୍ଥତର ବୋଲି ହୃଦୟଙ୍ଗମ କରିଛନ୍ତି ଏବଂ ପୃଥିବୀରେ ଏକ ଅନ୍ୟଭଳି ଆହ୍ୱାନ ମାନି ଆଗଭର ହୋଇ ଯାଇଛନ୍ତି । ପୃଥିବୀ ସହିତ ଏକ ପ୍ରୀତିପୂର୍ଣ୍ଣ କୁସ୍ତିରେ ଆପଣାକୁ ସେମାନେ କ୍ରିୟାଶୀଳ କରି ରଖିଛନ୍ତି ଏବଂ ଅଧ୍ୟ୍ୟାତ୍ଜ ମାର୍ଗରେ ଆପଣାର ଏକ ରୂପାନ୍ତର ଲାଭ ନିମନ୍ତେ ତାହାକୁ ସମ୍ମତ ହେବାଲାଗି ବାଧ୍ୟ୍ୟ କରିଛନ୍ତି । ସାଧାରଣତଃ ସେମାନଙ୍କର ଅଧିକତର ପ୍ରୟାସ ପ୍ରଧାନତଃ କୌଣସି ଗୋଟିଏ ପ୍ରକାରର ମାନସିକ ଏବଂ ନୈତିକ ପରିବର୍ତ୍ତନରେ ଆପଣାକୁ ସୀମିତ କରି ରଖିଛି । ମନୁଷ୍ୟମାନଙ୍କର ମାନସିକ ଓ ନୈତିକ ସ୍ତରର କେତେକ ଉନ୍ନତିବିଧାନ ହେଉ ବୋଲି ଲକ୍ଷ୍ୟ ରଖି ନାନାବିଧ ସଂସ୍କାରଆନ୍ଦୋଳନ ସେହିମାନଙ୍କ ଦ୍ୱାରା ହିଁ କରାଯାଇଛି । କିଛି ଫଳ ଅବଶ୍ୟ ଫଳିଛି ଏବଂ ସାମୂହିକ ଜୀବନରେ ନୂଆ ନୂଆ ନାନା ତୋରଣର ଉଦ୍ଘାଟନ ମଧ୍ୟ୍ୟ ସମ୍ଭବ ହୋଇଛି । କିନ୍ତୁ, ସେହି କ୍ଷେତ୍ରରେ ଏକ ସଂପ୍ରସାରଣ ମଧ୍ୟ୍ୟ କାହିଁକି ସମ୍ଭବ ନହେବ, ଯାହାଦ୍ଵାରା ଆମ ଜୀବନର ତଥା ସାମୂହିକ ଅନୁଷ୍ଠାନ ଗୁଡ଼ିକର ଗଢ଼ଣ ମଧ୍ୟ୍ୟ ବଦଳିଯିବ, ଯେପରିକି ସେଗୁଡ଼ିକ ଅଧ୍ୟ୍ୟାତ୍ଜ ଆହ୍ୱାନଗୁଡ଼ିକର ଉନ୍ମେଷଣା ଲାଗି ଗୋଟିଏ ଗୋଟିଏ ଅନୁକୂଳ ମାଧ୍ୟ୍ୟମରୂପେ କାର୍ଯ୍ୟସାଧନ କରିପାରିବେ ? ଏହି ଦ୍ୱିତୀୟ ପ୍ରଚେଷ୍ଟାଟି ମଧ୍ୟ୍ୟ ବହୁତ ସମୟରେ କରାଯାଇଛି ଏବଂ ତଦ୍ଦ୍ୱାରା ଇତିହାସରେ ନବୀନ ପଦକ୍ଷେପମାନ ସମ୍ଭବ ହୋଇଛନ୍ତି; ମନୁଷ୍ୟର ଆଦର୍ଶଗୁଡ଼ିକର ଜଗତରେ ଏକାଧିକ ବିକାଶ ଘଟିଛି ଏବଂ ମନୁଷ୍ୟସମୂହ ନାନା ଦିବ୍ୟ ପ୍ରଚୋଦନା ଲାଭ କରିଥିଲା ପରି ପ୍ରସ୍ତୁତ ହୋଇ ଯାଇଛି । ସେହି ପ୍ରାୟ ପ୍ରତ୍ୟେକଟି ଉଦ୍‌ବେଳନ, ସେଥିରୁ ବାସ୍ତବତଃ ଯାହାକିଛି ଫଳଲାଭ ସମ୍ଭବ ହୋଇଥାଉ ଅଥବା ନହୋଇଥାଉ ପଛକେ, ଆମର ଏହି ପୃଥିବୀକୁ ଏକ ସ୍ଵର୍ଗ ନିମନ୍ତେ ହିଁ ଅଧିକରୁ ଅଧିକ ସମର୍ଥ କରିଛି ଏବଂ ଆପଣାର ପଦକ୍ଷେପମାନ ଯେତେ ଅକୁଶଳ ହୋଇଥିଲେ ମଧ୍ୟ୍ୟ ପ୍ରକୃତି ରତ ରହିଥିବା ବିବର୍ତ୍ତମାନ ଯୋଗର ପ୍ରକ୍ରିୟାଟିକୁ ତାହା ସର୍ବଦା ଏକ ସତ୍ୱରତା ପ୍ରଦାନ କରିପାରିଛି । ସହସ୍ର ଭ୍ରାନ୍ତି ସତ୍ତ୍ୱେ ସମୂହଟି ଆଗକୁ ଯାଇଛି, ବିକାଶର ଧାରା ଅବ୍ୟାହତ ରହିଛି । ସକଳ ସବୁକିଛି ନ୍ୟାୟତଃ ସମ୍ମୁଖମୁହାଁ ହୋଇ ରହିଛି, ସଚେତନତା ବୃଦ୍ଧି ପାଇଛି,–ଏକ ସଚେତନ ପୃଥିବୀ ଅଧିକରୁ ଅଧିକ ସାହସୀ ହେବା ସକାଶେ ବଳ ପାଇଛି । ବହୁ ମୋହଭଙ୍ଗ ହୋଇଛି ଓ ହେଉଛି, କିନ୍ତୁ ଆମର ସେହି ପୃଥିବୀର ଅନ୍ତର୍ଜୀବନଟି ମୋଟେ ନିରାଶ ହୋଇ ଯାଇନାହିଁ ।

 

ସର୍ବୋଚ୍ଚ ସତ୍ୟବାସ୍ତବର ଉପଲବ୍ଧି କରିଥିବା ଯୋଗସ୍ଥମାନେ ଯେ ପୃଥିବୀ ସହିତ ଏକ ପ୍ରୀତିକୁସ୍ତି ନିମନ୍ତେ ବାହାରି ଯାଆନ୍ତି ଓ ତାହାକୁ ହିଁ ଧର୍ମତଃ ଆପଣାର କର୍ମବ୍ରତ ବୋଲି ଗ୍ରହଣ କରନ୍ତି, ସେହି କଥାଟିର ତାତ୍ପର୍ଯ୍ୟଟି ପ୍ରକୃତରେ କ’ଣ ହୋଇଥିବ । ଜଣେ ଯୋଗୀ ନିମନ୍ତେ ତା’ର ସାଧନା ଗୋଟିଏ ପ୍ରକାରର ବିଚାର ଅନୁସାରେ ଏକାନ୍ତ ଏକ ପ୍ରତ୍ୟାହରଧର୍ମୀ ବାଟଟିଏ ଯେ ହୋଇପାରେ, ସେହି କଥାଟିକୁ ଖୁବ ବୁଝି ହେଉଛି, ସାଧକର ଜୀବନରେ ତାହା ଇପ୍ସିତ ବିମୋଚନଟିକୁ ଅବଶ୍ୟ ଆଣିଦେବ । ବିମୁକ୍ତ ହୋଇ ତା’ପରେ ସିଏ କେବଳ ଆପଣାକୁ ମୋଟେ ଦେଖିବନାହିଁ, ସମଗ୍ର ପୃଥିବୀଟି ହିଁ ତା’ ଆଗରେ ପ୍ରସାରିତ ହୋଇ ରହିଥିବାର ପ୍ରତ୍ୟକ୍ଷ ହେବ । ସତେଅବା ତା’ ଲାଗି ଅପେକ୍ଷା କରି ରହିଥିବା ପରି ପୂରା ଦେଖାଯିବ; ସେହି ପୁରୁଣା ନାନା ଆବଦ୍ଧତା ମଧ୍ୟ୍ୟରେ ବାନ୍ଧି ହୋଇ ରହିଥିବା ପୃଥିବୀ ତା’ଲାଗି ଆମନ୍ତ୍ରଣ ହିଁ ଜଣାଇବ । ଏଇ ସମଗ୍ର ପୃଥିବୀର ହିଁ ବିମୋଚନ ଘଟିବ । କାରଣ, ସେଇଟି ସେହି ପୁରୁଣା ଅଳ୍ପତା ମାନଙ୍କ ମଧ୍ୟ୍ୟରେ ରହିଥିବା ଯାଏ ଯୋଗୀ ଆପଣାର ନୂଆ ଆବେଦନଗୁଡ଼ିକୁ ବଞ୍ଚି ପାରିବାଭଳି ଅନୁକୁଳ ଆୟତନଟିଏ ପୁଣି କେଉଁଠାରୁ ପାଇବ ? ସିଏ କ’ଣ ପୃଥିବୀଟା ସେହି ଆଗପରି କେବଳ ଅସୁମାରି ନାନା ଦୁଷ୍ଟତାଦ୍ୱାରା ଦୂଷିତ ହୋଇ ରହିଥିବ ଏବଂ ସିଏ ଖୋଜୁଥିବା ସତ୍ୟଟିର ସତ ଆଲୋକଟିକୁ ଉପଲବ୍ଧି କରି ସାରିବାପରେ ମଧ୍ୟ୍ୟ ପୃଥିବୀଟା ଆଡ଼କୁ ନାକ ଟେକି ଦୂରଛଡ଼ା ରହି ଆପଣାକୁ ପବିତ୍ର ମଣୁଥିବ, ଏହି କଥାଟିକୁ ସିଏ ଆଦୌ ସୁସ୍ଥ ବୋଲି ସ୍ୱୀକାର କରିନେଇ ପାରେନାହିଁ । ସାଧନା ବଳରେ ସିଏ ଲାଭ କରିଥିବା ସଂପଦଟି ଲାଗି ନିଜକୁ ସତେଅବା ଅଧିକ ଆଶୀର୍ବାଦପ୍ରାପ୍ତ ବୋଲି ଭାବନାଟିଏ କରି ସେ ଆଦୌ ତା’ର କର୍ତ୍ତବ୍ୟ ସେତିକିରେ ସରିଗଲା ବୋଲି ଏକ ଧାରଣାକୁ ଗଣ୍ଠି କରି କ୍ଷାନ୍ତ ହୋଇ ରହିପାରେ ନାହିଁ ଓ ପୃଥିବୀ ଆଡ଼କୁ ଆକର୍ଷିତ ହୋଇଯାଏ । ପୃଥିବୀକୁ ସାଙ୍ଗକରି ପାଇବା ସକାଶେ ନିଜପାଇଁ ଏକ ପଥ ବାଛିନିଏ ।

 

ସେଇଥିରୁ ଏକ ପ୍ରୀତିକୁସ୍ତି । କୁସ୍ତି, କିନ୍ତୁ ପୀତିପୂର୍ବକ । ଯୋଗର ନିରୋଳା ବାଚଟିଏ ଧରି ଯେତେ ଯିଏ ଯେତେ ସିଦ୍ଧି ଲାଭ କରିଥିଲେ ମଧ୍ୟ୍ୟ ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ସେମାନେ ମଧ୍ୟ୍ୟ ଏହି ପୃଥିବୀରେ ଜନ୍ମିଛନ୍ତି, ଏଇଠି ବଢ଼ିଛନ୍ତି, ଏଇଠି ଆପଣା ସମ୍ଭାବନାର ଗ୍ରହଣଦ୍ଵାର ଗୁଡ଼ିକୁ ପାଳଳ କରିଛନ୍ତି, ଅଳପରୁ ଅଧିକ ହୋଇଛନ୍ତି । ନିଜ ଜୀବନର ଈଶ୍ୱରୀୟ ଅସନ୍ତୋଷଗୁଡ଼ିକୁ ସେମାନେ ଏହି ପୃଥିବୀକୁ ନେଇ ସେମାନଙ୍କର ଚିତ୍ତବିକ୍ଷୋଭ ଗୁଡ଼ିକରୁ ପାଇଛନ୍ତି ଏବଂ ସେହିଗୁଡ଼ିକ ଦ୍ୱାରା ପ୍ରବର୍ତ୍ତନା ପାଇ ପୃଥିବୀ, ସେହି ପୁରୁଣା ପୃଥିବୀକୁ ଛାଡ଼ିଛନ୍ତି । ଅନନ୍ୟ ଭାବରେ ସାଧନାଦ୍ଵାରା ଯାହାକିଛି ନିଜସ୍ୱରୂପେ ଉପଲବ୍ଧି କରିଛନ୍ତି, ସେଇଟି ପାଇଁ କ୍ଷେତ୍ରଟିଏ ଖୋଜି ସେମାନଙ୍କର ସେହି ପୃଥିବୀ ଉପରେ ହିଁ ନଜର ପଡ଼ିବା ଉଚିତ । ତେଣୁ ଯେଉଁ ସଫଳକାମମାନେ ଆପଣା ଅଭ୍ୟାସଶ୍ରମରୁ ଯାହାକିଛି ପାଇଲେ ବୋଲି ଅନୁଭବ କରି ତାହାକୁ କେବଳ ନିଜର ସମ୍ପତ୍ତି ଭଳି ନିଜ ଭୋଗ ନିମନ୍ତେ ବ୍ୟବହାର କରନ୍ତି, ସେମାନେ ପୃଥିବୀ ବିଷୟରେ ତଥାପି ବିମୁଖ ହୋଇ ରହିଥାନ୍ତି । ପୃଥିବୀ ସହିତ ଆପଣାର ସତେଅବା କୌଣସି ସାଯୁଜ୍ୟ ଲାଗି ଅନୁରାଗ ରଖନ୍ତିନାହିଁ । ସେମାନଙ୍କର ନିଜ ମାର୍କାର ସେହି ଅଧ୍ୟ୍ୟାତ୍ଜପ୍ରୀତି ତେଣୁ ଏହିପରି ଭାବରେ ବଙ୍କା ହୋଇଯାଏ । ଏହି ପୃଥିବୀ ହିଁ ସେମାନଙ୍କୁ ଆପଣାର ଅଯଥେଷ୍ଟତା ଦ୍ୱାରା ଅଧିକ କିଛି ଖୋଜିବା ପାଇଁ ଉଦ୍‌ବୁଦ୍ଧ କରିଥିଲେ ମଧ୍ୟ୍ୟ ସେମାନଙ୍କର ମନ ଓ ମିଜାଜଟା ପୃଥିବୀ-ଆଡ଼କୁ ମୋଟେ ମନ କରେନାହିଁ । ସେମାନେ ଆଗରୁ କ’ଣସବୁ ଚେଙ୍ଖ ପାଇଥିବା ପରି ପୃଥିବୀକୁ ଏବେ ମଧ୍ୟ୍ୟ ଭୟ କରୁଥାନ୍ତି କି ? ପୃଥିବୀରୁ ସେମାନେ ଏତେ ଆଲୋକ ଲାଭ କରିବା ପରେ ମଧ୍ୟ୍ୟ ସେମାନଙ୍କୁ ଗିଳି ପକାଇବ ବୋଲି ଆଶଙ୍କା କରନ୍ତି କି ? ତେଣୁ, ପ୍ରୀତି ବୋଲି ମୋଟେ କିଛି ନଥାଏ । ଏବଂ, ପ୍ରୀତିକୁସ୍ତିଟିଏ ଲଢ଼ିବା ସକାଶେ ତ ବସ୍ତୁତଃ ବହୁତ ଅଧିକ ପ୍ରୀତିର ଆବଶ୍ୟକତା ରହିଥାଏ ।

 

ଭଗବତ୍‌ପ୍ରୀତି, ଅଧ୍ୟ୍ୟାତ୍ଜପ୍ରୀତି ଯଥାର୍ଥ ସ୍ଥିରତାଟିଏ ଲାଭ କଲେ ପୃଥିବୀପ୍ରତି ଆପଣାର ଅନୁରାଗଗୁଡ଼ିକୁ ଅଧିକ ପ୍ରାଞ୍ଜଳତା ଲାଭ କରିଥାଏ । ପୃଥିବୀକୁ ବାଦ ଦେଇ ନୁହେଁ, ପୃଥିବୀକୁ ସାମିଲ୍ କରି ହିଁ ଭଗବାନଙ୍କୁ ଅଧିକ ସଂପୂର୍ଣ୍ଣ କରି ଛୁଇଁ ହୁଏ । ତେଣୁ ଯୋଗଶ୍ଚାରଣା ଦ୍ୱାରା ଯାହାକିଛି ଉପଲବ୍ଧ ହୁଏ, ପୃଥିବୀକୁ ସାଙ୍ଗରେ ନେଇ ହିଁ ସେଗୁଡ଼ିକୁ ଏକ ପୂର୍ଣ୍ଣତର ମର୍ଯ୍ୟାଦା ସହିତ ଆପଣାର ଜୀବନରେ ଭକୁଟାଇ ପାରିବା ସମ୍ଭବ ହୋଇଥାଏ । ଯଥାର୍ଥ ସତ୍ୟର ସକଳ ଅନ୍ଦାଜରେ ପୃଥିବୀ ସର୍ବତୋଭାବେ ସାଙ୍ଗରେ ରହିବ ହିଁ ରହିବ । ତେଣୁ, ଆମ ତପଃସାଧନାର ଫଳଟିକୁ ହାସଲ କରିବା ସହିତ ପୃଥିବୀଟି ମଧ୍ୟ୍ୟ ଆପଣାର ପୂର୍ଣ୍ଣତର ସମ୍ଭାବନାରେ ଆମକୁ କେଡ଼େ ଉଜ୍ଜ୍ୱଳ ହୋଇ ଦେଖାଯିବ । ଆମକୁ ଏକ ପ୍ରୀତିକୁସ୍ତି ନିମନ୍ତେ ପ୍ରବୃତ୍ତ କରାଇବ । ମୁଁ ଯେଉଁ ଅଧ୍ୟ୍ୟାତ୍ଜ ଉନ୍ମୋଚନଟିକୁ ଲାଭ କରିଛି, ତାହାହିଁ ମୋତେ ଏହି ପୃଥିବୀ ବିଷୟରେ ଏକ ଆହ୍ୱାନରୂପେ ମୋତେ ଆହ୍ୱାନ ଦେଇ ଯାଉଛି । ମୁଁ ପୁରୁଣାଗୁଡ଼ିକ ସହିତ କୁସ୍ତି କରିବି, ଏକ ନୂଆ ପୃଥିବୀର ଉଦ୍‍ଘାଟନ ପ୍ରକ୍ରିୟାରେ ଆପଣାକୁ ସମ୍ମିଳିତ କରିବି । ଆପଣା ଅର୍ଜନକୁ ମୁଁ ପୃଥିବୀର ଏକ ନବବିଧାନରେ ନିୟୋଜିତ କରିବି, ଯେପରିକି ପୃଥିବୀକୁ, ସାଙ୍ଗରେ ପାଇ ପାରିବି । ନୂତନ ଏକ ଚକ୍ଷୁ ଲାଭ କରିଥିବା ଜଣେ ବୀର ପଥଯାତ୍ରୀ ପୃଥିବୀଟା ମୋ ଲାଖି ହୋଇ ପାରୁନାହିଁ ବୋଲି ଆଦୌ ରୋଦନ କରେନାହିଁ । ପୃଥିବୀକୁ ସାଥିରେ ନଗଣି ସିଏ କେବେହେଲେ କୌଣସି ଅଧ୍ୟ୍ୟାତ୍ମ ପ୍ରତିଷ୍ଠାର କଳ୍ପନା କରିବନାହିଁ । ତେଣୁ, ଗୋଟିଏ କୁସ୍ତି, ଗୋଟିଏ ପ୍ରୀତିପୂର୍ଣ୍ଣ କୁସ୍ତିର ଏହି ଅନ୍ୟ ଆହ୍ୱାନଟି । କେତେ ଅନ୍ୟ ପ୍ରକାରର ଆସ୍ପୃହାଟିଏ ନିଜ ଜୀବନର ସମ୍ପଦରେ ପରିଣତ ହୋଇ ପାରିଲେ ଯେ ଏକ ଜାଗୃତିଯୁକ୍ତ ଆତ୍ଜା ସେଥିପାଇଁ ସମର୍ଥ ହେବ, ସେହି ପାରମ୍ପରିକ ରୀତିରେ ଉପଲବ୍ଧ ସତ୍ୟଟିକୁ ସେହି ପୁରୁଣା ମନଟାର ବଶବର୍ତ୍ତୀ ଯେଉଁମାନେ ପ୍ରାଚୀର ଇତ୍ୟାଦି ଛିଡ଼ା କରି ଅସାଧାରଣ ସଂଯମ ସହିତ ଏକୁଟିଆ ସବୁ ଭୋଗ କରିବାକୁ ପଥରୂପେ ବାଛି ନେଇଥାନ୍ତି, ଚାଲ ସେମାନଙ୍କୁ ମଧ୍ୟ୍ୟ ପୃଥିବୀ ସହିତ ଏହି କୁସ୍ତିଟିକୁ ଲଢ଼ିବା ବିଷୟରେ କହିବା, ସେମାନଙ୍କୁ ସେହି ପ୍ରୀତିଆଡ଼କୁ ମନ କରିବାର ରହସ୍ୟଟି ଭିତରକୁ ଜାଗୃତ କରି ଆଣିବାକୁ ଚେଷ୍ଟା କରିବା ।

 

ଭାରତବର୍ଷରେ ବିଗତ ଏକହଜାର ବା ଆହୁରି ଅଧିକ ବର୍ଷ ହେଲା ଆଧ୍ୟ୍ୟାତ୍ଜିକ ଏବଂ ଭୌତିକ ଜୀବନ ପରସ୍ପରର ପାର୍ଶ୍ୱବର୍ତ୍ତୀ ହୋଇ ରହିଛନ୍ତି । ଏବଂ, ଦୁଇଟି ମଧ୍ୟ୍ୟରୁ ମନନାମକ ସେହି ଦ୍ୱିତୀୟ ତତ୍ତ୍ୱଟିକୁ ବହିଷ୍କୃତ କରି ରଖାଯାଇଛି । ମନ ଅର୍ଥାତ୍‍ ସମ୍ମୁଖକାମୀ ସେହି ଅତ୍ୟାବଶ୍ୟକ ଉପାଦାନଟିକୁ । ମନ, ଯାହାକି ସର୍ବଦା ଆଗକୁ ଦେଖୁଥାଏ, ପରିବର୍ତ୍ତନ ଇଚ୍ଛା କରେ ଏବଂ ପରିବର୍ତ୍ତିତ ହେବାରେ ଲାଗିଥାଏ । ବସ୍ତୁତଃ ଏକ ଆତ୍ଜ-ଭନ୍ନୟନକୁ ନିଜର ଧର୍ମ ସଦୃଶ ଗ୍ରହଣ କରି ନେଇଥାଏ । ଆଧ୍ୟ୍ୟାତ୍ଜକତା ଏହି କ୍ଷେତ୍ରରେ ଭୌତିକ ଜୀବନଭୂମିଟି ସହିତ ଗୋଟିଏ ସାଲିଶ କରିଛି, ଯାହାର ପରିଣାମ ସ୍ୱରୂପ ଯାବତୀୟ ପ୍ରକାରର ସାମୂହିକ ପ୍ରଗତିକୁ ପରିହାର ହିଁ କରାଯାଇଛି । ଆଧ୍ୟ୍ୟାତ୍ଜିକତା ଏଠାରେ ସମାଜଠାରୁ ସତେଅବା ଚୁକ୍ତିଟିଏ କରି ଏପରି ଏକ ଅଧିକାର ହାସଲ କରିଛି ଯେ, ଯେଉଁ ଖାସ୍‌ମାନେ ଏକ ଆଧ୍ୟ୍ୟାତ୍ଜିକ ଜୀବନ ଆଡ଼କୁ ମନ କରିବେ, ସେମାନଙ୍କୁ କେତୋଟି ବିଶେଷ ସନ୍ତକ ଦ୍ୱାରା ସର୍ବଦା ଚିହ୍ନି ନେଇହେବ, ଅର୍ଥାତ୍, ଆହୁରି ଫିଟାଇ କହିଲେ, ଜଣେ ସନ୍ନ୍ୟାସୀ ଗୋଟାସୁଦ୍ଧା ବାରି ହୋଇ ପଡ଼ିଲା ପରି ସ୍ୱତନ୍ତ୍ର ରଙ୍ଗର ତଥା ଢଙ୍ଗର ବସ୍ତ୍ର ଧାରଣ କରିବ, ଯହିଁରୁ ବୁଝି ହୋଇଯିବ ଯେ, ଆଧ୍ୟ୍ୟାତ୍ଜିକ ଲକ୍ଷ୍ୟଟିଏ ସ୍ୱୀକାର କରି ନେଇଥିବାରୁ ଜଣେ ବ୍ୟକ୍ତି ସେହିପରି ପରିଚ୍ଛଦଟିଏ ଧାରଣ କରିଛି । ପୁନଶ୍ଚ, ସମାଜ ଏପରି ଗୋଟିଏ କଥା ବି ମାନି ନେଇଥିବ ଯେ ଏହିପରି ଆଧ୍ୟ୍ୟାତ୍ଜିକ ବେଶଧାରୀ ବିଶେଷମାନଙ୍କୁ ସମଜସ୍ଥ ମନୁଷ୍ୟମାନେ ସବୁବେଳେ ଆବଶ୍ୟକ ଭକ୍ତି ଇତ୍ୟାଦି ପ୍ରଦର୍ଶନ କରିବେ । ପୁନଶ୍ଚ, ସ୍ୱୟଂ ସମାଜକୁ ମଧ୍ୟ୍ୟ ଏପରି ଗୋଟିଏ ଧର୍ମାବେଗପୂର୍ଣ୍ଣ ଗଢ଼ଣ ଭିତରେ ପକାଇ ଦିଆ ଯାଇଥିବ ଯେ, ସେଥିରେ ଆଚରିତ ନିତାନ୍ତ ଅଭ୍ୟସ୍ତ କର୍ମବିଧାନଗୁଡ଼ିକ ସଂପୃକ୍ତ ସମସ୍ତଙ୍କୁ ମନୁଷ୍ୟର ଜୀବନ ଏବଂ ତା'ର ଚରମ ନିୟତିଟି ବିଷୟର ପ୍ରତୀକାତ୍ଜକ ଭାବରେ ସବୁ କଥାକୁ ସ୍ମରଣ କରାଇ ଦେଉଥିବ ।

 

ଏବଂ, ସତେଅବା ଏକ ପ୍ରତିବଦଳ ରୂପେ ସମାଜକୁ ଅଧିକାରଟାଏ ମିଳିଗଲା ଯେ ସେଇଟି ପ୍ରାୟ ବଦଳିବ ନାହିଁ, ପ୍ରାୟ ଯେତିକି ସେତିକି ଏବଂ ଯେଉଁପରି ସେହିପରି ହୋଇ ରହିଥିବା ପ୍ରାୟ ଅଚଳାୟତନଟିଏ ହୋଇ ସକଳ ଗତିଶୀଳତା ହରାଇ ବସିଥିବ । ଆପଣାକୁ ସୁରକ୍ଷିତ କରି ରଖିଥିବ । ଏହିପରି ବିଶେଷ ଅଧିକାର ଏବଂ ସ୍ୱାଧୀନତା ବଜାୟ ରହିଥିବା ଫଳରେ ବାହାରକୁ ଉଭୟ ପକ୍ଷ ପ୍ରତ୍ୟେକ ଆପଦଶୂନ୍ୟ ହୋଇ ରହିବାର ଏକ ବୃହତ୍ ପ୍ରତୀତି ଲାଭ କରି ପାରିଲେ ସିନା, ମାତ୍ର ଉଭୟଟିରୁ ହିଁ କର୍ପୂରଟା ଉଡ଼ିଗଲା ଓ କେବଳ କନାଟା ହିଁ ପଡ଼ି ରହିଲା । ଏକ ଧର୍ମୀୟ ଢାଞ୍ଚା ହିଁ ଜବର ହୋଇ ରହିଥିଲା ଏବଂ ତେଣୁ ନ୍ୟାୟତଃ ସବୁକିଛି ଏକ ରୁଟିନରେ ପରିଣତ ହୋଇ ଯାଇଥିଲା, ତା ଭିତରେ କୌଣସି ଜୀବନ୍ତତା ଓ ଗତିଶୀଳତା ରହି ପାରିଲାନାହିଁ । ହଁ, ଢାଞ୍ଚାଟା ବଦଳାଇ ଦେବା ନିମନ୍ତେ ସର୍ବଦା ହିଁ ପ୍ରକାର ପ୍ରକାରର ପ୍ରଚେଷ୍ଟା ଅବଶ୍ୟ ହେଉଥିଲା-ନୂଆ ନୂଆ ସଂପ୍ରଦାୟମାନେ ଜନ୍ମଲାଭ କରୁଥିଲେ ଓ ନୂଆ ନୂଆ ନାମକରଣରେ ଧର୍ମମାନଙ୍କର ପ୍ରବର୍ତ୍ତନ ମଧ୍ୟ୍ୟ ହେଉଥିଲା । ଏହି ସବୁକିଛି ହିଁ କେତେଟା ନୂଆ ବିଧାନର ଘୋଷଣାରେ ହିଁ ସୀମିତ ହୋଇ ରହୁଥିଲା, ପ୍ରାୟ ଗୋଟାସୁଦ୍ଧା ସେହି ପୁରୁଣାଗୁଡ଼ାକୁ ହିଁ କିଞ୍ଚିତ୍ ନୂଆ ନାମ ଓ ନୂଆ ଚମକ ଦେଇ ନୂଆ ଝଳେଇ କରି ବାଢ଼ି ଦିଆ ଯାଉଥିଲା । ମନଟା କ୍ରିୟାଶୀଳ ତଥା ଜାଗ୍ରତ ରହିଥିଲେ ହୁଏତ ତଥାପି କିଛି ସମ୍ଭବ ହୋଇ ପାରୁଥାନ୍ତା, ସତକୁ ସତ ଏକ ଉତ୍ତୋଳନର ଯୋଗ୍ୟ ହେବାର ଅବସର ସୃଷ୍ଟି ହେଉ ଆସୁଥାନ୍ତା ଏବଂ ସତ ଆହ୍ୱାନମାନେ ଅନୁଭୂତ ହେଉଥାଆନ୍ତେ । ଏହି ଯାବତୀୟ ଅଘଟଣର ଫଳସ୍ୱରୂପ ଏଠି ସଂପୂର୍ଣ୍ଣ ଭୌତିକ ଜୀବନଟା କାର୍ଯ୍ୟତଃ ଏକ ମହାଅଜ୍ଞାନର ହାତମୁଠାରେ ଯାଇ ରହିଗଲା, ତୁଚ୍ଛା ଅସୁମାରି ଉଦ୍ଦେଶ୍ୟହୀନତା ଭିତରେ ଯାଇ ପଡ଼ିଗଲା, ମନୁଷ୍ୟମାନଙ୍କର କାନ୍ଧ ଉପରେ ଏକ ମହାଭାରି କ୍ରୂର ଜୁଆଳି ପରି ହୋଇ ପଡ଼ି ରହିଥିଲା । ଜୀବନ ଦୁର୍ବଳ ହୋଇ ପଡ଼ିଲା, ଯେକୌଣସି ପ୍ରକାରେ ସେଥିରୁ ଖସି ପଳାଇଯିବା ବ୍ୟତୀତ ସତେ ଅବା କୌଣସି ଉପାୟାନ୍ତର ନଥିଲା ।

 

ସକଳ ଧର୍ମଚାରଣାର ମର୍ମଆସ୍ଫୃହାଟି ହେଉଛି ଯେ ତାହା ଆମକୁ ଅଧ୍ୟ୍ୟାତ୍ଜ ଆଡ଼କୁ ଅନୁପ୍ରେରିତ କରି ନେଇଯିବ । ଅଧ୍ୟ୍ୟାତ୍ଜ ଅର୍ଥାତ୍ ଏକ ସଂପୂର୍ଣ୍ଣ ଆବେଦନଯୁକ୍ତ ଜୀବନ । ପଳାଇ ଯିବାର କୌଣସି ଦୁର୍ବୁଦ୍ଧି ନାହିଁ, ଏକ ଆହ୍ୱାନ ମାନି ଆପଣାର ନେତ୍ରଗୁଡ଼ିକୁ ପ୍ରସାର ଦେଇ ଆପଣାକୁ ଅନୁଭବ କରିବା,–ବାହାରଟିରୁ ପ୍ରେରଣା ପାଇ ଭିତରଟିକୁ ଗଭୀର ଭାବରେ ଦେଖିବା ଏବଂ ଭିତରୁ ମଧ୍ୟ୍ୟ ନିର୍ଭର ଲାଭ କରି ବାହାରଟିକୁ ସଚଳ ଶ୍ରଦ୍ଧା ଦେଇ ଦେଖିବା । ପାଦଦେଶରେ ଠିଆ ହୋଇ ଶିଖରଯାଏ ଦେଖି ପାରିବା ଏବଂ ଶିଖରରେ ପହଞ୍ଚି ଏକ ପାଦଦେଶ ଉପରେହିଁ ସେହି ଶିଖରଟି ବିଦ୍ୟମାନ ରହିଛି ବୋଲି ସହଜସଚେତନ ହୋଇ ରହିଥିବା । ସେହି ଆଧ୍ୟ୍ୟାତ୍ଜ ଭୌତିକଟିକୁ କୌଣସି ପ୍ରକାରେ ହେୟଜ୍ଞାନ କରିବନାହିଁ,–କେବଳ ଆପଣାକୁ ପବିତ୍ର ଏବଂ ଉଦାତ୍ତ ବୋଲି ଭ୍ରମ କରି ଭୌତିକକୁ ନ୍ୟୂନ ବୋଲି କେବେହେଲେ କହିବନାହିଁ । ଅଧ୍ୟ୍ୟାତ୍ଜର ଜୀବନାନୁଭବ ମଧ୍ୟ୍ୟରେ ଆନନ୍ଦ ଏବଂ ଅନ୍ନ ମଧ୍ୟ୍ୟରେ କୌଣସି ଅନ୍ତର ରହୁ ନଥିବ । ତେଣୁ, ମାୟାବାଦର ଭ୍ରାନ୍ତିଟାକୁ କାଟିଲେ ଯାଇ ଯାହାକିଛି ଅଧ୍ୟ୍ୟାତ୍ଜ କୌଣସି ଆତ୍ଜଗ୍ଳାନି ହେତୁ ଆମ ବଞ୍ଚିବାର ସ୍ନାୟୁଜାଲଟା ଯେତେବେଳେ ଅଧ୍ୟ୍ୟାତ୍ଜକୁ ଖଣ୍ଡିଆ କରି ଦେଖେ, ସେତିକିବେଳେ ଯାଇ ଆମର ମୂଲ୍ୟବୋଧଟା ସତେଅବା ଏକ ସାମନ୍ତଗିରିର ଭାଣ କରି ଆମ ଜୀବନରେ ଏକ ଅସୁସ୍ଥତାକୁ ଡାକି ଆଣେ ଏବଂ ସଂପୂର୍ଣ୍ଣ ଅହେତୁକ ଭାବରେ ହିଁ ପୃଥିବୀକୁ ମାୟା ବୋଲି କହେ ଏବଂ ନାନାବିଧ ପାତରଅନ୍ତର ଦ୍ଵାରା ଆମ ଆସ୍ଫୃହାଟିକୁ ଭେଜାଲ କରିଦିଏ । ମାୟାବାଦ ଆମର ଈଶ୍ୱରଶ୍ରଦ୍ଧା ଏବଂ ଜୀବନଶ୍ରଦ୍ଧା ଭିତରେ ଏପରି ଏକ ଦୁଷ୍ଟତାକୁ ଆଣି ପୂରାଇଦିଏ ଯାହାକି ଆମର ବଞ୍ଚିବାର ଅଧ୍ୟ୍ୟାତ୍ଜ ମର୍ଯ୍ୟାଦାଟିରୁ ଆମକୁ ପ୍ରତାରିତ କରି ରଖିବାର ମିଛ ଜାଲମାନ ବୁଣିବାରେ ଲାଗିଥାଏ ।

 

ଏହିପରି ଏକ ଅପଚାର ଯେ କେବଳ ଭାରତବର୍ଷରେ ଘଟିଛି, ସେକଥା ଆଦୌ ନୁହେଁ-। ଦେଶ ଏବଂ କାଳର ଭୂମିମାନେ ଯେତେ ଯେତେ ଭିନ୍ନ ହୋଇଥିଲେ ମଧ୍ୟ୍ୟ ସବୁଠାରେ ହିଁ ସେହି ସ୍ଫଳନଟି ଘଟିଛି । ସବୁଠାରେ ଗୋଟିଏ ଅଧ୍ୟ୍ୟାତ୍ଜକୁ ମୂଳ କରି ଏକ ମାର୍ଗର ଘୋଷଣା ହୋଇଛି; ଜଣେ ଜଣେ ଚକ୍ଷୁଷ୍ମାନ୍‍ ପ୍ରଥମଦୀକ୍ଷିତ ତାହାର ପ୍ରଚାର କରି ବାହାରିଛନ୍ତି, ଚିହ୍ନା ଗୁଳାମାନେ ଏମାନଙ୍କର ବିରୋଧ କରିଛନ୍ତି ଏବଂ ପୃଥିବୀର ରାଜ୍ୟଶାସକମାନେ ସେମାନଙ୍କୁ ଅତ୍ୟନ୍ତ ନୃଶଂସ ଭାବରେ ନିର୍ଯ୍ୟାତନାମାନ ଦେଇଛନ୍ତି । ତଥାପି ମାର୍ଗମାନେ ବଞ୍ଚି ରହି ପାରିଛନ୍ତି ଏବଂ ଏକ ନିଷ୍ଠାପର ପ୍ରେରଣାରେ ଲୋକସମୂହ ମଧ୍ୟ୍ୟରେ ତାହାର ପ୍ରସାର ହୋଇଛି । ଏଥର ଅନ୍ଧାର ଯିବ ଏବଂ ଜଡ଼ତା ଭାଙ୍ଗିବ ବୋଲି ଏକ ପ୍ରତ୍ୟୟ ଯୁଗ–ମନରେ ବିଶ୍ୱାସ ଭରି ଦେଇଛି । ମାତ୍ର ତା'ପରେ ଯେତେବେଳେ ଖାସ୍ ଠାକୁରମାନେ ସୃଷ୍ଟ ହୋଇ ଆସିଛନ୍ତି ଓ ସେମାନଙ୍କ ନାମରେ ନୂଆ କଦରର ଦେଉଳମାନେ ତିଆରି ହୋଇଛନ୍ତି, ସେତେବେଳେ ପ୍ରମାଦଟାଏ ଆସିଛି । ମାର୍ଗୀମାନଙ୍କୁ ଚିହ୍ନିବା ପାଇଁ ନିଆରା ପରିଚ୍ଛଦ ଆଦିର ଭିଆଣ ହୋଇଛି । ପରିଚ୍ଛଦରୁ ହିଁ ମାର୍ଗକୁ ଚିହ୍ନୁ ଚିହ୍ନୁ ପରିଚ୍ଛଦଟା ହିଁ ମାର୍ଗତତ୍ତ୍ୱର ପୂର୍ଣ୍ଣ ପ୍ରତିନିଧିତ୍ୱ କରିବାକୁ ଆରମ୍ଭ କରିଛି । ସନ୍ନ୍ୟାସୀ ନାମକ ଖାସ୍ ବର୍ଗଟିଏ ସୃଷ୍ଟ ହୋଇଛି ଏବଂ ନିଜ ଭିତରେ ଆଦୌ କୌଣସି ବାଟ ପଡ଼ିଥାଉ ବା ନପଡ଼ିଥାଉ ପଛକେ, ଏହି ବାହାରର ବସ୍ତ୍ରଟା ହିଁ ପରିଚିତ ହେବାର ସୁନିଶ୍ଚିତ ମାଧ୍ୟ୍ୟମରୁପେ ବ୍ୟବହୃତ ହୋଇଛି-। ମୁଁ ସନ୍ନ୍ୟାସୀ ହେଲି, ମୁଁ ଏକ ଅନ୍ୟ ରଙ୍ଗର ବସନ ଧାରଣ କରିଛି ଅଥବା ଉକ୍ତିଟାକୁ ଓଲଟାଇ କହିଲେ, ମୁଁ ଅନ୍ୟ ଏକ ରଙ୍ଗର ବସନ ଧାରଣ କରିଛି ଏବ ମୁଁ ଜଣେ ସନ୍ନ୍ୟାସୀ ବୋଲି ତାହାହିଁ ପ୍ରତିପାଦିତ କରି ଦେଉଛି । ଏହିପରି ଏକ ବୁଝାମଣା ଆମ ପୃଥିବୀରେ ସଂସାରୀ ଏବଂ ସନ୍ନ୍ୟାସୀ ଉଭୟଙ୍କୁ ବେଶ୍ ଉପଯୋଗୀ ବୋଲି ଅବଶ୍ୟ ମନେ ହୋଇଥିବ । ଏବଂ, ଯେଡ଼େ ବିଚିତ୍ର ହୋଇଥିଲେ ମଧ୍ୟ୍ୟ କ୍ରମଶଃ ଧାରାରେ ପଡ଼ି ଯାଇଥିବ ।

 

ସଂସାରୀ ସଂସାର ଭିତରେ ହିଁ ମଜ୍ଜି ରହିଲା, ସଂସାରଟା ନାନାପ୍ରକାରେ ବାନ୍ଧି ପକାଉଛି ବୋଲି ନିରତ ଅଭିଯୋଗ କରୁଥିଲେ ମଧ୍ୟ୍ୟ ସଂସାର ମଧ୍ୟ୍ୟରେ ନିଜକୁ ଜଡ଼ିତ କରି ରଖିଲା । ସଂସାରଟା ଏଠି ସବାଆଗ ବୋଲି କହି ବହୁ ବହୁ ସୂକ୍ଷ୍ମ ଭିଆଣରେ ଆପଣାର ସ୍ଥୂଳ ସଂସାରଜଞ୍ଜାଳ ମାନଙ୍କୁ କଳାଯୁକ୍ତ କରି ରଖିଲା । ଏବଂ, ଯୁଗପତ୍ ଭାବରେ, ରଙ୍ଗବସ୍ତ୍ରଧାରୀ ସନ୍ନ୍ୟାସୀକୁ ସକଳ ଅର୍ଥରେ ଏକ ଉଚ୍ଚତର ପଥବ୍ରତର ଉଥିକ ବୋଲି ସ୍ୱୀକୃତି ମଧ୍ୟ୍ୟ ପ୍ରଦାନ କରିଥିଲା । ସନ୍ନ୍ୟାସୀଜଣେ ହିଁ ଭବବତ୍‌ ଆଶ୍ରୟର ମାର୍ଗଟିକୁ ବାଛି ନେଇଛି ଏବଂ ତେଣୁ ଏକ ଭାଗବତ ବେଢ଼ାରେ ବିଚରଣ କରୁଛି, ଏକ ଖାସ୍ ପରିଚ୍ଛଦରୁ ହିଁ ସଂସାରୀ ଅନୁମାନ କରିନିଏ । ଏକ ଭାଗବତ ସତ୍ୟ ଏହି ପୃଥିବୀକୁ ଗଢ଼ିଛି ବୋଲି ସିଏ ଶୁଣିଲେ ହୁଏତ ସଂତ୍ରସ୍ତ ହୋଇ ଉଠିବ । ତେଣୁ ଭାଗବତ ମାର୍ଗସାଧନାକୁ ନେଇ ଗୈରିକଧାରୀ ଜଣେ ସନ୍ନ୍ୟାସୀ ଯେତେବେଳେ ସଂସାର ପରିହାର କରି ଅନୁରୂପ ସତକୁ ସତ ଆଉକିଛିର ଅନୁସରଣ କରୁଛନ୍ତି, ସେତେବେଳେ ତାକୁ ପୂର୍ଣ୍ଣ ଭକ୍ତିର ପ୍ରଦର୍ଶନ କରିବାକୁ ହେବ ବୋଲି ଆପଣାର ବୁଦ୍ଧିଦ୍ୱାରା ବିଚାରି ସଂସାରୀ ଆପଣାର କାର୍ଯ୍ୟଟିକୁ ସାରି ଦେଇଥାଏ । ଏତିକି ମର୍ଯ୍ୟାଦା ପାଇ ସନ୍ନ୍ୟାସୀ ମଧ୍ୟ୍ୟ ଖୁବ୍ କୃତକୃତ୍ୟ ହୋଇ ଯାଇଥାଏ, ସତେଅବା ଈଶ୍ୱରଙ୍କୁ ଆଶ୍ରା କରିଥିବା ତା'ର ବ୍ୟାବହାରିକ ବିବେକାତ୍ଜାଟି ଏଇଟିରୁ ହିଁ ଅମିତ ପ୍ରମାଣ ପାଇଯାଏ ଯେ ସିଏ ସଂସାରରେ ଉଚିତ ମାର୍ଗରେ ଅବଶ୍ୟ ରହିଛି । ସତେଅବା ବହୁତ ପ୍ରୀତ ହୋଇ ସଂସାରୀମାନଙ୍କୁ ମଧ୍ୟ୍ୟ ଅଧିକ ପକ୍କା ହୋଇ ଆପଣାର ସେହି ଚିହ୍ନା ମୋହଗୁଡ଼ିକ ମଧ୍ୟ୍ୟରେ ଜଡିତ ହୋଇ ରହିବାକୁ ଯାବତୀୟ ପ୍ରକାରେ ବାଟ ଛାଡ଼ିଦିଏ । ସତେଅବା ସଂସାରୀମାନଙ୍କ ଠାରୁ ସମ୍ମାନମାନ ଲାଭକରି ସିଏ ଏତେ ପରିମାଣରେ ପ୍ରୀତହୋଇ ପାରିଥାଏ ଯେ, ସେମାନେ ଯେଉଁଠାରେ ରହିଛନ୍ତି, ସେହିଠାରେ ରହିଥାଆନ୍ତୁ ବୋଲି କେଡ଼େ ନିଷ୍ଠାପର ଭାବରେ ସିଏ ଇଚ୍ଛା କରୁଥାଏ । ସିଏ ଆପେ ଏକାଭଳି କୌଣସି ଅଭିପ୍ରାୟ ହେତୁ ଅତ୍ୟନ୍ତ ରକ୍ଷଣଶୀଳ ହୋଇ ରହିଥାଏ ବୋଲି ଏପରି ନିର୍ମଳ ଭାବରେ ସାମୂହିକ ସଂସାରଜୀବନଟା ମଧ୍ୟ୍ୟ ରକ୍ଷଣଶୀଳ ହୋଇ ରହୁ ବୋଲି ଆରାଧ୍ୟ୍ୟ ନିଜ ଠାକୁରମାନଙ୍କୁ ଜଣାଇବାରେ ଲାଗିଥାଏ କି ?

 

ଅଧ୍ୟ୍ୟାତ୍ଜ କହିଲେ ତ ଧର୍ମତଃ ଏକ ଈଶ୍ୱରୀୟ ସଦା-ଅସନ୍ତୋଷକୁ ହିଁ ବୁଝାଇବା । ସେହିପରି ଗୋଟିଏ ଅନ୍ତର୍ଗତ ଅସନ୍ତୋଷ ଦ୍ୱାରା ତାଡ଼ିତ ହୋଇ ଜଣେ ସଂସାରୀ ଜୀବନର ଦଉଡ଼ିଗୁଡ଼ିକୁ ଛିନ୍ନ କରି ସନ୍ନ୍ୟାସ ଗ୍ରହଣ କରୁଥିବ । ତେଣୁ ନ୍ୟାୟତଃ ଜଣେ ସନ୍ନ୍ୟାସୀର ଅସନ୍ତୋଷ ଆମ ପୁରୁଣା ସଂସାରଟାକୁ ମୋଟେ ଗାଳି ନିଅନ୍ତା ନାହିଁ । ସିଏ ଆପଣାର ସେହି ଆଲୋକିତ ଖାସ୍ ଆଖିଗୁଡ଼ିକ ଦ୍ୱାରା ସଂସାରକୁ ଦେଖନ୍ତା ଏବଂ କେଡ଼େ ସ୍ଵାଭାବିକ ଭାବରେ ଆପଣାକୁ ସଂସାର ମଧ୍ୟ୍ୟକୁ ସଂକ୍ରମିତ କରାଇ ଆଣନ୍ତା । ରକ୍ଷଣଶୀଳ ସଂସାରଟାର ଶୁଶ୍ରୂଷା କରନ୍ତା । ଭିନ୍ନ ରଙ୍ଗର ବସନଟାଏ ପିନ୍ଧି ସେ କଦାପି ସେତିକିରେ ତୃପ୍ତ ହୋଇ ରହି ଯାଆନ୍ତାନାହିଁ । ଆମର ସଂସାରକୁ ସିଏ ଏକ ଅନ୍ୟ ସମ୍ଭାବନାର ଦର୍ପଣ ଉପରେ ଦେଖନ୍ତା, ଭବିଷ୍ୟତର ଦର୍ପଣ ଉପରେ ବର୍ତ୍ତମାନକୁ ଦେଖନ୍ତା । ସନ୍ନ୍ୟାସୀର ଅଧ୍ୟ୍ୟତ୍ଜଟି ଆପଣାର ଯଥାର୍ଥ ଚେତନାରେ ରହିଥିଲେ ସଂସାର କେବେହେଲେ ରକ୍ଷଣଶୀଳ ହୋଇ ରହନ୍ତାନାହିଁ । କେତେଟା ଅଭ୍ୟସ୍ତ ରୀତି ମଧ୍ୟ୍ୟରେ ଜଟିଳତାଯୁକ୍ତ ହୋଇ ରହିବାରେ ତାକୁ ମୋଟେ ଶାନ୍ତି ମିଳନ୍ତା ନାହିଁ । ଆମର ଅଧ୍ୟ୍ୟାତ୍ଜମାନେ ସଂସାରର ଚାହିଦା ଅନୁସାରେ ଆପଣାକୁ ଖାପ ଖୁଆଇ ରହିବାକୁ ମନ କଲେ ହିଁ ଜଟିଳ ହେବାକୁ ଆରମ୍ଭ କରନ୍ତି । ଆମ ଏହି ତଥାକଥିତ ବଡ଼ କଟିଳ ସଂସାରଟି ମଧ୍ୟ୍ୟ ସାହସ କରି ଅଧ୍ୟ୍ୟାତ୍ଜକୁ ମନ କଲେ କେତେ ଅଭାବନୀୟ ପ୍ରକାରେ ସହଜ ମଧ୍ୟ୍ୟ ନହୁଅନ୍ତା ! ଜଟିଳ ସଂସାରକୁ ଏକାବେଳେକେ ଏକ ଅସମ୍ଭବ ପ୍ରକାରେ ଅସମ୍ଭବ ବୋଲି ବିଚାରି ଯେଉଁମାନେ ତାହାକୁ ଛାଡ଼ି ଅଧ୍ୟ୍ୟାତ୍ଜନାମକ ନିଜ ଅନ୍ଦାଜଟିର ଅଧ୍ୟ୍ୟାତ୍ଜଟିଏ ଯାଇ ଧରି ଥାଆନ୍ତି, ନିୟମତଃ ସେହିମାନେ ହିଁ ସେମାନଙ୍କର ଗୈରିକ ଭୁଷାଟିରୁ ସେମାନଙ୍କୁ ସନ୍ନ୍ୟାସୀର ସମ୍ମାନ ପ୍ରଦାନ କଲେ ଖୁବ ବୁଝି ପାରୁଥିଲା ପରି ସେତିକିମାତ୍ରାରେ ଖୁସୀ ହୋଇଯାଆନ୍ତି ଏବଂ ସଂସାରସହିତ ସାଲିଶ୍‌ମାନ କରନ୍ତି । ଆମର ପୃଥିବୀ ହୁଏତ ସେହିପରି ଗୋଟିଏ ସାଲିଶ୍ ହେତୁ ଆପଣାର ସେହି ପୁରୁଣା ଭଉଁରୀଗୁଡ଼ିକ ଭିତରେ ରହି ଘୁରିବାରେ ଲାଗିଛି । ସନ୍ନ୍ୟାସୀମାନଙ୍କ ପ୍ରତି ଅଚଳା ଭକ୍ତି ଦେଖାଇ ପ୍ରୀତି କରି ରଖିଛି । ଗୈରିକ ପରିଚ୍ଛଦଟା ସତେଯେପରି କେଡ଼େ ବଡ଼ ଅଡ଼ୁଆର ସମାଧାନ କରିପାରିଛି ।

 

ତଥାପି, ଏପରି ଏକ ବେଳ ଆସି ପହଞ୍ଚେ, ଯେତେବେଳେ କି ପୁରୁଣାଟା ସତକୁ ସତ ହୋଇଗଲା ଓ ଏଣିକି ତାହା ମୋଟେ ତୃଷା ମେଣ୍ଟାଇ ପାରିବନାହିଁ ବୋଲି ସ୍ପଷ୍ଟ ଦେଖାଯାଏ । ତେଣୁ, ପ୍ରତିବାଦମାନେ ଜନ୍ମଲାଭ କରନ୍ତି । ମାର୍ଗଗୁଡ଼ିକୁ ନେଇ ନୂଆ ନୂଆ ବ୍ୟାଖ୍ୟା ଆରମ୍ଭ ହୁଏ । କ’ଣ ସବୁ କୁହୁଳି ଉଠି ନୂଆ ନେତୃତ୍ୱମାନେ ଜନ୍ମଲାଭ କରନ୍ତି । ସାଧାରଣ ଜନମାନସ ମଧ୍ୟ୍ୟ ସେହି ପୁରୁଣାଟା ଦ୍ୱାରା ଦବି ରହିଥାଏ ଓ କିଛି ହଲଚଲ କାମନା କରୁଥାଏ । ଏବଂ ନୂଆ ନେତୃତ୍ୱର ଏକ ସ୍ୱରାଭାସ ପାଇ-ଉତ୍ସାହିତ ହୋଇଉଠେ । ଏହି ପୁରୁଣା ଛାଞ୍ଚଟା ଏବେ ବଦଳିଯାଉ ବୋଲି ନୂଆ ପବନଦ୍ୱାରା ଫୁଲି ଉଠିଥିବା ନୂଆ ନାରାମାନ ଉଦ୍‌ଘୋଷିତ ହୋଇ ଉଠନ୍ତି । ସତେଅବା ଏଥର ସବୁଦିନ ସକାଶେ ସର୍ବୋତ୍ତମ ମାର୍ଗଟି ଅବଶ୍ୟ ମିଳିଯିବ ବୋଲି ପ୍ରତ୍ୟୟଟିଏ ଚଳନ୍ତି ଜୀବନଟାରେ ଖୁବ୍ ବେଗ ଆଣି ଦିଏ । ସମୟଟା ନାନା ଅପାରଗତାର କାରଣରୁ ଅଧ୍ୟ୍ୟାତ୍ଜରୁ ବିଚ୍ଛିନ୍ନ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ଏହି ଉପସ୍ଥିତ ଉଦ୍‍ବେଳନଟି ଦ୍ୱାରା ତାହା ନିଃସନ୍ଦେହ ଭାବରେ ପୁନର୍ବାର ଅଧ୍ୟ୍ୟାତ୍ଜ ଭିତରକୁ ଲେଉଟି ଆସିବ ବୋଲି ଏକ ଖାସ୍ ଉତ୍ତେଜନା ଚଳନ୍ତିଟାର ଚିତ୍ତଗ୍ରାମଟିକୁ ଅଧିକାର କରି ନେଇଥାଏ । ଏହିପରି ଭାବରେ ନୂଆ ଶାଖା ଓ ପ୍ରଶାଖାମାନଙ୍କର ଆବିର୍ଭାବ ଘଟେ, ନୂଆ ନୂଆ ନାଆଁରେ ଧର୍ମ ତଥା ଅଧ୍ୟ୍ୟାତ୍ଜର ସୃଷ୍ଟି ହୋଇଥାଏ । ଅର୍ଥାତ୍, କେତେଗୁଡ଼ିଏ ନୂଆ ବିଧି ଏବଂ ନିୟମର ନିର୍ଘଣ୍ଟମାନ । ସେଗୁଡ଼ିକର ପାଳନ ହେଲେ ମଣିଷମାନେ ନୂଆ ହୋଇଯିବେ ବୋଲି ବାଜାମାନେ ବାଜି ଉଠନ୍ତି । ଏବଂ ବାରୁଦ ସରିଗଲା ପରି ସେମାନେ ମଧ୍ୟ୍ୟ କ୍ରମେ ଗୋଟାଏ ଗୋଟାଏ ନିଜସ୍ୱ ଗୁଳାରେ ଯାଇ ପଡ଼ିଯାଆନ୍ତି । ପୁନର୍ବାର ଏକ ମୋହଭଙ୍ଗ ଫଳରେ ଅସମର୍ଥ ତଥା ଅସାର୍ଥକ ବୋଲି ପ୍ରତିପାଦିତ ହେବା ପର୍ଯ୍ୟନ୍ତ ।

 

ଅଧ୍ୟ୍ୟାତ୍ଜକୁ ନେଇ ଆମ ପୃଥିବୀରେ ଉତ୍ସାହୀମାନେ କେତେ କେତେ ଗୁଳା ଭିତରେ ପୃଥିବୀକୁ ନେଇ ପକାଇ ଦେଇଛନ୍ତି । ମୂଳଭୂତ ଜୀବନସତ୍ୟ ଗୁଡ଼ିକୁ ନେଇ ଦର୍ଶନଘରର ପ୍ରବୀଣ ଓ ଅତିପ୍ରବୀଣଗଣ କେତେ ତତ୍ତ୍ୱଘନ ଗ୍ରନ୍ଥ ମଧ୍ୟ୍ୟ ଲେଖିଛନ୍ତି । ଅଧ୍ୟ୍ୟାତ୍ଜ ମଧ୍ୟ୍ୟରେ ଏପରି କିଛି ରହିଛି, ଯାହା ଫଳରେ କି ମନୁଷ୍ୟମାନଙ୍କର ପୃଥିବୀସ୍ତରକୁ ଆସି ତାହା ସତେଅବା କ’ଣସବୁ ଦ୍ୱାରା ବାଧ୍ୟ୍ୟ ହୋଇ ଗୁଳାରେ ଆସି ପଡ଼ିଯାଇଛି ଅଥବା ପୃଥିବୀର ମନୁଷ୍ୟସ୍ତରକୁ ଆସି କୌଣସି ଅନ୍ତର୍ଗତ ଅନିବାର୍ଯ୍ୟତା ହେତୁ ଆଧ୍ୟ୍ୟାତ୍ଜିକ ଆହ୍ୱାନମାନେ ଭେଜାଲ ହୋଇ ଯାଉଛନ୍ତି ? ଯଦି ଅଧ୍ୟ୍ୟାତ୍ଜ ନିମିତ୍ତ ପୃଥିବୀ ଯୋଗ୍ୟ ହୋଇ ନଥାଏ, ତେବେ ପୃଥିବୀର ମନୁଷ୍ୟଗଣ କ’ଣ ପାଇଁ ଅଧ୍ୟ୍ୟାତ୍ଜର ଚିନ୍ତା କରିଛନ୍ତି ଏବଂ ତାହାକୁ କାମ୍ୟ ବୋଲି ଅନୁଭବ କରିଛନ୍ତି ? ଏଥିରେ କୌଣସି ସନ୍ଦେହ ନାହିଁ ଯେ ମନୁଷ୍ୟମାନେ ହିଁ ଆପଣା ଭିତରୁ ଉଦ୍‍ବୁଦ୍ଧ ହୋଇ ଅଧ୍ୟ୍ୟାତ୍ଜର ଚିନ୍ତା କରିଛନ୍ତି; ପାଦଦେଶରେ ଅବସ୍ଥିତ ରହି ମନୁଷ୍ୟ ଶିଖରର କଳ୍ପନା କରିଛି । ପାଦଦେଶର ତା’ ଜୀବନଟି ହିଁ ତା’ ଭିତରେ ଏବଂ ତା’ ବାହାରେ ଶିଖରଟିକୁ ଦେଖି ପାରିଛି । ଏବଂ, ଶିଖରଟିରେ ଯାଇ ପହଞ୍ଚି ପାରିବା, ତାହାହିଁ ପାଦଦେଶସ୍ଥ ତା’ ଜୀବନାନ୍ୱେଷଣର ଏକ ଉଲ୍ଲାସପ୍ରଦ କାମ୍ୟରେ ପରିଣତ ହୋଇ ପାରିଛି । ଏହି ପାଦଦେଶଟିର ଗଭୀରତମ ଆବେଦନଟି ଭିତରେ ତାକୁ ସେହି ଶିଖରଟି ପ୍ରକୃତରେ ଦୃଷ୍ଟିଗୋଚର ମଧ୍ୟ୍ୟ ହୋଇଛି କି ? ଶିଖରଟି ତ ଏପରି ଏକ ଚେତନାସ୍ଥିତି, ଯେଉଁଠାରୁ କି ପାଦଦେଶଟିକୁ ଦେଖିହେବ, ଅଙ୍ଗେ ନିଭାଇହେବ ଓ ବଞ୍ଚି ହେବ । ପାଦଦେଶରୁ କ’ଣ ସବୁ ସ୍ଥୂଳବୁଦ୍ଧିର ପ୍ରକୋପ ହେତୁ ଶିଖରକୁ ପଳାୟନ କରିବା, ସେଇଟିକୁ କୌଣସି ସୁସ୍ଥ ନ୍ୟାୟ ରୀତିଟିଏ ବୋଲି ତେଣୁ କେବେହେଲେ ସ୍ୱୀକାର କରିବ ନାହିଁ । ତେଣୁ, ନିଜ ଭିତରେ ଆପଣାର ଭୂମଟି ଉପରେ ଛିଡ଼ା ହୋଇ ଶିଖରର ଆସ୍ଫୃହାରେ ନିଜକୁ ଉତ୍‌ପ୍ରେରିତ କରି ରଖିବା, ସେଇଟି ହେଉଛି ଅଧ୍ୟ୍ୟାତ୍ଜ । ଅର୍ଥାତ୍, ପ୍ରଧାନତଃ ଏକ ଆର୍ତ୍ତ ଅନ୍ୟବୁଦ୍ଧି ଦ୍ୱାରା ପରିଚାଳିତ ହୋଇ ଆମେ ଯେତେବେଳେ ଯେତିକିରେ ରହିଛୁ ସେତିକି ଭିତରେ ହିଁ କାନ୍ଥ ଉଠାଇ ଏବଂ ଖୁଣ୍ଟମାନଙ୍କୁ ପୋତି ନିଜ ପାଇଁ ସ୍ଥାୟୀ ତୃପ୍ତିଦାୟକ ବାସଟିଏ ନିର୍ମାଣ କରି ରହିଯିବା ପାଇଁ ଇଚ୍ଛା କରୁ, ସେତିକିବେଳେ ହିଁ ଆମକୁ କେତେଟା ବିଧି ମାନି ତାହାକୁ ହିଁ ଧର୍ମୀୟ ବୋଲି କହିବାକୁ ଭାରି ଭଲ ଲାଗେ ।

 

ହଁ, ଖୁବ୍ ସ୍ଫୂର୍ତ୍ତି ମିଳେ ଏବଂ ଆମର ସେହିମାର୍କା ଚାହିଦାମାନଙ୍କର ପୂର୍ତ୍ତି ନିମନ୍ତେ ସଂପ୍ରଦାୟମାନେ ସୃଷ୍ଟ ହୁଅନ୍ତି । ମନୁଷ୍ୟମାନଙ୍କୁ କେବଳ କେତେଗୁଡ଼ିଏ ବିଧି ଏବଂ ବିଧିମାନ ପାଳନ କରୁଥିବା ବାଧ୍ୟ୍ୟ ପ୍ରାଣୀତୁଲ୍ୟ କଳ୍ପନା କରୁଥିବା ତଦନୁରୂପ ମାର୍ଗୀୟମାନଙ୍କର ଆଦୌ କୌଣସି ଅଭାବ ହୁଏନାହିଁ । ପୃଥିବୀରେ ଅଧ୍ୟ୍ୟାତ୍ଜକୁ ନେଇ ମୋଟେ କୌଣସି ଗୋଳ ଘଟେନାହିଁ । ଉପବୀତମାନେ ଭିନ୍ନ ହୋଇଥିଲେ ମଧ୍ୟ୍ୟ ସମସ୍ତେ ଅବଶ୍ୟ ଗୋଟିଏ ଅଧ୍ୟ୍ୟାତ୍ଜର ଆହ୍ୱାନ ଭିତରେ ଯେ ଏକତ୍ର ହୋଇ ପାରନ୍ତେ, ଏଥିରେ କୌଣସି ସନ୍ଦେହର ଅବକାଶ କାହିଁକି ବା ରହିବ ? ଅଧ୍ୟ୍ୟାତ୍ଜର ପଥଟି କ’ଣ ପ୍ରକୃତରେ ଏଡ଼େ କଷ୍ଟକର ଯେ ସେଥିଲାଗି ଭୟ କରି ପୃଥିବୀ ତମାମ ଏତେ ଏତେ ଲୋକ ଏହି ନିର୍ଦ୍ଦିଷ୍ଟ ସଂପ୍ରଦାୟଗୁଡ଼ିକୁ କାମୁଡ଼ି ରହିଛନ୍ତି ? କେଡ଼େ ଖାସ୍‍ ଭାବରେ ଆକର୍ଷକ ସତେ ଏହି ସଂପ୍ରଦାୟ ଗୁଡ଼ିକର ପରିଚ୍ଛଦକୁ ପରିଧାନ କରି ପୃଥିବୀରେ ଲାଗି ରହିଥିବା ଏହି ଯାବତୀୟ ଗୋଳ ଏବଂ ବିଧିମାନଙ୍କୁ ମାନିବାର ଏହି ଯାନ୍ତ୍ରିକ ନିଷ୍ଠା ଇତ୍ୟାଦି ! କେତେ ଗୁରୁ ମଣିଷମାନେ ଏତିକି ଭିତରେ ରହିଥାଆନ୍ତୁ ବୋଲି ଯେ ଆପଣାର ଏହିଜାତି ବିଦ୍ୟାଗୁଡ଼ିକୁ ନେଇ ଅଧିପତି ହୋଇ ବସି ରହିଛନ୍ତି, ମନୁଷ୍ୟମାନେ ଅଧ୍ୟ୍ୟାତ୍ଜକୁ ମନ କଲେ ଏବଂ ସେହି ମୁତାବକ ଆଗକୁ ଆଗକୁ ପାଦ ପକାଇଲେ ପୃଥିବୀଟା ପୂରା ଦୋହଲିଯିବ ବୋଲି ଖୁବ୍ ଭୟ କରୁଥାନ୍ତି କି ? ଯାବତୀୟ ଅଧ୍ୟ୍ୟାତ୍ଜ ଦୂରତାକୁ ହଟାଇଦିଏ, ବନ୍ଧୁ ଭଳି ସାଙ୍ଗରେ ଚାଲିବା ପାଇଁ ଆମନ୍ତ୍ରଣ ଜଣାଏ । ପୃଥିବୀରେ ସବୁ ମଣିଷ ବାଟ ଚାଲିଲେ, ନିଜ ଭିତରୁ ଜୀବନର ସତ ଜିଜ୍ଞାସାଗୁଡ଼ିକୁ ମନ କଲେ ସେମାନେ ସେହି ସନ୍ତକ କେତେଟା ମଧ୍ୟ୍ୟରେ ଆୟତ୍ତ ହୋଇ ରହିଥିବା ପୁରୁଣା ନାଟକଗୁଡ଼ାକ ମଧ୍ୟ୍ୟରେ କଦାପି ତୃପ୍ତିଲାଭ କରି ରହି ଯାଆନ୍ତେ ନାହିଁ । ଏହି ସନ୍ତକ, ଶାସ୍ତ୍ର ଏବଂ ବିଧିପାଳନ ନଥିଲେ ନିଜ କଳ୍ପନାର ଅଧ୍ୟ୍ୟାତ୍ଜନାମକ ଧର୍ମଟାର ଆଉ କୌଣସି ଚମକ ରହନ୍ତାନାହିଁ ବୋଲି ଆମ ଚଉପାଢ଼ୀମାନେ ଆଶଙ୍କା କରୁଥାନ୍ତି ବୋଲି ଅଧ୍ୟ୍ୟାତ୍ଜଆଡ଼େ ଉଦାସୀନ ହୋଇ ରହିଥାଆନ୍ତି । ଅଧ୍ୟ୍ୟାତ୍ଜ ଅପେକ୍ଷା କରୁଥାଏ । ମଣିଷଠାରେ ଏବଂ ମଣିଷମାନଙ୍କର ଏହି ପୃଥିବୀଟି ଉପରେ ଏକ ବିଶ୍ୱାସ ରଖିଥାଏ । ବୋଲି ଅପେକ୍ଷା କରିଥାଏ ।

 

ଯେତେବେଳେ ଗୋଟିଏ ନୂଆ ଜୀବନ-ପରିମଳର ଉପସ୍ଥାପନା କରି ଏକ ନୂତନ ମାର୍ଗ ଆପଣାର ଘୋଷଣା କରେ, ସେତେବେଳେ ପ୍ରକୃତରେ ଗୋଟିଏ ନୂଆ କିଛି ଖୋଲି ଯିବାପରି ଅନୁଭବ ହେଉଥାଏ । ପୁରୁଣା ପୋଖରୀଗୁଡ଼ାକର ଏକ ପଙ୍କୋଦ୍ଧାର ହେବାକୁ ଯାଉଛି ବୋଲି ଆଶା କରା ବି ଯାଉଥାଏ । ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ, ଆପଣାକୁ ନିଜ ପରିଚୟରେ ଚିହ୍ନାଇ ଦେବାପାଇଁ ପ୍ରତ୍ୟେକ ନୂତନ ଅଧ୍ୟ୍ୟାତ୍ଜ ତଥା ଧର୍ମ-ଆଲୋଡ଼ନର ଆପଣାର କେତୋଟି ସନ୍ତକ ଏବଂ ବିଧିବିଧାନ ଅବଶ୍ୟ ରହିବ । ତଥାପି ପ୍ରାୟ ସଚରାଚର କାହିଁକି ଏପରି ହୋଇଥାଏ ଯେ, ପ୍ରାୟ ଚାହୁଁ ଚାହୁଁ ସେହି ସନ୍ତକ ଏବଂ ବିଧାନମାନେ ହିଁ ସବାବଡ଼ ହୋଇ ଦେଖାଯାଆନ୍ତି ଓ ଅସଲ ମଞ୍ଜ ସତ୍ୟଟି ଗୌଣ ହୋଇ ଆସିଥାଏ ! ଭିତରେ ହୁଏତ କିଛି ବଦଳି ନଥାଏ, ଅଥଚ ସତେଅବା ପ୍ରାଣଟାକୁ ଢାଙ୍କି ରଖି ବରବାରୀ ଆଭରଣମାନେ ହିଁ ମୁଖ୍ୟ ହୋଇ ରହିଥାଆନ୍ତି । ଦୁର୍ଯୋଗକୁ ଅନୁରୂପ ଗୁରୁମାନେ ମଧ୍ୟ୍ୟ ବାହାରି ଆସନ୍ତି ଯେଉଁମାନେ କି ସେହି ଆଭରଣମାନଙ୍କୁ ହିଁ ଅଧିକ ଜରୁରୀ ବୋଲି କହନ୍ତି ଓ ସେହିଗୁଡ଼ିକୁ ନେଇ ଅଧିକ ବିଚକ୍ଷଣତା ପ୍ରଦର୍ଶନ କରନ୍ତି । ଭାରି ଅନ୍ୟମନସ୍କ କରନ୍ତି ସେମାନେ । ଅସଲ ମାପକାଠି ଗୁଡ଼ାକୁ ଭୁରାଡ଼ି ରଖିଥାଆନ୍ତି । ବାହାରର ସାଧନସାମଗ୍ରୀ ଗୁଡ଼ାକୁ ସତେଅବା ଅଧ୍ୟ୍ୟାତ୍ଜଘରର ଖାସ୍ ଦ୍ରବ୍ୟ ବୋଲି ଘୋଷଣା କରି ପ୍ରଶସ୍ତିମାନ ଲେଖା ହୋଇ ପ୍ରଚାରିତ ହୋଇଥାଏ । ଆମ ହିନ୍ଦୁଧର୍ମରେ ସେହିପରି ଏକ ମତଲବରେ ତୁଳସୀ ମହାତ୍ଜ୍ୟ, ଏବଂ କେତେ କେତେ ସୁଖ ଓ ସୌଭାଗ୍ୟ ପ୍ରଦାନ କରୁଥିବା ପୂତ ଗଙ୍ଗାଜଳର ମଧ୍ୟ୍ୟ ଏତେ ଏତେ କାହାଣୀର ଚର୍ଚ୍ଚା କରାଯାଇଛି କି ? ଆହୁରି ଏକାଧିକ ଧର୍ମରେ ମଧ୍ୟ୍ୟ ଅନୁରୂପ ଉପନ୍ୟାସମାନଙ୍କର ରଚନା କରାଯାଇଛି । ଧର୍ମବାଟରେ କେତେଟା ବୋଲ ମାନିବାକୁ ଗୁଡ଼ାଏ ପୁଲକରେ ଅଧ୍ୟ୍ୟାତ୍ଜ ବୋଲି କହି ଖୁବ୍ ଉଞ୍ଚା କରି ରଖାଯାଇଛି ।

 

ତେଣୁ, ଗୋଟିଏ ଗୋଟିଏ ଉନ୍ମୋଚନକୁ ମୂଳ ପ୍ରେରଣା ରୂପେ ମାନି ଭଳି ଭଳି ଶାଖା ତଥା ସଂପ୍ରଦାୟର ଉନ୍ମେଷଣା ହୋଇଛି । ସେଥିରେ ଆପତ୍ତି କରିବା ସକାଶେ କୌଣସି କାରଣ ରହିବା ମୋଟେ ଆବଶ୍ୟକ ହୁଅନ୍ତା ନାହିଁ । ମାତ୍ର, ଶାଖା ଏବଂ ଗୁଳାଗୁଡ଼ିକୁ ନେଇ ଏତେ ବିବାଦ କାହିଁକି ଲାଗିରହିଛି ? ଯଦି ଶାଖା ଏବଂ ସଂପ୍ରଦାୟମାନେ ସତକୁ ସତ ଆପଣାଦ୍ୱାରା ସ୍ୱୀକୃତ ବାଟଗୁଡ଼ିକୁ ଚାଲିବେ, ତେବେ ସେହିସବୁଯାକ ଲାଗି ଯଥେଷ୍ଟ ଭୂଇଁ ଅବଶ୍ୟ ମିଳିପାରନ୍ତା । ମୁଁ ଯେପରି ମୋ’ର ମାର୍ଗଟି ଉପରେ ବାଟ ଚାଲୁଛି, ମାର୍ଗଅନୁରାଗୀ ଅନ୍ୟ ସମସ୍ତେ ମଧ୍ୟ୍ୟ ସେହିପରି ଗୋଟିଏ ଗୋଟିଏ ବାଟ ମଧ୍ୟ୍ୟ ଚାଲୁଛନ୍ତି କଥାଟିକୁ ଦେଖି ବସ୍ତୁତଃ ମୁଁ ବରଂ ପୁଲକିତ ହୁଅନ୍ତି । ତେବେ, ସେହି ଚାଲିବାଟିକୁ ନେଇ ମାର୍ଗ ମାର୍ଗ ମଧ୍ୟ୍ୟରେ ଏତେ ଏତେ ଦ୍ୱେଷ କାହିଁକି, –ସେହି ଦ୍ୱେଷର କୌଣସି ଅବକାଶ ହିଁ ରହନ୍ତାନାହିଁ । ଅସଲ ପ୍ରାଣନେତ୍ରଟିର ଅନୁସନ୍ଧାନ ନକରି ଯେତେବେଳେ ମୁଁ କୌଣସି ଅନ୍ୟ ଦାରିଦ୍ର୍ୟର କ୍ଷତିପୂରଣ କରୁଥିଲା ପରି ଅନ୍ୟ ପଥସ୍ଥମାନଙ୍କର ବିଚାର କରିବାରେ ପ୍ରବୃତ୍ତ ହୁଏ, ସେତିକିବେଳେ ହିଁ ଗୋଳଗୁଡ଼ାକ ପ୍ରଶ୍ରୟ ପାଆନ୍ତି । ରୀତି ତଥା ଶୈଳୀ ଯେତେ ଭିନ୍ନ ଭିନ୍ନ ହୋଇଥାଉ ପଛକେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆପଣାର ଏକ ଲକ୍ଷ୍ୟକୁ ସମ୍ମୁଖରେ ରଖି ଜୀବନର ନିଜ ସଦାଆହ୍ୱାନମୟ ବାଟଟିକୁ ଚାଲୁଥିବା ପଥିକ ଆମେ ଧର୍ମତଃ ଖୁସୀ ହିଁ ହୁଅନ୍ତେ ଏବଂ ପରସ୍ପର ଠାରୁ ବହୁତ ବଳ ପାଆନ୍ତେ । ଏହି ସଂସାରଟିକୁ ତେଣୁ ପଥମାନ ଚାଲୁଥିବା ବ୍ୟକ୍ତିମାନଙ୍କର ଗୋଟିଏ ବିରାଦରୀ ରୂପେ ଗ୍ରହଣ କରନ୍ତେ । କିନ୍ତୁ, ତାହା ନକରି ଆମେ ଯେ ପରସ୍ପର ସହିତ ରହିଥିବା ଫରକମାନଙ୍କୁ ଦେଖୁ ଏବଂ କଳହ କରିବାରେ ଲାଗିଥାଉ, ତଦ୍ଦ୍ୱାରା ସଂସାରଟିକୁ ଆମେ ବହୁପ୍ରକାରେ ବିଡ଼ମ୍ବନା ମଧ୍ୟ୍ୟରେ ପକାଇ ରଖୁଥାଉ ।

 

ତେଣୁ, ଘରଟାକୁ ଖଣ୍ଡିଆ କରି ଦେଖୁ । ଇପ୍ସିତ ପରମ ସମ୍ପଦଟିକୁ ନିଜର ନିର୍ବୋଧତାପୂର୍ଣ୍ଣ ଉତ୍ତାପଗୁଡ଼ାକ ଦ୍ୱାରା ସନ୍ତାପିତ କରି ରଖିଥାଉ । ନିଜକୁ ଭାରି ମୁର୍ଖ ଭାବରେ ଖଣ୍ଡିଆ କରି ବି ରଖୁ । ସେହି ଆଉମାନେ କେଡ଼େ ଖଣ୍ଡିଆ ବୋଲି ଏଡେ ବଡ଼ ପାଟିରେ କହିବାରେ ଗୋଟାଏ ଜାନ୍ତବ ଖୁସୀ ଅନୁଭବ କରୁଥାଉ ବୋଲି ଆମେ ନିଜର ଖଣ୍ଡିଆଟା ଉପରେ ଆଖି ପକାଉନାହିଁ କି ? ଏକ ଫମ୍ପା ମୁକ୍ତିର ସେହି ମିଛ ବାଉଳାଟା ଭିତରେ ବଡ଼ ଅସ୍ୱାଭାବିକ ଭାବରେ ସ୍ଥୂଳ ହୋଇ ରହିଥାଉ । ଆମର ସତ ବିବେକଟା ସବୁବେଳେ ତ କହିବ ଯେ, ଏହି କ୍ଷେତ୍ରଟିରେ ମେଳ ରହିଥିବ, ଅମେଳ ମଧ୍ୟ୍ୟ ରହିଥିବ । ତଥାପି, ଏକ ସୁସ୍ଥ ଆଖି ମେଳମାନଙ୍କୁ ଆଗ ଦେଖିବ ଏବଂ ସେହିଟି ବଳରେ ଏହି ପୃଥିବୀରେ ଆପଣାର ଆସ୍ଫୃହାଗୁଡ଼ିକୁ ବଞ୍ଚିବାରେ ସର୍ବଦା ହିଁ ଜୀବନର ପ୍ରକୃତ ନିଷ୍ଠାଘର ଗୁଡ଼ିକର ନିକଟବର୍ତ୍ତୀ ହୋଇ ଆସୁଥିବ । ଆପଣାକୁ ଅଧିକରୁ ଅଧିକ ପ୍ରତ୍ୟୟଯୁକ୍ତ ଭାବରେ ଧନାଢ଼୍ୟ କରି ପାରୁଥିବ । ଆମ ପୃଥିବୀରେ ମାର୍ଗ ଏବଂ ସଂପ୍ରଦାୟଗୁଡ଼ିକ ଯେ ପରସ୍ପରକୁ ଈର୍ଷା କରି ଏତେ ଖୁସୀ ପାଆନ୍ତି, ସମ୍ଭବତଃ ତାହାର କାରଣ ହେଉଛି ଯେ ନିଜର ମାର୍ଗଗୁଡ଼ିକୁ ମଧ୍ୟ୍ୟ ପୂର୍ଣ୍ଣ ଅନ୍ତରଙ୍ଗତା ସହିତ ସେମାନେ ସ୍ୱୀକାର କରିନେଇ ପାରିନଥାନ୍ତି, ନିଜର ଈଶ୍ୱରଙ୍କ ପାଖରୁ ଲୁଚି ବୁଲୁଥାନ୍ତି ଏବଂ ନିଜ ଜୀବନରେ ସେଇଟିକୁ ହିଁ ବାସ୍ତବ ଶ୍ରେୟପ୍ରାୟ ଗ୍ରହଣ କରି ନେଇଥାନ୍ତି । କେବଳ ଜଗତ ପାଖରେ ନୁହେଁ, ଏମାନେ ନିଜ ପାଖରେ ମଧ୍ୟ୍ୟ ବଡ଼ ସ୍ପର୍ଶକାତର ହୋଇ ରହିଥାନ୍ତି । ସେମାନେ ଆଦୌ ଧରା ଦେଇ ନଥାନ୍ତି । ଅଧ୍ୟ୍ୟାତ୍ଜର କାହାଣୀଟିରେ ମଧ୍ୟ୍ୟ ସେହି କାରଣରୁ ହିଁ ଏକ ସାଲିସ୍ କରିବାର ପ୍ରକ୍ରିୟା ଲାଗି ରହି ଥାଏ । ସାଲିଶ୍ କରି ରହିବା, ଅର୍ଥାତ୍ ଯେଉଁଠାରେ ସେହିଠାରେ ସତେଅବା ଗୋଟାଏ ମିଛ ଭୂଇଁକୁ କାମୁଡ଼ି ଜୀବନକୁ ଅତିବାହିତ କରୁଥିବା । ଗୋଟାକଠାରେ ଗୋଟାଏ ପ୍ଲାବନ ଆସି ପହଞ୍ଚୁଥିବ, ଗତିଶୀଳ ହେବାପାଇଁ ଆହ୍ୱାନ ଦେଇ ଯାଉଥିବ,–ଭିତରୁ ତଥା ବାହାରୁ ସତ୍ୟମାନେ ଆହ୍ୱାନମାନ ଦେଉଥିବେ ଓ ତଥାପି ଆମକୁ କେହି ଅଙ୍କୁଶ ମାରି ଚେତାଇ ଦେଉ ନଥିବେ । ଆମେ କେବଳ ହରାଇବାରେ ଲାଗିଥିବା ଏବଂ ତଥାପି ସବୁକିଛି ଠିକ୍ ଅଛି ଏବଂ ସବୁକାଳ ଲାଗି ଏହିପରି ହୋଇ ରହିବ ବୋଲି ଆପଣାକୁ ସାନ୍ତ୍ୱନା ଦେଉଥିବା ।

 

ଭାରତବର୍ଷର ଯୋଗମାର୍ଗମାନେ ମଧ୍ୟ୍ୟ ସେହି ସାଲିଶ୍‌ଟିକୁ କରିଛନ୍ତି । ସେହି ମାର୍ଗମାନେ ଭାରତୀୟ ସାଧନାର ପ୍ରାୟ ସେହି ଆରମ୍ଭକାଳରୁ ରହି ଆସିଛନ୍ତି । ପ୍ରସିଦ୍ଧ ଶାସ୍ତ୍ରକାରମାନେ ମାର୍ଗଗୁଡ଼ିକ ବିଷୟରେ ପ୍ରାମାଣିକ ଶାସ୍ତ୍ରମାନ ବଖାଣି ଯାଇଚନ୍ତି । ଖୁବ୍ ସମ୍ଭବ ଋଷିମାନେ ହିଁ ସେହି ଶାସ୍ତ୍ରଗୁଡ଼ିକର ପ୍ରଣୟନ କରିଛନ୍ତି । ଋଷି ଅର୍ଥାତ୍ ସଂସାରତ୍ୟାଗୀ, ସଂସାରକୁ ଅସାର କାଣି ଛାଡ଼ି ଚାଲି ଯାଇଥିବା ମହାନ୍ ମୁକ୍ତିକାମୀଗଣ । ସଂସାର ପାଖରୁ ଓହରି ଯାଇ ସେମାନେ ସଂସାର ଉପରେ ବିଜୟ ହାସଲ କରିଛନ୍ତି । ଏବଂ ସଂସାର ସହିତ ସହାବସ୍ଥାନମାନ ଲୋଡ଼ିଛନ୍ତି । ମୁକ୍ତି କେବଳ ଏକ ବ୍ୟକ୍ତିଗତ ଜୀବନର । ଏହି ଜୀବନକୁ ଜଣେ ମୁକ୍ତି-ଅନୁରାଗୀ ଶମ ଦମ ଆଦି ଶୃଙ୍ଖଳା ଦ୍ୱାରା ବଳିଷ୍ଠ ଓ ଟାଣ କରି ରଖିବ, ମାତ୍ର କେବଳ ଏକ ଦୂରତାକୁ ଆଦରି ନେଇ-। ଆସନ, ପ୍ରାଣାୟାମ ଇତ୍ୟାଦି ନେଇ ତା’ ଶରୀର ନୀରୋଗ ହେବ, ସୁସ୍ଥ ଏବଂ ତେଜୋମୟ ହେବ । ପ୍ରାୟ ସବୁଯାକ ଉଦ୍ଦେଶ୍ୟ ହେଉଛି ଯେ ସିଏ ଏହି ପୃଥିବୀକୁ ଆସିବନାହିଁ, ସ୍ଵର୍ଗନାମକ ଏକ ଅଚିନ୍ତାପୁରରେ ପରମ ସୁଖରେ ଯାଇ ରହିବ । ଅର୍ଥାତ୍ ଏପରି ଏକ ମାୟାବାଦ, ଯାହା ସଂପୂର୍ଣ୍ଣ ନ୍ୟାୟରେ ସକାରାତ୍ମକ ପ୍ରାୟ ପ୍ରତୀକ ହେଉଥିବ । ଏକ ମନୁଷ୍ୟାତ୍ମାର, ତୋ’ର ମୋ’ର ଓ ଆମ ସମସ୍ତଙ୍କର ଅସଲ ଥାନଟି ଆଦୌ ଏଠି ନୁହେଁ, ସେଠି । ତେଣୁ ଏଠାରେ ଜନ୍ମ ହୋଇ ଅସଲ କୌଣସି ମୋହଭଙ୍ଗ ଦ୍ୱାରା ଏହି ପୃଥିବୀରେ ତଥାପି ସକଳ ବିବେକରେ ଅଲଗା ହୋଇ ରହିବା, ଏହାକୁ ତୁମେ କଦାପି ଏକ ପଳାୟନ ବୋଲି କହି ପାରିବନାହିଁ, ବରଂ ଏକ ପ୍ରଜ୍ଞାଯୁକ୍ତ କାର୍ଯ୍ୟ ବୋଲି ହିଁ କହିବ ।

 

ଭାରତବର୍ଷରେ ଯୋଗସାଧନାର ପ୍ରକରଣଟି ସେହି ସାଲିଶ୍‍ଟିକୁ ହିଁ ଏକ ଯୁକ୍ତିଯୁକ୍ତ ପ୍ରଜ୍ଞା ବୋଲି ଗ୍ରହଣ କରିନେଲା । ଯେକୌଣସି ପ୍ରକାରେ ହେଉ ପଛେ ସଂସାରିକତା ନାମକ ଏହି ସାଧାରଣ କ୍ରିୟାଯୁକ୍ତତାରୁ ଜଣେ ଯୋଗୀ ନିଜକୁ ଦୂରବର୍ତ୍ତୀ କରି ରଖିବ । ଜୀବନବନ୍ଧନର ଯାବତୀୟ ଆହ୍ୱାନକୁ ପରିହାର କରିବ । ତେବେଯାଇ ପୂର୍ଣ୍ଣ ଶାନ୍ତିର ଅଧିକାରୀ ହେବ । ଗୁରୁମାନେ, ସିଦ୍ଧିପ୍ରାପ୍ତ ଆତ୍ଜାମାନେ କେବଳ ସାନସାନ ଶିକ୍ଷାର୍ଥୀମଣ୍ଡଳକୁ ଶିକ୍ଷାଦାନ କରିଥିଲେ । ଏକ ଅନୁରୂପ ପରମ୍ପରାର ଅଧୀନ ହୋଇ କୃପଣ ହୋଇଗଲେ । ବେଳେବେଳେ ସାଧନାର ବାର୍ତ୍ତାଗୁଡ଼ିକ ବିଶେଷ ଉତ୍ସାହ ଲାଭ କରି ହୁଏତ ଏକ ବୃହତ୍ତର ଆନ୍ଦୋଳନର ଭ୍ରମ ଅବଶ୍ୟ ସୃଷ୍ଟି କରୁଥିଲେ ସତ, ତଥାପି ସେହିସବୁ କ୍ଷେତ୍ରରେ ମଧ୍ୟ୍ୟ ବ୍ୟକ୍ତି-ଆତ୍ଜାର ମୁକ୍ତିଲାଭ କରାଇବାହିଁ ଉଦ୍ଦେଶ୍ୟ ହୋଇ ରହିଥିଲା ଏବଂ, ଏହି ଯାବତୀୟ ଅବସରରେ ମଧ୍ୟ୍ୟ ସର୍ବପ୍ରକାରେ ଏକ ଅଚଳ ମାଦଳ ପରି ପଡ଼ି ରହିଥିବା ସମାଜଟି ସହିତ ଯୋଗସାଧନାର ସେହି ମୂଳ ସାଲିଶ୍‍ଟା ହିଁ ସର୍ବଥା ବଜାୟ ରହିଥିଲା । ସାଲିଶ୍‌ଟି ହୁଏତ ଆମ ଏକାଳେ ମଧ୍ୟ୍ୟ ବେଶ୍ ବଜାୟ ରହିଛି । ଯୋଗର ଏକ ଖଣ୍ଡିଆ ଅର୍ଥ କରି ଏବେ ସମାଜ ମଧ୍ୟ୍ୟ ତାହାର ଚର୍ଚ୍ଚା କଲାଣି ଓ ଭଳି ଭଳି ଆଗ୍ରହ ଦେଖାଉଛି । ସଂସାର ଭିତରୁ ପଳାଇଯିବା ନିମନ୍ତେ ନୁହେଁ, ଏହି ସଂସାରିକ ଜୀବନକୁ ସମ୍ଭବତଃ ଅଧିକ ନିପୁଣ ଭାବରେ ଭୋଗ କରି ପାରିବା ସକାଶେ । ବଜାରରେ ସେମାନଙ୍କର ଏହି ଯୋଗନାମକ ପଣ୍ୟଟିର ଚାହିଦା ବୃଦ୍ଧି ପାଉଥିବାର ଦେଖି ଭାରବର୍ଷରୁ ଓସ୍ତାଦମାନେ ଆମେରିକାରେ ମଧ୍ୟ୍ୟ ଯାଇ ପହଞ୍ଜିଲେଣି ଏବଂ ସେଠାରେ ଜନସେବା କରୁଛନ୍ତି । ଏଇଟି ହେତୁ ଲାଭ ଏବଂ କ୍ଷତି ପ୍ରକୃତରେ କେତେ କ’ଣ ହେଉଛି, ତାହାର ହିସାବ କରିବାଲାଗି ଉତ୍ସାହିତମାନଙ୍କର ସମୟ ନାହିଁ । ଆପଣାର ଅଙ୍କଟି ଅନୁସାରେ ଲାଭବାନ୍ ହେଉଥିବା ସରାଗୀମାନଙ୍କର ସମୟ ନାହିଁ ବା ଯୋଗକୁ ବହୁଜନଗ୍ରାହ୍ୟ କରିବାର ନୂଆ ଭୂମିକାମାନ ଗ୍ରହଣ କରୁଥିବା ଅଭିଜ୍ଞମାନଙ୍କର ବି ସମୟ ନାହିଁ ।

 

ଏବଂ, ଏପରି ସାଲିଶ୍‌ଟିଏ ହେବା ଫଳରେ ଯାହାସବୁ ମିଳିଲା ଅଥବା ହରାଇବାକୁ ପଡ଼ିଲା, ଆଖି ଦୁଇଟିକୁ ବୁଲାଇ ଆଣିଲେ ସେକଥାଟି ନିଶ୍ଚୟ ସ୍ପଷ୍ଟ ହୋଇଯିବ । ସେଇଟିର ପରିଣାମ ସ୍ୱରୂପ ଭାରତରେ ଏପରି ଏକ ସମାଜ ସତେଅବା ସ୍ଥାୟୀ ଭାବରେ ଗଢ଼ିହୋଇ ଆସିଲା ଯାହାକି ଆଧ୍ୟ୍ୟାତ୍ଜିକତାକୁ ଏକ ଠାକୁର ଭଳି ପୂଜା କରିବାକୁ ଆରମ୍ଭ କଲା ଏବଂ ସେତିକିକୁ ସୁରକ୍ଷିତ କରି ରଖିଥିଲା । ସତେଅବା ଏକ ଖାସ୍ ଦୁର୍ଗ ଭିତରେ ଉଚ୍ଚତମ ଆଧ୍ୟ୍ୟାତ୍ଜିକ ଆଦର୍ଶ ନିଜକୁ ତଦ୍ୱାରା ଏକ ନିରାପଦ ପ୍ରତିଷ୍ଠା ଦେଇ ପାରିଥିଲା ଏବଂ ଗୋଟାସୁଦ୍ଧା ଶୁଦ୍ଧ ହୋଇ ରହିଲା ଏବଂ ଚତୁର୍ଦ୍ଦିଗସ୍ଥ କୌଣସି ଶକ୍ତି ତାହାକୁ ଆଦୌ କାବୁ କରିନେଇ ପାରିଲା ନାହିଁ । ଏହାକୁ ଏକ ପୂର୍ଣ୍ଣ ବିଜୟ ବୋଲି ନକହି ତଥାପି ସାଲିଶ୍ ବୋଲି କହିବାକୁ ହେବ । ଭାରତବର୍ଷର ଭୌତିକ ଜୀବନ ତାହାଦ୍ଵାରା ଆପଣାର ଅଭିବୃଦ୍ଧି ନିମନ୍ତେ ନିଜ ଭିତରୁ କୌଣସି ଦିବ୍ୟ ଅନୁପ୍ରେରଣା ପାଇ ପାରିନଥିଲା । ଏବଂ ଅପର ପକ୍ଷରେ ଆଧ୍ୟ୍ୟାତ୍ଜିକଟା ମଧ୍ୟ୍ୟ ଅଲଗା ହୋଇ ରହିବା ଫଳରେ ନିଜର ଉଚ୍ଚତା ଏବଂ ଶୁଦ୍ଧତାକୁ ବଜାୟ ରଖି ପାରିଲା ସତ, କିନ୍ତୁ ପୃଥିବୀ ଲାଗି ଆପଣାର ସକଳ ଶକ୍ତିକୁ ହରାଇ ବସିଥିଲା । ଆଉ ପୃଥିବୀର କୋଣସି କାର୍ଯ୍ୟରେ ଲାଗି ପାରିନଥିଲା । ତେଣୁ, ଏହିପରି ଭାବରେ ସତେଅବା ଦୈବର କୌଣସି ବରାଦ ହେତୁ ଯୋଗୀ ଓ ସନ୍ୟାସୀମାନଙ୍କର ଏହି ଦେଶ ଗୋଟିଏ ପର୍ଯ୍ୟାୟ ଯାହାର ପ୍ରତ୍ୟାଖ୍ୟାନ ହିଁ କରିଥିଲା, ସେହି ଉପାଦାନଟି ସହିତ ସଂପର୍କ ସ୍ଥାପନ କରିବାକୁ ଅପରିହାର୍ଯ୍ୟ ବୋଲି ଜାଣିଲା । ଏକ ଗତିଶୀଳ ସମ୍ମୁଖଦୃଷ୍ଟି ମନଟି ସହିତ ଆପଣାର ସଂପର୍କ ସ୍ଥାପନ କରିବାକୁ ଏକାନ୍ତ ଆବଶ୍ୟକ ବୋଲି ହୃଦୟଙ୍ଗମ କଲା । ଯାହା ସେ ହରାଇ ଦେଇଥିଲା ଓ ତାଠାରେ ଯେଉଁଟିର ଅଭାବ ରହିଥିଲା, ସେହି ମନଟି ସହିତ । ସେହି ମନ ସହିତ ଭାରତବର୍ଷ ଖିଅ ହଜାଇ ବସିଥିଲା । ଏଥର ପୁନର୍ବାର ସିଏ ସେହି ଗତିଶୀଳ ମନଟିକୁ ଅବଶ୍ୟ ଲୋଡ଼ିବ, ଏବଂ ସେଇଟିର ସହାୟତା ଦ୍ୱାରା ସିଏ ପରବର୍ତ୍ତୀ ହୋଇ ରହିଥିବା ଆଧ୍ୟ୍ୟାତ୍ଜିକଟିକୁ ମଧ୍ୟ୍ୟ ପୁନର୍ବାର ଠାବ କରି ପାରିବ ଏବଂ ଆପଣାର ସକଳ ଆସ୍ପୃହା ସହିତ ତାହାଦ୍ୱାରା ଉପକୃତ ହେବ । ତେବେଯାଇ ତ ସ୍ଥାଣୁତା ଯିବ, ଆଧ୍ୟ୍ୟାତ୍ଜିକତାକୁ ଏକ ଦୁର୍ଗର ନିବୁଜ କ୍ଷୟକାରୀ ଦୁରାତ୍ଜତାରୁ ମୁକ୍ତ କରି ଆଣିବ ଏବଂ ତାହାକୁ ତା’ ନିତ୍ୟଜୀବନରେ ଭୌତିକ ପରିବର୍ତ୍ତନର ସକଳ କ୍ଷେତ୍ରରେ କାର୍ଯ୍ୟରେ ଲଗାଇବ । ଆପଣାର ଜୀବନକୁ ଏକାଧିକ ଅର୍ଥରେ ଦ୍ୱିଜତା ଆଣି ଦେଇପାରିବ ।

 

ତେଣୁ ଆମକୁ ଅବଶ୍ୟ ଆଉଥରେ ସ୍ୱୀକାର କରିବାକୁ ହେବ ଯେ ଜଣେ ମନୁଷ୍ୟ ବ୍ୟକ୍ତିର ବସ୍ତୁତଃ କୌଣସି ସମୀଚୀନ କଳ୍ପନା ହିଁ କରାଯାଇ ପାରିବନାହିଁ, ଯଦି ତାକୁ ଏକ ବୃହତ୍ତର ସ୍ପଷ୍ଟତା ଯୋଗାଇ ଦେଇ ତା’ ସହିତ ଏକ ସମୂହ ମହଜୁଦ ନଥିବ । ସବୁଠାରେ ଆମେ ବ୍ୟକ୍ତିମାନେ ଏକ ସମୂହର ହିଁ ଅନ୍ତର୍ଭୁକ୍ତ ହୋଇ ରହିଛି । ବ୍ୟକ୍ତିକୁ କୌଣସି ନା କୌଣସି କେତୋଟି ନିର୍ଦ୍ଦିଷ୍ଟ ପରିଚୟରେ ଠାବ କରି ହେଉଛି, କାରଣ ଏକ ସମୂହ ଅବସ୍ଥିତ ରହିଛି । ତେଣୁ ବ୍ୟକ୍ତି ସମୂହଠାରୁ ବିଚ୍ଛିନ୍ନ ହୋଇ ରହି ଖାସ୍‍ ଆପଣା ନିମନ୍ତେ ପରିପୂର୍ଣ୍ଣତା ଲାଭ କରିବ ଏବଂ ମୁକ୍ତିର ଅଧିକାରୀ ହେବ, ତାହାର କୌଣସି ଅର୍ଥ ହିଁ ରହିବା ଉଚିତ ନୁହେଁ । ଏହି ସୃଷ୍ଟିର ନିୟନ୍ତା ଈଶ୍ୱରଙ୍କର ମଧ୍ୟ୍ୟ ଆମ ପୃଥିବୀକୁ ନେଇ ଆଦୌ ସେହିଭଳି କୌଣସି ଭାବନା କଦାପି ନଥିବ । ତେଣୁ, ବ୍ୟକ୍ତି ହିସାବରେ ଆମ ଭିତରେ ଏପରି କୌଣସି ଦୁର୍ବାସନା ରହିବା ଉଚିତ ନୁହେଁ ଯେ, ଜଣେ ଜଣେ ତୁଚ୍ଛା ବ୍ୟକ୍ତିରୂପେ କେବଳ ଆମରି ଲାଗି ହିଁ ଅବାଧ ସ୍ଵାଧୀନତା ମହଜୁଦ ହୋଇ ରହିଥିବ । ନାଇଁ, ନାଇଁ, ଆମର ସେହି ଯାବତୀୟ ସ୍ଵାଧୀନତା ସହିତ ଅନ୍ୟମାନଙ୍କର ସ୍ଵାଧୀନତା ତଥା ସମଗ୍ର ମାନବଜାତିର ସ୍ଵାଧୀନତା ମଧ୍ୟ୍ୟ ସର୍ବଦା ଗୁନ୍ଥା ହୋଇଥିବ । ତେଣୁ, ନିଜର ପରିପୂର୍ଣ୍ଣତା ବୋଲି ଜଣେ ଜଣେ ବ୍ୟକ୍ତି ହିସାବରେ ଆମେ ପ୍ରତ୍ୟେକେ ଯାହାକିଛିର ଅଧିକାରୀ ହେବା, ନିଜ ଜୀବନରେ ସେହି ଦିବ୍ୟ ପ୍ରତୀକରୂପେ ଗଢ଼ି ହୋଇ ଆସିବା ପରେ ଆମେ ସେହି ସେତିକିରେ ଆଦୌ ରହି ଯିବାନାହିଁ ଓ ଆପଣାର କର୍ତ୍ତବ୍ୟକୁ ସାରି ଦେବାନାହିଁ; ଆମେ ତାହାକୁ ବହୁବିତରିତ କରାଇବା ଏବଂ ଶେଷରେ ଅନ୍ୟମାନଙ୍କ ଜୀବନରେ ମଧ୍ୟ୍ୟ ତାହାକୁ ସମ୍ଭବ କରି ଆଣିବାରେ ଆପଣାକୁ କ୍ରିୟାଶୀଳ କରି ରଖିବା, ଯେପରିକି ତାହା ସମୁଦାୟ ବିଶ୍ୱର ଏକ ସମ୍ପତ୍ତି ହୋଇ ରହି ପାରୁଥିବ ।

 

ଯୋଗ-ବ୍ୟାଖ୍ୟାନର ସମଗ୍ର ଇତିହାସରେ ଏଇଟି ହେଉଛି ଏକ ଅଭିନବ ପ୍ରସ୍ଥ ନିରୂପଣର କାହାଣୀ । ଏହି ପୃଥିବୀରେ ମନୁଷ୍ୟମାନଙ୍କର ସାମୂହିକ ଜୀବନଟା ଯେପରି ରହିଛି, ସେଥିରେ ଖାସ୍ ବିଚଳିତ ଏବଂ ବିରକ୍ତିଯୁକ୍ତ ହୋଇ ଏକ ନିରୋଳା ତପଃସାଧନାର ବିକଳ୍ପ ଭିତରକୁ ପଳାଇଗଲେ ଜଣେ ବ୍ୟକ୍ତି ଏଠୁ ବଞ୍ଚିଯାଇ ପାରିବ ବୋଲି ଯେଉଁ ପରମ୍ପରାଗତ ପରାମର୍ଶଟି, ସେଇଟିକୁ ବସ୍ତୁତଃ ପ୍ରତ୍ୟାଖ୍ୟାନ କରିଦେଇ ଏହି ଅନ୍ୟ କଥାଟିର ଘୋଷଣା କରାଯାଇଛି । ପୃଥିବୀରୁ ପଳାଇ ଯାଇ ବିରାଗୀ ବ୍ୟକ୍ତି ଯେଉଁ ଆଶ୍ରାଟିକୁ ଲାଭ କରିଥାଏ, ସେଥିରେ ଏକ ନାସ୍ତିକର ଭ୍ରାନ୍ତି ହିଁ ହୁଏତ ପ୍ରଚ୍ଛନ୍ନ ହୋଇ ରହିଛି । ପ୍ରକୃତ ଈଶ୍ୱରାନୁଭବ ତ ନ୍ୟାୟତଃ ଏହି ଅନ୍ୟ ଉପଲବ୍ଧିଟି ମଧ୍ୟ୍ୟରେ ନିହିତ ହୋଇ ରହିଛି ଯେ ଏହି ପୃଥିବୀରେ ହିଁ ଈଶ୍ଵର ସତତ ଅଛନ୍ତି ଓ କିୟାଶୀଳ ରହିଛନ୍ତି । ତେଣୁ ଜଣେ ପ୍ରକୃତରେ ଚେତନାଯୁକ୍ତ ବ୍ୟକ୍ତି କଦାପି ପୃଥିବୀକୁ ବର୍ଜନ କରି ଚାଲି ଯିବନାହିଁ; ସିଏ ଏହି ପୃଥିବୀରେ ହିଁ ଆପଣାକୁ ଯୋଗ୍ୟରୁ ଯୋଗ୍ୟତର କରିବାରେ ରତ ଥିବ ଏବଂ ଆପଣାର ସର୍ବବିଧ ଅର୍ଜନ ଓ ଉପଲବ୍ଧିକୁ ପୃଥିବୀସ୍ଥ ମାନବସମୂହର କାର୍ଯ୍ୟରେ ଲଗାଇବ । ସତେଅବା ତା’ ଜୀବନର ସମ୍ଭବନ-କ୍ଷେତ୍ରରେ ସବୁଠାରୁ ଅଧିକ ପରିମାଣରେ ତାକୁ ପ୍ରେରଣା ଦେଇ ଆସିଥିବା ପୃଥିବୀର ଉନ୍ନୟନ ଏବଂ ଉତ୍ତୋଳନରେ ସେ ସ୍ଵଭାବତଃ ଗୋଟିଏ ନିମିତ୍ତ ହୋଇ ରହିବ । ଖାଲି ତଥାକଥିତ ସାଧନାର କ୍ଷେତ୍ରରେ ନୁହେଁ, ସାମୂହିକ ସକଳ କ୍ଷେତ୍ରରେ କେତେକ କେବଳ ଆପଣାର ମୁକ୍ତିସୁଖ ଗୁଡ଼ାକୁ ଲୋଡ଼ୁଥିବା ସେହି ଆତ୍ଜକାମୀମାନେ ଦୈତ୍ୟ ସଦୃଶ ଆଚରଣ କରି ପୃଥିବୀର କୋଟି କୋଟି ଅନ୍ୟମାନଙ୍କ ଲାଗି ଉଦାସୀନ ହୋଇ ରହିନାହାନ୍ତି କି ? ତେଣୁ, ପୂର୍ଣ୍ଣାଙ୍ଗ ଯୋଗ ଆମ ସମ୍ମତମାନଙ୍କୁ ଏକ ସମ୍ପୂର୍ଣ୍ଣ ଅନ୍ୟ ଆସ୍ପୃହାର ଉଦ୍‍ବୋଧନ ଦେଉଛି । ବ୍ୟକ୍ତି ସମୂହଠାରୁ ବାହାରେ ନୁହେଁ ଏବଂ ତେଣୁ ବ୍ୟକ୍ତିଗତ ସାଧନାରୁ ଆମର ଯାହାକିଛି ଉପଲବ୍ଧି, ତାହା ସମୂହ ନିମନ୍ତେ ହିଁ ନିୟୋଜିତ ହେବ । ତାହାହିଁ ସୁସ୍ଥ, ତେଣୁ ତାହାହିଁ କାମ୍ୟ ।

 

ପ୍ରକୃତିର ତିନୋଟି ଚରଣ’ରେ ବିଶ୍ୱ-ବିବର୍ତ୍ତନର ତିନୋଟି ଅବସ୍ଥା ଏବଂ, ସେହି ଅନୁସାରେ ମନୁଷ୍ୟମାନଙ୍କୁ ନିମିତ୍ତରୂପେ ବ୍ୟବହାର କରି ଆମେ ବଞ୍ଚୁଥିବା ତ୍ରିବିଧ ଜୀବନ । କେଉଁଟି ଉଚ୍ଚ ଏବଂ ସେଥିଲାଗି ଆଉ କେଉଁଟି ନିମ୍ନ, ସେପରି କଳ୍ପନା କରି ଆମେ ନିଜକୁ ଆଦୌ କୌଣସି ଭ୍ରାନ୍ତି ମଧ୍ୟ୍ୟରେ ପକାଇ ରଖିବାନାହିଁ । ଏଗୁଡ଼ିକ ସକଳ ଅର୍ଥରେ କେବଳ ତିନୋଟି ପର୍ଯ୍ୟାୟ । ଗୋଟିକୁ ବିଲୁପ୍ତ କରି ଆଦୌ ପରବର୍ତ୍ତୀ ଆଉଗୋଟିଏର ଉଦ୍‌ଭବ ହୋଇନାହିଁ । ବରଂ ଗୋଟିଏ ଆଉଗୋଟିଏ ସକାଶେ ବାଟ ଛାଡ଼ି ଦେଇଛି । ଦେହ ମନକୁ ବାଟ ଛାଡ଼ି ଦେଇଛି । ଏବଂ ତାପରେ ବିଲୁପ୍ତ ହୋଇ ଯାଇନାହିଁ, ମନ ଲାଗି ଏକ ଆବଶ୍ୟକ ଭୂମିରୂପେ କାର୍ଯ୍ୟ କରିଛି । ଆଉଏକ ତୃତୀୟ ଭୂମି ଅପେକ୍ଷା କରିଛି । ଏକ ତୃତୀୟ ଜନ୍ମ, ଯାହା ଦେହ ତଥା ମନକୁ ଆହୁରି କେତେ ଆହ୍ୱାନର ସମ୍ମୁଖୀନ କରାଇବ । ଆମ ଚେତନା-ଜଗତରେ ଆହୁରି କେତେ ନା କେତେ ନୂଆ ନୂଆ ଅଭିଧା ଆଣି ଯୋଗାଇଦେବ । ବହୁ ପ୍ରଚ୍ଛନ୍ନକୁ ପ୍ରତ୍ୟକ୍ଷ କରି ଆଣିବ । ସେହି ପୂର୍ବବର୍ତ୍ତୀ ଦେହ ଏବଂ ମନର ସାମର୍ଥ୍ୟଗୁଡ଼ିକରେ କେତେ ନା କେତେ ନୂଆ ପ୍ରସାରଣ ସମ୍ଭବ କରିବ । ସୁତରାଂ ଯୋଗସାଧନାର କ୍ଷେତ୍ରରେ ଆଦୌ କୌଣସି ସମନ୍ୱୟର ଚିନ୍ତା କରିବାକୁ ଯାଇ ଆମେ ଅବଶ୍ୟ ଏହି ସବୁକିଛିର ବିଚାର ମଧ୍ୟ୍ୟ କରିବା । ସମନ୍ୱୟ କହିଲେ ପ୍ରାୟ ସଚରାଚର ଯାହା କରା ଯାଇଥାଏ, ସାଧନାର ଭିନ୍ନ ଭିନ୍ନ ମାର୍ଗରୁ ବୁଦ୍ଧି ଖରଚ କରି କିଛି ସାମଗ୍ରୀକୁ ଏକାଠି ଗଚ୍ଛାଇ ଆଣି ଆମେ ସମ୍ଭବତଃ ଯେଉଁ ସମୟଟିଏ କରି ବସିବା, ଆଗକୁ ରହିଥିବା ଆହ୍ୱାନଗୁଡ଼ିକର ଦୃଷ୍ଟିରୁ ତାହା ଆମକୁ ଖୁବ ବେଶୀ ସାହାଯ୍ୟ କରି ପାରିବନାହିଁ । ଆମ ଚେତନାର ପରବର୍ତ୍ତୀ କ୍ରିୟାଶୀଳତା ରୂପେ ଯାହା ଅବଶ୍ୟ ଆସୁଛି ବୋଲି ଆମେ ନିଜ ଭିତରୁ ଏବଂ ପରସ୍ପର ମଧ୍ୟ୍ୟରେ ଯାହା ଘ୍ରାଣ କରି ପାରିଲୁଣି, ସେହି ଅନ୍ୟ ପରିମିତିଟି ଉପରେ ସମନ୍ୱୟଟିଏ ହେବ । ସେହି ସମନ୍ୱୟ ଆମ ସମସ୍ତଙ୍କୁ ଉପକୃତ କରିବ । ଏବଂ ଏକ ତୃତୀୟ ଜନ୍ମଲାଭକୁ ଅପେକ୍ଷା କରିଥିବା ଆମେ ଅଙ୍ଗେ ନିଭାଉଥିବା ପ୍ରଥମ ଦୁଇଟି ଜୀବନ-ଆୟତନରେ ମଧ୍ୟ୍ୟ ତାହା ଏକାଧିକ ପ୍ରକାରେ ଅବଶ୍ୟ ସହାୟକ ହେବ ।

 

ଆମ ଆସ୍ଫୃହାର ସ୍ତମ୍ଭମାନଙ୍କୁ ଏକ ଉଦାତ୍ତ ସମଚ୍ଛନ୍ଦତା ଦ୍ୱାରା ଏକତ୍ର ଠୁଳ କରିଆଣି ତେଣୁ କୁହାଯାଇଛି : ପରମ ଅଧ୍ୟ୍ୟାତ୍ଜ ହେଉଛି ଏହି ବିଶ୍ୱ-ଜୀବନଭୂମିର ମସ୍ତକସ୍ଥ ମୁକୁଟ, ଜଡ଼ ହେଉଛି ତାହାର ପାଦଦେଶର ଭୂମି ଏବଂ ମନ ହେଉଛି ସେମାନଙ୍କର ମଝିରେ ରହିଥିବା ସେତୁ । ପରମ ଅଧ୍ୟ୍ୟାତ୍ଜ ଅର୍ଥାତ୍ ସେହି ଶାଶ୍ୱତ ସବୁଟି ଏବଂ ଜଡ଼ ଓ ମନ ଉଭୟେ ହେଉଛନ୍ତି ତାହାର କ୍ରିୟାତ୍ଜକ ରୂପ । ପରମ ଅଧ୍ୟ୍ୟାତ୍ଜ ହେଉଛି ଗୋପ୍ୟ ହୋଇ ରହିଥିବା ସେହି ସମ୍ପଦଟି ଏବଂ ସେଇଟିକୁ ପ୍ରକଟ କରି ଆଣିବାକୁ ହେବ । ମନ ଓ ଶରୀର ହେଉଛନ୍ତି ଦୁଇ ସାଧନ, ଯାହାର ମାଧ୍ୟ୍ୟମରେ ତାହା ନିଜକୁ ପ୍ରକଟ କରି ଆଣିବାକୁ ଇଚ୍ଛା କରିଛି ଓ ବାଟ ଖୋଜୁଛି । ପରମ ଅଧ୍ୟ୍ୟାତ୍ଜ ହେଉଛି ସେହି ପରମ ଯୋଗେଶ୍ୱରଙ୍କର ପ୍ରତିରୂପ ଏବଂ ମନ ଏବଂ ଶରୀର ହେଉଛନ୍ତି ସେହି ଦୁଇଟିଯାକ ସାଧନ ଯାହାକୁ କି ସେ ଏହି ବିଶ୍ୱ-ବାସ୍ତବଟି ମଧ୍ୟ୍ୟରେ ଉକ୍ତ ପ୍ରତିରୂପଟିକୁ ଉଦ୍‍ଘାଟିତ କରି ଆଣିବା ନିମନ୍ତେ ଆମଲାଗି ପ୍ରଦାନ କରିଛନ୍ତି । ଆମେ କହୁଥିବା ଏହି ଯାବତୀୟ ପ୍ରକୃତି ହେଉଛି ସେହି ଅପ୍ରକଟ ପରମସତ୍ୟର ଏକ ଉତ୍ତରୋତ୍ତର ଉଦ୍‌ଘାଟିତ ହୋଇ ଆସିବା ସକାଶେ ଏକ ପ୍ରଚେଷ୍ଟା ଅଧିକରୁ ଅଧିକ ସଫଳ ଭାବରେ ସେହି ଦିବ୍ୟ ପ୍ରତିରୂପଟିକୁ କ୍ରମପ୍ରକଟ କରି ଆଣିବାର ଏକ ବାସ୍ତବ କ୍ଷେତ୍ର ।

 

ଉପରର ବର୍ଣ୍ଣନା ଗୁଡ଼ିକୁ ମୋଟେ ଏକ ଭାବପ୍ରବଣତାରେ ମାଡ଼ିଯାଇ କିଞ୍ଚିତ୍‍ କାବ୍ୟିକ ଉଚ୍ଚାଟନର ସହାୟତା ଦ୍ୱାରା ଏଠି କୁହୁଡ଼ିଗୁଡ଼ାକ ଅଧିକ ଘନ କରି ରଖିବାର କୌଣସି ପ୍ରୟାସ ନୁହେଁ । ଏଇଟି ହେଉଛି ବିଶ୍ୱବାସୀ ଆମ ସମସ୍ତଙ୍କୁ ସର୍ବୋତ୍ତମ ଅଭିପ୍ସା ଗୁଡ଼ିକର ଭୂମିରେ ସତକୁ ସତ ନିମିତ୍ତରୂପେ ଜାଗରୁକ କରି ଆଣିବାର ଏକ ସନ୍ଦେଶ, ଏକ ଆମନ୍ତ୍ରଣ ଓ ଏକ ଆହ୍ୱାନ । ଏହି ପୃଥିବୀ ମୋଟେ ଆମର ବହୁବିଧ ଭୋଗର ଏକ ଆୟତନ ନୁହେଁ । ଆମେ ଯେଉଁମାନେ ଆମର ସେହି ଘରଟିକୁ ଅଧିକରୁ ଅଧିକ ନିବିଡ଼ ଭାବରେ ଚିହ୍ନିବାକୁ ଅନୁରାଗୀ ହେବା, ଆମେ ସେତିକି ଅଧିକ ପରିମାଣରେ ଏକ ଶକ୍ତିଶାଳୀ ପ୍ରତ୍ୟୟର ଅବଶ୍ୟ ଅଧିକାରୀ ହେବା ଯେ, ପ୍ରକୃତରେ ଏହି ପୃଥିବୀ ଆମଠାରୁ ଏକ ମହାନ୍ ପ୍ରତ୍ୟାଶା ସର୍ବଦା ହିଁ ରଖିଛି । ଆମେ ତାହାର ବିବର୍ତ୍ତନ ପ୍ରକ୍ରିୟାଟିରେ ଜଣେ ଜଣେ ନିମିତ୍ତରୂପେ ଆପଣାକୁ ନିର୍ମିତ କରିନେଇ ପାରୁଥିବା । ଏହି ପୃଥିବୀର ସମସ୍ତ ନିୟତି ଯେପରି ପୃଥ୍ୱୀ-ସୃଷ୍ଟିର ସେହି ଆଦ୍ୟରୁ ନିର୍ଦ୍ଧାରିତ ହୋଇ ରହିଛି, ଆପଣାକୁ ସେଇଟି ସହିତ ସଂପୃକ୍ତ ହୋଇ ପାରିବାକୁ ହିଁ ଆମର ସୌଭାଗ୍ୟ ବୋଲି ମଣିବା । ଏ ପୃଥିବୀ କେବଳ ଏକ ପରମସତ୍ୟ ବା ଅଧ୍ୟ୍ୟାତ୍ଜର ସ୍ଵପ୍ନ ଦେଖିବନାହିଁ, ପରମ ସତ୍ୟକୁ ଏହିଠାରେ ହିଁ ପ୍ରକଟ କରି ପାରିବାଲାଗି ସମର୍ଥ ହେବ । ସମ୍ମତ ଆମ ମନୁଷ୍ୟମାନଙ୍କୁ ନିମିତ୍ତ କରିହିଁ ସମର୍ଥ ହେବା ଏବଂ, ସମର୍ଥ ହେବାର ଶକ୍ତିଗୁଡ଼ିକୁ ହାସଲ କରିବା,–ତାହାହିଁ ଆମର ସାଧନା । ଏକ ଆତ୍ଜ-ପରିଚୟ ଏବଂ ତାହାରି ଲାଗି ଏକ ଆରୋହଣ । ଅବତରଣ ନିମନ୍ତେ ସତତ ହିଁ ଆନତ ହୋଇ ରହିଥିବା ସେହି ଖାସ୍ ଆରୋହଣଟି, ଯାହାକି କେଡ଼େ ସହଜତା ସହିତ ଏକାବେଳେକେ ଜଡ଼ର ଏହି ପାଦଦେଶଯାଏ ଓହ୍ଲାଇ ଆସିବ । ଅଧ୍ୟ୍ୟାତ୍ଜ ଜଡ଼ ମଧ୍ୟ୍ୟକୁ ଓହ୍ଲାଇ ଆସିବ । ଅଧ୍ୟ୍ୟାତ୍ଜକୁ ଏଇଠି ବଞ୍ଚି ହେବ । ଏକ ସ୍ଵଭାବିକ ସଦାବର୍ତ୍ତମାନତାର ମହିମାରେ ପୃଥିବୀନାମକ ଆମର ଏହି ସହଜୀବନଟିକୁ ସର୍ବାଙ୍ଗ କରି ରଖିଥିବ ।

 

ସଂପୂର୍ଣ୍ଣ ମନୁଷ୍ୟ-ସମୂହକୁ ନେଇ ପ୍ରକୃତିର ସେହି ପ୍ରୟୋଗଟି ଏଠି ସର୍ବଦା ହିଁ ଲାଗି ରହିଛି । ପ୍ରକ୍ରିୟାଟିକୁ, ଆମେ ଯାହାକୁ ବିବର୍ତ୍ତନ ବୋଲି କହୁ, ତାହା କାର୍ଯ୍ୟତଃ ମନ୍ଥର ଗତିରେ ହିଁ ଚାଲିଛି । କିନ୍ତୁ ଯୋଗର ସାଧନାଦ୍ୱାରା ବ୍ୟକ୍ତି–ମନୁଷ୍ୟମାନେ ତାହାକୁ ଅଧିକ ବେଗଯୁକ୍ତ କରିବାର ଏକ ବିଶେଷ ପ୍ରୟାସ କରିଛନ୍ତି ଏବଂ ସେହି ଅର୍ଥରେ ବହୁତର ଉପଲବ୍ଧିର ସମର୍ଥତା ହାସଲ କରି ପାରିଛନ୍ତି । ପ୍ରକୃତି ସେମାନଙ୍କୁ ପ୍ରଦାନ କରିଥିବା ସକଳ ଶକ୍ତିକୁ ଅଧିକ ତ୍ୱରାଯୁକ୍ତ କରିଛନ୍ତି । ନାନା ପ୍ରକାରେ ବାଟ ପାଇ କ୍ରମଶଃ ନିଃଶେଷିତ ହୋଇ ଯାଉଥିବା ସାମର୍ଥ୍ୟଗୁଡ଼ିକୁ ଆପଣାର ଚାହିଦା ଅନୁସାରେ ସଜାଡ଼ି ଆଣି ପାରିଛନ୍ତି । ପ୍ରକୃତି ବସ୍ତୁତଃ କେତେ ନା କେତେ ଆୟାସ ଖଟାଇ ଆମର ଆଧ୍ୟ୍ୟାତ୍ଜିକ ଜୀବନରେ ଯେଉଁ ବିକାଶଟିକୁ ତତାପି ସମ୍ଭବ କରାଇଛି ମାତ୍ର ବାରମ୍ବାର ଅନିବାର୍ଯ୍ୟ ଭାବରେ ସେଥିରୁ ସ୍ଫଳିତ ହୋଇ ଯାଉଛି, କାରଣ ଆମ ଜୀବନର ନିମ୍ନତର ଇଚ୍ଛାଗୁଡ଼ିକର ପୂର୍ତ୍ତି ନିମନ୍ତେ ତାକୁ ବାରମ୍ବାର ତଳକୁ ଖସି ଆସିବାକୁ ହେଉଛି । ମାତ୍ର, ଯୋଗର ପ୍ରଣାଳୀ ଗୁଡ଼ିକ ଅଧିକ ସଂକେନ୍ଦ୍ରିତ ଏକ ସଂକଳ୍ପଯୁକ୍ତ ହୋଇ ରହିଥିବାରୁ ଅଧିକ ସୁନିଶ୍ଚିତ ଭାବରେ ଇପ୍ସିତ ଦକ୍ଷତାଗୁଡ଼ିକୁ ଅବଶ୍ୟ ହାସଲ କରି ପାରୁଛି । ମାନସିକ କ୍ଷେତ୍ରରେ ଏକ ପରିପୂର୍ଣ୍ଣତା ଆଣିଦେଉଛି ଓ ଇଚ୍ଛା କଲେ ଶରୀରର ସ୍ତରରେ ମଧ୍ୟ୍ୟ ଏକ ପରିପୂର୍ଣ୍ଣ ସାମର୍ଥ୍ୟକୁ ସମ୍ଭବ କରି ପାରୁଛି । ପ୍ରକୃତି ବାସ୍ତବତଃ ଆପଣାର ପ୍ରତୀକଗୁଡ଼ିକର ମାଧ୍ୟ୍ୟମରେ ହିଁ ପରମ ଦିବ୍ୟସତ୍ତାର ଅନୁରାଗୀ ହୋଇପାରୁଛି ସିନା, ଯୋଗର ସାଧନା ପ୍ରକୃତିର ସେହି ନିର୍ଦ୍ଧାରିତ ବାଡ଼ମାନଙ୍କୁ ଡେଇଁଯାଇ ପ୍ରକୃତି କ୍ଷେତ୍ରର ପରମ ଅଧିପତିଙ୍କର ଧାରଣା କରିପାରୁଛି ଏବଂ ସେହି ସର୍ବୋଚ୍ଚ ଭୂମିଟିରୁ ସେଠାରେ ରହିଥିବା ଶକ୍ତି ଓ ଆଲୋକକୁ ସାଙ୍ଗରେ ନେଇ ଲେଉଟି ଆସିପାରୁଛି, –ସକଳ ଅର୍ଥରେ ସେହି ପରମ ସର୍ବଶକ୍ତିମାନଙ୍କର ଆଦେଶଟିକୁ ବହନ କରି ଫେରି ଆସୁଛି ।

 

ମାତ୍ର, ଏହି ଦୁଇଟିଯାକର ଲକ୍ଷ୍ୟ ପ୍ରକୃତରେ ସେହି ଗୋଟିଏ । ଏହି ମନୁଷ୍ୟମାନଙ୍କର ଜୀବନକ୍ଷେତ୍ରଟିରେ ହିଁ ଯୋଗ ଏକ ସାର୍ବଜନୀନ ସମ୍ପଦଭାବେ ଯେତେବେଳେ କ୍ରିୟାଯୁକ୍ତ ହେବ, ସେତେବେଳେ ଯାଇ ପ୍ରକୃତି ତା’ର ଅନ୍ତିମ ବିଜୟଟିକୁ ହାସଲ କରିବ । ଏବଂ ତାହାରିଦ୍ୱାରା ହିଁ ତା’ସ୍ତରର ସର୍ବବିଧ ବିଳମ୍ବ ତଥା ଗୋପ୍ୟତାଗୁଡ଼ିକ ଉପରେ ବିଜୟୀ ହେବ । ବର୍ତ୍ତମାନ ଏହି ସାଂପ୍ରତିକ କାଳରେ ମଧ୍ୟ୍ୟ ବିଜ୍ଞାନର କ୍ଷେତ୍ରରେ ଆପଣାକୁ କାର୍ଯ୍ୟକାରୀ କରୁଥିବା ଆମର ମନ ଆହୁରି ଅଧିକରୁ ଅଧିକ ଆଗ୍ରହରେ ଆଗକୁ ଦୃଷ୍ଟିପାତ କରି ସମଗ୍ର ମନୁଷ୍ୟଜାତିକୁ ମାନସିକ ଜୀବନର ପୂର୍ଣ୍ଣ ବିକାଶ ନିମନ୍ତେ ଯୋଗ୍ୟ କରିନେବାର ବୃହତ୍‍ ପ୍ରୟାସଟିକୁ ଆରମ୍ଭ କରିଦେଇଛି । ଠିକ୍ ସେହିପରି ଯୋଗସାଧନାର ମାର୍ଗଟି ଦ୍ୱାରା ପ୍ରକୃତି ସମଗ୍ର ମାନବ ସଂସାରଟିକୁ ସେହି ଅପେକ୍ଷିତ ଉଚ୍ଚତର ବିବର୍ତ୍ତନର ସ୍ତରକୁ ଯୋଗ୍ୟ କରି ନେଇଯିବ । ସେହି ଦ୍ୱିତୀୟ ଜନ୍ମ ଅର୍ଥାତ୍ ଅଧ୍ୟ୍ୟାତ୍ଜଦ୍ୱାରା ପରିଚାଳିତ ଜୀବନ ଲାଗି ଅବଶ୍ୟ ଯୋଗ୍ୟ କରିନେବ । ଏବଂ ଯେପରି ଆମର ଏହି ମାନସିକ ଜୀବନ ବର୍ତ୍ତମାନ ଆମର ଭୌତିକ ଜୀବନକୁ ବ୍ୟବହାର କରି ତାହାକୁ କ୍ରମ-ପରିପୂର୍ଣ୍ଣତା ଆଣି ଦେଉଛି, ଠିକ୍‍ ସେହିପରି ହିଁ ଆଧ୍ୟ୍ୟାତ୍ଜିକ ମଧ୍ୟ୍ୟ ଆମର ଭୌତିକ ତଥା ମାନସିକ ଜୀବନକୁ ବ୍ୟବହାର କରିବ ଓ ପରିପୂର୍ଣ୍ଣତା ଆଣିଦେବ, ସେମାନଙ୍କୁ ଏକ ଦିବ୍ୟ ଆତ୍ଜ-ଅଭିବ୍ୟକ୍ତି ଲାଗି ଯନ୍ତ୍ରରୁପେ କାର୍ଯରେ ଲଗାଇବ । ଏବଂ ସେଥିରେ ଯୋଗର ସାଧନା ସହାୟକ ହେବ, ସମଗ୍ର–ପ୍ରକ୍ରିୟାଟିକୁ ତ୍ୱରାନ୍ୱିତ କରିବ । ସତ୍ୟକୁ କୃତରେ ପରିଣତ କରିବ । ଯୋଗର ଯାବତୀୟ ସାଧନା, ଅର୍ଥାତ୍ ସେହି ଅପେକ୍ଷିତ ବିବର୍ତ୍ତନଟି ନିମନ୍ତେ ସଚେତନ ମନୁଷ୍ୟ ପଥିକ ମାନଙ୍କର ତପସ୍ୟା ।

 

ଆମ ସତ୍ୟଗୁଡ଼ିକ ହେଉଛି ଏହି ପୃଥିବୀକୁ ନେଇ ଆମେ ଦେଖିବାରେ ଲାଗିଥିବା ଗୋଟିଏ ଗୋଟିଏ ଭବିଷ୍ୟ-ସମ୍ଭାବନା, –ସତେଅବା ଏକ ଅଭିଳଷିତ ଆକାଶକୁ ପ୍ରଚ୍ଛଦଟିଏ ପରି ସମ୍ମୁଖରେ ତୋଳି ଧରି ସ୍ଵପ୍ନ ଦେଖିବା । ସବୁ ସ୍ୱପ୍ନ ମୋଟେ ସଫଳ ହୁଏନାହିଁ; ସବୁ ଆକାଶର ଧରାବତରଣ ଘଟେନାହିଁ । ସେହି ଅବତରଣର ପ୍ରଚେଷ୍ଟାଟି ସେହି ଆଦିକାଳରୁ ଲାଗି ରହିଛି । ମନୁଷ୍ୟ-ସାଧନାର ଯେତିକି ଯାହା ଫଳବତୀ ହେଉଛି, ସେହି ଅନୁପାତରେ ଆମ ସ୍ୱପ୍ନର ସତ୍ୟଯୁଗ ଗୁଡ଼ିକ କୃତ ଯୁଗ ବୋଲାଇବାର ଅଧିକାରୀ ହେବାରେ ଲାଗିଛନ୍ତି । ଯେଉଁଦିନ ମନୁଷ୍ୟ ଭିତରେ ରହି ତାକୁ ସଚଳ କରି ରଖିଥିବା ସତ୍ୟଗୁଡ଼ିକ ବସ୍ତୁତଃ ଆମ ଜୀବନର ଏକ ପ୍ରତ୍ୟକ୍ଷ ଉପଲବ୍ଧିରେ ପରିଣତ ହେବ, ସେହିଦିନ ଆମକୁ ନିମିତ୍ତ କରି କୃତଯୁଗର ପ୍ରତିଷ୍ଠା ହେବ, ଏହି ପୃଥିବୀରେ ଆମର ଅସଲ ଉଦ୍ୟମଗୁଡ଼ିକ ସେହିଦିନ ହିଁ ସାର୍ଥକ ହେବ । ଆମ ଯୋଗସାଧନାର ପୂର୍ଣ୍ଣ ଆହ୍ୱାନଟି ଏଠି ପୃଥିବୀରେ ଆପଣା ଲାଗି ଠାବଗୁଡ଼ିକୁ ପାଇଯିବ । ଅର୍ଥାତ୍, ପୃଥିବୀରେ ଆମ ମନୁଷ୍ୟମାନଙ୍କର ସବାବଡ଼ ଯଶସ୍ୱୀତାଟି ହେଉଛି ଆମେ ଆମ ଭିତରେ କ୍ରିୟାଯୁକ୍ତ ହୋଇ ରହିଥିବା ଏବଂ ଆମକୁ ଏକ ପରିବେଷ୍ଟନୀ ପ୍ରଦାନ କରି ଅବସ୍ଥିତ ରହିଥିବା ସେହି ପ୍ରକୃତିକୁ ଜାଣିବା ଆମର ନାନା ଅବୋଧତା ଦ୍ଵାରା ପ୍ରକୃତି ସହିତ ଲାଗି ରହିଥିବା ଖିଅଗୁଡ଼ିକୁ ବହୁପ୍ରକାର ମିଥ୍ୟାନୁମାନ ଦ୍ୱାରା ଚହଲାଇ ଦେବାନାହିଁ । ପ୍ରକୃତିରୂପୀ ସେହି ବିଶ୍ୱଧାତ୍ରୀକୁ ଆଦୌ ଆମର ନାନା ଅପଚୟ ଦ୍ଵାରା ଉପଦ୍ରୁତ କରି ରଖିବାକୁ ମନ କରିବାନାହିଁ;-ତାହାର ସାମର୍ଥଗୁଡ଼ିକର ଅସଦ୍‌ ଉପଯୋଗ ମଧ୍ୟ୍ୟ କରିବାନାହିଁ । ବସ୍ତୁତଃ ସେହି ପ୍ରକୃତି ଆମ ନିମନ୍ତେ ସମ୍ଭାରି ରଖିଥିବା ଅମିତ ଶକ୍ତିଶାଳୀ ସାଧନ ଗୁଡ଼ିକୁ ଆମ ଆସ୍ଫୃହାଗୁଡ଼ିକ ଦ୍ୱାରା ତାହାର ସର୍ବୋଚ୍ଚ ଆଦର୍ଶମାନଙ୍କର ସୋପାନ ପର୍ଯ୍ୟନ୍ତ କାମରେ ଲଗାଇବା, ଆମ ଆପଣା ଭିତରେ ତଥା ଆମର ଏହି ପୃଥିବୀରେ ବିଦ୍ୟମାନ ରହିଥିବା ପ୍ରକୃତିକୁ ଏକ ସର୍ବୋତ୍ତମ ଚରିତାର୍ଥତା ଆଣିଦେବା ।

 

ଅର୍ଥାତ, ସକଳ ଅର୍ଥରେ ଏକ ଆତ୍ଜପରିଚୟର ସାଧନା । ପୃଥିବୀକୁ ନିମିତ୍ତ କରି ଏକ ଆତ୍ଜଉଦ୍‌ଘାଟନର ପ୍ରକ୍ରିୟା ଏବଂ ଆମକୁ ନିମିତ୍ତ କରି ଏକ ପୃଥ୍ୱୀ-ପରିଚୟର ସାଧନା । ଏକ ଯୋଗସ୍ଥ ସଦାଆହ୍ୱାନମୟ ପଥରେ ଏକ ତୃତୀୟ ଆୟାମର ଜୀବନ ପାଇଁ ଆବଶ୍ୟକ ବ୍ରତଟିଏ ବାଛି ନେଇ ବାଟ ଚାଲିବା । ପ୍ରଥମ ଦୁଇ ସ୍ତରର ଆମର ଏହି ଚିହ୍ନା ଜୀବନଟିର ଆଦୌ ପ୍ରତ୍ୟାଖ୍ୟାନ କରି ନୁହେଁ, ବସ୍ତୁତଃ ଆପଣାର ଚେତନା ମଧ୍ୟ୍ୟକୁ ଏକ ବୃହତ୍ତର ଆସ୍ପୃହାର ଅବତରଣ ଘଟାଇ ଆମ ସମସ୍ତଙ୍କ ଲାଗି ସେହି ପରବର୍ତ୍ତୀ ମହିମାଟିର ଅବତରଣ ଘଟାଇବା । ତଦ୍ଦ୍ୱାରା ଆମର ଏହି ନିତିଚିହ୍ନା ଶରୀର ତଥା ମନୋଗତ ଜୀବନ ମଧ୍ୟ୍ୟ ସତେଅବା କ'ଣ ସବୁ ଅଭୂତପୂର୍ବର ଆବିଷ୍କାର କରି ଆମ ସହିତ ଏହି ତୃତୀୟ ଉନ୍ମୋଚନର ପଥରେ ଆମର ସହଯୋଗୀ ହେବାକୁ ରାଜୀ ହୋଇଯିବ, ଆପଣାଲାଗି ନୂତନ ନୂତନ ମାର୍ଗଶକ୍ତି ଗୁଡ଼ିକର ଅଧିକାରୀ ହେବ । ଆଦୌ କୌଣସି ପ୍ରକାରେ ପ୍ରତିବନ୍ଧକ ହୋଇ ଠିଆ ହେବନାହିଁ ଓ ତେଣୁ ମୂଳତଃ ଏକ ନକାରାତ୍ଜକ ଅବିବେକ ଦ୍ୱାରା ପରିଚାଳିତ ହୋଇ ସେମାନଙ୍କ ସହିତ ଲଢ଼ାଇ କରିବାକୁ ମଧ୍ୟ୍ୟ ପଡ଼ିବନାହିଁ । ଯୋଗ-ପରମ୍ପରାର ପୁରୁଣା ନ୍ୟାୟଟିରେ ତ ଦୁର୍ଭାଗ୍ୟବଶତଃ ଆଗକୁ ପାଦଟିଏ ପକାଇବା ପୂର୍ବରୁ ଦେହ ଓ ମନର ପ୍ରତୀତ ବାଧାଗୁଡ଼ାକ ସହିତ ସଂଗ୍ରାମ କରିବାକୁ ହେଉଥିଲା । ସେହି ପର୍ଯ୍ୟାୟର ଗୁରୁମାନେ ସାଧାରଣତଃ ସେହି ବିଷୟରେ ହିଁ ଅଧିକ ସଚେତନ କରାଇ ଦେଉଥିଲେ । ପ୍ରକୃତ କାମ୍ୟଟି ବିଷୟରେ ହୁଏତ ଯେତେ ଶ୍ରଦ୍ଧାରେ ଆମକୁ ଯେତେ ବାଟ କଢ଼ାଇ ନେବାର ପ୍ରୟାସ କରୁନଥିଲେ, ସେମାନେ ଅଧିକତର ଉତ୍ସାହରେ ଆଗ ଅକାମ୍ୟାଟା ସହିତ ଯୁଝିବା ନିମନ୍ତେ ପ୍ରରୋଚନା ପ୍ରଦାନ କରୁଥିଲେ । ଜୀବନର ଆମର ଏହି ତୃତୀୟ ଆସ୍ପୃହାଟି ଆଦୌ ସେପରି ଉତ୍ସାହ ଦେଖାଇବ ନାହିଁ । ତାହା ବରଂ ଏକ ଭୟମୁକ୍ତ ସମଗ୍ରତର ବିଶ୍ୱାସ ସହିତ ଆଦ୍ୟ ଦୁଇଟିକୁ ଉଚିତ ପ୍ରକାରେ ରାଜୀ କରାଇ ସାଙ୍ଗରେ ଗ୍ରହଣ କରିନେବ । ତେଣୁ ବିଜୟୀ ମଧ୍ୟ୍ୟ ହେବ । ଆକାଶର ତାରାଟିକୁ ତାହା ଏହି ପୃଥ୍ୱୀଭୂମିର ପ୍ରସାରଟି ଉପରେ ପୂର୍ଣ୍ଣ ଅନ୍ତରଙ୍ଗ ଭାବରେ ଚିହ୍ନିବାର ବାଟ ପାଇଯାଇ ପାରିବ । ଆପଣାର ଚେତନାଘରଟିକୁ ନାନା ଅହେତୁକ ଅନ୍ତର୍ବିରୋଧର ଦୌରାତ୍ଜ୍ୟରୁ ମୁକ୍ତ କରି ରଖି ପାରିବ ।

Image

 

Unknown

ଚତୁର୍ଥ ଅଧ୍ୟ୍ୟାୟ

ଯୋଗର ସାଧନା, –ଭିନ୍ନ ଭିନ୍ନ ମାର୍ଗ ଓ ମତ

 

ପ୍ରକୃତିର ବିବର୍ତ୍ତନରେ ମନୁଷ୍ୟର ସୋପାନକୁ ଆସି ଆମେ ଯେପରି ଲକ୍ଷ୍ୟ କରି ପାରିବା, ଜଣେ ଜଣେ ମନୁଷ୍ୟ ହିସାବରେ ଆମର ଏହି କ୍ରିୟାଶୀଳ ସତ୍ତାଟିର କେତୋଟି ବିଭାବ ରହିଛି ଏବଂ ଏକ ମନୋଗତ ଜୀବନର ଅଧିକାରୀ ରୂପେ ଆମକୁ ଗୋଟିଏ ଗୋଟିଏ ସମଗ୍ରରେ ପରିଣତ କରି ରଖିଛି । ସେହିଗୁଡ଼ିକର ଉପଯୋଗକୁ ଭିତ୍ତି କରି ଆମ ଜୀବନ ଚାଲିଛି ଓ ସେହି ଅନୁସାରେ ଆମ ଜୀବନର ଯାବତୀୟ ପ୍ରୟାସ ନିର୍ଣ୍ଣିତ ହୋଇ ରହିଛି । ଏବଂ ସେହି ଅନୁସାରେ ଭାରତବର୍ଷର ଯୋଗସାଧନା ସେହି ପ୍ରଥମ କାଳରୁ ହିଁ ଅଭିବ୍ୟକ୍ତିମାନ ଲାଭ କରିଛି । କେଉଁ ନିର୍ଦ୍ଦିଷ୍ଟ ଶାଖାଟି କେଉଁଟି ଉପରେ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ଦେଇଛି, ସେହି ଅନୁସାରେ ତେଣୁ ସେଥିରେ ଏକ ଶ୍ରେଣୀବିଭାଗ ମଧ୍ୟ କରାଯାଇଛି । ଶ୍ରେଣୀବିଭାଗ ଅନୁସାରେ ଅଗ୍ରାଧିକାର ଗୁଡ଼ିକ ଖୁବ ସ୍ପଷ୍ଟ ହୋଇ ବାରି ହୋଇ ପଡ଼ୁଛି । ମତ ଭିନ୍ନ, ମାର୍ଗ ଭିନ୍ନ ଏବଂ ତେଣୁ ପ୍ରତ୍ୟେକଟିର ଖାସ୍ ନାମଟିଏ । ଏବଂ ଯଦି ଆମେ ପ୍ରକୃତରେ ସେଗୁଡ଼ିକ ମଧ୍ୟ୍ୟରେ ଏକ ସମନ୍ୱୟ ସମ୍ଭବ କରି ଆଣିବାକୁ ଇଚ୍ଛା କରିବା,–ସେଗୁଡ଼ିକୁ କୌଣସି ଏକକ ସାଧାରଣ ତଥା ସାମଞ୍ଜସ ଧାରା ଭିତରକୁ ଯୋଡ଼ି ଆଣି ଯଥାସମ୍ଭବ ଏକ ସମଗ୍ରତା ଦେଇ ଅବଲୋକନ କରିବାକୁ ମନ କରିବା, ତେବେ ସେତେବେଳେ ମଧ୍ୟ୍ୟ ସେହି ପ୍ରକୃତି-କ୍ଷେତ୍ରରେ ରହୁଥିବା ବାସ୍ତବଟିକୁ ଭୂମିରୂପେ ଗ୍ରହଣ କରିବ ।

 

ଯୋଗନାମକ ଏହି କ୍ଷେତ୍ରଟିରେ ଏକାଧିକ ଅଭ୍ୟାସମାର୍ଗମାନ ରହିଛି । ତଥା କୌଣସି ଗୋଟିଏ ଖାସ୍ ସମର୍ଥଲାଭକୁ ବିଶେଷ ମହତ୍ତ୍ୱ ଦେଇ ସେଗୁଡ଼ିକର ଅନୁସରଣ କରାଯାଇଛି । ସେହିପରି ଗୋଟିଏ ଖାସ୍ ଲକ୍ଷ୍ୟପ୍ରାପ୍ତିକୁ ସବାଆଗର ବୋଲି ଘୋଷଣାକରି ମାର୍ଗମାନେ ଜନ୍ମଲାଭ କରିଛନ୍ତି । ଗୋଟିକୁ ସବାଆଗ ବୋଲି କହି ଏମାନେ ଯେ ଅନ୍ୟ ଲକ୍ଷ୍ୟମାନଙ୍କୁ ଗୋଟାସୁଦ୍ଧା ଅସ୍ୱୀକାର କରିଛନ୍ତି, ସେକଥା ମୋଟେ ନୁହେଁ । ମାତ୍ର ସବାଆଗର ଏଇଟି ହେଉଛି ମୁଖ୍ୟ, ଏଇଟି ବ୍ୟତୀତ ଅନ୍ୟଗୁଡ଼ିକ ମଧ୍ୟ୍ୟରୁ ବସ୍ତୁତଃ କେବେହେଲେ କୌଣସି ଶ୍ରେୟ ପ୍ରାପ୍ତ ହେବନାହିଁ । ଅର୍ଥାତ୍, ଏଇଟି ସର୍ବପ୍ରଧାନ ଓ ଅନ୍ୟଗୁଡ଼ିକ ଗୌଣ ବୋଲି କହିଲେ ମଧ୍ୟ୍ୟ ଆଦୌ ଯଥେଷ୍ଟ ହେବ ନାହିଁ । ଅର୍ଥାତ୍ ଏପରି ଦାୟୀ କରାଯିବ ଯେ ଏଇଟିରେ ଆଗ ପ୍ରବିଷ୍ଟ ନହୋଇ ଅନ୍ୟ କୌଣସିଟିକୁ ମଧ୍ୟ୍ୟ ଗ୍ରହଣ କରାଯାଇ ପାରିବନାହିଁ । ଏଥିରେ ପ୍ରମାଦ ରହିବାର ଅବଶ୍ୟ କାରଣ ରହିବା ଉଚିତ ନୁହେଁ, କାରଣ ପ୍ରମାଦମାନେ ତ ସେତିକିବେଳେ ଆସି ପହଞ୍ଚି ଥାଆନ୍ତି ଯେତେବେଳେ ଗୋଟିଏ ବୁଦ୍ଧି ଗୋଟିକୁ ସବାଆଗ ବୋଲି ବିଚାରି ତାକୁ ସତେଅବା ଏକମାତ୍ର ବୋଲି ଧରିନିଏ ଏବଂ ସେହି ଅନୁସାରେ ବିଚାର କରେ । ସେଥିରୁ ବହୁ ଭ୍ରାନ୍ତିର ସୃଷ୍ଟି ହୋଇଯାଏ । ଯୋଗ ବାହାରେ ଜୀବନର ସାଧାରଣ କ୍ଷେତ୍ରରେ ମଧ୍ୟ୍ୟ ତ ପୃଥିବୀର ପ୍ରାୟ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବି ଖୁବ୍ ବିବାଦ ହୁଏ-। ଧର୍ମର, ଆଦର୍ଶର ଓ ବାଦମାନଙ୍କର କ୍ଷେତ୍ରରେ ମଧ୍ୟ୍ୟ ବହୁତ ଗୋଳ ସୃଷ୍ଟି କରିବାରେ ଲାଗିଥାଏ । ସେଇଟି ସକାଶେ ପୃଥିବୀରେ ସମ୍ପ୍ରଦାୟ ଓ ସାଂପ୍ରଦାୟିକତାମାନେ ଜନ୍ମଲାଭ କରନ୍ତି ଓ ଦୂରତାମାନେ ଖୁବ୍ ପ୍ରଶ୍ରୟ ମଧ୍ୟ୍ୟ ପାଇଯାଆନ୍ତି ।

 

ଯୋଗର ସାଧନାରେ ମଧ୍ୟ୍ୟ କାର୍ଯ୍ୟତଃ ସେଥିପାଇଁ ସଂପ୍ରଦାୟମାନେ ରହିଛନ୍ତି ଓ ସମର୍ଥନକାରୀ ଶାସ୍ତ୍ରମାନେ ରହିଛନ୍ତି । ଗୁରୁ ଅଛନ୍ତି, ପୀଠମାନେ ମହଜୁଦ ରହିଛନ୍ତି । ମୂଳତଃ ଜିଜ୍ଞାସାଟି ଗୋଟିଏ ହୋଇଥିଲେ ମଧ୍ୟ୍ୟ କେନାଗୁଡ଼ିକୁ ଯୋଡ଼ି ଆସି ସବାମୂଳର ବୃକ୍ଷଟିର ହିଁ ଅନୁଶୀଳନ କରିବା ସହଜ ହୋଇ ପାରୁନାହିଁ । ମୂଳ ଦୃଷ୍ଟିଟି ହଜି ହଜି ଯାଉଛି । ଏକ ଯୋଗସ୍ଥ ଜୀବନ ଅପହଞ୍ଚପ୍ରାୟ ହୋଇ ରହିଛି । ପରମ୍ପରାଗୁଡ଼ିକ ସମ୍ଭବତଃ ଏକ ପରିପୂର୍ଣ ସୁସ୍ଥ ଦୃଷ୍ଟିରେ ଆପଣାର ସମ୍ଭାବନାଗୁଡ଼ିକ ମଧ୍ୟ୍ୟକୁ ଭେଦ କରି ପାରୁନାହାନ୍ତି । ସତେଅବା ଯୋଗସାଧନା କହିଲେ ଏକ ଖାସ୍ ଅର୍ଥର ବିଶେଷ ଧନ୍ଦାକୁ ବୁଝାଉଛି ଏବଂ ଆମ ଜୀବନନାମକ ସମଗ୍ର ଆହ୍ୱାନଟି ବିଷୟରେ ତାହାର କୌଣସି ଆବେଦନ ନାହିଁ । ଯୋଗୀ ହେବାଟା ସ୍ଥୂଳତଃ ଏକ ଜୀବନବାହାରର ପନ୍ଥାକୁ ବାଛିନେବା ପରି ବୁଝାଉଛି । ମାତ୍ର, ଯଦି ସମଗ୍ର ଜୀବନକୁ ହିଁ ଯୋଗ ବୋଲି ସ୍ୱୀକାର କରାଯାଏ, ତେବେ ତାହାକୁ ସତେଅବା ଗୋଟିଏ ସ୍ୱତନ୍ତ୍ର ପାର୍ଶ୍ଵ -କରଣା ବୋଲି କଦାପି ମାନି ନେଇ ହେବନାହିଁ; ଏବଂ ସେହିପରି, ସମନ୍ୱୟର ଯାବତୀୟ ବିଚାର ଏବଂ କଳ୍ପନା ମଧ୍ୟ୍ୟ ଅବସ୍ୟ ଅନ୍ୟ ପ୍ରକାରର ହେବ । ଆମ ଅନୁରାଗ ମଧ୍ୟ୍ୟରେ ମଧ୍ୟ୍ୟ ସମନ୍ୱୟର ମୂଳଦୃଷ୍ଟି ସର୍ବଥା ରହିବ । ଏକ ସୁସ୍ଥ ଜୀବନ ହେଉଛି ନ୍ୟାୟତଃ ଏକ ସଦାସମନ୍ୱୟନ ଦ୍ଵାରା ଜାଗରୁକ ହୋଇ ରହିଥିବା ଜୀବନ । ସେହି ଦୃଷ୍ଟିରୁ ଅସଲ ମୂଲ୍ୟାୟନ ହେଉଛି ଏକ ସଙ୍ଗତିଯୁକ୍ତ ଗ୍ରହଣଶୀଳତା ଦ୍ୱାରା ପରିପ୍ରେରିତ ହୋଇ ଯାବତୀୟ ଆପାତ ପାର୍ଥକ୍ୟଗୁଡ଼ିକୁ ଗଅଁଠାଇ ଦେଖିବାର ଏକ ସକାରାତ୍ଜକ ସତତ ପ୍ରୟାସ । ଏପରି ମଧ୍ୟ୍ୟ କହିହେବ କି ପରମ ସତ୍ୟ ତଥା ପରମ-ଈଶ୍ୱର କହିଲେ ବସ୍ତୁତଃ ସେହି ମୂଳଭୂତ ‘ହଁ’ ଗୁଡ଼ିକୁ ସମର୍ଥନ କରି ଆଣି ସେହିପରି କୌଣସି ଅଖଣ୍ଡ ସମନ୍ୱୟର ଶକ୍ତିମତ୍ତା ବଳରେ ଆପଣାକୁ ଏହି ଖିଳ ଜଗତକୁ ଓ ଉଭୟଟି ସହିତ ସଂପୃକ୍ତ ହୋଇ ରହିଥିବା ଚଳନ୍ତି ନିୟତିଟିକୁ ହିଁ ବୁଝାଇବ ।

 

ସତ୍ୟଗୁଡ଼ିକୁ ବାସ୍ତବାୟିତ କରି ଆଣିବାର କ୍ଷେତ୍ରରେ ଯୋଗୀର ଯୋଗସାଧନା ଏହି ବିଶ୍ୱପ୍ରକୃତି ଅପେକ୍ଷା ପ୍ରକୃତରେ ବହୁତ ଅଧିକ ଲାଗି ଆକାଙ୍‍କ୍ଷା ରଖିଥାଏ । ଯୋଗୀର ସାଧନା-ଶକ୍ତି ତା' ନିଜ ଜୀବନର ଉପଲବ୍ଧି ମଧ୍ୟ୍ୟକୁ ପରମ ଦିବ୍ୟ ପୁରୁଷଙ୍କୁ ସଞ୍ଚାରିତ କରି ଆଣେ । ସତେଅବା ଆମର ଏହି ବିଶ୍ୱଲୀଳାଟି ଭିତରୁ ବାହାରି ଯାଇ ଯୋଗୀ ଏକ ବୃହତ୍ତର ଉପଲବ୍ଧିର ସମର୍ଥ ହୁଏ । ଏବଂ ହୁଏତ ସେହି କାରଣରୁ କେତେକ ସାଧନାରତ ଯୋଗୀ ତାହାକୁ ଯେ ଆପଣା ପ୍ରୟାସର କେବଳ ସର୍ବୋଚ୍ଚ ଲକ୍ଷ୍ୟ ରୂପେ ଗ୍ରହଣ କରି ନେଇଥାନ୍ତି ତା’ ନୁହେଁ, ସେମାନେ ତାହାକୁ ଆଚରଣୀୟ ଏକମାତ୍ର ଉଦ୍ଦେଶ୍ୟ ବୋଲି ବାଛି ନିଅନ୍ତି । ନିଜର ଉଚ୍ଚତମ ଓ ସବୁଠାରୁ ଅଧିକ ଶୁଦ୍ଧ ଭାବ ଏବଂ ଆବେଗମାନଙ୍କୁ ଏକ ନିର୍ଦ୍ଦିଷ୍ଟ ତତ୍ପରତା ମଧ୍ୟ୍ୟକୁ ସଂକେନ୍ଦ୍ରିତ କରିଆଣି ବ୍ୟକ୍ତି-ସାଧକର ହୃଦୟ ଏକ ବିଶ୍ୱାତୀତ ଆନନ୍ଦମୟତା ବା ଅନିର୍ବଚନୀୟ ନିର୍ବାଣର ଅଧିକାର ଲାଭ କରେ; ବ୍ୟକ୍ତିସାଧନାର ମାନସପ୍ରୟାସ ନିଜର ସାଧାରଣ କ୍ରିୟାଶୀଳତା ଗୁଡ଼ିକୁ ଦୀକ୍ଷିତ କରିନେଇ ଏକ ମନଃସୀମାର ଅତୀତ ଜ୍ଞାନର ଅଧିକାରୀ ହୁଏ ଏବଂ ସେହି ପରମ ଅନିର୍ବଚନୀୟଙ୍କ ଠାରୁ ଆପଣାକୁ ଅଭିନ୍ନ ବୋଲି ଉପଲବ୍ଧି କରିଥାଏ; ସେହି ବିଶ୍ୱାତୀତ ଏକତାଟି ମଧ୍ୟ୍ୟରେ ସିଏ ଆପଣାର ଅଲଗା ପରି ଲାଗୁଥିବା ସତ୍ତାଟିକୁ ବିସର୍ଜନ କରି ଦେଇଥାଏ । ଏବଂ, ସକଳ କ୍ଷେତ୍ରରେ ଏହି ବ୍ୟକ୍ତି ହିଁ ଏକ ମୁକ୍ତ ଆତ୍ଜସ୍ଥିତିର, ସେହି ଆଦୌ କୌଣସି ପ୍ରସୀମନ ନଥିବା ବିଶ୍ୱାତୀତ ଉପଲବ୍ଧିର ଅଧିକାରୀ ହୋଇ ବିଚରଣ କରୁଥାଏ ।

 

ବାସ୍ତବର କ୍ଷେତ୍ରରେ ଯୋଗର ଆଦୌ କୌଣସି ସାଧନା ସମ୍ଭବ ହେବା ପୂର୍ବରୁ ହିଁ ତିନୋଟି ପକ୍ଷର ସହମତି ରହିଥିବା ଉଚିତ । ସେହି ପକ୍ଷମାନେ ହେଉଛନ୍ତି ପରମେଶ୍ଵର, ପରମା ପ୍ରକୃତି ଏବଂ ସାଧନା କରିବାର ଆଗ୍ରହ କରୁଥିବା ସେହି ମନୁଷ୍ୟାତ୍ଜା । କିମ୍ବା, ଅଧିକ ତାତ୍ତ୍ୱିକତା ଦେଇ କହିଲେ, ପରମ ବିଶ୍ୱାତୀତ, ପରମ ବିଶ୍ୱଗତ ଓ ମନୁଷ୍ୟବ୍ୟକ୍ତି । ସେହି ସହମତି ନଥାଇ ଯଦି ବ୍ୟକ୍ତି ଏବଂ ପ୍ରକୃତିକୁ ଆପଣା ଇଚ୍ଛାଗୁଡ଼ିକର ଅଧୀନରେ ଛାଡ଼ି ଦିଆଯାଏ, ତେବେ ଦୁହେଁ ସେମାନଙ୍କୁ ଏକ ଆରେକଟି ପାଖରେ ବାନ୍ଧି କରି ରଖିବେ ଏବଂ ପ୍ରକୃତିର ମନ୍ଥର ଅର୍ଥାତ୍ ନାନାଭାବେ କୁଣ୍ଠିତ ଗତିଟିକୁ ଉଲ୍ଲେଖଯୋଗ୍ୟ ଭାବରେ ଅଧିକ ବେଗଯୁକ୍ତ ହେବାକୁ ଦେବେନାହିଁ । ତେଣୁ, ଆହୁରି ଅଧିକ ବିଶ୍ୱାତୀତ ହୋଇ କିଛିର ଆବଶ୍ୟକତା ଅବଶ୍ୟ ରହିବ, ଯାହାକି ପ୍ରକୃତିଟି ଠାରୁ ଅଧିକ ମୁକ୍ତ ହୋଇଥିବ, ଅଧିକ ବୃହତ୍ ହୋଇଥିବ । ସେହି ମୁକ୍ତତର ତଥା ବୃହତ୍ତରଟି ଆମ ଉପରେ କ୍ରିୟାଶୀଳ ହେବ ଓ ପ୍ରକୃତିର କ୍ଷେତ୍ରରେ ମଧ୍ୟ୍ୟ କାର୍ଯ୍ୟ କରିବ, ଆପଣାର ସୀମାଟିରୁ ଆମକୁ ଆହୁରି ଅଧିକକୁ ଆକର୍ଷିତ ହୋଇ ଯିବାଲାଗି ପ୍ରେରିତ କରିବ, ଆପଣାଠାରୁ ଆହୁରି ଉଚ୍ଚକୁ ନେଇଯିବ ଏବଂ ଆମର ଭାଗ୍ୟ ହେତୁ ହେଉ କିମ୍ବା ଆମର ବଳପ୍ରୟୋଗ ଦ୍ୱାରା ହେଉ, ବ୍ୟକ୍ତିର ଆରୋହଣ ନିମନ୍ତେ ପ୍ରକୃତିଠାରୁ ତା'ର ସମ୍ମତିଟିକୁ ଅବଶ୍ୟ ହାସଲ କରିବ ।

 

ଏହି ସତ୍ୟଟି ହେତୁ ଯୋଗସାଧନାର ପ୍ରତ୍ୟେକ ଦର୍ଶନ ସକାଶେ ଏକ ଈଶ୍ୱର କଳ୍ପନା ଅତ୍ୟାବଶ୍ୟକ ହୋଇ ରହିଥାଏ । ଈଶ୍ଵର, ପରମ ପ୍ରଭୁ, ଉଚ୍ଚତମ ଆତ୍ଜା ଅଥବା ଏକ ଶିଖରସ୍ତରର ପରମ ଆତ୍ଜସତ୍ତାର କଳ୍ପନା ନିହିତ ହୋଇ ରହିଥାଏ । ସେହି ଉଚ୍ଚତମଙ୍କ ଆଡ଼କୁ ହିଁ ପ୍ରୟାସଟିକୁ ମୁହାଁଇ ରଖିବାକୁ ହୁଏ । ସେହି ତାଙ୍କରି ଠାରୁ ଆବଶ୍ୟକ ଆଲୋକନକାରୀ ସ୍ପର୍ଶଟି ଉପଲବ୍ଧ ହୁଏ, ସେହି ଥାନଟିରେ ଯାଇ ପହଞ୍ଚି ପାରିବାର ବଳ ମଧ୍ୟ୍ୟ ମିଳିଯାଏ । ଭକ୍ତିଯୋଗର ଯେଉଁ ଅନୁପୂରକ ଧାରଣାଟିକୁ ଅଧିକାଂଶ ସମୟରେ ଆଣି ପ୍ରବିଷ୍ଟ କରା ଯାଇଥାଏ, ଏହି କ୍ଷେତ୍ରରେ ସେଇଟିକୁ ଗୋଟିଏ ସମାନ ଭାବରେ ସତକଥା ବୋଲି ଗ୍ରହଣ କରାଯିବ । ସେହି ସନ୍ଦର୍ଭରେ ପରମ ବିଶ୍ୱାତୀତଙ୍କର କଳ୍ପନାକୁ ଗୋଟିଏ ଅର୍ଥରେ ବ୍ୟକ୍ତି ଲାଗି ଆବଶ୍ୟକ ବୋଲି ଘୋଷଣା କରାଯାଇଛି ଏବଂ ଗୋଟିଏ ଅର୍ଥରେ ବ୍ୟକ୍ତିକୁ ମଧ୍ୟ୍ୟ ପରମ ବିଶ୍ୱାତୀତଙ୍କ ଲାଗି ଆବଶ୍ୟକ ବୋଲି କୁହାଯାଇଛି-। ଅର୍ଥାତ୍, ବ୍ୟକ୍ତି ପରି ପରମ ବିଶ୍ୱାତୀତ ବ୍ୟକ୍ତି ଖୋଜି ବାହାରି ଆସିଛନ୍ତି । ଭକ୍ତ ଯେପରି ଭଗବାନଙ୍କୁ ଖୋଜୁଛି ଓ ତାଙ୍କଲାଗି ବ୍ୟାକୁଳ ହୋଇ ରହିଛି, ଠିକ୍ ସେହିପରି ପରମ ଭଗବାନ୍ ମଧ୍ୟ୍ୟ ଭକ୍ତକୁ ଖୋଜୁଛନ୍ତି ଓ ତାକୁ ଭେଟିବା ଲାଗି ବ୍ୟାକୁଳ ହୋଇ ରହିଛନ୍ତି । ପୁନଶ୍ଚ, ଜ୍ଞାନର କ୍ଷେତ୍ରରେ ବସ୍ତୁତଃ ଜ୍ଞାନର ଅନ୍ୱେଷଣକାରୀ ମନୁଷ୍ୟ ବ୍ୟତୀତ ମଧ୍ୟ୍ୟ ଆଦୌ କୌଣସି ଜ୍ଞାନଯୋଗ ସମ୍ଭବ ହେବନାହିଁ । ସେହି ମନୁଷ୍ୟଟି ହିଁ ହେଉଛି ଯାବତୀୟ ଜ୍ଞାନର ସର୍ବମୂଳ କଥାଟି-। ଜଣେ ବ୍ୟକ୍ତି ହିଁ ଆପଣାର ଜ୍ଞାନ ସାମର୍ଥ୍ୟଟିର ଏକ ଦିବ୍ୟସ୍ତରୀୟ ଉପଯୋଗ ନକରିବା ଯାଏ ଜ୍ଞାନଯୋଗ ନିମନ୍ତେ କୌଣସି ଅବକାଶ କଦାପି ନଥିବ । ଈଶ୍ଵରଙ୍କୁ ଭଲ ପାଉଥିବା ଜଣେ ମନୁଷ୍ୟସତ୍ତା ବ୍ୟତୀତ ମୋଟେ କୌଣସି ଭକ୍ତିଯୋଗର ଅବକାଶ ନଥିବ । ସେତିକିବେଳେ ଯାଇ ସେହି ପରମ ଭଗବାନଙ୍କୁ ପ୍ରେମ ତଥା ଆନନ୍ଦର ସର୍ବୋଚ୍ଚ ବସ୍ତୁରୂପେ କଳ୍ପନା କରି ହେବ । ବ୍ୟକ୍ତି ହିଁ ଆଧ୍ୟ୍ୟାତ୍ଜକ, ଆବେଗଗତ ତଥା ସୌନ୍ଦର୍ଯ୍ୟାନୁଭୂତିର ସ୍ୱ-ସାମର୍ଥ୍ୟଗୁଡ଼ିକର ଆଦୌ କୌଣସି ଦିବ୍ୟ ଉପଯୋଗ କରିପାରିବ ।

 

ଠିକ୍ ସେହିପରି ଭାବରେ ଜଣେ ମନୁଷ୍ୟରୂପୀ କର୍ମଯୋଗୀ ବ୍ୟତୀତ କୌଣସି କର୍ମଯୋଗର ମଧ୍ୟ୍ୟ ଅବକାଶ ରହିବ ନାହିଁ, ଉଚ୍ଚତମ ଯାବତୀୟ ଇଚ୍ଛାର ଆଧାର, ସକଳ କର୍ମର ଏକମାତ୍ର ଅଧିପତିଙ୍କର ମୋଟେ କଳ୍ପନା କରି ହେବ ଏବଂ ଯାବତୀୟ କର୍ମର ଏକ ଯଜ୍ଞ ତାଙ୍କରି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବ ବୋଲି କୁହା ଯାଉଥିବା କଥାଟିର କୌଣସି ଅର୍ଥ ରହିବନାହିଁ । ଯାବତୀୟ ବସ୍ତୁର ଉଚ୍ଚତମ ସତ୍ୟ ବିଷୟରେ ଏକ ଧାରଣା କରିବା ସମୟରେ ଆମ ବୌଦ୍ଧିକ ଧାରଣାର ଭୂମିରେ ଆମେ ଏକତ୍ୱବୋଧୀ ଗୋଟିଏ ତତ୍ତ୍ୱ ଆଡ଼କୁ ଯେତେ ଢଳି ରହିବାକୁ ଇଚ୍ଛା କରୁଥିଲେ ମଧ୍ୟ୍ୟ ଆପଣାର ପ୍ରତ୍ୟକ୍ଷ ଏବଂ ବାସ୍ତବ ଜୀବନସ୍ତରରେ ଆମେ ସର୍ବଦା ଏହି ସର୍ବବିଦ୍ୟମାନ ତିନିବୋଧଟିକୁ ଗ୍ରହଣ କରିବାକୁ ବାଧ୍ୟ୍ୟ ହେବା । ଈଶ୍ୱର ଥିବେ, ପ୍ରକୃତି ଥିବ ଏବଂ ବ୍ୟକ୍ତି -ଆତ୍ଜା ରହିଥିବ । ବ୍ୟକ୍ତି ଥିବ, ବିଶ୍ଵ ଥିବ ଓ ବିଶ୍ୱାତୀତ ଥିବ । ତେବେ ଯାଇ ଭାରସାମ୍ୟଟିଏ ରହିବ । ସମଗ୍ରତାଟିଏ ରହିବ । ତା’ ନହେଲେ ଆଦୌ କୌଣସି ଯୋଗ ସମ୍ଭବ ହେବନାହିଁ । ସାଧକ ରହିଥିବ, ଅନୁରାଗୀଟିଏ ରହିଥିବ ଏବଂ ସିଏ ଏହି ପ୍ରକୃତିକୁ, ତା’ ନିଜର ପ୍ରକୃତି ସମେତ ଭୂମିରୂପେ ବ୍ୟବହାର କରି ସାଧନା କରୁଥିବ ଏବଂ ତାକୁ ଶିଖର ପରେ ଶିଖର ଯୋଗାଇ ଦେଇ ନିତ୍ୟ-ଆହ୍ଵାନରୂପେ ଅପରିହାର୍ଯ୍ୟ ଭାବରେ ଜଣେ ଈଶ୍ୱର ଥିବେ,–ଆରୋହଣର ଆମ ବାଟଟିକୁ କଢ଼ାଇ କଢ଼ାଇ ନେଇ ଯାଉଥିବେ । ଆମର ତଥାକଥିତ ପ୍ରକୃତି ଏହି ଯେତିକି ସେତିକିଟି ମଧ୍ୟ୍ୟରେ ମୋଟେ ଅଟକାଇ ରଖି ପାରିବେନାହିଁ । ଆମେ ଆରୋହଣ କରୁଥିବାର ଉନ୍ମୋଚନକାରୀ ପ୍ରକ୍ରିୟାଟିର ଶିଖର ପରେ ଶିଖର ଆସୁଥିବ, ତଥାପି ଆମକୁ କ୍ଳାନ୍ତ ଲାଗୁ ନଥିବ । ଶିଖରମାନେ କାହିଁକି ସରୁନାହାନ୍ତି ବୋଲି ମୋଟେ କୌଣସି ଅଶ୍ୱସ୍ତିର ଅନୁଭବ ହେଉ ନଥିବ । ଆମ ନିଜଭିତରେ କୌଣସି ଈଶ୍ୱରୀୟତା ନିହିତ ହୋଇ ରହିଛି ଏବଂ ନ୍ୟାୟତଃ ସେହି କାରଣରୁ ହିଁ ବାହାରର ଏହି ସବୁକିଛିର ନିୟାମକ ପରମ ଈଶ୍ଵର ସତେଅବା ସବୁ ବୁଝି ମାର୍ଗସ୍ଥ ଆମ ସମସ୍ତଙ୍କୁ ଶିଖର ଉଠାଇ ନେଉଛନ୍ତି ବୋଲି ପ୍ରତ୍ୟୟଟିଏ ଜନ୍ମଲାଭ କରିବ ।

 

ତେଣୁ, ଯୋଗର ଅତ୍ୟନ୍ତ ସୁନିର୍ଦ୍ଦିଷ୍ଟ ଯଥାର୍ଥ ମର୍ମସତ୍ୟଟି ହେଉଛି ଯେ, ଏଥିରେ ଅନ୍ତର୍ଗତ ହୋଇ ରହିଥିବା ସବୁକିଛି ଚର୍ଯ୍ୟାରେ ମନୁଷ୍ୟବ୍ୟକ୍ତିର ଚେତନାର ପରମ ଦିବ୍ୟ ଚେତନାର ଏକ ସମ୍ପର୍କ ସ୍ଥାପିତ ହେବ । ଏହି ବିଶ୍ୱଲୀଳାର କ୍ରିୟାଟି ହେତୁ ଯାହା ମୂଳଟି ଠାରୁ ସମ୍ପର୍କଛିନ୍ନ ହୋଇଯାଇଛି, ସେଇଟି ପୁନର୍ବାର ସେଇଟି ସହିତ ମିଳିତ ହେବ । କାରଣ, ସେଇ ମୂଳଟି ହେଉଛି ଅସଲ, ଆଦି ଏବଂ ବିଶ୍ୱବ୍ୟାପୀ । ସେହି ସଂପର୍କସ୍ଥାପନଟି ଆମ ବ୍ୟକ୍ତିତ୍ୱର ଯେକୌଣସି ବିନ୍ଦୁରେ ମଧ୍ୟ୍ୟ ସମ୍ଭବ ହୋଇପାରେ ଯାବତୀୟ ଅର୍ଥରେ ତ ଆମ ପ୍ରତ୍ୟେକଙ୍କର ବ୍ୟକ୍ତିତ୍ୱକୁ ଗୋଟିଏ ଚେତନା ବୋଲି କୁହାଯିବ, ଯାହା ଏକାଧିକ ବିଭାବଯୁକ୍ତ ହୋଇ ରହିଥାଏ ଏବଂ ତଥାପି, ଯେତେ ଜଟିଳ ଭାବରେ ହେଲେ ମଧ୍ୟ୍ୟ ସେହି ବିଭାବଗୁଡ଼ିକ ମଧ୍ୟ୍ୟରେ ଗୋଟିଏ ସଂଗଠିତ ପୂର୍ଣ୍ଣରୂପତା ମଧ୍ୟ୍ୟ ବିଦ୍ୟମାନ୍‍ ଥାଏ । ହଁ, ଆଲୋଚିତ ଉକ୍ତ ସମ୍ପର୍କଟି ଆମ ଶରୀରର ମାଧ୍ୟ୍ୟମରେ ଭୌତିକ ଭୂମିରେ ଘଟିପାରେ; ଆମ ସ୍ନାୟୁକେନ୍ଦ୍ରିତ ସତ୍ତାଟିର ନିୟନ୍ତ୍ରଣ କରୁଥିବା କ୍ରିୟାବିକ୍ରିୟାଟିକୁ ମାଧ୍ୟ୍ୟମ କରି ତାହା ଆମର ପ୍ରାଣିକ ଜୀବନରେ ମଧ୍ୟ୍ୟ ସମ୍ଭବ ହୋଇପାରେ । ହଁ, ଆମର ମନକୁ ମଧ୍ୟ୍ୟ ତାହା ଭୂମିରୂପେ ବ୍ୟବହାର କରିପାରେ; ଆମର ସକଳ ଆବେଗର ଉତ୍ସସ୍ଥଳ ହୃଦୟକୁ ମାଧ୍ୟ୍ୟମ କରି, ସଦା-ସକ୍ରିୟ ଆମ ଇଚ୍ଛାଶକ୍ତିର କ୍ଷେତ୍ରରେ ଅଥବା ସକଳ ବ୍ୟାପାରକୁ ବୁଝି ପାରୁଥିବା ଆମର ଏହି ମାନସସତ୍ତାଟିକୁ ମାଧ୍ୟ୍ୟମ କରି । ଅଥବା, ସଚରାଚର ଅଧିକତମ କ୍ଷେତ୍ରରେ ଯାହା ହୋଇଥାଏ, ସେହି ମାନସ କ୍ରିୟାସ୍ତରରେ ସାଧାରଣ ଭାବରେ ଆମ ମାନସିକ ଚେତନାକୁ ଦୀକ୍ଷିତ କରିନେଇ ତାହାକୁ ସମ୍ଭବ କରା ଯାଇପାରେ । କିମ୍ବା, ମନୋରାଜ୍ୟର କେନ୍ଦ୍ରଟିରେ ରହିଥିବା ଅହଂଟିକୁ ଏକ ପ୍ରତ୍ୟକ୍ଷ ଜାଗରଣ ଦ୍ୱାରା ବିଶ୍ଵଗତ ଅଥବା ବିଶ୍ୱାତୀତ ପରମ ସତ୍ୟ ତଥା ପରମ ଆନନ୍ଦ ମଧ୍ୟ୍ୟକୁ ଜାଗୃତ କରାଇ ନେଇ ମଧ୍ୟ୍ୟ ସେହି କାର୍ଯ୍ୟଟିକୁ ସମ୍ପନ୍ନ କରା ଯାଇପାରେ । ଏବଂ, ଏହି କ୍ରମରେ ସାଧାରଣ ସତକଥାଟି ହେଉଛି ଯେ, ଉକ୍ତ ସାକ୍ଷାତକାରଟିକୁ ଆମେ ଆମ ସତ୍ତାଗତ ଅନୁଭବର ଯେଉଁ ବିନ୍ଦୁରେ ଘଟାଇବା ନିମନ୍ତେ ନିଜ ପାଇଁ ବାଛି ନେବା, ସେହି ଅନୁସାରେ ହିଁ ଆମ ଯୋଗଚର୍ଯ୍ୟାର ପଥଟି ନିରୂପିତ ହେବ ।

 

ଅର୍ଥାତ୍, ଆମେ ବାଛିଥିବା ସଂଯୋଗ-ବିନ୍ଦୁଟି ଅନୁସାରେ ଆମ ଯୋଗସାଧନାର ପ୍ରକାରଟି, କେଉଁ ପ୍ରକାରଟି ତୁଳନାତ୍ଜକ ଭାବରେ ଅଧିକ ଉପାଦେୟ ଓ ଫଳପ୍ରଦ, ସେହି କଥାଟି ଆମ ନିଜ ନିର୍ବାଚନ ଉପରେ ହିଁ ନିର୍ଭର କରିବ । ତେଣୁ, ମାର୍ଗଗୁଡ଼ିକୁ ସେହି ପ୍ରଥମରୁ ହିଁ ନିର୍ଣ୍ଣୟ କରି ଦିଆଯାଇଛି ଏବଂ ସତେଅବା ଏକ ମାପକାଠି ଦ୍ଵାର ମାପି ଅଳପ ବା ଅଧିକ ବୋଲି ଦର୍ଶାଇ ଦିଆଯାଇଛି, ସେକଥା ମୋଟେ ନୁହେଁ । ଆମ ନିଜ ଭିତରେ ଅନୁକୂଳ ଅନୁମାନଟିଏ ହିଁ ଆମକୁ ଏକ ପଥ ହିସାବରେ ଏଇଟିକୁ ଅଥବା ସେଇଟିକୁ ଅଧିକ ପ୍ରଶସ୍ତ ଓ ଉପଯୁକ୍ତ ବୋଲି ଅନୁଭବ କରାଇଛି । ଏବଂ ସେହି ଅନୁସାରେ ଆମ ପ୍ରଚାରକାରୀ ଗୁରୁମାନେ । କେତେକ ଗୁରୁ ଏହି କଥାଟିକୁ ସ୍ୱୀକାର କରିବା ନିମନ୍ତେ ସମ୍ଭବତଃ ରାଜୀ ନହେଲେ ମଧ୍ୟ୍ୟ ସେଇଟି ଏକ ସତକଥା । ଭାରତବର୍ଷରେ ଆଲୋଚିତ ଏବଂ ପ୍ରଚାରିତ ହୋଇ ଆସିଥିବା ଯୋଗର ସନ୍ଦେଶଟିକୁ ଆମେ ସର୍ବଦା ସେହି ଅନୁସାରେ ବିଚାର ମଧ୍ୟ୍ୟ କରି ପାରିବା । ଆମେ ବାଛି ନେଇଥିବା, ମାର୍ଗଟି ଅନୁସାରେ ଆମ ଯୋଗଟିର ଦୈର୍ଘ୍ୟ ଏବଂ ପ୍ରସ୍ଥଗୁଡ଼ିକର ଅନ୍ଦାଜ ମଧ୍ୟ୍ୟ କରାଯାଇ ପାରିବ । ଆମ ଆସ୍ପୃହା ନାମକ ମେଦିନୀଟିର ଦୈର୍ଘ୍ୟ ଓ ପ୍ରସ୍ଥଗୁଡ଼ିକର । ସେହି ମେଦିନୀଟିର ଏକ ଉତ୍ତୋଳନ ଏବଂ ପ୍ରସାରଣ ଘଟିଲେ ଆମ ଯୋଗର ପରିମିତିଟି ଯେ ସେଇଟି ସହିତ ଆଖର ବଦଳିଯିବ, ଏହି ସନ୍ଦର୍ଭରେ ଆମେ ହୁଏତ ସେହିପରି ଏକ ଅନୁମାନ କରିପାରିବା । ଆମ ଆଖିମାନଙ୍କରେ ପରିବର୍ତ୍ତନ ଘଟିଲେ ଆମ ଚର୍ଯ୍ୟାର ଚରିତ୍ରଟି ମଧ୍ୟ୍ୟ ବଦଳିଯିବ ।

 

ସୁତରାଂ, ଆମର ବାଛିବା ଅନୁସାରେ ଆମେ ନିଜପାଇଁ ବାଛିଥିବା ଯୋଗର ମାର୍ଗଟି । କେଉଁ ମାର୍ଗଟି ଅଧିକ ପ୍ରଶସ୍ତ, କେଉଁଟିର ପ୍ରସାର କେତେ କମ୍ କିମ୍ବା ବେଶୀ, ସେହି ଅନୁସାରେ ଯେତେ ନୁହେଁ, ଆମର ଅନ୍ତର୍ବୃତ୍ତି ଅନୁସାରେ ହୁଏତ ତା’ଠାରୁ ଅଧିକ ପରିମାଣରେ । ଆମର ଅନ୍ତର୍ବୃତ୍ତିଟା ମଧ୍ୟ୍ୟ ଆମର ଉଭା ଏବଂ ପୋତା ନାନା ସଂସ୍କାରରୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ହୋଇଥାଏ ଓ ଆମକୁ ନାନାଭାବେ ପ୍ରଭାବିତ କରିବାରେ ଲାଗିଥିବା ଆମର ଦିଗ୍‍ବଳୟ ଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ହେଉଥାଏ । ମାର୍ଗ ଗୁଡ଼ିକର ବହୁ ଜଟିଳତା ଭିତରକୁ ନଯାଇ ଯଦି ଆମେ ଭାରତବର୍ଷରେ ଏବେ ମଧ୍ୟ୍ୟ ଚର୍ଚ୍ଚିତ ହେବାରେ ଲାଗିଥିବା ଯୋଗର ମୁଖ୍ୟ ମାର୍ଗଗୁଡ଼ିକ ଉପରେ ଦୃଷ୍ଟି ପକାଇବା, ତେବେ ସେଗୁଡ଼ିକ ଗୋଟିଏ ପ୍ରକାରର ସୋପାନକ୍ରମ ମଧ୍ୟ୍ୟରେ ଅବସ୍ଥିତ ରହିଥିବାର ଦେଖିବାକୁ ପାଇବା । ପୂରା ସମଗ୍ରଟି ଆମଲାଗି ସବୁଠାରୁ ଅଧିକ ପାଖ ଏବଂ ସର୍ବାଧିକ ପରିମାଣରେ ପହଞ୍ଚ ପରି ମନେ ହେଉଥିବା ଶରୀରଠାରୁ ଆରମ୍ଭ ହୋଇଛି ଏବଂ ସତେଅବା ଅଧିକରୁ ଅଧିକ ଉପର ଆଡ଼କୁ ଯାଇ ବ୍ୟକ୍ତିର ଆତ୍ଜକ୍ଷେତ୍ରଟି ସହିତ ବିଶ୍ୱାତୀତ ଓ ବିଶ୍ୱଗତ ପରମ ଆତ୍ଜସତ୍ୟଟି ସହିତ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନ କରିବାର ଶିଖର-ଉପଲବ୍ଧି ଯାଏ ଏକ ଆରୋହଣ-କ୍ରମ ଦ୍ୱାରା ମୁଣ୍ଡି ମାରିଛି । ହଠଯୋଗ ସେହି ଅନୁସାରେ ଶରୀରକୁ ନେଇ ସଂପୃକ୍ତ ହୋଇ ରହିଛି । ଆମ ପରିପୂର୍ଣ୍ଣତାର ପଥରେ ତଥା ଉପଲବ୍ଧି-କ୍ରମରେ ତାହା ଶରୀର ଏବଂ ଆମ ପ୍ରାଣଗତ କ୍ରିୟାଶୀଳତାକୁ ଆପଣାର କ୍ଷେତ୍ରରୂପେ ଗ୍ରହଣ କରିଛି । ହଠଯୋଗ ପରେ ରାଜଯୋଗ ଯାହା ଆମ ଜୀବନର ମାନସ ସତ୍ତାକୁ ନେଇ ଏକ ସାଧନାକ୍ରମର ସୂତ୍ରକୁ ଆଣି ବାଢ଼ି ଦେଇଛି । ମନର ଭିନ୍ନ ଭିନ୍ନ କର୍ମତତ୍ପରତାକୁ ଆପଣାର କ୍ଷେତ୍ରରୂପେ ଗ୍ରହଣ କରି ନେଇଛି । ଆହୁରି ସଂକ୍ଷେପ କରି କହିଲେ, ସ୍ଥୂଳ ଶରୀରକୁ ହଠଯୋଗ କ୍ଷେତ୍ରରୂପେ ଗ୍ରହଣ କରିଛି ଏବଂ ରାଜଯୋଗ ସୂକ୍ଷ୍ମ ଶରୀରକୁ ।

 

ଏହି ଦୁଇଟି ପରେ ଆମ ଜୀବନର ତିନୋଟି ମୁଖ୍ୟ ଅଭିବ୍ୟକ୍ତି-ଦ୍ଵାରକୁ-କର୍ମ ପ୍ରେମ ଓ ଜ୍ଞାନକୁ ନେଇ ଯୋଗର ତିନୋଟି ମାର୍ଗ,–କର୍ମଯୋଗ, ଭକ୍ତିଯୋଗ ଏବଂ ଜ୍ଞାନଯୋଗ । ସେହି ମାର୍ଗମାନେ ନିଜ ନିଜ କ୍ରିୟା ଓ ଚର୍ଯ୍ୟାର ସାଧନରୂପେ ଆମ ମାନସ ସତ୍ତାର କେତେକ ଅଂଶ, ଇଚ୍ଛାଶକ୍ତି, ଆମର ହୃଦୟ ତଥା ବୁଦ୍ଧିକୁ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟରେ ଲଗାଇଥାନ୍ତି ଏବଂ ନିଜକୁ ଅନୁରୂପ ଭାବରେ ଦୀକ୍ଷିତ କରିନେଇ ଏକ ସକଳ ବନ୍ଧନରୁ ଆମକୁ ବିମୋଚିତ କରି ନେଉଥିବା ପରମ ସତ୍ୟ, ପରମ ଉଲ୍ଲାସ ଏବଂ ପରମ ଅନ୍ତହୀନତା ପାଖରେ ନେଇ ଭେଟାଇ ଦିଅନ୍ତି । ଆପଣାର ପଦ୍ଧତି ହିସାବରେ ଏମାନେ ଗୋଟିଏ ପାଖରେ ଥିବା ବ୍ୟକ୍ତି ମଧ୍ୟ୍ୟରେ ଅବସ୍ଥିତ ପରମ ପୁରୁଷସତ୍ତା ଏବଂ ପ୍ରତ୍ୟେକ ଶରୀର ମଧ୍ୟ୍ୟରେ ବିଦ୍ୟମାନ୍ ରହିଥିବା ଦିବ୍ୟ ପୁରୁଷସତ୍ତାଙ୍କ ମଧ୍ୟ୍ୟରେ ଏକ ପ୍ରତ୍ୟକ୍ଷ ଯୋଗସୂତ୍ର ସ୍ଥାପନ କରାଇବାକୁ ଗ୍ରହଣ କରିଥାନ୍ତି । ଏଠାରେ ସେହି ଦିବ୍ୟ ପରମ ପୁରୁଷସତ୍ତାଙ୍କର କଥା କୁହାଯାଇଛି, ଯିଏକି ସକଳ ଶରୀରରେ ବିରାଜିତ ରହିଥିଲେ ମଧ୍ୟ୍ୟ ତଥାପି ସକଳ ରୂପ ଓ ନାମର ଅତୀତ ହୋଇ ରହିଛନ୍ତି ।

 

ଯେପରି ଏଥିପୂର୍ବରୁ ଉଲ୍ଲେଖ କରାଯାଇଛି, ପ୍ରାଣ ଏବଂ ଶରୀର ଉପରେ ବିଜୟ ଲାଭ କରିବା ହିଁ ହଠଯୋଗର ଲକ୍ଷ୍ୟ ହୋଇ ରହିଥାଏ । ଦେହ ଓ ପ୍ରାଣ ଏକତ୍ର ହୋଇ ଆମ ଜୀବନର ଅନ୍ନମୟ କୋଷକୁ ରଚନା କରିଥାନ୍ତି, ଏବଂ, ସେହି ଆଗରୁ ଯେପରି କୁହାଯାଇଛି, ଆମର ଅନ୍ନଗତ ଓ ପ୍ରାଣମୟ ଦୁଇଟିଯାକ ଏକତ୍ର ଆମର ଏହି ସ୍ଥୂଳ ଶରୀରକୁ ସମ୍ଭବ କରି ରଖିଥାନ୍ତି । ସେହି ସ୍ଥୂଳ ଶାରୀରିକ ସ୍ତରର ଯେଉଁ ସମତାବସ୍ଥାଟି, ସେଇଟି ହିଁ ଆମ ଜୀବନକୁ ଏକ ମୂଳଦୁଆ ଆଣି ଦିଏ, ଯାହାକି ଜଣେ ମନୁଷ୍ୟର ଜୀବନରେ ପ୍ରକୃତି ଯେପରି ଆପଣାର ସର୍ବବିଧ କାର୍ଯ୍ୟ ସମ୍ପାଦନ କରି ପାରିବ, ସେଥିଲାଗି ଗୋଟିଏ ଭୂମି ଆଣି ଯୋଗାଇ ଦେଇଥାଏ । ପ୍ରକୃତି ପ୍ରତିଷ୍ଠିତ କରି ରଖିଥିବା ଆମ ଭିତରର ଏହି ଯେଉଁ ସର୍ବପ୍ରଥମ ସମତାବସ୍ଥାଟି ଆମ ମନୁଷ୍ୟମାନଙ୍କର ସାଧାରଣ ଅହଂପ୍ରେରିତ ଜୀବନଗୁଡ଼ିକ ନିମନ୍ତେ ନିଶ୍ଚୟ ଯଥେଷ୍ଟ ହେବ । କିନ୍ତୁ ଜଣେ ହଠଯୋଗୀର ଉଦ୍ଦେଶ୍ୟଗୁଡ଼ିକର ପୂରଣ ନିମନ୍ତେ ତାହା କଦାପି ଯଥେଷ୍ଟ ହୋଇନଥାଏ । କାରଣ, ସେହି ସେତିକି ଆମର ଜୀବନକୁ ଯେଉଁ ପରିମାଣର ପ୍ରାଣିକ ବଳ ଏବଂ ଗତିଶୀଳତା ଆଣି ଦେଇଥାଏ, ତାହା ଜଣେ ମନୁଷ୍ୟର ଏହି ସାଧାରଣ ଜୀବନକାଳରେ ଶରୀରରୂପୀ ଇଞ୍ଜିନ୍‌ଟିକୁ ଚାଲୁ ରଖିବା ସକାଶେ ବେଶ୍‌ ଯଥେଷ୍ଟ ହେବ ବୋଲି ଅନୁମାନ କରା ଯାଇଥାଏ ଓ ଏହି ଧଡ଼ଟି ଭିତରେ ବାସ କରୁଥିବା ମନୁଷ୍ୟ ଜୀବନଟିକୁ କରିବାକୁ ହେଉଥିବା ସର୍ବବିଧ କାର୍ଯ୍ୟଗୁଡ଼ିକୁ ଅଳ୍ପବହୁତ ସମ୍ପନ୍ନ କରି ପାରିବ ବୋଲି ବିଚାର କରାଯାଏ ସିନା, କିନ୍ତୁ ହଠିଯୋଗ ଆଦୌ ସେତିକିରେ ତୁଷ୍ଟ ହୋଇ ରହିନଥାଏ । ତେଣୁ, ପ୍ରକୃତିର ବିଧାନରେ ତାହା ହସ୍ତକ୍ଷେପ କରେ ଏବଂ ଆହୁରି ଅଧିକ ସାମର୍ଥ୍ୟର ଅଧିକାରୀ ହେବାକୁ ଇଚ୍ଛା କରେ ।

 

ଏକ ଭିନ୍ନ ସମତାବସ୍ଥାର ପ୍ରତିଷ୍ଠା କରିବା ନିମନ୍ତେ ପ୍ରୟାସ କରେ, ଯାହାର ବଳରେ କି ତାହା ଆମର ଏହି ଶରୀରର ସଂରଚନାଟିକୁ ଅଧିକ ଶକ୍ତିଯୁକ୍ତ କରି ତିଆରି କରିନେଇ ପାରିବ । ତଦ୍ଦ୍ୱାରା ସମ୍ଭବ ହୋଇ ଆସୁଥିବା ଅମିତ ପ୍ରାଣର ଶକ୍ତିର-ଗତିସ୍ରୋତଟିକୁ ତାହା ଧାରଣ କରିବାରେ ସମର୍ଥ ହେବ । ସେହି ପ୍ରାଣଶକ୍ତି ପ୍ରକୃତରେ ଅମିତ, ପରିମାଣରେ ଅମିତ, ଆପଣାର ସଘନତା-କ୍ଷେତ୍ରରେ ମଧ୍ୟ୍ୟ ଅମିତ । ସମଗ୍ର ପ୍ରକୃତି ମଧ୍ୟ୍ୟରେ ଯେଉଁ ସମତାବସ୍ଥାଟି, ତାହା ତ ମନୁଷ୍ୟବ୍ୟକ୍ତିର ପହଞ୍ଚଟି ଭିତରକୁ ଆସି କେତେମନ୍ତେ ଅଳ୍ପ ହୋଇଯାଏ । ବ୍ୟକ୍ତି-ଜୀବନର କେତେ କେତେ ଅଭ୍ୟାସ ଓ ସଂସ୍କାର ଜଣେ ମନୁଷ୍ୟକୁ ନାନାଭାବେ ଅୟତନ କରି ରଖିଥାଏ । କେତେ ପ୍ରକାରର ବଂଶଗତ ସଙ୍କୋଚନ ମଧ୍ୟ୍ୟ ଏହି କ୍ଷେତ୍ରରେ ବହୁତ ପ୍ରଭାବ ପକାଏ । ହଠଯୋଗ ସେହି ପ୍ରସୀମନଗୁଡ଼ିକ ଉପରେ ହସ୍ତକ୍ଷେପ କରେ । ବ୍ୟକ୍ତିର ଶକ୍ତିଭଣ୍ଡାରଟିକୁ ତାହା ଏକ ଦ୍ୱାରୋନ୍ମୋଚନ ଦ୍ୱାରା ବିଶ୍ୱମୟ ଶକ୍ତିଟି ଆଡ଼କୁ ଖୋଲିଦିଏ । ବିଶ୍ୱଗତ ପ୍ରାଣଭଣ୍ଡାରର ତାହା ଗୋଟିଏ କ୍ଷୁଦ୍ର ପରିମାଣକୁ ବ୍ୟକ୍ତିର ଶରୀର ମଧ୍ୟ୍ୟକୁ ପ୍ରବିଷ୍ଟ କରାଇ ଆଣେ, ତାହାକୁ ଧାରଣ କରି ରଖେ, କାର୍ଯ୍ୟରେ ଲଗାଏ ଏବଂ ଆପଣାର ନିୟନ୍ତ୍ରଣରେ ରଖିଥାଏ ।

 

ଆସନ ଏବଂ ପ୍ରାଣାୟାମ ହେଉଛନ୍ତି ହଠଯୋଗରେ ଗୋଟିଏ ଗୋଟିଏ ପ୍ରଧାନ ସାଧନ ଏବଂ ପ୍ରକ୍ରିୟା । ଆସନମାନେ ବହୁ ପ୍ରକାରର ଓ ବହୁ ସଂଖ୍ୟାର । ଶରୀରକୁ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅବସ୍ଥା ମଧ୍ୟ୍ୟରେ ଥିର କରି ରଖିବା, ସେଇଟି ହେଉଛି ତାହାର ପ୍ରକ୍ରିୟା । ଆମର ଏହି ସାଧାରଣ ଶରୀର ସତେଯେପରି ନିୟମତଃ ସତତ ଅସ୍ଥିର ହୋଇ ରହିଥାଏ । ବିଶ୍ୱମୟ ପ୍ରାଣଶକ୍ତିକୁ ତାହା ଧାରଣ କରି ରଖି ପାରୁନଥାଏ । ହଠଯୋଗ ସେହି ଅସମର୍ଥତାକୁ ଦୂର କରିବାର ପ୍ରୟାସ କରେ, ଶରୀରକୁ ଅଧିକ ସାମର୍ଥ୍ୟ ପ୍ରଦାନ କରେ । ତାହା ଶରୀରକୁ ଏକ ଅସାଧାରଣ ସ୍ୱାସ୍ଥ୍ୟର ଅଧିକାରୀ କରାଏ, ଶକ୍ତିଯୁକ୍ତ କରାଇଆଣେ, ଅଧିକ ପରିମାଣରେ ସହଜ ନମନୀୟ କରି ପାରିବାର ଚେଷ୍ଟା କରୁଥାଏ । ଏକ ମାମୁଲି ଅତିସାଧାରଣ ଭୌତିକ ପ୍ରକୃତିର ବଦଭ୍ୟାସ କବଳରେ ପଡ଼ି ରହିଥିବା ବ୍ୟକ୍ତିଙ୍କୁ ମୁକ୍ତ କରି ନେବାର ଲକ୍ଷ୍ୟ ରଖିଥାଏ । ସେହି ପ୍ରକୃତି ତ ନହେଲେ କେତେ ନା କେତେ ସୀମା ଭିତରେ ବାନ୍ଧି ହୋଇ ହିଁ ରହିଥାଏ । ହଠଯୋଗ ବିଷୟରେ ରହି ଆସିଥିବା ପ୍ରାଚୀନ ପରମ୍ପରାଟିରେ ଏପରି ଗୋଟିଏ ଅନୁମାନ ମଧ୍ୟ୍ୟ ସର୍ବଦା କରାଯାଇଛି ଯେ ଭୌତିକ ଶକ୍ତି ଅର୍ଜନ କରିବାର କ୍ଷେତ୍ରରେ ସେହି ବିଜୟଟିକୁ ଏପରି ଶକ୍ତିସମ୍ପନ୍ନ ଭାବରେ ସମ୍ଭବ ମଧ୍ୟ୍ୟ କରିହେବ, ଯାହାଦ୍ୱାରା କି ପୃଥିବୀର ମାଧ୍ୟ୍ୟାକର୍ଷଣ ଶକ୍ତିକୁ ମଧ୍ୟ୍ୟ ବହୁ ପରିମାଣରେ ଆପଣାର ଆୟତ୍ତକୁ ଆଣିବା ମଧ୍ୟ୍ୟ ସମ୍ଭବ ହୋଇପାରିବ । ସେହି ସୀମାଟିକୁ ହଟାଇ ଦେବା ପରେ ଜଣେ ହଠଯୋଗୀ ଆହୁରି ନାନାଭଳି ସହାୟକ ଓ ଟିକିନିଖି ପ୍ରକ୍ରିୟା ଦ୍ୱାରା ଆପଣାର ଦେହକୁ ସର୍ବବିଧ ଅଶୁଦ୍ଧତାରୁ ସୁରକ୍ଷିତ କରି ରଖେ । ତା'ପରେ ସେ ପ୍ରାଣାୟାମର ଅଭ୍ୟାସ କରେ । ପ୍ରାଣାୟାମ ଅର୍ଥାତ୍ ନିଜର ପ୍ରାଣଦାୟୀ ନିଃଶ୍ୱାସ ଓ ପ୍ରଶ୍ୱାସ ବାୟୁ ଉପରେ ନିୟନ୍ତ୍ରଣ । ସେଥିରୁ ଦୁଇଟି ଲାଭ ମିଳେ : ପ୍ରଥମତଃ, ଶରୀର ପରିପୂର୍ଣ୍ଣତା ଲାଭ କରେ । ବ୍ୟକ୍ତିର ପ୍ରାଣଶକ୍ତି ଆମ ଭୌତିକ ପ୍ରକୃତିର ଅନେକାନେକ ନିର୍ଭରଶୀଳତାରୁ ମୁକ୍ତ ହୁଏ,–ଉତ୍ତମ ବଳଯୁକ୍ତ ସ୍ୱାସ୍ଥ୍ୟ ଉପଲବ୍ଧ ହୁଏ ଏବଂ ଅଧିକାଂଶ ସ୍ଥଳରେ ଏକ ଲମ୍ବା ଆୟୁଷ ମଧ୍ୟ୍ୟ ପ୍ରାପ୍ତ ହୋଇଥାଏ । ଯୌବନକାଳ ଦୀର୍ଘତର ହୁଏ । ଅନ୍ୟ ପକ୍ଷରେ, ପ୍ରାଣାୟାମ ସୁଷୁମ୍ନା ନାଡ଼ୀର ଜାଗୃତି ଘଟାଏ । ହଠଯୋଗର ଅଭ୍ୟାସ କରୁଥିବା ବ୍ୟକ୍ତିର ଜୀବନରେ ତାହା ଚେତନା ତଥା ପ୍ରତ୍ୟକ୍ଷ ଅନୁଭବର ଏପରି କ୍ଷେତ୍ରଗୁଡିକୁ ଉଦ୍‍ଘାଟିତ କରିଦିଏ, ଯାହା ହେତୁ ଅନନ୍ୟ-ସାଧାରଣ ନାନା ସାମର୍ଥ୍ୟ ମଧ୍ୟ୍ୟ ସମ୍ଭବ ହୋଇ ଆସିଥାନ୍ତି । ଆମ ସାଧାରଣ ମନୁଷ୍ୟମାନଙ୍କର ଜୀବନରେ ଏସବୁ ପ୍ରକୃତରେ କେବେହେଲେ ସମ୍ଭବ ହିଁ ହୁଏନାହିଁ । ପୁନଶ୍ଚ, ସାଧାରଣ ଜୀବନରେ ଯେଉଁସବୁ ବଳ ଏବଂ ସାମର୍ଥ୍ୟ ନିୟମତଃ ରହିଥାଏ, ପ୍ରାଣାୟାମ ଦ୍ଵାରା ତାହା ଅଧିକ ଶକ୍ତିଶାଳୀ ଭାବେ ପ୍ରଗାଢ଼ ହୋଇଆସେ ।

 

ଏହିପରି ଭାବରେ ହିସାବ କରି ଦେଖିଲେ ଜଣେ ହଠଯୋଗୀର ଜୀବନରେ ଖୁବ୍ ଆଖିଦୃଶିଆ ହୋଇ କେତେ କ'ଣ ଫଳ ଉପଲବ୍ଧ ହୋଇଥାଏ । ଆମର ଏହି ଏତିକି ଭାବେ ପରିଚିତ ଭୌତିକ ମନଟିକୁ କେଡ଼େ ସହଜରେ ଗୋଟାସୁଦ୍ଧା ଚକିତ କରି ଦେବାପରି । ତଥାପି, ଏତେ ଏତେ ଅଭ୍ୟାସ ଓ ନିଷ୍ଠାକୁ ପ୍ରୟୋଗ କରି ଆମକୁ ସେହି ଯାବତୀୟ ଆୟାସରୁ ଆଖର ପ୍ରକୃତରେ ଉଲ୍ଳେଖଯୋଗ୍ୟ କି ଫଳମାନ ଯେ ପ୍ରାପ୍ତ ହୋଇଥାଏ, ଆମେ ଏହି କ୍ଷେତ୍ରରେ ସେହି ପ୍ରଶ୍ନଟିକୁ ମଧ୍ୟ୍ୟ ନିଶ୍ଚୟ ପଚାରି ପାରିବା । ଆମର ଏହି ଯେଉଁ ଭୌତିକ ସ୍ତରର ପ୍ରକୃତିଟି, ତାହା ଧର୍ମତଃ ଆମର ଏହି ଭୌତିକ ଜୀବନଭୂମିଟିର ସଂରକ୍ଷଣ ସକାଶେ ଯାହାକିଛି କରୁଥାଏ । ହଁ, ସେଇଟି ହିଁ ଆପଣା ପୂର୍ଣ୍ଣତାର ସର୍ବୋଚ୍ଚ ସୀମାରେ ଯାଇ ପହଞ୍ଚିବ । ଏହି କଥାଟିକୁ ଅଧିକ ବାସ୍ତବତାର ଅର୍ଥ ଦେଇ କୁହାଯିବ ଯେ, ଏଠାରେ ପୂର୍ଣ୍ଣତା କହିଲେ ଆମ ଜୀବନର ଏପରି ଏକ ସ୍ଥିତିକୁ ବୁଝାଏ, ଯେଉଁଠାରେ ଯାଇ ଆମେ ଆମର ଏହି ଭୌତିକ ଜୀବନଟିକୁ ଅଧିକ ଉତ୍ତମ ପ୍ରକାରେ ଉପଭୋଗ କରିପାରିବା । ଯେତେ ଇଚ୍ଛା କରୁଥିବା, ସେତେ ଅଧିକରୁ ଆହୁରି ଅଧିକ ପରିମାଣରେ । ଏପରି ଶାସ୍ତ୍ରୋକ୍ତିଟିଏ ରହିଛି ଯେ, ହଠଯୋଗର ମାର୍ଗଟିର ଏପରି ନାମକରଣ ହୋଇଛି, କାରଣ ତାହାର ଅନୁଶୀଳନ ଦ୍ୱାରା ଇପ୍ସିତ ଫଳମାନ ଆମପାଇଁ ହଠାତ୍ ଅର୍ଥାତ୍ ଖୁବ୍ ଅଳ୍ପ ସମୟରେ ସମ୍ଭବ ହୋଇ ଆସିଥାଆନ୍ତି । ମାତ୍ର ହଠଯୋଗ ମାର୍ଗରେ ଏକ ଦୁର୍ବଳତା ସବୁବେଳେ ରହିଥାଏ ଯେ, ସେଥିରେ ଆମକୁ ବହୁତ ଶ୍ରମ କରିବାକୁ ହୁଏ ଏବଂ ନାନା ଆୟାସକର ପ୍ରଣାଳୀର ଅନୁସରଣ ମଧ୍ୟ୍ୟ କରିବାକୁ ହୋଇଥାଏ ଏବଂ ସେହିଗୁଡ଼ିକର ଚାହିଦା ଇତ୍ୟାଦିକୁ ମେଣ୍ଟାଇବାରେ ଆମର ବହୁଗୁଡ଼ାଏ ସମୟ ଅତିବାହିତ ହୋଇଯିବାକୁ ବାଧ୍ୟ୍ୟ ହୁଏ । ସେଥିଲାଗି କମ୍ ଶକ୍ତିର ମଧ୍ୟ୍ୟ ବ୍ୟୟ ହୁଏନାହିଁ । ଫଳରେ ଆମ ପୃଥିବୀର ସାଧାରଣ ଜୀବନଟି ଠାରୁ ଆପଣାକୁ ପ୍ରତ୍ୟାହୃତ କରି ରଖିବା ସବୁବେଳେ ହିଁ ଅତ୍ୟାବବଶ୍ୟକ ହେଉଥାଏ । ଅର୍ଥାତ୍‍, ଆମେ ଏହି ପୃଥିବୀରେ ବଞ୍ଚୁଥିବା ଆମର ଜୀବନଟିର କ୍ଷେତ୍ରରେ ଆମର କାର୍ଯ୍ୟରେ ଲାଗିବ ବୋଲି ହଠଯୋଗ ସାଧନାର ଅଭ୍ୟାସ ଦ୍ଵାରା ଆମେ ଯୋଉଁ ଶକ୍ତିଟିକୁ ଉପାର୍ଜନ କରିଥାଉ, ତାହାର ଆଉ କୌଣସି ବିଶେଷ ତାତ୍ପର୍ଯ୍ୟ ହିଁ ରହେନାହିଁ ବା ସେଥିପାଇଁ ଖୁବ କମ୍ ଅବସର ପ୍ରାପ୍ତ ହୋଇଥାଏ ।

 

ସେହି କ୍ଷତିର ଏକ ପୂରଣରୂପେ ଯଦି ଆମେ ଆପଣାର ଅନ୍ତର୍ଗତ ଜୀବନ ଚେତନାରେ ଆଉ ଏକ ଜୀବନର ଅଧିକାରୀ ହୋଇ ପାରନ୍ତୁ, ଅଧିକ ଗତିଶୀଳ ଆମର ମନୋରାଜ୍ୟରେ ପ୍ରବିଷ୍ଟ ହୋଇ ପାରନ୍ତୁ ତେବେ ହଠଯୋଗ ଦ୍ଵାରା ମିଳୁଥିବା ଏହି ଯାବତୀୟ ଫଳ ଆମଲାଗି ରାଜଯୋଗ ଓ ତନ୍ତ୍ର ଭଳି ଅନ୍ୟ ମାର୍ଗରେ ମଧ୍ୟ୍ୟ ମିଳି ପାରନ୍ତା; ସେଥିଲାଗି ହଠଯୋଗ ପରି ଏତେ କ୍ଲେଶ କରିବାକୁ ପଡ଼ନ୍ତା ନାହିଁ ଏବଂ ତାହା ଆମଠାରୁ ଏତେଗୁଡ଼ାଏ ଦାବୀ ମଧ୍ୟ୍ୟ ମୋଟେ କରନ୍ତାନାହିଁ । ପୁନଶ୍ଚ, ଅନ୍ୟ ପକ୍ଷରୁ ପ୍ରାପ୍ତ ହେଉଥିବା ଶରୀରକୁ ହଠଯୋଗରୁ ପ୍ରାପ୍ତ ହେଉଥିବା ଯାବତୀୟ ସୁଫଳ, ପର୍ଯ୍ୟାପ୍ତ ପ୍ରାଣଶକ୍ତି, ଦୀର୍ଘସ୍ଥାୟୀ ଯୌବନ, ସ୍ୱାସ୍ଥ୍ୟ, ଦୀର୍ଘ ଆୟୁ ଇତ୍ୟାଦି ଇତ୍ୟାଦି, ଏହି ସବୁକିଛିର ମୂଲ୍ୟ କେତେ ଅଳ୍ପ, ଯଦି ଆମେ ଏହି ସବୁକିଛି ପୂରା କୃପଣ ହୋଇ କେବଳ ନିଜପାଖରେ ସାଇତି ରଖିଥିବା, ସାଧାରଣ ଲୋକଜୀବନର ବୃଦ୍ଧିସାଧନରେ ସେଗୁଡ଼ିକୁ ମୋଟେ କାମରେ ଲଗାଇବା ନାହିଁ । ସେ ସବୁ ଆମ ପାଖରେ ତୁଚ୍ଛା ଗୋଟିଏ ଗୋଟିଏ ସମ୍ପଦ ସଦୃଶ ହୋଇ ରହିଥିବ ଏବଂ ଆଦୌ କାମରେ ଲାଗିବନାହିଁ,–ପୃଥ୍ୱୀଜୀବନର କ୍ରିୟାକ୍ଷେତ୍ରରେ ତାହାର ନ୍ୟାୟତଃ କୌଣସି ବିନିଯୋଗ ହେଉବି ନଥିବ । ଅଧିକ ଏହି ଯାବତୀୟ ବଳ କେତେ ନା କେତେ କ୍ଷେତ୍ରରେ କେତେ ନା କେତେ ଲକ୍ଷ୍ୟର ସାଧନ କରି ନପାରନ୍ତା । ଶ୍ରୀ ଅରବିନ୍ଦ ଶେଷକୁ କେଡ଼େ ସଂକ୍ଷେପରେ ସେସବୁ କଥାଟିକୁ କହି ଦେଇଛନ୍ତି : ହଠଯୋଗର ଯୋଗର ଅଭ୍ୟାସଦ୍ୱାରା ବୃହତ୍ ଫଳମାନ ମିଳିଥାଏ, କିନ୍ତୁ ସେଇଗୁଡ଼ିକୁ ଲାଭ କରିବାକୁ ବହୁତ ମୂଲ୍ୟ ଦେବାକୁ ପଡ଼େ ଏବଂ ତଦ୍ଦ୍ୱାରା ବହୁ କମ୍‍ ଉଦ୍ଦେଶ୍ୟ ମଧ୍ୟ୍ୟ ସାଧିତ ହୁଏ ।

 

ହଠଯୋଗ ପରେ ରାଜଯୋଗ । ରାଜଯୋଗ ଅପେକ୍ଷାକୃତ ଅଧିକ ଦୂରକୁ ଯାଇ ପାରିବାର ଆକାଙ୍‌କ୍ଷା ରଖିଥାଏ । କେବଳ ଶରୀରସତ୍ତାଟିର ନୁହେଁ, ତାହା ଆମର ମାନସ ସତ୍ତାର ବିମୋଚନ ଏବଂ ପରିପୂର୍ଣ୍ଣତାଲାଭ ଯାଏ ନଜର ପକାଇଥାଏ । ଆମ ଜୀବନର ଏହି ନାନା ଆବେଗମୟତା ଓ ଇନ୍ଦିୟକ୍ରିୟା ଉପରେ ତାହା ଏକ ନିୟନ୍ତ୍ରଣ ଅର୍ଜନ କରିବା ଲାଗି ଇଚ୍ଛା କରେ,–ଆମର ଭାବନା ଏବଂ ଚେତନାର ସମୁଦାୟ ଗଢ଼ଣଟି ଉପରେ । ଏହି ଯାବତୀୟ ଉପାଦାନର ଆୟତନର ଯେଉଁ ସମଗ୍ର କ୍ରିୟା କେନ୍ଦ୍ରଟିକୁ ଚିତ୍ତ ବୋଲି କୁହା ହୋଇଛି, ସେହି ମାନସ ଚେତନାର ମୂଳକ୍ଷେତ୍ରଟି ଉପରେ ରାଜଯୋଗ ଦୃଷ୍ଟି ରଖିଥାଏ ଏବଂ, ଆମ ଶରୀରସ୍ତରରେ ହଠଯୋଗ ଯେପରି କରେ, ରାଜଯୋଗ ଏହି ଅନ୍ୟ ଭୂମିଟିରେ ମଧ୍ୟ୍ୟ ସେହି କାର୍ଯ୍ୟଟିକୁ କରେ । ଚିତ୍ତର ଭୂମିଟିକୁ ପ୍ରଥମତଃ ଏକ ଶୁଦ୍ଧତା ଆଣିଦିଏ ଏବଂ ତା’ପରେ ତାହାକୁ ଶାନ୍ତ କାରିଆଣେ, ସେହି ବୃତ୍ତଟିର ସର୍ବବିଧ ଉତ୍ତେଜନାକୁ ତାହା ପ୍ରଶମିତ କରାଏ । ସ୍ୱଜୀବନର ଏହି ନିତି-ଅଭ୍ୟସ୍ତ ଭୂମିଟିରେ ଜଣେ ମନୁଷ୍ୟ ନାନା ସମସ୍ୟା ତଥା ବିଶୃଙ୍ଖଳା ମଧ୍ୟ୍ୟରେ ଘାଣ୍ଟି ହେବାରେ ଲାଗିଥାଏ, ଆପଣା ସହିତ ନାନା ଯୁଦ୍ଧରେ ରତ ହୋଇରହିଥାଏ ଅଥବା ତାହାର ଜୀବନରେ ପ୍ରକୃତ ଶାସନ ବୋଲି କୁହାଯାଇ ପାରିଲାଭଳି ମୋଟେ କିଛି ନଥାଏ । କାରଣ, ଜୀବନର ପ୍ରକୃତ ଶାସକ ପରମ ପୁରୁଷ ତାଙ୍କ ମନ୍ତ୍ରୀମାନଙ୍କର ନାନାପ୍ରକାରେ ଅଧୀନ ହୋଇ ରହିଥାନ୍ତି, ତା ଭିତରର ନାନା ଅନ୍ୟ ସାମର୍ଥ୍ୟ ଦ୍ୱାରା ବିକ୍ଷୁବ୍ଧ ହୋଇ ପଡ଼ି ରହିଥାନ୍ତି ।

 

ଆହୁରି ଅଧିକ ଦୌରାତ୍ଜ୍ୟପୂର୍ଣ୍ଣ ଭାବରେ ସେ ଆହୁରି ତଳେ ଥିବା ପ୍ରଜାମାନଙ୍କ ଦ୍ୱାରା ହିଁ ଉତ୍‌ପୀଡ଼ିତ ହୁଅନ୍ତି । ଇନ୍ଦ୍ରିୟଗତ ସର୍ବବିଧ କ୍ଷଣିକ ବୋଧ ଅର୍ଥାତ୍ ପ୍ରତିକ୍ରିୟା, ନାନା ଆବେଗମୟତା ଏବଂ ସେହିଗୁଡ଼ିକର ପ୍ରେରଣାରୁ କରା ଯାଉଥିବା କର୍ମ ଏବଂ କେତେ ନା କେତେ ପ୍ରକାରର ତତ୍‍କାଳିକ ଉପଭୋଗ ଦ୍ୱାରା । ଏହି ପ୍ରମାଦଗୁଡ଼ିକରୁ ବର୍ତ୍ତି ରହିବାକୁ ହେଲେ ସ୍ୱରାଜ୍ୟ ନାମକ ସେହି ଅନ୍ୟ ସ୍ଥିତିଟି ଲାଗି ଅପେକ୍ଷା ରହିଥାଏ । ଏବଂ, ସେଥିଲାଗି ସର୍ବପ୍ରଥମ କାର୍ଯ୍ୟଟି ହେଉଛି ଯେ, ଜୀବନ ଉପରେ ମାଡ଼ି ବସିଥିବା ସକଳ ବିଶୃଙ୍ଖଳାର ସ୍ଥାନରେ ଏକ ଶୃଙ୍ଖଳାଶକ୍ତି ସମ୍ଭବ କରି ଆଣିବାକୁ ହୋଇଥାଏ । ସେହି ଦିଗରୁ ବିଚାର କରି ଦେଖିଲେ ରାଜଯୋଗ ଆପଣାର ଏକ ସବାଆଗ ପ୍ରୟାସରୂପେ ଏକ ଆତ୍ଜଶୃଙ୍ଖଳା ସମ୍ଭବ କରି ଆଣିବାରେ ମନୋନିବେଶ କରେ, ଯାହା ଫଳରେ ଆଦୌ କିଛି ଶୃଙ୍ଖଳା ନଥିବା ଏକ କ୍ରିୟାଶୀଳତାକୁ ଦୂର କରି ମାନସ ସ୍ତରରେ ଉତ୍ତମ ଅଭ୍ୟାସଗୁଡ଼ିକୁ ସମ୍ଭବ କରି ଅଣାଯାଏ । ଅର୍ଥାତ୍ ଏକ ଶୃଙ୍ଖଳା ନଥିବା ସ୍ଥିତିରୁ ସାବଧାନତା ସହିତ ଏକ ଆତ୍ଜଶୃଙ୍ଖଳାର ସ୍ଥିତିକୁ ଆସି ହୁଏ । ବିଶୃଙ୍ଖଳା ଗୁଡ଼ିକ ତ ଜଣେ ମନୁଷ୍ୟକୁ ଏକ ଅତ୍ୟନ୍ତ ନିମ୍ନ ସ୍ନାୟୁସ୍ତରର ଜୀବନ ମଧ୍ୟ୍ୟରେ କ୍ରୀଡ଼ନକ ପ୍ରାୟ କରି ରଖିଥାନ୍ତି । ତେଣୁ, ସତ୍ୟର ହିଁ ଅନୁଶୀଳନ କରାଯାଏ, ଯାବତୀୟ ପ୍ରକାରେ ଆଘାତ ଆଣି ପହୁଞ୍ଚାଇବାରୁ କ୍ଷାନ୍ତ ରହିବାକୁ ହୋଇଥାଏ । ସତତ ଧ୍ୟ୍ୟାନଦ୍ୱାରା ମନକୁ ଶୁଦ୍ଧ ରଖିବାକୁ ହୋଇଥାଏ । ଏବଂ, ଯେଉଁ ଦିବ୍ୟ ପରମ ପୁରୁଷ ଆମ ମାନସ-ରାଜ୍ୟଟିର ପ୍ରକୃତ ଅଧୀଶ୍ୱର ଭାବେ ବିଦ୍ୟମାନ ଅଛନ୍ତି, ତାଙ୍କରି ଆଡ଼କୁ ନିଜକୁ ଢଳାଇ ରଖାଯାଏ । ଏପରି ଏକ ମନଃସ୍ଥିତିର ଅଧିକାରୀ ହେବା ଲକ୍ଷ୍ୟ ହୋଇ ରହିଥାଏ, ଯାହା ଶୁଦ୍ଧ ହେବ, ଏକ ଆନନ୍ଦଭାବ ଦ୍ୱାରା ପୂର୍ଣ୍ଣ ହୋଇ ରହି ପାରୁଥିବ, ଯାହା ସଂପୂର୍ଣ୍ଣ ଭାବରେ ପରିଚ୍ଛନ୍ନ ହୋଇ ରହିବ । ମନ ପରିଚ୍ଛନ୍ନ ଥିବ, ହୃଦୟ ଅପରିଚ୍ଛନ୍ନ ବୋଲି କହିବା ଭଳି ମଧ୍ୟ୍ୟ କିଛି ନଥିବ । ହଠଯୋଗ ଜୀବନର ଶରୀରନାମକ ବେଢ଼ାଟି ସ୍ତରରେ ମାର୍ଜନାଟିଏ ଆଣି ଦେବା ଲାଗି ଯେପରି ଅଭିପ୍ରାୟ ରଖିଥାଏ, ସେହିପରି ରାଜଯୋଗ ସତେଅବା ଆଉ ଗୋଟିଏ ପାଦ ଆଗକୁ ବଢ଼ାଇ ସେଇଟିରେ ମନକୁ ଆଣି ସାମିଲ୍ କରିଥାଏ ।

 

ଏତକ ହେଉଛି ରାଜଯୋଗର କେବଳ ଗୋଟିଏ ସର୍ବପ୍ରଥମ ପଦକ୍ଷେପ । ଏହାପରେ ମନର ସାଧାରଣ କ୍ରିୟାଶୀଳତା ଏବଂ ଇନ୍ଦ୍ରିୟର କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ଶାନ୍ତ କରି ଆଣିବାକୁ ହେବ ଯେପରିକି ଆମର ଆତ୍ଜା ଏକ ଉଚ୍ଚତର ଚେତନାସ୍ତର ଆଡ଼କୁ ଆରୋହଣ କରି ପାରିବାର କ୍ଷେତ୍ରରେ ଆଉ କୌଣସି ବାଧାର ସମ୍ମୁଖୀନ ହେବନାହିଁ । ଏହାଦ୍ୱାରା ଆତ୍ଜା ଲାଗି ଏକ ପରିପୂର୍ଣ୍ଣ ସ୍ୱ-ଅଧୀନତା ଏବଂ ଆତ୍ଜ-ପ୍ରଭୁତ୍ୱର ସତକୁ ସତ ଗୋଟିଏ ମୂଳଦୁଆ ଉପଲବ୍ଧ ହୋଇ ଆସିବ । କିନ୍ତୁ ରାଜଯୋଗ ଏହି କଥାଟିକୁ କେବେହେଲେ ପାସୋରି ଦିଏନାହିଁ ଯେ, ଆମର ଏହି ସାଧାରଣ ମନଟିର କ୍ଷେତ୍ରରେ ଯେଉଁସବୁ ଅପାରଗତା ବର୍ତ୍ତମାନ ରହିଛି, ସେଇଟି ଆମର ଏହି ଅବସ୍ଥାରେ ଆମର ସ୍ନାୟୁଗତ ସଂରଚନା ତଥା ଦେହସ୍ତରର ପ୍ରତିକ୍ରିୟା ଗୁଡ଼ିକର ଆମେ ଅଧୀନ ହୋଇ ରହିଥିବାରୁ ହିଁ ମୁଖ୍ୟତଃ ସମ୍ଭବ ହେଉଛି । ସେହି ଅଭାବଟିକୁ ଦୂର କରିବା ଲାଗି ରାଜଯୋଗ ହଠଯୋଗର ସାଧନଗୁଡ଼ିକ ମଧ୍ୟ୍ୟର ଆସନ ଏବଂ ପ୍ରାଣାୟମର ପଦ୍ଧତି ଦୁଇଟିକୁ ଗ୍ରହଣ କରି ନେଇଥାଏ । ଅବଶ୍ୟ, ସ୍ୱରଣ ରଖିବାକୁ ହେବ ଯେ ଏହି ସନ୍ଦର୍ଭରେ ସେଇ ଦୁଇଟିଯାକର ବହୁସଂଖ୍ୟକ ଏବଂ ବିଶଦ ଅଭ୍ୟାସଗୁଡ଼ିକୁ ତାହା ଆଦୌ ଗ୍ରହଣ କରେନାହିଁ; କେବଳ ସେହି ଅଳ୍ପ କେତୋଟିକୁ ଶିକ୍ଷା କରିଥାଏ, ଯାହାକି ତା' ନିଜ ଲାଗି ସବୁଠାରୁ ଅଧିକ ପରିମାଣରେ ଫଳପ୍ରଦ ହେବ ଓ ତା’ସମକ୍ଷରେ ରହିଥିବା ଲକ୍ଷଟିର ସାଧାନ କରିବାରେ ଯଥେଷ୍ଟ ହୋଇ ପାରିବ । ସୁତରାଂ ତାହା ହଠଯୋଗର ବହୁଜଟିଳ ସମଷ୍ଟିଟି ମଧ୍ୟ୍ୟରୁ ମାତ୍ର କେତୋଟିକୁ ବାଛି ନେଇଥାଏ ଓ ବହୁତ ଶ୍ରମ ଭିତରୁ ଆପଣାକୁ ବାହାରେ ହିଁ ରଖିଥାଏ । ଶରୀର ଏବଂ ପ୍ରାଣସ୍ତରୀୟ ନାନା କ୍ରିୟାକୁ ନିୟନ୍ତ୍ରଣରେ ରଖିବା ସକାଶେ ରାଜଯୋଗ ହଠଯୋଗରେ ରହିଥିବା କେତେକ ପ୍ରଣାଳୀକୁ ବ୍ୟବହାର କରି ବେଶ୍ ତ୍ୱରାର ସହିତ ଏବଂ ଶକ୍ତିଶାଳୀ ଭାବରେ ଫଳମାନ ହାସଲ କରିବାରେ ଆଗ୍ରହୀ ହୋଇଥାଏ । ସେହି ପ୍ରକ୍ରିୟାରେ ତାହା ଆମ ଭିତରେ ସୁପ୍ତ ହୋଇ ରହିଥିବା ସେହି ଅମିତ-ସମ୍ଭାବନାଯୁକ୍ତ କୁଣ୍ଡଳିନୀ ଶକ୍ତିର ଜାଗରଣ ଘଟାଏ । ଏଇଟିକୁ ସାଧ୍ୟ୍ୟ କରି ରାଜଯୋଗ ସାଧକର ନାନାଭାବେ ଅସ୍ଥିର ମାନସକ୍ରିୟାକୁ ସଂପୂର୍ଣ୍ଣଭାବେ ସ୍ଥିର କରିଆଣେ, ପରବର୍ତ୍ତୀ ଏକାଧିକ ସୋପାନର ମଧ୍ୟ୍ୟଦେଇ ମନସ୍ଥ ଜୀବନର ସକଳ ଶକ୍ତିକୁ ତାହା ଏକ ଉଚ୍ଚତର ଭୂମିକୁ ଉତ୍ତୋଳିତ କରି ନେଇଯାଏ । ଏହି ସଂକେନ୍ଦ୍ରଣ ଦ୍ୱାରା ପରିଶେଷରେ ଏହି ଯେଉଁ ସ୍ଥିତିଟି ସମ୍ଭବ ହୁଏ, ତାହାକୁ ସମାଧି ବୋଲି କୁହାଯାଏ ।

 

ସମାଧିରେ ଆମର ମନ ଆପଣାକୁ ଆମ ଜାଗ୍ରତ ଅବସ୍ଥାର ବହୁ ସୀମିତତା ମଧ୍ୟ୍ୟରେ ସୀମିତ ହୋଇ ରହିଥିବା ଯାବତୀୟ କର୍ମରୁ ପ୍ରତ୍ୟାହୃତ କରି ନେବା ଲାଗି ସମର୍ଥ ହୁଏ । ଏହାଦ୍ୱାରା ମନ ଅପେକ୍ଷାକୃତ ଅଧିକ ମୂକ୍ତ ଭାବରେ ଚେତନାର ଉଚ୍ଚତର ଅବସ୍ଥା ଗୁଡ଼ିକ ମଧ୍ୟ୍ୟରେ ପ୍ରବେଶ ଲାଭ କରିଥାଏ । ଏହାଦ୍ଵାରା ଆମ ମନୋଗତ ଆୟତନର ଏକ କ୍ରିୟା ପରିଶୁଦ୍ଧ ହୋଇ ଏବଂ ଏହି ବାହାରର ଯାବତୀୟ ଚେତନା-ବନ୍ଧନରୁ ମୁକ୍ତି ପାଇ ନାନା ଉଚ୍ଚତର ମାନସୋତ୍ତର ଭୂମିଗୁଡ଼ିକ ମଧ୍ୟ୍ୟକୁ ଉତ୍ତୀର୍ଣ୍ଣ ହୋଇଯାଏ, ଯେଉଁଟିରେ ପ୍ରବିଷ୍ଟ ହୋଇ ଜଣେ ବ୍ୟକ୍ତିର ଆତ୍ଜା ଆପଣାର ଯଥାର୍ଥ ଆଧ୍ୟ୍ୟାତ୍ଜ-ସ୍ଥିତିଟି ମଧ୍ୟ୍ୟରେ ଯାଇ ପ୍ରବେଶ କରିପାରେ । ମାତ୍ର ଯୁଗପତ୍ ଭାବରେ ତାହା ଆଉଗୋଟିଏ ସାମର୍ଥ୍ୟର ମଧ୍ୟ୍ୟ ଅଧିକାରୀ ହୁଏ, ଯାହା ଫଳରେ ଚେତନା ବନ୍ଧନମୁକ୍ତ ଭାବରେ ସେହି ବିଶେଷ ଶକ୍ତିମତ୍ତାଟି ମଧ୍ୟ୍ୟରେ ସଂକେନ୍ଦ୍ରିତ ହୋଇ ରହିପାରେ । ତାହା ଯେଉଁ ବସ୍ତୁଟି ମଧ୍ୟ୍ୟରେ ନିଜକୁ ସଂକେନ୍ଦ୍ରିତ କରି ରଖିଥାଏ, ଯାହାକୁ ଆମ ଦର୍ଶନରେ ସେହି ଆଦ୍ୟ କାଳର ବିଶ୍ୱମୟ ଶକ୍ତି ବୋଲି ଘୋଷଣା କରାଯାଇଛି । ସେଇଟିର, ମାଧ୍ୟ୍ୟମରେ ତ ଏହି ପୃଥିବୀପୃଷ୍ଠରେ ଆଦୌ କୌଣସି ଦିବ୍ୟ ସକ୍ରିୟତା ସମ୍ଭବ ହେଉଛି । ସେହି ସାମର୍ଥ୍ୟଟିକୁ ଲାଭ କରି ତା’ର ସମାଧି-ଅବସ୍ଥାରେ ପ୍ରାପ୍ତ ହୋଇଥିବା ଉଚ୍ଚତମ ବ୍ରହ୍ମାଣ୍ଡାତୀତ ଜ୍ଞାନ ତଥା ଅନୁଭବଟିର ଅଧିକାରୀ ହୋଇଥିବା ଯୋଗୀ ତା’ର ଜାଗ୍ରତ ଅବସ୍ଥାରେ ମଧ୍ୟ୍ୟ ଏହି ବାସ୍ତବ ପୃଥିବୀରେ ଯାହାକିଛି ଜ୍ଞାନ ଏବଂ ଯାହାକିଛି ସକ୍ରିୟତା ଓ ଯାହାକିଛି ପ୍ରଭୁତ୍ୱ ଲାଭ କାର୍ଯ୍ୟରେ ଲାଗିବ ବା ଆବଶ୍ୟକ ହେବ, ତାହାକୁ ମଧ୍ୟ୍ୟ ପ୍ରତ୍ୟକ୍ଷ ଭାବରେ ଅର୍ଜନ କରି ପାରୁଛି । ରାଜଯୋଗର ପ୍ରାଚୀନ ପ୍ରଣାଳୀଟି କେବଳ ସ୍ୱରାଜ୍ୟକୁ ଆପଣାର ଲକ୍ଷ୍ୟରୂପେ ଅବସ୍ଥାପିତ କରିନଥିଲା । ଅର୍ଥାତ୍‍ କେବଳ ନିଜ ଚେତନାର ଆୟତନଟିରେ ନିଜେ ଅଧୀଶ୍ଵର ରୂପେ ନିଜକୁ ପ୍ରତିଷ୍ଠିତ କରି ରଖିବାର ଲକ୍ଷ୍ୟଟିଏ ରଖି ନଥିଲା । ଆପଣା ଜୀବନର ଯାବତୀୟ ସ୍ଥିତି ଓ କ୍ରିୟାତ୍ଜକତା ଉପରେ ଏକ ସଂପୂର୍ଣ୍ଣ ନିୟନ୍ତ୍ରଣ ଅର୍ଜନ କରିବାକୁ ହିଁ ଏହି କ୍ଷେତ୍ରଟିର ସବୁକିଛି ବୋଲି ମାନି ନେଇନଥିଲା । ତାହା ଏକ ସାମ୍ରାଜ୍ୟର ମଧ୍ୟ୍ୟ ଉଲ୍ଲେଖ କରିଥିଲା । ସାମ୍ରାଜ୍ୟ, ଅର୍ଥାତ୍ ବାହାରର ମଧ୍ୟ୍ୟ ଗୋଟିଏ ଅଧିକାର-କ୍ଷେତ୍ର । ସେହି ବାହାରର କ୍ଷେତ୍ରଟିକୁ ମଧ୍ୟ୍ୟ ଯୋଗୀ ନିଜର ନିୟନ୍ତ୍ରଣରେ ରଖିବ, ଆପଣାଦ୍ୱାରା ହାସଲ କରା ଯାଇଥିବା ଚେତନାଟି ଦ୍ୱାରା ନିଜ ବହିର୍ଜୀବନର ସକଳ କ୍ରିୟାଶୀଳତାକୁ ସ୍ୱ-ନିୟନ୍ତ୍ରଣ ମଧ୍ୟ୍ୟରେ ରଖିବାକୁ ସମର୍ଥ ହେବ । ଆପଣାର ବହିଃପରିବେଶଟିକୁ । ସେହି ଅନ୍ୟ କଥାଟିର ବସ୍ତୁତଃ ଆହୁରି ଅଧିକ ଆଲୋଚନା ହୋଇପାରିବା ମଧ୍ୟ୍ୟ ଉଚିତ । ବାହାରର ପରିବେଶଟି ବିଷୟରେ ଏକ ସ୍ପଷ୍ଟ ଆତ୍ଜବୋଧ ନଥିଲେ ଆପଣାର ଅନ୍ତର୍ପରିବେଶଟି ଉପରେ ନିୟନ୍ତ୍ରଣ ଅର୍ଜନ କରିବା କଥାଟିର କେତେ ପର୍ଯ୍ୟନ୍ତ ଏକ କି ତାତ୍ପର୍ଯ୍ୟ ବା ରହି ପାରୁଥିବ । ଯାବତୀୟ ବାହାରଟାରୁ ଆପଣାକୁ ପ୍ରତ୍ୟାହୃତ କରି ନେଉଥିଲେ ଆମ ଭିତରର ତଥାକଥିତ ନିୟନ୍ତ୍ରଣକୁ କେତେ ଦୂର ଏକ ପ୍ରଭୁତ୍ଵ-ଅର୍ଜନ ବୋଲି ଚିନ୍ତା କରାଯାଇ ପାରିବ ?

 

ରାଜଯୋଗର ଏହି ପ୍ରକରଣଟି ଉପରେ ଏକ ସମୀକ୍ଷା କରୁଥିବା ପରି ସମଗ୍ର ଭାବରେ ଶେଷରେ ଏହି କେତୋଟି କଥା କୁହାଯାଇ ପାରିବ : ହଠଯୋଗ ଯେଉଁଭଳି ଆମ ପ୍ରାଣ ଏବଂ ଶରୀରର କ୍ଷେତ୍ରରେ ଆମ ଭୌତିକ ଜୀବନରେ ଏକ ଅସାଧାରଣ ପରିପୂର୍ଣ୍ଣତା ଆଣି ଦେବାଲାଗି ଓ ଯଥାସମ୍ଭବ ଅଧିକ ସାମର୍ଥ ସମ୍ଭବ କରାଇ ଆଣିବା ଲାଗି ଚେଷ୍ଟା କରେ ଏବଂ ନିର୍ଦ୍ଦିଷ୍ଟ ଗାରମାନଙ୍କୁ ଅତିକ୍ରମ କରି ଏକ ମନୋଗତ ରାଜ୍ୟ ମଧ୍ୟ୍ୟକୁ ଆଗୁସାର ହୋଇଯିବା ସକାଶେ ବାଟ ଫିଟାଇଦିଏ, ସେହିପରି ମନକୁ ନେଇ କାର୍ଯ୍ୟ କରୁଥିବା ରାଜଯୋଗ ଆମ ମାନସିକ ଜୀବନର ଏକ ଅସାଧାରଣ ପରିପୂର୍ଣତାକୁ ସମ୍ଭବ କରି ଆଣିବାକୁ ଚେଷ୍ଟା କରେ ଏବଂ ତାହାର ସାମର୍ଥ୍ୟଗୁଡ଼ିକୁ ଅଧିକ ବିସ୍ତାର ଆଣି ଦେଇଥାଏ । ଉକ୍ତ ପ୍ରକ୍ରିୟାରେ ମନୋମୟତାର ଗାରଗୁଡ଼ିକୁ ଲଂଘି ଯାଇ ତାହା ଆଧ୍ୟ୍ୟାତ୍ଜିକ ଜୀବନର ଆୟତନଟି ମଧ୍ୟ୍ୟରେ ନେଇ ଆମକୁ ପ୍ରବିଷ୍ଟ କରାଇଦେଇ ପାରେ । ମାତ୍ର, ରାଜଯୋଗର ମାର୍ଗରେ ଏହି ଦୁର୍ବଳତାଟି ସର୍ବଦା ରହିଛି ଯେ, ତାହା ସମାଧିର ସେହି ଖାସ୍ ବିରଳ ଅବସ୍ଥାଗୁଡ଼ିକ ଉପରେ ଅତ୍ୟଧିକ ନିର୍ଭରମାନ ସ୍ଥାପନ କରେ । ଏହିପରି ଭାବରେ ଏବଂ ଗାର ଟାଣିଦେବା ଫଳରେ ପ୍ରଥମତଃ ଭୌତିକ ଜୀବନ ହେଉଛି ଆମ ସମସ୍ତଙ୍କ ସକାଶେ ସେହି ମୂଳଦୁଆଟି, ଯେଉଁ କ୍ଷେତ୍ରଟିରେ ଆମକୁ ଆମର ମାନସିକ ତଥା ଆଧ୍ୟ୍ୟାତ୍ଜିକ ଉପଲବ୍ଧିଗୁଡ଼ିକୁ ସ୍ଥାପିତ କରି ଆଣିବାକୁ ହିଁ ହେବ । ପୁନଶ୍ଚ, ଏହି ରାଜଯୋଗର ନକ୍ସାଟି ଅନୁସାରେ ଆଧ୍ୟ୍ୟାତ୍ଜିକ ଜୀବନର ଅନ୍ଦାଜଟିକୁ ଅତ୍ୟଧିକ ଗୁରୁତ୍ୱ ଆରୋପ କରି ସମାଧିର ଅବସ୍ଥାଟି ସହିତ ଏକାଠି ଯୋଡ଼ି ଦିଆଯାଏ କିନ୍ତୁ, ଆମେ ତ ଏଭଳି ଲକ୍ଷ୍ୟଟିଏ ରଖିଛୁ ଯେ, ଆଧ୍ୟ୍ୟାତ୍ଜିକ ଜୀବନ ଏବଂ ଆଧ୍ୟ୍ୟାତ୍ଜିକ ଅନୁଭୂତି-ଲାଭ ଆମ ଜାଗୃତ ଜୀବନରେ ହିଁ ସଂପୂର୍ଣ୍ଣ ପରିମାଣରେ କାର୍ଯ୍ୟରେ ଲାଗି ପାରିବ ଏବଂ ଏପରିକି ସେହି ଜୀବନରେ ତାହାର ସାମର୍ଥ୍ୟମାନେ କାମରେ ଲାଗିବେ । ମାତ୍ର, ରାଜଯୋଗରେ ତାହା ଏକ ଗୌଣ ଭୂମି ମଧ୍ୟ୍ୟକୁ ଆପଣାକୁ ପ୍ରତ୍ୟାହାର କରି ନେଇଯାଏ; ଆମ ଜୀବନଗତ ଅନୁଭୂତି ଗୁଡ଼ିକଠାରୁ ବହୁ ପଶ୍ଚାତରେ ଯାଇ ରହିଥାଏ,–ଜୀବନର ଭୂମି ଉପରକୁ ଅବତରଣ କରି ପାରେନାହିଁ, ଆମର ସମଗ୍ର ଜୀବନଟିକୁ ତାହା ମୋଟେ ଅଧିକାର କରି ନଥାଏ ।

 

ଯାବତୀୟ ଯୋଗ ଆମକୁ ତାହାର ସର୍ବବିଧ ସାଧନାକୁ ମାଧ୍ୟ୍ୟମ କରି ଯୁକ୍ତ ହିଁ କରିବ,–ଏହି ଜୀବନଟି ସହିତ, ଏହି ପୃଥିବୀ ସହିତ ଏବଂ ସେଗୁଡ଼ିକୁ ଠୁଳ କରି ଆଣି ପାରୁଥିବା ଭଗବାନଙ୍କ ସହିତ । ଅଧିକାଂଶ ମନୁଷ୍ୟ ବହୁପ୍ରକାରେ ନାନା ଅଳ୍ପତା ଭିତରେ ଜର୍ଜର ହୋଇ ରହି ଯେଉଁ ଜୀବନର ବୋଝ ବୋହୁଥାନ୍ତି ଓ ସେତିକିକୁ ସଂସାର ବୋଲି କହନ୍ତି, ତାହା ଆମର ଅନୁଭୂତି ଓ ପ୍ରୀତିଗୁଡ଼ିକୁ ଗୁଡ଼ାଏ ଅରାଜକତା ମଧ୍ୟ୍ୟରେ ଇତସ୍ତତଃ କରି ରଖି ଥାଆନ୍ତି । ଯୋଗ ଆମକୁ ଏକତ୍ର ସମ୍ଭାରି ଆଣିବ; ନାନାବିଧ ସୂତ୍ରରେ ଯେ ଖିଳ ବ୍ରହ୍ମାଣ୍ଡଟି ତଥାପି ଏକମୂଳ ହୋଇ ରହିଛି, ତାହା ସେହି ନିବିଡ଼ ଅଧ୍ୟ୍ୟାତ୍ଜ ସହିତ ଆମକୁ ଯୋଡ଼ି ଆଣିବ । ଅସଲ ସମାଧି ତ ସେହି ସ୍ୱାଭାବିକ ସତ୍ୟଟିକୁ ସମ୍ମତିଟିଏ ଦେଇ ପୂରା ରାଜୀ ହୋଇ ଆପଣାର ଜୀବନକୁ ବଞ୍ଚୁଥିବାର ଏକ ସତତ ଚର୍ଯ୍ୟା ଏବଂ ଚାରଣା । ଆପଣାକୁ ବସ୍ତୁତଃ ଜଣେ ସମ୍ରାଟ ବୋଲି ଲାଗୁଥିବ । ବିଚ୍ଛିନ୍ନ ହୋଇ ରହିଥିବାର ସକଳ ଦୁର୍ଗତି ଅପସରି ଯିବ । କିନ୍ତୁ, ରାଜଯୋଗ ଯେଉଁ ସମାଧାନଟିର ଉପସ୍ଥାପନା କରେ, ତାହାର ମୂଳରେ ପ୍ରଧାନତଃ ଏକ ବିରକ୍ତି ହିଁ ମୀମାଂସକ ହୋଇ ରହିଥାଏ, ବୃହତ୍ତର ସବୁକିଛି ପ୍ରତି ଏକ ବିରାଗଭାବ; ସେଇଥିରୁ ହିଁ ସ୍ୱଳ୍ପ ସମୟ ପାଇଁ ଏକ ପଳାଇଯିବାର ଅବସ୍ଥା । ଏହି ରାଜଯୋଗର ବିଶେଷ ରୀତିଟିକୁ ଯେଉଁମାନେ ରାଜଯୋଗ ବୋଲି ନାମିତ କରିଛନ୍ତି, ସେମାନେ କ’ଣ ଆପଣାର ଭାବଦୃଷ୍ଟିରେ ଜଣେ ଜଣେ ସ୍ୱତନ୍ତ୍ର ସଂସାରବାହାର ସତ୍ୟର କଳ୍ପନା କରୁଥିଲେ ଏବଂ ଏହି ଜଗତର ବୈପୁଲ୍ୟ ମଧ୍ୟ୍ୟରୁ ଏକ ଗୁହା ଭିତରକୁ ଅପସରି ଯିବାକୁ ହିଁ ସମ୍ଭବ ଯାହାକିଛି ଉପଲବ୍ଧି ବୋଲି ମାନି ନେଉଥିଲେ ?

 

ବୀତଶ୍ରଦ୍ଧମାନେ ହୁଏତ ସମାଧି ଅବସ୍ଥାର ଏତେଏତେ ପ୍ରଶଂସାଗାନ କରିଛନ୍ତି । ଆପଣା ଜୀବନବୋଧର ଦ୍ୱାରଗୁଡ଼ିକୁ କେତେ ନିଷ୍କରୁଣ ଭାବରେ କିଳି ରଖି ପାରିଲେ ଯେଉଁମାନେ ସମାଧିର ଏକ ଅବସ୍ଥାକୁ ପ୍ରାପ୍ତ ହେଲେ ବୋଲି ଅନୁଭବ କରନ୍ତି, ସମାଧିର ଅବସ୍ଥାଟି କଟିଯିବା ପରେ ସେମାନଙ୍କୁ ପ୍ରକୃତରେ ବହୁ ଦୁଃସହତା ମଧ୍ୟ୍ୟରେ କାଳାତିପାତ କରିବାକୁ ପଡୁଥିବ । ସବୁଟି ଭିତରେ ଥାଇ ମଧ୍ୟ୍ୟ ସେମାନେ ଏଠାରେ ତଥାପି ନଥିଲା ପରି ଏକ ଧାରଣା ଦେବାରେ ଲାଗିଥିବେ । ଅଥବା, ଆମର ସେହିଭଳି ପୀଠମାନଙ୍କରେ ଯେପରି ଔପଚାରିକ ଭାବରେ ଯେଉଁପରି ହୁଏ, ଧ୍ୟ୍ୟାନ ଏବଂ ସମାଧିର କାର୍ଯ୍ୟକ୍ରମ ମାନଙ୍କୁ ଯଥାସମ୍ଭବ ଏକ ଆନୁଷ୍ଠାନିକ ରୁଟିନ୍ ମଧ୍ୟ୍ୟରେ ଆଣି ପକାଇ ଦିଆ ଯାଉଥିବ ଓ ଖୁବ୍ ଗମ୍ଭୀର ଭାବରେ ସେଗୁଡ଼ିକର ପାଳନ କରା ଯାଉଥିବ । ଆମ ଜଗତଟିରେ ଏହି କିସମର ଆଚରଣକାରୀମାନେ ଜଗତକୁ ନିତାନ୍ତ ଭଙ୍ଗୁର ବୋଲି କହନ୍ତି ଓ ତେଣେ ଅପର ପକ୍ଷରେ ସେହି ଜଗତଟା ଉପରେ ନିର୍ଭର କରି ରହିଥାନ୍ତି, ଠିକ ଯେପରି ମାୟାବାଦୀମାନେ ଆପଣାଲାଗି ଏକ ସଂସ୍ଥାନ ସଜିଲ କରିନେବାରେ ସେହି ମାୟାଗୁଡ଼ିକର ସାହାଯ୍ୟ ଲୋଡ଼ନ୍ତି । ସେମାନେ ଯାହାକୁ ମାୟା ବୋଲି ଘୋଷଣା କରନ୍ତି ସେହି ମାୟାଟି ହିଁ ଆହୁରି ଅନେକ ପରିପୂର୍ଣତା ନିମନ୍ତେ କ୍ରିୟାଶୀଳ ହୋଇ ରହିଥାଏ ।

 

ତା’ ପରେ ସେହି ତିନୋଟିଯାକର ପଥ, ଭକ୍ତିର, ଜ୍ଞାନର ଏବଂ କର୍ମର । ରାଜଯୋଗ ଏଗୁଡ଼ିକର କୌଣସି ଚର୍ଜା କରେନାହିଁ । ଭକ୍ତି, ଜ୍ଞାନ ଓ କର୍ମର ଏହି ତିନି ପଥଟି ସେହି ହିସାବଟି ଅନୁସାରେ ମନର ଏତେଗୁଡ଼ାଏ ପ୍ରଶିକ୍ଷଣ କରାଇବା ଉପରେ ଗୁରୁତ୍ୱ ଦିଏନାହିଁ । ଅନ୍ୟ ପକ୍ଷରେ, ତାହା ଆମ ଜୀବନବୃତ୍ତିର ମୂଳସ୍ଥ ତିନୋଟି ସାମର୍ଥ୍ୟ, ଆମର ବୁଦ୍ଧି, ହୃଦୟ ଏବଂ ଇଚ୍ଛାଶକ୍ତିକୁ କ୍ଷେତ୍ରରୂପେ ଗ୍ରହଣ କରି : କାର୍ଯ୍ୟ କରିଥାଏ ଏବଂ ସେମାନଙ୍କୁ ବସ୍ତୁତଃ ଏକ ନୂତନ ଦୀକ୍ଷାରେ ଦୀକ୍ଷିତ କରି ଆଣିବା ନିମନ୍ତେ ପ୍ରୟାସମାନ ଗ୍ରହଣ କରେ । ବୁଦ୍ଧି, ହୃଦୟ ଏବଂ ଇଚ୍ଛାଶକ୍ତି ଏହି ତିନୋଟିଯାକ ସାମର୍ଥ୍ୟ ସାଧାରଣତଃ ଅତ୍ୟନ୍ତ ମାମୁଲି ଭାବରେ କେତେପ୍ରକାରେ ଲିପ୍ତ ହୋଇ ରହି ଥାଆନ୍ତି, ବାହ୍ୟ ତତ୍କାଳିକ ଅତ୍ୟନ୍ତ ତାତ୍ପର୍ଯ୍ୟହୀନ କେତେ କ'ଣରେ ତତ୍ପର ଥାଆନ୍ତି, ବହୁବିଧ ତଥାକଥିତ କର୍ମରେ କେତେ ନା କେତେ ଗଣ୍ଠିରେ ଯାଇ ବନ୍ଧା ପଡ଼ିଥାନ୍ତି । ଜ୍ଞାନ, କର୍ମ ଏବଂ ଭକ୍ତିର ଯୋଗସାଧନା ସେମାନଙ୍କୁ ପରମ ଦିବ୍ୟସତ୍ତାଙ୍କ ଆଡ଼କୁ ସନ୍ନିବେଶିତ କରି ଆଣିବାଲାଗି ପ୍ରୟାସ କରେ । ଏହି କ୍ଷେତ୍ରରେ ଆଉଗୋଟିଏ ପାର୍ଥକ୍ୟ ମଧ୍ୟ୍ୟ ରହିଥାଏ : ଆମ ମନ ଏବଂ ଶରୀରର କ୍ଷେତ୍ରରେ କୌଣସି ପରିପୂର୍ଣ୍ଣତା ଅର୍ଜନ କରିବା ବିଷୟରେ ତାହା ମନ ଦିଏନାହିଁ, ବରଂ ଖୁବ୍ ଉଦାସୀନ ରହିଥାଏ ଏବଂ ଏକ ପରିପୂର୍ଣ୍ଣ ଶୁଦ୍ଧତା ସମ୍ଭବ କରି ଆଣିବାକୁ ହିଁ ଦିବ୍ୟ ଉପଲବ୍ଧି ପାଇଁ ଏକ ସର୍ତ୍ତ ରୂପେ ସ୍ୱୀକାର କରେ । ଏହି ମାର୍ଗରେ ବାସ୍ତବ କ୍ଷେତ୍ରରେ ଏହି ଭଳି ଗୋଟିଏ ଅଭାବ ପରିଲକ୍ଷିତ ମଧ୍ୟ୍ୟ ହୁଏ ଯେ, ଜ୍ଞାନ, ଭକ୍ତି ଏବଂ କର୍ମକୁ ଏଥିରେ ସତେଅବା ସମାନ୍ତର ହୋଇ ପଡ଼ିଥିବା ତିନୋଟି ପଥ ସଦୃଶ ଅନୁସରଣ କରାଯାଏ : ତିନୋଟି ଭିନ୍ନ ଭିନ୍ନ ଧାରା ହୋଇଥିଲେ ମଧ୍ୟ୍ୟ ସେଗୁଡ଼ିକୁ ଯେ ସମନ୍ୱିତ କରିଆଣି ଗୋଟିଏ ସମଞ୍ଜସତାର ଏକତ୍ର ଅଂଶରୂପେ ବଞ୍ଚିବାକୁ ହୁଏ, ସେହି କଥାଟି ସମ୍ଭବତଃ ମନେ ରହେନାହିଁ । କାରଣ, କୌଣସି ପ୍ରକାରର ଦିବ୍ୟ ଉପଲବ୍ଧି କହିଲେ କେବେହେଲେ ଜ୍ଞାନ, ଭକ୍ତି ଓ କର୍ମର ଅଲଗା ଅଲଗା ମାର୍ଗସାଧନାର ତିନିପ୍ରକାର ଉପଲବ୍ଧିର କୌଣସି ସମଷ୍ଟିକୁ ମୋଟେ ବୁଝାଏନାହିଁ । ସର୍ବଦା ଏକ ସମଞ୍ଜସତାକୁ ବୁଝାଏ । ସର୍ବବିଧ ଦିବ୍ୟ ଉପଲବ୍ଧି ସେହିପରି ଏକ ସମଞ୍ଜସତା ବ୍ୟତୀତ ପ୍ରକୃତରେ ଆଉ ଅନ୍ୟ କ’ଣକୁ ବା ବୁଝାଇ ପାରନ୍ତା ?

 

ଜ୍ଞାନଯୋଗ ଆପଣାର ଲକ୍ଷ୍ୟରୂପେ ସେହି ଅନନ୍ୟ ସର୍ବୋଚ୍ଚ ଆତ୍ଜସତ୍ୟର ଉପଲବ୍ଧିକୁ ପ୍ରତିଷ୍ଠିତ କରି ରଖିଥାଏ । ବିଚାରକୁ ତାହା ଆପଣାର ପଥରେ ସାଧନରୂପେ ଗ୍ରହଣ କରିଥାଏ । ବିଚାରର ଏକ ବିବେକରେ ଯାଇ ଉପନୀତ ହୁଏ । ଆମର ଏହି ଭୂତଜଗତର ସତ୍ତାଟି କିପରି କେତେଭଳି ଉପାଦାନ ସହିତ ଜଡ଼ିତ ହୋଇ ରହିଛି, ସେଇଟି ଉପରେ ଏକ ମୋହରହିତ ଦୃଷ୍ଟିକୁ ପକାଇ ପରଖି ଦେଖେ; ସେଗୁଡ଼ିକ ସହିତ ଲାଗି ରହିଥିବା ଡୋରଗୁଡ଼ିକୁ ଗୋଟି ଗୋଟି କରି ଛିନ୍ନ କରିଦିଏ, ସେଗୁଡ଼ିକୁ ପ୍ରକୃତି ବୋଲି କହି ବର୍ଜନ କରେ । ପ୍ରକୃତି ଅର୍ଥାତ୍ ମାୟା, ଏକ ପ୍ରତିଭାସ ମାତ୍ର । ଯାହାକିଛି ଚତୁର୍ଦ୍ଦିଗରେ ଜଗତରୂପେ ଅବସ୍ଥିତ ରହିଛି, ସେଗୁଡ଼ିକ ମୋଟେ ସତ୍ୟ ନୁହେଁ, କେବଳ ପ୍ରତିଭାସ । ପ୍ରତିଭାସମାନେ ପ୍ରକୃତ ସତ୍ୟଟିକୁ ଘୋଡ଼ାଇ ରଖିଛନ୍ତି । ସେହି ପ୍ରତିଭାସର ଆବରଣକୁ କାଟି ଦେଲେ ଯାଇ ଯଥାର୍ଥ ସତ୍ୟଟିର ପରିଚୟ ମିଳିବ । ଆତ୍ଜାର ଅନୁଭବ ହେବ; ସେହି ଶୁଦ୍ଧ ଏବଂ ଅନନ୍ୟ ଆତ୍ଜାର । ସେହି ଆତ୍ଜାଟି ହେଉଛି ଅବିନାଶୀ, ଏହି ମାୟାପୂର୍ଣ୍ଣ ଜଗତ୍-ରଚନା ପରି ଆଦୌ ଭଙ୍ଗୁର ନୁହେଁ । ମାୟାଦ୍ୱାରା ବିଜଡ଼ିତ ହୋଇ ରହିଥିବା ଏହି ପ୍ରକୃତିର କୌଣସି ମିଶାଣ ଏବଂ–ଫେଡ଼ାଣର ଅଙ୍କ କଷି ଆମେ ସେହି ଆତ୍ଜାର କୌଣସି ଅନୁଭବ ଅଥବା ସ୍ପର୍ଶ ପାଇ ପାରିବାନାହିଁ । ତେଣୁ, ପ୍ରକୃତ ଲକ୍ଷ୍ୟଟି ହେଉଛି ଯେ ଆମେ ଏହି ପ୍ରତିଭାସପୂର୍ଣ୍ଣ ଜଗତଟିର ପ୍ରତ୍ୟାଖ୍ୟାନ କରିବା, ନିଜର ଚେତନା ମଧ୍ୟ୍ୟରେ ତାହାକୁ ମାୟା ବୋଲି ଜାଣିବା । ଏବଂ ସେହିପରି ଏକ ସାଧନାଦ୍ୱାରା ହିଁ ଆଖର ଆମର ଆତ୍ଜାସେହି ସର୍ବୋଚ୍ଚ ପରମସତ୍ୟଟି ମଧ୍ୟ୍ୟରେ ଆପଣାର ସ୍ଥାନଟିକୁ ଲାଭ କରି ପାରିବ । ଆପଣାର ସର୍ବୋଚ୍ଚ ଉପଲବ୍ଧି ରୂପେ ଆମ ବ୍ୟକ୍ତି-ଆତ୍ଜା ସେହି ପରମ ସ୍ଥଳରେ ଯାଇ ଲୀନ ହୋଇଯିବ, ଆଉ ପୁରୁଣା ଜଗତଟିକୁ ଆଦୌ ଫେରି ଆସିବାକୁ ପଡ଼ିବନାହିଁ ।

 

କିନ୍ତୁ, ଜ୍ଞାନଯୋଗ ବସ୍ତୁତଃ ଆହୁରି ଅଧିକ ଉପରେ ମଧ୍ୟ୍ୟ ନିଘା ରଖିଥାଏ । ସେଥିରେ ଆମ ସାଧନାର ଲକ୍ଷ୍ୟଟି କେବଳ ବ୍ୟକ୍ତିର ଜୀବନଟି ମଧ୍ୟ୍ୟରେ ସୀମାଙ୍କିତ ହୋଇ ନରହି ତାହା ଆପଣାକୁ ପରମ ଦିବ୍ୟସତ୍ତାଙ୍କର ଏହି ବିଶ୍ୱମୟ ଉପସ୍ଥିତିଟି ବିଷୟରେ ଆବଶ୍ୟକ ରହସ୍ୟଗୁଡ଼ିକୁ ଭେଦିବା ଲାଗି ଆଗ୍ରହୀ ହୋଇପାରେ ଏବଂ ଏପରିକି ତାଙ୍କର ବିଶ୍ୱାତୀତ ଉପସ୍ଥିତି ବିଷୟରେ ଏକ ଜ୍ଞାନଦୃଷ୍ଟି ଅର୍ଜନ କରିବା ନିମନ୍ତେ ଆପଣାକୁ ପ୍ରସାରିତ କରି ନେଇପାରେ । କେବଳ ଆପଣାର ବ୍ୟକ୍ତିସତ୍ତାଟି ମଧ୍ୟ୍ୟରେ ସର୍ବୋଚ୍ଚ ପରମ ଆତ୍ଜାଙ୍କର ଉପସ୍ଥିତିର ଉପଲବ୍ଧି କରି ସେହିଠାରେ ଅଟକି ନଯାଇ ସତ୍ତା ମାତ୍ରକେ ସମସ୍ତଙ୍କ ମଧ୍ୟ୍ୟରେ ତାଙ୍କର ବିଦ୍ୟମାନ୍ ରହିଥିବାର ସତ୍ୟଟିକୁ ଘ୍ରାଣ କରିପାରେ ଓ ଆହୁରି ଆଗକୁ ଯାଇ ପୃଥିବୀରେ ଏହି ସବୁକିଛି ବସ୍ତୁର ଉପସ୍ଥିତିକୁ ମଧ୍ୟ୍ୟ ପ୍ରକୃତରେ ସେହି ଦିବ୍ୟ ଚେତନାର ଏକ ଲୀଳା ରୂପେ ପ୍ରତ୍ୟକ୍ଷ କରିପାରେ । ଅର୍ଥାତ୍, ସେ ହୃଦୟଙ୍ଗମ କରିବାକୁ ଆରମ୍ଭ କରେ ଯେ, ଏହି ବାହାରର ସକଳ ସତ୍ତାମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଏହି ପ୍ରତ୍ୟକ୍ଷ ହେଉଥିବା ଜଗତଟିରେ ମଧ୍ୟ୍ୟ ତାଙ୍କର ଯଥାର୍ଥ ଉପସ୍ଥିଟି ଆଦୌ ନାହିଁ ବୋଲି କେବେହେଲେ ଦାବୀ କରାଯାଇ ପାରିବନାହିଁ । ଏବଂ, ସେହି ଉପଲବ୍ଧିଟିକୁ ଭିତ୍ତି କରି ଆହୁରି ଦୀର୍ଘତର ପ୍ରସ୍ଥଯୁକ୍ତ କଥାଟିଏ ମଧ୍ୟ୍ୟ କୁହାଯାଇ ପାରିବ ଯେ, ଆମର ସକଳବିଧ ଜ୍ଞାନ, ଏପରିକି ସମ୍ପୂର୍ଣ୍ଣ ଭାବରେ ତୁଚ୍ଛା ପୃଥିବୀ–ସ୍ତରର ଜ୍ଞାନଗୁଡ଼ିକୁ ଆମେ ସେହି ଦିବ୍ୟ ଚେତନାର ଗୋଟିଏ ଗୋଟିଏ କ୍ରିୟା ବୋଲି ଜାଣିବା ଏବଂ ସେହି ଜ୍ଞାନଦ୍ୱାରା ଆଖର ସେହି ସକଳ ଜ୍ଞାନର ପରମ ଲକ୍ଷ୍ୟଟିକୁ ମଧ୍ୟ୍ୟ ହୃଦୟଙ୍ଗମ କରିପାରିବା । ଏହି ଜଗତରେ ଯାବତୀୟ ଆକାର ଏବଂ ପ୍ରତୀକର ଲୀଳା ମଧ୍ୟ୍ୟଦେଇ ସେହି ସତ୍ୟଟି ହିଁ ଏଠାରେ ପ୍ରକଟ ହେବାରେ ଲାଗିଛି । ଏହିପରି ଭାବରେ ମନୁଷ୍ୟବୁଦ୍ଧିର ସମଗ୍ର ଆୟତନଟି ଏବଂ ମନୁଷ୍ୟମାନଙ୍କର ସକଳ ଅବବୋଧ ମଧ୍ୟ୍ୟ ସେହି ଦିବ୍ୟ ସ୍ତରଟି ଯାଏ ଉତ୍ତୋଳିତ କରି ନିଆଯାଇ ପାରେ ଏବଂ ଏଇଠି ଏହି ମନୁଷ୍ୟମାନଙ୍କର ଜୀବନସ୍ତରରେ ସେହି ବିଶ୍ୱଜ୍ଞାନର ହିଁ ଯାବତୀୟ କ୍ରିୟାଶୀଳତା ନିଶ୍ଚୟ ସର୍ବଦା ହିଁ ଲାଗି ରହିଛି ଦାବୀ କରାଯାଇପାରେ । ଆଖର ସେଇଟି ବଳରେ ହିଁ ମନୁଷ୍ୟର ବୁଦ୍ଧି ଧର୍ମତଃ ଏକ ଅଧ୍ୟ୍ୟାତ୍ଜସ୍ତରୀୟ ବୁଦ୍ଧିରୂପେ ପ୍ରତିଭାତ ହେବାକୁ ଅବଶ୍ୟ ଆରମ୍ଭ କରିବ ।

 

ଜ୍ଞାନଯୋଗ ପରେ ଭକ୍ତି-ଯୋଗ । ଜ୍ଞାନର ମାର୍ଗ ପରି ଏକ ଉକ୍ତିର ମାର୍ଗ । ଏକ ସର୍ବୋଚ୍ଚ ସ୍ତରୀୟ ପ୍ରେମ ଏବଂ ଆନନ୍ଦର ଉପଲବ୍ଧି ଭକ୍ତିଯୋଗର ଲକ୍ଷ୍ୟ ହୋଇ ରହିଥାଏ । ସର୍ବୋଚ୍ଚ ପରମସତ୍ତା ଭକ୍ତିମାର୍ଗର ସାଧକ ପାଇଁ ମୂର୍ତ୍ତ ହୋଇ ଆସିଥାଆନ୍ତି । ସେହି ପରମେଶ୍ଵର ହିଁ ପ୍ରକୃତ ପ୍ରେମିକ ଯିଏକି ଏହି ବିଶ୍ୱସୃଷ୍ଟି ସହିତ ଆପଣାକୁ ଜଡ଼ିତ କରି ରଖିଛନ୍ତି । ତେଣୁ, ଏହି ସମୁଦାୟ ବିଶ୍ୱଜଗତ ହେଉଛି ତାଙ୍କର ଲୀଳାଭୂମି । ଏହି ପୃଥିବୀ ସେହି ଲୀଳାର ହିଁ ଏକ ପରିପ୍ରକାଶ ଏବଂ ଏହି ମାନବଜୀବନ ହେଉଛି ସେହି ଲୀଳାର ସର୍ବାନ୍ତିମ ସ୍ତରଟି । ସକଳ ଲୀଳାରେ ଯାହା ସର୍ବତ୍ର ହୋଇଥାଏ, ସେହି ଲୀଳାର ପ୍ରକ୍ରିୟାଟି ମଧ୍ୟ୍ୟରେ ଈଶ୍ୱର କେତେବେଳେ ଲୁଚି ଯାଉଥାନ୍ତି ଏବଂ ଆଉ କେତେବେଳେ ନିଜକୁ ପ୍ରକଟ ମଧ୍ୟ୍ୟ କରୁଥାନ୍ତି । ତେଣୁ, ଉକ୍ତିଯୋଗର ରୀତିଟି ହେଉଛି ଯେ ଏଥିରେ ଭକ୍ତ ତା’ ମନୁଷ୍ୟଜୀବନର ନିତ୍ୟନୈମିତ୍ତିକ ସାଧାରଣ ସଂପର୍କଗୁଡିକୁ ତା’ର ଭାବମୟ ଆୟତନଟି ଭିତରେ ଅନ୍ତର୍ଭୁକ୍ତ କରି ରଖିବ, ସେଗୁଡ଼ିକୁ ସିଏ ଆଉ କ୍ଷଣସ୍ଥାୟୀ ଏହି ସଂସାରସ୍ଥ ସମ୍ବନ୍ଧଗୁଡ଼ିକରେ ନିଃଶେଷିତ କରି ଦେବନାହିଁ, ମାତ୍ର ସେଗୁଡ଼ିକରେ ଏକ ଉତ୍ତୋଳନ ଘଟାଇ ସେହି ସବୁଟି ପ୍ରତି ପୀତିଯୁକ୍ତ, ସର୍ବସୌନ୍ଦର୍ଯ୍ୟର ଅଧିକାରୀ ଏବଂ ସକଳ ଆନନ୍ଦମୟତାର ଆକର ସେହି ପରମ ପୁରୁଷଙ୍କ ସହିତ ପ୍ରୀତିବଦ୍ଧ ହୋଇ ରହିବାରେ ହିଁ ପ୍ରୟୋଗ କରିବାଲାଗି ସମର୍ଥ ହେବ ।

 

ଭକ୍ତିମାର୍ଗର ସାଧକ ତାଙ୍କରି ଉପାସନା କରିବ, ତାଙ୍କରି ଅନୁଭବ ଲାଭ କରିବା ପାଇଁ ଧ୍ୟ୍ୟାନ କରିବ । ଏହି ଦୁଇଟିଯାକର ସାହାଯ୍ୟରେ ଭକ୍ତ ଆପଣାକୁ ସମୁଚିତ ଭାବରେ ପ୍ରସ୍ତୁତ କରି ନେଉଥିବ ଯେପରିକି ସିଏ କ୍ରମଶଃ ଅଧିକରୁ ଅଧିକ ପ୍ରଗାଢ଼ ଭାବରେ ଆପଣାର ଦିବ୍ୟ ସମ୍ବନ୍ଧଟିକୁ ଅଭିବୃଦ୍ଧି ଦେଇ ପାରୁଥିବ । ଆପଣାର ପ୍ରୟୋଗ ଭୂମିରେ ଭକ୍ତି ଯୋଗ ମନୁଷ୍ୟର ଆବେଗଗୁଡ଼ିକ ବିଷୟରେ ବେଶ୍ ଉଦାର ହୋଇ ରହିଥାଏ; ଏପରିକି, ଯେଉଁସବୁ ଆବେଗ ଏବଂ ଆତୁରତା ଗୁଡ଼ିକୁ ପ୍ରକୃତ ପ୍ରେମର ଏକ ଅତିପରିମାଣଯୁକ୍ତ ବିକୃତି ବୋଲି କୁହାଯାଏ ଓ କେବଳ ଧୈର୍ଯ୍ୟ ହରାଇ ପକାଇଲେ ଆମେ ଯେଉଁଗୁଡ଼ିକର ବଶବର୍ତ୍ତୀ ହେଉ, ସେହିପରି ପ୍ରବୃତ୍ତିମାନଙ୍କ ଦ୍ୱାରା ପରିଚାଳିତ ହୋଇ ସେ ଈଶ୍ୱରଙ୍କର ବି ଶତ୍ରୁ ପରି ହୋଇ ତାଙ୍କର ଭର୍ତ୍ସନା ମଧ୍ୟ୍ୟ କରିଥାଏ । ଭକ୍ତିଯୋଗର ମାର୍ଗରେ ଅନେକ ସମୟରେ ସେଇଟିକୁ ମଧ୍ୟ୍ୟ ଉପଲବ୍ଧି ଏବଂ ମୁକ୍ତିର ଏକ ସମ୍ଭାବ୍ୟ ମାର୍ଗ ବୋଲି ମଧ୍ୟ୍ୟ ଘୋଷଣା କରା ଯାଇଥାଏ । ଭକ୍ତିକୁ ପାଥେୟ ରୂପେ ଗ୍ରହଣ କରୁଥିବା ଏହି ମାର୍ଗଟି ମଧ୍ୟ୍ୟ, ଯେପରି ଭାବରେ ସାଧାରଣତଃ ତାହାର ଅନୁଧାବନ କରା ଯାଇଥାଏ, ସାଧକକୁ ବିଶ୍ୱଜୀବନ ଭିତରୁ ଛିନ୍ନ କରି ନେଇଯାଏ । ଏକେଶ୍ୱରବାଦୀ ତୁଳନାରେ ଏକ ଭିନ୍ନ ପ୍ରକାରେ ପରମ ବିଶ୍ୱାତୀତ ତଥା ବ୍ରହ୍ମାଣ୍ଡତୀତଙ୍କ ଆଡ଼କୁ ଭ୍ରମାଇ ନେଇଯାଏ । ସେହି ପ୍ରକାରେ ଜଣେ ଭକ୍ତ ଏହି ଜଗତର ଜୀବନରୁ ଅଲଗ ହୋଇ ରହିଥିଲା ପରି ରହି ଅପହଞ୍ଚ ପରମ କେତେ କ'ଣ ମଧ୍ୟ୍ୟରେ ଆପଣାକୁ ନିମଜ୍ଜିତ କରି ରଖିଥାଏ ।

 

ମାତ୍ର ଏହି କ୍ଷେତ୍ରରେ ମଧ୍ୟ୍ୟ ଇପ୍ସିତ ଖାସ୍ ଲକ୍ଷ୍ୟଟି ପ୍ରାପ୍ତ ହେବାରେ ତଥାପି ସୁନିଶ୍ଚିତତା ନଥାଏ । ସତେଅବା ମୂଳସ୍ଥ ରୀତିଟିରେ ଏକ ସଂଶୋଧନ ଇଚ୍ଛା କରୁଥିବା ପରି ସର୍ବୋଚ୍ଚ ପରମାତ୍ଜନ ଏବଂ ବ୍ୟକ୍ତି ମଧ୍ୟ୍ୟରେ ରହିଥିବା ସମ୍ବନ୍ଧଟିର କ୍ଷେତ୍ରରେ ଦିବ୍ୟ ପ୍ରେମର ଲୀଳାଟିକୁ ସୀମିତ କରି ରଖା ଯାଏନାହିଁ, ଏବଂ ଅପର ପକ୍ଷରେ ତାହାକୁ ସର୍ବୋଚ୍ଚ ପ୍ରେମ ତଥା ଆନନ୍ଦର ଉପଲବ୍ଧି ନିମନ୍ତେ ଗୋଟିଏ ଗୋଷ୍ଠୀ ମଧ୍ୟ୍ୟରେ ଆସି ଏକତ୍ର ହୋଇଥିବା ମେଳଟି ମଧ୍ୟ୍ୟକୁ ସଂପ୍ରସାରିତ କରି ଦିଆଯାଏ, ଆପଣା ମଧ୍ୟ୍ୟରେ ସଂପୃକ୍ତ ବ୍ୟକ୍ତିମାନେ ସେହିପରି ଏକ ପରମାର୍ଥ-ସଂହତି ଅନୁଭବ କରନ୍ତି, ସତେଅବା ସେମାନେ ପରସ୍ପରର ଏକ ଉପାସନା କରୁଥାନ୍ତି । ଏହି କ୍ଷେତ୍ରରେ ଅନେକ ସମୟରେ ତଥାପି ଆହୁରି ଗୋଟିଏ ସଂପ୍ରସାରଣ ମଧ୍ୟ୍ୟ ଘଟିଥାଏ; କେବଳ ମନୁଷ୍ୟମାନଙ୍କ ମଧ୍ୟ୍ୟରେ ନୁହେଁ, ଇତର ପ୍ରାଣୀମାନଙ୍କ ସମେତ ସର୍ବବିଧ ରୂପଧାରୀ ମାନଙ୍କର କ୍ଷେତ୍ରକୁ ମଧ୍ୟ୍ୟ କେତେ ସହଜରେ ସେହି ଦିବ୍ୟସ୍ତରୀୟ ପ୍ରୀତିର ଅନୁଭବଟିକୁ ପ୍ରଲମ୍ବିତ କରି ଦିଆଯାଏ । ଆମେ ଏହି କ୍ଷେତ୍ରରେ ଖୁବ୍ ସହଜ ଭାବରେ ଦେଖି ପାରୁଥିବା ଯେ, ଏହିପରି ଭାବରେ ଭକ୍ତିଯୋଗର ଏହି ବୃହତ୍ତର ସାହାଯ୍ୟରେ ଆମ ମନୁଷ୍ୟମାନଙ୍କର ସମୁଦାୟ ଜୀବନକ୍ଷେତ୍ରଟିର ଆବେଗ, ଅବବୋଧ ଏବଂ ସୌନ୍ଦର୍ଯ୍ୟାନୁଭବର କ୍ରିୟାଶୀଳତାକୁ ଏକ ଉତ୍ତୋଳନ ଅବଶ୍ୟ ପ୍ରଦାନ କରାଯାଇପାରେ, ଏକ ଦିବ୍ୟ ସ୍ତରକୁ ପରିପ୍ରେରିତ କରି ନିଆ ଯାଇପାରେ, ସେଥିମଧ୍ୟ୍ୟକୁ ଏକ ଆଧ୍ୟ୍ୟାତ୍ଜିକ ମହିମାମୟତାକୁ ସଞ୍ଚାର କରି ଅଣା ଯାଇପାରେ । ଏବଂ, ଏହିପରି ଭାବରେ, ଆମ ମନୁଷ୍ୟସ୍ତରର ଏହି ଜୀବନଟି ମଧ୍ୟ୍ୟକୁ ଯେ ଏକ ସେହିପରି ପ୍ରେମ ତଥା ଆନନ୍ଦ ସମ୍ଭବ କରି ଆଣିବା ସକାଶେ ଯେ ଏହି ବ୍ରହ୍ମାଣ୍ଡରେ ଏକ ପ୍ରୟାସ ଅବିରାମ ଲାଗି ରହିଛି, ଆମକୁ ତାହାରି ପ୍ରମାଣ ମଧ୍ୟ୍ୟ ମିଳି ଯାଇପାରେ ।

 

ଏବଂ, କର୍ମମାର୍ଗର ସାଧନା ଜଣେ ମନୁଷ୍ୟର ସକଳ କ୍ରିୟାକୁ ସର୍ବୋଚ୍ଚ ପରମ ଇଚ୍ଛାଟି ପାଖରେ ଉତ୍ସର୍ଗ କରି ରଖି ପାରିବାକୁ ଆପଣାର ଲକ୍ଷ୍ୟ ରଖେ । ଏହି ଉଦ୍ଦେଶ୍ୟରେ ସର୍ବପ୍ରଥମେ ଆମର ଯାବତୀୟ କର୍ମରେ ରହିଥିବା ଅହଂଦ୍ୱାରା ପରିପ୍ରେରିତ ଲକ୍ଷ୍ୟଟିକୁ ପରିତ୍ୟାଗ କରିବାକୁ ହୁଏ; ଅର୍ଥାତ୍ ଯେଉଁସବୁ କାର୍ଯ୍ୟ କୌଣସି ନା କୌଣସି ସ୍ଵାର୍ଥଦ୍ୱାରା ଜଡ଼ିତ ହୋଇ ରହିଥାଏ ଓ ଯେଉଁଟିରୁ ଆମେ କିଛି ଇହଜାଗତିକ ଲାଭ ପାଇବୁ ବୋଲି ଅଭିପ୍ରାୟ ରଖିଥାଉ, ତାହାକୁ ପରିହାର କରିବାକୁ ହୁଏ । ଏହି ପ୍ରତ୍ୟାଖ୍ୟାନଟି ଫଳରେ ଆମର ମନ ଶୁଦ୍ଧତା ଲାଭ କରେ ଓ ଇଛାଶକ୍ତି ମଧ୍ୟ୍ୟ ଶୁଦ୍ଧ ହୁଏ । ତାଦ୍ଵାରା ଆମେ ଅତ୍ୟନ୍ତ ସହଜ ଭାବରେ ସଚେତନ ହୋଇଆସୁ ଯେ ଆମେ ସମ୍ପାଦନ କରୁଥିବା ଯାବତୀୟ କର୍ମ ପ୍ରକୃତରେ ସେହି ମହାନ୍ ବିଶ୍ୱସ୍ତରୀୟ ଶକ୍ତିମତ୍ତାଟି ଦ୍ୱାରା ସମ୍ପାଦିତ ହେଉଛି ଏବଂ ସେହି ଶକ୍ତି-ସତ୍ତାର ପରମ ଅଧୀଶ୍ୱର ହିଁ ସେଗୁଡ଼ିକର ମାଲିକ ହୋଇ ରହିଛନ୍ତି । ହଁ, କେବଳ ସେଇ ସବୁକିଛି କରୁଛନ୍ତି । ଜଣେ ମନୁଷ୍ୟବ୍ୟକ୍ତି ତ ସେହି କ୍ଷେତ୍ରରେ ଗୋଟିଏ ମୁଖାମାତ୍ର ହୋଇ ରହିଛି, ଗୋଟିଏ ନିମିତ୍ତ ହୋଇ କାର୍ଯ୍ୟ କରୁଛି ଏବଂ ଅପେକ୍ଷାକୃତ ଅଧିକ ସକାରାତ୍ଜକ ଭାବରେ କହିବାକୁ ଇଚ୍ଛା କଲେ, କର୍ମଟି ନିମନ୍ତେ ଏବଂ ତାହାକୁ ଏକ ଭୌତିକ ପରିପ୍ରେକ୍ଷୀ ଯୋଗାଇଦେବା ସକାଶେ ଗୋଟିଏ ସଚେତନ କେନ୍ଦ୍ର ହୋଇ ରହିଛି । ମନୁଷ୍ୟ କେଉଁ କର୍ମଟିକୁ କରିବ । ଏବଂ କେଉଁପରି ଭାବରେ ତାହା କରିବ, ସେହି କଥାଟି ଅଧିକରୁ ଅଧିକ ସଚେତନ ଭାବରେ ସେହି ସର୍ବୋଚ୍ଚ ପରମ ଇଚ୍ଛାଟି ହାତରେ ଛାଡ଼ି ଦିଆଯାଇଛି ଏବଂ ଏକ ବିଶ୍ୱମୟ ପରମଇଚ୍ଛାର ସ୍ତରରେ ନ୍ୟସ୍ତ ହୋଇ ରହିଛି । ଏହିପରି ଭାବରେ ଆମର ସକଳ କର୍ମ ତଥା ସେଗୁଡ଼ିକର ଫଳ ଆଖର ସେହି ପରମ ଅଧିଷ୍ଠାନଟି ହାତରେ ଛାଡ଼ି ଦିଆ ଯାଇଛି । ଏହି ଯାବତୀୟ କର୍ମାନୁଶୀଳନର ଲକ୍ଷ୍ୟ ହେଉଛି ଯେ, ଏହାଦ୍ୱାରା ଆମର ଆତ୍ଜା ଏହି ପୃଥିବୀର ପ୍ରତିଭାସମାନଙ୍କର ନିର୍ଭରଶୀଳ ହୋଇ ରହିଥିବାର ଦାସତ୍ୱରୁ ମୁକ୍ତିଲାଭ କରିବ ଏବଂ ଏଠାରେ ସର୍ବବିଧ ଭୌତିକ ସ୍ତରର କ୍ରିୟାତ୍ଜକତା ଦ୍ୱାରା ଆଉ କୌଣସି ପ୍ରକାରେ ଚହଲି ପଡୁନଥିବ ।

 

ତେଣୁ ଯୋଗସାଧନାର ଅନ୍ୟ ପଥଗୁଡ଼ିକ ପରି କର୍ମଯୋଗକୁ ମଧ୍ୟ୍ୟ ଏକ ବିମୋଚିତ ହୋଇ ବାହାରି ଆସି ପାରିବାର ସାଧନାରୂପେ ବ୍ୟବହାର କରା ଯାଇଥାଏ । ଏହି ଭୌତିକ ଜୀବନର ବନ୍ଧନରୁ ସେହି ଇପ୍ସିତ ମୁକ୍ତିଲାଭଟି ସମ୍ଭବ ହେବ ଏବଂ ଏଠାରେ ଆମକୁ ବାନ୍ଧି ରଖିଥିବା ଶୃଙ୍ଖଳଗୁଡ଼ିକରୁ ମୁକ୍ତ ହୋଇ ଆମେ ସେହି ପରମ ସର୍ବୋଚ୍ଚଙ୍କ ଆଡ଼କୁ ଚାଲିଯାଇ ପାରିବା । କିନ୍ତୁ ଏହି କ୍ଷେତ୍ରରେ ମଧ୍ୟ୍ୟ ସେହି ଖାସ୍ ଫଳଟି ଯେ ଆମକୁ ଅବଶ୍ୟ ମିଳିବ, ତାହାର କୌଣସି ନିଶ୍ଚୟତା ନାହିଁ । ଖୁବ ସମ୍ଭବ ଯେ ଏହି ମାର୍ଗରେ ଶେଷ ପର୍ଯ୍ୟନ୍ତ ଆସି ଆମେ ପ୍ରତ୍ୟେକ ଶକ୍ତି ମଧ୍ୟ୍ୟରେ, ପ୍ରତ୍ୟେକ ଘଟଣାରେ ତଥା କ୍ରିୟାସମ୍ପାଦନରେ ସେହି ଦିବ୍ୟତାର ଅବବୋଧଟିଏ ଲାଭ କରି ପାରିବା ଏବଂ ଏହି ବିଶ୍ୱମୟ ସମଗ୍ର କ୍ରିୟାରେ ଆମ ଆତ୍ଜା ସଂପୂର୍ଣ୍ଣ ଅହଂଭାବମୁକ୍ତ ହୋଇ ଅଂଶଗ୍ରହଣ କରି ପାରୁଥିବ । ଏହିପରି ଏକ ପଥକୁ ଅନୁସରଣ କରି ଆମେ ମନୁଷ୍ୟର ଇଚ୍ଛା ତଥା କର୍ମଚାରଣାକୁ ସେହି ଦିବ୍ୟ ସ୍ତରଟି ଯାଏ ଉତ୍ତୋଳିତ କରି ନେଇ ପାରିବା, ସେଥିରେ ଏକ ଆଧ୍ୟ୍ୟାତ୍ଜିକ ଗୁଣସାମର୍ଥ୍ୟ ବି ସଞ୍ଚାରିତ କରିଦେଇ ପାରିବା । ଏହିପରି ଭାବରେ, ଏବଂ ବସ୍ତୁତଃ ଆମର ଏହି ବ୍ରହ୍ମାଣ୍ଡଯାକକୁ ପୂର୍ଣ୍ଣ କରି ସେହି ବିଧାତାର ଯାବତୀୟ ପ୍ରୟାସ ସେ ଆମ ମନୁଷ୍ୟମାନଙ୍କ ଭିତରେ ରହିଥିବା ଅସଲ ନିୟତିଟିକୁ ମୁକ୍ତି, ଶକ୍ତିମତ୍ତା ତଥା ପରିପୂର୍ଣ୍ଣତା ଆଡ଼କୁ ପରିଚାଳିତ କରିନେବାରେ ଲାଗିଛି, ତାହାରି ଏକ ସମର୍ଥନ ମଧ୍ୟ୍ୟ ଆମକୁ ଖୁବସମ୍ଭବ ମିଳି ମିଳି ଆସିବ । ବର୍ତ୍ତମାନ ତ ଏହି ପୃଥ୍ୱୀଜୀବନର ସ୍ତରରେ ଆମେ କେତେ ନା କେତେ ପ୍ରକାରେ ଗଣ୍ଠି ପଡ଼ି ରହିଛୁ, ତୁଚ୍ଛା ଆପଣାକୁ କାମୁଡ଼ି ରହିବାର ବହୁ ଉପଦ୍ରବ ମଧ୍ୟ୍ୟରେ ଉତ୍ତେଜିତ ହୋଇ ରହି ଆମେ ଆମ ଚତୁର୍ଦ୍ଦିଗସ୍ଥ ଅନ୍ୟମାନଙ୍କଠାରୁ ଆପଣାକୁ ବିଚ୍ଛିନ୍ନ କରି ରଖିଛୁ । ଏକ ବୃହତ୍ତର ବହୁ ପ୍ରତିଶ୍ରୁତିରେ ସର୍ବଦା ପୂର୍ଣ୍ଣ ପୃଥିବୀରେ ରହିଥିଲେ ମଧ୍ୟ୍ୟ ନିଜକୁ ଦରିଦ୍ର ଏବଂ ବଞ୍ଚିତ କରି ରଖିଛୁ । କର୍ମଯୋଗ ନ୍ୟାୟତଃ ସେହି ଦୁର୍ଦ୍ଦଶାରୁ ଆମକୁ ମୁକ୍ତ କରି ଆଣିବାର ଏକ ମାର୍ଗରୂପେ ଆମକୁ ପ୍ରକୃତରେ କେତେ ଅନ୍ତର୍ଦୁଷ୍ଟି ପ୍ରଦାନ କରି ଆସିଛି ।

 

ଅଧ୍ୟ୍ୟାୟଟିକୁ ଶେଷ କରି ଆଣି ଜ୍ଞାନ, ଭକ୍ତି ଏବଂ କର୍ମର ଗର୍ଭସ୍ଥ ଅସଲ କଥାଟିକୁ କହି ଦିଆଯାଇଛି । ତିନୋଟିଯାକ ମାର୍ଗ ପ୍ରକୃତରେ ତିନୋଟି ଭିନ୍ନ ଭିନ୍ନ ମାର୍ଗ ନୁହନ୍ତି ବୋଲି ଘୋଷଣା କରାଯାଇଛି । ଏକ ପୂର୍ଣ୍ଣତର ବାସ୍ତବ ଦୃଷ୍ଟିରୁ ଦେଖିଲେ ସେହି ତିନୋଟିଯାକ ହେଉଛନ୍ତି ପ୍ରକୃତରେ ଗୋଟିଏ ମାର୍ଗ । ଆମ ଜୀବନଦୃଷ୍ଟିର ସର୍ବବିଧ ଦିବ୍ୟ ପ୍ରେମ ଆମକୁ ଅବଶ୍ୟ ସେହି ପରମ ପ୍ରେମାସ୍ପଦଙ୍କୁ ଜାଣିବା ନିମନ୍ତେ ଉତ୍ସୁକ ହେବ । ଏକ ପରିପୂର୍ଣ୍ଣ ଅନ୍ତରଙ୍ଗତା ଅର୍ଜନ କରି ତାହା ସେହି କଥାଟିକୁ କରିବ; ଏହିପରି ଭାବରେ ତାହା ଆମକୁ ଏକ ପରମ ସତ୍ୟ ଜ୍ଞାନର ପଥ ଉପରକୁ ଅଗ୍ରସର କରାଇ ନେଇ ଯାଉଥିବ । ଏକ ଦିବ୍ୟ ସେବାମୟତା ମଧ୍ୟ୍ୟକୁ ମଧ୍ୟ୍ୟ ତାହା ନିଜକୁ ଦୀକ୍ଷିତ କରି ନେଇଯିବ ଓ ସେହିପରି ଭାବରେ ଏକ କର୍ମଯୋଗରେ ମଧ୍ୟ୍ୟ ପରିଣତ ହେବ । ଠିକ୍‍ ସେହିପରି, ଦିବ୍ୟ ପରମସତ୍ତାଙ୍କର ସତ୍ୟଟି ବିଷୟରେ ଆମେ ପୂର୍ଣ୍ଣରୁ ପୂର୍ଣ୍ଣତର ଯେତିକି ଜ୍ଞାନ ଅର୍ଜନ କରି ପାରୁଥିବା, ତାହା ଆମକୁ ଏକ ପ୍ରଗାଢ଼ତର ପ୍ରେମ ତଥା ଆନନ୍ଦ ମଧ୍ୟ୍ୟକୁ ପରିଚାଳିତ କରି ନେଇ ଯାଉଥିବ ଏବଂ ସେହି ପରିଚିତ ହୋଇ ଆସୁଥିବା ପରମଙ୍କର କାର୍ଯ୍ୟଗୁଡ଼ିକ ନିମନ୍ତେ ଆମେ ନିଜକୁ ଉତ୍ସର୍ଗୀକୃତ କରି ରଖିବାରେ ଆମେ ଅଗ୍ରସର ହୋଇ ଯାଉଥିବା । ଆମଭିତରେ ସେହି ପରମ ଯଜ୍ଞେଶ୍ୱରଙ୍କ ଲାଗି ଜନ୍ମଲାଭ କରୁଥିବା ପ୍ରେମ ମଧ୍ୟ୍ୟ ଆମର ସକଳ କର୍ମକୁ ତାଙ୍କରି ନିମନ୍ତେ ଉତ୍ସର୍ଗ କରିଦେବା ଲାଗି ଉଦ୍‍ବୋଧିତ କରି ନେଇ ଯାଉଥିବ,–ତାଙ୍କର ଖାସ ସ୍ୱରୀତିଗୁଡ଼ିକୁ ଏବଂ ତାଙ୍କ ସତ୍ତାର ସତ୍ୟଟିକୁ ଗଭୀରତମ ଭାବରେ ଜାଣିବା ଲାଗି ଆମେ ଆଗ୍ରହୀ ହେବା ହିଁ ହେବା । ଏହିପରି ଭାବରେ ତିନୋଟିଯାକ ମାର୍ଗରେ ଅଗ୍ରସର ହୋଇ ଆମେ ସକଳ ସତ୍ତା ମଧ୍ୟ୍ୟରେ ବିଦ୍ୟମାନ୍ ରହିଥିବା ଏବଂ ଆପଣାର ଏହି ପୂର୍ଣ୍ଣ ପ୍ରକାଶିତ ହୋଇଥିବାର କ୍ଷେତ୍ରରେ ପ୍ରତିଭାତ ହେଉଥିବା ସେହି ସର୍ବପରମ ଏକମେବଙ୍କୁ ଜାଣିବା, ତାଙ୍କ ସହିତ ପ୍ରୀତିଯୁକ୍ତ ହୋଇ ରହିପାରିବା ଏବଂ ତାଙ୍କରି କାର୍ଯ୍ୟଗୁଡ଼ିକୁ ମଧ୍ୟ୍ୟ କରିପାରିବା ।

 

ମନୁଷ୍ୟମାତ୍ରକେ ଆମ ପ୍ରତ୍ୟେକଙ୍କର ମଥାଟିଏ ରହିଛି । ମଥା ହେଉଛି ଗୋଟିଏ ଯନ୍ତ୍ର, ଯାହାଦ୍ଵାରା ଆମେ ଜାଣୁ । ଯେତିକି ଜାଣୁ, ସେହି ଅନୁସାରେ ଜୀବନଟିଏ ବଞ୍ଚୁ । ଅଳପ ଜାଣୁ, ଅଥବା ଅଧିକ ଜାଣୁ । ଆଗେ ମନୁଷ୍ୟମାନେ ସାଧାରଣତଃ ଯେତିକ ଜାଣିବାପାଇଁ ସମର୍ଥ ହେଉଥିଲେ, ଏବେ ସେମାନେ କ୍ରମେ ତାହାର ଏକାଧିକ ଗୁଣ ଜାଣି ପାରିଲେଣି । ତଥାପି ସେହି ଜାଣିବାର ନିଶାଟା ଯାଇନାହିଁ । ମଣିଷ ନିଜକୁ ଜାଣୁଛି । ପରସ୍ପରକୁ ଜାଣୁଛି ଏବଂ ପ୍ରଚ୍ଛଦଟିକୁ ବଢ଼ାଇ ସମଗ୍ର ପୃଥିବୀଟିକୁ ଜାଣି ପାରୁଛି । ପୃଥିବୀକୁ ଜାଣିବା ଅପେକ୍ଷା ଆପଣାକୁ ଜାଣିବା ଅଧିକ ଆବଶ୍ୟକ ବୋଲି ପୃଥିବୀର ପ୍ରାଜ୍ଞ ତଥା ପୋଖତମାନେ ଅନୁକ୍ଷଣ କହି ଆସିଛନ୍ତି । ବସ୍ତୁତଃ ଏପରି ମନୁଷ୍ୟମାନେ ଅଛନ୍ତି, ଯେଉଁମାନେ କେବଳ ନିଜକୁ ଜାଣିଛନ୍ତି ଏବଂ ପୃଥିବୀକୁ ଜାଣିନାହାନ୍ତି କିମ୍ବା ପୃଥିବୀକୁ ଜାଣିଥିଲେ ମଧ୍ୟ୍ୟ ନିଜକୁ ଜାଣିନାହାନ୍ତି ? ସାଧାରଣ ଆମ ମାନବୀୟ ବୋଧଶକ୍ତିଟି ସମ୍ଭବତଃ ବରଂ ଏପରି କହିବ ଯେ, ଆମେ ଅଳ୍ପବହୁତେ ପ୍ରତ୍ୟେକେ ଆମ ନିଜକୁ ଜାଣିଥିବାଟାକୁ ପୃଷ୍ଠଭୂମି ରୂପେ ବ୍ୟବହାର କରି ଆମ ଚତୁର୍ଦ୍ଦିଗରେ ଆମ ଅନେକଙ୍କୁ ଏକାଠି କରି ବିଦ୍ୟମାନ ରହିଥିବା ଏଡ଼େବଡ଼ ଏହି ପୃଥିବୀକୁ ଜାଣିଥାଉ । ପୁନଶ୍ଚ, ଆମର ପୃଥ୍ୱୀଜ୍ଞାନଟି ଅନୁସାରେ ଆମର ନିଜ ବିଷୟରେ ନିଜର ଜାଣିବାଟା ମଧ୍ୟ୍ୟ ବହୁ ପରିମାଣରେ ନିରୂପିତ ହେବାରେ ଲାଗିଥାଏ । ତେଣୁ, କୋଉଟା ଆଗ ଏବଂ କୋଉଟା ପୁଣି ପଛ ? ତଥାପି ଏଥିରେ ଆଦୌ କୌଣସି ପ୍ରକାର ସନ୍ଦେହ ନାହିଁ ଯେ, ସେ ନିଜକୁ ପ୍ରକୃତରେ ଜାଣିନାହିଁ ବୋଲି ଯଦି କାହାକୁ କୁହାଯାଏ, ତେବେ ସିଏ ନିଶ୍ଚୟ ସେଥିରେ ଖୁବ୍ ଅପମାନିତ ହିଁ ବୋଧ କରିବ । ପୃଥିବୀରେ ଅଧିକକୁ ଜାଣିବା ସହିତ ଆପଣାକୁ ଜାଣିବାଟିକୁ ସମାନ ମର୍ଯ୍ୟାଦା ଦେଇ ପାରୁଥିଲେ ଆମେ ମନୁଷ୍ୟମାନେ ହୁଏତ କେବେହେଲେ ସେପରି ଆଚରଣ କରନ୍ତୁ ନାହିଁ । ଏକ ଅନ୍ୟ ବିବେକର ଉଦୟ ହୋଇ ପାରନ୍ତା ।

 

ଏପରି ରହସ୍ୟଟିଏ ପୁଣି କାହିଁକି ରହିଛି ଯେ ଅନେକ ସମୟରେ ଗୋଟିଏ ଖାସ୍ ପାହାଚର ମନୁଷ୍ୟମାନେ ସତେଅବା ସବୁକିଛି ଜାଣି ସାରିଥିଲା ପରି କେବଳ ଅପରମାନଙ୍କୁ ହିଁ ବୋଲ ବତାନ୍ତି, ବାଟ ବତାନ୍ତି ଏବଂ ଠିକ୍ ବାଟଗୁଡ଼ିକୁ ବତାଇ ଦେବାର ପ୍ରାୟ ଏକ ଧର୍ମବତ୍ ପ୍ରବଳତା ସହିତ ଚାରିଆଡ଼େ ଖେଦି ବୁଲୁଥାନ୍ତି ? ଆମ ପରିବାର ମାନଙ୍କରେ ଯେଉଁମାନଙ୍କର ବୟସ କେତେଟା ବର୍ଷ ଅଧିକ,–ଆମ ସମାଜିକ ଶିଷ୍ଟତାର ଭାଷାରେ ଯେଉଁମାନଙ୍କୁ ଆମ ଭାଷାରେ ଗୁରୁଜନ ବୋଲି କୁହାଯାଇ ଆସିଛି, ସେମାନେ କନିଷ୍ଠ ମାନଙ୍କୁ ବୋଲ ବତାନ୍ତି, ଠିକ ନୀତିଗୁଡ଼ିକ ବିଷୟରେ ସଚେତ କରାଇ ଦିଅନ୍ତି ଏବଂ ସେଥିଲାଗି ସମ୍ମାନ ପାଆନ୍ତି, ସ୍ୱୀକୃତି ଲାଭ କରନ୍ତି । ଇସ୍କୁଲମାନଙ୍କରେ କେବଳ ଆମ ଶିକ୍ଷକମାନେ ସାନ ଓ ତେଣୁ ଅପାକଳ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି-। ମହୋଦୟମାନଙ୍କର ଆପଣାର ଜୀବନରେ ହୁଏତ ଜାଣିବାର ଆଗ୍ରହ କ୍ରମଟି ଢେର ଦିନରୁ ନିର୍ବାପିତ ହୋଇ ସାରିଥାଏ । ଉଚ୍ଚସ୍ଥାନରେ ନିଯୁକ୍ତ ରହିଥିବା ବାବୁବର୍ଗଟା ଅଧସ୍ତନମାନଙ୍କୁ କେବଳ ବୋଲ ବତାଏ ଏବଂ ଅଧସ୍ତନଟା ପ୍ରାୟ ଏକ ଏକପାଖିଆ ବରାଦଟା ଅନୁସାରେ ଆଦେଶ ପାଳନ କରୁଥାଏ । ପାହାଚ ପାହାଚର ଏକ କ୍ରମରେ ଥାକମରା ହୋଇ ରହିଥିବା ଆମ ରାଜ୍ୟବ୍ୟବସ୍ଥା ଇତ୍ୟାଦିରେ ଏପରି ଗୁଡ଼ାଏ ବିଡ଼ମ୍ବନାକୁ କାହିଁକି ବାଟ ଛାଡ଼ିଦିଆ ଯାଇଥାଏ କେଜାଣି ? ମଥା ତ ସମସ୍ତଙ୍କର ଥାଏ, କିନ୍ତୁ ତଥାପି କେଉଁ ବିଧାନ ବା ଅବିଧାନ ଗୁଡ଼ାକୁ ମାନି ଅଧିକ ଚତୁର କିଛି ମନୁଷ୍ୟ ସେପରି କରୁଥାନ୍ତି କ'ଣ ପାଇଁ କେଜାଣି ?

 

ସେହି ଅବିଧାନଟା ସତେଅବା ସବୁଠାରୁ ଅଧିକ ପରିମାଣରେ ପ୍ରାଞ୍ଜଳ ଏବଂ ମତିହୀନ ଭାବରେ ଆମର ପାରମ୍ପରିକ ଏହି ହାଟଟିରେ ପ୍ରଚଳିତ ହୋଇ ରହିଥିବା ଗୁରୁ-ଶିଷ୍ୟ ସଂପର୍କର ଖାସ୍ କ୍ଷେତ୍ରରେ ସବୁଠାରୁ ଅଧିକ ସ୍ଥୂଳ ହୋଇ ରହିଥାଏ । ଗୋଟିଏ ପକ୍ଷ ଦିଏ ଏବଂ ଅପରପକ୍ଷ ଗ୍ରହଣ କରେ । ଜଣେ କୃପା କରେ ଏବଂ ଜ୍ଞାନ ଦିଏ ଏବଂ ଅପର ପକ୍ଷର ଆରଜଣଟି କେବଳ ଗ୍ରହଣ କରେ । ଏପରିକି, ଶାସ୍ତ୍ରର ମହତ୍‌ବାଣୀଟା ଅନୁସାରେ ସ୍ଵୟଂ ପରମେଶ୍ୱର ଗୁରୁ ଓ ଶିଷ୍ୟ ଉଭୟଙ୍କ ମଧ୍ୟ୍ୟରେ ଅବସ୍ଥିତ ରହିଥିଲେ ସତେଯେପରି ଏକ ଅଭ୍ୟସ୍ତ ଅରୀତିର ବଶବର୍ତ୍ତୀ ହୋଇ ଗୁରୁପକ୍ଷଟା କେବଳ ତୁଚ୍ଛା ମାଟିତୁଲ୍ୟ ଅନ୍ୟ ପକ୍ଷଟିକୁ ସମୁଚିତ ପଥଟି ଉପରେ ମନ୍ତୁରାଇ ଆଣିଥାଏ । ଗୁରୁ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଓ ସିଏ ସାକ୍ଷାତ ପରମବ୍ରହ୍ମ ବୋଲି ଏହି କ୍ଷେତ୍ରରେ ଯେଉଁ ଅପବାଦଟି ଚଳି ଆସିଛି, ସେଇଟିର ସଂପୂର୍ଣ୍ଣ ଭିଆଣଟା ସେହି ଗୁରୁପକ୍ଷରୁ ହିଁ ହୁଏତ କରା ଯାଇଥିବ । ଜାଣିବାର ବୃତ୍ତିଟା ହେଉଛି ଏକ ଆଦୌ ମେଣ୍ଟୁ ନଥିବା ଏକ ପିପାସା । ଯାବତୀୟ ଦୀକ୍ଷାଦାନ କହିଲେ କାର୍ଯ୍ୟତଃ ସ୍ଵାଭାବିକ ଭାବରେ ସେହି ପିପାସାଟିର ସଂକ୍ରାମଣକୁ ହିଁ ବୁଝାଉ ଥାଆନ୍ତା । ଗୁରୁମାନଙ୍କର ଜୀବନରୁ ସେହି ପିପାସାଟା ମରି ଆସୁଥିଲେ ତେଣୁ ଗୁରୁମାନେ ଏପରି ଏକ ପ୍ରଚଣ୍ଡ ଭୂମିକାରେ ଅବତୀର୍ଣ୍ଣ ହେବା ନିମନ୍ତେ ମନ କରୁଥିବେ । ଗୁରୁମାନେ ସୁସ୍ଥ ହୋଇଥିଲେ ଅସଲ ଅଧ୍ୟ୍ୟାତ୍ଜଟି ହୁଏତ ଅନ୍ତତଃ ନିଃଶ୍ୱାସ ମାରିବା ପାଇଁ ଏକ ସମର୍ଥତା ଲାଭ କରନ୍ତା ସତ, ମାତ୍ର ତା'ହେଲେ ଆମର ଏହି ସିଧା ପୃଥିବୀଟାକୁ ମଠ, ପୀଠ ଓ ଗାଦି ଗୁଡ଼ାକର ଏହି ନାନାବିଧ ଗୋଳମାନଙ୍କରୁ ରକ୍ଷା ମଧ୍ୟ୍ୟ ମିଳି ଯାଉଥାନ୍ତା ।

 

ଆମେ ଚେତାରେ ଥାଉ, ତେଣୁ ଜାଣିବାରେ ସମର୍ଥ ହେଉ । ଏବେ ତ ତଦ୍‌ବିଦ୍ ବିଜ୍ଞାନୀମାନେ କେତେ କେତେ ଅଭିନବ ନୂତନ ଅନ୍ୱେଷଣ ଦ୍ୱାରା ଆମ ମନଟାର ବିଚିତ୍ର ବ୍ୟବଚ୍ଛେଦ ଆଦି କରି ଆମକୁ କେତେ ନା କେତେ ବିସ୍ମୟକାରୀ ଚିତ୍ର ଏବଂ ନକ୍ସାମାନ ଆଣି ବାଢ଼ି ଦେଲେଣି । ଏହି ବାହାର ମନଟି ସହିତ ଗୋଟିଏ ଅନ୍ୟପ୍ରକାର ମନୋରାଜ୍ୟ ମଧ୍ୟ୍ୟ ରହିଛି । ଚେତନ ମନଟି ପଛରେ ଅବଚେତନ ମନର ସାମ୍ରାଜ୍ୟଟିଏ ବିଦ୍ୟମାନ ରହିଛି । ସେହି ଅବଚେତନ ହିଁ ଉପରର ଚେତନ ମନଟିକୁ ଆପଣାର ପରାକ୍ରମଟା ଦ୍ୱାରା ନଚାଉଛି ଏବଂ କଚାଉଛି । ସଂସାରରେ ଆମର ବୋଲି ପରିଚିତ ଏହି ନିତ୍ୟଜାଗତିକ ଚେତନ ମନଟି ସତେଅବା ଅଗତ୍ୟା ଏକ ମୁଖା ବାନ୍ଧିଛି, ଆପଣାକୁ ନାନାଭାବେ ଗୋଟାଏ ମୃଗୀ କରି ରଖିଛି ଯିଏକି ଆଉଗୋଟାଏ କାହାର ରଜ୍ଜୁଦ୍ୱାରା ନାଚିବାରେ ଲାଗିଛି । ଜୀବନଟା ଏକ ଅଭିନୟରେ ସତେଅବା ଆଉ କ’ଣ ଗୋଟାଏରେ ପରିଣତ ହୋଇଯାଇଛି । ମନୁଷ୍ୟରୂପୀ ଏହି ପ୍ରାଣୀଟି ବିଷୟରେ ଏପରି ଏକ ଘୋର ନିରାଶାଜନକ ଚିତ୍ର ପୂର୍ବେ ଆଉ କେବେହେଲେ ଦିଆଯାଇ ନଥିଲା । ଆଧୁନିକ କାଳଟା ଯେ ଭଳି ଭଳି ବହୁ ବ୍ୟର୍ଥତା ଦ୍ୱାରା ପ୍ରପୀଡ଼ିତ ହୋଇ ରହିଛି, ସେଇଟି ଏହିପରି ଆମ ଚେତନ ଏବଂ ଅଚେତନ ମଧ୍ୟ୍ୟରେ ଲାଗି ରହିଥିବା ସେହି ବହୁକ୍ଷୟକାରୀ ଯୁଦ୍ଧଟି ହେତୁ ଘଟୁଛି କି ? ଜାଣିବାରେ ଅନ୍ତ ନାହିଁ, ଅଭାବନୀୟ ନାନାବିଧ ସୁଯୋଗ ମନୁଷ୍ୟମାନଙ୍କର ଅଗ୍ରଗତି ନିମନ୍ତେ ମହଜୁଦ ହୋଇ ରହିଛି । ସେମାନେ ତଥାପି ସଙ୍କଟମାନଙ୍କର ମୁକାବିଲା କରି ପାରୁନାହାନ୍ତି । ଆମର ଏହି କୁଢ଼ କୁଢ଼ ଜାଣିବାଗୁଡ଼ାକର କ୍ଷେତ୍ରରେ କେଉଁଠାରେ କିଛି ବିଭ୍ରାଟ ରହିଯାଉଛି କି ?

 

ଅଧାଶତାବ୍ଦୀ ବର୍ଷ ପୂର୍ବେ ଇଂଲଣ୍ଡର ଜଣେ ଦର୍ଶନବିତ୍ ଜ୍ଞାନକୁ ଶକ୍ତି ବୋଲି କହିଥିଲେ-। ଏବଂ, ଖୁବ୍‌ ଦାବୀ କରାଯାଇ ପାରିବ ଯେ, ପ୍ରାୟ ସେହି ବିଚାରଟି ଦ୍ୱାରା ପ୍ରେରଣା ଲାଭ କରି ପୃଥିବୀରେ ସବୁ ମନୁଷ୍ୟ ସ୍ୱୀକାର କଲାଭଳି ଆମର ବିଚାରକ୍ଷେତ୍ରରେ ଏକ ଆଧୁନିକ ଯୁଗପର୍ଯ୍ୟାୟର ସମାରମ୍ଭ ହୋଇଥିଲା । ହଁ, ଆମେ ଅଧିକରୁ ଅଧିକ ଜାଣିବା, ଜାଣିବାର ଆଖିମାନେ ବହୁ ଅର୍ଥରେ ଆସ୍ପର୍ଦ୍ଧାଯୁକ୍ତ ହେବେ ଏବଂ ତାହାହିଁ ଆମ ଲାଗି ଅମିତ ଶକ୍ତିଲାଭର କାରଣ ହେବ ହିଁ ହେବ । ଠିକ୍ ତାହାହିଁ ହେଲା । ଅନ୍ୱେଷାର ଆଖି ସହସ୍ରଗୁଣ ହୋଇଥିଲା ଏବଂ ଉପଲବ୍ଧ ଶକ୍ତିଗୁଡ଼ିକ ଦ୍ୱାରା କୁଶଳ ମନୁଷ୍ୟମାନେ ଅଭୂତପୂର୍ବ ପରିମାଣରେ ବହୁ ସଫଳତାର ଅଧିକାରୀ ହୋଇପାରିଲେ । ନୂଆ ବିଜ୍ଞାନ-କୌଶଳର ଉଦ୍‍ଭାବନ ଦ୍ୱାରା ଉତ୍ପାଦିତ ବିତ୍ତ ଇତ୍ୟାଦିର ପରିମାଣ ଶତଗୁଣ ହେଲା । ପ୍ରକୃତି ଉପରେ ବିଚକ୍ଷଣ ମନୁଷ୍ୟମାନଙ୍କର ଅକ୍ତିଆର କେତେ କେତେ ଆଡ଼କୁ ପ୍ରଲମ୍ବିତ ହୋଇ ଯାଇଥିଲା । ପ୍ରକୃତିକୁ ସତେ ଅବା ଏକ ଅସରନ୍ତି ଭଣ୍ଡାରସମ୍ପତ୍ତି ବୋଲି ଧରିନେଇ ସେହି ପ୍ରମୋଦିତ ମଣିଷମାନେ ବିତ୍ତ ବଢ଼ାଇବାରେ ଲାଗିଲେ । ଅଗ୍ରଗତି, ସତତ ଅଗ୍ରଗତିର ମୁଖା ପିନ୍ଧି ପୁଞ୍ଜିବାଦର ଧ୍ଵଜା ଉଡ଼ିଲା । ପୁଞ୍ଜିବାଦରୁ ସାମ୍ରାଜ୍ୟବାଦ ଏବଂ ତା'ପରେ ଦୁଇଟା ମହାଯୁଦ୍ଧ । ଅଧିକ ଜ୍ଞାନର ଶକ୍ତି ଏହି ମଣିଷର ପୃଥିବୀରେ ପ୍ରାୟ ଏକ ଆତ୍ଜବିନାଶକାରୀ ଅସୁରର ମୁର୍ଖତାରେ ବୋମା ପାଖରେ ଆସି ପହଞ୍ଚି ଗଲାଣି । ପୃଥିବୀର ପରିବେଶ ବରବାଦ ହେବାରେ ଲାଗିଛି । ନୂଆ ନୂଆ ରୋଗ ବାହାରି ମନୁଷ୍ୟମାନଙ୍କୁ କାବୁ କରି ପକାଉଛି ।

 

ଅଧିକ ଜାଣିବାଦ୍ୱାରା ମନୁଷ୍ୟମାନେ ପରସ୍ପରର ଅଧିକ ନିକଟ ହୋଇ ଆସିଥାନ୍ତେ, ସଦ୍‌ଭାବ ବଢ଼ିଥାଆନ୍ତା, ସର୍ବବିଧ ଭିନ୍ନତା ସତ୍ତ୍ୱେ ଆତ୍ଜୀୟତାର ପରିଚୟ ମିଳି ଥାଆନ୍ତା । ଏହି ସବୁକିଛି ଏପରି ବିଗିଡ଼ି ଯିବାକୁ କାହିଁକି ଆରମ୍ଭ କଲା କେଜାଣି ? ଯେଉଁ ମୂଳ ବିଶ୍ଵାସମାନେ ରହିଥିଲେ ଜୀବନ ସତ ଆଖିଟିକୁ ଦେଇ ଉଚିତଟିକୁ ଦେଖିପାରେ, ସେଗୁଡ଼ିକ କ'ଣସବୁ ବିମୂଢ଼ତା ହେତୁ ଅନୁପଲବ୍ଧ ହୋଇ ରହିଗଲା । ପାଣ୍ଡିତ୍ୟ ବଢ଼ିଲା, ପୁସ୍ତକମାନେ ଗଦା ହୋଇ କେତେ କ'ଣ ପରି ଦେଖାଗଲେ ସିନା, ମାତ୍ର ତେଣେ ସତ ଜୀବନଟାର ଭରଣା କରି ପାରିବାଲାଗି ବଣାରେ ମୁଠାଏ ଚାଉଳ ମଧ୍ୟ୍ୟ ରହିଲା ନାହିଁ । ଏପରି ଯେ ହେଲା, ସେଥିଲାଗି କ’ଣ ଆମେ ଏହି ଜ୍ଞାନକୁ ଯାଇ ଦୋଷ ଦେବା ? ଅଥବା, ଆଉ କେଉଁସବୁ ପ୍ରକାରେ ଅବିବେକମାନେ ଆସି ପଶିଗଲେ, ଯେଉଁଟି ଲାଗି ଏହି ବିପୁଳ ଏତେ ଏତେ ଜାଣିବା ସତ୍ତ୍ୱେ ଆମେ ତଥାପି ଆଉସବୁ କ’ଣକୁ ଆଦରି ରହିଗଲୁ । ଆପଣା ବୁଦ୍ଧିଦ୍ୱାରା ବଣା ହୋଇଗଲୁ ଏବଂ ବୋକା ବନି ରହିଲୁ । ଆମ ହିସାବଖାତା ଇତ୍ୟାଦି ଅନୁସାରେ ଏକ ଆଧୁନିକ ଯୁଗରେ ଆସି ପ୍ରବେଶ କରିଥିଲେ ମଧ୍ୟ୍ୟ ତଥାପି ଦୁର୍ଦ୍ଦାନ୍ତ ଭାବରେ ଆଦିମ ହୋଇ ରହିଗଲୁ । ସଭ୍ୟତା ଭିତରେ ବାଟ ଚାଲୁଥିଲେ ମଧ୍ୟ୍ୟ ବର୍ବର ହୋଇ ସମ୍ଭବତଃ ଅଧିକ ଅସଭ୍ୟ ଏବଂ ବର୍ବର ହେବାକୁ ପସନ୍ଦ କଲୁ । ସାଙ୍ଗ ହୋଇ ପାରିଲୁନାହିଁ କିମ୍ବା ସଙ୍ଗ ଲୋଡ଼ି ପାରିଲୁନାହିଁ ବୋଲି ସତେଅବା ନାନା ଗେଲବସରିଆ ନିଃସଙ୍ଗତାବୋଧ ଭିତରେ ଟକଟକ ହୋଇ ଫୁଟିବାରେ ଲାଗିଲୁ ।

 

ତେଣୁ, ସେଇଥି ସକାଶେ ଖାଲି ଜ୍ଞାନ ନୁହେଁ, ଏକ ଜ୍ଞାନଯୋଗ । ଜ୍ଞାନକୁ ଆବଶ୍ୟକ ସୂତାଟିଏ ଦ୍ୱାରା ଏକ ଶିଖର ସହିତ ଯୋଡ଼ିବା । ସେହି ଯୋଡ଼ି ହୋଇ ଯାଇଥିବାର ଆସ୍ପୃହା ଦ୍ଵାରା କେଉଁ ପରମ ଜ୍ଞାନଟି ସହିତ ଏକ ସାଧର୍ମ୍ୟର ଅଧିକାର ଲାଭ କରିବା । ଆପଣାକୁ ନିବିଡ଼ ଭାବରେ ଜାଣିବା ଦ୍ୱାରା ଇପ୍ସିତ ସେହି ଶିଖରଟିର ନିକଟବର୍ତ୍ତୀ ହେଉଥିବା ପରି ଅନୁଭବ କରିବା ଓ ସେହି ଶିଖରଟିକୁ ଜାଣିବା ଦ୍ୱାରା ଆପଣାକୁ ଜାଣିବାରେ ଲାଗିଥିବାର ସେହି ନିବିଡ଼ତାଟିର ଯୋଗ୍ୟ ହେବା-। ଜ୍ଞାନକୁ ଖିଅରେ ଯୋଡ଼ି ପାରୁଥିବା ସେହି ଆଧ୍ୟ୍ୟାତ୍ଜିକ ପ୍ରେରଣାଟି, ସେଇଟି ଜ୍ଞାନଯୋଗ । ଏକ ଆରୋହଣ ଅର୍ଥାତ୍‍ ଏକ ଉତ୍ତରୋତ୍ତର ପରିଚୟ-ଲାଭ । ଯେକୌଣସି ଗିରିଶିଖରର ଆରୋହଣ କରୁଥିବା ସମୟରେ ଯେପରି ପାଦଦେଶର ପୃଥ୍ୱୀଭୂଇଁଟି ଅଧିକରୁ ଅଧିକ ସଂପ୍ରସାରଣ ଲାଭ କରୁଥାଏ, ଏହି ଜ୍ଞାନଯୋଗ ମଧ୍ୟ୍ୟ ସେହିପରି ଗୋଟିଏ ପ୍ରକ୍ରିୟା । ଉତ୍ତରୋତ୍ତର ସମ୍ମତିର ଏକ ଅତ୍ୟନ୍ତ ସ୍ୱାଭାବିକ ପ୍ରକ୍ରିୟା । ସେହି କେଡ଼େ ଉଚ୍ଚ ଶିଖରଦେଶରେ ଯିଏ, ମୋର ଏହି ସମ୍ମତ ଆଖିଗୁଡ଼ିକ ଆଗରେ ସଂପ୍ରସାରିତ ହୋଇ ରହିଥିବା ଭୂମିବିସ୍ତାରଟି ମଧ୍ୟ୍ୟରେ ମଧ୍ୟ୍ୟ ସୁନିଶ୍ଚିତ ପ୍ରକାରେ ସିଏ । ମୁଁ ଯଦି ସେହି ଶିଖରଟିକୁ ସ୍ପର୍ଶ କରି ପାରୁଛି, ତେବେ ତାହାର ସୁସ୍ଥତମ ଏକ ନିହିତାର୍ଥ ହେଉଛି ଯେ, ମୁଁ ଏହି ବହୁବୈପୁଲ୍ୟଯୁକ୍ତ ପୃଥିବୀଟିରେ ମଧ୍ୟ୍ୟ ସଂପ୍ରସାରିତ ହୋଇ ରହିଛି-। ମୁଁ ଯୋଗସ୍ଥ, କାରଣ ଯୁକ୍ତ; ମୁଁ ଯୁକ୍ତ, ତେଣୁ ଯୋଗସ୍ଥ । ମୁଁ ହେଉଛି ଯୁଗପତ୍ ଭାବରେ ଏକ ଆରୋହଣ ଏବଂ ସଂପ୍ରସାରଣ । ଯୁକ୍ତ ହେବାଦ୍ୱାରା ମୁଁ ସଂପ୍ରସାରିତ ହୋଇପାରେ ଏବଂ ଠିକ୍ ସେହି ନ୍ୟାୟରେ ସଂପ୍ରସାରିତ ହେବାଦ୍ୱାରା ଯୁକ୍ତ ହୋଇ ରହିପାରେ ।

 

ତେଣୁ, ଯୁକ୍ତ ହେବାର ମୋ’ର ଏହି ସାଧନାଟିରେ ମୋ’ର ବୋଲି ଅଲଗା ହୋଇ ଆଉ କିପରି ବା କ’ଣ ରହିପାରିବ ? ଅଲଗା କେତେକ କାନ୍ଥ ଅର୍ଥାତ୍‍ ସ୍ୱାର୍ଥଦ୍ୱାରା ସୂଚିତ କରିଦେଇ ହେଉଥିବା ଆଉ କ’ଣ ବା କାହିଁକି ରହିବ ? ଏହି କେଡ଼େ ବୃହତ୍ ପୃଥିବୀଟିର ଭିତ୍ତି ଉପରେ ହିଁ ତେଣୁ ଯାବତୀୟ ଶିଖର । ଏକ ପୃଥ୍ୱୀ-ପରିମିତ ସହଜ ବିସ୍ତାରକୁ ନେଇ ହିଁ ମୋ’ ଜ୍ଞାନସାଧନା-କ୍ଷେତ୍ରଟିର ଯାହାକିଛି ଶିଖର-କାମନା । ମୋ’ ଖାସ୍ କେତେକ ନିଜ ଅଭିପ୍ରାୟର ସିଦ୍ଧିଲାଭ ନିମନ୍ତେ ମୁଁ ଯୋଗର ବହିଃସଂସ୍କାର ଗୁଡ଼ିକୁ ମାନି ଯେଉଁ ତଥାକଥିତ ଆଚରଣଗୁଡ଼ିକର ଅଭ୍ୟାସ କରୁଛି ଓ ପରିପୂର୍ଣ ଗମ୍ଭୀରତା ସହିତ ତାହାକୁ କେତେ କେତେ ସ୍ଫୂର୍ତ୍ତିରେ ଯୋଗ ବୋଲି କହୁଛି, ତାହା ଯୋଗ ମୋଟେ ନୁହେଁ; ତାହା ହେଉଛି ଅନ୍ୟକିଛି ନିମନ୍ତେ ଏକ ଆତୁରତା ପ୍ରକାଶ କରି ଫଳମାନଙ୍କୁ ଆପେ ଭୋଗ କରିବାର ଏକ ଅନ୍ୟ ପ୍ରବୃତ୍ତି । ସେଥିରେ ଯାବତୀୟ ଶିଖର ବସ୍ତୁତଃ ମୋ’ଭିତରେ ହିଁ ରହିଥାଏ, ନାନା ମୁଗ୍ଧତା ଭିତରେ ଗଣ୍ଠି ପଡ଼ି ହିଁ ରହିଥାଏ । ମୁଁ ହୁଏତ କେଡ଼େ ବଡ଼ ଜଣେ ଜ୍ଞାନୀ ବୋଲାଏ, ସ୍ୱୟଂ ଭଗବାନ ଜ୍ଞାନର ବଶ ହୋଇ ରହିଥାଆନ୍ତି ବୋଲି ପ୍ରବଚନ ଦେଇ ବୁଲୁଥାଏ, କିନ୍ତୁ ଜ୍ଞାନଯୋଗର ସରହଦଟାକୁ ମୁଁ ସ୍ପର୍ଶ ହିଁ କରିନଥାଏ । ସେହି ନିଦାନ କଥାଟିକୁ ହେଜଭିତରେ ରଖି ଆମେ ସମ୍ଭବତଃ ଅନୁମାନ କରି ପାରିବା ଯେ, ପୃଥିବୀରେ ଜାଣିବାର କ୍ଷେତ୍ରପରିମାଣମାନେ ସ୍ୱୟଂ ଆମ ମଣିଷମାନଙ୍କୁ ଅବାକ୍ କରିଦେଇ ବଢ଼ିବାରେ ଲାଗିଛନ୍ତି, ଜ୍ଞାନୀମାନେ ବହୁ ଅଭୂତପୂର୍ବ କୁଶଳତା ସହିତ ସ୍ୱ-ପାରଙ୍ଗମତାର ପରିଚୟ ଦେଉଛନ୍ତି, କିନ୍ତୁ ଯୁକ୍ତ ହୋଇ ପାରିନାହାନ୍ତି । ସମଗ୍ରତଃ ସେମାନଙ୍କର ନିଜର ଚର୍ବିଟା ହିଁ ମୋଟା ହେବାରେ ଲାଗିଛି । ନାନା ନ୍ୟସ୍ତସ୍ଵାର୍ଥର ମୋହମାନେ ସେମାନଙ୍କୁ ଅଯୁକ୍ତ କରି ରଖିଛି । ସେହି ସ୍ୱାର୍ଥମାନେ ହିଁ ଶିଖର, ଏବଂ ଅସଲ ଶିଖରଟି ନଥିବାରୁ ସେମାନଙ୍କର କୌଣସି ସଂପ୍ରସାରିତ ଭୂମି ମଧ୍ୟ୍ୟ ନାହିଁ । ଅନ୍ୟ ସମସ୍ତେ ତଥା ଆଉ ସବୁକିଛି ସେମାନଙ୍କୁ ପଣ୍ୟବତ୍ ହିଁ ଦିଶୁଛନ୍ତି । ସେମାନଙ୍କର ବ୍ୟକ୍ତିଗତ ତଥା ସାମୂହିକ ସ୍ୱାର୍ଥଆଖିଗୁଡ଼ାକ ସେମାନଙ୍କୁ ଯୁକ୍ତ ହୋଇ ବଞ୍ଚିବାର ସୌଭାଗ୍ୟରୁ ବଞ୍ଚିତ କରି ରଖିଛନ୍ତି । ନିତାନ୍ତ ଶୋଚନୀୟ ଭାବରେ ଅଯୁକ୍ତ କରି ରଖିଛନ୍ତି । ଈଶ୍ଵରଙ୍କ ଯାଏ ବାଟ ପଡ଼ିଛି, ପୃଥିବୀ ଭିତରକୁ ମଧ୍ୟ୍ୟ ଅସୁମାରି ହୋଇ ରହିଛନ୍ତି । ସେଇଥିଲାଗି ଜ୍ଞାନକୁ ଏକ ପରିପୂର୍ଣ୍ଣତା ପ୍ରଦାନ କରି ଏକ ଜ୍ଞାନଯୋଗ, ବୃହତ୍ତରଗୁଡ଼ିକ ନିମନ୍ତେ ଏହି ଯାବତୀୟ ଅଳ୍ପତା ତଥା ଅଯୁକ୍ତତା ଗୁଡ଼ିକର ପରିହାର । ଆମ ପ୍ରତ୍ୟେକ ମନୁଷ୍ୟଙ୍କ ଭିତରେ ଜାଣିବାର ଅର୍ଥାତ୍ ଜାଣିବାଦ୍ଵାରା ଯୁକ୍ତ ହେବାର ଯେଉଁ ନିୟତିଦତ୍ତ ସାମର୍ଥ୍ୟଟି ରହିଛି, ସେହିଟିକୁ ଆପଣାର ଆସ୍ଫୃହାଗୁଡ଼ିକ ମଧ୍ୟ୍ୟରେ ଥାପି ରଖି ଏକ ଗୁହାମୁକ୍ତି ଲାଗି ବାଟ ପାଇଯିବା,–ଶିଖରସ୍ଥ ଈଶ୍ୱରଙ୍କ ଆଡ଼କୁ ନିଜର ବାଟଟିକୁ ପାଇଯିବା ଏବଂ ତାଙ୍କରିଦ୍ୱାରା ଏତେଏତେ ସମ୍ଭାବନା ଦ୍ୱାରା ପ୍ରତିଶ୍ରୁତି ହୋଇ ରହିଥିବା ପୃଥିବୀଟି ଆଡ଼କୁ ବାଟ ପାଇଯିବା । ଯୋଗ ହେଉଛି ଏକାଧାରରେ ନିଜପାଇଁ ବାଟଟିଏ ଖୋଜିବାର ସତକୁ ସତ ଏକ ତୃଷା, ସେହି ବାଟଟିକୁ ଠାବ କରିବା ଏବଂ ସେଇଟିକୁ ଚାଲିବା । ଶିଖରଟିର ଯେଉଁ ପ୍ରତିଫଳନଟି ଆମ ନିଜଭିତରେ ଆମେ ଖୋଜିବା ଅନୁସାରେ ଦୃଶ୍ୟମାନ୍ ହୋଇଆସେ ଏବଂ ତା’ସହିତ ଅବଶ୍ୟମ୍ଭାବୀ ହୋଇ ଯେଉଁ ପ୍ରତିଫଳନଟି ଆମ ନିଜଭିତରେ ଆମେ ଖୋଜିବା ଅନୁସାରେ ଦୃଶ୍ୟମାନ୍ ହୋଇଆସେ ଏବଂ ତା’ ସହିତ ଅବଶ୍ୟମ୍ଭାବୀ ହୋଇ ଯେଉଁ ପୃଥ୍ୱୀରୂପୀ ସମ୍ପ୍ରସାରଣଟି ଆମ ସମକ୍ଷରେ ପ୍ରତ୍ୟକ୍ଷ ହୋଇଥାଏ, ସେହିଗୁଡ଼ିକ ସହିତ ଯୁକ୍ତ ହୋଇ ଜୀବନଟିକୁ ବଞ୍ଚିବା, ତାହାହିଁ ଯୋଗ ଓ ତାହାରି ମଧ୍ୟ୍ୟରେ ଗୋଟିଏ ଜ୍ଞାନଯୋଗ । ଆମ ଜାଣିବାର ଗବାକ୍ଷଗୁଡ଼ିକୁ ଗୋଟିଏ ଈଶ୍ୱରୀୟ ସଂକଳ୍ପ ଦେଇ ସେହି ଜ୍ଞାନଯୋଗ ।

 

ଜାଣିବାରୁ ଜ୍ଞାନ, ଜ୍ଞାନରୁ ଜ୍ଞାନଯୋଗ,–ସତ୍ୟର ପରିଚୟ ଲାଭ କରିବା ଲାଗି ଧର୍ମତଃ ସଦା ଉତ୍ସୁକ ହୋଇ ରହିଥିବା ଆମ ଗଭୀରତମ ଜିଜ୍ଞାସାଗୁଡ଼ିକର ଏକ ଶିଖର-ଆରୋହଣ । ପୁନଶ୍ଚ, ଯୁଗପତ୍ ଭାବରେ ଏକ ସଂପ୍ରସାରିତ ହୋଇ ଯାଉଥିବାର ସ୍ୱାଭାବିକ ଜୀବନ । ଆମ ଜୀବନରେ ଯୁକ୍ତ ଓ ଆହୁରି ଅଧିକ ଯୁକ୍ତ ହୋଇ ପାରିବାର ଯେଉଁ ପ୍ରାୟ ଏକ ସହଜାତ ସମର୍ଥତାକୁ ସାଙ୍ଗରେ ଧରି ଆମେ ପୃଥିବୀକୁ ଆସିଛୁ, ତାହାରି ଏକ ଅଧ୍ୟ୍ୟାତ୍ଜପ୍ରେରିତ ଗତିଶୀଳତା । ଆପଣାକୁ ଈଶ୍ୱରଙ୍କର ଏହି ଜଗତରେ ଆପଣାର ପରିଚିତ ହେବାର କ୍ଷେତ୍ରରେ ସେହିପରି ଆଉଗୋଟିଏ ଦ୍ଵାର ହେଉଛି ଭକ୍ତି, ଆମର ଭଲ ପାଇବା, ଆପଣାର ସବୁକିଛିକୁ ସମର୍ପିତ କରିଦେବା, ସବୁ ସମର୍ପି ଦେବାର ଏକ ସହଜ ଧାରାରେ କେଡ଼େ ସନ୍ଦେହମୁକ୍ତ ଭାବରେ ନିଜକୁ ପୂର୍ଣ୍ଣରୁ ଆହୁରି ପୂର୍ଣ୍ଣ ହୋଇଯିବାର ସେହି ଧନାଢ଼୍ୟତାଟିକୁ ଲାଭ କରିବା । ଭଲ ପାଇବା ଅଥାତ୍ କାହାର ହୋଇଯିବା । ଆପଣାର ପ୍ରିୟଜନ ରୂପେ କାହାକୁ ଭଲ ପାଇବା, ଅର୍ଥାତ୍‍ ସେହି ପ୍ରିୟଜନଟିର ହୋଇଯିବା; ଏହି ଏଡ଼େ ସୁନ୍ଦର ପୃଥିବୀଟିକୁ ଭଲ ପାଇବା ଅର୍ଥାତ୍‍ ପୃଥିବୀଯାକର ହୋଇଯିବା; ଏବଂ, ଭଗବାନଙ୍କୁ ଭଲ ପାଇବା ଅର୍ଥାତ୍ ଭଗବାନଙ୍କର ହୋଇଯିବା । ସ୍ପଷ୍ଟତଃ ଏହି ଭକ୍ତିର ଅନୁଶୀଳନ-ମାର୍ଗଟିକୁ କେତେକ ଭକ୍ତିସାଧନାରେ ପ୍ରେମଯୋଗ ବୋଲି କୁହାଯାଇଛି । ଧର୍ମତଃ, ଭକ୍ତି ମଧ୍ୟ୍ୟ ଆରୋହଣର ଏକ ମାର୍ଗ ହୋଇଥିଲେ ମଧ୍ୟ୍ୟ ପ୍ରାୟ ଏକ ସ୍ନେହାତିଶଯ୍ୟରେ ଏହି ସାଧନାରେ ସ୍ୱୟଂ ଭଗବାନ ହିଁ ଏହି ତଳକୁ ଆମ ପାଖକୁ ଓହ୍ଲାଇ ଆସନ୍ତି ବୋଲି କେଡ଼େ ସ୍ୱଭାବିକ ପ୍ରତ୍ୟୟଯୁକ୍ତ ଭାବରେ କୁହାଯାଇଥାଏ । କେବଳ ଭକ୍ତ ଯେ ଭଗବାନଙ୍କୁ ଖୋଜୁଥାଏ ତା’ ନୁହେଁ, ନିଜେ ଭଗବାନ ମଧ୍ୟ୍ୟ ଭକ୍ତକୁ ଖୋଜୁଥାଆନ୍ତି । ଭଗବାନଙ୍କ ଉପରେ ଏଡ଼େ ନିର୍ମଳ ଭାବରେ ମନୁଷ୍ୟ-ଚରିତ୍ରର ଆରୋପଣ କରି ଭଗବାନଙ୍କୁ ଆହୁରି ଅଧିକ ନିକଟବର୍ତ୍ତୀ ବୋଲି ଅନୁଭବ କରିବା, ପ୍ରେମ ବା ଭକ୍ତିଯୋଗର ମାର୍ଗଟିରେ ହିଁ ତାହା ସମ୍ଭବ ହୁଏ । ହୁଏତ ଏହିପରି ଏକ କାରଣ ହେତୁ ଭକ୍ତିର ମାର୍ଗଟିକୁ ଅନ୍ୟ ଆଉସବୁ ମାର୍ଗ ଅପେକ୍ଷା ଆପେକ୍ଷାକୃତ ଅଧିକ ସହଜ ବୋଲି ଦାବୀ କରା ଯାଇଥାଏ କି ?

 

ବହୁ ବିଜ୍ଞ ବ୍ୟକ୍ତି ଏପରି ଏକ ମତ ଦେଇଛନ୍ତି ଯେ, ଭକ୍ତିର ସ୍ଥାନ ହେଉଛି ଆମ ହୃଦୟରେ । ଠିକ୍ ଯେପରି ଉକ୍ତ ବିବେଚନାଟି ହିସାବରେ ଜ୍ଞାନର ସ୍ଥାନ ହେଉଛି ଆମ ମଥାରେ । ମଥାଟା ଯେଉଁପରି ଗୋଟିଏ ଯନ୍ତ୍ର, ସେମାନେ ହୃଦୟକୁ ମଧ୍ୟ୍ୟ ସତେଅବା ସେହିପରି ଏକ ଯନ୍ତ୍ର ବୋଲି ଅନୁମାନ କରି ନେଇଥାନ୍ତି । ଖୁବ୍ ସମ୍ଭବ ପ୍ରକୃତ ସତ୍ୟଟି ହେଉଛି ଯେ ମଥାର ଯାବତୀୟ କ୍ରିୟାଶୀଳତାରେ ଯେପରି ଏକ ହୃଦୟ ରହିଥାଏ, ସେହିପରି ହୃଦୟର ମଧ୍ୟ୍ୟ ଏକ ବୁଦ୍ଧି ରହିଥାଏ । ସେହି ବୁଦ୍ଧିରୁ ବିଚ୍ୟୁତ ହେଲେ ହୃଦୟ ସର୍ବଦା ବହୁ ପ୍ରମାଦର କାରଣ ହୁଏ । ଠିକ୍ ଯେପରି ନିଜ ହୃଦୟଟି ପାଖରୁ ହୁଡ଼ିଯାଇ ମନୁଷ୍ୟମାନଙ୍କର ଏହି ପ୍ରକାଣ୍ଡ ବୁଦ୍ଧିମତ୍ତା ଗୁଡ଼ାକ ମଧ୍ୟ୍ୟ ଅନେକାନେକ ଅନିଷ୍ଟକୁ ଆମର ଏହି ପୃଥିବୀପୃଷ୍ଠକୁ ଡାକି ଆଣିବାରେ ବି ଲାଗିଛନ୍ତି । ଏପରି କୌଣସି ଭଗବାନ୍ କଦାପି ନଥିବେ ଯିଏକି ବୁଦ୍ଧିଠାରୁ ହୃଦୟକୁ ଅଧିକ ପସନ୍ଦ କରୁଥିବେ କିମ୍ବା ହୃଦୟଠାରୁ ବୁଦ୍ଧିକୁ ଅଧିକ ମୂଲ୍ୟ ଦେଇ ଦେଖୁଥିବେ । ଜଣେ ମନୁଷ୍ୟ ଭିତରେ କ'ଣ ଓ ତା'ର ହୃଦୟ ଅପେକ୍ଷା ବୃଦ୍ଧିର ଅଧିକ ବିକାଶ ହୋଇଛି ବା ବୁଦ୍ଧି ଅପେକ୍ଷା ହୃଦୟର ଅଧିକ ବିକାଶ ହୋଇଛି, ସେଇଟି ପ୍ରାୟ ସଂପୂର୍ଣ୍ଣ ଭାବରେ ତା’ଭିତରେ ରହିଥିବା ସଂସ୍କାରଗୁଡ଼ିକ ଉପରେ ଅବଶ୍ୟ ନିର୍ଭର କରୁଥିବ । ତେଣୁ, ଆପଣାର ବୁଦ୍ଧି ଉପରେ ସେତେ ଆସ୍ଥା ସ୍ଥାପନ କରି ପାରୁନଥିବା ମନୁଷ୍ୟମାନେ ଯେ ଭକ୍ତିମାର୍ଗରେ ଯାଆନ୍ତି, ସେକଥା ଆଦୌ ସତ୍ୟ ନୁହେଁ । ଯୋଗ ଜିଜ୍ଞାସାର ଜୀବନରେ ଜଣେ ଯାତ୍ରୀ ଜ୍ଞାନର ମାର୍ଗରେ ପୋଖତ ହୋଇ ଆସୁ ଆସୁ ସତେଅବା ଅତ୍ୟନ୍ତ ସ୍ଵାଭାବିକ ଭାବରେ ହୃଦୟ ଆଡ଼କୁ ପ୍ରସାରିତ ହୋଇ ଯାଉଥିବ ଓ ସତକୁ ସତ ଏକ ଥାନଭଳି ଥାନରେ ଆସି ପହଞ୍ଚିଗଲା ପରି ଅନୁଭବ କରୁଥିବ । ତଥାପି, ନିଜ ଉପଲବ୍ଧିଗୁଡ଼ିକର ତୁଳନାରେ ସିଏ ଗ୍ରହଣ କରିଥିବା ମାର୍ଗଟିର ପ୍ରକାରଟି ଅନୁସାରେ, ଯିଏ ସ୍ୱକୀୟ ଚାରଣାଟିର ବିଚାର କରିବ, ସେ ନିଜର ସାଧନାପଥରେ ବହୁ ଭ୍ରାନ୍ତିକୁ ଡାକି ଆଣୁଥିବ । ଆପଣାର ସାଧନାକୁ ସେ ବହୁଭାବେ ଖଣ୍ଡିତ କରି ଦେଉଥିବ । ଜ୍ଞାନ କିମ୍ୱା ଭକ୍ତି, ସତକୁ ସତ କେଉଁ ଗୋଟିକରେ ନଥିବ ।

 

ଯାବତୀୟ ଭକ୍ତି, ପ୍ରେମ, ଭଲ ପାଇବା ଏବଂ ଏପରିକି ସମର୍ପିତ ଭାବେ ଜୀବନ ବଞ୍ଚିବାର ଭାବନା ତ ସେତିକିବେଳେ ନାନାଭାବେ ବିକୃତ ହେବାକୁ ଆରମ୍ଭ କରେ, ଯେତେବେଳେ ସେଗୁଡ଼ିକର ଚର୍ଯ୍ୟାରେ ନାନାପ୍ରକାର ଅସୁରବୃତ୍ତି ଆସି ପ୍ରବେଶ କରେ । ସେହି ଅସୁର ମାନଙ୍କର ପ୍ରକୃତରେ କେଡ଼େ ବାହାଦୁରୀ ଯେ ସେମାନେ ସେହିସବୁ ଚିତ୍ତବିକାର ସହିତ ଭଗବାନଙ୍କୁ ଆଣି ଯୋଡ଼ି ଦେଇଥାନ୍ତି । ହଁ, ଭଗବାନଙ୍କୁ ଆଣି ସେମାନଙ୍କର ଭଲ ପାଇବାର ଏବଂ ଭକ୍ତି କରିବାର ଖୁଣ୍ଟରେ ବାନ୍ଧି ଦିଆ ଯାଇଥାଏ । ତାଙ୍କୁ ଭଲ ପାଉଥିବା ମନୁଷ୍ୟମାନେ ତାଙ୍କୁ ଯେ ଏତେ ସରି କରୁଥାନ୍ତି, ସେକଥା କ'ଣ ସିଏ ଦେଖିପାରନ୍ତି ନାହିଁ ? ପୃଥିବୀରେ ସେହି ପ୍ରକୋପଟାର ଭୁରି ଭୁରି ନଜିର ରହି ଆସିଛି । ପୃଥିବୀରେ ଭଲ ପାଇବାର ଆକାଶକୁ ଆଚ୍ଛନ୍ନ କରି ରଖିଛି । ଭୟ ବଢୁଛି, କପଟମାନେ ବଢ଼ିବାରେ ଲାଗିଛନ୍ତି । ଆପଣାକୁ ସବାଆଗ ଗୋଟାଏ କରି ନଜାଣିଲେ ଓ ଗୋଟାଏ କରି ନବଞ୍ଚିଲେ ଜଣେ ମନୁଷ୍ୟ ଓ ସେମାନଙ୍କର କାଳଟା କିପରି ଆଦୌ କୌଣସି ଭଗବାନଙ୍କ ପାଖରେ ଆପଣାକୁ ସମର୍ପିତ ମଧ୍ୟ୍ୟ କରିପାରିବ ? ତେଣୁ, ଖଣ୍ଡିଆ ଏହି ମନୁଷ୍ୟମାନଙ୍କ ପରି ସେମାନଙ୍କର ଭଗବାନମାନେ ମଧ୍ୟ୍ୟ କ୍ରମେ ବହୁଖଣ୍ଡ ହୋଇ ରହିଛନ୍ତି । ଦର୍ପିଷ୍ଠ ଏହି ମନୁଷ୍ୟମାନେ ଆପଣାର ନାନା ତତ୍କାଳିକ ପ୍ରୀତିଦ୍ୱାରା ତାଡ଼ିତ ହୋଇ ଭଗବାନଙ୍କୁ ଖଣ୍ଡ ଖଣ୍ଡ କରି ପକାଇଛନ୍ତି । ସେମାନେ ଆପଣାର ଛାଞ୍ଚଗୁଡ଼ାକର ମାପରେ ଭଗବାନଙ୍କୁ ମାପିବାରେ ଲାଗିଛନ୍ତି । ସତେଅବା ଆପଣାକୁ ମାପିବାର ସବାଆଗର କର୍ତ୍ତବ୍ୟଟିକୁ ପାସୋରି ଦେଇଛନ୍ତି ।

 

ଆପଣାର ହୃଦୟ ଦେଇ ବାହାରର ଏହି ଜଗତଟାର ମଧ୍ୟ୍ୟ ଗୋଟିଏ ହୃଦୟ ରହିଥିବ ବୋଲି ଅନୁଭବ କରି ପାରିବାର ସେହି କାଳରୁ ହିଁ ଏଠାରେ ଭଗବାନ ନାମକ ଏକ ଦ୍ରବ୍ୟର ଆବିଷ୍କାର କରାଯାଇ ଆସିଛି । ଖାସ୍ ଖାସ୍ ନେତ୍ରର ଅଧିକାରୀମାନେ ଅଧିକ ଆଗଭର ହୋଇ ଆମ ଧର୍ମଗୁଡ଼ିକର ପ୍ରଚାର ମଧ୍ୟ୍ୟ କରିଛନ୍ତି । ଏବଂ, ସେହି ଅନୁସାରେ ନିର୍ଦ୍ଦିଷ୍ଟ ନାନା ଧିସାରେ ଧର୍ମଗୁଡ଼ିକର ଆବିର୍ଭାବ ଘଟିଛି । କେତେ ଗୁଡ଼ିଏ ସନ୍ତକ, କେତେ ପ୍ରକାର ଉପାସନାଗତ ବିଧିବିଧାନ, ସେହି ଅନୁସାରେ ପବିତ୍ର ଶାସ୍ତ୍ରମାନ ଏବଂ ବହୁ ବହୁ କଳ୍ପନାକୁ ଖଟାଇ କିସମ କିସମର ଦେଉଳ ଓ ଦେବମୂର୍ତ୍ତିମାନେ । ଏହି ସବୁକିଛିରେ ସବାମୂଳ ଆବେଦନରୂପେ କାର୍ଯ୍ୟତଃ ଭକ୍ତି ହିଁ ରହିଆସିଛି । ମଥାମାନେ ପରେ ଆସିଛନ୍ତି । ଭଲ ପାଇବାର ନାନାବିଧ କାମନା ସତେ ଅବା ପୂରା ଫରଚାଗୁଡ଼ିକୁ ପାଇ ଚାକ୍ଷୁଷ ହୋଇ ଉଠିଛନ୍ତି । ଏଇ ଧର୍ମଟି ଆମର; ଆମେ ଏହି ମାର୍ଗର ମନୁଷ୍ୟାତ୍ଜାମାନେ ଭଗବାନ୍, ସତେ ଯେପରି ଆପେ କୌଣସି ବିଶେଷ ଇଚ୍ଛା କରିବାରୁ ଏହି ଧରଣୀପୃଷ୍ଠରେ ଆସି ଅବତୀର୍ଣ୍ଣ ହୋଇଛୁ । ତେଣୁ ଆମେ ହେଉଛୁ ତାଙ୍କର ଜଣେ ଜଣେ ବିଶେଷ ବାର୍ତ୍ତାବହ ଏବଂ ପତାକାର ବାହକ । ସମ୍ଭବତଃ ଖୁବ୍ ସହଜରେ ଆଉଗୋଟାଏ କ’ଣ ପୋକ ଆସି ପଶି ଯାଇଛି ଏବଂ ଆମରି ଧର୍ମଟା ହିଁ ପୃଥିବୀଯାକର ଏକମାତ୍ର ଧର୍ମ ବୋଲି ଗୋଟାଏ ମିଥ୍ୟା ଆମକୁ କବଳିତ କରିନେଇଛି । ଆମ ଭଗବାନ୍ ହେଉଛନ୍ତି ଏକମାତ୍ର ଠିକ୍ ଭଗବାନ୍ ଏବଂ ତେଣୁ ଗୋଟାସୁଦ୍ଧା ନ୍ୟାୟର କଥାଟା ହେଉଛି ଯେ ସମଗ୍ର ପୃଥିବୀ ଯେତେବେଳେ ଆମରି ବେଢ଼ାଟି ମଧ୍ୟ୍ୟରେ ଅନ୍ତର୍ଭୁକ୍ତ ହୋଇ ଆସିବ, ସେତେବେଳେ ଯାଇ ଧରଣୀ ନିସ୍ତାର ପାଇବ-

 

ଅର୍ଥାତ୍ ଭଲ ପାଇବାର ଏହି ତୁଚ୍ଛା ମୋହର ଅତ୍ୟୁତ୍ସାହଟା ଗୁଡ଼ାକୁ ନେଇ ଧର୍ମର ଇତିହାସରେ ଗଣନାତୀତ ମନୁଷ୍ୟମାନଙ୍କର ଯୂଥମାନେ ପୃଥିବୀଟାକୁ ନାନାବିଧ ଘୃଣାଦ୍ୱାରା ଉତ୍ତପ୍ତ କରି ରଖିଛନ୍ତି । ବହୁ କିସମର ଦୂରତାକୁ ଡାକି ଅଣାଯାଇଛି । ଧର୍ମମାନେ ସାରା ପୃଥିବୀକୁ ସେମାନଙ୍କର ଖାସ୍ କିସମର ଏକତାଟି ମଧ୍ୟ୍ୟକୁ ହକାରି ଆଣିବାର ଅତ୍ୟାଗ୍ରହଗୁଡ଼ାଏ ଦେଖାଇ ଏଠି ଅସଲ ଐକ୍ୟଗୁଡ଼ିକୁ ବିଡ଼ମ୍ବିତ କରି ରଖିଛନ୍ତି । ବହୁବିଧ ଅନ୍ୟକାତରତା ମନୁଷ୍ୟମାନଙ୍କୁ ଲକ୍ଷ୍ମୀ ଛଡ଼ା କରି ରଖିଛି । ବହୁ ଅନ୍ୟାୟର କାରଣ ହୋଇଛି । ଧର୍ମର, ଈଶ୍ୱର-ମମତାର ତଥା ପୃଥ୍ୱୀମମତାର ମୂଳ ଆହ୍ୱାନଟି ଯେତେବେଳେ ମୋ’ ଧର୍ମ, ଆମ ଠାକୁର ଏବଂ ଆମର ଏହି ଖାସ୍ ମାର୍କାର ସତ୍ୟଶ୍ରଦ୍ଧା ମଧ୍ୟ୍ୟକୁ କୁପିତ ହୋଇ ଆସେ, ସେହି କାରଣରୁ ସେତିକିବେଳେ ଭକ୍ତି ଚୁଲୀକୁ ଯାଏ ଏବଂ ପ୍ରେମର ଯାବତୀୟ ପ୍ରେରଣା ଏକାଧିକ ପ୍ରକାରର ସଂକୀର୍ତ୍ତନ ମଧ୍ୟ୍ୟରେ ମାଡ଼ ଖାଇଯାଏ । ଅସଲ କଥା ହେଉଛି ଆମେ ଭକ୍ତିକୁ ବଞ୍ଚିବା, ପ୍ରେମରେ ଡୋର ଲଗାଇବା,–ଆମ ଆତ୍ଜୀୟତାର ପ୍ରସ୍ଥଗୁଡ଼ିକୁ ଅଧିକତର ସକାରାତ୍ଜକତା ସହିତ ଗୋଟିଏ ଗୋଟିଏ ସତତ ଅନୁଭବରେ ପରିଣତ କରିବା । ‘ମୁଁ’ ଟି ଦିଶିଯିବା–ମାତ୍ରେ ହିଁ ପୂରା ପୃଥିବୀ ହିଁ ଦିଶି ଯାଉଥିବ ଏବଂ ତାହାରି ଗଭୀରଟି ମଧ୍ୟ୍ୟରେ ଈଶ୍ୱର ମଧ୍ୟ୍ୟ ବିଦ୍ୟମାନ୍ ରହିଥିବେ । ଏକ ନିବିଡ଼ ନିତ୍ୟନୈକଟ୍ୟରେ ସହଜ ହୋଇ ଆମର ଆମେ ଆପେ ମଧ୍ୟ୍ୟ ଅଧିକରୁ ଅଧିକ ସହଜ ହୋଇ ଯାଇ ପାରୁଥିବା,–ନିଜ ପାଖରେ ତଥା ଆମ ପୃଥିବୀନାମକ ଏହି ସମ୍ପର୍କତୀର୍ଥରେ ସହଜ ହେବାରେ ଲାଗିଥିବା ।

 

ନିଜର ଭୂମିଟିକୁ, ଅର୍ଥାତ୍ ନିଜର ଦେଶକୁ ଓ ନିଜ ଜାତିକୁ ଭଲ ପାଇବା କଥାଟି ମଧ୍ୟ୍ୟ ଆମ ଏକାଳରେ ଭାରି ଶୁଣିବାକୁ ମିଳିଥାଏ । ପାଶ୍ଚାତ୍ୟ ପୃଥିବୀରୁ ଘୋଡ଼ାରେ ବସି ଏପଟକୁ ଆସିଥିବା ସେହି ଅତିଆକର୍ଷକ ଆଦର୍ଶଟି ଏଠାରେ ଭାରତବର୍ଷରେ ମଧ୍ୟ୍ୟ ଆମକୁ କେତେ ଅଭିନବ ପ୍ରକାରେ ଉଦ୍‍ବୁଦ୍ଧ କରି ଆଣିଛି । ଆପଣାର ଭୂମିଟିକୁ ଆମେ ନିଜର ମାଆ ବୋଲି ସମ୍ବୋଧନ କରିବାର ପ୍ରେରଣା ପାଇଛୁ । ସେହି ଜନନୀକୁ ଆମେ ସ୍ୱର୍ଗଠାରୁ ଅଧିକ ଗରୀୟସୀ ବୋଲି କହିବାର ଏକ ଉଚ୍ଚାଟନା ଲାଭ କରିଛୁ । ତଥାପି ଏହି ଆପଣାର ବୋଲି ସ୍ୱୀକାର କରିଥିବାର କ୍ଷେତ୍ରଟିରେ କେଉଁଠାରେ କ’ଣସବୁ ଖାଦ ବି ରହିଯାଉଛି କେଜାଣି, ନିଜର ଦେଶ ତଥା ଜାତି ଲାଗି ଆପଣାର ଶ୍ରଦ୍ଧାଗୁଡ଼ିକୁ ଅଧିକ ଘନତ୍ୱ ଦେଇ ଦେଖାଇବା ଲାଗି ଅନ୍ୟ ଜାତିମାନଙ୍କୁ ଆମଠାରୁ ଖୁବ୍ ନୀରସ ବୋଲି ଦେଖିବାର ଅବିବେକଟା ମଧ୍ୟ୍ୟ ଆମକୁ ଅତ୍ୟନ୍ତ ଦୌରାତ୍ଜ୍ୟପୂର୍ଣ୍ଣ ଭାବରେ କାମୁଡ଼ି ରହିଛି ଓ ବିଭ୍ରାଟ ଜନ୍ମାଉଛି । ନିଜ ନିଜ ଜାତିର ଧ୍ଵଜାଟାକୁ ସର୍ବୋଚ୍ଚ ବୋଲି ଦର୍ଶାଇ ଏକ ଅସୁରତୁଲ୍ୟ ବଡ଼ପଣକୁ ଜାହିର କରିବାର ମଉତାରେ ପୃଥିବୀରେ ଏକାଧିକ ସମର ଲଢ଼ାଯାଇଛି । ତାହାରି ବର୍ଣ୍ଣନାଗାଥା ଗୁଡ଼ିକର ସ୍ମରଣ କରି ଚତୁର ନ୍ୟସ୍ତସ୍ୱାର୍ଥୀ ମାହାଲମାନେ କେତେମନ୍ତେ ନିଶ ଫୁଲାଇବାରେ ଲାଗିଛନ୍ତି । ସେହିଗୁଡ଼ାକୁ ଖାସ୍ ପୁଞ୍ଜିରୂପେ ବ୍ୟବହାର କରି ଏକାଧିକ ଭାଷାର ସାହିତ୍ୟରେ ଏକ ଜାତୀୟତାବାଦୀ ଯୁଗ ମଧ୍ୟ୍ୟ ରହିଛି । ଆମ ଘର ଏହି ଭାରତବର୍ଷରେ ଦେଶର ଅଧେ ମଣିଷଙ୍କୁ ଅବହେଳିତ କରି ରଖି ଜାତୀୟତାବାଦର ବହୁ ଉପଚାରକୁ ନେଇ ଉଲ୍ଲାସ-ପ୍ରଦର୍ଶନର ନାନା ରୀତି ଲାଗି ରହିଛି । ମମତା ନାହିଁ, ଭକ୍ତି ବି ନାହିଁ,–ଏବଂ ଭକ୍ତି ଭାବ ଦ୍ୱାରା ପରିପ୍ରେରିତ ସେହି ଉତ୍ସର୍ଗୀକୃତ ହୋଇ ରହିବାର ଆବେଦନଟି ମଧ୍ୟ୍ୟ କେଉଁଠାରେ ନାହିଁ । ଉପସ୍ଥିତ ସମୟଟାରେ ଅପେକ୍ଷାକୃତ ଅଧିକ ସମର୍ଥ କତିପୟ ମନୁଷ୍ୟ ଅବଶିଷ୍ଟମାନଙ୍କୁ ଏଠି ଅବଜ୍ଞା କରିବାରେ ଲାଗିଛନ୍ତି । ରାଷ୍ଟ୍ରଶାସନରେ ମଧ୍ୟ୍ୟ ମଣିଷମାନଙ୍କୁ ସମାନ ସ୍ୱୀକୃତି ମିଳୁନାହିଁ । ଅଳପ କଥାରେ କହିଲେ ମୁଷ୍ଟିମେୟ ଭାଗ୍ୟବାନଙ୍କର ବର୍ଗଟା ହିଁ କୋଟି କୋଟି ମଣିଷଙ୍କୁ ଭାଗ୍ୟବାଦୀ କରି ରଖିଛି । ଭାଗ୍ୟବାଦୀମାନେ ସହିବାରେ ଲାଗିଛନ୍ତି । ସେମାନଙ୍କ ଭିତରେ ଯେ ଏକ ମନୁଷ୍ୟାତ୍ଜା ଧର୍ମତଃ ଅପେକ୍ଷା କରି ରହିଛି, ଏକ ଖାସ୍ ଅବ୍ୟବସ୍ଥାରେ ପଡ଼ି ସେବିଷୟରେ ବିସ୍ମୃତ ହୋଇ ରହିଛନ୍ତି ।

 

ଆମ ପ୍ରୀତିର ଏହି ଏକାବେଳେକେ ସ୍ଥାନୀୟ ପରିଧିର ବେଢ଼ଟିରେ ଆମେ ଯାହାଙ୍କୁ ଜଗନ୍ନାଥ ବୋଲି କହୁଛୁ, ତାଙ୍କୁ ମଧ୍ୟ୍ୟ ଗୋଟାସୁଦ୍ଧା ଆମରି ପ୍ରୀତ୍ୟର୍ଥେ କାର୍ଯ୍ୟତଃ ଅତ୍ୟନ୍ତ ସ୍ଥାନୀୟ କରି ରଖାଯାଇଛି । ଏଡ଼େବଡ଼ ଈଶ୍ୱରଙ୍କର ଜଗତଟାକୁ ଆମେ ଆପଣାର ସାନ ଗମ୍ଭୀରିଟି ମଧ୍ୟ୍ୟକୁ ସଙ୍କୁଚିତ କରି ନେଇ ଆସିଛୁ । ବରଂ ବସ୍ତୁତଃ ପୂରା ଅନ୍ୟପ୍ରକାରେ ହୋଇଥାନ୍ତା,–ଜଗତର ନାଥଙ୍କ ଠାରୁ ପ୍ରେରଣା ପାଇ ଆପଣାର ଚେତାଟି ମଧ୍ୟ୍ୟରେ ଜଗତଯାକ ବିଛାଇ ହୋଇ ରହିଥାଆନ୍ତୁ ସ୍ଥାନୀୟତାର ସକଳ କାନ୍ଥକୁ ଲଂଘନ କରି ଆମେ ଆପଣାର ଜୀବନରେ ଅର୍ଥାତ ପାରସ୍ପାରିକ ସମ୍ପର୍କମାନଙ୍କରେ କେତେ କୁଆଡ଼େ ବିଛାଇ ହୋଇ ରହିବାର ଏକ ଶ୍ରଦ୍ଧାକୁ ବଞ୍ଚିବାର ପ୍ରୟାସ କରୁଥାନ୍ତୁ । ଏକ ସାମନ୍ତବାଦୀ ପ୍ରକୋପ ଆମପାଇଁ ସେହି ଜଗନ୍ନାଥଙ୍କୁ ଏକ ସାମନ୍ତବାଦୀ ସଂସ୍କାର-ଅନୁଷ୍ଠାନରେ ପରିଣତ କରିଛି । ସେଥିଲାଗି ତାଙ୍କୁ ଆମେ ଏଠାରେ ବହୁ ଅନାବଶ୍ୟକ ରକ୍ଷଣଶୀଳତାର ସତେଅବା ଗୋଟାଏ କଣ୍ଢେଇ ପରି କରି ରଖିଛୁ । ଦାଣ୍ଡଟାକୁ ଯେଡ଼େ ବଡ଼ ବୋଲି କହୁଥିଲେ ମଧ୍ୟ୍ୟ ତାହାକୁ ଆମେ ବହୁ କ୍ଷୁଦ୍ରତା ମଧ୍ୟ୍ୟରେ କିଳି କରି ରଖିଛୁ । ସର୍ବବିଧ ପ୍ରୀତି ତ ସର୍ବଦା ଏକ ସଂପ୍ରସାରଣ ଆଣି ଦେଇଥାଏ,–ସଂପ୍ରସାରଣ ହିଁ ଧର୍ମ ହୋଇ ରହିଥିବା ଯାଏ ପ୍ରୀତି ସୁସ୍ଥ ହୋଇ ରହିପାରେ । ମାତ୍ର, ଆମ ଦେବତାଙ୍କୁ ଜଗତର ନାଥ ବୋଲି କହି ସିଏ କେବଳ ଆମର ପ୍ରୀତ୍ୟର୍ଥେ ଓଡ଼ିଶାର କଥା ଭାବୁଛନ୍ତି ବୋଲି ଆମେ କ’ଣ ପାଇଁ କହିବାରେ ଲାଗିଛୁ ! ଭକ୍ତି ଅର୍ଥାତ୍ ପ୍ରେମ କେବେହେଲେ ଆଦୌ କିଛିକୁ ମାଡ଼ି ବସିବାକୁ ମନ କରେନାହିଁ । ଭକ୍ତ ଆପଣାକୁ ଦିଏ, ଜଗତନାଥଙ୍କର ଏହି ଜଗତ ସକାଶେ ଆପଣାକୁ ଦିଏ । ମୋଟେ କୃପଣ ହୁଏନାହିଁ ଏବଂ ମୋଟେ ସ୍ଥାନୀୟ ହୋଇ ରହେନାହିଁ । ତା’ର ଜୀବନରୂପୀ ଜଗତଟିରେ ସିଏ କେବେହେଲେ କାହାପାଇଁ କବାଟ ବନ୍ଦ କରି ରଖିନଥାଏ ।

 

ତେବେ ଅଭକ୍ତିରୁ ଭକ୍ତିକୁ ଏବଂ ଅପ୍ରୀତିଗୁଡ଼ାକ ମଧ୍ୟ୍ୟରୁ ପ୍ରୀତିକୁ କିପରି ଆସିହେବ ? ଆପେ ଡୋରଟିଏ ହୋଇ ଏହି ସବୁକିଛିକୁ ଅର୍ଥାତ ବିଶ୍ୱତମାମକୁ ପ୍ରୀତିରେ ବାନ୍ଧିରଖି ପାରିଲେ ଯାଇ ତାହା ସମ୍ଭବ ହେବ । ସେହି ଯୁକ୍ତ ହେବାର ଆସ୍ଫୃହାଟିକୁ ସତକୁ ସତ ଏକ ଈଶ୍ଵରୀୟ ପ୍ରସ୍ଥ ପ୍ରଦାନ କରି ପାରିବାରୁ ସେହି ମାର୍ଗଟି ହେଉଛି ଭକ୍ତିଯୋଗ । ଅହଂ ଛାଡ଼ିବ, ସ୍ୱାର୍ଥ ଛାଡ଼ିବ–ଆପଣାର କୌଣସି କ୍ରିୟାତ୍ଜକତାରେ ତଥା କଳ୍ପନାର କ୍ଷେତ୍ରରେ କେବଳ ଆପଣା ପାଇଁ କିଛି ବୋହି ଆଣିବାର ଏବ ଯାବୁଡ଼ି ରଖିବାର ଧୃଷ୍ଟତା କଦାପି କରିବନାହିଁ । ଆମ ପାରମ୍ପରିକ ଭକ୍ତିର ଗୁଳାମାନଙ୍କରେ ଭକ୍ତ ଏବଂ ଉପାସକମାନେ ତ ସତେଅବା ଏକାବେଳେକେ ଛଅଟା ଆଞ୍ଜୁଳାକୁ ଖୋଲି ଦେଇ କେବଳ ମାଗିବାର ଦାରିଦ୍ର୍ୟଦ୍ୱାରା ହିଁ ବାଉଳା କରି ରଖିଛନ୍ତି । ସେମାନେ ରୁପ ମାଗିଛନ୍ତି, ଧନ ମାଗିଛନ୍ତି ଏବଂ ଯଶ ମାଗିଛନ୍ତି । ବଡ଼ପଣ ମାଗିଛନ୍ତି,–ବୃହତ୍ତର ଓ ପ୍ରଶସ୍ତତର ସତେଅବା ସବୁକିଛି ପ୍ରତି ଗୋଟାଏ ବିମୁଖତା ପ୍ରକଟ କରି ସେମାନେ ଆପଣାର ସ୍ଥୂଳ ଇଚ୍ଛାମାନଙ୍କର ପୂରଣ ନିମନ୍ତେ ଅଧୀର ହୋଇ ପଡ଼ିଛନ୍ତି । ପରମେଶ୍ୱରଙ୍କର ଏହି ଜଗତରୂପୀ ପ୍ରସାରଣଟିକୁ ଅସ୍ୱୀକାର କରି ସେମାନେ ତାଙ୍କୁ ସତେଯେପରି ତୁଚ୍ଛା ଆପଣାର ଗାତଟାକୁ ନେଇ ପଳାଇବା ସକାଶେ ଇଚ୍ଛା କରିଛନ୍ତି । ସେହି ଅଭକ୍ତିର ପ୍ରଦର୍ଶନଟା ଏହି ସଂସାରରେ କେତେ ପ୍ରକାରେ ଚାଲିଛି । କେବଳ ଭକ୍ତମାନଙ୍କର ଗୋଳ ଲାଗିଛି । ସ୍ଵାର୍ଥଯୁକ୍ତ ନାନା ପ୍ରଦର୍ଶନ ଲାଗି ରହିଛି-। ଭଗବାନଙ୍କୁ ଖୁସୀ କରି ଏହି ପୃଥିବୀରେ ଆପଣାର ସବୁକିଛି ଲୋଭର ତର୍ପଣ ହୋଇ ପାରିବ ବୋଲି ଏକ ଅନମନୀୟ ନିଶାଗ୍ରସ୍ତତା ହିଁ ଶାସନ କରିବାରେ ଲାଗିଛି । ନିଜର ସେହି କ୍ଷୁଦ୍ରତାମାନଙ୍କୁ ପରିହାର କରିପାରିଲେ ହିଁ ଆମେ ଭକ୍ତିର ପ୍ରକୃତ ମର୍ଯ୍ୟାଦାଗୁଡ଼ିକର ଭାଜନ ହେବା-। ଭକ୍ତଟିଏ ହୋଇପାରିଲେ ସିନା ଭକ୍ତିଯୋଗ ମଧ୍ୟ୍ୟକୁ କୌଣସି ପ୍ରବେଶାଧିକାର ଲାଭ କରିପାରିବା !

 

ଜ୍ଞାନରୁ ଜ୍ଞାନଯୋଗ ଓ ଭକ୍ତିରୁ ଭକ୍ତିଯୋଗ । ଏବଂ ସେହିପରି କର୍ମରୁ କର୍ମଯୋଗ । ଜ୍ଞାନଦ୍ୱାରା ଏକ ଯଥାର୍ଥ ପରିଚୟ ଲାଭ, ଭକ୍ତି ଓ ପ୍ରୀତିରୁ ଆମର ଭାବାନୁଭୂତି ଗୁଡ଼ିକୁ ସଚଳ କରି ଏକ ନୈକଟ୍ୟ ଓ ସଂପୃକ୍ତିର ଯୋଗ୍ୟତା-ଅର୍ଜନ ଏବଂ ଆମ ଭିତରର ଇଚ୍ଛାଶକ୍ତିଟିକୁ କ୍ରିୟାଶୀଳ କରିଆଣି ଉଚିତ କର୍ମଗୁଡ଼ିକର ସମ୍ପାଦନ । ଏବଂ, ସେହି କର୍ମସଂପାଦନଟି ଦ୍ୱାରା ଆମେ ଏହି ପୃଥିବୀରେ ରହିଛୁ ବୋଲି ଏକ ପ୍ରତ୍ୟୟପତ୍ରର ଅଧିକାର-ଲାଭ । କର୍ମଯୋଗ ଦ୍ୱାରା ହିଁ ଯାବତୀୟ ଜ୍ଞାନଯୋଗ ଏବଂ ଭକ୍ତିଯୋଗରେ ମୁଣ୍ଡିଟିଏ ମରିବ ଏବଂ ଆମେ ଏହି ଜଗତ୍–ଈଶ୍ୱରଙ୍କର ଘରେ ରହିଛୁ ବୋଲ ସତ୍ୟନିର୍ଭରଟିଏ ପ୍ରାପ୍ତ ହେବ । ଜୀବନ ସୁସ୍ଥ ହେବ, ଈଶ୍ୱରାନୁଭବ ସମଗ୍ର ହେବ ଏବଂ ଜଗତନାମକ ଏହି ଉତ୍ତରାଧିକାରଟି ବିଷୟରେ ଆମେ ଚେତା ହୋଇ ରହିଛୁ ବୋଲି କୁହାଯାଇ ପାରିବ । ଭାରତବର୍ଷରେ ଯୋଗର ସୂତ୍ରକାରମାନେ ହୁଏତ ମୂଳତଃ ଏକ ବୈରାଗ୍ୟ ହେତୁ ଆମର ଏହି ଚଳନ୍ତି ଆୟତନ ମାନଙ୍କର ଜଗତଟି ସହିତ ସଂପର୍କ ଛିଣ୍ଡାଇ ଚାଲିଯାଇଥିଲେ ବୋଲି କର୍ମ କହିଲେ ଯଜ୍ଞ ପ୍ରଭୃତି କେତୋଟି କାର୍ଯ୍ୟକ୍ରମକୁ ବୁଝୁଥିଲେ । କିନ୍ତୁ ସେତିକିର ସୀମା ଭିତରେ ରହି ଆମେ କଦାପି କର୍ମଯୋଗର ସଂପୂର୍ଣ୍ଣ ବିସ୍ତାରଟିକୁ ବୁଝି ପାରିବାନାହିଁ । ଜ୍ଞାନଦ୍ୱାରା ଆମେ ସତ୍ୟଗୁଡ଼ିକୁ ଅଥବା ସତ୍ୟଟିକୁ ଜାଣିବା, ଭକ୍ତି ଓ ପ୍ରୀତିଦ୍ୱାରା ସେଗୁଡ଼ିକ ସହିତ ଏକ ନୈକଟ୍ୟ ଅନୁଭବ କରିବା ଏବଂ କର୍ମଦ୍ୱାରା ସେଗୁଡ଼ିକୁ ଏହି ଭୂମି ଉପରକୁ ସାକାର କରି ଆଣିବା । ଈଶ୍ୱରଙ୍କୁ ଜାଣିବା, ଈଶ୍ୱରଙ୍କ ସହିତ ଏକ ନୈକଟ୍ୟ ଅନୁଭବ କରିବା ଓ କର୍ମଦ୍ଵାରା ସେଇଟିକୁ ବଞ୍ଚିବା, ଏହିପରି ଏକ ସମଗ୍ର ଆଗ୍ରହ ଦ୍ୱାରା ହିଁ ଜୀବନରେ ଏକ ସମଞ୍ଜସତା ଏବଂ ସୁସ୍ଥତା ସମ୍ଭବ ହୋଇ ଆସିବ । ଈଶ୍ଵରଙ୍କର ଏହି ପୃଥିବୀ ସତକୁ ସତ ଏକ ପୂର୍ଣ୍ଣବେଦନ ଆହ୍ୱାନରୂପେ ପ୍ରତ୍ୟକ୍ଷ ହୋଇ ରହିଥିବ ଏବଂ ସୌଭାଗ୍ୟବନ୍ତ ଆମେ ସମସ୍ତେ ସେଇଟି ମଧ୍ୟ୍ୟରେ ସକଳ ଖେଦରୁ ମୁକ୍ତ ହୋଇ ବିଚରଣ କରି ପାରୁଥିବା ।

 

ଆମ ଜାଣିବାଗୁଡ଼ାକର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ମାଳ ମାଳ ସତ୍ୟ ଏବଂ ମାଳ ମାଳ ସତ୍ୟ ଏବଂ ତତ୍ତ୍ୱ । ପଣ୍ଡିତ ଏବଂ ଜ୍ଞାନୀମାନେ ଯାହାକୁ ଯେତେ । ପୁଙ୍ଖାନୁପୁଙ୍ଖ ଭାବରେ ଉଖାରି ଦେଖିବାର ନାନା ପ୍ରଚଣ୍ଡ ଆଗ୍ରହ ଅନୁସାରେ ଦର୍ଶନ-ବିଶେଷଜ୍ଞମାନଙ୍କର ବିଚକ୍ଷଣ ତତ୍ପରତାମାନ । ସତ୍ୟର ମଡ଼େଲଗୁଡ଼ାକୁ ନେଇ ବହୁ ଧୀଷଣାରୁ ଜନ୍ମଲାଭ କରୁଥିବା ବାଦ ଏବଂ ବିବାଦମାନେ । ଭଳିଭଳି ସମନ୍ୱୟରୁ ଭଳି ଭଳି ବାଦ ଏବଂ ସେଇଟିରୁ ନିଷ୍ପନ୍ନ ନୂଆ ବିବାଦଗୁଡ଼ିକ-। ଈଶ୍ୱରନାମକ ତତ୍ତ୍ୱଟିକୁ ନେଇ ସତ୍ୟାଦର୍ଶ ଗୁଡ଼ିକ ବିଷୟରେ ବହୁସଂଖ୍ୟକ ଅନ୍ଦାଜ ଏବଂ ସେଗୁଡ଼ିକୁ ନେଇ ଗଭୀର ବ୍ୟାଖ୍ୟାମାନ । କ'ଣସବୁ ଆଚରଣଦ୍ଵାରା ପୃଥିବୀ ଏକ ଉଚିତ ନୀତିରେ ଚାଲିବ, ଏକ ସମୁଚିତ ପାରସ୍ପରିକତା ସମ୍ଭବ ହେବ, ସେହି ବିଷୟରେ ତ ଗମ୍ଭୀର ଭାବରେ ସବୁକାଳ ପରି ଏକାଳେ ମଧ୍ୟ୍ୟ ବହୁବିଧ ନୀତି ଓ ନୈତିକତାର ବଖାଣମାନ ହେଉଛି । ତଥାପି କିଛିହେଲେ ବାଟକୁ ଆସୁଥିବା ପରି ପ୍ରତ୍ୟୟ ହେଉନାହିଁ । ରାଷ୍ଟ୍ରସ୍ତରରେ ନୁହେଁ ବା ପରିବାର ସ୍ତରରେ ମଧ୍ୟ୍ୟ ନୁହେଁ । ବ୍ୟକ୍ତିମାନଙ୍କର ଜୀବନରେ ନୁହେଁ କିମ୍ବା ସାମୂହିକ ଅନୁଷ୍ଠାନ ମାନଙ୍କରେ ନୁହେଁ । କୁଢ଼ କୁଢ଼ ପାଠ ପଢ଼ାଯାଉଛି, ଜ୍ଞାନବିଜ୍ଞାନର । ଦରବାରୀ ବ୍ୟବସ୍ଥାମାନେ ବହଗୁଣିତ ହେବାରେ ବି ଲାଗିଛନ୍ତି; ତଥାପି ଆଚରିତ କର୍ମଗୁଡ଼ିକରେ ବିବେକ ବୋଲି କିଛି ନାହିଁ । ଏପରି ଏକ ବିବେକ ଯାହାକି ମନୁଷ୍ୟମାନଙ୍କୁ ମନୁଷ୍ୟୋଚିତ ଥାନଗୁଡ଼ିକୁ ଯୋଗାଇ ଦେବ, ସବୁ ମଣିଷଙ୍କୁ ନିଃଶଙ୍କ ଭାବରେ ଏକାଠି କରି ରଖିପାରିବ । ଯାବତୀୟ ଭେଦ ସତ୍ତ୍ୱେ ତଥାପି ମନୁଷ୍ୟମାନେ ସେମାନଙ୍କର ନିୟତିଗୁଡ଼ିକୁ ଗୋଟିଏ ନୈକଟ୍ୟବୋଧ ଦ୍ୱାରା ସଚେତନ ଭାବରେ ବାନ୍ଧି ରଖି ପାରୁଥିବେ । ବୁଝାମଣା ଥିବ, ସହିଷ୍ଣୁତା ଥିବ ଏବଂ ନମନୀୟତା ରହିଥିବ । କାରଣ, ସବାଆଗର କଥାଟି ହେଉଛି, ଏହି ପୃଥିବୀରେ ଆବଶ୍ୟକ ସମଞ୍ଜସତାଟିକୁ ବଞ୍ଚି ନପାରୁଥିବା ପର୍ଯ୍ୟନ୍ତ ଆମେ ମନୁଷ୍ୟମାନେ ସୁସ୍ଥ ଅର୍ଥାତ୍ ଯୁକ୍ତ ଭାବରେ ପୂର୍ଣ୍ଣ ସଙ୍ଗତି ସହିତ ଈଶ୍ୱରଙ୍କର କଳ୍ପନା ମଧ୍ୟ୍ୟ ଆଦୌ କିପରି କରିପାରିବା ?

 

ତେଣୁ କର୍ମ । ଜ୍ଞାନ ତଥା ଯାବତୀୟ ଯଥାର୍ଥ ପ୍ରୀତିରେ ପୂର୍ଣ୍ଣତା ପ୍ରଦାନ କରୁଥିବା କର୍ମ । ଜ୍ଞାନଯୋଗ ଏବଂ ଭକ୍ତିଯୋଗ ସହିତ ଏକ କର୍ମଯୋଗ । କର୍ମଯୋଗ ଆମ ଜୀବନର ଭିନ୍ନ ଭିନ୍ନ ଆସ୍ପୃହାଗୁଡ଼ିକୁ ପରିପୂର୍ଣ୍ଣତା ଆଣି ଦେବ । ଆମ ଯାବତୀୟ ଜ୍ଞାନ ତଥା ପ୍ରୀତିକୁ ସମଗ୍ର ସନ୍ତୁଳନଟିଏ ଆଣି ଦେଇପାରିବ । ଏବେ କର୍ମର ଦ୍ୱାହି ଦେଇ ଯେତେଯେତେ ଅପକର୍ମ ଲାଗି ରହିଛି ଏବଂ ମନୁଷ୍ୟମାନଙ୍କୁ ମାଦଳ କରି ରଖିଛି, ଏକ କର୍ମଯୋଗର ସ୍ଵାଭାବିକ ଚର୍ଯ୍ୟାଦ୍ୱାରା ହିଁ ଆମେ ସେଗୁଡ଼ିକର କବଳରୁ ମୁକ୍ତ ହୋଇ ପାରିବା । କର୍ମର ସେହି ନାନା ଆହ୍ୱାନ ଦ୍ଵାରା ଆମେ ମନୁଷ୍ୟମାନେ ପରସ୍ପରର ସମଗ୍ରତର ପରିଚୟମାନ ପାଇପାରିବା, ପରସ୍ପରକୁ ଅଧିକ ସହାନୁଭୂତି ସହିତ ବୁଝିବାଲାଗି ସମର୍ଥ ହେବା । ଜ୍ଞାନ ଏବଂ ଭକ୍ତି ସହିତ କର୍ମ ରହିଥିଲେ ଆମର ଏହି ଜ୍ଞାନମାନେ କଦାପି ମର୍ମହୀନ ହେବାକୁ ମନ କରିବେନାହିଁ କିମ୍ବା ଆମ ଭକ୍ତିମାନେ ଭାବପ୍ରବଣ ବି ହେବେନାହିଁ । ଏବେ ଆମ ପୃଥିବୀରେ ଜ୍ଞାନ ଏବଂ ବିଜ୍ଞାନକୁ ସମ୍ଭାର କରି ଧରି ଯେଉଁ ଘୋର ଗବେଷଣା ଓ ଅଧ୍ୟ୍ୟୟନମାନ ହେଉଛି, ତାହାକୁ ସତେଅବା ଖାସ୍ ପୃଥିବୀ-ଉଦାସୀନ ମୁନିପ୍ରତିମ ବିଶେଷ ମନୁଷ୍ୟମାନେ କରୁଛନ୍ତି । ପୂର୍ଣ୍ଣ ତଟସ୍ଥ ଭାବରେ ସେମାନେ ନିଜ ପାଇଁ ନିରୋଳା ଅରାଟିଏ ତିଆରି କରି ଆପଣାର ନିର୍ବାଚିତ ଆକାଶ ମାନଙ୍କରେ ପହଁରିବାରେ ଲାଗିଛନ୍ତି । ଏହି ପୃଥିବୀ ନିମନ୍ତେ ହିଁ ନିତ୍ୟ ନବ ତଥ୍ୟସତ୍ୟମାନ ବାହାର କରୁଛନ୍ତି, କିନ୍ତୁ ପୃଥିବୀରେ ତଥାପି ନାହାନ୍ତି-। ଆପଣାର ଇଚ୍ଛାଶକ୍ତିଟିକୁ କେତେ ପ୍ରକୋପକୁ ଖାଟଇ ଅବଦମିତ କରି ରଖିଲେ ଯେ ଏହି ପୃଥିବୀରେ ଥାଇ ଏବଂ ପୃଥିବୀର ହୋଇ ମଧ୍ୟ୍ୟ ଏହି ସବୁକିଛିକୁ ଫାଙ୍କି ଦେଇ ହୁଏ, ସେମାନେ ତାହାରି ଦୃଷ୍ଟାନ୍ତ ହୋଇ ରହିଛନ୍ତି । ଉପାର୍ଜିତ ଜ୍ଞାନମାନେ କର୍ମଦ୍ଵାରା ଆମ ସଂସାରର ଏହି ଚଳନ୍ତା ଭୂମିଗୁଡ଼ିକରେ ତଉଲା ହୋଇ ପାରୁଥିଲେ ସିନା ସେମାନଙ୍କର ଆଦୌ କୌଣସି ପ୍ରାସଙ୍ଗିକତା ରହି ଥାଆନ୍ତା !

 

ଜ୍ଞାନଟା କର୍ମକୁ ହୁଏତ ଖୁବ ଭୟ କରୁଥାଏ ବୋଲି କର୍ମଠାରୁ ଲୁଚି ଲୁଚି ବୁଲିବାରେ ଲାଗିଥାଏ । ତଥାକଥିତ ଜ୍ଞାନସ୍ଥ ମାନଙ୍କର ଏକ ଅଲଗା ସାହୀ ପରି ହୋଇ ରହିଥାଏ । କର୍ମର ସେହି ଉପାଦାନଟି ନଥିଲେ ଜ୍ଞାନ ଭୀରୁ ହୁଏ । ମେରୁଦଣ୍ଡ ଏବଂ ମହତ ହରାଏ । ଭୂଇଁ ଯାଏ ଓହ୍ଲାଇ ଆସି ପାରେନାହିଁ, କୌଣସି ଗତିସାମର୍ଥ୍ୟ ନଥିବା ଏକ ଶରୀରର ମଥା ଉପରେ ସତେଅବା ଏକ ମୁକୁଟ ପରି ଶୋଭା ପାଉଥାଏ । କର୍ମର ଏକ ଅବଶ୍ୟାମ୍ଭାବୀ ପରିପୂରକ ଦ୍ୱାରା ଜ୍ଞାନ ଭୂଇଁ ପର୍ଯ୍ୟନ୍ତ ଓହ୍ଲାଇ ଆସିପାରେ । ତେଣୁ, ମଥାର ଶକ୍ତି ସହିତ ଆମର ଇଚ୍ଛାଶକ୍ତି ଏବଂ, ସେହି ଇଚ୍ଛାଶକ୍ତି ଗୁଡ଼ିକ ସକାଶେ ହିଁ ଏହି ପୃଥିବୀରେ ଆଦୌ କୌଣସି ପ୍ରୀତି ସମ୍ଭବ ହୁଏ । ଏବେ ଆମ ପୃଥିବୀର ପ୍ରୀତି ମରିଯାଉଛି ବୋଲି ଅନେକେ ଯେ ପ୍ରକାର ପ୍ରକାରର ଆଶଙ୍କାମାନ ବ୍ୟକ୍ତ କରୁଛନ୍ତି କର୍ମ ସହିତ ଆମ ମହାଜ୍ଞାନୀମାନଙ୍କର ଖିଅ ଛିଣ୍ଡିଯାଉଛି ବୋଲି ତାହା ଘଟୁଛି କି ? କର୍ମବିନା ଆମଦ୍ୱାରା ଅର୍ଜିତ ଜ୍ଞାନମାନେ ଆମକୁ ଏହି ବହୁ ଆହ୍ୱାନଦ୍ଵାରା ଆଲୋଡ଼ିତ ହେଉଥିବା ପୃଥିବୀଟିରୁ ପଳାଇ ଯିବାର କୁମନ୍ତ୍ରଣାମାନ ହିଁ ଦେବାରେ ଲାଗିଛନ୍ତି । ଆମକୁ ବିକ୍ଷୁବ୍ଧ କରି ରଖିଥିବା ସମସ୍ୟାଗୁଡ଼ିକୁ ପ୍ରାୟ ସଂପୂର୍ଣ୍ଣ ଭାବରେ ଜାଣିହେଉଛି । ଆମ ଗଣିତଖାତା ମାନଙ୍କରେ ସେଗୁଡ଼ିକର ପ୍ରତିକାରଚୟକୁ କଷି ବାହାର କରାଯାଇ ପାରୁଛି; ମାତ୍ର ଇଚ୍ଛାଶକ୍ତି ସମ୍ଭବ ନହେବାରୁ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯାଇ ପାରୁନାହିଁ । ଏହାକୁ ସର୍ବବିଧ ଅର୍ଥରେ ଆମର ପୃଥିବୀ ନିମନ୍ତେ ଦୁର୍ଭାଗ୍ୟ ବୋଲି ହିଁ କୁହାଯିବ ।

 

ତେଣୁ, କର୍ମସାଧନା ଦ୍ଵାରା ଆମ ଜ୍ଞାନ-ସାଧନାର ଯେକୌଣସି ଯଥାର୍ଥ ମୂଲ୍ୟାୟନ । ଏପରିକି, ଏକଥା ମଧ୍ୟ୍ୟ ସର୍ବଦା କୁହାଯାଇ ପାରିବ ଯେ, କର୍ମର କ୍ଷେତ୍ରଗୁଡ଼ିକରୁ ଲବ୍ଧ ଅନୁଭବ ଓ ଅନୁମାନ ଗୁଡ଼ିକ ଅନୁସାରେ ହିଁ ଆମ ଜ୍ଞାନସାଧନାର ଯାହାକିଛି ଆଗ୍ରହ ଏବଂ ଅନ୍ୱେଷା । ଜ୍ଞାନ ଓ କର୍ମ ମଧ୍ୟ୍ୟରେ ଆମ ଜୀବନରେ ଯେଉଁ ସଂଯୋଜନ ତଥା ସନ୍ତୁଳନ ଇତ୍ୟାଦି କରା ଯାଉଥିବ, ସେହି ଅନୁସାରେ ଆମ ପ୍ରୀତିଗୁଡ଼ିକ ମଧ୍ୟ୍ୟ ଠାବ ପାଇ ଯାଉଥିବେ ଓ ଆମ ପୃଥିବୀଟି ସେତିକି ଅନ୍ତରଙ୍ଗତା ସହିତ ଆମକୁ ସଂପୃକ୍ତ କରିନେଇ ପାରିବ । ଅତ୍ୟନ୍ତ ସ୍ଵାଭାବିକ କଥାଟିଏ ଯେ, ନାନା ବିଚ୍ୟୁତି ହେତୁ ଆମର ଜ୍ଞାନ ଏବଂ କର୍ମ ମଧ୍ୟ୍ୟରେ କୌଣସି ଖିଅ ଲାଗିବା ସମ୍ଭବ ହେଉନାହିଁ ବୋଲି ଆମ ସମସ୍ତଙ୍କର ଜୀବନରେ ପ୍ରୀତି ନାମକ ସେହି ଐଶ୍ୱର୍ଯ୍ୟଟି ଆମିର ହାତଛଡ଼ା ହୋଇ ଯାଉଛି । ସବୁକିଛି ମହଜୁଦ ରହିଥିଲେ ମଧ୍ୟ୍ୟ ଯାବତୀୟ ସମ୍ପର୍କର ଏହି ପୃଥିବୀରେ ଆମେ ମନୁଷ୍ୟମାନେ ଦରିଦ୍ର ହୋଇ ରହିଛୁ । ସବୁକିଛି ଥାଇ ମଧ୍ୟ୍ୟ ହାତ ଆଗରେ ନିର୍ଭର କରି ରହିବା ଭଳି ସତକୁ ସତ କିଛି ରହିଛି ବୋଲି ଆମର ଆଦୌ ପ୍ରତ୍ୟୟ ହେଉନାହିଁ । ଆମେ କେଡ଼େ ଉତ୍ସାହରେ ଯାହାକୁ ସର୍ବୋଚ୍ଚ ସତ୍ୟ ବୋଲି କହୁଛୁ ଏବଂ ଏକ ଅଧ୍ୟ୍ୟାତ୍ଜର ଖାସ୍ ପ୍ରେରଣାରେ ଯାହାକୁ ଈଶ୍ୱର ବୋଲି ଅନୁମାନ କରୁଛୁ, ସେହି ସତ୍ୟ ଏହି ପୃଥିବୀକୁ ବାଦ୍ ଦେଇ ମୋଟେ ନୁହେଁ–ପୃଥିବୀକୁ ସାମିଲ କରି । ପଥିବୀର ଭୂମିଟି ଉପରେ ହିଁ ତାହାର ସର୍ବପ୍ରଥମ ପ୍ରାସଙ୍ଗିକତା ରହିଛି । ଏହି ପୃଥିବୀରେ ହିଁ ଆଗକୁ ଆଗକୁ ଦ୍ୱାରୋନ୍ମୋଚନ ଗୁଡ଼ିକୁ ଘଟାଇ ପରମସତ୍ୟ ଆପଣାକୁ ପ୍ରକଟ କରିବେ । ଏସବୁ ଆଦୌ ତୁଚ୍ଛା କଳ୍ପନା ନୁହେଁ । ଆମ ମନୁଷ୍ୟମାନଙ୍କୁ ନିମିତ୍ତ କରି ହିଁ ତାହା ପ୍ରକଟ ହୋଇ ଆସିବ । ଜ୍ଞାନ ସହିତ କର୍ମ ଯୁକ୍ତ ହୋଇ ରହିଲେ ପ୍ରକ୍ରିୟାଟି ତ୍ୱରାନ୍ୱିତ ହେବ । ଏବଂ, ଜଣେ ଜଣେ ମନୁଷ୍ୟ ଓ ଗୋଟିଏ ଗୋଟିଏ ସମୂହ ହିସାବରେ ସେହି ପ୍ରକ୍ରିୟାଟି ସହିତ ଯୁକ୍ତ ହୋଇ ରହି ଆମେ ତାହାକୁ ଅନୁଭବ କରିପାରିବା । ପୃଥିବୀ ବିଷୟରେ ତଟସ୍ଥ ରହିଲେ ତାହା ସମ୍ଭବ ହେବନାହିଁ, ପୃଥିବୀକୁ ବାଦ୍ ଦେଇ କୌଣସି ପ୍ରୀତି ସାକାର ଅର୍ଥାତ୍ ଜୀବନ ସହିତ ଯୁକ୍ତ ହୋଇ ରହି ପାରୁନଥିବ । କେବଳ ବହିର କେତେକ ନୀତିବାକ୍ୟ ପରି ଚିତ୍ତକୁ ଭଳି ଭଳି ଉଚ୍ଚାଟନା ଦେଇ ରଖିଥିବ ସିନା, ମାତ୍ର କୌଣସି କାର୍ଯ୍ୟ ଦେବନାହିଁ । ଆମ ଅନ୍ତରର ସେହି ସର୍ବୋଚ୍ଚ ଭଗବାନ ମଧ୍ୟ୍ୟ ଏତିକିରେ କଦାପି ଥିରହୋଇ ରହିପାରିବେ ନାହିଁ । ଏହି ପୃଥିବୀରେ ହିଁ ସେ ଆମ ଜ୍ଞାନର ପରୀକ୍ଷା ନେଉଥିବେ । ଆମ କର୍ମର ମାନଦଣ୍ଡ ଉପରେ ହିଁ ସେହି ପରୀକ୍ଷା ନେଉଥିବେ ଏବଂ ସତେଅବା ସର୍ବଦା ହିଁ ଆମ ପକ୍ଷରେ ରହିଥିବା ପରି ଆମର ଜ୍ଞାନ ଏବଂ କର୍ମକୁ ସେହିପରି ଭାବରେ ପରିପ୍ରେରିତ କରି ନେଉଥିବେ ।

 

ଆମ ବଞ୍ଚିବା ଅନୁସାରେ ତେଣୁ ଆମର ଜ୍ଞାନଯୋଗ । ମୋଟେ କୌଣସି ବହି ଅନୁସାରେ ନୁହେଁ । ଏବଂ, ଆହୁରି ମହତ୍ତ୍ୱପୂର୍ଣ୍ଣ କଥାଟିଏ ହେଉଛି ଯେ, ଆମେ ସାଧନାର ବାଟଟିଏ ଚାଲୁଥିବା ଏହି ମନୁଷ୍ୟମାନେ ଆମେ ପରିଚିତ ହେଉଥିବା ଜ୍ଞାନଟି ଅନୁସାରେ ଜୀବନଟିଏ ବଞ୍ଚିବା ଲାଗି ଉଦ୍ୟମ କରୁଛୁ, ସେହି ଅନୁସାରେ ଆମର କର୍ମଯୋଗ । ଅଧିକତର କ୍ଷେତ୍ରରେ ହୁଏତ ବରଂ ଏପରି ହେଉଥିବ ଯେ ଆମେ ନିଜର ଅନ୍ତର୍ଗତ କୌଣସି ଇଙ୍ଗିତ ଅଥବା ନିର୍ଦ୍ଦେଶଟିଏ ପାଇଗଲା ପରି ଏକ ପ୍ରକାରର କର୍ମସାରଣୀ ଆଡ଼କୁ ଏକ ଆକର୍ଷଣ ଅନୁଭବ କରୁଥିବୁ ଏବଂ ସେହିପରି ଏକ ଜ୍ଞାନସାଧନାର ମାର୍ଗଟିଏ ଗ୍ରହଣ କରୁଥିବୁ । ସତେଅବା କୌଣସି ଖନ୍ଦା କାଟି ଦେଇ ଯେଉଁ ପ୍ରବକ୍ତା-ମାନେ ପୂର୍ଣ୍ଣ ସନ୍ତର୍ପଣରେ ଜ୍ଞାନ, ପ୍ରେମ ଏବଂ କର୍ମନାମକ ତିନୋଟି ସାଧନା-ପ୍ରକାରର ତିନୋଟି ପ୍ରକରଣ ଦର୍ଶାଇ ଦେଇ ତତ୍ତ୍ୱାଦିର ବ୍ୟାଖ୍ୟାମାନ ଦେଇ ଯାଇଛନ୍ତି, ସେମାନେ କ’ଣ ଗୋଟିଏ ମାର୍ଗର ପୋଷକତା କରୁଥିଲେ ବୋଲି ଅନ୍ୟ ଦୁଇଟି ବିଷୟରେ ବିସ୍ମୃତ ବା ଉଦାସୀନ ହୋଇ ରହୁଥିଲେ ? ଆମ ଅଧ୍ୟ୍ୟାତ୍ଜଚାରଣାକୁ ଭିତ୍ତିରୂପେ ଗ୍ରହଣ କରି ଯିଏ ଯୋଗମାର୍ଗକୁ ମନ ବଳାଇବ, ସିଏ ଯେତେ ଅଧିକ ସଚେତନ ହୋଇଥିଲେ ମଧ୍ୟ୍ୟ କଦାପି ଗୋଟିଏ ଖାସ୍ କାନ୍ଥ ମଧ୍ୟ୍ୟରେ ଆବଦ୍ଧ ହୋଇ ରହିଯିବ ନାହିଁ । ସିଏ ଗାରଗୁଡ଼ିକରୁ ନିଶ୍ଚୟ ହୁଡ଼ିଯିବ । ପରମ ଉପଲବ୍ଧି ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ନାମର ଛାପ ଦେଇ ସେ କଦାପି ସେହି ଅର୍ଥରେ ଶୁଦ୍ଧ ହୋଇ ରହିବାର କୌଣସି ମାନସିକତା ମଧ୍ୟ୍ୟରେ କିଳି ହୋଇ ରହିବନାହିଁ । ଯେକୌଣସି ସାଧନାକୁ ଏକ ଜୀବନବାଚୀ ଆସ୍ପୃହା ସହିତ ଯୋଡ଼ିବାର ସେହି ସୁସ୍ଥ ରୀତିଟିର ଘ୍ରାଣଟିଏ ପାଇ ଯାଉଥିବା ସଙ୍ଗେ ସଙ୍ଗେ ସିଏ ବାହାରର ଗାରଗୁଡ଼ାକୁ ପଛରେ ଛାଡ଼ି ଦେଇ ଏକ ଅଧ୍ୟ୍ୟାତ୍ଜ ସହଜତାକୁ ଭାଜନ ହୋଇ ଯାଉଥିବ । ପରିଚୟ ପାଉଥିବ, ଏବଂ ସେହି ଅନୁସାରେ ଏକ ଜୀବନ ବଞ୍ଚିବା ମଧ୍ୟ୍ୟକୁ ଆକର୍ଷିତ ହେବ । ଜାଣିବ ଏବଂ ହେବ; ଜାଣିବାରୁ ଆହ୍ୱାନଗୁଡ଼ିକର ଅନ୍ଦାଜ କରିପାରିବ ଏବଂ କର୍ମଯୋଗରେ ପ୍ରବିଷ୍ଟ ହେବ । ଜ୍ଞାନର ଆକାଶରେ ସିଏ ଯାହାର ସ୍ପନ୍ଦନଟିଏ ପାଇଛି, ସେ ତାହାରି ଆକର୍ଷଣରେ ଏକ କର୍ମଯୋଗ ଦ୍ୱାରା ଆପଣାକୁ ବିତରିତ କରି ରଖିବ । ସେଇଥିରୁ ଉପଲବ୍ଧ ସଂପୃକ୍ତିଟି ଦ୍ୱାରା ପ୍ରୀତିକୁ ଆସିହେବ । ଯୁଗପତ୍ ଭାବରେ ଜ୍ଞାନୋପଲବ୍ଧିର ଆକାଶ ସହିତ ଓ ପାଦତଳେ ପ୍ରସାରିତ ହୋଇ ରହିଥିବା ପୃଥିବୀଟି ସହିତ । କର୍ମଯୋଗକୁ ମାଧ୍ୟ୍ୟମ କରି, ନିଜକୁ ନିମିତ୍ତ କରି । ଆକାଶଟି ଉପରେ ଯେଉଁ ମହିମାଟି ସହିତ ସାକ୍ଷାତ୍‍କାର ହୋଇଛି, ଏହିଭୂମି ଉପରେ ତାହାରି ନିମିତ୍ତ ରୂପେ ଆପଣାକୁ ନିୟୋଜିତ କରି ରଖିଥିବା ଜଣେ ସମ୍ମତ ପଥଚାରୀ ହୋଇ । ସେତେବେଳେ ଏମାନେ ଆଉ ଦୁଇଜଣ ଅଲଗା ଅଲଗା ସାଧନାଶ୍ରମ ହୋଇ ରହିବେ ନାହିଁ । ପ୍ରୀତିରେ ବନ୍ଧା ହୋଇ ରହିଥିବେ; ଏହି ପୃଥିବୀକୁ ପ୍ରୀତିର ଯୋଗ୍ୟ କରିନେବାରେ ଲାଗିଥିବେ ।

 

ଅଧ୍ୟ୍ୟାତ୍ଜର ଆହ୍ଵାନ-ଜଗତରେ ଜ୍ଞାନ ଓ କର୍ମ ଆଦୌ ଦୁଇଟା ଅଲଗା ଅଲଗା କ୍ଷେତ୍ର ନୁହନ୍ତି । ଜୀବନଟିଏ ବଞ୍ଚୁଥିବାର ପ୍ରକ୍ରିୟାରେ ହିଁ ଜ୍ଞାନର ବହୁ ଉନ୍ମେଷଣାକାରୀ ଉଚ୍ଚାଟନଟି ଅନୁଭୂତ ହୁଏ ଏବଂ ସେଇ-ପ୍ରକ୍ରିୟାରେ ଆପଣାର ଆଗ୍ରହ ଅନୁସାରେ ସାଉଁଟି ଆଣୁ ଆଣୁ ତାହାକୁ ଜୀବନର ପ୍ରୟୋଗ ଏବଂ ଉଦ୍ୟମରେ ମଡ଼ାଇ ଦେଖିବାକୁ ମନହୁଏ । ମୁଁ ବଞ୍ଚୁଥିବା ଜୀବନଟିରେ ଆହୁରି କେତେ କେତେ ସତ୍ୟରହସ୍ୟ ପ୍ରଚ୍ଛନ୍ନ ହୋଇ ରହିଛି । ସେହି ଗୁମରଟିର ବାସନା ପାଇ ନିଜ ଭିତରେ ଏକ ରହସ୍ୟୋଦ୍‍ଘାଟନ ଦିଗରେ ଆଗ୍ରହୀ ହେବା,–ତାହାହିଁ ଯାବତୀୟ ଜ୍ଞାନର କାହାଣୀରେ ଆମର ଏହି ବହୁବିଧ ଗତିଶୀଳତା ଏବଂ ଆକୁଳତା । ଯେଉଁମାନେ ସତେଅବା ଆଉ କ’ଣସବୁ ଅନ୍ୟ ଭ୍ରାନ୍ତିରେ ପଡ଼ି ଖାଲି ଜ୍ଞାନ ଓ ଖାଲି କର୍ମର ଅନୁଶୀଳନ କରିବା ନିମନ୍ତେ ଆପଣାକୁ ସେମାନଙ୍କ ବୁଝିବାରେ ଏକନିଷ୍ଠ କରି ରଖିଥାଆନ୍ତି, ପ୍ରୀତି ଏବଂ ଆନୁଗତ୍ୟ ମାନଙ୍କର କ୍ଷେତ୍ରରେ ସେମାନେ ବସ୍ତୁତଃ କେତେକ ପରିମାଣରେ ଅସୁସ୍ଥ ହୋଇ ରହିଥାନ୍ତି କି ? ଏମାନଙ୍କ ଯୋଗୁ ଏହି ପୃଥିବୀକୁ ସର୍ବଦା ନାନା ଗଞ୍ଜଣାର ସମ୍ମୁଖୀନ ହେବାକୁ ପଡ଼େ । ଅତୁଳ ଜ୍ଞାନ ମହଜୁଦ ହୋଇ ରହିଥାଏ, ଅଭାବନୀୟ କର୍ମବୁଦ୍ଧିଚୟ ମନୁଷ୍ୟମାନଙ୍କୁ ସଚଳ କରି ରଖିଥାନ୍ତି । ତଥାପି ରାତିଗୁଡ଼ାକ ହିଁ ଘାରି ରହିଥାନ୍ତି, ସନ୍ଦେହମାନେ ଘାରି ରହିଥାନ୍ତି, ଆଦୌ କୌଣସି ପ୍ରକାର ପ୍ରୀତିକୁ ସାହସ ପାଉନଥାଏ । ସେହିପରି କୌଣସି ଦୁର୍ଭାଗ୍ୟ ହେତୁ ସଂପ୍ରତି ଏହି ପୃଥିବୀର ମଣିଷ-ଜୀବନଟା ଏପରି ଦରିଦ୍ର ହୋଇ ରହିଛି କି ? ଭାରି ନିରାଶ କରି ରଖିଥିବା ପରି ପୃଥିବୀନାମକ ନିଜର ଏହି ଘରଟିରେ ଅସଲ ବିଶ୍ୱାସଗୁଡ଼ିକୁ ପ୍ରାୟ ହରାଇ ବସିଛି । ଏତେଏତେ ସମ୍ପନ୍ନତାର ଅଧିକାରୀ ହୋଇଥିଲେ ମଧ୍ୟ୍ୟ ପରସ୍ପରର ବିଶ୍ୱାସଭାଜନ ହୋଇ ପାରୁନାହିଁ । ଆପଣା ଭିତରେ ଏପରି କିଳି ହୋଇ ବସିଛି ଯେ, ଗୁଡ଼ାଏ ଭୟରେ କାତର ହୋଇ ରହିଛି । ଅର୍ଜିତ ଜ୍ଞାନମାନେ ତା’ର ସେହି କାତରତାଗୁଡ଼ାକୁ ବଢ଼ାଇବାରେ ସହାୟତା କରୁଛି । ବହୁ ସମ୍ଭାବନାର ପୃଥିବୀରେ ସେ କାର୍ଯ୍ୟତଃ ଆପଣାକୁ ତୁଚ୍ଛା ନାନା ଅକାରଣରୁ ହିଁ ପ୍ରବଞ୍ଚିତ କରି ରଖିଛି ।

 

ତଥାପି ଜ୍ଞାନର ଆମ ସାଧନାଜଗତଟିରେ ନୂଆ ନୂଆ ଆଖି ଖୋଲିଯାଉଛି । କର୍ମର ବହୁ ସାରଣୀ ଉନ୍ମୋଚିତ ହୋଇଯାଉଛି । ପ୍ରୀତିଭାବନାମାନେ ମାଟି ଛୁଇଁ ଆସୁଛନ୍ତି । ବରବାଦ ବହୁତ ହେଉଛି, ତଥାପି ସତକୁ ସତ ଯୁକ୍ତ ହୋଇ ରହିବାର ଆସ୍ପୃହା ରହିଥିବା ମନୁଷ୍ୟମାନେ ଅଛନ୍ତି-। ବାଟ ଚାଲୁଛନ୍ତି । ବାଟମାନଙ୍କୁ ଖୋଲୁଛନ୍ତି ଓ ଚାଲୁଛନ୍ତି । ଆଦୌ କୌଣସି ଗୋଳ ନକରି ସେମାନେ ସତେଅବା ଭିତରେ ରହିଥିବା କୌଣସି ପରମ ନିର୍ଦ୍ଦେଶନାକୁ ମାନି ଜ୍ଞାନରେ, କର୍ମରେ ଓ ଭକ୍ତିରେ ରହିଛନ୍ତି । ବୃହତ୍ତର ପୃଥିବୀଟାର ହାଟଟାରେ ସେମାନଙ୍କର ତୁଣ୍ଡଶବ୍ଦଟା ସେପରି ବାରି ହେଉନାହିଁ ସତ, ତଥାପି ରହିଛି ଏବଂ ନାନା ସତ ଆତ୍ଜୀୟତାଗୁଡ଼ିକୁ ଆକାର ଦେଇ ଗଢ଼ି ଆଣୁଛି । ଯେକୌଣସି ଖାସ୍ ଆନୁଗତ୍ୟର ସଂପ୍ରଦାୟଗୁଡ଼ିକ ମଧ୍ୟ୍ୟରେ ସଂପୃକ୍ତ ମେଳମାନେ ପରସ୍ପରକୁ କେତେ ନୈକଟ୍ୟବୋଧରେ ବାନ୍ଧି ରଖିଛନ୍ତି । ସେମାନେ ଆହୁରି ସଂପ୍ରସାରିତ ହେବେ,–ସେମାନଙ୍କର ଏକ ନିର୍ଭରଯୋଗ୍ୟ ଉପସ୍ଥିତି ଆମ ପୃଥିବୀର ସଂପୂର୍ଣ୍ଣ ଆୟତନଟି ମଧ୍ୟ୍ୟରେ ଅନୁଭୂତ ହେବ । ଜ୍ଞାନ, କର୍ମ ତଥା ପ୍ରୀତିର ସେହି ଅଭୀପ୍‍ସୁ ଆୟତନମାନେ । ସତ ଅଭୀପ୍‍ସୁମାନଙ୍କୁ ଏକତ୍ର କରି ଧରିଥିବା ସେହି ଆଗାମୀ ପରିବାର ଗୁଡ଼ିକ । ତାହାରି ଫଳରେ ସମଗ୍ର ପୃଥିବୀର ଅଧ୍ୟ୍ୟାତ୍ଜ-ପ୍ରୟାସଟି ଚାକ୍ଷୁଷ ହେବ, ଦାନା ବାନ୍ଧିବ, ହାୱାଟିକୁ ବଦଳାଇବ । ପ୍ରତିରୋଧର ଉପାଦାନଗୁଡ଼ିକ ଯେତେ ଅନତିକ୍ରମଣୀୟ ହୋଇ ରହିଥିଲେ ମଧ୍ୟ୍ୟ କ୍ରମେ ସ୍ତମ୍ଭମାନେ ଦୁର୍ବଳ ହୋଇ ଆସିବେ ଏବଂ ଖସିବାକୁ ଆରମ୍ଭ କରିବେ ।

 

ସେହି ଅନୁମାନଟିକୁ ଗଣିତର ଆମ ଚିହ୍ନା ଧାରାଗୁଡ଼ିକ ମଧ୍ୟ୍ୟରୁ ଗୋଟାକୁ ପକାଇ ବୁଝାଇ ଦେଇ ହେବନାହିଁ । ଅଧ୍ୟ୍ୟାତ୍ଜକୁ ଲୋଡ଼ିଲେ ଯାଇ ଆମେ ଅଧ୍ୟ୍ୟାତ୍ଜ ଲାଗି ଯୋଗ୍ୟ ହେବାକୁ ଆରମ୍ଭ କରିବା । ଯେଉଁ ମେଳଟି ସମ୍ଭବ ହେଉ ବୋଲି ଇଚ୍ଛା କରୁଛୁ, ନିଜ ଜୀବନଟିକୁ ବଞ୍ଚୁଥିବାର ସଂପୂର୍ଣ୍ଣ ଆବେଦନଟି ମଧ୍ୟ୍ୟରେ ଜ୍ଞାନ, କର୍ମ ତଥା ଭକ୍ତିଭାବନା ନିମନ୍ତେ ସତକୁ ସତ ସମଗ୍ର ଥାନଟିଏ ପ୍ରସ୍ତୁତ କରିନେଇ ପାରିଲେ ଆମେ ସେହି ମେଳଟି ସମ୍ଭବ ହୋଇ ଆସିବାର ଏକ ଭିତ୍ତିକୁ ସମ୍ଭବ କରି ଆଣିବା । ଆପଣାକୁ ସାମିଲ କରି ପାରିବାର ସ୍ଵଚ୍ଛ ଇଚ୍ଛାଟିଏ ବଳରେ ହିଁ ଆମେ ଆମ ଭିତରେ ଯାବତୀୟ କୁଣ୍ଠାର କାରଣ ପରି ହୋଇ ରହିଥିବା ସଂଶୟାତ୍ଜାଟିକୁ ମଙ୍ଗାଇ ନେଇ ପାରିବା-। ତା’ପରେ ଏହି ପୃଥିବୀରେ ପ୍ରକୃତରେ ଅନ୍ୟ ଅନେକେ ମଧ୍ୟ୍ୟ ଏହି ପଥଟିରେ ଅଛନ୍ତି ଏବଂ ଚାଲୁଛନ୍ତି ବୋଲି ପ୍ରତ୍ୟକ୍ଷ ହୋଇ ଆସିବେ । ସର୍ବବିଧ ‘ନାହିଁ, ନାହିଁ’ ସତ୍ତ୍ୱେ ‘ହଁ ହଁ, ମାନେ ହିଁ ପୂର୍ଣ୍ଣ ପ୍ରତ୍ୟୟ ଦେଇ ଦୃଶ୍ୟମାନ ହୋଇ ଆସିବେ । ଯୁକ୍ତ ହୋଇ ରହିବାର ଆମର ଏହି ଅନ୍ତର୍ଗତ ପଥଟିରେ ଅଧ୍ୟ୍ୟାତ୍ଜର ପୃଥିବୀଟିଏ କେତେ ସ୍ୱାଭାବିକ ଭାବରେ ଗୋଚର ହେବାକୁ ଆରମ୍ଭ କରିବ । କେଉଁଟା କେବଳ ଜ୍ଞାନ, କେଉଁଟି କେବଳ କର୍ମ ଏବଂ ସେହି ନ୍ୟାୟରେ କେଉଁଟି କେବଳ ଭକ୍ତି ଖନ୍ଦା ପକାଇ ଦେଖିବାକୁ ମନ ବି ହେବନାହିଁ । ଅଲଗା ଅଲଗା କରି ଦେଖିବା ତ ସମ୍ଭବତଃ ଆମର ମସ୍ତିଷ୍କଟାକୁ ସେପର୍ଯ୍ୟନ୍ତ କାମୁଡ଼ି ରହିଥିବ, ଯେପର୍ଯ୍ୟନ୍ତ ଆମେ ଦୂରଛଡ଼ା ହୋଇ ରହିଥିବା ଏବଂ ବାଟକୁ ଆସୁନଥିବା । ଏହି ଜୀବନ ହେଉଛି ମର୍ମତଃ ଏକ ବାଟ, ଅଧ୍ୟ୍ୟାତ୍ଜ ମଧ୍ୟ୍ୟ ଗୋଟିଏ ବାଟ ଏବଂ ସେହି ଧାରାରେ ଆହୁରି ଆଗକୁ ପ୍ରସାରିତ ହୋଇ ଯାଇ କହିଲେ ସତ୍ୟ, ପରମ ସତ୍ୟ ଗୋଟିଏ ବାଟ ଏବଂ ଭଗବାନ୍ ମଧ୍ୟ୍ୟ ଗୋଟିଏ ବାଟ । ଯୋଗ ମଧ୍ୟ୍ୟ ଏକ ବାଟ, ଏକ ପଥଚାରଣା-। ଆମ ଚାରଣା ଅନୁସାରେ ଆମର ଉପଲବ୍ଧି । ଚାରଣାମାନେ କେବେହେଲେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ବାଟରେ ସୀମାର ସଙ୍କେତଗୁଡ଼ିକ ଅନୁସାରେ ଏ ବର୍ଗର ଅଥବା ସେ ବର୍ଗର କରି ରଖନ୍ତି ନାହିଁ । ସତକୁ ସତ ଯୁକ୍ତ ହେବାର ବାଟଟିଏ ଚାଲୁଥିଲେ ଆମକୁ ମିଳୁଥିବା ଜୀବନସତ୍ୟର ଚେତନାଟିକୁ ଏ ବର୍ଗର କିମ୍ବା ସେ ବର୍ଗର ବୋଲି କହିବାକୁ କୌଣସି ଅବକାଶ ମଧ୍ୟ୍ୟ ନଥାଏ ।

Image

 

Unknown

ପଞ୍ଚମ ଅଧ୍ୟାୟ

ସମନ୍ୱୟ

 

ସମନ୍ୱୟର ଏକ ରୀତିରେ ପୃଥିବୀ ଚାଲିଛି । ଦେହଠାରୁ ଆରମ୍ଭ କରି ଆତ୍ଜା ଯାଏ ଆମ ସଚଳତାର ସକଳ କ୍ଷେତ୍ରରେ । ଆମ ଦେହରେ ଥିବା ନାକ, କାନ, ଆଖି, ହାତ, ଗୋଡ଼ ସବୁକିଛିର ଏକ ସମନ୍ୱୟରେ ହିଁ ଆମର ଭୌତିକ ଅସ୍ତିତ୍ୱଟିଏ ସମ୍ଭବ ହେଉଛି । ଆମ ଇନ୍ଦ୍ରିୟଗୁଡ଼ିକର ଧର୍ମଗୁଡ଼ିକୁ ଗୋଟିଏ ସମନ୍ୱିତ ଧାରାରେ ଯୋଡ଼ିବାରେ ଲାଗିଥିବାର ଯେଉଁ ସମ୍ମିଳିତ ସ୍ଵଭାବକ୍ରିୟାଟି, ଆମେ କେଡ଼େ ସିଧା ଭାବରେ ସେଇଟିକୁ ଆମର ମନ ବୋଲି କହୁଛୁ କି ? ଚେତନାର ଗର୍ଭରେ ଏକ ଅବଚେତନ ଏବଂ ଏହି ଦୁଇଟିଯାକର ଜନନୀରୂପେ ପ୍ରତିଷ୍ଠିତ ହୋଇ ରହିଥିବା ଆମର ଏଡ଼େ ରହସ୍ୟମୟ ଏହି ଅଚେତନ,–ଏମାନେ ଏକ ଅକଳନ୍ତି ସମନ୍ୱୟର ହିଁ ଯେଉଁ ଅନ୍ତର୍ଗତ ମୋଟ ପ୍ରକ୍ରିୟାଟିକୁ ସମ୍ଭବ କରିବାରେ ଲାଗିଛନ୍ତି, ତାକୁ ପରସ୍ପରଠାରୁ ବିଲଗ ହୋଇ ରହିଥିବା କେତୋଟି ଖଣ୍ଡଧର୍ମ ପରି କଳ୍ପନା କରୁଥିବା ଯାଏ ଆମେ ବୃଥା ବାଡ଼ିଟାଏ ବୁଲାଇବାରେ ଲାଗିଥିବା ସିନା, କିନ୍ତୁ ସମନ୍ୱିତ ଏକ ମନୋଧର୍ମ ରୂପେ ସଜାଡ଼ି ଆଣି ଦେଖିବା ମାତ୍ରକେ, ଆମକୁ ନିଜ ଜୀବନରୂପୀ ଏହି ଅଭିବ୍ୟକ୍ତିଟି ସମ୍ପର୍କରେ ସର୍ବଦା କେତେ ନା କେତେ ବୀରତା ଅବଶ୍ୟ ମିଳିଯିବ । ସାମୂହିକ ଜୀବନରେ ଆମେ ସଚରାଚର ଯାହାକୁ ଆମ ସଂପର୍କର ନାନା ପୃଥିବୀ ବୋଲି ଚିହ୍ନିଥାଉ, ସେଇଟିକୁ ଏକ ସମନ୍ୱୟ କରିବାର ସାମର୍ଥୀ ଦ୍ୱାରା ହିଁ ଲାଭ କରିଥାଉ । ମଣିଷ ମଣିଷ ଭିତରେ, ତୁମ ମୋ ଭିତରେ କେତେ କେତେ ଅମେଳ ରହିଥାଏ, ତଥାପି ସମସ୍ତେ ଗୋଟାଏ ସମନ୍ୱୟକାରୀ ଖିଅରେ ବାନ୍ଧି ହୋଇ ରହିଥାନ୍ତି । ଯେତେବେଳେ ଦୂରତାଗୁଡ଼ାକୁ ପ୍ରାଧାନ୍ୟ ଦିଆଯାଏ, ଫରକଟା-ହିଁ ସବାବଡ଼ ହୋଇ ଦେଖା ଯାଉଥାଏ ଏବଂ ସେହି କାରଣରୁ ଆମେ ଏକ ଆରେକକୁ ଘୃଣା କରୁ ଏବଂ ଅବରବତ୍ ଦେଖୁଥାଉ, ସେତେବେଳେ ମଧ୍ୟ୍ୟ ହୁଏତ କାହିଁକି ଗୋଟଏ ବି ଡୋର ଦୃଷ୍ଟିଗୋଚର ହେଲାନାହିଁ ବୋଲି ଖେଦଟାଏ ବ୍ୟକ୍ତ କରୁଥାଉ ।

 

ଫରକମାନେ ରହିଥାନ୍ତି,–ତଥାପି ଯେଡେ ପ୍ରଚ୍ଛନ୍ନ ଭାବରେ ହେଲେ ମଧ୍ୟ୍ୟ ସଂପୃକ୍ତ ତୁମେ ମୁଁ ମାନେ ସମନ୍ୱୟମାନ ଖୋଜୁଥାନ୍ତି, ନିଜ ଭିତରେ ସେହି ଅନ୍ୟଟିର ଓ ଅନ୍ୟ ମଧ୍ୟ୍ୟରେ ନିଜଟିକୁ ଖୋଜିବାରେ ଲାଗିଥାଆନ୍ତି । ସମ୍ଭବତଃ ସେହିପରି କୌଣସି ପ୍ରୟୋଜନଟିଏ ଅନୁଭବ କରି ପରିଚିତ ସମନ୍ୱୟମାନେ ପୁରୁଣା ହୋଇ ଆସିଲେଣି ବୋଲି ଅନୁଭବ କରାଯାଏ ଏବଂ ନୂଆ ସମନ୍ୱୟଗୁଡ଼ିକୁ ଲୋଡ଼ିବା ଆରମ୍ଭ ହୋଇଯାଏ । ମନୁଷ୍ୟର ଅସଲ ବିଚାରମାନ ହୁଏତ ସମନ୍ୱୟଟିଏ ଲୋଡୁଥାଆନ୍ତି ଏବଂ ସେଥିଲାଗି ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ରହିବାର ଅବସ୍ଥାଟାକୁ ସହି ପାରନ୍ତିନାହିଁ । ପୃଥିବୀରେ ବହୁଧର୍ମ ଏବଂ ବହୁ ମତ, ବହୁ କାମ୍ୟ ଏବଂ ବହୁ ଆଦର୍ଶ,–ସେଗୁଡ଼ିକ ମଧ୍ୟ୍ୟରୁ ଏପରି ଅନେକ ମଧ୍ୟ୍ୟ ରହିଥାଆନ୍ତି, ଯେଉଁମାନେ ଆପଣାକୁ ଏକମାତ୍ର ବୋଲି କହନ୍ତି ଓ ସାମାଜ୍ୟ ଜିତି ବାହାରି ପଡ଼ିଥାନ୍ତି । ସେହି ଆଣ୍ଟମାନେ ତଥାପି ଧରା ପଡ଼ି ଯାଆନ୍ତି । ନାନା ଉତ୍ସାହ ଓ ଉତ୍ତେଜନାରେ ସଂପ୍ରଦାୟ ମାନଙ୍କର ସର୍ଜନା ହେଉଥିବା, ପ୍ରାୟ ଯେକୌଣସି ଦରବାର ପରି । ପୃଥିବୀର ଧର୍ମ ଓ ଆଦର୍ଶ ଇତ୍ୟାଦି ସେହିପରି କୌଣସି ଅତିସଚେତନତା ହେତୁ କ୍ରମେ ସତେଅବା କିଞ୍ଚିତ୍ ହାସ୍ୟାସ୍ପଦ ପ୍ରକାରେ ହଟଧର୍ମୀ ହୋଇ ପଡ଼ନ୍ତି । ସଂସ୍ରବଗତ ଏକାଧିକ କାରଣରୁ ପୃଥିବୀ ପ୍ରାୟ ଏକ ପ୍ରତିବେଶୀ ମାହାଲରୂପେ ପରିଣତ ହୋଇ ଆସିବା ସଙ୍ଗେ ସଙ୍ଗେ ସେହି ହଟଧର୍ମତାର ଉତ୍ସାହମାନ ଅବଶ୍ୟ ହ୍ରାସ ହୋଇ ଆସିବ । ସମନ୍ୱୟର ଭାବନାଟି ଅଧିକ ସ୍ୱାଭାବିକ ପରି ଦୁଷ୍ଟ ହେବ । ପରସ୍ପର ସମ୍ପର୍କରେ ଅଧିକ ଆଗ୍ରହୀ ହୋଇ ପାରିଲେ ଆମେ ନିଜଟିକୁ ମଧ୍ୟ୍ୟ ଅଧିକ ପ୍ରସ୍ଥଯୁକ୍ତ କରି ଜାଣିବାରେ ସମର୍ଥ ହେବା ବୋଲି ସେହି ପ୍ରତ୍ୟୟଟି ବୃଦ୍ଧି ପାଇବ । ଏବେ ଆମ ପୃଥିବୀରେ ସ୍ଥୂଳତଃ ସେହି କାରଣରୁ ସମନ୍ୱୟ ସକାଶେ ନାନା ଉଦ୍ୟମ ହେଉଛି । ଅନମନୀୟମାନେ ନମନୀୟ ହୋଇ ଆସୁଛନ୍ତି । ଆପଣାର ବାନାଟାକୁ ହାତରେ ଧରି ଗୋଟା ପୃଥିବୀଟିକୁ ଜୟ କରି ବାହାରିବା ଅପେକ୍ଷା ବରଂ ନିଜର ଘରଟି ମଧ୍ୟ୍ୟକୁ ଆହୁରି ସଭିଙ୍କୁ ବରଗି ଆଣିବାର ସୁସ୍ଥ ଅଭିଳାଷମାନ ଜନ୍ମଲାଭ କରୁଛି ।

 

ବିଭିନ୍ନ ମତରୁ ଏବଂ ମାର୍ଗରୁ ପୁଳାଏ ପୁଳାଏ ବାଛି ପକାଇ ଗୋଛାଟାଏ କରି ବାନ୍ଧି ଦେଲେ ଆମେ ତାହାକୁ ସମନ୍ୱୟ ବୋଲି କହିବା କି ? କେତୋଟି ଧର୍ମଗ୍ରନ୍ଥରୁ ବଛା ବଛା କେତୋଟି ଫକ୍ତିକୁ କ୍ରମାନ୍ୱୟରେ ଆବୃତ୍ତି କରି ପକାଇଲେ ତାହାକୁ କେତେ ଅବସରରେ ଯେପରି ସର୍ବଧର୍ମ-ସମନ୍ୱୟର ପ୍ରାର୍ଥନା ବୋଲି ଏବେ କୁହାଯାଉଛି, ସେହିପରି କିଛି କରିଦେଲେ ଏକ ସମନ୍ୱୟ ହାସଲ କରି ହେବ କି ? ଯୋଗସାଧନାର ବିଭିନ୍ନ ମାର୍ଗରେ ଆଦୌ କୌଣସି ସମନ୍ୱୟର ଚିନ୍ତା କରା ଯାଉଥିବା ସମୟରେ ଆମେ ଏହିପରି ନାନା ବିଚାର କରି ପାରିବା । ଆମେ ଯେ ପ୍ରାୟ ଦୈବାତ୍ ଯୋଗର ମାର୍ଗରେ ବାଟଟିଏ ଚାଲୁଛୁ, ତାହାର ପଶ୍ଚାତରେ ଆମର ମୂଳ କେଉଁ ଲକ୍ଷ୍ୟଟି ରହିଛି ? କଳ୍ପିତ କ’ଣସବୁ ସୁଖର ପ୍ରାପ୍ତି ନିମନ୍ତେ ଯେଉଁ ଜଗତଟିରେ ଅଛୁ, ସେଇଟି ବିଷୟରେ ବୀତଶ୍ରଦ୍ଧ ହୋଇ ରହିବା ? ଏହି ଜଗତଟି ପ୍ରତି ଉଦାସୀନ ରହି ସତକୁ ସତ କ’ଣ ସବୁର ଉପଲବ୍ଧି ନିମନ୍ତେ ଆମେ ପ୍ରୟାସ କରିବା ? ଏହି ଦେହ କ'ଣ ପାଇଁ ସୁସ୍ଥ ଓ ସବଳ ରହିବ ? ଆମର ମନ କ’ଣ ପାଇଁ ଶାନ୍ତ, ସଂଯତ ଏବଂ ଏକାଗ୍ର ରହିବ ? ଯାବତୀୟ ସଂଗରୁ ଆପଣାକୁ ଛିନ୍ନ କରି ରଖି ଆମେ ପ୍ରକୃତରେ କେଉଁ ଅନ୍ୟ ସତ୍ୟଟିର ଅଧିକାରୀ ହୋଇ ପାରିବା ?

 

ପୂର୍ଣ୍ଣ ଯୋଗ ପୃଥିବୀରୁ ପଳାଇ ଯିବାକୁ ଚାହେନାହିଁ, ପୃଥିବୀକୁ ବଦଳାଇବାକୁ ଇଚ୍ଛା କରୁଥାଏ । ଏହି ପୃଥିବୀ ବଦଳିବ ବୋଲି ସତତ ଦୃଢ଼ ବିଶ୍ୱାସ ରଖିଥାଏ । ସୃଷ୍ଟିର ଆଦ୍ୟ କାଳରୁ ପୃଥିବୀ ବଦଳିଛି ଏବଂ ଆଗକୁ ଆହୁରି ବଦଳିବ । ଏବଂ, ବଦଳିବାର ସେହି ଆହ୍ୱାନରେ ମୁଁ ମଧ୍ୟ୍ୟ ସାହାଯ୍ୟ କରିବି, ଆମେ ସମସ୍ତେ ସାହାଯ୍ୟ କରିବା । ଏକ ଅନ୍ୟ ଆସ୍ପୃହାରେ ସେଥିଲାଗି ଆପଣାକୁ ପ୍ରେରିତ କରି ରଖିବା । ଅଧିକରୁ ଅଧିକ ଜ୍ଞାନର ଓ ଅଧିକରୁ ଅଧିକ ଶକ୍ତିର ଭାଜନ ହେବା, ଅଧିକରୁ ଅଧିକ ପ୍ରେମର ଉନ୍ମୀଳନ ନିମନ୍ତେ ନିମିତ୍ତ ହୋଇ ବାହାରିବା । ସେହି ସକାଶେ ଯୋଗର ସାଧନା, ସେଇଥିଲାଗି ମୋର ଏହି ସର୍ବବିଧ ଜ୍ଞାନ, ସର୍ବବିଧ କର୍ମ, ସର୍ବବିଧ ଭକ୍ତି ଏବଂ ପ୍ରୀତି । ମୁଁ ଆପଣାକୁ ଅଧିକରୁ ଅଧିକ ପ୍ରୟାସ ଦ୍ୱାରା ଯୋଗ୍ୟ କରିବି ଯେପରିକି ଆପଣାକୁ ପୂର୍ଣ୍ଣ ଭାବରେ ଦେଇ ପାରିବି । ପୃଥିବୀ ଲାଗି, ସତ୍ୟ ଲାଗି ଅର୍ଥାତ୍ ଭଗବାନଙ୍କ ଲାଗି । ଜଣେ ପୂର୍ଣ୍ଣସମର୍ପିତ ନିମିତ୍ତ ରୂପେ । ପୃଥିବୀ ମୋତେ ଭଲ ଲାଗିବ, ଏଠି ଆମ ସମସ୍ତଙ୍କର ଘର ଭଳି ଲାଗିବ । ରୂପାନ୍ତରିତ ହୋଇ ଯାଉଥିବା ହେଉଛି ସେହି ପୃଥିବୀର ଧର୍ମ, ପୃଥ୍ୱୀନିୟନ୍ତାଙ୍କର ଅଭିପ୍ରାୟ । ମୋ’ର ଓ ଆମର ସର୍ବବିଧ ଯୋଗସାଧନା ସେହି ପ୍ରକ୍ରିୟାଟିକୁ ତ୍ୱରାନ୍ୱିତ ହିଁ କରିବ ।

 

‘ସମନ୍ୱୟ’ର ଶୀର୍ଷକ ରହିଥିବା ଏହି ଅଧ୍ୟ୍ୟାୟଟି ସେଥିପାଇଁ ଏହିପରି ଭାବରେ କଥାଟିକୁ ଆରମ୍ଭ କରିଛି : ଯୋଗସାଧନାର ଗୋଟିଏ ଗୋଟିଏ ମାର୍ଗ ଆପଣାର ଚର୍ଯ୍ୟାକ୍ରମରେ ଆମ ଜୀବନର କୌଣସି ଗୋଟିଏ ଦିଗକୁ ଅଥବା ଖଣ୍ଡକୁ ନେଇ ବିଶଦ ଭାବରେ ଆପଣାକୁ କ୍ରିୟାଶୀଳ କରାଇଛି । କିନ୍ତୁ ମନୁଷ୍ୟର ଜୀବନ ହେଉଛି ବହୁମୁଖୀ, ଏକାବେଳେବେ ଅନେକ ଆୟତନ ଓ ଆହ୍ୱାନ ରହିଥିବା ଗୋଟିଏ ସଚଳତା । କେବଳ ଖଣ୍ଡଗୁଡ଼ିକର ସମଷ୍ଟିମାତ୍ର ଆଦୌ ନୁହେଁ । ଯୋଗର ଭିନ୍ନ ଭିନ୍ନ ମାର୍ଗ ସେହି ସମଗ୍ରଟିର ଗୋଟିଏ ଗୋଟିଏ ବିଭାଗକୁ ନିଜର କ୍ଷେତ୍ର ହିସାବରେ ଗ୍ରହଣ କରିଥାଏ ଏବଂ ସମ୍ଭାବ୍ୟ ସକଳ ଆନ୍ଦାଜରେ ତାହାର ଟିକିନିଖି ସବୁକିଛିକୁ ଯଥାସମ୍ଭବ ଏକ ଉଚ୍ଚତମ ସାମର୍ଥ୍ୟର ସ୍ତରଯାଏ ନେଇ ପହଞ୍ଚାଇ ପାରିବାର ପ୍ରୟାସ କରେ । ଉଦାହରଣସ୍ୱରୂପ, ହଠଯୋଗ ଶରୀରକୁ ନେଇ କ୍ରିୟାଶୀଳ ରହେ ଏବଂ ତାହାକୁ ପ୍ରର୍ଣ୍ଣତୟା ବଳଯୁକ୍ତ, ସୁସ୍ଥ ଏବଂ ସ୍ୱଭାବତତ୍ପର କରି ନେବାର ଅଭିଳାଷ ରଖିଥାଏ । ରାଜଯୋଗ ମନୁଷ୍ୟର ମାନସ-ଜୀବନଟିକୁ ଆପଣାର କ୍ଷେତ୍ରରୂପେ ଗ୍ରହଣ କରି ଆପଣାର ସର୍ବବିଧ ଉଦ୍ଦେଶ୍ୟକୁ ଅନୁରୂପ ଭାବରେ ଅଭିପ୍ରେତ କରି ରଖିଥାଏ । ଏବଂ, ସେହି ରୀତିରେ, ଜ୍ଞାନଯୋଗ ଜ୍ଞାନର କ୍ଷେତ୍ରରେ, ଭକ୍ତି ଯୋଗ ଭକ୍ତିର ଓ କର୍ମଯୋଗ କର୍ମର କ୍ଷେତ୍ରରେ । ବାସ୍ତବ ପାରମ୍ପାରିକତାଟିରୁ ସ୍ପଷ୍ଟ ଉପଲବ୍ଧି କରି ହେଉଥାଏ ଯେ ସେହି ନାନା କିସମର ସମାହାରଟି ମଧ୍ୟ୍ୟରୁ ଜଣେ ଶ୍ରଦ୍ଧାଳୁ ପ୍ରଥମେ କୌଣସି ପ୍ରକାରର ତୁଳନାତ୍ଜକ ବିଚାର କରି ସେଗୁଡ଼ିକ ମଧ୍ୟ୍ୟରୁ ନିଜ ନିମନ୍ତେ ଗୋଟିକୁ ବାଛି ନେଇଥାଏ; ବରଂ ଏକାଧିକ କାରଣରୁ ସତେଅବା କୌଣସି ଗୋଟିଏ ମାର୍ଗ ଲାଗି ଆମର ଅଧିକ ଆଗ୍ରହ ରହିଥାଏ । ଓ ଆମେ ସେହି ଅନୁସାରେ ଆମ ମାର୍ଗଟିକୁ ଗ୍ରହଣ କରିନେଉ । ତେଣୁ, ଏହି ସନ୍ଦର୍ଭଟିରେ, କେଉଁ ମାର୍ଗଟି ଅଧିକ ଉପଯୁକ୍ତ, ଆମର ନିଷ୍ପତ୍ତି ସେଇଟି ଉପରେ ନ୍ୟାୟତଃ ପ୍ରାୟ ନିର୍ଭର କରେନାହିଁ, ଆମର କେତେକ ଅନ୍ତର୍ଗତ ବିଶେଷ ସ୍ଥିତି ହେତୁ ହିଁ ଆମେ ଏଇଟିକୁ ଅଥବା ସେଇଟିକୁ ଆମର ବୋଲି ଅନୁଭବ କରି ସର୍ବଶ୍ରେଷ୍ଠ ବୋଲି ସ୍ୱୀକାର କରିନେଉ ଓ ଯେପରି ସଚରାଚର ଘଟିଥାଏ, ସେଇଟି ହିଁ ସର୍ବୋକୃଷ୍ଟ ବୋଲି ଖୁବ୍ ଖୁସୀ ହୋଇ ଅନୁଭବ କରୁଥାଉ ।

 

ତେଣୁ, ହୁଏତ ଚଟ୍ କରି ଏପରି ଏକ ସିଦ୍ଧାନ୍ତ ମଧ୍ୟ୍ୟ କରି ପକାଇବାକୁ ମନ କହିବା ନିମନ୍ତେ ଆସି ହୁଏତ ପହଞ୍ଚିଯିବ ଯେ, ଯଦି ପୂର୍ଣ୍ଣାଙ୍ଗ ଯୋଗ ବୋଲି ଆମ ସାଧନାଟାକୁ ନେଇ ଆମେ ଗୋଟିଏ ନୂଆ ବୋଲି ଭାବି କିଛି କରିବାକୁ ଇଚ୍ଛା କରିବା, ତେବେ ସେହି ଚିହ୍ନା ମାର୍ଗଗୁଡ଼ିକରୁ ଖାସ୍ ଖିଏ ଖିଏ ବାଛି ଏକାଠି କରିଦେଲେ ହିଁ ଆମର କାର୍ଯ୍ୟଟି ସମ୍ପନ୍ନ ହୋଇଯାଇ ପାରିବ । ଏବଂ, ସେହି କାର୍ଯ୍ୟଟିକୁ ଅନେକେ ଏକ ସମନ୍ୱୟ ବୋଲି ଅବଶ୍ୟ ବୁଝିବେ । ମାତ୍ର, ସେହି ମାର୍ଗମାନେ ପରସ୍ପରଠାରୁ ନିଜକୁ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ବୋଲି ଭାବି ଏପରି ଅଲଗା ହୋଇ ରହି ଆସିଛନ୍ତି, ସେମାନେ ଆପଣାକୁ ସମାନ୍ତର ଅନ୍ୟମାନଙ୍କ ଠାରୁ ଏତେ ଛାଡ଼ି ଛାଡ଼ି ରହିଛନ୍ତି ଅର୍ଥାତ୍ ଆଚରଣ କରିଛନ୍ତି, ସେମାନେ ସତେଅବା ନିଜର ପରିଚୟରେ ପରସ୍ପରଠାରୁ ଏତେ ଅଧିକ ପରିମାଣରେ ପୃଥକ ହୋଇ ରହିବାର ପ୍ରୟାସମାନ କରି ଆସିଛନ୍ତି ଏବଂ ଆପଣାର ବୁଝିବାକୁ ତାହାକୁ ହିଁ ଶୁଦ୍ଧ ହୋଇ ରହିବାର ସନ୍ତକ ବୋଲି ଜାଣିଛନ୍ତି ଯେ, ପରସ୍ପର ସହିତ କିଏ ଠିକ୍ ଓ କିଏ ଭୁଲ ବୋଲି କଳହମାନ କରିଛନ୍ତି ଏବଂ ସେଥିରୁ ଆନନ୍ଦ ଲାଭ ମଧ୍ୟ୍ୟ କରିଛନ୍ତି । ଆପଣାର ପଦ୍ଧତି ତଥା ଅବବୋଧ ଗୁଡ଼ିକ ବିଷୟରେ ନମନୀୟ ହୋଇନାହାନ୍ତି । ତେଣୁ, ଯୋଡ଼ି ଆଣିବାର କୌଣସି ଉଦ୍ୟମ ସଫଳ ହୋଇ ନାହିଁ । ଅଲଗା ହୋଇ ରହିବାର ଯାବତୀୟ ଉତ୍ସୁକତା ସର୍ବଦା ହିଁ ଆମକୁ ଭାରି ଅନ୍ୟକାତର କରି ରଖିଥାଏ; ମୋ’ର ଏହି ନିଜ ମାର୍ଗଟି ତୁମ ସମସ୍ତଙ୍କର ମାର୍ଗଠାରୁ ସଂପୂର୍ଣ୍ଣ ଭାବରେ ସ୍ୱତନ୍ତ୍ର, ଏପରି କହିବାର ଏକ ଅଭ୍ୟାସ ଆମକୁ ମୋ’ ମାର୍ଗଟା ତୁମ ସମସ୍ତଙ୍କର ମାର୍ଗର ତୁଳନାରେ ଅଧିକ ଠିକ୍ ବୋଲି ଭାବିବା ସକାଶେ ଯୁଗେ ଯୁଗେ ନାନା ପ୍ରରୋଚନା ହିଁ ଦେଇ ଆସିଥିବ ଏବଂ ଯାବତୀୟ ସାଧନାର କ୍ଷେତ୍ରକୁ ବହୁପ୍ରକାରେ ବିପନ୍ନ କରି ମଧ୍ୟ୍ୟ ରଖିଥିବ । ଯୁକ୍ତ ହେବାର ସକଳ ଭାବନାକୁ ବିପର୍ଯ୍ୟସ୍ତ କରି ପକାଇଥିବ ଓ ପ୍ରତ୍ୟେକ ମାର୍ଗକୁ କ୍ଷତିଗ୍ରସ୍ତ କରାଇଥିବ-

 

ଅର୍ଥାତ୍, ଆଖି ବୁଜି ଦେଇ ପ୍ରତ୍ୟେକଟି ମାର୍ଗରୁ କେନାଏ କେନାଏ ଉଞ୍ଚ୍ଥି ଆଣି ଏକାଠି ଯୋଡ଼ି ଦେଲେ ଏକ ସମନ୍ୱୟ ମୋଟେ ହେବନାହିଁ । ବରଂ, ତଦ୍ଦ୍ୱାରା ଆମେ କେବଳ ଗୁଡ଼ାଏ ଭ୍ରମ ମଧ୍ୟ୍ୟରେ ଯାଇ ପଡ଼ିଯିବା ଓ ସତେଯେପରି ଏହାଦ୍ୱାରା କେତେ କ’ଣ ସାଧ୍ୟ୍ୟ ହୋଇଗଲା ବୋଲି ନିଜକୁ ସାନ୍ତ୍ୱନା ଇତ୍ୟାଦି ଦେଉଥିବା । ଅଥବା, କୌଣସି ଏକ ଆଗ୍ରହ ନେଇ ଯଦି ଆମେ ପ୍ରତ୍ୟେକ ମାର୍ଗର ଅନ୍ତର୍ଗତ ସତ୍ୟଉପାଦାନଟିକୁ ଜାଣିବା ବୋଲି ଗୋଟିଏ ପରେ ଗୋଟିଏର ସାଧନା କରିବାକୁ ମନ କରିବା, ତେବେ ସେଇଟି ମଧ୍ୟ୍ୟ ମୋଟେ ସହଜ ହେବନାହିଁ । ଜଣେ ମନୁଷ୍ୟର ଆୟୁଷ କେତେ ଯେ ସିଏ ଏହିପରି କୌଣସି ଇଚ୍ଛାକୁ ପୂରଣ କରିବା ଲାଗି ଯଥେଷ୍ଟ ସମୟ ମଧ୍ୟ୍ୟ ପ୍ରକୃତରେ ପାଇବ ! ପୁନଶ୍ଚ, ଏଥିଲାଗି ସାଧାରଣତଃ ଆମର କେତେ ଶକ୍ତି ମଧ୍ୟ୍ୟ ରହିଛି ? ବସ୍ତୁତଃ, ସେହି ମାର୍ଗଟି ଅତିମାତ୍ରାରେ ଶ୍ରମସାପେକ୍ଷ ଏବଂ ଏପରି ଏକ ମାର୍ଗର ଆଚରଣ କଲେ ସେହି ଶ୍ରମସାଧନା ମୁଖ୍ୟତଃ ବରବାଦ ହିଁ ହୋଇଯିବ । ହଁ, ଏଠାରେ ଅବଶ୍ୟ କୁହାଯାଇ ପାରିବ ଯେ ଅନେକ ସମୟରେ ଏକ ପୂର୍ବାପର କ୍ରମରେ ରାଜଯୋଗ ଏବଂ ହଠଯୋଗର ଅଭ୍ୟାସ କରାଯାଇଥାଏ ଏବଂ ଆମର ଏହି ଯୁଗକାଳରେ ପରମ ପୁରୁଷ ଶ୍ରୀରାମକୃଷ୍ଣ ପରମହଂସ ମଧ୍ୟ୍ୟ ଆପଣାର ଜୀବନରେ ଏକ ଧୈର୍ଯ୍ୟଶୀଳ ଅନୁକ୍ରମରେ ଭିନ୍ନ ଭିନ୍ନ ଏକାଧିକ ସାଧନାମାର୍ଗର ଅଭ୍ୟାସ କରିଥିଲେ । ଶ୍ରୀରାମକୃଷ୍ଣ ଏକ ସୁବିରାଟ ଅଧ୍ୟ୍ୟାତ୍ଜଶକ୍ତିର ପରିଚୟ ଦେଲେ ଓ ସତେଅବା ବଳ ପ୍ରୟୋଗ କରି ସ୍ୱର୍ଗର ରାଜ୍ୟଟି ଉପରେ ବିଜୟ ହାସଲ କରିଥିଲେ । ସେ ଗୋଟିଏ ଯୋଗମାର୍ଗୀୟ ପ୍ରଣାଳୀ ପରେ ଆଉଗୋଟିଏର ସାଧନା କଲେ ଏବଂ ଏକ ଅବିଶ୍ୱସନୀୟ ତ୍ୱରାର ସହିତ ପ୍ରତ୍ୟେକ ମାର୍ଗର ସାରଟିକୁ ଲାଭ କରିଥିଲେ । ଏକ ପରବର୍ତ୍ତୀ ସୋପାନ ସ୍ୱରୂପ ସେ ପ୍ରେମର ସେହି ଅପାର ଶକ୍ତି ଦ୍ୱାରା ପରମେଶ୍ୱରଙ୍କର ଉପଲବ୍ଧି କଲେ ଓ ତାଙ୍କ ମଧ୍ୟ୍ୟରେ ପ୍ରବିଷ୍ଟ ହେଲେ । ସେ ଆପଣାର ସହଜାତ ଆଧ୍ୟ୍ୟାତ୍ଜ-ଭାବନାକୁ ଆପଣା ଜୀବନର ନାନା ଅନୁଭୂତି ମଧ୍ୟ୍ୟକୁ ସଂପ୍ରସାରିତ କରିଦେଇ ପାରିଥିଲେ । ଏକ ଅନ୍ତର୍ବୋଧ-ସ୍ତରର ସମ୍ୟକ୍ ଜ୍ଞାନଦ୍ଵାରା ଅତ୍ୟନ୍ତ ସ୍ୱତଃସ୍ଫୂର୍ତ୍ତ ଭାବରେ ସେ ଏହି ସବୁକିଛିକୁ ହିଁ ସାଧ୍ୟ୍ୟ କରି ଆଣିଥିଲେ ।

 

ମାତ୍ର, ଶ୍ରୀ ରାମକୃଷ୍ଣଙ୍କର ଏହି ଦୃଷ୍ଟାନ୍ତ ଅଧ୍ୟ୍ୟାତ୍ଜ-ଉପଲବ୍ଧିର ଇତିହାସରେ ଅତ୍ୟନ୍ତ ବିରଳ ହୋଇ ହିଁ ରହିବ । ତାଙ୍କର ସେହି ପ୍ରାପ୍ତିଟି ଏକ ବିଶେଷ ଦୃଷ୍ଟାନ୍ତ ହିଁ ଥିଲା ଏବଂ ତାଙ୍କର ସମକାଳୀନ ସ୍ଥିତିଟି ଦୃଷ୍ଟିରୁ ତାହାର ଏକ ସ୍ଵତନ୍ତ୍ର ଆବଶ୍ୟକତା ମଧ୍ୟ୍ୟ ରହିଥିଲା । ଜଣେ ମହାନ୍ ଆତ୍ଜା ଆପଣାର ଜୀବନରେ ଦେଖାଇ ଦେଇଥିଲେ ଯେ, ନାନା ସମ୍ପ୍ରଦାୟ ଏବଂ ମାର୍ଗଦ୍ୱାରା ଦୀର୍ଘକାଳରୁ ବିଭାଜିତ ହୋଇ ରହିଥିବା ଆମର ଏହି ପୃଥିବୀରେ ସେହିପରି ଏକ ସତ୍ୟର ପ୍ରୟୋଜନ ରହିଛି, ଯାହାକି ଆଗକୁ ବାଟଟିଏ ବାହାର କରିନେବ । ସେହି ଶାଖା ଓ ସଂପ୍ରଦାୟମାନେ ପରସ୍ପର ମଧ୍ୟ୍ୟରେ ବହୁ କଳହରେ ମାତି ରହିଛନ୍ତି ଏବଂ ମନୁଷ୍ୟମାନଙ୍କର ଏହି ପୃଥିବୀରେ ତେଣୁ ଗୋଟିଏ ଖାସ୍ ସତ୍ୟର ଆବଶ୍ୟକତା ରହିଛି । ଶ୍ରୀରାମକୃଷ୍ଣ ଆପଣାର ସ୍ୱତନ୍ତ୍ର ଉପଲବ୍ଧି ଗୁଡ଼ିକର ଦୃଷ୍ଟାନ୍ତ ଦ୍ୱାରା ସଂପୃକ୍ତ କାଳଟିକୁ ଚେତାଇ ଦେଇଗଲେ ଯେ ବିଭିନ୍ନ ମାର୍ଗ ଏବଂ ଶାଖାର ପରିଚୟରେ ଆପଣାକୁ ପ୍ରକଟ କରୁଥିବା ସଂପ୍ରଦାୟମାନେ ଭିନ୍ନ ଭିନ୍ନ ଗଢ଼ଣର ମାଧ୍ୟ୍ୟମରେ ସେହି ଗୋଟିଏ ସତ୍ୟକୁ ହିଁ ଘୋଷଣା କରୁଛନ୍ତି । ଆପଣାର ଭଳି ଭଳି ବୁଣାକର ମାର୍ଗଧର୍ମ ଦ୍ୱାରା ସମସ୍ତେ ସେହି ଗୋଟିଏ ସର୍ବୋଚ୍ଚ ଉପଲବ୍ଧି ଆଡ଼କୁ ହିଁ ବାଟ କଢ଼ାଇ ନେଇଯିବାର ପ୍ରୟାସ କରୁଛନ୍ତି । ସର୍ବଶୀର୍ଷ ପ୍ରୟୋଜନଟି ହେଉଛି ଯେ, ଆମେ ସେହି ପରମ ଦିବ୍ୟସତ୍ତାଙ୍କୁ ଜାଣିବା, ସେହି ଦିବ୍ୟସତ୍ତାରେ ପରିଣତ ହେବା ଏବଂ ଆମ ଜୀବନର ସର୍ବପରମ ସମ୍ପଦଟି ରୂପେ ତାଙ୍କରି ଅଧିକାରୀ ମଧ୍ୟ୍ୟ ହେବା । ତାଙ୍କୁ ଲାଭ କଲେ ଆଉ ଯେତେ ଯାହା ସବୁକିଛି ମିଳିଯାଇ ପାରିବ । ସେହି ସର୍ବୋତ୍ତମ କାମ୍ୟଟି ଉପଲବ୍ଧ ହୋଇଗଲେ ସେହି ପରମ ଇଚ୍ଛା ଆମ ପାଇଁ ଯାହା ଦୃଷ୍ଟିରେ ରଖିଛନ୍ତି, ସେଇଟିର ସକଳ ପ୍ରାପ୍ତି ଅବଶ୍ୟ ସମ୍ଭବ ହେବ ।

 

ଅର୍ଥାତ, ନିଷ୍କର୍ଷ ହେଉଛି, ଆମେ ଯୋଗସାଧନାର ମାର୍ଗଗୁଡ଼ିକ ମଧ୍ୟ୍ୟରେ ଯେଉଁ ସମନ୍ୱୟଟି ଆଣିବାଲାଗି ଇଚ୍ଛା କରୁଛୁ, ଭିନ୍ନ ଭିନ୍ନ ଧାରାରୁ ଅଧିକ ଉଚିତ ଭାବି ଖିଏ ଖିଏ ଆଣି ଏକାଠି ବାନ୍ଧିଦେଲେ କିମ୍ବା ଏକ ପୂର୍ବାପର କ୍ରମରେ ସେଗୁଡ଼ିକର ଅଭ୍ୟାସ କଲେ ତାହା ସମ୍ଭବ ହେବନାହିଁ । ତେଣୁ, ବରଂ ଏପରି କରିବା ଉଚିତ ହେବ ଯେ ଆମେ ଯୋଗର ବିଭିନ୍ନ ସାଧନା-ପଦ୍ଧତି ମଧ୍ୟ୍ୟରୁ ସେଗୁଡ଼ିକର ବାହ୍ୟଗୁଡ଼ିକୁ ଗୌଣ ବୋଲି ବୁଝି ପାରିବା ଏବଂ ସେଗୁଡ଼ିକର କେନ୍ଦ୍ରରେ ରହିଥିବା ସତ୍ୟ ଉପାଦାନଟିକୁ ଦେଖିବାରେ ସମର୍ଥ ହେବା । ସେହି ସତ୍ୟ ଉପାଦାନଟିର ଆଲୋକରେ ହିଁ ସେଗୁଡ଼ିକ ମଧ୍ୟ୍ୟରେ ରହିଥିବା ଶୁଙ୍ଖଳାଗୁଡ଼ିକୁ ବିଚାର କରି ଜାଣିବା । ସେହି ଶୃଙ୍ଖଳାଗୁଡ଼ିକ ମଧ୍ୟ୍ୟରେ ଏକ ଅନ୍ତର୍ନିହିତ ଶକ୍ତିମତ୍ତା ହିଁ ପ୍ରଚ୍ଛନ୍ନ ହୋଇ ରହିଥାଏ । ଏବଂ, ତେବେଯାଇ ଆମେ ସେଗୁଡ଼ିକ ମଧ୍ୟ୍ୟରୁ ଉପାଦେୟ ଗୁଡ଼ିକୁ ବାଛିନେଇ ପାରିବା । ପୃଥିବୀ-ପ୍ରକୃତିର ଆଲୋଚନା କରୁଥିବା ସମୟରେ ଓ ଯୋଗମାର୍ଗର ଭିନ୍ନ ଭିନ୍ନ ପ୍ରଣାଳୀର ବର୍ଣ୍ଣନାରେ ଆମେ ତୁଳନାତ୍ଜକ ଭାବେ ସେହି ଦୃଷ୍ଟିରେ ହିଁ ସବୁକିଛି କରୁଥିଲୁ ଏବଂ ବର୍ତ୍ତମାନ ବସ୍ତୁତଃ ସେଇଥିରୁ ଉପାଦାନମାନ ଗ୍ରହଣ କରି ଆମେ ଆମର ଚର୍ଚ୍ଚାଟି ମଧ୍ୟ୍ୟକୁ ଫେରି ଆସିବା । ଏହିପରି ଭାବରେ ହୁଏତ ଏକ ସମାଧାନ ସମ୍ଭବ ହୋଇ ଆସିବ ଏବଂ ସମନ୍ୱୟଟିଏ ବାହାରିବ । ଯୋଗସାଧନାର ମାର୍ଗମାନେ ପାରମ୍ପରିକ ନାନା ରୀତିରେ ପ୍ରାୟ ଗୋଟିଏ ଗୋଟିଏ ଗୁଳାରେ ବାନ୍ଧି ହୋଇ ରହିଛନ୍ତି, ନିଜଟି ବ୍ୟତୀତ ଆଉ କୌଣସିଟିକୁ ବିଚାର କରି ପାରୁନାହାନ୍ତି । ତେଣୁ, ସାଧନାର ଶକ୍ତିଟି ସତେଅବା ବିଭେଦନକାରୀ କେତେଗୁଡ଼ିଏ ଗୌଣ ଉତ୍ସାହରେ କେତେ କୁଆଡ଼େ ବିକ୍ଷିପ୍ତ ହୋଇଯାଉଛି । ସବୁଗୁଡ଼ିକ ମଧ୍ୟ୍ୟରୁ ଏକ ସମନ୍ୱୟ ଖୋଜି ହିଁ ଆମେ ସେଗୁଡ଼ିକୁ ନିଜସ୍ୱ କରି ଆଣିପାରିବା, ସେଗୁଡ଼ିକ ମଧ୍ୟ୍ୟରେ ରହିଥିବା ଆହ୍ୱାନଗୁଡ଼ିକୁ ବୁଝିବା ଏବଂ ଆପଣାର ଜୀବନକୁ ଏକ ଯଥାର୍ଥ ବାସନାର କ୍ଷମ କରିବାରେ ଅଗ୍ରଗତି ଲାଭ କରିପାରିବା ।

 

ଅଧ୍ୟ୍ୟାୟଟିରେ ଏଯାଏ ଆସି ତନ୍ତ୍ରମାର୍ଗର ଏକ ଆଲୋଚନା କରାଯାଇଛି । ନାନା କାରଣରୁ ଭାରତୀୟ ତନ୍ତ୍ର ସମ୍ଭ୍ରାନ୍ତ ସାଧନାର ପରିସରଟି ମଧ୍ୟ୍ୟରେ ତଥାପି ପରିସରଟିରୁ ସତେଅବା ବାହାରେ ବାହାରେ ରହିଆସିଛି । ଏପରିକି, ଆମ ଭାଷାରେ ବ୍ୟବହୃତ ହେଉଥିବା ତାନ୍ତ୍ରିକ ଶବ୍ଦଟି ଲୋକମୁଖରେ ଏକ ବିଚିତ୍ର ଅର୍ଥକୁ ବହନ କରି ମଧ୍ୟ୍ୟ ଆସିଛି ଏବଂ ସାଧାରଣଙ୍କର ଧାରଣାରେ ବହୁ ବିଚିତ୍ର ଧାରଣାର ସୃଷ୍ଟି କରିଛି । କାଳକ୍ରମେ ତନ୍ତ୍ରର ମାର୍ଗ ଭିତରେ ମଧ୍ୟ୍ୟ ଏକାଧିକ ଶାଖାର ଉଦ୍‍ଭବ ହୋଇଛି । ତନ୍ତ୍ର ଭିତରେ ଏକ ବାମ ମାର୍ଗ ଏବଂ ଏକ ଦକ୍ଷିଣ ମାର୍ଗ ମଧ୍ୟ୍ୟ ରହିଛି । ତନ୍ତ୍ର ଏକ ଭିନ୍ନ ଆକର୍ଷଣରେ ଭାରତବର୍ଷର ସୀମା ଡେଇଁ ତିଦ୍ଦତକୁ ମଧ୍ୟ୍ୟ ଯାଇଛି । ପଣ୍ଡିତମାନଙ୍କର ସ୍ତରରେ ତନ୍ତ୍ରର ଜ୍ଞାନଘନ ଆଲୋଚନାମାନ ହେଉଛି ଏବଂ ଅନ୍ୟ ପକ୍ଷରେ ତନ୍ତ୍ରମାର୍ଗର ସାଧକମାନେ ପ୍ରାୟ ସେହି ଆଗ ପରି ଆପଣାର ଗୁପ୍ତ କେନ୍ଦ୍ରମାନଙ୍କରେ ସାଧନା ମଧ୍ୟ୍ୟ କରୁଛନ୍ତି । ବ୍ୟକ୍ତିଗତ ଭାବରେ ସାଧନା କରୁଛନ୍ତି ଏବଂ ସାନ ସାନ ମେଳମାନଙ୍କରେ ତାହା କରୁଛନ୍ତି । ତଥାପି ସାଧାରଣଙ୍କର ମୂଲ୍ୟାୟନରେ ସ୍ଥୂଳତଃ କ’ଣ ସବୁ ବିଚିତ୍ର ପ୍ରକାରର ହୋଇ ରହିଛନ୍ତି । ଭାରତରେ ଦେବୀ-ଉପାସନାରେ ଶାସ୍ତ୍ରୀୟ ତନ୍ତ୍ରର ନାନା ସାଧନ ଏବଂ ଉପାଦାନକୁ ସ୍ଥାନ ଦିଆଯାଇଛି ସତ, କିନ୍ତୁ ସଂପୃକ୍ତ ସମୂହମାନେ ସେହି କାରଣରୁ ଆପଣାକୁ ତନ୍ତ୍ରମାର୍ଗର ବୋଲି କହିବାକୁ ତଥାପି ଖୁବ୍ କୁଣ୍ଠା ନିଶ୍ଚୟ ବୋଧ କରିବେ । ଭାରତୀୟ ଉପାସନା-ମାହାଲଟିର କେତେକ ଆଲୋଚକ କ’ଣସବୁ ବିତୃଷ୍ଣା ହେତୁ ତନ୍ତ୍ରକୁ ଭାରତୀୟ ଏକ ପଦାର୍ଥ ବୋଲି ସ୍ୱୀକାର କରିବାକୁ ଆଦୌ ରାଜୀ ହୋଇନାହାନ୍ତି ଏବଂ ତାହା ଏକ କାଳରେ ଚୀନ୍‌ଦେଶରୁ ଭାରତବର୍ଷକୁ ଆସିଛି ବୋଲି କହିଛନ୍ତି । ଏପରିକି ତନ୍ତ୍ରପୂଜାରେ ବ୍ୟବହୃତ ହେଉଥିବା ମନ୍ଦାରଫୁଲ ମଧ୍ୟ୍ୟ ସେହି ଚୀନରୁ ହିଁ ଏଦେଶକୁ ଆସିଛି ବୋଲି ଅନୁମାନ କରିଛନ୍ତି ।

 

ଯୋଗର ମାର୍ଗଗୁଡ଼ିକ ମଧ୍ୟ୍ୟରେ ଏକ ନିର୍ଦ୍ଦିଷ୍ଟ ସମନ୍ୱୟର ସନ୍ଧାନ କରି ଭାରତବର୍ଷୀୟ ସେହି ତାନ୍ତ୍ରିକ ସାଧନାର ଆଲୋଚନା କରାଯାଇଛି । ତନ୍ତ୍ରୀୟ ମାର୍ଗକୁ ଯୋଗସାଧନାର ଏକ ନିର୍ଦ୍ଦିଷ୍ଟ ସମ୍ଭାବନାଯୁକ୍ତ ମାର୍ଗ ବୋଲି ଘୋଷଣା କରାଯାଇଛି । ତନ୍ତ୍ର ହେଉଛି ସ୍ୱଭାବତଃ ଏକ ସମନ୍ୱୟ ଲୋଡୁଥିବାର ମାର୍ଗ । ତନ୍ତ୍ର ଆମ ବିଶ୍ଵଜୀବନରେ ଅନ୍ତର୍ଗତ ରହି କାର୍ଯ୍ୟ କରୁଥିବା ପ୍ରକୃତିର ଗୋଟିଏ ମାର୍ଗ,–ଏକ ଶକ୍ତିର ମାର୍ଗ । କିନ୍ତୁ ତାହା ଆପଣାକୁ ସ୍ୱତନ୍ତ୍ର କରି ରଖିଥିବା ଏକ ମାର୍ଗ,–ଯୋଗସାଧନାରେ ଅନ୍ତର୍ଗତ ହୋଇ ରହିଥିବା ମାର୍ଗପଦ୍ଧତିଗୁଡ଼ିକ ମଧ୍ୟ୍ୟରେ ରହିଥିବା ସାଧନମାନଙ୍କରେ ସମନ୍ୱୟ ଲୋଡ଼ି ତନ୍ତ୍ରରେ କୌଣସି ବିଚାର-ବିଶ୍ଳେଷଣ କରାଯାଇନାହିଁ । ଏଥିପୂର୍ବରୁ ଯେପରି ସୂଚିତ କରି ଦିଆଯାଇଛି, ତନ୍ତ୍ରବାହାରେ ରହିଥିବା ଅନ୍ୟ ମାର୍ଗୀମାନଙ୍କର ଆଖିରେ ତନ୍ତ୍ର ବହୁ ଅଶ୍ରଦ୍ଧା ଜାଗୃତ କରି ଆଣିଛି,–ବିଶେଷତଃ ବାମାଚାରୀ କେତେକ ଖାସ୍ ଅତିରିକ୍ତତାର କାରଣରୁ ତାହା ଘଟିଛି । ସେହି ବାମମାର୍ଗ ଦ୍ୱାରା ଅନେକ ଅତିସ୍ଖଳନ ଓ ଅନୈତିକତାକୁ ବାଟ ଛାଡ଼ି ମଧ୍ୟ୍ୟ ଦିଆଯାଇଛି । ତଥାପି, ମୂଳ ସାଧନାତତ୍ତ୍ୱଟିରେ ଯେପରି କରା ଯାଇଥିଲା, ତନ୍ତ୍ର ଏକ ମହାନ୍‍ ତଥା ଶକ୍ତିମନ୍ତ ସାଧନାପଥକୁ ହିଁ ସମ୍ମୁଖରେ ସ୍ଥାପନା କରି ରଖିଥିଲା-। ଏପରିକି, କିଞ୍ଚିତ୍ ତିର୍ଯ୍ୟକ ଭାବରେ ଆମ ଅନୁଭବର ପ୍ରସ୍ଥଟିକୁ ପ୍ରସାରିତ କରି ଆମେ ଅବଶ୍ୟ ହୃଦୟଙ୍ଗମ କରି ପାରିବା ଯେ, ତନ୍ତ୍ରସାଧନାର ଦକ୍ଷିଣମାର୍ଗଟି ଜ୍ଞାନ ଉପରେ ସର୍ବାଧିକ ମୂଲ୍ୟର ଆରୋପ କରୁଥିଲା ଓ ବାମମାର୍ଗ ଆନନ୍ଦକୁ ସ୍ୱସାଧନାର ଅସଲ ଲକ୍ଷ୍ୟ ବୋଲି ବିଚାର କରୁଥିଲା । ନ୍ୟାୟତଃ ଜ୍ଞାନ ଏବଂ ପ୍ରେମ ମଧ୍ୟ୍ୟରେ ତ ସେପରି ଆଦୌ କୌଣସି ବିବାଦ କିମ୍ୱା ବିରୋଧ ରହିବା ଉଚିତ ମଧ୍ୟ୍ୟ ନୁହେଁ । ସାଧନାରୁ ଉପଲବ୍ଧ ହେଉଥିବା ଆମର ଯାବତୀୟ ଶକ୍ତିକୁ ସଚେତନ ଭାବରେ ନିଜସ୍ୱ କରି ରଖିବାକୁ ହେଲେ ଆମ ଘରେ ଏକ ବିଚାରଗତ ସମର୍ଥତା ରହିଥିବା ଉଚିତ ଏବଂ ସେଥିରୁ ଏକ ବିବେକ ମଧ୍ୟ ନିଷ୍ପନ୍ନ ହୋଇ ଆସି ପାରୁଥିବା ଉଚିତ । ପୁନଶ୍ଚ, ଆମ ସାଧନାରୁ ଉପଲବ୍ଧ ହେଉଥିବା ଶକ୍ତିଟି ବିଷୟରେ ସଚେତନ ହୋଇ ଆସୁଥିବା ସହିତ ଆମ ଭିତରେ ଏକ ଅଧିକାର ଲାଭ କରିଥିବା ହେତୁ ଏକ ଆନନ୍ଦର ଅନୁଭୂତି ମଧ୍ୟ୍ୟ ଆମକୁ ମିଳି ଯିବାରେ ଲାଗିଥିବ । ବ୍ୟକ୍ତି ଅନୁସାରେ ଦୁଇଟି ମଧ୍ୟ୍ୟରେ କିଏ ଗୋଟିକୁ ମୁଖ୍ୟ ବୋଲି ଜାଣିବ ଓ ଆଉକିଏ ଆରଟିକୁ ଆଗ ବୋଲି ଅନୁଭବ କରିବ । ତେଣୁ, ମାର୍ଗମାନେ ସିନା ଦୁଇଧର୍ମର ହୋଇ ରହିବେ, ମାତ୍ର ସେଥିଲାଗି କ'ଣ ପାଇଁ କୌଣସି ବିବାଦ ଲଗାଇବେ ? ସେହି ବିବାଦଟି କୌଣସି ଅନ୍ୟ ଉତ୍ତେଜନା ହେତୁ ଗୁଡ଼ାଏ ଅଛିଣ୍ଡା ଅଙ୍କ ପରି ହୋଇ ବୋଲି ଦକ୍ଷିଣ ଏବଂ ବାମ ଉଭୟ ମାର୍ଗ ଭିତରେ ଆଖର ନାନାବିଧ ଅସୁସ୍ଥତା ଅସି ପଶିଗଲା କି ?

 

ତନ୍ତ୍ରର ଧାରାଟି ପ୍ରାୟ ସକଳ ଅର୍ଥରେ ଗୋଟିଏ ଭିନ୍ନ ଧାରା । ଭାରତୀୟ ବୈଦିକ ଧାରାଟି ଠାରୁ ତାହା ସଂପୂର୍ଣ୍ଣ ଭିନ୍ନ ଏବଂ ସ୍ୱତନ୍ତ୍ର । ଏଠାରେ ଅବଶ୍ୟ ସ୍ମରଣ ରଖିବାକୁ ପଡ଼ିବ ଯେ ଯୋଗସାଧନାର ଆମର ସବୁଯାକ ମାର୍ଗ ହେଉଛନ୍ତି ବୈଦିକ,–ଜ୍ଞାନ, କର୍ମ ଏବଂ ଭକ୍ତି ତିନୋଟିଯାକ ପଥ ଆପଣାର ତାତ୍ତ୍ୱିକ ପ୍ରେରଣାଟିର ସ୍ତରରେ ସ୍ପଷ୍ଟତଃ ବୈଦିକ ଆବେଦନ ଗୁଡ଼ିକୁ ଗ୍ରହଣ ହିଁ କରିଛନ୍ତି । ଜଣେ ପରମ ପୁରୁଷ ହିଁ ସର୍ବଶୀର୍ଷ ଶିଖରଟିରେ ଅଧିକୃତ ହୋଇ ରହିଛନ୍ତି, ସେହି ସର୍ବସଚେତନ ଆତ୍ଜା, ଯିଏ କି ଜାଣୁଛନ୍ତି, ଦେଖୁଛନ୍ତି ଆକର୍ଷିତ କରୁଛନ୍ତି ଓ ଶାସନ କରୁଛନ୍ତି-। ଅନ୍ୟ ପକ୍ଷରେ, ବରଂ ପ୍ରକୃତିକୁ ହିଁ କେନ୍ଦ୍ରରେ ଅବସ୍ଥାପିତ କରି ରଖାଯାଇଛି । ପ୍ରକୃତି ଅର୍ଥାତ୍ ସେହି ପରମା ଶକ୍ତି, ଯିଏକି ଏହି ବିଶ୍ୱ ଭରି ପ୍ରକଟ ରହିଛନ୍ତି ଓ ଯାବତୀୟ କ୍ରିୟାତ୍ଜକତାକୁ ସମ୍ଭବ କରୁଛନ୍ତି । ଅର୍ଥାତ୍, ଆମେ ସେହି ପ୍ରକୃତିକୁ ଅନ୍ତରଙ୍ଗ ଭାବରେ ଜାଣିବା, ତାହାର ପଦ୍ଧତି ଅର୍ଥାତ୍ ତନ୍ତ୍ରଟି ସହିତ ନିବିଡ଼ ଭାବରେ ପରିଚିତ ହେବା । ଅର୍ଥାତ୍, ତନ୍ତ୍ରମାର୍ଗର ସାଧକ ମୁଖ୍ୟତଃ ସେହି ଶୃଙ୍ଖଳାଟିର ଆହ୍ୱାନଗୁଡ଼ିକୁ ମାନି ସେଇଟିର ନିର୍ଦ୍ଦେଶରେ ଅଗ୍ରସର ହେବ, ସ୍ଵାମିତ୍ୱ ଅର୍ଜନ କରିବ, ପରିପୂର୍ଣ୍ଣତା ଲାଭ କରିବ ଏବଂ ଏକ ବିମୋଚନକୁ ସମ୍ଭବ କରି ଆଣିବ । ଏକ ଆନନ୍ଦମୟ ପୂର୍ଣ୍ଣୋଲ୍ଲାସ-ସ୍ଥିତିର ଅଧିକାରୀ ହୋଇପାରିବ । ଏହି ବହୁବୈଚିତ୍ର୍ୟମୟ ପ୍ରକୃତିରୁ ସେ ନିଜକୁ ପ୍ରତ୍ୟାହୃତ କରି ନେବେନାହିଁ, ତାହାର ବହୁ ଆୟାସକର କ୍ଷେତ୍ରରୁ କଦାପି ଅପସରି ଯିବନାହିଁ । ସେ ସେଗୁଡ଼ିକର ସମ୍ମୁଖୀନ ହେବ, ସେଗୁଡ଼ିକୁ ସ୍ୱ-ଆୟତ୍ତ କରିବ ଏବଂ ବିଜୟୀ ହେବ । ମାତ୍ର, ଦୁର୍ଭାଗ୍ୟର ବିଷୟ ଯେ, ତନ୍ତ୍ରଯୋଗର ସେହି ପଥଟି ବହୁ ପରିମାଣରେ ଆପଣାର ସେହି ଅସଲ ସନ୍ଦର୍ଭଗତ ସତ୍ୟଟିକୁ ହରାଇ ବସିଲା । ସାଧାରଣତଃ, ବହୁ ସାଧନାର କ୍ଷେତ୍ରରେ ଯେପରି ଘଟିଛି, ତାହା ଆପଣାର ବାହ୍ୟ ଯାନ୍ତ୍ରିକତା ଭିତରେ ଅତିନିଷ୍ଠ ହୋଇ ରହିଗଲା । ଗୁଡ଼ାଏ ସୂତ୍ରକୁ ପ୍ରଧାନତମ କରି ଦେଖିଲା, ଗୁହ୍ୟ ବିଦ୍ୟାର ନାନା ପ୍ରଦର୍ଶନ ଆଡ଼କୁ ମଧ୍ୟ୍ୟ ଆକୃଷ୍ଟ ହୋଇ ଯାଇଥିଲା । ଉଚିତ ପଥରେ ଗତି କରିବାର ଦୃଢ଼ତାରେ ନିବିଷ୍ଟ ହୋଇ ରହିପାରିଲେ ତାହା ଏବେ ମଧ୍ୟ୍ୟ ଆମକୁ ବହୁ ଶକ୍ତି ପ୍ରଦାନ କରି ପାରିବ । ମାତ୍ର ଆପଣାର ସେହି ମୂଳଭୂତ ସ୍ପଷ୍ଟତାଟିରୁ ହାତଛଡ଼ା ହୋଇ ରହିଗଲେ ସେକଥା କେବେହେଲେ ସମ୍ଭବ ହେବନାହିଁ ।

 

ଆମେ ସ୍ମରଣ ରଖିବା ଯେ, ତନ୍ତ୍ରର ମାର୍ଗରେ ସତ୍ୟର ଗୋଟିଏ ପାଖକୁ ଖୁବ ମହତ୍ତ୍ୱ ଦେଇ ବିଚାର କରାଯାଇଛି; ଆମ ଜୀବନର ସର୍ବବିଧ ଉପଲବ୍ଧିରେ ଶକ୍ତିର ଅବଦାନ-ଦିଗଟିକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ଘୋଷଣା କରାଯାଇଛି । ହଁ, ଶକ୍ତି, ଆମର ଯେକୌଣସି ଆସ୍ପୃହା ଅର୍ଥାତ୍ ସାଧନାରେ ସର୍ବମୂଳ ହୋଇ ରହିଥିବା ସେହି ଶକ୍ତି । ପ୍ରାୟ ଏକାବେଳକେ ଅନ୍ୟ ପ୍ରାନ୍ତଟିରେ ଥାଇ ବେଦାନ୍ତ ଶକ୍ତି ବା ପ୍ରକୃତିକୁ ମାୟା ବୋଲି ଘୋଷଣା କରିଛି । ସେହି ମାୟାକୁ ମାୟା ବୋଲି ଜାଣିବାକୁ ହେବ ଓ ମାୟାର ଜଗତଟି ମଧ୍ୟ୍ୟରୁ ଆପଣାକୁ ପ୍ରତ୍ୟାହୃତ କରି ନେବାକୁ ହେବ । ପରମ ପୁରୁଷ କୌଣସି କ୍ରିୟା କରନ୍ତି ନାହିଁ, ସିଏ ବସ୍ତୁତଃ ଏହି ଜଗତରୂପୀ ମାୟାରୁ ଅଲଗା ହୋଇ ରହିଥାନ୍ତି । ଆମେ ତାଙ୍କୁ ହିଁ ଉପଲବ୍ଧି କରିବା, ଏକମାତ୍ର ସତ୍ୟ ଏବଂ ଶାଶ୍ୱତ ବୋଲି ଉପଲବ୍ଧି କରିବା । ମାୟାରେ ଭର୍ତ୍ତି ହୋଇ ରହିଥିବା ଏହି ଜଗତଟି ମଧ୍ୟ୍ୟରୁ ନିଜକୁ ଛିନ୍ନ କରି ରଖିଥିବା । ତେବେ ଯାଇ ପ୍ରକୃତି ମେଲାଇ ରଖିଥିବା ଏହି ଯାବତୀୟ ମାୟା ଅର୍ଥାତ୍ ପ୍ରବଞ୍ଚନାରୁ ଆପଣାକୁ ମୁକ୍ତ କରି ରଖିପାରିବା । କିନ୍ତୁ, ଯାବତୀୟ ପୂର୍ଣ୍ଣାଙ୍ଗ ବୋଧର କ୍ଷେତ୍ରଟିରେ ସେହି ସଚେତନ ପରମ ଆତ୍ଜା ହେଉଛନ୍ତି ସେହି ସର୍ବୋଚ୍ଚ ପରମ ପ୍ରଭୁ ଓ ଅନୁମନ୍ତା; ଏବଂ ତାଙ୍କରି ସେହି କିୟାତ୍ଜିକା ଶକ୍ତି ବଳରେ ହିଁ ଏହି ଜଗତ-ପ୍ରକୃତି ଏଠାରେ ପ୍ରତିଭାତ ହୋଇଛି । ଏଠାରେ ପୁରୁଷ ହେଉଛନ୍ତି ପରମ ସତ୍, ସେହି ଚେତନାମୟ ସ୍ୱୟମ୍ଭୁ,–ସର୍ବଦା ଶୁଦ୍ଧ ଏବଂ ଅନ୍ତହୀନ । ଶକ୍ତି ଓ ପ୍ରକୃତି ହେଉଛି ଚିତ୍,–ସେହି ପରମ ପୁରୁଷଙ୍କର ହିଁ ଆତ୍ଜଚେତନା-ଯୁକ୍ତ ସ୍ଥିତିଟି, ଶୁଦ୍ଧ ଏବଂ ଅନ୍ତହୀନ । ଦୁଇଟିଯାକ ବିନ୍ଦୁ ଯେଉଁଟିଦ୍ୱାରା ପରସ୍ପର ସହିତ ଯୁକ୍ତ ହୋଇ ରହିଛନ୍ତି ତାହାର ଗୋଟିଏ ପାଖରେ ପରମ ସ୍ଥିରତା ଓ ଆଉଗୋଟିଏ ପାଖରେ କ୍ରିୟାଯୁକ୍ତତା । ଯେତେବେଳେ ପରମ ପୁରୁଷ ଆପଣାକୁ ପରମା ଶକ୍ତିଙ୍କର କ୍ରିୟାଶୀଳତା ମଧ୍ୟ୍ୟରେ ଆଣି ଅଜାଡ଼ି ଦେଉଛନ୍ତି, ସେତେବେଳେ କ୍ରିୟାଟି ଆରମ୍ଭ ହୋଇ ଯାଉଛି, ଯାବତୀୟ ସୃଜନ ସମ୍ଭବ ହେଉଛି ଏବଂ ପରମ ଆନନ୍ଦର ଅନୁଭୂତି ହିଁ ଉପଲବ୍ଧ ହେଉଛି । ସୃଷ୍ଟିର ସେହି ସତତ-ସମ୍ଭାବନାର ଆନନ୍ଦଟି ।

 

କିନ୍ତୁ, ଯଦି ପରମ ଆନନ୍ଦ ହିଁ ସକଳ ସମ୍ଭାବନାକୁ ସୃଷ୍ଟି କରୁଛି ଏବଂ ଜନ୍ମ ଦେଉଛି, ତେବେ ତାହା ଆପଣାର ସାଧନରୂପେ ଏକ ତପଃଶକ୍ତିର ଅବଲମ୍ବନ କରୁଛି ଅର୍ଥାତ୍ ପରମ ପୁରୁଷଙ୍କର ସେହି ଚେତନାର ଶକ୍ତିଟିକୁ, ଯାହାକି ଏହି ଜଗତ୍-ଅସ୍ତିତ୍ୱଟି ମଧ୍ୟ୍ୟରେ ତାଙ୍କର ଅନନ୍ତ ସମ୍ଭାବନାରୂପେ ଅବସ୍ଥିତ ରହିଛି । ସେଇଥିରୁ ହିଁ ସର୍ବବିଧ ପ୍ରକୃତ ସତ୍ୟର ବୋଧସ୍ୱରୂପ ଗୁଡ଼ିକ ସମ୍ଭବ ହୋଇ ଆସୁଛନ୍ତି । ଶାସ୍ତ୍ରର ଭାଷାରେ ତାହାକୁ ବିଜ୍ଞାନ ବୋଲି କୁହାଯାଇ ଆସିଛି, ଯାହାକି ଏକ ସର୍ବଜ୍ଞାନସମର୍ଥ ତଥା ସର୍ବଶକ୍ତିବନ୍ତ ସେହି ପରମ ପୁରୁଷଙ୍କର ସ୍ଵୟମ୍ଭୂସ୍ଥିତିଟି ମଧ୍ୟ୍ୟରୁ ନିସୃତ ହେଉଛି । ସେଗୁଡ଼ିକ ଅବଶ୍ୟ ପରିପୂର୍ଣତା ଲାଭ କରିବେ ଏବଂ ସେଗୁଡ଼ିକ ମଧ୍ୟ୍ୟରେ ଏହି ମନ, ପ୍ରାଣ ତଥା ଜଡ଼ର ସନ୍ଦର୍ଭଭୂମିଟି ଉପରେ ପ୍ରକୃତି ଏବଂ ବିଧାନଟି ଉପସ୍ଥିତ ରହିଛି । ତେଣୁ, ସେହି ତପଃଟି ମଧ୍ୟ୍ୟରେ ସମସ୍ତ ଶକ୍ତି ନିହିତ ହୋଇ ରହିଛି ଓ ତାହାର ଅର୍ଥ ହେଉଛି ଯେ ସଂପୂର୍ଣ୍ଣ ଅବ୍ୟର୍ଥ ଭାବରେ ସେହି ବିଜ୍ଞାନସ୍ତରୀୟ ବୋଧଟି ନିଶ୍ଚୟ ପରିପୂର୍ଣତା ଲାଭ କରିବ । ଯାବତୀୟ ଯୋଗସାଧନାରେ ଏହି ସତ୍ୟଟିହିଁ ଭିତ୍ତିରୂପେ ଅବସ୍ଥିତ ହୋଇ ରହିଛି । ଏବଂ, ମନୁଷ୍ୟର ସ୍ତରକୁ ଆସି ତାହାକୁ ଆମେ ପରମ ଇଚ୍ଛାଶକ୍ତି ବୋଲି କହିବା, ଏକ ଦୃଢ଼ମୂଳ ସତତ ବିଶ୍ୱାସ ବୋଲି ହିଁ କହି ପାରିବା । ସେହି ଇଚ୍ଛାଶକ୍ତି ଯାହାକି ଏକ ପରମ ଜ୍ଞାନ ଦ୍ୱାରା ପରିପ୍ରେରିତ କରି ରଖିଥାଏ ଏବଂ ସେହି ଦିଗରେ ଆପଣାକୁ ସଫଳ ଭାବରେ ପରିଚାଳିତ କରିନିଏ ଏବଂ ଏକ ବିଶ୍ୱାସ, ଯାହା ପରମ ସତ୍ୟଚେତନାର ଏହି ନିମ୍ନତର ଭୂମିରେ ଅବଶ୍ୟ ପ୍ରକାଶ ଘଟିବ ବୋଲି ଅବଶ୍ୟ ଅନୁଭବ କରୁଥାଏ । ତେଣୁ, ଗୀତା ଗ୍ରନ୍ଥର ସେହି ବାକ୍ୟଟି ଅନୁସାରେ, ଆମ ଭିତରେ ସତକୁ ସତ ଯେଉଁଭଳି ବିଶ୍ୱାସଟିଏ ରହିଥାଏ, ଆମେ ପ୍ରକୃତରେ ତାହାହିଁ ହେଉ । ସେହି ବିଶ୍ୱାସ ଅର୍ଥାତ୍ ଶ୍ରଦ୍ଧା ହିଁ ଆମ ଜୀବନକୁ ଅନୁରୂପ କରି ଗଢ଼ି ଆଣୁଥାଏ ।

 

କ’ଣ ସେହି ବିଶ୍ୱାସ ଅର୍ଥାତ୍ ସେହି ଶ୍ରଦ୍ଧା ? ଆମର ପାଣ୍ଡିତ୍ୟ ଆମର-ଭଣ୍ଡାରଭରି ଜ୍ଞାନକୁ କେତେ ନା କେତେ ଭବ୍ୟତାର ମଣ୍ଡନ ଦେଇ ଗଦା କରି ରଖିଥାଏ । ଆପଣାର ସେହି ଜାଣିବା ବୃତ୍ତିଟାକୁ ଦେଖି ଓ କଳନା କରି ଅନେକ ସମୟରେ ଆମେ ନିଜେ ମଧ୍ୟ୍ୟ ଭାରି ଆଚମ୍ବିତ ହୋଇ ଯାଉଥିବା ଏବଂ ଆମ ଭିତରର ସେହି ଜ୍ଞାନୀଟି ଆଡ଼କୁ ଅନାଇ କେତେ ହୃଷ୍ଟ ମଧ୍ୟ୍ୟ ନହେଉଥିବା ! ଆମ ପୃଥିବୀରେ ସେହି ଜ୍ଞାନପରିମାଣଟା ହିଁ ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛି । ପୂର୍ବର ତୁଳନାରେ କାଳକ୍ରମେ ସଂପ୍ରତି ଦଶଗୁଣ ବେଗରେ ବୃଦ୍ଧି ପାଉଛି । ଜାଣିବାର ସେହି ବୃତ୍ତିଗୁଡ଼ାକୁ ନେଇ ଗୋଟାଏ ଆଖିବୁଜା ପ୍ରତିଯୋଗିତା ଆମ ମନୁଷ୍ୟମାନଙ୍କୁ ମଜ୍ଜାଇ ରଖିଛି । ଆମେ ଆପଣାର ଏହି କ୍ଷୁଦ୍ର ଏବଂ ବୃହତ୍ ପୃଥିବୀଗୁଡ଼ିକରେ ଯେଉଁସବୁ ସମସ୍ୟାଗୁଡ଼ିକ ଦ୍ୱାରା ଛନ୍ଦିହୋଇ ରହିଛୁ, କେତେ ପରିଚ୍ଛନ୍ନ ଭାବରେ ଆମ ପାଣ୍ଡିତ୍ୟଟା ତାହାର ବିଶ୍ଳେଷଣ କରି ପାରୁଛି । ବିଶ୍ଳେଷଣ ଅନୁସାରେ ସମାଧାନମାନେ ମଧ୍ୟ୍ୟ ମହଜୁଦ ରହିଛନ୍ତି । ତଥାପି ଆଦୌ ପ୍ରାୟ କିଛିହେଲେ ଛିଣ୍ଡି ପାରୁନାହିଁ । ଆଦୌ କୌଣସି ପ୍ରକାରେ ପୂର୍ଣ୍ଣସଂକଳ୍ପ ହୋଇ ମନୁଷ୍ୟମାନେ କିଛି କରୁନାହାନ୍ତି । ସେହି ଅସମର୍ଥତାର କେତେ ପ୍ରତିକ୍ରିୟା ସ୍ୱରୂପ ଏଣେ ନୈରାଶ୍ୟ ବଢୁଛି ଏବଂ ପୃଥିବୀଟା ଭୀରୁ ହୋଇ ଯାଉଛି । ଆମେ ସମସ୍ତେ ଭୀରୁ ହୋଇ ଯାଉଥିବାରୁ ତ ଆମର ଯାବତୀୟ ଦୁର୍ଗତି ଲାଗି ଅନ୍ୟମାନଙ୍କୁ ଦାୟୀ କରୁଛୁ ଏବଂ ଏକାଧିକ ଧୂର୍ତ୍ତତା ସହିତ ଆପେ ସେହି ଉତ୍ତାପଟି ମଧ୍ୟ୍ୟରୁ ଲୁଚି ରହିଯାଇ ପାରୁଛୁ । ଇଚ୍ଛାଶକ୍ତିର ଅଭାବ ରହିଛି । ଉଚିତ ସମାଧାନଟିଏ ପ୍ରକୃତରେ କରି ଏକ ସୁସ୍ଥତର ସମ୍ପର୍କୀୟତାରେ ଆଉଗୋଟିଏ ପ୍ରକାରେ ନିଜ ଜୀବନକୁ ବଞ୍ଚିବା ଏବଂ ତେଣୁ ତାହାରି ଏକ ଅପରିହାର୍ଯ୍ୟ ପଦକ୍ଷେପ ରୂପେ ପରସ୍ପରକୁ ଲୋଡ଼ିବା ଓ ଯଥାର୍ଥ ପରିମଳଗୁଡ଼ିକୁ ରକ୍ଷା କରି ପରସ୍ପରକୁ ଥାନ ଛାଡ଼ିଦେବା ଏବଂ ବାଟ ଛାଡ଼ିଦେବା, ଏହି ପୃଥିବୀରେ ସେହି କଥାଟି ମୋଟେ ସମ୍ଭବ ହେଉନାହିଁ । ଏକ ମିଛ ବାସ୍ତବବାଦର କୁମନ୍ତ୍ରଣା ଭିତରେ ମଣିଷମାନେ ତେଣୁ ଅକର୍ତ୍ତବ୍ୟପ୍ରାୟ ହୋଇ ରହିଛନ୍ତି ଓ ଏହି ଚିହ୍ନ ଅର୍ଦ୍ଧସତ୍ୟଗୁଡ଼ିକ ମଧ୍ୟ୍ୟରେ ହନ୍ତସନ୍ତ ହେଉଛନ୍ତି ।

 

ବିଶ୍ଵାସର ବିଲୁପ୍ତି ଘଟିଛି । ନିଜ ଉପରେ ବିଶ୍ୱାସର, ପରସ୍ପର ଉପରେ ବିଶ୍ୱାସର, ପୃଥିବୀଟି ଯେ ଏକ ବିଶ୍ୱାସକୁ ମୂଳ କରି ଚାଲି ଆସିଛି ଏବଂ ଚାଲିବ, ସେହି ସତ୍ୟଟିର । ଅର୍ଥାତ୍ ଏକ ଈଶ୍ୱର-ବିଶ୍ୱାସର । ଈଶ୍ୱର-ବିଶ୍ୱାସଟିର ଅଭାବ ରହିଛି ବୋଲି ତ ମନୁଷ୍ୟମାନେ ଯଥାର୍ଥ ଶ୍ରଦ୍ଧା ଦେଇ ସମଗ୍ର ପୃଥିବୀଟିକୁ ଦେଖି ପାରୁନାହାନ୍ତି । ତୁଚ୍ଛା ନିଜନିଜର ଅଭ୍ୟସ୍ତ କଣ୍ଢେଇମାନଙ୍କୁ ନେଇ କଳହରତ ହୋଇ ରହିଚନ୍ତି । ନିଜନିଜର ଗେହ୍ଲା ଏବଂ ଚିହ୍ନା ନାନା ଧ୍ୱଜାମାନଙ୍କୁ ଧରି ମତ୍ତ ହୋଇ ବାହାରି ପଡ଼ିଛନ୍ତି । ଅଥାତ୍ ଅସଲ ଶ୍ରଦ୍ଧାଟିର ଘରେ କୋଲପ ପଡ଼ିଛି । ଅସଲ ଶ୍ରଦ୍ଧାଟି ହେଉଛି ଈଶ୍ଵରଶ୍ରଦ୍ଧା, ଏକ ଅତୁଟ ଏବଂ ଦୃଢ଼ଭିତ୍ତିଯୁକ୍ତ ପୃଥ୍ୱୀଶ୍ରଦ୍ଧା ଏବଂ ଯାବତୀୟ ଜଙ୍ଗଲୀଜାତୀୟ ଖଣ୍ଡଶ୍ରଦ୍ଧାରେ ସେଇଟି ଏବେ ଖୁବ୍ ନିପୁଣ ଭାବରେ ସତେଯେପରି ପୂରା ପୋତି ହୋଇ ପଡ଼ିଛି । ତେଣୁ, ଶାସ୍ତ୍ରର ସେହି ବାକ୍ୟଟି ଅନୁସାରେ, ଆମ ପ୍ରତ୍ୟେକଙ୍କର ଶ୍ରଦ୍ଧା ଯେଉଁଠି, ଆମେ ପ୍ରତ୍ୟେକେ ପ୍ରକୃତରେ ସେଇଠି । ଆମ ଈଶ୍ୱର ମଧ୍ୟ୍ୟ ସେଇଠି ଏବଂ ଆମ ପୃଥିବୀଟିର ଦୈର୍ଘ୍ୟପ୍ରସ୍ଥଟି ମଧ୍ୟ୍ୟ ତାହାରିଦ୍ୱାରା ନିର୍ଦ୍ଧାରିତ ହୋଇ ରହିଛି । ଆମର ଜ୍ଞାନଗତ ଯାବତୀୟ ପାଣ୍ଡିତ୍ୟ ଏବଂ ଆମ ବହୁଦକ୍ଷତାର ସର୍ବବିଧ ବାହାଦୂରୀ ଆମ ବଞ୍ଚିବାର ଅସଲ ଶ୍ରଦ୍ଧାଟିକୁ ହୁଏତ ବହୁବିଧ ଅନ୍ୟକୁଶଳତା ଦ୍ୱାରା ଢାଙ୍କି ରଖିଛି ଓ ଆମକୁ ନାନା ମାର୍କାର ଅଫିମ ଦ୍ୱାରା ଭୁଲାଇ ବି ରଖିଛି । ପୃଥିବୀଟା ଯାକ ସତେଅବା ସେହି ଅଫିମଗୁଡ଼ାକ ମଧ୍ୟ୍ୟରେ ଯାବତୀୟ ଗୋଳ ଲାଗି ରହିଛି ଏବଂ ଏକ ଏକାନ୍ତ ସତକଥା ଯେ, ଆମର ମେଧାଗୁଡ଼ିକ ସେହି ଗୋଳଗୁଡ଼ିକର ହିଁ ପରିଚର୍ଯ୍ୟା କରୁଛନ୍ତି । ଶ୍ରଦ୍ଧା ହିଁ ଆମକୁ ସଂପୃକ୍ତ କରି ରଖନ୍ତା,–ଆମ ଭିତରେ ତଥା ବାହାରେ ସର୍ବୋତ୍ତମଗୁଡ଼ିକ ସହିତ ଆମକୁ ଯୋଡ଼ି ଆଣିପାରନ୍ତା । ଖଣ୍ଡଶ୍ରଦ୍ଧା ଗୁଡ଼ିକ ମଧ୍ୟ୍ୟରୁ ବାହାରି ଆମେ ଅସଲ ଶ୍ରଦ୍ଧାଟିର ନିକଟବର୍ତ୍ତୀ ହୁଅନ୍ତେ, ସକାରାତ୍ଜକ ଭାବରେ ଏହି ଜୀବନର ମୂଳଭୂତ ହଁ’ ଗୁଡ଼ିକ ସହିତ ଯୋଡ଼ି ହୋଇ ଆସନ୍ତେ ।

 

ଏବଂ ସେଇଟି ସକାଶେ ଯୋଗର ଏହି ଯାବତୀୟ ପ୍ରୟାସ, ଆମକୁ ଏକ ମୂଳ ବିଶ୍ଵାସଟି ସହିତ ସମ୍ପୃକ୍ତ କରି ରଖିବାର ସେହି ପ୍ରୟାସଟି । ଆମ ପ୍ରତ୍ୟେକଙ୍କ ଭିତରେ ଅପେକ୍ଷା କରି ରହିଥିବା ଅଧିକରୁ ଅଧିକ ଯୁକ୍ତ ହୋଇ ପାରିବାର ଧର୍ମଟି ଉପରେ ଏକ ବିଶ୍ଵାସ । ମୁଁ ଯେତିକି ବୋଲି ପ୍ରତୀତ ହେଉଛି, ସେତିକିଠାରୁ ବହୁତ କିଛି ଅବଶ୍ୟ । ହେବି; ଏହି ପୃଥିବୀ ମୋତେ ଯେତିକି ବୋଲି ଦେଖାଯାଉଛି, ତାହାଠାରୁ ବହୁତ ଅଧିକ ହେବାର ଏକ ସମ୍ଭାବନାକୁ ବହନ କରି ରହିଛି,–ତାହାରି ଉପରେ ବିଶ୍ୱାସ । ସେହି ବିଶ୍ଵାସ ମୋ’ର ଇଚ୍ଛାଶକ୍ତିଟିକୁ ଜାଗୃତ କରି ଆଣିବ । ପୂର୍ଣ୍ଣାଙ୍ଗ ଯୋଗର ଏହି ବିଶ୍ୱାସ ତେଣୁ ଏହି ପୃଥିବୀର ସେହି ନିୟତିଟିକୁ ସମ୍ମୁଖରେ ସଚେତନ ଭାବରେ ରଖି ଏକ ବିଶ୍ୱାସ ଏବଂ ଆପଣା ଆସ୍ପୃହାର ଯାବତୀୟ ଦୈର୍ଘ୍ୟ ଏବଂ ପ୍ରସ୍ଥରେ ସେଇଟି ସହିତ ସଂପୃକ୍ତ କରି ରଖିବା । ଖାସ୍ ନିଜପାଇଁ କିଛି ଲାଭ କରିବାର ଯେତେ ଯେତେ ଚାରଣା ତଥା ଚର୍ଯ୍ୟା ଆମ ଜୀବନରେ ରହିଆସିଛି ଏବଂ ଏବେ ମଧ୍ୟ୍ୟ ରହିଛି, ସେଥିରେ କେତେ କେତେ ନିଷ୍ଠାରେ ସତେଅବା ନିଜଲାଗି ନାନା ସାମର୍ଥ୍ୟମାନ ହାସଲ କରିବାର ଉଦ୍ୟମଟା ପ୍ରବଳ ହୋଇ ରହିଛି । ଆମେ ପ୍ରତ୍ୟେକେ ଏହି ଅର୍ଥରେ ପୃଥିବା ସହିତ ଭଗବାନଙ୍କ ସହିତ ଯୁଦ୍ଧରତ ହୋଇ ରହିଛୁ । ନିଜ ଭିତରେ ବହୁବିଭକ୍ତ ହୋଇ ରହିଛୁ । ସମଗ୍ର ପୃଥିବୀଟିକୁ ଆପଣାର ଉତ୍ତରାଧିକାର ରୂପେ ଗ୍ରହଣ କରନେଇ ପାରୁନାହୁଁ, ପରସ୍ପରକୁ ମଧ୍ୟ୍ୟ କୌଣସି କପଟଶୂନ୍ୟ ବିଶ୍ୱାସରେ ଗ୍ରହଣ କରି ପାରୁନାହୁଁ । ଆମର ବୁଦ୍ଧିମତ୍ତାମାନେ ଆମକୁ ଏହି ପରି ଦୁର୍ଗତି ମଧ୍ୟ୍ୟରେ ପଡ଼ି ରହିବାରେ ସହାୟତା କରୁଛନ୍ତି । ଆମର ଇଶ୍ୱରମାନେ ହୁଏତ ସେହି କାରଣରୁ ଭାରି ଖଣ୍ଡିଆ ହୋଇ ରହିଛନ୍ତି-। ଅର୍ଥାତ୍, ଆମର ଶ୍ରଦ୍ଧା ବୃଦ୍ଧି ପାଇବ, ବିଶ୍ୱାସ ବଢ଼ିବ । ଆମର ଆତ୍ଜଶ୍ରଦ୍ଧାମାନେ ଏକ ଜୀବନଶ୍ରଦ୍ଧାକୁ ରୂପାନ୍ତରିତ ହୋଇଯିବେ । ଆମ ଈଶ୍ଵରଶ୍ରଦ୍ଧା ଦେଇ ଆମେ ଜୀବନଶ୍ରଦ୍ଧାକୁ ବୁଝିବା, ଜୀବନଶ୍ରଦ୍ଧାର ଦର୍ପଣ ଉପରେ ନିଜ ଈଶ୍ୱରଶ୍ରଦ୍ଧାଟିର କଳନା କରିବାରେ ସମର୍ଥ ହେବା ।

 

ଆମର ଇଚ୍ଛାଶକ୍ତି ଆମ ବିଶ୍ୱାସକୁ ଥଳଟିଏ ଯୋଗାଇଦେବ ଓ ଆମର ବିଶ୍ୱାସ ଆମ ଇଚ୍ଛାଶକ୍ତିକୁ ବେଗ ପ୍ରଦାନ କରିବ । ଭାରତୀୟ ତନ୍ତ୍ର ପରମ୍ପରାରୁ ଏକ ଜୀବନଯୋଗର ଆସ୍ପୃହା ରଖିଥିବା ଆମେ ମନୁଷ୍ୟମାନେ ଅବଶ୍ୟ ସେଥିଲାଗି ବହୁତ ପ୍ରେରଣା ପାଇ ପାରିବା । ଉଚିତ ବାଟଗୁଡ଼ିକୁ ଆବିଷ୍କାର କରିନେଇ ପାରିବା । ତନ୍ତ୍ରରେ ସେହିପରି ଏକ ଉନ୍ମୀଳନକାରୀ ଶକ୍ତିର ଆବେଦନ ରହିଥିଲା ବୋଲି କୌଣସି ଏକ କାଳରେ ଆମ ନେତିବାଦୀମାନେ ତାହାକୁ ହୁଏତ ଡରିଲେ ଏବଂ ସେଥିଲାଗି ତାହାକୁ ପଂକ୍ତି ଭିତରେ ରଖିବାରେ ଅନିଚ୍ଛା ପ୍ରକାଶ କରିଥିଲେ । ଏକ ଆତ୍ଜବିଶ୍ୱାସ-ଅପହରଣକାରୀ ମେଦିନୀତତ୍ତ୍ୱ ହିଁ ଆମ ଜୀବନକଳନାର ମେରୁଦଣ୍ଡକୁ ବଳହୀନ କରିଦେଲା । ଦର୍ଶନର ଚର୍ଚ୍ଚା ଆମ ଜୀବନକୁ କୌଣସି ଉଦ୍‌ବୋଧନ ଆଣି ଦେଲାନାହିଁ ଏବଂ ଏକ ବାଟ ଚାଲିବାଦ୍ଵାରା ଯାବତୀୟ ଦର୍ଶନକୁ ସତ ପ୍ରତ୍ୟୟଟିଏ ମିଳିପାରିବ ବୋଲି ଆମ ବିଦ୍ୟାର୍ଣ୍ଣବ ପଣ୍ଡିତମାନେ ସତେଅବା ଅତ୍ୟନ୍ତ ସଚେତନ ଭାବରେ ଲୁଚାଇ ରଖିଲେ । ସେମାନେ ଭାବନାବିଳାସର ନିଷ୍ଠାପର ଶବ୍ଦମନ୍ଥନ ମଧ୍ୟ୍ୟରେ ଏକାବେଳେକେ ବିଲଗ ହୋଇ ରହିଲେ । ଏବେ ମଧ୍ୟ୍ୟ ଭାରତବର୍ଷର ପାଣ୍ଡିତ୍ୟଗୁଡ଼ାକ ପ୍ରଧାନତଃ ଏକ ଶାବ୍ଦିକତା ଭିତରେ ପୂରା ଶୁଖିଲା ଭିତରେ ଅଲଗ ଓ ଅପହଞ୍ଚ ହୋଇ ରହିବାରେ–ଅଧିକ ସୁଖ ପାଉଛି କି ? ଇଚ୍ଛାଶକ୍ତି ନାହିଁ, ବିଶ୍ୱାସ ବି ନାହିଁ; ତୁଚ୍ଛା ଗୋଟାଏ ବାଚାଳ କ୍ଲୀବତ୍ୱ ହିଁ ଗାଦୀଗୁଡ଼ାକ ଉପରେ ଯାଇ ବସିଛି । ଆମ ଯୋଗୀମାନେ ମଧ୍ୟ୍ୟ ଆମ ପାଖରୁ ଦୂରଛଡ଼ା ହୋଇ ରହିଛନ୍ତି ଏବଂ ସେହି ବହୁଦୂରରେ ଥାଇ ହିଁ ନାନା ନୀତି-ଉପଦେଶର ଅବତାରଣା କରୁଛନ୍ତି । ଉପରର ଜାଣିଥିବାମାନେ କାଳଟାକୁ ବହୁ ବକ୍ରତାଦ୍ୱାରା ବୋକା ପରି କରି ରଖିଛନ୍ତି ଏବଂ ତଳେ ଥାଇ କେବଳ ସହିବାରେ ଲାଗିଥିବା ଅପର ପକ୍ଷଟା ସହିବାରେ ଲାଗିଛି । ପ୍ରତିବାଦ କରିବାକୁ ମଧ୍ୟ୍ୟ ଶକ୍ତି ନାହିଁ ।

 

ତେଣୁ, ଯାହାକିଛି ଆରମ୍ଭ ହେବ, ତାହା ଏହିଠାରୁ ଆରମ୍ଭ ହେବ । ଏହି ପ୍ରକୃତିକୁ ନେଇ ଆରମ୍ଭ ହେବ । ପ୍ରକୃତିକୁ ମାୟା ବୋଲି କହି ମୋଟେ ଉଡାଇଦେଇ ହେବନାହିଁ । ସତ୍ୟ ଯାଇ ସେହି ଦୂରରେ, ବହୁ ଦୂରରେ ବୋଲି କହି ଆଉ ପଳାଇ ଯାଇ ହେବନାହିଁ । ଯାବତୀୟ ଆରମ୍ଭ ଏହିଠାରୁ ହେବ । ଭାରତବର୍ଷରେ ତ ସତେଅବା ଏକ ଦୁର୍ଗତି ହେତୁ ଅଧ୍ୟ୍ୟାତ୍ଜ କହିଲେ ପ୍ରବରମାନେ କେତେଟା ଶାସ୍ତ୍ରରୁ ହିଁ ଉଚ୍ଚ ଉଚ୍ଚ ଉକ୍ତିମାନ ଉଦ୍ଧାର କରି ଆମକୁ ଭଣ୍ଡାଇ ଦେଉଛନ୍ତି । ସଂସ୍କୃତି କହିଲେ ସେମାନେ ଅତୀତର ସେହି କୋଉ କାଳେ ଫଳିଥିଲା ବୋଲି କଳ୍ପନା କରା ଯାଉଥିବା ମଣ୍ଡାଫଳ ଗୁଡ଼ିକ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଉଛନ୍ତି । ବର୍ତ୍ତମାନ ବସ୍ତୁତଃ କେଉଁଠିହେଲେ ନାହିଁ । ଆମେ ସତକୁ ସତ ଯେଉଁଠାରେ ଅଛୁ, ସେହିଠାରୁ ଯେ କେବଳ ଆରମ୍ଭ କରିବାକୁ ହେବ ତା' ନୁହେଁ, ତାହାହିଁ ସକଳ ଯୋଜନା ଓ କଳ୍ପନାରେ ଆମ ପ୍ରୟାସର ଏକମାତ୍ର କ୍ଷେତ୍ର ହୋଇ ରହିବ । ଆମର ଯାବତୀୟ ସାଧନା ତଥା ତତ୍ପରତା ସେହି ପ୍ରକୃତିର କ୍ଷେତ୍ରରେ ପ୍ରକୃତରେ କ’ଣ କରୁଛି ବା ନକରୁଛି, ସେଇଟିରୁ ହିଁ ତାହାର ବିଚାର ହେବ । ଆପଣାର ଆସ୍ପୃହାଟିକୁ ଲଗାଇ ଆମେ ସତତ ଯେଉଁ ଉଚ୍ଚ ଦିଗ୍‍ବଳୟ ଗୁଡ଼ିକୁ ଘ୍ରାଣ କରିବାରେ ଲାଗୁଛୁ ଏବଂ ଉଲ୍ଲସିତ ହୋଇ ପାରୁଛୁ, ଆମ ପ୍ରକୃତିର ଏହି ସଦାନିୟତ ଭୂମିଟି ଉପରେ ହିଁ ତାହାର ସର୍ବବିଧ ପ୍ରାସଙ୍ଗିକତା ରହିଛି । ତେଣୁ, ସ୍ପଷ୍ଟତଃ ସେହି ଗୋଟିଏ କଥା,–ଏହି ପ୍ରକୃତିର ହିଁ ପରିବର୍ତ୍ତନମାନ ଘଟିବ, କଳ୍ପିତ ଉଚ୍ଚ ଦିଗ୍‍ବଳୟମାନେ ଆମର ଏହି ପ୍ରକୃତିର ଭୂମି ଉପରକୁ ଅବତୀର୍ଣ୍ଣ ହୋଇ ଆସିବେ । ଉଭୟ ଆମର ବ୍ୟକ୍ତିଗତ ତଥା ସାମୂହିକ ଜୀବନକୁ କ୍ଷେତ୍ରରୂପେ ସ୍ୱୀକାର କରିନେଇ ।

 

ସେଇଟି ନିମନ୍ତେ ଏକ ସମର୍ଥ ଇଚ୍ଛାଶକ୍ତି ଓ ବିଶ୍ୱାସ । ଏହି ପ୍ରକୃତି ବଦଳିବ, ଅର୍ଥାତ୍ ସେଥିରେ ରହି ଆସିଥିବା ବାଡ଼ଗୁଡ଼ିକ ଉଠିଯିବ ଏବଂ ଏକ ସଂପ୍ରସାରଣ ଘଟିବ । ମୁଁ ଏତିକି ମଧ୍ୟ୍ୟରୁ ଏକ ବୃହତ୍ତର ମଧ୍ୟ୍ୟକୁ ସଂପ୍ରସାରିତ ହୋଇଯିବ ଏବଂ ସେହି ବୃହତ୍ତରଟି ମଧ୍ୟ୍ୟ ମୋ’ର ପରମାତ୍ଜୀୟ ପରି ମୋ’ର ଏହି ଅତିକ୍ଷୁଦ୍ରଟି ମଧ୍ୟ୍ୟକୁ ପ୍ରବେଶ କରିବ ଓ ମୋତେ ଦୀକ୍ଷିତ କରିନେବ-। ଏକ ବିମୋଚନ ଘଟାଇବ । ଏବଂ ସେଇଥିପାଇଁ ହିଁ ଯୋଗ । ଯୋଗ ଅର୍ଥାତ୍ ଯୁକ୍ତ ହେବା, ନିମିତ୍ତଟିଏ ହେବା, ଧନ୍ୟ ହେବା । ପଳାୟନମାନେ ତ ସେତେବେଳ ଯାଏ ହେବାରେ ଲାଗିଥାନ୍ତି, ଯେତେବେଳ ଯାଏ ମୁଁ ଆପଣାର ପ୍ରକୃତିଟିକୁ ସତେଅବା ଆପଣାର ସତ୍ୟତମ ଇଚ୍ଛାଟି ପାଖରୁ ଲୁଚାଇ ରଖିଥାଏ । ଯେତେବେଳ ଯାଏ ମନୁଷ୍ୟମାନେ ପରସ୍ପରକୁ ଭୟ କରୁଥାଆନ୍ତି, ସେତେବେଳ ଯାଏ ପରସ୍ପରଠାରୁ ନିଜକୁ ଲୁଚାଇ ରଖିଥାନ୍ତି । ଖୁବ୍ ସମ୍ଭବ ଆପଣାକୁ ମଧ୍ୟ୍ୟ ଏକ ପୂର୍ଣ୍ଣପରସ୍ତ ସହଜତାରେ ଦେଖିବାକୁ ଭୟ କରୁଥାନ୍ତି । ଆମ ସବୁରି ଭିତରେ ଶିଖରଟି ଯେ ସେଇ ଗୋଟିଏ, ସେମାନେ ସେହି ସତ୍ୟଟିକୁ ଭୟ କରୁଥାନ୍ତି କି ? ଯୋଗର ମାର୍ଗ ଆମକୁ ସେହି ଭୟଟି ମଧ୍ୟ୍ୟରୁ ମୁକ୍ତ କରି ଆଣିବ । ଏହିପରି ଭାବରେ ଭୟମୁକ୍ତ ହୋଇପାରିଲେ ଆମେ ଏକ ନୂତନ ନେତ୍ରର ପରିଚୟରେ ଆପଣାକୁ ଜାଣିବାରେ ଅର୍ଥାତ୍‍ ଆପଣାର କରିନେବାରେ ସମର୍ଥ ହେବା, ଆମକୁ ନାନାଭଳି ଘରର ନିର୍ଭର ଦେବାରେ ଲାଗିଥିବା ଏହି ପୃଥିବୀଟିକୁ ବି ଜାଣିବା । ପୃଥିବୀକୁ ଅର୍ଥାତ୍ ନାନା ଖିଅରେ ଆମ ପରସ୍ପରକୁ ବାନ୍ଧି ରଖିଥିବା ଡୋରମାନଙ୍କୁ ମଧ୍ୟ୍ୟ ବଞ୍ଚିପାରିବା । ତା’ପରେ ପୃଥିବୀଟିକୁ ଆଉ କିଏ କାହିଁକି ମାୟା ବୋଲି କହିବ, ଏହି ପୃଥିବୀରେ କେହି କାହାରି ନୁହନ୍ତି ବୋଲି କହିବା ପାଇଁ କାହିଁକି ବା ମନ ବଳିବ ? ଈଶ୍ୱର ମଧ୍ୟ୍ୟ ଏହି ପୃଥିବୀରେ ଦୃଶ୍ୟ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ମୁଁ ଏଠାରେ ବୁଡ଼ିଗଲି ଏବଂ ଭାସିଗଲି ବୋଲି ଆର୍ତ୍ତନାଦ କରିବାକୁ ଆଉ କାହିଁକି ଇଚ୍ଛା ବି ହେବ ? ତେଣୁ, ଯୋଗର ମାର୍ଗ ଏକ ପଳାଇ ଯିବାର ମାର୍ଗ ଆଦୌ ନୁହେଁ । ତାହା ଯୁକ୍ତ ହେବାର, ଯୁକ୍ତ ହୋଇ ରହିବାର ତଥା ଯୁକ୍ତ ହୋଇ ବଞ୍ଚିବାର ମାର୍ଗ । ଏକ ପଳାୟନକାମୀ ଲମ୍ଫପ୍ରଦାନ ଆଦୌ ନୁହେଁ । ସକଳ ଅର୍ଥରେ ଏକ ଯଥାର୍ଥ ଅଧ୍ୟ୍ୟାତ୍ଜ ଆଡ଼କୁ ମନ ବଳିଲେ ଯେ ଆମେ ଯାବତୀୟ କାତରତା ପରିତ୍ୟାଗ କରି, ଆମେ ଯେଉଁଠାରେ ଅଛୁ, ସେହିଠାରୁ ଆରମ୍ଭ କରିବାର ସେହି ମାର୍ଗଟି ହେଉଛି ଯୋଗର ମାର୍ଗ । ଏକ ଅଧ୍ୟ୍ୟାତ୍ଜ ନିଷ୍ପତ୍ତିର ମାର୍ଗ । ମୁଁ ଈଶ୍ୱରଙ୍କର ନିକଟରେ ରହିଛି ବୋଲି ଏକ ସହଜ ଅନୁଭବର ମାର୍ଗ । ଏଇଠି ଥାଇ ଏକ ଶିଖର-ଅନୁଭୂତିର ମାର୍ଗ ।

 

ସାଧନାଟି ଧର୍ମତଃ ମନୋବୈଜ୍ଞାନିକ; ଆମ ପ୍ରକୃତିକୁ ସନ୍ଦର୍ଭରୂପେ, ମୂଳପୁଞ୍ଜି ରୂପେ ଗ୍ରହଣ କରି । ଆମେ ଯେଉଁଠାରେ ରହିଛୁ ଓ ଜୀବନନାମକ କାରବାରଟିରେ ନିଜକୁ ସଂପୃକ୍ତ କରି ରଖିଛୁ, ସେଇଟି ଆମର ପ୍ରକୃତି । ପାରମ୍ପରିକ ଦର୍ଶନ ତଥା ନୀତିଶାସ୍ତ୍ର ମାନଙ୍କରେ କେଉଁସବୁ କେତେ କେତେ ଉଚ୍ଚ କଳ୍ପନାମାନ ଲେଖା ହୋଇ ରହିଛି । ନିଜର ଜୀବନକୁ ସାର୍ଥକ କରିବାକୁ ହେଲେ ସେଗୁଡ଼ିକର ଅର୍ଜନ କରିବାକୁ ସୁଧୀମାନେ କେତେ କେତେ କଥାର ଉଚ୍ଚାଟନ ବି କରି ଯାଇଛନ୍ତି । ସେହିସବୁ ମହାନ୍ ଆଦର୍ଶ ହିଁ ଆମ ଜୀବନଗୁଡ଼ିକୁ ତା’ର ପ୍ରକୃତ ମହିମା ଇତ୍ୟାଦିକୁ ଆଣି ଦେଇଯିବ ବୋଲି ପୂରା ଭାବୁକତା ଗୁଡ଼ାକର ଆଶ୍ରୟ ନେଇ କେତେ କେତେ ଉଜ୍ଜ୍ୱଳତାଯୁକ୍ତ ବୟାନମାନ ଦିଆଯାଇଛି । ପ୍ରାୟ ଏକ ଅନୁରୂପ ଉତ୍ସାହରେ ଧର୍ମମାନଙ୍କର ପ୍ରଚାର କରାଯାଇଛି । କିନ୍ତୁ, ମନୁଷ୍ୟର ପ୍ରକୃତି ଯେଉଁଠାରେ ରହିଛି, ଆମକୁ ସର୍ବଥା ସେହିଠାରୁ ଆରମ୍ଭ କରିବାକୁ ହେବ ବୋଲି ଆମ ପାଖକୁ ଆସି କହି ପାରିବାର ସାହସ ବିଜ୍ଞାନ ହିଁ କରି ଆସିଛି । ଆମର ଦେହ, ଆମର ପ୍ରାଣ ଓ ଆମର ମନକୁ ନେଇ ଆମ ଜୀବନ କର୍ମଟିକୁ ଆକାର ଦେଉଥିବା ପ୍ରକ୍ରିୟାଟିର ଅଧ୍ୟ୍ୟୟନ ମନୋବିଜ୍ଞାନ କରିଛି । ଆମ ମାନବୀୟ ପ୍ରକୃତି ଯେ ଯାବତୀୟ ଅର୍ଥରେ ଏକ ସମ୍ଭାବନାର ସଦାଆକର୍ଷକ ଭୂମି, ମନୋବିଜ୍ଞାନ ସେହି ସତ୍ୟଟିର କ୍ରମୋଦ୍‌ଘାଟନ କରାଇ ଆଣିଛି-। ସେହି ପ୍ରକୃତିକୁ ଏକ ସଂପୂର୍ଣ୍ଣ ସଙ୍ଗତି ସହିତ ଏପରି ଗୋଟିଏ ପାଦଦେଶ ବୋଲି ଉପଲବ୍ଧି କରି ହେବ, ଯାହା ମଧ୍ୟ୍ୟରେ କି ସମ୍ଭାବ୍ୟ ଶିଖରଗୁଡ଼ିକ ପ୍ରଚ୍ଛନ୍ନ ହୋଇ ରହିଛନ୍ତି । ଶ୍ରୀ ଅରବିନ୍ଦ ସେହିପରି ଏକ ମନୋବୈଜ୍ଞାନିକ ଦୃଷ୍ଟିରୁ ଆପଣାର ଆଲୋଚନା ଆରମ୍ଭ କରିଛନ୍ତି । ପାଦଦେଶରୁ ଶିଖରଗୁଡ଼ିକୁ ଘ୍ରାଣ କରିଛନ୍ତି ଏବଂ ତାଙ୍କର ନିଜ ଭାଷାରେ ଯୋଗନାମକ ସେହି ସାଧନାଟିକୁ ସମ୍ପୂର୍ଣତଃ ଏକ Practical Psychology ବା ପ୍ରୟୋଗଧର୍ମୀ ମନୋବିଜ୍ଞାନ ବୋଲି କହିଛନ୍ତି-

 

ଇତିହାସରେ ସର୍ବବିଧ ଆଧ୍ୟ୍ୟାତ୍ଜକୁ ପ୍ରାୟ ଏକ ଅନାଧ୍ୟ୍ୟାତ୍ଜକ ବଳପ୍ରୟୋଗ ଦ୍ୱାରା ମନୁଷ୍ୟମାନଙ୍କ ଉପରେ ଆଣି ଲଦି ଦିଆଯାଇଛି । ସତେ ଯେପରି କୌଣସି ଋଷି ବା ମୁନି କୌଣସି ଦୂର ପାର୍ବତ୍ୟ ଅଞ୍ଚଳରୁ ସାଉଁଟି ଆଣିଥିବା ମହୌଷଧି ପରି ଘୋଟି ପିଆଇ ଦିଆଯାଇଛି ଏବଂ ହାୟ, ପ୍ରାୟ ଗୋଟାସୁଦ୍ଧା ସେହି କାରଣରୁ ସଂପ୍ରଦାୟ ଗୁଡ଼ିକର ସର୍ଜନା ହୋଇଛି ଓ କେତେଟା ବାହ୍ୟ ସନ୍ତକର ଉପଚାରଦ୍ୱାରା ଅସଲ ସଦେଶଟିକୁ ଭଣ୍ଡାଇ ଦିଆଯାଇଛି । ନିଜ ଦେହ, ପ୍ରାଣ ତଥା ମନର ସମାହାର ହୋଇ ରହିଥିବା ଆମ ମାନବୀୟ ପ୍ରକୃତି ବିଷୟରେ ଆମକୁ ଯେତିକି ପରିଚୟ ପ୍ରାପ୍ତ ହୋଇ ଆସିଛି, ସେଥିରୁ ଅଧିକରୁ ଅଧିକ ପ୍ରତ୍ୟୟ ସହିତ ପ୍ରତିପାଦିତ ହୋଇଯାଉଛି ଯେ, ଉପଲବ୍ଧିର ଏହି ଯାବତୀୟ ପ୍ରକ୍ରିୟାରେ ଆମକୁ ଆମ ପ୍ରକୃତି ପାଖରୁହିଁ ଆରମ୍ଭ କରିବାକୁ ହେବ । ଯାବତୀୟ ଯୋଗଚର୍ଯ୍ୟା ମଧ୍ୟ୍ୟ ସେହିଠାରୁ ଆରମ୍ଭ କରିପାରିଲେ ସୁସ୍ଥ ରହିବ ଏବଂ କମ୍ ହୁଡ଼ିବ । ଅର୍ଥାତ୍ ଆମର ପ୍ରକୃତିନାମକ ଏହି ସୋପାନଟିରୁ ହିଁ ଯାବତୀୟ ଆରୋହଣର ବିଶ୍ଵସନୀୟ ସ୍ତମ୍ଭଗୁଡ଼ିକ ପୋତା ଯାଇପାରିବ । ଏହି ପ୍ରକୃତିଟିକୁ ଆମେ ଯେତିକି ଯେତିକି ଅଧିକ ସହାନୁଭୂତିସମ୍ପନ୍ନ ଭାବରେ ଜାଣିବାରେ ସମର୍ଥ ହେବା, ଆମେ ସେତିକି ସେତିକି ପ୍ରତ୍ୟକ୍ଷ କରି ପାରୁଥିବା ଯେ ଆମ ଭିତରେ ଜଣେ ପରମ ପୁରୁଷଙ୍କର ଅବସ୍ଥାନ ରହିଛି ଯିଏକି ଆପଣାର ଶକ୍ତିନାମକ ବିଭାବଟି ଦ୍ୱାରା ନିଜକୁ ସତତ ପରିପୂର୍ଣ୍ଣ କରିବାରେ ଲାଗିଛନ୍ତି । ମାତ୍ର, ଆମ ପ୍ରକୃତି ମଧ୍ୟ୍ୟରେ ଦୁଇ ପ୍ରକାରର କ୍ରିୟାଶୀଳତା ରହିଛି । ଗୋଟିଏ ଉଚ୍ଚତର ଏବଂ ଅନ୍ୟଟି ନିମ୍ନତର । ତାହାକୁ ଆମେ ଦିବ୍ୟ ଏବଂ ଅଦିବ୍ୟ ବୋଲି ମଧ୍ୟ୍ୟ କହିପାରିବା । ମୂଳତଃ ଆମ ଜୀବନର ଏକ ବାସ୍ତବ ଅଭ୍ୟସ୍ତତା ଦ୍ୱାରା ପରିଚାଳିତ ହୋଇ ସେପରି କହିପାରିବା ।

 

କାରଣ, ବସ୍ତୁତଃ ଏହି କ୍ଷେତ୍ରରେ ଦିବ୍ୟ ଏବଂ ଅଦିବ୍ୟ ବୋଲି ଅଲଗା ହୋଇ ଆଦୌ କିଛିହେଲେ ନାହିଁ । ଏପରି କ’ଣ ରହିଛି ଯାହାକୁ କି ଦିବ୍ୟ ନୁହେଁ ବୋଲି କୁହାଯିବ ? ଉକ୍ତ ଧାରଣାଟିକୁ ଏକ ଅଧିକ ପ୍ରସାର ଦେଇ କହିଲେ ପ୍ରାକୃତିକ ଓ ଅତିପ୍ରାକୃତିକ ମଧ୍ୟ୍ୟରେ ବି ପ୍ରକୃତରେ କି ପାର୍ଥକ୍ୟ ରହିଛି ? କାରଣ ବସ୍ତୁ ମାତ୍ରକେ ସବୁକିଛି ତ ଏଠାରେ ପ୍ରକୃତି ମଧ୍ୟ୍ୟରେ ହିଁ ଅବସ୍ଥିତ ରହିଛନ୍ତି । ସକଳ ବସ୍ତୁ ଏହି ପରମା ପ୍ରକୃତି ମଧ୍ୟ୍ୟରେ ଏବଂ ପରମ ଈଶ୍ୱରସତ୍ତାଟି ମଧ୍ୟ୍ୟରେ ଅବସ୍ଥିତ ରହିଛି । ଏବଂ ଆମ ଜୀବନର ବାସ୍ତବ କାର୍ଯ୍ୟସାଧନ ଗୁଡ଼ିକର କ୍ଷେତ୍ରରେ ଗୋଟିଏ ପାର୍ଥକ୍ୟ ଅବଶ୍ୟ ରହିଛି । ଆମେ ମନୁଷ୍ୟମାନେ ନ୍ୟାୟତଃ ନିମ୍ନତର ପ୍ରକୃତିଟି ମଧ୍ୟ୍ୟରେ ରହିଛୁ ଏବଂ, ଆମ ଭିତରର ସର୍ବମୂଳ ବିଶ୍ୱାସ ବଦଳି ନଥିବା ପର୍ଯ୍ୟନ୍ତ ଅବଶ୍ୟ ସେତିକି ମଧ୍ୟ୍ୟରେ ହିଁ ରହିବୁ । ଆମର ସେହି ନିମ୍ନତରଟି ସହିତ ହିଁ ଯାହାକିଛି ପରିଚୟ ରହିଛି । ନିମ୍ନତରଟି ବହୁ ବହୁ ସୀମାଭିତରେ କାର୍ଯ୍ୟ କରୁଛି । ବହୁ ବିଭାଜନ ମଧ୍ୟ୍ୟରେ ବିକୀର୍ଣ୍ଣ ହୋଇ ରହିଛି । ସେଇଟି ହେଉଛି ଅଜ୍ଞାନ ଦ୍ୱାରା ପରିଶାସିତ ହେଉଥିବା । ଗୋଟିଏ ପ୍ରକୃତି ଏବଂ ତାହା ଅନୁକ୍ଷଣ ଗୋଟିଏ ଅହଂ ଦ୍ଵାରା କ୍ରିୟାଶୀଳ ହେଉଛି । ଏବଂ, ଦ୍ୱିତୀୟଟି ହେଉଛି ସେହି ଉଚ୍ଚତର ପ୍ରକୃତି, ଯେଉଁଟି ସକାଶେ ଆମେ ଆସ୍ପୃହା କରୁଛୁ । ଉଚ୍ଚତର ପ୍ରକୃତି ଏକ ଐକ୍ୟସତ୍ୟ ଦ୍ୱାରା ପ୍ରେରିତ ହୋଇ କାର୍ଯ୍ୟ କରୁଛି, ସୀମାଗୁଡ଼ିକୁ ଅତିକ୍ରମ କରିଯାଉଛି । ଏକ ଉଚ୍ଚତର ଜ୍ଞାନ ଆଡ଼କୁ ଅଗ୍ରସର କରାଇ ନେଉଛି ଏବଂ ଏକ ଦିବ୍ୟତାଯୁକ୍ତ ଜୀବନ ମଧ୍ୟ୍ୟରେ ପରିପୂର୍ଣ୍ଣତାର ଉପଲବ୍ଧି କରୁଛି । ନିମ୍ନତର ଏଇଟିରୁ ଉଚ୍ଚତର ସେଇଟି ମଧ୍ୟ୍ୟକୁ ପଥଟିଏ ପ୍ରସ୍ତୁତ କରିଦେଇ ଆମକୁ ନେଇଯିବା, ସକଳ ଯୋଗସାଧନାରେ ପ୍ରକୃତରେ ସେଇଟି ହିଁ ଲକ୍ଷ୍ୟ ହୋଇ ରହିବ । ସାଧାରଣତଃ ଯେପରି ବେଶ୍ ଦେଖିବାକୁ ମିଳିଥାଏ, ଏହିପରି ଏଇଟିରୁ ସେଇଟି ମଧ୍ୟ୍ୟକୁ ଯାଉଥିବା ସମୟରେ କେହି କେହି ଏହି ନିମ୍ନତରଟିର ପ୍ରତ୍ୟାଖ୍ୟାନ କରି ସେକଥାଟିକୁ ହୁଏତ କରିପାରନ୍ତି ଏବଂ ତଦ୍ଦ୍ୱାରା ଉଚ୍ଚତରଟି ମଧ୍ୟ୍ୟକୁ ପଳାୟନ କରନ୍ତି । ଅନେକଙ୍କର ଭାବନାରେ ବହୁତ ସମୟରେ ସେହି କଥାଟି ରହିଥାଏ । ଅଥବା, ସେପରି ନକରି ଆମେ ସେହି କ୍ଷେତ୍ରରେ ନିମ୍ନତରଟିରେ ଏକ ରୂପାନ୍ତର ସାଧନ କରି ତାହାକୁ ଉଚ୍ଚତର ପ୍ରକୃତି ମଧ୍ୟ୍ୟକୁ ଉତ୍ତୋଳିତ କରି ମଧ୍ୟ ନେଇଯାଇ ପାରିବା । ଏବଂ, ସ୍ପଷ୍ଟତଃ ଏହାହିଁ ପୂର୍ଣ୍ଣାଙ୍ଗ ଯୋଗର ଅବଶ୍ୟ ଉଦ୍ଦେଶ୍ୟ ହୋଇ ରହିବ ।

 

ମାତ୍ର, ଦୁଇଟି ମଧ୍ୟରୁ ଆମେ ଯେଉଁଟିର ଅନୁସରଣ କରିବା ପଛକେ, ସର୍ବଦା ଆମ ନିମ୍ନତର କୌଣସି ଭୂମିରୁ ହିଁ ଆମକୁ ଆଉଗୋଟିଏ ଉଚ୍ଚତର ସ୍ଥିତିକୁ ଆପଣାକୁ ଉଠାଇ ନେବାକୁ ହେବ । ଏବଂ ଏହି କ୍ଷେତ୍ରରେ ଯୋଗର ଭିନ୍ନ ଭିନ୍ନ ମାର୍ଗ ନିଜନିଜର ଗତିପଥ ଅଥବା ପଳାୟନର ମାର୍ଗଟିକୁ ସର୍ବଦା ବାଛି ନେଇଥାନ୍ତି । ସେମାନେ ନିମ୍ନତର ପ୍ରକୃତିର କୌଣସି ଏକ କ୍ରିୟାଶୀଳତା ବିଷୟରେ ବିଶେଷ ଅନୁଶୀଳନମାନ କରନ୍ତି ଏବଂ ସେଇଟିକୁ ପରମ ଦିବ୍ୟସତ୍ତାଙ୍କର ଅଭିମୁଖୀ କରି ନିଅନ୍ତି । କିନ୍ତୁ ଆମ ଭିତରର ନିମ୍ନତର ପ୍ରକୃତିଟି ମଧ୍ୟ୍ୟ କାର୍ଯ୍ୟତଃ କୌଣସି ପ୍ରକାରେ ଭିନ୍ନ ଭିନ୍ନ କୌଣସି ବିଭାଜନ ଅନୁସାରେ ବିଭାଜିତ ହୋଇ ରହି ନଥାଏ । ତାହା ସ୍ୱଭାବତଃ ଏକ ବହୁମୁଖୀ ଏକକରୁପେ ଆପଣାକୁ କ୍ରିୟାଶୀଳ କରେ, ଆମ ଭିତରର ସକଳ ଉପାଦାନଗୁଡ଼ିକୁ ପ୍ରଭାବିତ କରେ ତଥା ଆମର ସବୁ ପରିବେଶ ଗୁଡ଼ିକୁ ମଧ୍ୟ୍ୟ ପ୍ରଭାବ ବିସ୍ତାର କରି ରହିଥାଏ । ଆମର ସମଗ୍ର ଜୀବନକୁ ଭୂମିରୂପେ ବ୍ୟବହାର କରି ହିଁ ପରମା ପ୍ରକୃତି ଯୋଗରତ ହୋଇ ରହିଛି । ତେଣୁ, ଆମେ ଯୋଗର ଯେଉଁ ଆଚରଣଟିକୁ ଗ୍ରହଣ କରିଛୁ, ସେଇଟି ମଧ୍ୟ୍ୟ ପରମା ପ୍ରକୃତିରେ ଅନବରତ ଲାଗି ରହିଥିବା ଯୋଗଟିର ସମଧର୍ମୀ ହୋଇ ରହିବା ଏକାନ୍ତ ଆବଶ୍ୟକ । ସେହି ପୂର୍ଣ୍ଣାଙ୍ଗ ଯୋଗସାଧନାର । ସେହି କ୍ଷେତ୍ରରେ ତେବେ ଜଣେ ଯୋଗୀ ଓ ଜଣେ ସାଧାରଣ ମନୁଷ୍ୟ ମଧ୍ୟ୍ୟରେ କେବଳ ଏତିକିମାତ୍ର ତଫାତ୍ ରହିବ ଯେ, ଜଣେ ଯୋଗୀ ଆପଣାର ଜୀବନରେ ତା’ର ଅହଂ ତଥା ବହୁ-ବିଭାଜନର ରୀତିରେ ଯେଉଁ ସମଗ୍ର ଜଗତଟି ସକ୍ରିୟ ହୋଇ ରହିଛି ଏବଂ ତା’ର ନିମ୍ନତର ପ୍ରକୃତିକୁ କ୍ଷେତ୍ରରୂପେ ବ୍ୟବହାର କରୁଛି, ତାହାକୁ ପରିହାର କରି ଉଚ୍ଚତର ପ୍ରକୃତିର ସମଗ୍ର କ୍ରିୟାପ୍ରଣାଳୀଟିକୁ ବିକଳ୍ପରୂପେ ଗ୍ରହଣ କରିନେବ; ତା’ ଜୀବନର ସେହି ସମଗ୍ର କ୍ରିୟାତ୍ଜକତାଟିକୁ, ଯାହାକି ପରମେଶ୍ୱରଙ୍କ ମଧ୍ୟ୍ୟରେ ଅବସ୍ଥିତ ରହିଛି, ସେହି ପରମେଶ୍ୱରଙ୍କ ଦ୍ଵାରା କ୍ରିୟାନ୍ୱିତ ହେଉଛି ଏବଂ ଐକ୍ୟର ହିଁ ପ୍ରତିନିଧିତ୍ୱ କରୁଛି ।

 

ଏବଂ, ସେହି କ୍ଷେତ୍ରରେ ଏହି ଜଗତକୁ ଛାଡ଼ି ପରମେଶ୍ୱରଙ୍କ ମଧ୍ୟ୍ୟକୁ ପଳାୟନ କରିବା ଯଦି ପ୍ରକୃତରେ ଆମର ଅଭିପ୍ରାୟ ହୋଇ ରହିଥିବ, ତେବେ ଆଉ ଆଦୌ କୌଣସି ସମନ୍ୱୟର ଆବଶ୍ୟକତା ରହିବନାହିଁ-ସମନ୍ୱୟ ଲାଗି ଯାବତୀୟ ଚେଷ୍ଟା ସେତେବେଳେ ବୃଥା ସମୟ ନଷ୍ଟ ହିଁ କରାଇବ । କାରଣ, ସେତେବେଳେ, ଭଗବାନଙ୍କ ପାଖକୁ ନେଇଯିବା ସକାଶେ ଯେଉଁ ହଜାର ହଜାର ବାଟ ରହିଛି, ସେଗୁଡ଼ିକ ମଧ୍ୟ୍ୟରୁ ଗୋଟିକୁ ନିଜର ବୋଲି ଗ୍ରହଣ କରିନେବା ହିଁ ଆମର ଏକମାତ୍ର ଲକ୍ଷ୍ୟ ହୋଇ ରହିବ, ଗୋଟିଏ ସଂକ୍ଷିପ୍ତତମ ବାଟ, ଯାହାକି ଆମକୁ ଚଟ୍ ଚଟ୍ ଭଗବାନଙ୍କ ପାଖରେ ନେଇ ପହୁଞ୍ଚାଇ ଦେଇପାରିବ । ସେତେବେଳେ ତାହାହିଁ ଆମର ଉଦେଶ୍ୟ ହୋଇ ରହିଥିବ । ଆମେ କାହିଁକି ବା ଭିନ୍ନ ଭିନ୍ନ ମାର୍ଗକୁ ଜାଣିବା ଲାଗି କୌଣସି ଉତ୍ସାହ ରଖିବା ଓ ନାନାଆଡ଼େ ଧନ୍ଦି ହୋଇ ବୁଲିବାକୁ ମଧ୍ୟ୍ୟ ଯିବା ? କିନ୍ତୁ, ଅନ୍ୟ ପକ୍ଷରେ, ଯଦି ଆମର ସଂପୂର୍ଣ ସତ୍ତାରେ ଏକ ରୂପାନ୍ତର ଘଟାଇବା ଲକ୍ଷ୍ୟ ହୋଇ ରହିଥାଏ, ଯଦି ପରମ ଈଶ୍ୱରଙ୍କର ସେଇ ସତ୍ତାଗତ ଜଗତ୍-ପ୍ରସାରଣଟି ମଧ୍ୟ୍ୟକୁ ପ୍ରବିଷ୍ଟ କରାଇ ନେବା ଉଦ୍ଦେଶ୍ୟ ହୋଇଥାଏ, ତେବେ ସିନା ଆମଲାଗି ଆଦୌ କୌଣସି ସମନ୍ୱୟର ପ୍ରୟୋଜନ ରହିବ । ଯୋଗ ନାମକ ସେହି ପରମ୍ପରାଟିରେ କେଉଁସବୁ କଥା ଆମକୁ ଆମର ଖାସ୍ ବାଟଟିକୁ ଚାଲିବାରେ ସହାୟତା କରିବ, ଆମେ ସେହିଗୁଡ଼ିକୁ ତେବେ ଗ୍ରହଣ କରିବା ଏବଂ ଏକ ସମନ୍ୱୟ ମଧ୍ୟ୍ୟରେ ଯୋଡ଼ି ଆଣି ପାରିବା । ସମଗ୍ର ଜୀବନଟିକୁ ଏକ ଯୋଗରୂପେ ବଞ୍ଚିବା ନିମନ୍ତେ ମାର୍ଗ ପାଇ ଯାଉଥିବା ।

 

ଅର୍ଥାତ୍, ଅନୁସୃତ ପଦ୍ଧତିରୂପେ ଆମେ ଆପଣାର ସଚେତନ ସମଗ୍ର ସତ୍ତାଟିକୁ ପରମ ଦିବ୍ୟସତ୍ତାଙ୍କ ସହିତ ସମ୍ବନ୍ଧିତ କରି ରଖିବା, ଅବିରତ ତାଙ୍କରି ସଂସର୍ଗକୁ ଲାଭ କରି ପାରୁଥିବା । ଆମେ ତାଙ୍କୁ ଆବାହନ କରି ଆଣିବା ଓ ଆମର ସମସ୍ତ ସତ୍ତାଟିକୁ ରୂପାନ୍ତରିତ କରିନେବା ସକାଶେ ବାଟ ମଧ୍ୟ୍ୟ ଛାଡ଼ିଦେବା । ଆମର ସଂପୂର୍ଣ୍ଣ ସତ୍ତା ତାଙ୍କରି ସତ୍ତାଟିକୁ ହିଁ ପ୍ରତିଫଳିତ କରୁଥିବ, ସେଇଟିର ପ୍ରତିନିଧିତ୍ୱ କରିବ । ସେହି ରୀତିଟି ଅନୁସାରେ ଆମରି ଭିତରେ ପ୍ରକୃତ ପରମ ବ୍ୟକ୍ତିପୁରୁଷ ରୂପେ ଅବସ୍ଥିତ ରହିଥିବା ଈଶ୍ୱର ହିଁ ଆମ ସାଧନାରେ ସାଧକ ହୋଇ ରହିଥିବେ; ସେ ଆମ ଯୋଗସାଧନାର କ୍ଷେତ୍ରଟିରେ ଯୋଗେଶ୍ଵର ରୂପେ ବିଦ୍ୟମାନ୍ ରହିଥିବେ, ଯିଏକି ଆମର ଏହି ନିମ୍ନତର ଜୀବନଭୂମିଟିକୁ କ୍ଷେତ୍ରରୂପେ ବ୍ୟବହାର କରି ଆମକୁ ଏକ ଦିବ୍ୟ ରୂପାନ୍ତର ଆଡ଼କୁ ଅଗ୍ରସର କରାଇ ନେଉଥିବେ । ତାହାକୁ ତା’ ଆପଣା ପରିପୂର୍ଣ୍ଣତାକୁ ଉପଲବ୍ଧି କରିବାର ନିମିତ୍ତରୂପେ ବ୍ୟବହାର କରୁଥିବେ । ଆମ ଭିତରର ସେହି ଦିବ୍ୟ ପ୍ରକୃତିର ସଚେତନ ବୋଧଟି ଅର୍ଥାତ୍ ଆମର ତପଃଶକ୍ତି ହିଁ ଚାପ ପକାଇବ ଓ ସେହି ଉପଲବ୍ଧିକୁ ସମ୍ଭବ କରାଇବ । ଆମର ଏହି ନାନା ସୀମାଦ୍ୱାରା ଆବଦ୍ଧ ଏବଂ ବହୁ ଅର୍ଥରେ ଅସ୍ପଷ୍ଟ ପ୍ରାୟ ଜୀବନଭୂମିଟି ଉପରେ ସେହି ଦିବ୍ୟ, ସର୍ବଜ୍ଞାନକ୍ଷମ ତଥା ସର୍ବସାମର୍ଥ୍ୟଯୁକ୍ତ ତତ୍ତ୍ୱଟିର ଅବତରଣ ଘଟିବ ଏବଂ ଉତ୍ତରୋତ୍ତର ଭାବରେ ଆମର ଏହି ସମୁଦାୟ ନିମ୍ନତର ପ୍ରକୃତିଟିକୁ ଆଲୋକିତ କରିଦେବ; ଏପରି କରି ଆମ ସଂପୂର୍ଣ୍ଣ ନିମ୍ନତର ପ୍ରକୃତିର କ୍ଷେତ୍ରଟି ଅଭୂତପୂର୍ବ ଭାବରେ ଶକ୍ତିମନ୍ତ ହୋଇ ଉଠିବ ଏବଂ ବର୍ତ୍ତମାନ ସ୍ଥିତିରେ ମନୁଷ୍ୟଜୀବନ ଯେତିକି ଆଲୋକର ତଥା ନଶ୍ୱର ଏହି ନାନା କ୍ରିୟାଶୀଳତାର ସମର୍ଥ ହେଉଛି ସେହି ସବୁକିଛିକୁ ଅତିକ୍ରମ କରିଯାଇ ସେଗୁଡ଼ିକର ସ୍ଥାନରେ ଆପଣାର କ୍ରିୟାକୁ ସଚଳ କରାଇ ଆଣିବ । ଅଭୀପ୍ସୁମାନଙ୍କର ତପଃଶକ୍ତି ଦ୍ୱାରା ତାହା ସମ୍ଭବ ହେବ । ସେହି ଶକ୍ତି ଆମ ଭିତରେ ରହିଥିବା ପରମ ଈଶ୍ୱରଙ୍କର ଏକ ଜାଗରଣ ସମ୍ଭବ କରାଇବା ଦ୍ୱାରା ଘଟିବ, ଆମର ସାଧନାମାର୍ଗରେ ଅତ୍ୟନ୍ତ ସଚେତନ ଭାବରେ ଆମର ଈଶ୍ୱରୀୟ ଅପେକ୍ଷମାଣ ଅଧ୍ୟ୍ୟାତ୍ଜଟି ସହିତ ଆମର ପରିଚୟ ଘଟାଇବ ଓ ଆମକୁ ଅଗ୍ରସର କରାଇ ନେଇଯିବ ।

 

ସତ କଥାଟି ହେଉଛି, ଯୋଗସାଧନାର ପଥଟି ହେଉଛି ଧର୍ମତଃ ଗୋଟିଏ ପଥ । ଏହି ସମଗ୍ର ଜୀବନଟି ମଧ୍ୟ୍ୟ ଏକ ପଥ । ଯେତେବେଳେ ଆମେ ଯେତିକି ମଧ୍ୟ୍ୟରେ ରହିଥାଉ, ତାହାକୁ ସବୁପ୍ରକାରେ କେବଳ ସେତିକି ବୋଲି ମାନି ନନେଲେ ତାହା ଆମକୁ ସ୍ଵଭାବତଃ ଏକ ପଥରୂପେ ହିଁ ଅନୁଭୂତ ହେଉଥିବ । ସେହି ପଥଟିକୁ ଚାଲିବା ଲାଗି କ’ଣଟିଏ ଏକ ଲକ୍ଷ୍ୟରୂପେ ସ୍ଥାପି ସେହି ଅନୁସାରେ ବାଟ ଚାଲିବାର ସେହି ସହଜ ଆଚରଣଟି ହେଉଛି ଜୀବନ । ଲକ୍ଷ୍ୟଟି ଘୁଞ୍ଚି ଘୁଞ୍ଚି ଯାଉଥିବ, ଗୋଟିଏ ଲକ୍ଷ୍ୟରେ ଯାଇ ପହଞ୍ଚିବା ପୂର୍ବରୁ ହିଁ ଆଉଗୋଟିଏ ଲକ୍ଷ୍ୟର ଠାବ ମିଳି ଯାଉଥିବ ଏବଂ ତେଣୁ ଚାରଣାଟି କେବେହେଲେ ବି ସରି ଯିବନାହିଁ । ଆଗକୁ ଆଗକୁ ଯାଉଥିବା ସଙ୍ଗେ ସଙ୍ଗେ ଭିତର ଆଡ଼କୁ ମଧ୍ୟ୍ୟ କବାଟ ଫିଟି ଯାଉଥିବ ଏବଂ, ସେଇଟି ସହିତ ପ୍ରାୟ ସଂପୂର୍ଣ୍ଣ ତାଳ ରଖି ଆମର ଆଖିଗୁଡ଼ିକ ମଧ୍ୟ୍ୟ କେତେ କୁଆଡ଼େ ସଂପ୍ରସାରିତ ହୋଇ ଯାଉଥିବେ । ଏହିପରି ଭାବରେ ପଥ ମୋଟେ ସରୁନଥିବ; ପହଞ୍ଚି ଯିବାପରି ଲାଗୁଥିବ, ତଥାପି ପହଞ୍ଚି ଗଲି ବୋଲି କହି ହେବନାହିଁ । ପୃଥିବୀରେ ବାଟ ଚାଲୁଥିବା ପଥସ୍ଥମାନେ ଯେପରି ସଚରାଚର କହିବେ, ପଥମାନେ ଆଦୌ ସରୁନାହାନ୍ତି ବୋଲି ତଥାପି କୌଣସି ବିରକ୍ତି ବୋଧ ହେଉ ନଥିବ । ବରଂ ଉତ୍ସାହ ହିଁ ଆସୁଥିବ । ପଥ ସରୁନାହିଁ,–ସେଥିରୁ ଅନ୍ଦାଜ କରି ହେଉଛି ଯେ ଆମେ ଆହୁରି ଆଗକୁ କିଏ ଅପେକ୍ଷା କରି ରହିଛି ବୋଲି ସତେଅବା ସିଧା ଅନୁଭବ କରିପାରୁଛୁ : ଆମ ନିଜ ଭିତରେ ଏବଂ ଆମ ବାହାରେ ଏହି ଖିଳ ସଂସାରଟାରେ । ସେହି ଅନୁଭବଟିକୁ ଶାସ୍ତ୍ରର ଶବ୍ଦଟିଏ ଦେଇ ଆମେ ଆମ ଜୀବନରେ ଯୋଗେଶ୍ୱରଙ୍କର ଅନୁଭୂତି ବୋଲି କହି ପାରିବା କି ? ଆମକୁ ନିମିତ୍ତ କରି ବସ୍ତୁତଃ ସେହି ଯୋଗେଶ୍ଵରଙ୍କର ଅନୁଭୂତି ଏବଂ ଆମକୁ ଏକ ଅନୁରୂପ ସାହସ ଯୋଗାଇ ଦେଇ ତାଙ୍କରି କୌଣସି ନକ୍ସା ଅନୁସାରେ ମାର୍ଗମାନ ଚାଲିବାର ଗୋଟିଏ ପ୍ରେରଣା ।

 

ମନୋବିଜ୍ଞାନର ବାସ୍ତବ ଭୂମିଟିରେ ଏକ ପରିଚ୍ଛଦ ପିନ୍ଧାଇ ବ୍ୟକ୍ତ କରି ଆଣିଲେ ଆମେ ସେହି ପ୍ରଣାଳୀଟି ଦ୍ୱାରା ଅବଶ୍ୟ ବୁଝିବା ଯେ, ଆମେ ଆପଣାର ଅହଂଟିକୁ ସମର୍ପିତ କରିଦେବା । ଉତ୍ତରୋତ୍ତର ଭାବରେ ସମର୍ପିତ କରି ଦେଉଥିବା । ହଁ, ଅହଂର ସେହି ସମୁଦାୟ କ୍ଷେତ୍ରଟିକୁ ଏବଂ ସର୍ବବିଧ ସଂରଚନାଗତ ସାଧନ ଗୁଡ଼ିକ ସହିତ ତାହାକୁ ଆମେ ଏପରି ଗୋଟିଏ ବୃହତ୍ତର ଜୀବନ-ସଚଳତା ପାଖରେ ନେଇ ସମର୍ପଣ କରିଦେବା, ଯାହାକି ଅହଂକୁ ଅତିକ୍ରମ କରି ଯାଇଥିବ । ଅଗଣିତ ଭାବରେ ପ୍ରସାରଯୁକ୍ତ ହୋଇଥିବା ସେହି ଅଧିକଟି ହାତରେ । ସେଇଟିର ନିଜସ୍ୱ କ୍ରିୟାତ୍ଜକତା ପାଖରେ ଆମେ ନିଜକୁ ଅର୍ପଣ କରିଦେବା । ଅତ୍ୟନ୍ତ ସୁନିଶ୍ଚିତ କଥା ଯେ ଏହି କାର୍ଯ୍ୟଟିକୁ ଏକ ସହଜ କାର୍ଯ୍ୟ ବୋଲି କଦାପି କହି ହେବନାହିଁ କିମ୍ବା ନିଜର ନାନା ସୁବିଧା ଅନୁସାରେ ପଥଟିକୁ ସଂକ୍ଷିପ୍ତ କରିଆଣି ଚାହିବା ମାତ୍ରକେ ସେଠାରେ ଯାଇ ପହଞ୍ଚିଯାଇ ହେବନାହିଁ-। ସେଥିଲାଗି ଏକ ବୃହତ୍ ବିଶ୍ୱାସଶକ୍ତି ରହିଥିବା ଅତ୍ୟାବଶ୍ୟକ ହେବ, ଏକ ଅସାଧାରଣ ସାହସର ପ୍ରୟୋଜନ ରହିବ ଓ ସର୍ବୋପରି ଏକ ଅବିଚଳ ଧୈର୍ଯ୍ୟ ଲାଗି ଅପେକ୍ଷା ମଧ୍ୟ୍ୟ ରହିଥିବ । କାରଣ, ସେହି ପ୍ରକ୍ରିୟାଟି ମଧ୍ୟ୍ୟରେ ନ୍ୟାୟତଃ ତିନୋଟି ସୋପାନ ରହିଥିବ, ଯେଉଁଟି ମଧ୍ୟ୍ୟରୁ ପ୍ରକୃତରେ ସର୍ବଶେଷଟି ହିଁ ସଂପୂର୍ଣ୍ଣ ଭାବରେ ଆନନ୍ଦଦାୟକ ହୋଇଥାଏ ଏବଂ ଯେଉଁଟି ମଧ୍ୟ୍ୟରେ ଲକ୍ଷ୍ୟ କରି ପାରିଲାଭଳି ଏକ ତ୍ୱରା ରହିଥିବାର ଅନୁଭବ ମଧ୍ୟ୍ୟ ମିଳେ । ସେହି ସ୍ତରଟିକୁ ଆସି ଆମର ଅହଂ ପରମ ଦିବ୍ୟସତ୍ତାଙ୍କ ସହିତ ସଂପର୍କଟିଏ ଯୋଡ଼ି ପାରିବାର ପ୍ରୟାସଟିକୁ ଆରମ୍ଭ କରିଥାଏ; ଯେତେବେଳେ ଆମର ଏହି ନିମ୍ନତର ସଂପୂର୍ଣ୍ଣ ପ୍ରକୃତି ସେହି ଦିବ୍ୟ କ୍ରିୟାତ୍ଜକତା ଦ୍ୱାରା ପ୍ରେରିତ ହୋଇ ଉଚ୍ଚତର ପ୍ରକୃତିଟିକୁ ଗ୍ରହଣ କରିବାର ଓ ସେହି ଉଚ୍ଚତରଟିରେ ପରିଣତ ହେବାରେ ବହୁଶ୍ରମଯୁକ୍ତ ପ୍ରସ୍ତୁତିଟିକୁ ଆରମ୍ଭ କରେ । ସେହି ମାର୍ଗରେ ଆଗକୁ ଆଗକୁ ଯାଇ ତ ଆମେ ଅପେକ୍ଷା କରୁଥିବା ରୂପାନ୍ତରଟି ପ୍ରକୃତରେ ଉପଲବ୍ଧ ହୋଇଥାଏ ।

 

ଏହି କ୍ଷେତ୍ରରେ ସ୍ପଷ୍ଟତଃ ଏହିପରି ଘଟିଥାଏ ଯେ, ସେହି ଦିବ୍ୟ ପରମ ବଳ, ଅଧିକାଂଶ ସମୟରେ ସେ ଆମଲାଗି ଅଗୋଚର ହୋଇ ରହିଥାନ୍ତି ଓ ଆବରଣର ପଶ୍ଚାତରେ ହିଁ ଥାଆନ୍ତି, ଆପଣାକୁ ଆମ ଦୁର୍ବଳତାଟିର ସ୍ଥାନାପନ୍ନ ରୂପେ ଆଣି ଉପସ୍ଥାପିତ କରନ୍ତି ଓ ବିଶ୍ୱାସ, ସାହସ ତଥା ଧୈର୍ଯ୍ୟଶୀଳତାର କ୍ଷେତ୍ରରେ ଆମର ସକଳ ଅସମର୍ଥତା ମଧ୍ୟ୍ୟରେ ଆମକୁ ଧରି ରଖିଥାନ୍ତି ଏବଂ ବଳ ହୋଇ ରହିଥାନ୍ତି । ଯେପରି ଘୋଷଣା କରାଯାଇଛି, ସିଏ ଅନ୍ଧ ମଣିଷକୁ ଆଖି ଯୋଗାଇ ଦିଅନ୍ତି ଓ ପଙ୍ଗୁକୁ ପର୍ବତ ଇଂଘନ କରାଇ ନିଅନ୍ତି । ସେତେବେଳେ ଆମର ବୁଦ୍ଧି ମଧ୍ୟ୍ୟ ଏପରେ ଏକ ପରମ ବିଧାନ ବିଷୟରେ ସଜ୍ଞାନ ହୋଇ ଆସେ ଯାହାକି ଆମକୁ ଆମର ହିତାକାଙ୍‌କ୍ଷୀ ପରି ଆମକୁ ପଥଟିକୁ ଛାଡ଼ି ଚାଲି ନଯିବାକୁ ପ୍ରେରଣା ଦେଉଥାଏ ଏବଂ ଏପରି ପୋଷକମାନ ପ୍ରଦାନ କରେ ଯାହାକି ଆମକୁ ଜୀବନ୍ତ କରି ରଖିଥାଏ ସେତେବେଳେ ହୃଦୟ ମଧ୍ୟ୍ୟ ସକଳ ବସ୍ତୁର ଅଧିକାରୀ ଜଣେ ପରମ ବିଭୁଙ୍କ କଥା କହିବାକୁ ଆରମ୍ଭକରେ, ମନୁଷ୍ୟର ସେହି ପରମ ବନ୍ଧୁ ବା ଜଣେ ବିଶ୍ୱମୟୀ ପରମା ଜନନୀଙ୍କର କଥା କହେ, ଯିଏକି ଆମକୁ ଆମର ଯାବତୀୟ ଝୁଣ୍ଟି ପଡ଼ିଯିବା ଭିତରେ ତଥାପି ଉତ୍ତୋଳିତ କରି ଧରିଛନ୍ତି । ତେଣୁ, ମାର୍ଗଟିକୁ ଆମେ ଏକାଧାରରେ କଳ୍ପନା କରି ପାରୁଥିବା ସବୁଠାରୁ ଅଧିକ ଏକ ଉପାଦେୟ ମାର୍ଗ ବୋଲି ସର୍ବଦା କହିପାରିବା ଏବଂ ତଥାପି ଏଥିରେ ଆବଶ୍ୟକ ହେଉଥିବା ଉଦ୍ୟମ ଏବଂ ସମ୍ମୁଖରେ ରହିଥିବା ଲକ୍ଷ୍ୟଟିର ଏକ ତୁଳନାତ୍ଜକ ବିଚାର କରି ତାହାକୁ ସର୍ବାପେକ୍ଷା ସହଜ ମାର୍ଗ ବୋଲି ମଧ୍ୟ୍ୟ କହିପାରିବା-ଏପରି ଏକ ମାର୍ଗ ବୋଲି ନିଶ୍ଚୟ କହିବା, ଯାହାକି ଅନ୍ୟାନ୍ୟ ମାର୍ଗମାନଙ୍କର ତୁଳନାରେ ଆମକୁ ଅଧିକ ନିଶ୍ଚିତ ଭାବରେ ଲକ୍ଷ୍ୟସ୍ଥଳରେ ନେଇ ପହଞ୍ଚାଇ ଦେଇ ପାରିବ । ଆମେ ସମ୍ମତ ଏବଂ ସହଜ ହୋଇ ବାହାରିଲେ ତାହା ଆମକୁ ବାଟ ଦେଖାଇ ଅର୍ଥାତ୍ ବାଟ କଢ଼ାଇ ନେଇଯାଇ ପାରିବ ।

 

ହଁ, ଆମେ ସମ୍ମତ ହେଲେ ଏବଂ ପ୍ରସ୍ତୁତ ହେଲେ, ସମ୍ମତ ହେଲେ ଅର୍ଥାତ୍‍ ପ୍ରସ୍ତୁତ ହେଲେ । ତାଙ୍କରି ପାଖରେ ଠିଆ ହୋଇଛୁ ବୋଲି ଅନୁଭବ କଲେ ସିଏ ଆମ ପାଖରେ ଆସି ଠିଆ ହୋଇଛନ୍ତି ବୋଲି ମଧ୍ୟ୍ୟ ଅନୁଭବ କରିବା । ନିଜ ଜୀବନର ସେହି ଅନ୍ତରଙ୍ଗତାର ଗାରଟିକୁ ସ୍ପର୍ଶ କରି ପାରିବା । ଉଚ୍ଚତର ପ୍ରକୃତି ଆମର ଏହି ନିମ୍ନତରଟିକୁ ନେଇ ଯେତେବେଳେ କାର୍ଯ୍ୟ କରିବ, ସେତେବେଳେ ପ୍ରଧାନତଃ ତିନୋଟି ଲକ୍ଷଣ ଆମର ଦୃଷ୍ଟିଗୋଚର ହେବ । ପ୍ରଥମତଃ, କୌଣସି ଧରାବନ୍ଧା ଖାସ୍ ରୀତି ବା ନିୟମକୁ ମାନି ତାହା କାର୍ଯ୍ୟ କରୁନଥିବ । ଏଇଟି ପରେ ସେଇଟିର କୌଣସି ବିଧାନ ଅନୁସାରେ କିଛି କରୁନଥିବ । ଆମେ ଜାଣିଥିବା ଯୋଗମାର୍ଗ ଗୁଡ଼ିକରେ ତ କେଡ଼େ ନିପୁଣ ଏବଂ ନିଶ୍ଚିତ ଭାବରେ ସେହି ଶୃଙ୍ଖଳାଗୁଡ଼ିକୁ ନିର୍ଦ୍ଦେଶିତ କରି ଦିଆଯାଇଛି । ନାହିଁ, ସେପରି କୌଣସି ବନ୍ଧା ନିୟମ ନଥିବ ଏବଂ ସର୍ବଦା ମୁକ୍ତ ଭାବରେ ଏଇଟିକୁ କିମ୍ବା ସେଇଟିର ଆଚରଣ କରା ଯାଉଥିବ । ବେଶ୍ ବିକ୍ଷିପ୍ତ ଭାବରେ ସବୁକିଛି କରାଯାଉଥିବ, ଏବଂ ତଥାପି ସେମାନେ ଅଧିକରୁ ଅଧିକ ସଘନ ହେବାରେ ଲାଗିଥିବେ, ପ୍ରତ୍ୟେକଟିକୁ ଗ୍ରହଣ କରୁଥିବା ସମୟରେ ସେଇଟି ପଛରେ ଗୋଟିଏ ଉଦ୍ଦେଶ୍ୟ ଅବଶ୍ୟ ରହିଛି ବୋଲି ବେଶ୍ ସ୍ପଷ୍ଟ ହୋଇ ଯାଉଥିବ । ଏବଂ ସକଳ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିଟିର ସ୍ୱଭାବଟିକୁ ଦୃଷ୍ଟିରେ ରଖି ସବୁକଥା ହେଉଛି ବୋଲି ପ୍ରତ୍ୟୟ ମିଳି ଯାଉଥିବ । ଆପଣାର ଶୁଦ୍ଧୀକରଣ ଏବଂ ପରିପୂର୍ଣ୍ଣତା ଉପଲବ୍ଧିର ପ୍ରକ୍ରିୟାଟିରେ ସେହି ବ୍ୟକ୍ତିର ପ୍ରକୃତିଟି କେତେ ପରିମାଣରେ ସହାୟକ ହେଉଛି ଅଥବା, ଅନ୍ୟ ପକ୍ଷରେ କ’ଣସବୁ ପ୍ରତିବନ୍ଧକ ମଧ୍ୟ୍ୟ ଆଣି ଠିଆ କରାଉଛି, ସେଇଟିର ବିଚାର କରା ଯାଉଥିବ । ଅର୍ଥାତ୍ ବାସ୍ତବ କ୍ଷେତ୍ରରେ, ଏହି ମାର୍ଗରେ ପ୍ରତ୍ୟେକ ବ୍ୟକ୍ତିର ଯୋଗର ଏକ ନିଜସ୍ୱ ପଦ୍ଧତି ରହିଥିବ-। ତଥାପି, ସମସ୍ତଙ୍କର କ୍ଷେତ୍ରରେ ପ୍ରଯୁଜ୍ୟ ହୋଇ ପାରୁଥିବା କେତେକ ସାଧାରଣ କରଣୀୟ ନିଶ୍ଚୟ ଥିବ ଏବଂ ତେଣୁ ଆମେ ଏଠାରେ ମଧ୍ୟ୍ୟ ଏହି ସମନ୍ୱୟକାରୀ ଯୋଗଟିର କେତେକ ନିର୍ଦ୍ଦିଷ୍ଟ ପଦ୍ଧତିର ଉଲ୍ଲେଖ କରି ପାରିବା । ସେଇଟିକୁ ଏକ ରୁଟିନବନ୍ଧା ପଦ୍ଧତି ବୋଲି ମୋଟେ କୁହା ଯିବନାହିଁ ।

 

ଯୋଗଯୁକ୍ତ ତାର ଏହି ସମଗ୍ର ଜୀବନ-ସାଧନାର ଦ୍ୱିତୀୟ ସ୍ଵାତନ୍ତ୍ର୍ୟଟି ହେଉଛି ଯେ, ପ୍ରକିୟାଟିରେ ଆମ ଜୀବନର କୌଣସି ଗୋଟିଏ ଦିଗକୁ ମଧ୍ୟ୍ୟ ବାଦ୍ ଦିଆଯାଇ ନଥିବାରୁ ତାହା ଆମର ପ୍ରକୃତିଟିକୁ ଆଦୌ କୌଣସି ଗ୍ରହଣୀୟ ଏବଂ ବର୍ଜନୀୟର ବିଚାର ନରଖି ସ୍ୱୀକାର କରି ନେଇଥାଏ, –ଆମ ବିବର୍ତ୍ତନ-ଧର୍ମଟିର ଅନୁସରଣ କରି ଆମେ ପ୍ରକୃତରେ ଯେଉଁଯାଏ ଆସି ପହଞ୍ଚିଛୁ, ସେଇଟିକୁ । ତାହା କୌଣସି ଗୋଟିକୁ ମଧ୍ୟ୍ୟ ବର୍ଜନ କରେନାହିଁ ଏବଂ ପ୍ରତ୍ୟେକଟିକୁ ହିଁ ଏକ ଦିବ୍ୟ ପରିବର୍ତ୍ତନର ସମ୍ମୁଖୀନ ହେବା ନିମନ୍ତେ ବାଧ୍ୟ୍ୟ କରିଥାଏ । ସତେଅବା ଆମ ଭିତରେ ରହିଥିବା ଜଣେ ମହାଶକ୍ତିମାନ୍ କାରିଗର ସେଗୁଡ଼ିକୁ ନିଜ ହାତକୁ ନେଇ ନୂଆ ରୂପ ଦେଇଥାଏ, ଏକ ରୂପାନ୍ତର ହିଁ ଘଟାଇଥାଏ । ସେମାନେ ଯାହା ହେବାକୁ ଇଚ୍ଛା କରୁଛନ୍ତି, ବାଟ ଖୋଜୁଛନ୍ତି ଅଥଚ ଅଭ୍ରାନ୍ତ ଭାବରେ କିଛି ପାଇ ପାରୁନାହାନ୍ତି, ତାହାର ଏକ ସ୍ପଷ୍ଟ ପ୍ରତିରୂପ ଉପସ୍ଥାପିତ କରି ଆଣିବାକୁ ଉଦ୍ୟମ କରେ । ତାହା ଏକ ଅଦ୍‌ଭୂତ ଅଭିଜ୍ଞତା, ଯାହାକି ଆମ ଭିତରେ ଉତ୍ତରୋତ୍ତର କେତେ କ’ଣକୁ ଉନ୍ମୋଚିତ କରି ଆଣେ ଏବଂ ଆମକୁ ଏପରି ଉପଲବ୍ଧଟିଏ ଆଣି ଦେଉଥାଏ ଯେ, ଆମର ଏହି ନିମ୍ନତର ଜୀବନଟି ଯେପରି ଭାବରେ ଗଠିତ ହୋଇଛି, ତାହାର ଯାବତୀୟ ଭାଗ ବାହାରକୁ ଯେତେ ଯାହା ବିକାରଯୁକ୍ତ, ବହୁ ଅଳ୍ପତାଯୁକ୍ତ ଓ ଦୁଷ୍ଟ ପରି ପ୍ରତୀତ ହେଉଥିଲେ ମଧ୍ୟ୍ୟ, ସେମାନେ ମର୍ମତଃ ଏକ ଦିବ୍ୟ ପ୍ରକୃତିର ସୌଷମ୍ୟ ମଧ୍ୟ୍ୟରେ ହିଁ କୌଣସି ଗୋଟିଏ ଗୋଟିଏ ଉପାଦାନ ଅଥବା କ୍ରିୟାତ୍ଜକତାର ଅଳ୍ପବହୁତ ପରିମାଣରେ ଝାପ୍‍ସା ଝାପ୍‍ସା ବା ଅପୂର୍ଣ୍ଣତାଯୁକ୍ତ ପ୍ରତିରୂପ ହୋଇ ରହିଛନ୍ତି । ବେଦକାଳୀନ ସେହି ପ୍ରାଚୀନ ଋଷିମାନେ ଜଣେ କାରିଗର ଆପଣାର କର୍ମଶାଳାରେ ଅଶୋଧିତ ଧାତୁପଦାର୍ଥ ଗୁଡ଼ିକରୁ ଯେପରି ଭଳି ଭଳି ଦ୍ରବ୍ୟ ଗଢ଼ି ନେଉଥାଏ, ସେହିପରି ଭାବରେ ସେମାନଙ୍କର ପୂର୍ବଜ ମନୁଷ୍ୟମାନେ ଦେବତାମାନଙ୍କୁ ଭିନ୍ନ ଭିନ୍ନ ଆକୃତି ଦେଇ ଗଢ଼ି ନେଉଥିଲେ ବୋଲି ଯାହା କହିଛନ୍ତି, ଏହି ଅବକାଶଟିରେ ମଧ୍ୟ୍ୟ ଆମେ ତାହାର ମର୍ମକୁ ବୁଝିବାକୁ ଆରମ୍ଭ ମଧ୍ୟ୍ୟ କରୁ ।

 

ତୃତୀୟ କଥାଟି ହେଉଛି, ଆମ ଭିତରେ ବିଦ୍ୟମାନ୍ ଥିବା ଦିବ୍ୟ ପରମଶକ୍ତି ଆମର ସମୁଦାୟ ଜୀବନଟିକୁ ହିଁ ଏହି ପୂର୍ଣ୍ଣାଙ୍ଗ ଯୋଗର ଗୋଟିଏ ଗୋଟିଏ ସାଧନରୂପେ ବ୍ୟବହାର କରୁଥାଏ । ଆମ ଜୀବନର ଗୋଟି ଗୋଟି କରି ପ୍ରତ୍ୟେକ ଅନୁଭବ ଓ ଏହି ବିଶ୍ୱ-ପରିବେଶ ସହିତ ସକଳ ମୁହୂର୍ତ୍ତରେ ହେଉଥିବା ଆମର ସବୁକିଛି ବାହ୍ୟ ସମ୍ପର୍କ ତଥା ସମ୍ପୃକ୍ତି,–ସେଗୁଡ଼ିକ ଯେତେ ସାମାନ୍ୟ ଅର୍ଥାତ୍ କମ୍ ତାତ୍ପର୍ଯ୍ୟର ହୋଇଥାନ୍ତୁ ପଛକେ ଅଥବା ଯେତେଯାହା ଅନିଷ୍ଟକାରୀ ହେଉଥାଆନ୍ତୁ ପଛକେ, ସେହି ସବୁଗୁଡ଼ିକ ହିଁ ଏଠାରେ କାମରେ ଲାଗି ପାରନ୍ତି । ସେହିପରି, ଆମ ଅନ୍ତର୍ଜୀବନର ସର୍ବପ୍ରକାର ଅଭିଜ୍ଞତା, ତାହା ଆମକୁ ଯେତେ ଯେତେ ଦୁଃଖଭୋଗର ଧକ୍କାମାନ ଆଣି ଦେଉଥିଲେ ଅଥବା ଆମକୁ ଚରମ ପ୍ରକାରେ ହାସ୍ୟକର ଏବଂ ଅପମାନଜନକ ଯେତେ ଯାହା ପତନର ସମ୍ମୁଖୀନ କରାଉଥିଲେ ମଧ୍ୟ୍ୟ ଆମ ପରିପୂର୍ଣ୍ଣତା-ଲାଭର ପଥରେ ଗୋଟିଏ ଗୋଟିଏ ପାବଚ୍ଛ ପରି କାର୍ଯ୍ୟ କରିଥାଆନ୍ତି । ଏବଂ, ପ୍ରକୃତରେ କେଉଁ ପ୍ରକାରର ଏକ ପଦ୍ଧତିରେ ପରମେଶ୍ୱର ପୃଥିବୀରେ ଆପଣାର କାର୍ଯ୍ୟ କରୁଥାନ୍ତି, ସେତେବେଳେ ଆମେ ଆମର ଆଖିମାନେ ପୂରା ଖୋଲା ହୋଇ ରହିଥିବା ପରି ସେହି ସତ୍ୟଟିକୁ ପ୍ରତ୍ୟକ୍ଷ କରୁ । ଯାବତୀୟ ଅସ୍ପଷ୍ଟତା ମଧ୍ୟ୍ୟରେ ତାଙ୍କର ଆଲୋକଟିକୁ ସେ ପ୍ରଜ୍ଜ୍ୱଳିତ ରଖିଥାନ୍ତି, ଦୁର୍ବଳ ଏବଂ ଭୂପତିତ ମଧ୍ୟ୍ୟରେ ଶକ୍ତିଟିକୁ ସଞ୍ଚାରିତ କରି ଦେଇଥାନ୍ତି, ଦୁଃଖଦାୟକ ଏବଂ ଶୋଚନୀୟ କେତେ କ'ଣ ମଧ୍ୟ୍ୟରେ ସେ ଆପଣାର ଉଦ୍ଦେଶ୍ୟଟିର ପୂରଣ ଲାଗି ଆଲୋକଟିଏ ଜଳାଇ ରଖିଥାନ୍ତି । ନିମ୍ନତର ତଥା ଉଚ୍ଚତର ଆପଣା କ୍ରିୟାତ୍ଜକତାର ଉଭୟ କ୍ଷେତ୍ରରେ ହିଁ ପରମେଶ୍ୱରଙ୍କର ପଦ୍ଧତିଟି ସେହି ଏକାଭଳି ହୋଇ ରହିଥାଏ । ଖାଲି ଏତିକି ପାର୍ଥକ୍ୟ ରହିଥାଏ ଯେ, ନିମ୍ନତର ସ୍ତରଟିରେ ତାହାର ସର୍ବବିଧ ପ୍ରୟାସ ସେପରି ପ୍ରତ୍ୟୟଯୁକ୍ତ କୌଣସ କୁଶଳତା ଲାଭ କରିଥାଏ, ପ୍ରକୃତିଭୂମିର ଅବଚେତନଟିକୁ ମାଧ୍ୟ୍ୟମ କରି ବେଶ୍ ଅସ୍ପଷ୍ଟ ଭାବରେ ଚାଲିଥାଏ ଏବଂ ଅନ୍ୟ ପକ୍ଷରେ, ତାହା ବେଗଯୁକ୍ତ ହୋଇଥାଏ, ଆପଣାର କାର୍ଯ୍ୟଟି ବିଷୟରେ ସଚେତନ ଥାଏ, ଏବଂ, ନିମିତ୍ତଟି ମଧ୍ୟ୍ୟରେ ପରମ ଅନୁମତାଙ୍କର ଅବଶ୍ୟ ହାତ ଅଛି ବୋଲି କେଡ଼େ ସ୍ପଷ୍ଟ ଭାବରେ ଜାଣି ହୋଇଯାଏ । ଅର୍ଥାତ୍, ଆମର ଏହି ସଂପୂର୍ଣ୍ଣ ଜୀବନଟି ହେଉଛି ଗୋଟିଏ ଯୋଗସାଧନା,–ସେହି ପରମା ପ୍ରକୃତିର ହିଁ ଯୋଗସାଧନା, ଯିଏକି ନିଜ ଭିତରେ ପରମେଶ୍ୱରଙ୍କୁ ବ୍ୟକ୍ତ କରି ଆଣିବା ନିମନ୍ତେ ବାଟ ଖୋଜୁଛି ଏବଂ ଉଦ୍ୟମଶୀଳ ହୋଇ ରହିଛି । ଅର୍ଥାତ୍‌, ଯୋଗ ଆମ ଜୀବନର ଏଭଳି ଗୋଟିଏ ସ୍ଥିତିକୁ ହିଁ ବୁଝାଉଛି, ଯେଉଁଠାରେ କି ଏହି ପ୍ରୟାସଟି ଆପଣାର ସେହି କାର୍ଯ୍ୟଟି ବିଷୟରେ ସଚେତନ ହୋଇଥାଏ ଏବଂ ଜଣେ ବ୍ୟକ୍ତିର ଜୀବନରେ ଏକ ଯଥାର୍ଥ ପୂର୍ଣ୍ଣତାବୋଧ ଆଣି ଦେଇପାରେ । ବିବର୍ତ୍ତନର ଏହି ଆମର ନିତ୍ୟପରିଚିତ ନିମ୍ବତର ଭୂମିରେ ଆମର ଏହି ନାନାବିଧ ସଚଳତା ସେହି ପାରମ୍ପରିକ ପ୍ରକାରେ ହିଁ ବିକ୍ଷିପ୍ତ ହୋଇ ରହିଛି ଏବଂ ଅତ୍ୟନ୍ତ ଅସଂବୃତ ଓ ହୁଗୁଳା ଭାବରେ ପରସ୍ପର ସହିତ ଗୁନ୍ଥା ହୋଇ ରହିଛି । ଯୋଗ ସେହି ସବୁଗୁଡ଼ିକୁ ଏକତ୍ର ସଂଗ୍ରହ କରି ଆଣେ ଏବଂ ଗୋଟିଏ କେନ୍ଦ୍ରର ଚାରିପାଖରେ ଗଚ୍ଛାଇ ରଖିଥାଏ ।

 

ପଦ୍ଧତିଟି ଏହିପରି ଗୋଟିଏ କେନ୍ଦ୍ରର ଚାରିପାଖରେ ଆପଣାର ଅଭିନିବେଶ କରି ଆଣି ଏବଂ ତେଣୁ, ଫଳପ୍ରାପ୍ତିର କ୍ଷେତ୍ରରେ ମଧ୍ୟ୍ୟ ଅନୁରୂପ ପ୍ରକାରେ ଏକ ସର୍ବାଙ୍ଗୀନତା ରହିଥାଏ । ପ୍ରଥମତଃ, ଦିବ୍ୟ ପରମ ସତ୍ତାଙ୍କର ଏକ ସର୍ବାଙ୍ଗୀନ ଉପଲବ୍ଧି ସମ୍ଭବ ହୁଏ । ଆଗ ପରି ଆଦୌ ସେହି କଳ୍ପିତ ପରମ ଏକଙ୍କର ଉପଲବ୍ଧି ନୁହେଁ, ଯାହାକୁ କି ଏହି ଅନେକତ୍ୱ ମଧ୍ୟ୍ୟରେ ମୋଟେ ଠାବ କରି ହେବନାହିଁ । ମାତ୍ର ତାଙ୍କର ଅନେକାନେକ ବିଭାବ ମଧ୍ୟ୍ୟରେ ମଧ୍ୟ୍ୟ ତାଙ୍କୁ ଅବଶ୍ୟ ଚିହ୍ନି ହେଉଥିବ, ସର୍ବବିଧ ଅର୍ଥରେ ସ୍ୱୀକାର କରିନେଇ ହେଉଥିବ । ଆମ ସମସ୍ତଙ୍କର ଏହି ଆପେକ୍ଷିକ ଚେତନାର ଭୂମିଟି ଉପରେ ତାଙ୍କ ବିଷୟରେ ସଂପୂର୍ଣ୍ଣ ଜ୍ଞାନଟିଏ ଅର୍ଜନ କରି ପାରିବା ଲାଗି ତାଙ୍କୁ ଏହିପରି ଅନେକ ବୋଲି ଚିହ୍ନିବାର ସର୍ବଦା ଏକ ଆବଶ୍ୟକତା ଅବଶ୍ୟ ରହିଛି । ଅର୍ଥାତ୍, କେବଳ ଆତ୍ଜାର କ୍ଷେତ୍ରରେ ହିଁ ଏକ ଏକତ୍ଵର ଉପଲବ୍ଧି ଯଥେଷ୍ଟ ନୁହେଁ, ମାତ୍ର ସର୍ବବିଧ କ୍ରିୟାଶୀଳତା, ଭଳି ଭଳି ନାନା ପୃଥିବୀ ତଥା ଜୀବପ୍ରଣୀଙ୍କର ଏହି ଅନନ୍ତ-ବିଚିତ୍ରତାଟି ମଧ୍ୟ୍ୟରେ ମଧ୍ୟ୍ୟ ସେହି ଏକତ୍ୱଟିକୁ ଉପଲବ୍ଧି କରିବା ସକାଶେ ଅବଶ୍ୟ ପ୍ରୟୋଜନ ରହିଛି । ପୁନଶ୍ଚ, ଏଥିରୁ ପ୍ରାପ୍ତ ହୋଇ ପାରୁଥିବା ବିମୋଚନଟି ମଧ୍ୟ୍ୟ ସେହିପରି ଭାବରେ ସମଗ୍ର । ଏଥିରେ ଜଣେ ବ୍ୟକ୍ତି ନିଜ ସତ୍ତାର ସବୁଯାକ ଖଣ୍ଡରେ ଯେ ଦିବ୍ୟ ପରମଙ୍କ ସହିତ ଅବିଚ୍ଛନ୍ନ ସମ୍ପର୍କରେ ଯାଇ ଅବସ୍ଥାନ କରିପାରିବ ତା’ ନୁହେଁ, କେବଳ ଗୋଟିଏ ସାଜୁଜ୍ୟମୁକ୍ତି ନୁହେଁ ଯାହାଦ୍ୱାରା କି ସିଏ ଅଲଗା ହୋଇ ରହିଥିବା ସମୟରେ ମଧ୍ୟ୍ୟ ମୁକ୍ତ ରହି ପାରୁଥିବ, କେବଳ ସେହି ସାଲୋକ୍ୟମୁକ୍ତି ମଧ୍ୟ୍ୟ ନୁହେଁ, ଯାହାଫଳରେ ତା’ର ସଂପୂର୍ଣ୍ଣ ଚେତନ ସତ୍ତାଟି ସେହି ପରମଙ୍କ ସହିତ ଏକ ସମାନ ସ୍ତରରେ ଯାଇ ଅବସ୍ଥିତ ରହିଥିବ, ଏକାବେଳକେ ଏକ ସଚ୍ଚିଦାନନ୍ଦ ସ୍ଥିତିରେ ଯାଇ ପହଞ୍ଚିଥିବ, ମାତ୍ର ଏକ ସାଧର୍ମ୍ୟମୁକ୍ତିର ମଧ୍ୟ୍ୟ ଉପଲବ୍ଧି ହୋଇ ପାରିଥିବ; ଅର୍ଥାତ୍‌ ତା’ର ନିମ୍ନତର ସତ୍ତାଟି ଏକ ରୂପାନ୍ତରକୁ ସମ୍ଭବ କରାଇ ଏକ ଦିବ୍ୟ ସ୍ଵଭାବକୁ ବହନ କରୁଥିବ, ଆପଣାର ଏହି ମାନବସ୍ଵଭାବ ମଧ୍ୟ୍ୟରେ ଦିବ୍ୟତାଟିର ପ୍ରତିଫଳନ କରି ପାରୁଥିବ । ସେଇଠାରେ ଉପନୀତ ହୋଇ ତା’ର ବିମୋଚନର ପ୍ରକ୍ରିୟାଟି ଆପଣାର ଚରମତମ ତଥା ସଂପୂର୍ଣ୍ଣତର ସମ୍ଭାବନାର ଭାଜନ ହୋଇ ପାରିବ, ସେତେବେଳେ ଚେତନା ଏହି ଅହଂଗତ ଅଧୀନତାର ଯାବତୀୟ କ୍ଷଣକ୍ଷଣିକତାର ଛାଞ୍ଚଟି ମଧ୍ୟ୍ୟରୁ ମୁକ୍ତ ହୋଇ ସେହି ଏକମେବ ପରମସତ୍ତା ସହିତ ଯୁକ୍ତ ହୋଇ ରହିବ; ଏହି ପୃଥିବୀରେ, ବ୍ୟକ୍ତିର ସ୍ୱଜୀବନଟି ମଧ୍ୟ୍ୟରେ ତଥା ବିଶ୍ୱାତୀତ ଭାବରେ ମଧ୍ୟ୍ୟ ପୂର୍ଣ୍ଣପ୍ରସାରିତ ହୋଇ ଯାଇପାରିବ । ସେହି ସଂପୂର୍ଣ୍ଣ ଏକତ୍ୱ ମଧ୍ୟ୍ୟରେ ଯୁକ୍ତ ହୋଇ ରହିଥିବ ।

 

ସେହି ସମଗ୍ର ଉପଲବ୍ଧି ତଥା ବିମୋଚନ ହେତୁ ଜ୍ଞାନ, ଭକ୍ତି ଓ କର୍ମରୁ ଉପଲବ୍ଧ ପରିଣାମଗୁଡ଼ିକ ମଧ୍ୟ୍ୟରେ ପରିପୂର୍ଣ୍ଣ ସମଞ୍ଜସତା ନିଶ୍ଚୟ ରହିଥିବ । କାରଣ, ଅହଂର ଆଉ କୌଣସି ପ୍ରକାରର ବନ୍ଧନ ନଥିବ ଓ ଆମର ସତ୍ତା ସକଳ ମଧ୍ୟ୍ୟରେ ତଥା ସକଳର ଅତୀତ ହୋଇ ବିଦ୍ୟମାନ୍ ରହିଥିବା ସେହି ଏକ ପରମଙ୍କ ସହିତ ହିଁ ଏକଯୁକ୍ତ ହୋଇ ରହିଥିବ । ମାତ୍ର, ଏହି ସବୁକିଛିର ଉପଲବ୍ଧି କରୁଥିବା ଚେତନାଟି ଆପଣାର ଉପଲବ୍ଧିଟି ସହିତ କଦାପି ସୀମାବଦ୍ଧ ହୋଇ ରହିଯାଉ ନଥିବାରୁ, ଆମକୁ ଏକ ସମଗ୍ର ସହସ୍ପର୍ଶ ଜନିତ ଉଲ୍ଲାସ ମଧ୍ୟ୍ୟ ପ୍ରାପ୍ତ ହେବ, ପ୍ରେମର ସେହି ସମଞ୍ଜସତାଯୁକ୍ତ ବୈଚିତ୍ର୍ୟଟି ମଧ୍ୟ୍ୟ ମିଳିଯିବ, ଯାହା ଫଳରେ ଆମକୁ ଲୀଳାଟିର ସର୍ବବିଧ ସମ୍ବନ୍ଧ ମଧ୍ୟ୍ୟ ଆମପାଇଁ ସମ୍ଭବ ହେବ,–ନିଜ ଜୀବନର ଉଚ୍ଚତା ଗୁଡ଼ିକର ପରମ ପ୍ରେମାସ୍ପଦଙ୍କ ସହିତ ସେହି ଶାଶ୍ୱତ ଏକତ୍ୱଟିକୁ ଅକ୍ଷୁର୍ଣ୍ଣ ରଖିଥିବା ମଧ୍ୟ୍ୟ ସମ୍ଭବ ହେବ । ଏବଂ, ଠିକ୍ ସେହିପରି ଗୋଟିଏ ପ୍ରସାରଣ ଦ୍ୱାରା ଆମେ ଆତ୍ଜାର ସ୍ତରରେ ଏପରି ଏକ ସ୍ଵାଧୀନତା ଲାଗି ସମର୍ଥ ହେବା ଯାହାକି ଜୀବନ ସହିତ ଯୁକ୍ତ ହୋଇ ରହିଥିବ ଓ ତେଣୁ ନିଜକୁ ଜୀବନ ଭିତରୁ ପ୍ରତ୍ୟାହାର କରିନେବା ଉପରେ ନିର୍ଭରଶୀଳ ହୋଇ ରହି ନଥିବ । ତାହାରି ବଳରେ ଆମେ ଯାବତୀୟ ଅହଂଗତତାରୁ ମୁକ୍ତି ଲାଭ କରିବା, ସକଳ ବନ୍ଧନ ଓ ପ୍ରତିକ୍ରିୟାରୁ ସ୍ୱାଧୀନ ହୋଇ ରହି ପାରୁଥିବା ଏବଂ ସେହିପରି ଭାବରେ ଆପଣାର ମନ ଓ ଶରୀରର ସ୍ତରରେ ଏପରି ଗୋଟିଏ ଦିବ୍ୟ କ୍ରିୟାଶୀଳତାର ମାର୍ଗରୂପେ ନିଜକୁ ତିଆରି କରି ପାରିବା, ଯାହାକି ପୂର୍ଣ୍ଣ ସ୍ଵଚ୍ଛନ୍ଦତା ସହିତ ପୃଥିବୀ ଉପରେ ନିଜକୁ ଅଜାଡ଼ି ଦେବାରେ ଲାଗିଥିବ ।

 

ଆମ ପ୍ରକୃତିର ଏହିପରି ଏକ ଦିବ୍ୟ ସ୍ଥିତି କେବଳ ଆମ ଜୀବନରେ ଏକ ଆବଶ୍ୟକ ମୁକ୍ତି ସମ୍ଭବ ହୋଇଥିବାର ସୂଚନା ଦିଏନାହିଁ, ତାହା ଶୁଦ୍ଧତାର, ଏକ ସିଦ୍ଧିରୁ ପ୍ରାପ୍ତ ହୋଇଥିବା ଉଲ୍ଲାସର ଏବଂ ପରିପୂର୍ଣ୍ଣତାର ପରିଚୟ ମଧ୍ୟ୍ୟ ଆଣିଦିଏ । ଏପରି ଏକ ଅନ୍ତର୍ଗତ ଶୁଦ୍ଧତା, ଯାହାକି ଆମ ନିଜ ଭିତରେ ସେହି ଦିବ୍ୟ ପରମସତ୍ତା ହିଁ ପ୍ରତିଫଳିତ ହୋଇ ରହିଛନ୍ତି ବୋଲି ପ୍ରମାଣ ଦେଇଯାଇ ପାରୁଥିବ ଏବଂ ଯୁଗପତ୍ ଭାବରେ ସିଏ ଆମଭିତରେ ଆପଣାର ପରମ ସତ୍ୟ ତଥା ପରମ ବିଧାନକୁ ମଧ୍ୟ୍ୟ ଆଣି ସଂପୂର୍ଣ୍ଣ ଭାବରେ ଅଜାଡ଼ି ଦେଉଛନ୍ତି ଏବଂ ସେଇଟିର କାରଣରୁ ଯେ ଆମେ ନିଜ ଜୀବନର ବାହ୍ୟ ଭାଗଗୁଡ଼ିକରେ ଏକ ବହୁପ୍ରସ୍ଥ ନିମିତ୍ତ ହୋଇ ସମୁଚିତ ଭାବରେ କ୍ରିୟାଶୀଳ ହୋଇ ରହି ପାରୁଛୁ, ଆମକୁ ସେହି ପ୍ରତ୍ୟୟଟିକୁ ଆଣି ଦେଉଛନ୍ତି । ଆମ ଜୀବନରେ ତାହାରି ଦ୍ୱାରା ହିଁ ଏକ ଅନ୍ତର୍ଗତ ସ୍ୱାଧୀନ କ୍ରିୟା ଅବ୍ୟାହତ ରହିଥିବାର ପ୍ରତିପାଦିତ ହେବାରେ ଲାଗିଛି । ସେହି କାରଣରୁ ଆମେ ଏକ ଉପଲବ୍ଧି-ଜନିତ ପୂର୍ଣ୍ଣ ପ୍ରତ୍ୟୟଯୁକ୍ତ ଉଲ୍ଲାସର ଅଧିକାରୀ ହୋଇ ପାରୁଛୁ । ଅର୍ଥାତ୍, ତାହା ଆମକୁ ଏହିଭଳି ଗୋଟିଏ ବିଶେଷ ଆନନ୍ଦ ଆଣି ଦେଇଯାଉଛି, ଯାହାଦ୍ୱାରା କି ଆମେ ଏହି ସଂସାରମୟ ସବୁକିଛିରେ ସେହି ପରମ ଦିବ୍ୟ ସତ୍ତାଙ୍କର ପ୍ରତୀକଗୁଡ଼ିକର ହିଁ ପ୍ରତ୍ୟକ୍ଷ କରିବାକୁ ସମର୍ଥ ହେଉଛୁ । ଏହି ପୃଥିବୀର ଅତିରିକ୍ତ ହୋଇ ରହିଥିବା ଆନନ୍ଦଟିକୁ ମଧ୍ୟ୍ୟ ଅନୁଭବ କରିପାରୁଛୁ । ଏବଂ, ସମୁଦାୟ ପ୍ରକ୍ରିୟାଟି ଆମର ଏହି ମନୁଷ୍ୟ-ସମୁଦାୟକୁ ଏକ ସମଗ୍ର ପରିପୂର୍ଣ୍ଣତାର ଉପଲବ୍ଧି ଆଡ଼କୁ ପ୍ରସ୍ତୁତ କରିନେଉଛି, ମନୁଷ୍ୟଜୀବନର ଏହି ପରିବେଶଟି ମଧ୍ୟ୍ୟରେ ଆମ ମନୁଷ୍ୟମାନଙ୍କୁ ପରମ ଦିବ୍ୟସତ୍ୟର ଏକ ନମୁନାରୂପେ ଗଢ଼ି ନେବାରେ କିୟାଶୀଳ ହୋଇ ରହିଛି ଏପରି ଏକ ପରିପୂର୍ଣ୍ଣତାର ଉପଲବ୍ଧି, ଯାହାକି ସତ୍ତାର ଏକ ମୁକ୍ତ ବିଶ୍ୱବୋଧ ଉପରେ ପ୍ରତିଷ୍ଠିତ ହୋଇ ରହିଥିବ, ପ୍ରେମ ତଥା ଆନନ୍ଦର ମୂଳଦୁଆ ଉପରେ ଦଣ୍ଡାୟମାନ ରହିଥିବ, ଜ୍ଞାନର ଏକ ଲୀଳା ହୋଇ ରହିଥିବ, ଏକ ସମର୍ଥ ଇଚ୍ଛାଶକ୍ତିର ନିର୍ଭରଶିଳା ଉପରେ ଠିଆ ହୋଇଥିବ, ଯାବତୀୟ ଅହଂଭାବରୁ ସଂପୂର୍ଣ୍ଣ ମୁକ୍ତ ହୋଇ ଏକ କର୍ମମୟତାର ଲୀଳା ହୋଇ ରହିଥିବ । ଏବଂ, ଏକ ପର୍ଣ୍ଣାଙ୍ଗ ଯୋଗ ଦ୍ୱାରା ସେହି ପୂର୍ଣ୍ଣାଙ୍ଗତାକୁ ଅର୍ଜନ କରାଯାଇ ପାରିବ-

 

ପରିପୂର୍ଣ୍ଣତା, ଅର୍ଥାତ୍‌ ଯେଉଁଟିରେ ମନ ଓ ଶରୀରର ପରିପୂର୍ଣ୍ଣତା ଅନ୍ତର୍ଭୁକ୍ତ ହୋଇ ରହିଛି, ଯେପରିକି ରାଜଯୋଗ ଓ ହଠଯୋଗର ଉଚ୍ଚତମ ଲାଭଗୁଡ଼ିକ ସେଥିରେ ଅନ୍ତର୍ଭୁକ୍ତ ହୋଇ ହୋଇ ରହିଥିବ । ଏହି ମନୁଷ୍ୟଜାତି ଆଖର ସମନ୍ୱୟର ଯେଉଁ ପ୍ରଶସ୍ତତମ ବାସ୍ତବରେ ଯାଇ ପହଞ୍ଚିବ, ତାହାରି ଏକ ସୂତ୍ରାୟନ ଅନୁସାରେ । ସେକଥା ଯେପରି ହୋଇଥାଉ ପଛକେ, ମନୁଷ୍ୟଗଣଙ୍କର ମାନସ ତଥା ଦୈହିକ ସାମର୍ଥ୍ୟଚୟର ପୂର୍ଣ୍ଣ ବିକାଶ ହେବ । ଏବଂ ଯେଉଁ ଯୋଗକୁ ମାଧ୍ୟ୍ୟମରୂପେ ବ୍ୟବହାର କରି ମନୁଷ୍ୟଜାତି ସେହି ସାମର୍ଥ୍ୟ ତଥା ଅଭିଜ୍ଞତାଗୁଡ଼ିକୁ ଲାଭ କରିବ, ତାହାକୁ ଆମର ଏହି ପୂର୍ଣ୍ଣାଙ୍ଗ ସାଧନା-ପଦ୍ଧତିଟି ମଧ୍ୟ୍ୟରେ ସର୍ବଦା ଅନ୍ତର୍ଗତ କରି ରଖିବାକୁ ହେବ । ପୁନଶ୍ଚ, ଏକ ସମ୍ପୂର୍ଣ୍ଣତାଯୁକ୍ତ ମାନସିକ ଏବଂ ଶାରୀରିକ ଜୀବନକୁ ବଞ୍ଚିବା ନିମନ୍ତେ ପ୍ରୟୋଗ କରା ନଯାଉଥିଲେ ଏଗୁଡ଼ିକର ବାସ୍ତବତଃ ଆଉ କୌଣସି ଅସ୍ତିତ୍ୱ ମଧ୍ୟ୍ୟ ରହିବନାହିଁ । ଆମମାନଙ୍କ ଦ୍ଵାରା ଆକାଙ୍‌କ୍ଷା କରା ଯାଉଥିବା ଅଧ୍ୟ୍ୟାତ୍ଜର ଜୀବନଟିକୁ ଏହାର ଯଥୋଚିତ ମାନସିକ ଏବଂ ଭୌତିକ ମୂଲ୍ୟଗୁଡ଼ିକ ମଧ୍ୟ୍ୟକୁ ପ୍ରତିଫଳିତ ଓ ପ୍ରତିବିମ୍ବିତ କରାଇ ଆଣିପାରିଲେ ଯାଇ ପ୍ରକୃତରେ ସେହିପରି ଗୋଟିଏ ମାନସିକ ଓ ଭୌତିକ ଜୀବନ ସମ୍ଭବ ହେବ । ଅର୍ଥାତ୍, ଏହିପରି ଭାବରେ ଆମେ ପ୍ରକୃତିର ସେହି ତିନୋଟିଯାକ କ୍ଷେତ୍ର ମଧ୍ୟ୍ୟରେ ଏକ ସମନ୍ୱୟ ସମ୍ଭବ କରି ଆଣି ପାରିବା । ଆମ ମାନବୀୟ ଜୀବନର ତିନି ବିଭାବରେ ମଧ୍ୟ୍ୟ ଏକ ସମନ୍ୱୟ ସମ୍ଭବ ହୋଇ ଆସି ପାରିବ,–ସେଗୁଡ଼ିକ ବିବର୍ତ୍ତନର ପ୍ରକ୍ରିୟାଟି ମଧ୍ୟ୍ୟରେ ଯେଉଁଯାଏ ଆସିଛନ୍ତି ତଥା ଆଗକୁ ଯେପରି ଭାବରେ ବିବର୍ତ୍ତିତ ମଧ୍ୟ୍ୟ ହେଉଛନ୍ତି । ଆମର ଏହି ବିମୋଚିତ ହୋଇ ଯାଉଥିବା ସତ୍ତାର କ୍ଷେତ୍ରରେ ଏବଂ ପରିପୂର୍ଣ୍ଣରୁ ଆହୁରି ପରିପୂର୍ଣ୍ଣ ହେଉଥିବା ତାହାର ଯାବତୀୟ କ୍ରିୟାତ୍ଜକତାର ଶୈଳୀରେ ଆମର ଆଦ୍ୟଭୂମି ସ୍ଵରୂପ ହୋଇ ରହିଥିବା ଭୌତିକ ଜୀବନ ଓ ପରବର୍ତ୍ତୀ ମଧ୍ୟ୍ୟବର୍ତ୍ତୀ ସ୍ତରଟିଏ ପରି କାର୍ଯ୍ୟ କରୁଥିବା ଆମର ମାନସିକ ଜୀବନକୁ,–ଏହି ଦୁଇଟିଯାକକୁ ଆମେ ଅବଶ୍ୟ ଅନ୍ତର୍ଗତ କରି ରଖିବା ।

 

ପୁନଶ୍ଚ, କେବଳ ବ୍ୟକ୍ତିଜୀବନକୁ ସମୁଦାୟ କ୍ଷେତ୍ରରୂପେ ଗ୍ରହଣ କରି ରହିଥିବା ପର୍ଯ୍ୟନ୍ତ ଆମେ ଆସ୍ପୃହା କରୁଥିବା ସମଗ୍ରତାଟି କଦାପି ଏକ ଯଥାର୍ଥ ବାସ୍ତବତା ଲାଭ କରି ପାରିବନାହିଁ, ଏପରିକି ଆଦୌ ସମ୍ଭବ ହେବନାହିଁ । ଆମ ଜୀବନର ଦିବ୍ୟ । ପରିପୂର୍ଣ୍ଣତା ତ ସେତେବେଳେ ଯଥାର୍ଥ ହେବ, ଯେତେବେଳେ ଆମେ ଏକ ସତ୍ତାରୂପେ । ନିକ ଜୀବନର ପୂର୍ଣ୍ଣ ଉପଲବ୍ଧି କରିପାରିବା, ଆମର ଜୀବନରେ ଏବଂ ଜୀବନର ସର୍ବବିଧ ପ୍ରୀତିକ୍ଷେତ୍ରରେ,–ଏବଂ ତେଣୁ ସେହି କ୍ଷେତ୍ରରେ ଅନ୍ୟମାନେ ମାଧ୍ୟ୍ୟମ ହୋଇ ରହିବେ ଓ ଆମେ ଆପେ ମଧ୍ୟ୍ୟ ମାଧ୍ୟ୍ୟମ ହୋଇ ରହିଥିବା-। ଆମର ବିମୋଚନଟିକୁ ଏବଂ ତାହାର ଫଳଗୁଡ଼ିକୁ ଆମେ ଅନ୍ୟମାନଙ୍କ ମଧ୍ୟ୍ୟକୁ ବି ପ୍ରସାରିତ କରି ଦେଇ ପାରୁଥିବା, । ତେବେ ଯାଇ ତ ଆମର ସେହି ବିମୋଚନର ଆଦୌ କୌଣସି ତାତ୍ପର୍ଯ୍ୟ ରହିବ, ଆମ ପରିପୂର୍ଣ୍ଣତାର ଆଦୌ କିଛି ଫଳ ଫଳୁଥିବା ପରି ଲାଗିବ ଓ ଆଦୌ କୌଣସି ଉପଯୋଗିତା ରହିଥିବା ପରି ବୋଧ ମଧ୍ୟ୍ୟ ହେବ । ଏବଂ ସେହି ପ୍ରସାରଣଟି ଧର୍ମତଃ କ୍ରମଶଃ ଅଧିକ ବିସ୍ତୃତ ହେବାରେ ଲାଗିଥିବ, ଅବିଛିନ୍ନ ଭାବରେ ଲାଗି ରହିଥିବ: ଅର୍ଥାତ୍ ବୃଦ୍ଧିପ୍ରାପ୍ତ ହେଉଥିବ ଓ ଆଖର ମାନବଜାତି ମଧ୍ୟ୍ୟକୁ ସଂକ୍ରାମିତ ହୋଇଯିବ । ସମଗ୍ର ମନୁଷ୍ୟ-ସମୁଦାୟରେ ତାହା ଗୋଟିଏ ସ୍ଵାଭାବିକ ଗୁଣଧର୍ମ ହୋଇ ରହିବ । ଏହିପରି ଭାବରେ ମନୁଷ୍ୟର ଏହି ବର୍ତ୍ତମାନର ପାର୍ଥିବ ଭୌତିକ ଜୀବନଟି ଏକ ଦିବ୍ୟ ସ୍ୱଭାବସଚଳତାରେ ପରିଣତ ହୋଇଯିବ ଏବଂ ପୃଥିବୀ ପୃଷ୍ଠରେ ତାର ଜୀବନରେ ମାନସିକ ଓ ନୈତିକ ଆତ୍ଜୋତ୍କର୍ଷଲାଭର ଯେଉଁ ମହାନ୍‌ ଜାଗତିକ ପ୍ରୟାସଟି ତାକୁ ମାଧ୍ୟ୍ୟମ କରି ଲାଗି ରହିଛି,–ଉଭୟ ବ୍ୟକ୍ତି ତଥା ସମୂହର ସ୍ତରରେ ଉକ୍ତ ପ୍ରୟାସଟି ଲାଗି ରହିଛି, ଏକ ସୁପ୍ରଶସ୍ତ ତଥା ପରିପୂର୍ଣ୍ଣ ଅଧ୍ୟ୍ୟାତ୍ଜ ଜୀବନର ସେହି ସର୍ବାଙ୍ଗୀନ ହୋଇ ଆସିବାର ଧାରାରେ ସେହି ଦିବ୍ୟତାଟିକୁ ଆବାହନ କରି ଅଣାଯାଇ ପାରିବ । ଆମର ଯାବତୀୟ ବ୍ୟକ୍ତିଗତ ତଥା ସମ୍ମିଳିତ ଉଦ୍ୟମରେ ତାହାକୁ ହିଁ ସର୍ବୋଚ୍ଚ ଫଳଲାଭ ବୋଲି କୁହାଯିବ । ସେହି ଯେଉଁ ପୂର୍ଣ୍ଣ ପ୍ରାପ୍ତିଟି, ଅନ୍ତର୍ରାଜ୍ୟରେ ପ୍ରତିଷ୍ଠିତ ହୋଇ ରହିଥିବା ସ୍ୱର୍ଗରାଜ୍ୟଟିକୁ ତାହା ଆମ ବାହାରେ ଏହି ଜଗତରେ ମଧ୍ୟ୍ୟ ପ୍ରତ୍ୟକ୍ଷ କରି ଆଣିବ,–ପୃଥିବୀର ଧର୍ମମାନେ ଭିନ୍ନ ଭିନ୍ନ ଶବ୍ଦର ପ୍ରୟୋଗ କରି ଯେଉଁ ମହାନ୍ ସ୍ଵପ୍ନଟିକୁ ଦେଖି ଆସିଛନ୍ତି, ସେତେବେଳେ ଯାଇ ତାହାର ସତକୁ ସତ ପ୍ରକଟ ଘଟିବ,–କଳ୍ପନାମାନେ ଯଥାର୍ଥରେ ଚାକ୍ଷୁଷ ହେବେ ।

 

ଯେଉଁମାନେ ପରମ ଈଶ୍ଵର ପ୍ରଚ୍ଛନ୍ନ ଭାବରେ ମନୁଷ୍ୟଜାତି ମଧ୍ୟ୍ୟରେ ଅବସ୍ଥିତ ରହିଛନ୍ତି ବୋଲି ଦେଖି ପାରୁଛନ୍ତି ଏବଂ ସେଇଟିର ସମ୍ଭାବନା ନିମନ୍ତେ ଉତ୍ସର୍ଗିତ ହୋଇ ଏଠି ରହିଛନ୍ତି, ସେହିମାନେ ହିଁ ଏକ ଉଦ୍ୟମ କରି ଆପଣା ଅଭିଳାଷଟିର ପ୍ରତିପାଦନ କରିବେ । ମନୁଷ୍ୟର ଭାବନା ନିମନ୍ତେ ପରିପୂର୍ଣ୍ଣତାର କ୍ଷେତ୍ରରେ ଯେଉଁ ପ୍ରଶସ୍ତତମ ସମନ୍ୱୟଟି ପ୍ରକୃତରେ ବୋଧ୍ୟ୍ୟ ହୋଇ ପାରିବ, ସେହିମାନେ ହିଁ ସେଇଟି ଲାଗି ନିଶ୍ଚୟ ବାହାରିବେ ଏବଂ ଏକ ଅନୁରୂପ ପ୍ରୟାସଟିକୁ ବାସ୍ତବ କରିବେ ।

 

ସର୍ବଶେଷ କଥାଟିକୁ ସହଜ ଭାବରେ ଗ୍ରହଣ କରି ପାରିବା ଲାଗି ଏକଥାଟିକୁ ପ୍ରକୃତରେ ଅନୁଭବ କରି ପାରୁଥିବା ଉଚିତ ଯେ ପରମ ଈଶ୍ଵର ଏହି ମନୁଷ୍ୟଜାତି ମଧ୍ୟ୍ୟରେ ଅର୍ଥାତ୍ ଆମ ତୁମ ପ୍ରତ୍ୟେକଙ୍କ ମଧ୍ୟ୍ୟରେ ଅବସ୍ଥାନ କରୁଛନ୍ତି । ଆମର ପାରମ୍ପରିକ ଶାସ୍ତ୍ରଗୁଡ଼ିକରେ ତ କଥାଟି ସେହି କେଉଁ କାଳରୁ ଲିପିବଦ୍ଧ ହୋଇ ରହିଛି । ତଥାପି ଏକ ସମାନ୍ତର ମନ୍ଦ ଉତ୍ସାହରେ ସେହି ଈଶ୍ୱରଙ୍କୁ ନାନା କର୍କଶ ଭାବରେ ପୃଥିବୀ ବାହାରେ ନେଇ ବସାଇ ଦିଆଯାଇଛି । ସ୍ଵର୍ଗ ଏବଂ ନର୍କ, ପୁଣ୍ୟ ଏବଂ ପାପ, ଏହି ମର୍ତ୍ତ୍ୟଟି ବିଷୟରେ ଯେତେ ଯାହା ନିଷ୍ପତ୍ତି । ମନୁଷ୍ୟମାନେ ତେଣୁ ନ୍ୟାୟତଃ ଗୋଟିଏ ଗୋଟିଏ କ୍ରୀଡ଼ନକମାତ୍ର । ସେଇଥିରୁ ଏକ ଦମ୍ଭଯୁକ୍ତ ତତ୍ୱବୁଦ୍ଧିର ପ୍ରକୋପରେ ଗୋଟିଏ ମାୟାବାଦୀ ନାସ୍ତିକତାର ଜୀବନ–ଉଦାସୀନ ଅନ୍ୟମନସ୍କତା । ଭାଗ୍ୟ ହିଁ ସବୁକିଛିର ନିର୍ଦ୍ଧାରଣ କରିଦେଇଛି ଏବଂ, ଯେତେ ଅସଙ୍ଗତିପୂର୍ଣ୍ଣ ବୋଧ ହେଉଥିଲେ ମଧ୍ୟ୍ୟ, ଏକ ଅତିବିଚିତ୍ର ଈଶ୍ୱରତତ୍ତ୍ୱ ଏଠି ପୃଥିବୀରେ ମନୁଷ୍ୟଗଣ କେଉଁଯାଏ ଯିବେ ଓ ନଯିବେ, ଏକ ଦାରୁଣ ପକ୍ଷପାତିତା ଦ୍ୱାରା ତାହାକୁ ସ୍ଥିର କରି ଦେଇଛି । ଈଶ୍ୱର ଏହି ପୃଥିବୀରେ ମଣିଷ ଭିତରେ ରହିଛନ୍ତି । ସିଏ ପ୍ରଚ୍ଛନ୍ନ ହୋଇ ରହିଛନ୍ତି : ପ୍ରଚ୍ଛନ୍ନ ହୋଇ ରହିବାରେ ସୁଖ ପାଉଛନ୍ତି ବୋଲି ଯେ ସେ ପ୍ରଚ୍ଛନ୍ନ ହୋଇ ରହିଛନ୍ତି, ସେକଥା ଆଦୌ ନୁହେଁ । ସିଏ ମୋଟେ ଆଗକୁ ଆମର ଜୀବନକୁ ନଆସନ୍ତୁ ବୋଲି ଇଚ୍ଛା ନକରୁଥିବା ମନୁଷ୍ୟମାନେ ହିଁ ତାଙ୍କୁ ଢାଙ୍କି ରଖିଛନ୍ତି । ଯେଉଁମାନେ ନିଜ ସହଜ ଆସ୍ଫୃହାର ଗବାକ୍ଷଗୁଡ଼ିକୁ ନିଜ ପ୍ରୟୋଜନରେ ବନ୍ଦ କରି ରଖିଛନ୍ତି, ସେମାନଙ୍କ ଲାଗି ପବନ ଏବଂ ଆଲୋକମାନେ ଅପହଞ୍ଚ ହୋଇ ରହିଛନ୍ତି ।

 

ପରମଈଶ୍ୱରଙ୍କୁ ନିଜ ଭିତରେ ଦେଖିବେନାହିଁ ବୋଲି ଏକ ଖାସ୍ ମନୁଷ୍ୟପ୍ରକୃତି ପ୍ରାୟ ଏକ ଅପରିହାର୍ଯ୍ୟତା ଦ୍ୱାରା ବାଧ୍ୟ୍ୟ ହୋଇ ତାଙ୍କର ମୂର୍ତ୍ତିମାନ ଥାପନା କରି ରଖିଛି, ଭବ୍ୟ ଦେଉଳଗୁଡ଼ିକୁ ଗଢ଼ି ଛିଡ଼ା କରି ଦେଇଛି । ମୂର୍ତ୍ତିମାନଙ୍କୁ ତାହା ସଂପୂର୍ଣ୍ଣ ଭାବରେ ନିଜ ଅନ୍ଦାଜ ଅନୁସାରେ ଦୈର୍ଘ୍ୟ ଏବଂ ପ୍ରସ୍ଥ ଦେଇ ଗଢ଼ିଛି । ପ୍ରାୟ ଏକ ନିର୍ମଳ ମନୋରଂଜନର କଳ୍ପନା ସହିତ ପୁରାଣ ମାନଙ୍କର ସଂରଚନା କରି ଆଣିଛି । ଏବଂ, ସେହିପରି କୌଣସି ଛଦ୍ରମରେ ସିଏ ଆମର ଏହି ପୃଥିବୀସ୍ଥ ଜୀବନକୁ ମଧ୍ୟ୍ୟ ପ୍ରାୟ ଏକ ନିତ୍ୟ-ଅଭିନୟର ମଞ୍ଚ ବୋଲି ଗ୍ରହଣ କରି ନେଇଛି କି-? କନ୍ଦଳମାନେ ମୋଟେ ଈଶ୍ୱରମାନଙ୍କୁ ନେଇ ନୁହେଁ, ଗୋଟାପଣେ ମୂର୍ତ୍ତିମାନଙ୍କୁ ନେଇ ଲାଗିଛି-। ସୂତ୍ର ଓ ଶାସ୍ତ୍ରମାନଙ୍କୁ ଆଳ କରି ଲାଗିଆସିଛି ଏବଂ ଏବେ ମଧ୍ୟ୍ୟ ଲାଗିଛି । ମୁଖ୍ୟତଃ ଅପବିତ୍ରମାନେ ହିଁ ଏକ ସଂସ୍କାରବର୍ଜିତ ମୋହରେ ପଡ଼ି କେବଳ ନିଜର ପୁତ୍ତଳିଟିକୁ ଏକମାତ୍ର ପବିତ୍ର ଦିବ୍ୟରୂପେ ମାନି ନେଇଥାନ୍ତି ବୋଲି ସଚରାଚର ଆପଣାଟିକୁ ଅସଲ ବୋଲି ଗ୍ରହଣ କରିନେଇ ଅନ୍ୟ ସମସ୍ତଙ୍କୁ ଅପବିତ୍ର ବୋଲି କହି ଗୋଳ କରୁଥାଆନ୍ତି ଏହିପରି ଏକ କୋପନବୃତ୍ତି ଦ୍ୱାରା ପରିଚାଳିତ ହୋଇ ଆମ ପୃଥିବୀରେ ମ୍ଳେଚ୍ଛ ଯବନ ଓ କାଫେର୍ ପ୍ରଭୃତି ଶାଳୀନତାହୀନ ଶବ୍ଦର ଭିଆଣ ହୋଇନାହିଁ ତ ? ତେଣୁ, ପରମ ଈଶ୍ୱର ମନୁଷ୍ୟଜାତି ମଧ୍ୟ୍ୟରେ ବାସ କରୁଛନ୍ତି, ଆମେ ମନୁଷ୍ୟମାନେ କ’ଣସବୁ ଅନ୍ତର୍ଗତ ଅଭୀପ୍ସାର ଗଭୀର ଆକର୍ଷଣରେ ହିଁ ସେହି ଈଶ୍ୱରଙ୍କର ସନ୍ଧାନରେ ବାହାରିଛୁ, ସେହିପରି ଏକ ଶ୍ରଦ୍ଧାପୂର୍ଣ୍ଣ ଅନିବାର୍ଯ୍ୟତା ଦ୍ୱାରା ପ୍ରବୃତ ହୋଇ ହିଁ ଆମେ ଏଠି ପରସ୍ପରକୁ ଖୋଜୁଛୁ ଏବଂ ଲୋଡ଼ୁଛୁ, ଈଶ୍ୱରରୂପୀ ଏକ ପରିମାପ ଦ୍ୱାରା ପରସ୍ପରକୁ ଆବିଷ୍କାର କରୁଛୁ ଏବଂ ନିଜ ନିଜର ନାନା ଅନ୍ତରଙ୍ଗ ପାରସ୍ପରିକତା ଦ୍ଵାରା ଆକର୍ଷିତ ହୋଇ ଈଶ୍ୱରଙ୍କୁ ଆବିଷ୍କାର କରିପାରୁଛୁ । ଅର୍ଥାତ୍ ଏହି ଏଠା ସମ୍ପର୍କଗୁଡ଼ିକୁ ମାଧ୍ୟ୍ୟମ କରି ପରସ୍ପରର ନିକଟବର୍ତ୍ତୀ ହେଉଥିବା ସହିତ ଆମେ ଈଶ୍ୱରଙ୍କୁ ମଧ୍ୟ୍ୟ ଅସୁମାରି ଆୟାମ ଦେଇ ଚିହ୍ନଛୁ ଏବଂ ଆମର ଈଶ୍ୱର-ପରିଚୟ ସକଳ କ୍ରମଶଃ ଅଧିକ ପୋଖତ ଅର୍ଥାତ୍ ସକାରାତ୍ଜକ ହୋଇ ପାରୁଥିବା ସଙ୍ଗେ ସଙ୍ଗେ ମୂଳଭୂତ ମନୁଷ୍ୟ-ପରିଚୟଟି ମଧ୍ୟ୍ୟ ସକାରାତ୍ଜକତା ଲାଭ କରୁଛି । ଆମର ଆଗକୁ ଯାଉଥିବା ସହିତ ଆମ ଈଶ୍ୱର ଆଗକୁ ଆଗକୁ ଯାଉଛନ୍ତି ଏବଂ ଈଶ୍ୱରାନୁଭବର ପ୍ରସ୍ଥମାନେ ବଢ଼ିବା ସହିତ ଆମର ଇହ ସକଳମନୁଷ୍ୟଙ୍କର ଏହି ପୃଥିବୀଟିକୁ କେଡ଼େ ନିବିଡ଼ ଭାବରେ ସ୍ପର୍ଶ ମଧ୍ୟ୍ୟ କରିହେଉଛି-

 

ଆପଣାର ପୂର୍ଣ୍ଣ ଠିକଣାଟିକୁ ଖୋଜି ପ୍ରତ୍ୟେକ ମନୁଷ୍ୟ ଅନ୍ୟ ମନୁଷ୍ୟମାନଙ୍କର ନୈକଟ୍ୟ ମଧ୍ୟ୍ୟରେ ନିଜକୁ ଆବିଷ୍କାର କରିଥିବ ଓ ତାହାରି ଏକ ଠୁଳ ଶିଖରକଳାନାର ସମଗ୍ରତା ମଧ୍ୟ୍ୟରେ ଈଶ୍ୱର ନାମକ ସେହି ମହାସମ୍ପଦଟିର ସର୍ଜନା କରିଥିବ । ପ୍ରତ୍ୟେକ ଧର୍ମର ଗର୍ଭଗୃହକୁ ତନଖି ଅନୁଭବ କରିପାରିଲେ ସେଥିପାଇଁ ଏକ ଈଶ୍ଵର-ଦୃଷ୍ଟିର ଉଚ୍ଚାଟନାର ପରିଚୟ ସର୍ବଦା ମିଳି ଯାଇଥାଏ । ସେହି ଦୃଷ୍ଟିଟିକୁ ସବୁଧର୍ମର ଅସଲ ବିତ୍ତଟି ରୂପେ ଅନୁଭବ କରି ପାରିଥିଲେ ଆମ ପୃଥିବୀର ପ୍ରତ୍ୟେକ ମନୁଷ୍ୟ ତଥା ମନୁଷ୍ୟସମୂହ ଆପଣାର ଖାସ୍ ସରହଦଟି ଭିତରେ ରହି ମଧ୍ୟ୍ୟ ସବୁ ଧର୍ମଦ୍ଵାରା ଉପକୃତ ହୋଇ ପାରୁଥାନ୍ତେ । ପୃଥିବୀଯାକର ଈଶ୍ୱର-ସାକ୍ଷାତକାରକାହାଣୀ ଦ୍ୱାରା ସେମାନେ ନିଜର ସାକ୍ଷାତ୍‍କାରଟି ନିମନ୍ତେ ପ୍ରଭୂତ ପ୍ରେରଣା ଅବଶ୍ୟ ଲାଭ କରନ୍ତେ । ସେହି ସୌଭାଗ୍ୟଟି ମିଳି ପାରୁନାହିଁ, କାରଣ ପୃଥିବୀରେ ଏହି କାନ୍ଥମାନେ ଏତେ ପ୍ରତାପଶାଳୀ ଜିଦ୍‌ଗୁଡ଼ାଏ ମଧ୍ୟ୍ୟରେ ଠିଆ ହୋଇ ରହିଛନ୍ତି ଯେ, ତାହା ଫଳରେ ସର୍ବବିଧ ଈଶ୍ଵରାନୁଭବ ପରାଭୂତପ୍ରାୟ ହୋଇ ରହିଯାଉଛି । ନିତାନ୍ତ ହାସ୍ୟାସ୍ପଦ ଭାବରେ ସନ୍ତକମାନେ ସର୍ବପରାକ୍ରମୀ ହୋଇ ରହିଛନ୍ତି । ପୂର୍ଣ୍ଣ ଯୋଗ ଅନ୍ୟ ପକ୍ଷରେ ଈଶ୍ୱର ଏହି ମନୁଷ୍ୟସମୂହର ସଚଳ ପ୍ରସ୍ଥଟି ମଧ୍ୟ୍ୟରେ ପ୍ରଚ୍ଛନ୍ନ ହୋଇ ରହିଛନ୍ତି ବୋଲି ଘୋଷଣା କରିଛି । ସେଇଟି ହେଉଛି ଆମର ଆକାଙ୍‌କ୍ଷିତ ସେହି ବିକଳ୍ପ ପୃଥିବୀଟିର ଏକ ଚିତ୍ର, ଯେଉଁଠାରେ ଈଶ୍ୱରଙ୍କର ଠାବ ଏହି ପୃଥିବୀ ମଧ୍ୟ୍ୟରେ ହିଁ କରାଯିବ, ଈଶ୍ୱରଙ୍କର ଘରରୂପେ ତାହାକୁ ଅନୁରୂପ ମମତା ଅର୍ଥାତ୍ ସଂପୃକ୍ତିଗୁଡ଼ିକୁ ଦେଇ ଗଢ଼ି ଅଣାଯିବ । ସେହି ବିଶ୍ୱାସଟି ହିଁ ଆମକୁ ବଳ ଦେବ । ସେହି ବିଶ୍ୱାସଟି ଦ୍ୱାରା ପୃଥିବୀସ୍ଥ ମନୁଷ୍ୟମାନେ ପରସ୍ପରକୁ ଏକ ଅଧ୍ୟ୍ୟାତ୍ଜର ସମୁଚିତ ବୋଧ ଦେଇ ଚିହ୍ନିବେ ଏବଂ ସ୍ୱୀକାର କରିନେବେ । ଈଶ୍ୱର ଏବଂ ପୃଥିବୀ ସତେଅବା ଏପରି ସମତାଳ ହୋଇ ବାଟ ଚାଲୁଥିବେ, ଯାହାକୁ ସକଳ ଅର୍ଥରେ ଏକ ବାସ୍ତବ ସମନ୍ୱୟ ରୂପେ ବଞ୍ଚି ହେବ ।

 

ପାରମ୍ପରିକ ଅର୍ଥରେ ସେହିମାନେ ତ ଯୋଗୀ ହେଉଥିଲେ, ଯେଉଁମାନଙ୍କୁ କି ପୃଥିବୀ ଭଲ ଲାଗୁନଥିଲା । ସେମାନେ ରୁଷି ପଡୁଥିଲେ ଓ ରୁଷି ପଳାଉଥିଲେ । ସମ୍ଭବତଃ ଏହିପରି ଗୁଡ଼ାଏ କେଡ଼େ ଗେହ୍ଲା ଖିଆଲକୁ ସମ୍ପଦ କରି ସେମାନେ ପୃଥିବୀକୁ ଆସୁଥିଲେ ଯେ ଏଠାରେ ସବୁକିଛି ସର୍ବପରିପୁଷ୍ଟ ହୋଇ ରହିଥିବ, ଭୋଗ ଏବଂ ସୁଖର ସତେଅବା କୌଣସି ରାଜାନଅର ସଦୃଶ ହୋଇ ରହିଥିବ,–ଆଦୌ କିଛିହେଲେ ଅଭାବ ନଥିବ, କିଛିହେଲେ ଯୁଝିବାକୁ ନଥିବ, ଆସ୍ପୃହା କରିବାକୁ ନଥିବ । ସେହିମାନେ ତ ଦୁଃଖୀ ହେବେ ହିଁ ହେବେ । ଏଣୁ, ଏକ ସଂସାର-ବିମୁଖୀନତାକୁ ସେହିମାନେ ହିଁ ଗୋଟାଏ ସତ ଆଗ୍ରହ ବୋଲି କହିଥିବେ ଏବଂ ସଂସାରଠାରୁ ଏକ ବ୍ୟବଧାନ ରକ୍ଷା କରି ଜୀବନଧାରଣ କରି ରହିବାକୁ ଯୋଗୀ ହୋଇଥିବେ । ଆପଣାର ଚିତ୍ତବୃତ୍ତି ସକଳ ସେମାନଙ୍କର କାଳେ ଗୋଡ଼ ଖସାଇ ନେବ, ସେଥିଲାଗି ସେଗୁଡ଼ିକର ନିରୋଧ ଲାଗି ମନ କରିଥିବେ । ପୃଥିବୀ ମଧ୍ୟ୍ୟରେ ଥାଇ ତଥାପି ପୃଥିବୀଟାକୁ ନାକ ଟେକିବା, ତାହାରି ଲାଗି ଏକ ପ୍ରକାରର ଖାସ୍ ଉତ୍ସାହ ଅନୁଭବ କରିବା,–ସେମାନେ ତାହାକୁ ବୈରାଗ୍ୟ ବୋଲି କହି ଆସିଛନ୍ତି କି-? ସଂସାର ବିଷୟରେ ବୈରାଗ୍ୟ ଅର୍ଥାତ୍ ଈଶ୍ଵରଙ୍କ ଲାଗି ଏକ ଅନୁରାଗ,–ଏହିଭଳି କହି ସେମାନେ ଈଶ୍ୱରଙ୍କୁ ଏହି ପୃଥ୍ୱୀସଂସାରରୁ ଅଲଗା କରି ରଖିଛନ୍ତି । ମୂଳତଃ ବିରାଗଯୁକ୍ତ ହୋଇ ରହିବାକୁ କ’ଣ ଈଶ୍ୱର ତେବେ ଏହି ପୃଥିବୀକୁ ସୃଷ୍ଟି କରିଛନ୍ତି, ସେମାନେ ସେହି ପ୍ରଶ୍ନଟିକୁ ନିଜକୁ ପଚାରିଥିଲେ । ପ୍ରକୃତରେ କ’ଣ ଉତ୍ତର ପାଇଥିବେ କେଜାଣି ?

 

ପୂର୍ଣ୍ଣ ଯୋଗ ପୃଥିବୀବିମୁଖ ନହେବାଟିରୁ ଆପଣାର ଜିଜ୍ଞାସାଗୁଡ଼ିକୁ ଆରମ୍ଭ କରିଥାଏ । ଏକ ପୂର୍ଣ୍ଣ ଜୀବନସଂପୃକ୍ତି ଠାରୁ ଆରମ୍ଭ କରି ତାହା ଅଧ୍ୟ୍ୟାତ୍ଜର ପଥ ଧରି ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଏ । ଅଶୁଦ୍ଧକୁ ଅଶୁଦ୍ଧ ବୋଲି କହି ଧୈର୍ଯ୍ୟ ହାରେନହିଁ ଅଥବା ଅପୂର୍ଣ୍ଣକୁ ଅପୂର୍ଣ୍ଣ ବୋଲି କହି ଅଥୟ ହୋଇ ପଡ଼େନାହିଁ । ଅପୂର୍ଣ୍ଣତାକୁ କ୍ରମପୂର୍ଣ୍ଣ କରି ଆଣେ ଏବଂ ଅଶୁଦ୍ଧତାକୁ କ୍ରମଶୁଦ୍ଧ କରି ଆଣୁଥାଏ, ଅଧିକରୁ ଅଧିକ ଯୁକ୍ତ ହେବାର ଏହି ସମଗ୍ର ପ୍ରୟାସ,–ତାହା ହେଉଛି ଯୋଗ । ଆପଣାକୁ ମାଧ୍ୟ୍ୟମ କରି ଈଶ୍ୱର-ସନ୍ନିଧାନକ୍ରମର ଏକ ଅନବରତ ଯାତ୍ରା ଓ ଈଶ୍ୱର-ଅନୁଭବକୁ ଆପଣାର ଆସ୍ପୃହା ଦ୍ୱାରା ଖୋଜି ଜୀବନସହିତ ଏକ ଅନ୍ତରଙ୍ଗତାର ସ୍ଥାପନା । ଅଧିକ ଉଚ୍ଚ କ’ଣଟିର ସନ୍ଧାନ କରୁଛି ବୋଲି ଉଲୁଗୁଣା ଦେଇ ସତେଅବା ଏକ ନକାରାତ୍ଜକ ଉତ୍ସାହ ଦ୍ୱାରା ପ୍ରେରିତ ହୋଇ ଆମେ ଏହି ପ୍ରାତ୍ୟହିକ ଭୂମିସ୍ତରରେ ଯେଉଁ ଦେହ ତଥା ମନର ଆଧାରସ୍ତରରେ ବିଚରଣ କରୁଛୁ, ମୁଁ ସେଇଟିକୁ କଦାପି ଛାଡ଼ି ଚାଲିଯିବି ନାହିଁ । ଦେହ ଏବଂ ମନ ସତତ ସାଙ୍ଗରେ ଥିବେ, ପୂର୍ଣ୍ଣଯୁକ୍ତ ହେବାର କ୍ରମାଗ୍ରସର ଅଧ୍ୟ୍ୟାତ୍ଜଯାତ୍ରାରେ ସେମାନେ ସହାୟକରୂପେ ଆପଣାକୁ ଗଠିତ କରି ଆଣୁଥିବେ । ଦେହର ସ୍ତର ଅର୍ଥାତ୍ ଆମର ଭୌତିକ ଜୀବନର ମୂଳ ଭୂମିଟିକୁ ପ୍ରାଣଶକ୍ତି ଦ୍ଵାରା ଏକ ଯଥାବଶ୍ୟକ ଶୃଙ୍ଖଳା ଦ୍ୱାରା ପ୍ରଶିକ୍ଷିତ କରି ନେଉଥିବାର ସେହି ନିର୍ଦ୍ଦିଷ୍ଟ ସ୍ତରଟି । ଏକ ବଳିଷ୍ଠ ତଥା ଶକ୍ତିମାନ୍ ଦେହ, ଏକ ନମନୀୟ ଏବଂ ସତତ ପ୍ରସ୍ତୁତ ଦେହ, ଯାହାକି ଆମେ ବାଛି ନେଇଥିବା ଶିଖରଟି ଅନୁସାରେ ନିଜକୁ ଗଢ଼ି ନେଇ ପାରୁଥିବ । ଠିକ୍ ସେହିପରି ଆମ ମନୋଗତ ବିବରଣର ସମଗ୍ର ସଚଳତାଟି ମଧ୍ୟ୍ୟ ଆମ ସହିତ ରହିଥିବ ଓ ପୋଖତ ହେବାରେ ଲାଗିଥିବ । ପୃଥିବୀ ବିବର୍ତ୍ତନର ଏହି କାହାଣୀଟିରେ ମନୁଷ୍ୟର ମନ ତାକୁ କେତେ କେତେ ଅଭାବନୀୟ ପ୍ରକାରେ ଉତ୍ତୋଳିତ କରି ଆଣିଛି, ସଂପ୍ରସାରିତ କରିଛି । ସତେଅବା ତଥାପି ପୂର୍ଣ୍ଣତର ପରବର୍ତ୍ତୀ ସେହି ଆଉକ’ଣଟି ଲାଗି ସମ୍ପନ୍ନ ଅର୍ଥାତ୍ ସମର୍ଥ କରି ନେଉଛି । ନାନା ଅଳ୍ପତା ମଧ୍ୟ୍ୟରେ ବାନ୍ଧି ହୋଇ ରହିଥିବା ଆମର ଦରିଦ୍ର ମନଟି ହିଁ ଆମପାଇଁ ସର୍ବଦା ଏକ ପ୍ରତିବନ୍ଧକ ହୋଇ ରହିଛି ଓ ରହିଥିବ । ବ୍ୟକ୍ତି ଏବଂ ସମୂହଗୁଡ଼ିକୁ ପଛରେ ପକାଇ ରଖିଥିବା ମନଟି ପଛରେ ପଡ଼ି ରହିଥିବା ଯାଏ ଆମର ଅନ୍ଧବିଶ୍ଵାସମାନେ ଆମକୁ ନ୍ୟାୟତଃ ଯେଉଁଠି ସେଇଠି ପକାଇ ରଖିଥିବେ । ଜୀବନଟା ଏପରି ଖଣ୍ଡିତ ଏବଂ ବିଭାଜିତ ହୋଇ ପଡ଼ିଥିବ ଯେ ଯାବତୀୟ ଅଧ୍ୟ୍ୟାତ୍ଜ ଆମଠାରୁ ବହୁଦୂରରେ ଯାଇ ରହିଥିବ । ମନ ବଳିଷ୍ଠ ହେବ, ପ୍ରତ୍ୟୟଯୁକ୍ତ ହେବ ଏବଂ ତେବେଯାଇ ସୁସ୍ଥତମ ଈଶ୍ୱର-ସଚେତନତାଆଡ଼କୁ ଆମର ପ୍ରକୃତ ବାଟଗୁଡ଼ିକ ମଧ୍ୟ୍ୟ ଖୋଲି ଯାଉଥିବେ ।

 

ପୂର୍ଣ୍ଣାଙ୍ଗ ଯୋଗର ସାଧନ କେବଳ ବ୍ୟକ୍ତିମାତ୍ରଙ୍କର ସାଧନା ନୁହେଁ । ଏଠି ଏହି ସଂସାରନାମକ ନାନାଭଳି ସମଷ୍ଟି ଆମର ସୁନିଶ୍ଚିତ ଭୂମିରୁପେ ରହିଛି ବୋଲି ବ୍ୟକ୍ତିମାନଙ୍କର ଆଦୌ କୌଣସି ଜୀବନ ସମ୍ଭବ ହେଉଛି । ବ୍ୟକ୍ତିଜୀବନଟିଏ ଆଦୌ ଏକ ଜୀବନରୂପେ ମୁକୁଳି ଉଠି ପାରିବ ବୋଲି ସମଷ୍ଟିଟିଏ ଆବଶ୍ୟକ ସବୁକିଛିକୁ କେଡ଼େ ସଙ୍ଗତିଯୁକ୍ତ ଭାବରେ ସଜାଡ଼ି ରଖିଛି । ମୁଁ ଏଠି କେଉଁଠି ଆଗ ପାଦଟିକୁ ରଖିପାରୁଛି ବୋଲି ସିନା ଆପଣାର ଆଦୌ ଏକ ନେତ୍ର ଅଛି ବୋଲି ଆବିଷ୍କାର କରିପାରୁଛି ! ଆମର ସର୍ବମୂଳ ବିଶ୍ୱାସଗୁଡ଼ିକ ସବୁପ୍ରକାରେ ଏହି ସମୂହଗୁଡ଼ିକରୁ ପ୍ରାପ୍ତ ହୋଇଥିବା ଓ ହେବାରେ ଲାଗିଥିବା ବିଶ୍ୱାସ । ଆମ ପୃଥିବୀଗୁଡ଼ାକରେ ଆମେ ଅର୍ଜନ କରୁଥିବା ବିଶ୍ୱାସ ହିଁ ପୋଖତ ହେବା ସଙ୍ଗେ ସଙ୍ଗେ ଆମ ଜୀବନରେ ଆତ୍ଜବିଶ୍ୱାସ ବୋଲି ଯାହାକିଛି ସମ୍ଭବ ହେଉଛି । ଆମର ସଂସ୍କୃତି, ଆମର ମୂଲ୍ୟବୋଧ, ଆମର ଧର୍ମସଂସ୍କାର ଏବଂ ଏପରିକି ଆମର ଯାବତୀୟ ଆଦର୍ଶ-କଳ୍ପନାରେ ଆଗ ଆମର ସାନ ଓ ବଡ଼ ଏହି ସାମୁଦାୟିକତା ଗୁଡ଼ିକ ଏବଂ ତା'ପରେ ଯାଇ ତଥାକଥିତ ଜଣେ ଜଣେ ବ୍ୟକ୍ତି ହିସାବରେ ଆମେ ନିଜେ । ଆମର ଭଗବାନମାନେ ମଧ୍ୟ୍ୟ କେବଳ ତଥାକଥିତ ଆମ ନିଜର କୌଣସି ଖାସ୍ କର୍ମଶାଳାରେ ତିଆରି ହୋଇନାହାନ୍ତି; ସେମାନେ ମୁଖ୍ୟତଃ ଏକ ସମଷ୍ଟିଗତ ଖାସ୍ ଜଳବାୟୁରୁ ହିଁ ପ୍ରେରଣା ଗୁଡ଼ିକୁ ଆଣି ଚିହ୍ନା ଏହି ଚତୁର୍ଦ୍ଦିଗର ଉପାଦାନଗୁଡ଼ିକୁ ଚେହେରା ଦେଇ ଆକାର ଲାଭ କରିଛନ୍ତି ଏବଂ ବ୍ୟକ୍ତିଗଣଙ୍କୁ ସାଧାରଣ ପରିଚିତିଟିଏ ଦେଇଛନ୍ତି । ସଂପୂର୍ଣ୍ଣ ସତକଥାଟିଏ ଯେ, ଯେକୌଣସି ସମୂହର ଅଧିକାଂଶ ବ୍ୟକ୍ତି ମଧ୍ୟ୍ୟ ଆପଣାକୁ ଏକ ସମଷ୍ଟିବାଚୀ ନକ୍ସା ଉପରେ ଠାବ କରିବାର ନାନା ପ୍ରକ୍ରିୟାରେ ହିଁ ନିଜର ଅସ୍ତିତ୍ୱଗୁଡ଼ିକ ବିଷୟରେ ଆଦୌ ଚେତା ହୋଇ ଜୀବନଧାରଣ କରୁଥାଆନ୍ତି । ଏବଂ, ଆହୁରି ସୁବୋଧ୍ୟ୍ୟ କଥାଟିଏ ହେଉଛି ଯେ, କୌଣସି ସମୂହରେ ଯେଉଁ ବିଶେଷମାନଙ୍କୁ ସଚରାଚର ଜଣେ ଜଣେ ବ୍ୟକ୍ତିର ମର୍ଯ୍ୟାଦା ଦେଇ ନିର୍ଦ୍ଦେଶ କରି ଦିଆ ଯାଇଥାଏ, ସେମାନେ ନିଜର ସମଷ୍ଟିସ୍ଥ ଜୀବନ ବିଷୟରେ ହୁଏତ ଅଧିକ ସଚେତନ ଥାଆନ୍ତି-। ବରଂ, ଏପରି ମଧ୍ୟ୍ୟ କୁହାଯାଇ ପାରିବ ଯେ, ସେହି, ବ୍ୟକ୍ତିପ୍ରତିଭାମାନେ ନିଜର ସମଷ୍ଟିଗୁଡ଼ିକ ସହିତ ଆପଣାର ସଂପୃକ୍ତି ଇତ୍ୟାଦି କ୍ଷେତ୍ରରେ-ଆପଣାକୁ ସେହି ସମଷ୍ଟି ନିମନ୍ତେ ହିଁ ଅଧିକ ସମର୍ପିତ ତଥା ସକ୍ରିୟ ହୋଇ ରହିଥିବାରୁ ହିଁ ସେମାନଙ୍କୁ ଜଣେ ଜଣେ ଅସଲ ବ୍ୟକ୍ତି ହିସାବରେ ସ୍ଵୀକୃତିମାନ ପ୍ରାପ୍ତ ହୋଇଥାଏ ।

 

ତଥାପି, ଏହି ସଂସାରଟା ହେଉଛି ତୁଚ୍ଛା କ୍ଷଣସ୍ଥାୟୀ, ନାନା ବିଡ଼ମ୍ବନା ଦ୍ୱାରା ପରିପୂର୍ଣ୍ଣ ଏବଂ ତେଣୁ ଜଣେ ବିବେକୀ ବ୍ୟକ୍ତି ଲାଗି ସର୍ବଥା ବର୍ଜନୀୟ ବୋଲି ନିତାନ୍ତ ଏକାଙ୍ଗୀ ଭାବରେ କାହିଁକି ଗୋଟିଏ ଗୋଟିଏ ଚଳନ୍ତି କାଇଦାମାନଙ୍କରେ ପ୍ରଚାର କରା ଯାଇଥାଏ କେଜାଣି ? ସତେବା ଶାସ୍ତ୍ରଗତ ସମର୍ଥନଗୁଡ଼ିକ ବାଢ଼ିଦେଇ ଏହି ସମଷ୍ଟକୁ ଅର୍ଥାତ୍ ଏହି ପୃଥିବୀରୂପୀ ଜୀବନମେଳଟିକୁ ତ୍ୟାଗ କରି ପଳାୟନ କରିବାର ତୁଙ୍ଗ ପରାମର୍ଶ ପ୍ରଦାନ କରା ଯାଇଥାଏ । ଏହି ପୃଥିବୀଟାକୁ ଛାଡ଼ି ନପଳାଇଲେ ଜୀବନଟାକୁ କାମୁଡ଼ି ଧରିଥିବା ମିଥ୍ୟମାନଙ୍କରୁ କେବେହେଲେ ନିସ୍ତାର ମିଳିବନାହିଁ ବୋଲି ସଂସାରତ୍ୟାଗୀମାନେ କେଡ଼େ ପାଟିରେ କହିବାରେ ଲାଗିଥାନ୍ତି । ଭାରତବର୍ଷରେ ବହୁ କାଳରୁ ସେହିପରି ଏକ ମାୟାବାଦୀ ବହୁ ଅଳଙ୍କାର ଦେଇ ପ୍ରସ୍ତୁତ କରା ଯାଇଥିବା ବିମୁଖତାକୁ ସତେଅବା ସର୍ବାପେକ୍ଷା ବଡ଼ ପ୍ରଜ୍ଞାରୂପେ ପ୍ରଚାର କରାଯାଇ ଆସିଛି । ନେତିବାଦୀମାନେ ନିଜର ପିତୁଳାମାନଙ୍କୁ କଦାପି ଅପବିତ୍ର କରି ପକାଇବେ ନାହିଁ ବୋଲି ନାନା ମିଛ ଦର୍ଶନ ତଥା ବଖାଣର ଇତି ଇତି ଦ୍ୱାରା ଚକଚକ କରି ରଖିଛନ୍ତି । ଭାରତବର୍ଷରେ ସର୍ବଦା ହିଁ ଅନେକ ଗୁଣ ଅଧିକ ମନୁଷ୍ୟ ସଂସାର ଭିତରେ ହିଁ ରହିଛନ୍ତି ସତ, ମାତ୍ର ଏହି ସଂସାରରେ କେହି ମୋଟେ କାହାରି ନୁହନ୍ତି ବୋଲି ଶୁଣାଇ ଶୁଣାଇ ସେମାନଙ୍କୁ ନାନାଭାବେ ଅନ୍ୟମନସ୍କ ହିଁ କରାଯାଉଛି । ଚତୁର ଏବଂ କ୍ଷମତାପନ୍ନ ନିର୍ଦ୍ଦିଷ୍ଟ ବର୍ଗମାନେ ସେମାନଙ୍କୁ ନାନା ଅସମର୍ଥତାର କୁହୁଡ଼ି ଭିତରେ କ୍ଳୀବପ୍ରାୟ କରି ରଖିଛନ୍ତି । ଅବଜ୍ଞାର ସୀମା ନାହିଁ ଓ ସହ୍ୟ କରିବାର ସୀମା ମଧ୍ୟ୍ୟ ନାହିଁ । ଯୋଗୀମାନେ ଏବେ ମଧ୍ୟ୍ୟ ରହିଛନ୍ତି ଏବଂ ଆପଣା ଆପଣାର ଗମ୍ଭୀରିଘର ମଧ୍ୟ୍ୟରେ ଅଧ୍ୟ୍ୟାତ୍ଜକୁ ଖୁଣ୍ଟାରେ ବାନ୍ଧି ରଖିଛନ୍ତି । ସମ୍ପ୍ରଦାୟଗୁଡ଼ାକର ବିଭାଜନ ଅନୁସାରେ ଘଣ୍ଟମାନେ ଢଁ ଢଁ ହୋଇ ବାଜୁଛନ୍ତି । ପାରମ୍ପରିକ ନଥାଗୁଡ଼ାକ ଅନୁସାରେ ଭାରତବର୍ଷ ତଥାପି ଯୋଗୀମାନଙ୍କର ଏକ ଦେଶ ହୋଇ ରହିଛି; ଅଥଚ ଖିଅ ପରି ଖିଅଟିଏ କେଉଁଠାରେ ବି ଲାଗିନାହିଁ । ଯଦି ମନୁଷ୍ୟମାନଙ୍କ ସହିତ ଖିଅ ଲାଗିନାହିଁ, ତେବେ ଭଗବାନଙ୍କୁ ପୁଣି ଆଉ କିପରି ବା ଠାବ କରାଯାଇ ପାରିବ ?

 

ତେଣୁ, ନେତି ନେତି ମୋଟେ ନୁହେଁ । ପୂର୍ଣ୍ଣାଙ୍ଗ ଯୋଗର ଯାବତୀୟ ସାଧନା ଇତି ଇତିର ସର୍ବବିଧ ଭୂମିକୁ ପୁଞ୍ଜି କରି । ପୃଥିବୀ ରହିବ, ସମଷ୍ଟିମାନେ ରହିବେ । ପୃଥିବୀଟି ସହିତ, ସମଷ୍ଟିସ୍ଥ ଜୀବନଟି ସହିତ ନୂଆ ନୂଆ ଅନୁରାଗର ଡୋରମାନ ଲାଗିବ । ସକଳ ସାଧନାର ଈଶ୍ୱର ଏଇଠି ଏହି ଯୋଗରତମାନଙ୍କର ଆସ୍ପୃହା ମଧ୍ୟ୍ୟରେ ହିଁ ରହିଛନ୍ତି, ଯୋଗ ତଥା ଏହି ପୃଥ୍ୱୀଜୀବନର ଅନୁରାଗୀ ଆମେ ଯେତେ ଯିଏ ନିଜକୁ ସେହି ଅନୁସାରେ ହିଁ ଜାଗରୂପ କରି ଆଣିବା । ଆମର ତଥାକଥିତ ସର୍ବବିଧ ଯୋଗଚର୍ଯ୍ୟାରେ ଆମେ ସମଷ୍ଟିରୂପୀ ସମଗ୍ର ନିୟତିଟିକୁ ଉଦ୍‍ବୋଧିତ କରି ଆଣିବା । ମର୍ଗରେ ପରସ୍ପରକୁ ଭେଟିବା ଓ ପରସ୍ପରକୁ ଚିହ୍ନିବା ଏବଂ ସେହିଟିକୁ ମାଧ୍ୟ୍ୟମ କରି ଜଗଦୀଶ୍ୱରଙ୍କୁ ଚିହ୍ନିବା । ଏକ ଜୀବନବାଚୀ ସତ୍ୟସ୍ପର୍ଶନର ଯୋଗ୍ୟ ହେବା । ତାହା ଆମ ପ୍ରତ୍ୟେକଙ୍କୁ ଶକ୍ତିମନ୍ତ କରାଇବ, ସେହି ଶକ୍ତିରୁ ଉପଲବ୍ଧ ବିଶ୍ୱାସଟି ବଳରେ ଏବେ ଆମକୁ ମାଡ଼ି ବସିଥିବା ଯାବତୀୟ ଜଡ଼ତାର ଅନ୍ତ ହେବ । ଏକ ଦିକ୍-ପରିବର୍ତ୍ତନ ସମ୍ଭବ ହେବ । ବ୍ୟକ୍ତି ଅଥବା ସମଷ୍ଟି, ଅର୍ଥାତ୍ ଆଗ ବ୍ୟକ୍ତି ନା ଆଗ ସମଷ୍ଟି ନାମକ ସେହି ଅନାବଶ୍ୟକତାକୁ ନେଇ ଦ୍ୱନ୍ଦ ଲଗାଇ ରଖିବାର କୌଣସି ଅବକାଶ ହିଁ ରହିବନାହିଁ । ଏହିଭଳି ସକଳ ପ୍ରକାରର ଶବ୍ଦସଂରଚନା ନିରର୍ଥକ ହିଁ ଲାଗିବ । ଆମ ସମସ୍ତଙ୍କ ଆଗରେ ପଡ଼ିଥିବା ବାଟମାନେ ସବାଆଗ ଦୃଷ୍ଟିଗୋଚର ହୋଇ ଆସିବେ । ଏବଂ, ସବୁଯାକ ବାଟ ଯୁଗପତ୍ ଭାବରେ ଈଶ୍ୱରଙ୍କ ଆଡ଼କୁ ପଡ଼ିଥିବ । ସେହି ଈଶ୍ୱର ଆମ ବ୍ୟକ୍ତି ଏବଂ ସମଷ୍ଟି ଉଭୟ ମଧ୍ୟ୍ୟରେ ଅବଶ୍ୟ ପୂର୍ଣ୍ଣପ୍ରତିଭାତ ହୋଇ ଦେଖାଯିବେ । ସାଧନା-ସାକ୍ଷାତକାରର ସେହି ଅଭିନବ ମାର୍ଗନ୍ୟାୟଟି ଅନୁସାରେ ଯେଉଁ ଈଶ୍ୱର ନିଜ ଭିତରେ ଏକ ଅନିର୍ବଚନୀୟ ନୈକଟ୍ୟ ମଧ୍ୟ୍ୟରେ ବିଦ୍ୟମାନ୍ ରହିଥିବେ, ସେତେବେଳେ ଆମକୁ ନାନା ପରିଚିତି ଦ୍ୱାରା ସମୃଦ୍ଧ କରି ରଖିଥିବା ଏହି ପୃଥିବୀନାମକ ସମଷ୍ଟିକୁ ବାଦ୍ ଦେଇ ଆମେ କଦାପି କୌଣସି ବିଲଗ ମାନସବୃତ୍ତିରେ ଈଶ୍ୱରଙ୍କୁ କେବଳ ଜଣେ ବ୍ୟକ୍ତିଭାବେ ଆମର ଉପଲବ୍ଧି ବୋଲି ମୋହର ମାରି ରଖି ପାରିବାନାହିଁ । ଗୋଟାଏ ଅନିର୍ବଚନୀୟ ଅନୁଭବ ହେବାରେ ଲାଗିଥିବ ଯେ, ସେହି ଈଶ୍ୱରନାମକ ଉଦାର ବିସ୍ତାରଟି ମଧ୍ୟ୍ୟରେ ମୁଁ ଏବଂ ମୋ’ର ଏହି ସର୍ବବିଧ ସମସ୍ତେ ଉଭୟ ଅନ୍ତର୍ଗତ ହୋଇ ରହିଛୁ । ମୁଁ ସମଷ୍ଟି ଭିତରେ ରହିଛି ଓ ସମଷ୍ଟି ମୋ’ଭିତରେ ରହିଛି । ସର୍ବବିଧ ପ୍ରକାରେ ଈଶ୍ୱର ହିଁ ସେତୁ ହୋଇ ରହିଛନ୍ତି ଏବଂ ମୋ’ର ସାଧନାକୁ ଏକ ପୃଥ୍ୱୀସାଧନାର ବ୍ୟଞ୍ଜନାଦ୍ଵାରା ଈଶ୍ୱରୀୟ କରି ରଖିଛନ୍ତି ।

 

ଅତ୍ୟନ୍ତ ସିଧା ଅର୍ଥାତ୍ ସଂକ୍ଷେପ କରି କହିଲେ, ଯୋଗର ଏକ ଆସ୍ପୃହା ସହିତ ଆମ ସାଧନାରେ ଦିବ୍ୟ ପରିପୂର୍ଣ୍ଣତା ହିଁ ଆମର ଲକ୍ଷ୍ୟ ହୋଇ ରହିଥିବ । ଆମେ ଆପଣାର ସର୍ବବିଧ ପରିପୂର୍ଣ୍ଣତା ହାସଲ କରିବା ଅର୍ଥାତ୍ ଆମ ଭିତରେ ନିହିତ ହୋଇ ରହିଥିବା ସମ୍ଭାବନା ଗୁଡ଼ିକୁ ଜୀବନ ମଧ୍ୟ୍ୟରେ ପ୍ରକଟ କରି ଆଣିବା,–ଆମ ଦିବ୍ୟତାଟିକୁ ଆମେ ସତକୁ ସତ ବଞ୍ଚିବା । ଏକ ପ୍ରୀତିହିଁ ଆମ ଯାବତୀୟ ସମ୍ପର୍କ ସ୍ଥାପନର ସ୍ଵାଭାବିକ ଗବାକ୍ଷ ହୋଇ ରହିବ । ନିଜର ସାଧନାଦ୍ଵାରା ଆମେ ଯାହାକିଛି ସମର୍ଥତାର ଅଧିକାରୀ ହେବା, ତାହାକୁ ସବୁରି ଲାଗି ସଂପ୍ରସାରିତ କରି ଦେଇ ପାରୁଥିବା । ଅଧ୍ୟ୍ୟାତ୍ଜ ଦ୍ୱାରା ସଂପ୍ରେରିତ ଜୀବନରେ ଏପରି ଗୋଟିଏ ମଧ୍ୟ୍ୟ ପ୍ରକୃତରେ କ’ଣ ରହିଛି, ଯାହାକୁ କି ଆମେ ସଂପୂର୍ଣ୍ଣ ଭାବରେ ମୋ’ର ବୋଲି କହିପାରିବା ଏବଂ ତେଣୁ ଅନ୍ୟମାନଙ୍କୁ ସେଥିରୁ ବହିଷ୍କୃତ କରି ରଖିପାରିବା ?

 

ଯୋଗର ସାଧନା ତ ଏପରି ଗୋଟିଏ ପ୍ରୟାସ, ଯାହାଦ୍ଵାରା କି ଏହି ପୂରା ପୃଥିବୀ ହିଁ ଉପକୃତ ହେବ ଏବଂ ସେଇଥିରୁ ହିଁ ବ୍ୟକ୍ତିସାଧକ ମାନଙ୍କୁ ସନ୍ତୋଷ ମିଳି ଯାଉଥିବ । ଆପଣା ସାଧନାର ବାଟଟିକୁ ଚାଲୁଥିବା ସମୟରେ ଆମ ସହିତ ସମଗ୍ର ପୃଥିବୀର ସମସ୍ତେ ସମିଲ ହୋଇ ରହିଛନ୍ତି ବୋଲି ଅନୁଭବ ହେଉଥିବ ଏବଂ ସେହି ଅନୁଭବ ହିଁ ଆମାର ସାଧନାକୁ ଅସଲ ନିର୍ଭରଶିଳାଟିକୁ ଆଣି ଯୋଗାଇଦେବ । ଏହି ସଂପ୍ରସାରଣ ହିଁ ସର୍ବଦା ଆପଣାକୁ ଅଧିକରୁ ଅଧିକ ବିସ୍ତାର ଆଣି ଦେଉଥିବ । ପରିଧିମାନେ ବଢ଼ିବାରେ ଲାଗିଥିବେ,–ଏବଂ ସେହି ପ୍ରକ୍ରିୟାଟିରେ ଆଖର ଏପରି ଏକ ଗାର ଉପରେ ଯାଇ ପହଞ୍ଚିହେବ, ଯେତେବେଳେ କି ସମଗ୍ର ମାନବଜାତିହିଁ ଯୋଗରତ ଏବଂ ଯୁକ୍ତ ହୋଇ ରିହିଛି ବୋଲି ଧର୍ମତଃ କହି ଦେଇହେବ ।

 

ଏପରି ଭାବରେ ଯୋଗର ଅଭ୍ୟାସ ଆଉ ଆଦୌ ଗୋଟାଏ ବିଶେଷ ଧନ୍ଦା ହୋଇ ରହିବ ନାହିଁ ଅଥବା ଯୋଗୀ ବୋଲି କୌଣସି ଖାସ୍ ଚର୍ଯ୍ୟାରତ ଗୋଷ୍ଠୀଟିଏ କିମ୍ବା ଗୋଷ୍ଠୀମାନେ ମଧ୍ୟ୍ୟ ରହିବେନାହିଁ । ମନୁଷ୍ୟମାନଙ୍କର ଆମ ପୃଥିବୀସ୍ଥ ଭୌତିକ ଜୀବନ ସେତେବେଳେ ଏକ ଦିବ୍ୟ ପ୍ରସ୍ଥକୁ ସ୍ପର୍ଶ କରିବ । ଏହି ମାନବୀୟ କ୍ଷେତ୍ରର ସମସ୍ତ ମାନସ ତଥା ନୀତି-ପରିପ୍ରେରିତ ଜୀବନ ବ୍ୟକ୍ତି ଓ ସମଷ୍ଟି ଉଭୟ ଅବସରରେ ଏକ ଦିବ୍ୟ ପ୍ରୟାସରେ ପରିଣତ ହେବାରେ ଲାଗିଥିବ-। ଆମେ ସମସ୍ତେ ପରସ୍ପରର ସହଚାରୀ ହୋଇ ରହିଥିବା ଏବଂ ସେହି ସାହଚର୍ଯ୍ୟ ହିଁ ଏହି ପୃଥିବୀରେ ଏକ ଈଶ୍ୱରସାତତ୍ୟର ସାକ୍ଷ୍ୟ ଦେଇ ଯାଉଥିବ । ସକଳ ସମନ୍ୱୟର ମୁଣ୍ଡି ସେଇଠାକୁ ଆସି ମରିବ । ସମନ୍ୱୟକୁ ଆଳ କରି ଆଉ କୌଣସି କଳହ କରିବାକୁ ମୋଟେ ପଡ଼ିବନାହିଁ । ନାନା ସାଧନାଙ୍ଗର ରାସ୍ତା ଦେଇ ପ୍ରକାର ପ୍ରକାରର ଚର୍ଯ୍ୟାମାନେ ଯେପରି ପ୍ରାୟ ବ୍ୟକ୍ତି ଏକ ସଂପ୍ରଦାୟସୀମିତ ନାନା କସରତର ଉତ୍ସାହ ଦେଖାଇ ଗୋଳମାନ କରିଛନ୍ତି ଏବଂ ଏବେ ମଧ୍ୟ୍ୟ କରୁଛନ୍ତି, ସେସବୁର ଆଦୌ କୌଣସି ଆବଶ୍ୟକତା ନଥିବ । ଦିବ୍ୟତା କହିଲେ ଆଉ ତୁଚ୍ଛା କେତେଟା ସନ୍ତକର ପରିଧାନମାନଙ୍କୁ ମୋଟେ ବୁଝାଇବ ନାହିଁ । ଦିବ୍ୟତା ତ ଆମ ଏହି ପୃଥିବୀଜୀବନର ଅନ୍ତର ମଧ୍ୟ୍ୟରେ ଅପେକ୍ଷା କରି ରହିଥିବା ଜୀବନାନୁରାଗ, ଯାହାକି ଆମର ପୃଥ୍ୱୀସାଧନା ବଳରେ ପ୍ରତ୍ୟକ୍ଷ ହୋଇ ଆସିବ । ନିଜ ଜୀବନକୁ ବଞ୍ଚୁଥିବାର ମାଧ୍ୟ୍ୟମରେ ଆମେ ପୃଥ୍ୱୀଜୀବନଟିକୁ ମଧ୍ୟ୍ୟ ଯୁଗପତ୍ ଭାବରେ ବଞ୍ଚି ପାରୁଥିବା । ଯୋଡ଼ି ହୋଇ ଜୀବନ ବଞ୍ଚିବାର ସେହି ସହଜ ପ୍ରୀତି ଏବଂ ସତତପ୍ରୀତିଟି, ତାହାହିଁ ଆମ ସମସ୍ତଙ୍କର ଭିତରେ ରହିଥିବା ସେହି ଅସଲ ସୁଷୁମ୍ନାନାଡ଼ୀଟି, -ଏକ ମୂଳଭୂତ ଅଭେଦ ଅର୍ଥାତ୍ ନୈକଟ୍ୟର ବାସ୍ତବ ଆହ୍ୱାନଟିକୁ ଆଣି ଦେଇ ପାରୁଥିବ । ସେହି ଆହ୍ୱାନଟି । ଆମ ଭିତରେ ଏକ ଅକାଟ୍ୟ ନିୟତି ଦ୍ୱାରା ନିହିତ ହୋଇ ରହିଥିବା ଏକ ନିଶ୍ଚୟତା । ଆମେ ସେଇଟିକୁ ଚିହ୍ନିବା ଓ ସେଇଟିର ଭାଜନ ହେବା । ଜଗଦୀଶ୍ୱରଙ୍କ ସହିତ ଯୁକ୍ତ ହୋଇ ରହିବା-। ନିଜ ଭିତରେ ଜଗଦୀଶ୍ୱରଙ୍କୁ ଠାବ କରିବା ଏବଂ ଜଗଦୀଶ୍ୱରଙ୍କ ମଧ୍ୟ୍ୟରେ ମଧ୍ୟ୍ୟ ନିଜକୁ ଠାବ କରିବା । ପରସ୍ପରକୁ ମାଧ୍ୟ୍ୟମ କରି ଈଶ୍ୱରଙ୍କୁ ବଞ୍ଚିବା ଏବଂ ଈଶ୍ୱରଙ୍କୁ ମାଧ୍ୟ୍ୟମ କରି ପରସ୍ପରକୁ ବି ବଞ୍ଚି ପାରୁଥିବା ।

 

ମନୁଷ୍ୟମାନଙ୍କର ଏହି ପୃଥିବୀଟିକୁ ମାୟା ଏବଂ ମିଥ୍ୟା ବୋଲି ମଣି ଯେଉଁମାନେ ନିଜ ଖାସ୍ ଯୋଗଗୁଡ଼ିକ ମଧ୍ୟ୍ୟରେ ଆଶ୍ରୟ ଗ୍ରହଣ କରନ୍ତି, ସେମାନେ ଏହି ଅନ୍ୟ ସତ୍ୟଟିକୁ ବୁଝିବାଲାଗି ମୋଟେ ସହଜରେ ରାଜୀ ହେବେନାହିଁ । ହୁଏତ ଖୁବ୍ ଭୟ ମଧ୍ୟ୍ୟ କରିବେ । ଅସଲ ଡୋରଟି ସେମାନଙ୍କ ହାତରେ ନଥାଏ ବୋଲି ସେମାନେ ଏଭଳି କରନ୍ତି କି ? ସେମାନେ ଭଗବାନଙ୍କୁ ଭୟ କରନ୍ତି ବୋଲି ସେହିପରି କରନ୍ତି କି ? ଆରେ ବାବୁ, ସତ କଥାଟି ତ ହେଉଛି ଯେ, ତାଙ୍କୁ ଭୟ କରୁଥିବା ପର୍ଯ୍ୟନ୍ତ ସିଏ ସତକୁ ସତ ତୁମ ଭିତରେ ବିଦ୍ୟମାନ ରହିଛନ୍ତି ବୋଲି ସ୍ୱୀକାର କରିବାକୁ ତୁମେ କେବେହେଲେ ବି ରାଜୀ ହେବନାହିଁ ।

Image

 

Unknown

ଷଷ୍ଠ ଅଧ୍ୟାୟ

ଯୋଗ–ସାଧନାର ଚାରି ସହାୟକ

 

ଏହିପରି ପାଞ୍ଚଗୋଟି ଅଧ୍ୟ୍ୟାୟରେ ‘ଯୋଗ-ସମନ୍ୱୟ’ ଗ୍ରନ୍ଥର ଉପକ୍ରମଣିକା ଅଂଶଟି ଶେଷ ହୋଇଛି । ତା’ର ପରବର୍ତ୍ତୀ ଅଂଶଟିରେ କର୍ମଯୋଗର ଏକ ବହୁଅଧ୍ୟ୍ୟାୟ ବିଶିଷ୍ଟ ବ୍ୟାଖ୍ୟା । ଏହି ପ୍ରକରଣଟିର ପ୍ରଥମ ଅଧ୍ୟ୍ୟାୟଟିର ନାମ ହେଉଛି ଯୋଗସାଧନାର ଚାରିଗୋଟି ସହାୟକ । ଆମ ପ୍ରବେଶିକାଟି ସହିତ ଆମେ ସେହି ଅଧ୍ୟ୍ୟାୟଟିର ଆଲୋଚନା କରିବା ।

 

ଯାବତୀୟ ଯୋଗସାଧନାର ମାର୍ଗରେ ଅନୁରୂପ ଭାବରେ ଏକ ଯୋଗସିଦ୍ଧି, ଯେଉଁଥି ସକାଶେ ଆମକୁ ଚାରିଗୋଟି ସହାୟକର ସହାୟତା ଗ୍ରହଣ କରିବାକୁ ପଡ଼ିବ । ସର୍ବପ୍ରଥମଟି ହେଉଛି ଶାସ୍ତ୍ର, ସତ୍ୟଗୁଡ଼ିକ ବିଷୟରେ ଜ୍ଞାନ, ତତ୍ତ୍ୱଚୟ, ସେଥିରୁ ଉପଲବ୍ଧ ସାମର୍ଥ୍ୟ ତଥା ବଳ ଏବଂ ଉପଲବ୍ଧି-ମାର୍ଗର ପ୍ରକ୍ରିୟାଗୁଡ଼ିକ । ତା’ପରେ ସେହି ମାର୍ଗଟିରେ ଏକ ଚର୍ଯ୍ୟା, ଅତ୍ୟନ୍ତ ଧୈର୍ଯ୍ୟଟି ସହିତ ଏବଂ ସମ୍ପୂର୍ଣ୍ଣ ଅବିଚ୍ଛିନ୍ନ ଭାବରେ । ଉକ୍ତ ତତ୍ତ୍ୱଗୁଡ଼ିକ ଅନୁସାରେ ଏକ ସକ୍ରିୟତା, ସତତ କ୍ରିୟାଶୀଳତା,–ବ୍ୟକ୍ତିଗତ ଭାବରେ ଆମର ଶକ୍ତିମନ୍ତ ଯାବତୀୟ ପ୍ରଚେଷ୍ଟା । ଏହି ଦ୍ୱିତୀୟଟିକୁ ଉତ୍ସାହ ବୋଲି କୁହାଯାଇଛି । ତୃତୀୟ ସହାୟକ ଆମର ଗୁରୁ, ଯିଏକି ଆମଦ୍ୱାରା ଅନୁଶୀଳନ କରା ଯାଉଥିବା ସର୍ବବିଧ ଜ୍ଞାନ ଏବଂ ପ୍ରୟାସକୁ ଏକ ଆଧ୍ୟ୍ୟାତ୍ଜିକ ଉଚ୍ଚତାର ସ୍ତରକୁ ଉତ୍ତୋଳିତ କରି ନେଇଥାନ୍ତି-ତାଙ୍କରି ଉପଦେଶ, ଉଦାହରଣ ଓ ପ୍ରଭାବକୁ ମାଧ୍ୟ୍ୟମ କରି । ସବାଶେଷରେ କାଳ, କାରଣ ଯାବତୀୟ ଚର୍ଯ୍ୟାରେ ସେଗୁଡ଼ିକର ଗୋଟିଏ ପର୍ଯ୍ୟାୟକ୍ରମ ସବୁବେଳେ ରହିଥାଏ, ଦିବ୍ୟ ପ୍ରକ୍ରିୟାର ଏକ କାଳ ଅବଶ୍ୟ ରହିଥାଏ ।

 

+ + + +

 

ଶାସ୍ତ୍ର ବିଷୟରେ ଆଲୋଚନାର ଏକାବେଳେ ମୂଳରୁ ହିଁ ପୂର୍ଣ୍ଣାଙ୍ଗ ଯୋଗର ସେହି ଅତି ସ୍ଵତନ୍ତ୍ର ପ୍ରେରକ ଦୃଷ୍ଟିଟିକୁ ସୂଚିତ କରି ଦିଆଯାଇଛି । ସେହି ମାର୍ଗର ପରମ ଶାସ୍ତ୍ର ହେଉଛି ସେହି ଶାଶ୍ୱତ ବେଦ, ଯାହାକି ଭାବନା ଲାଗି ସମର୍ଥ ପ୍ରତ୍ୟେକ ଜୀବନର ହୃଦୟ ମଧ୍ୟ୍ୟରେ ଗୋପ୍ୟ ହୋଇ ରହିଛି । ସେଇଟି ହିଁ ପ୍ରେରଣା ଦେବ ଏବଂ ଯୋଗସାଧନା ଲାଗି ଅନୁରାଗୀ କରାଇ ଆଣିବ-। ବାହାରୁ ଭିତରକୁ ସମ୍ଭାରି ଆଣିବ ଓ ଭିତରୁ ବାହାର ଭିତରକୁ ସମ୍ପ୍ରସାରିତ କରିନେବ । ଆମ ଭିତରେ ଶାଶ୍ୱତ ସତ୍ୟଜ୍ଞାନର ଯେଉଁ କଢ଼ିଟି ଫୁଟିବ ବୋଲି ନିର୍ଦ୍ଦେଶିତ ହୋଇ ରହିଛି, ତାହାହିଁ ଆମକୁ ସ୍ୱପରିପୂର୍ଣ୍ଣତାର ଅଧିକାରୀ କରାଇବ । ସେହି କଢ଼ଟି ଧୀର ଅଥବା ଦ୍ରୂତ ଭାବରେ ଫୁଟିବାକୁ ଆରମ୍ଭ କରିବ, ପାଖୁଡ଼ାପରେ ପାଖୁଡ଼ା ଉନ୍ମୋଚିତ ହୋଇ ଯାଉଥିବ, ଅର୍ଥାତ୍‍ ଉପଲବ୍ଧି ପରେ ଉପଲବ୍ଧି ଲାଗି ରହିଥିବ : ଥରେ ମନୁଷ୍ୟର ମାନସ-କ୍ଷେତ୍ରଟି ଶାଶ୍ୱତ ପରମଙ୍କ ଆଡ଼କୁ ମନ କଲେ, ତା’ର ହୃଦୟଘରଟି ଏହି ବହୁବିଧ ଅଳପର ଯାବତୀୟ ଆସକ୍ତି ମଧ୍ୟ୍ୟରେ ଚାପି ହୋଇ ନରହି ଓ ଆବଦ୍ଧ ନହୋଇ ଅଳ୍ପ ଅଧିକ ଯେକୌଣସି ମାତ୍ରାରେ ମଧ୍ୟ୍ୟ ସେହି ପରମ ଅନନ୍ତଙ୍କ ଆଡ଼କୁ ଆକର୍ଷିତ ହୋଇ ଯାଉଥିବା ପରି ସତକୁ ସତ ଅନୁଭବ କଲେ, ଆମ ଜୀବନରେ ସେହି ଉନ୍ମୋଚନ-ପର୍ବଟି ପ୍ରକୃତରେ ଆରମ୍ଭ ହୋଇଯିବ । ସେତେବେଳେ ଆମର ସମୁଦାୟ ଜୀବନ, ସବୁକିଛି ଭାବନା, ଆମ ସାମର୍ଥ୍ୟଗୁଡ଼ିକର ଶକ୍ତିସଂଯୁକ୍ତ ହେବାର ସବୁଯାକ ପ୍ରୟାସ, ନିଷ୍କ୍ରିୟ ଏବଂ କ୍ରିୟାଶୀଳ ସକଳ ଅନୁଭବ, କ୍ରମଶଃ ଆମର ଜୀବନରାଜ୍ୟରେ କେତେ ନା କେତେ ସ୍ଫୂଲିଙ୍ଗସ୍ପର୍ଶ ଆଣି ଦେବାକୁ ଆରମ୍ଭ କରିବ, ଯାହାକି ଆମ ଆତ୍ଜାର ବନାଟଗୁଡ଼ାକୁ ଆସି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଦେବ ଏବଂ ସେହି ନୂତନ ତଥା ଅନିର୍ବାଯ୍ୟ ପ୍ରସ୍ଫୁଟନର ପଥରେ ରହିଥିବା ବାଧାଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ହଟାଇ ଦେବ ।

 

ଏକ ପ୍ରତ୍ୟୟ ପ୍ରେରଣା ଦେବାରେ ଲାଗିଥିବ ଯେ, ମୁଁ ସେହି ପରମ ଅନନ୍ତଙ୍କୁ ହିଁ ବାଛିଛି, କାରଣ ପରମ ଅନନ୍ତ ହିଁ ମୋତେ ବାଛିଛନ୍ତି । ଏଇଟି ସତକୁ ସତ ଏକ ଜୀବନସତ୍ୟ ରୂପେ ପ୍ରତିଭାତ ହେବାକୁ ଆରମ୍ଭ ହିଁ କରେ ଯେ, ଯେତେବେଳେ ମୁଁ ନିଜ ଜୀବନରେ ପରମ ଅନନ୍ତଙ୍କୁ ନିର୍ବାଚନ କରି ନେଇପାରେ, ସେତେବେଳେ ସେହି ଅନନ୍ତ ହିଁ ମୋତେ ବାଛି ନେଇଛନ୍ତି ବୋଲି ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁଭୂତ ହୁଏ । ସର୍ବବିଧ ସାଧନା ସେତେବେଳେ କେତେ ସହଜ ଏବଂ ସ୍ଫୂର୍ତ୍ତିଦାୟକ ହୋଇ ନଯାଏ ! ପଥର ଯାତ୍ରୀ ଏହି ମୁଁ ଟି ସ୍ପଷ୍ଟତଃ ସେହି ସଦାଇପ୍ସିତ ଦିବ୍ୟ ସ୍ପର୍ଶଟିକୁ ଲାଭ କରିଥାଏ,–ଯେଉଁ ସ୍ପର୍ଶଟି ବ୍ୟତୀତ ପ୍ରକୃତରେ ଆମ ଜୀବନରେ ଆଦୌ କୌଣସି ଜାଗରଣ ସମ୍ଭବ ହୁଅନ୍ତାନାହିଁ, ଆମ ଭିତରୁ ଆଦୌ କୌଣସି ଦ୍ୱାରର ଉନ୍ମୋଚନ ମଧ୍ୟ୍ୟ ଘଟନ୍ତା ନାହିଁ । କିନ୍ତୁ ଉକ୍ତ ସ୍ପର୍ଶଟି ପ୍ରକୃତରେ ସମ୍ଭବ ହେଲେ, ଉପଲବ୍ଧିଟି ଅବଶ୍ୟ ଘଟେ,–ଏହି ଗୋଟିଏ ଜୀବନରେ ଶୀଘ୍ର ସମ୍ଭବ ହୁଏ ଅଥବା ଏକାଧିକ ଜୀବନକାଳରେ ଏହି ସୃଷ୍ଟ ପୃଥିବୀର ଗତିଶୀଳତାରେ ମଧ୍ୟ୍ୟ ଅବଶ୍ୟ ସମ୍ଭବ ହୋଇଥାଏ ।

 

ସକଳ କ୍ଷଣରେ ଉନ୍ମୋଚିତ ହେବାରେ ଲାଗିଥିବା ଆମର ଆତ୍ଜାର ଭିତ୍ତିଟି ମଧ୍ୟ୍ୟରେ ଯାହା ଆଦ୍ୟରୁ ହିଁ ପୂର୍ବନିହିତ ହୋଇ ନରହିଛି, ଆମର ମନ ତାହାକୁ କେବେହେଲେ ଶିକ୍ଷାରୂପେ ଗ୍ରହଣ କରିନେଇ ପାରିବନାହିଁ । ଠିକ୍ ସେହିପରି ବାହାରର ମନୁଷ୍ୟଟି ଯେତେଯେତେ ପରିପୂର୍ଣ୍ଣତାର ଉପଲବ୍ଧି ନିମନ୍ତେ ସମର୍ଥ ହେଉଛି, ତା’ଅନ୍ତର ଭିତରେ ଅବସ୍ଥିତ ରହିଥିବା ସେହି ଆତ୍ଜାଟିର ଶାଶ୍ୱତ ପରିପୂର୍ଣ୍ଣତାଟିକୁ ଉପଲବ୍ଧି କରିବାଦ୍ୱାରା ତାହା ସମ୍ଭବ ହେଉଛି । ପରମ ଦିବ୍ୟସତ୍ତାଙ୍କୁ ଆମେ ଜାଣୁଛୁ ଏବଂ ସେହି ପରମ ଦିବ୍ୟତାରେ ପରିଣତ ହୋଇ ପାରୁଛୁ, ତାହାର କାରଣ ନିଜନିଜର, ପ୍ରଚ୍ଛନ୍ନ ହୋଇ ରହିଥିବା ପ୍ରକୃତି ମଧ୍ୟ୍ୟରେ ପୂର୍ବରୁ ତାହାହିଁ ହୋଇ ରହିଛି ବୋଲି ତାହା ହୋଇ ପାରୁଛି । ସେହି ଅର୍ଥରେ ସକଳ ଶିକ୍ଷାକୁ ବସ୍ତୁତଃ ଏକ ଉଦ୍‍ଘାଟିତ କରି ଆଣିବାର ଗୋଟିଏ ପ୍ରକ୍ରିୟା ବୋଲି ହିଁ କୁହାଯିବ, ସକଳ ସମ୍ଭାବନାକୁ ସେହିପରି ଏକ ପୂର୍ବନିହିତ ଆତ୍ଜପ୍ରକାଶ ବୋଲି କୁହାଯିବ । ଏବଂ, ଅସଲ ଗୁପ୍ତ ହୋଇ ରହିଥିବା ସତ୍ୟଟି ହେଉଛି, ଆମେ ସ୍ୱୟଂ ସେହି ନିହିତ ସମ୍ପଦଗୁଡ଼ିକ ମଧ୍ୟ୍ୟରୁ କେତେଯାଏ କଣ ସବୁ ପ୍ରକୃତରେ ସ୍ୱୟଂ ଉପଲବ୍ଧି କରି ପାରିବା,–ଏବଂ ସେହି ଉପଲବ୍ଧିର ସାଧନ ତଥା ପ୍ରକ୍ରିୟାଟି ରୂପେ ଆମର ଆତ୍ଜ-ଜ୍ଞାନ ଓ ସଦାବର୍ଦ୍ଧମାନ ଆମର ଚେତନା ଦୁଇଟିଯାକ ବ୍ୟବହୃତ ହୋଇ ପାରୁଥିବେ ।

 

ଶବ୍ଦ ହେଉଛି ସେହି ଉଦ୍‍ଘାଟନର ସାଧାରଣ ମାଧ୍ୟ୍ୟମ । ଉକ୍ତ ଶବ୍ଦଟି ଆମ ଭିତରୁ ଆସିପାରେ, ଆମ ବାହାରୁ ମଧ୍ୟ୍ୟ ଆସିପାରେ । ମାତ୍ର, ଭିତରୁ କିମ୍ବା ବାହାରୁ ଯେଉଁଠାରୁ ଆସିଥାଉ ପଛକେ, ସେଇଟି ଏକ ମାଧ୍ୟ୍ୟମରୂପେ ଆମ ଭିତରେ ଲୁକ୍କାୟିତ ହୋଇ ରହିଥିବା ଜ୍ଞାନଟିକୁ କ୍ରିୟାଶୀଳ କରିଦେବ । ଆମେ ଏଠାରେ ଯାହାକୁ ଆମ ଅନ୍ତର ଭିତରର ବୋଲି କହୁଛୁ, ସେଇଟି ଆମ ଗଭୀରତମ ଅନ୍ତର ମଧ୍ୟ୍ୟରୁ ଉଚ୍ଚାରିତ ହୋଇ ଆସୁଥିବା ଏକ ବାଣୀ ହୋଇପାରେ-ପରମ ଦିବ୍ୟସତ୍ତାଙ୍କ ଆଡ଼କୁ ସଦା ଉନ୍ମୁକ୍ତ ହୋଇ ରହିଥିବା ସେହି ଅନ୍ତରତମ ଆତ୍ଜାର ଗୋଟିଏ ବାଣୀ ହୋଇପାରେ, ଅଥବା ବିଶ୍ୱବ୍ୟାପ୍ତ ଯେଉଁ ପରମ ଶିକ୍ଷାଦାତା ପ୍ରଚ୍ଛନ୍ନ ଭାବରେ ସମସ୍ତଙ୍କର ହୃଦୟରେ ସଂଗୁପତ୍ ହୋଇ ଉପସ୍ଥିତ ରହିଛନ୍ତି, ତାଙ୍କର ମଧ୍ୟ୍ୟ ଗୋଟିଏ ଉଚ୍ଚାରଣ ହୋଇପାରେ । କେତେକ ବିରଳ କ୍ଷେତ୍ରରେ ଆଉ ଅନ୍ୟ କାହାରିହେଲେ ଉପସ୍ଥିତିର କୌଣସି ପ୍ରୟୋଜନ ନଥାଏ; କାରଣ ଯୋଗସାଧନାର ଅବଶିଷ୍ଟ ସବୁକିଛି ହିଁ ସେହି ସତତସ୍ପର୍ଶ ତଥା ମାଗପ୍ରଦର୍ଶନ ଦ୍ୱାରା ଉନ୍ମୋଚିତ ହୋଇ ଯାଉଥାଏ,–ଆମ ଭିତର ହିଁ ଜ୍ଞାନରୂପୀ ପଦ୍ମଟି ସେହି ଭିତରୁ ହିଁ ଆପଣାକୁ ପ୍ରକଟ କରି ଆଣେ ଆମ ହୃଦୟ ମଧ୍ୟ୍ୟରେ ସେହି କମଳାସନଟି ଉପରେ ଯେଉଁ ପରମ ଅଧିବାସୀ ଅବସ୍ଥିତ ରହିଛନ୍ତି, ତାଙ୍କରିଠାରୁ ଏକ ଆଲୋକ-ବିକୀରଣକାରୀ ପ୍ରଭାସ୍ୱରତାର ଶକ୍ତି ତାହାକୁ ପ୍ରକଟ କରିଆଣେ । ସେଇଟି ପ୍ରକୃତରେ କେଡ଼େ ମହାନ୍ ଏକ ଘଟଣା, ମାତ୍ର କେବଳ ନିତାନ୍ତ ଅଳପ ସଂଖ୍ୟାର ମନୁଷ୍ୟ ଏହି ପୃଥିବୀରେ ଥାଆନ୍ତି, ଯେଉଁମାନଙ୍କ ନିମନ୍ତେ କି ଅନ୍ତର ଭିତରୁ ନିଃସାରିତ ହୋଇ ଆସୁଥିବା ସେହି ଆତ୍ଜଜ୍ଞାନ ପ୍ରକୃତରେ ଯଥେଷ୍ଟ ହୋଇଥାଏ ଏବଂ ତେଣୁ ଯେଉଁମାନଙ୍କ ଲାଗି ଏକ ଲିଖିତ ଶାସ୍ତ୍ରର ଆବଶ୍ୟକତା ଆଦୌ ନଥାଏ । କିମ୍ୱା ଜଣେ ଦେହଧାରୀ ଶିକ୍ଷକଙ୍କ ଲାଗି କୌଣସି ପ୍ରୟୋଜନ ବି ନଥାଏ । ସେମାନେ ସେହି କାରଣରୁ ଏକ ଲିଖିତ ଶାସ୍ତ୍ର ଏବଂ ଜଣେ ଦେହଧାରୀ ଶିକ୍ଷକଙ୍କ ଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହୋଇଥାନ୍ତି ଏବଂ ଏଣୁ ନିୟମତଃ ସେମାନଙ୍କର ସହାୟତା ଗ୍ରହଣ କରିଥାନ୍ତି ।

 

ସେହି କାରଣରୁ ବାହାରୁ ଉପଲବ୍ଧ ଏହି ଶାସ୍ତ୍ରଗତ ଶବ୍ଦସନ୍ଦେଶଟି କାର୍ଯ୍ୟତଃ, ପରମ ଦିବ୍ୟ ସତ୍ତାଙ୍କର ଏକ ପ୍ରତିନିଧିମୂଳକ ଉଚ୍ଚାରଣ ରୂପେ ବ୍ୟବହୃତ ହୋଇଥାଏ । ଆତ୍ଜ-ଉନ୍ମୀଳନର ପ୍ରକିୟାରେ ଗୋଟିଏ ସହାୟକ ରୂପେ ତାହାର ଆବଶ୍ୟକତା ଅନୁଭୂତ ହୁଏ । ସେହି ଶବ୍ଦଚୟ ହୁଏତ ଅତୀତ ମଧ୍ୟ୍ୟରୁ ଆହରଣ କରି ଅଣାଯାଇଥାଏ ଅଥବା କୌଣସି ଦେହଧାରୀ ଗୁରୁଙ୍କର ନାନା ଅଧିକ ଶକ୍ତିମନ୍ତ ଶବ୍ଦରୂପେ ସଂଗୃହୀତ ହୋଇଥାଏ । କେତେକ ସ୍ଥଳରେ ଚୟନ କରି ଅଣା ଯାଇଥିବା ଶବ୍ଦଟିକୁ ଏପରି ଭାବରେ ବ୍ୟବହାର କରାଯାଏ, ଯାହାକି ଅସଲ ଅନ୍ତର୍ଗତ ଶକ୍ତିଟିର ସତେଅବା ଗୋଟିଏ କମ୍ ସମର୍ଥ ବିକଳ୍ପ ହିସାବରେ କିଛି କାର୍ଯ୍ୟସାଧନ କରୁଥିବ ଏବଂ ସେହି ପ୍ରକ୍ରିୟାରେ ଇପ୍ସିତ ଜାଗୃତିଟି ପ୍ରକଟ ହୋଇ ଆସିବାରେ ସାହାଯ୍ୟ କରିବ । ଆମ ସାଧାରଣ ଏହି ପ୍ରକୃତି ବସ୍ତୁତଃ ଯେତିକି ଆୟତନ ମଧ୍ୟ୍ୟରେ କାର୍ଯ୍ୟ କରୁଛି, ସେହି କ୍ଷେତ୍ରଟିରେ ସର୍ବଶକ୍ତିମାନ୍ ଓ ସର୍ବବିତ୍ ପରମ ଦିବ୍ୟସତ୍ତାଙ୍କ ଠାରୁ ଏଥିଲାଗି ସତେ ଯେପରି ଗୋଟିଏ ପ୍ରକାରର ରିହାତି ମାଗି ଅଣା ଯାଇଥିବା ପରି ସହାୟତାଟିକୁ ଗ୍ରହଣ ହୁଏତ କରାଯାଏ । ସେହି କ୍ରମରେ ସମ୍ଭବତଃ ଉପନିଷଦ ଗୁଡ଼ିକରେ ଦେବକୀଙ୍କର ପୁତ୍ର ଶ୍ରୀକୃଷ୍ଣଙ୍କ ବିଷୟରେ କଥିତ ହୋଇଛି ଯେ, ସେ ଋଷି ଘୋରଙ୍କଠାରୁ ଏକ ଶବ୍ଦ ଲାଭ କରିଥିଲେ ଏବଂ ଇପ୍ସିତ ଜ୍ଞାନର ଅଧିକାର ଲାଭ କରିଥିଲେ । ସେହିପରି ଭାବରେ ଶ୍ରୀରାମକୃଷ୍ଣ ମଧ୍ୟ୍ୟ ନିଜର ଅନ୍ତର୍ଗତ ପ୍ରୟାସଟି ଦ୍ୱାରା ଅଗ୍ରସର ହୋଇ ମୂଳ କେନ୍ଦ୍ରସ୍ଥ ସନ୍ଦୀପନଟିକୁ ଲାଭ କଲେ ଏବଂ ଯୋଗସାଧନାର ଭିନ୍ନ ଭିନ୍ନ ମାର୍ଗର ଏକାଧିକ ଗୁରୁଙ୍କୁ ଗ୍ରହଣ କରିଥିଲେ ସତ, କିନ୍ତୁ ଆପଣାର ଖାସ୍ ଉପଲବ୍ଧଟିର ଶୈଳୀ ଏବଂ ବେଗଟି ମଧ୍ୟ୍ୟରେ ଦର୍ଶାଇ ଦେଇଥିଲେ ଯେ ଏହିପରି ଭିନ୍ନ ଭିନ୍ନ ମାର୍ଗ ଗ୍ରହଣ କରି ଜଣେ ଗୁରୁଙ୍କ ଠାରୁ ଜଣେ ଶିଷ୍ୟ ଦୀକ୍ଷା ଗ୍ରହଣ କରୁଥିବାର ରୀତିଟି ଦ୍ୱାରା ଯେଉଁ ଜ୍ଞାନକୁ ଫଳପ୍ରଦ ଭାବରେ ଲାଭ କରାଯାଇ ପାରିବ, ସେତେବେଳେ ପ୍ରଚଳିତ ସାଧାରଣ ନିୟମଟିକୁ ସେ ତଦ୍ଦ୍ୱାରା ରିହାତି ସ୍ୱରୂପ କିଛି ବାଟ ମଧ୍ୟ୍ୟ ଛାଡ଼ି ଦେଉଥିଲେ ।

 

ମାତ୍ର, ସାଧାରଣ ଭାବରେ ଏହିପରି ଘଟିଥାଏ ଯେ, ଏକ ବିଶେଷ ଶାସ୍ତ୍ରର ସହାୟତା ଗ୍ରହଣ କରିବାରୁ ଯେଉଁ ପ୍ରଭାବଟି ପଡ଼ିଥାଏ, ତାହା ସାଧକର ଜୀବନରେ ଏକ ଖୁବ୍ ବୃହତ୍ ସ୍ଥାନ ଅଧିକାର କରି ନେଇଯାଏ । ଯଦି ଯୋଗର ସାଧନା କୌଣସି ଗୋଟିଏ ସ୍ୱୀକୃତିପ୍ରାପ୍ତ ଲିଖିତ ଶାସ୍ତ୍ରକୁ ଅନୁସରଣ କରୁଥାଏ,–ଅତୀତ ଭିତରୁ ଚୟନ କରି ଅଣା ଯାଇଥିବା ଏବଂ ଅତୀତ କାଳର ଯୋଗୀମାନଙ୍କର ଅନୁଭୂତି ବିଷୟରେ ବିବରଣୀ ଆଣି ଦେଉଥିବା ଏକ ଶାସ୍ତ୍ରର ଯଦି ଅନୁସରଣ କରା ଯାଉଥାଏ,–ତେବେ ଜଣେ ସାଧକ କେବଳ ନିଜ ପ୍ରୟାସ ଦ୍ଵାରା ତାହାର ଅଭ୍ୟାସ କରିପାରେ ଅଥବା ସେଥିଲାଗି ଜଣେ ଗୁରୁଙ୍କର ସାହାଯ୍ୟ ବି ନେଇପାରେ । ସେହି କ୍ଷେତ୍ରରେ ଶାସ୍ତ୍ରରେ ଯେଉଁସବୁ ଶିକ୍ଷା ପ୍ରଦତ୍ତ ହୋଇଛି । ସେଗୁଡ଼ିକରେ ରହିଥିବା ସତ୍ୟଗୁଡ଼ିକ ଉପରେ ଆମର ଧ୍ୟ୍ୟାନକୁ ନିବଦ୍ଧ କରି ରଖି ତାହାରି ଦ୍ୱାରା ଆଧ୍ୟ୍ୟାତ୍ଜିକ ଜ୍ଞାନଟିକୁ ଲାଭ କରା ଯାଇଥାଏ । ସେହି ଜ୍ଞାନଟି ଦ୍ୱାରା ବ୍ୟକ୍ତିଗତ ଅନୁଭବର କ୍ଷେତ୍ରରେ ତାହାକୁ ଏହିପରି ଭାବରେ ଜୀବନ୍ତ ଓ ଚେତନାଯୁକ୍ତ କରି ରଖିବା ମଧ୍ୟ୍ୟ ସମ୍ଭବ ହୁଏ । ଅଭ୍ୟାସମାନଙ୍କୁ କିପରି ଭାବରେ କରିବାକୁ ହେବ, ସେହିଗୁଡ଼ିକୁ ଗୋଟିଏ ଶାସ୍ତ୍ରରେ ବଖାଣି ଦିଆ ଯାଇଥାଏ କିମ୍ବା ଏକ ପରମ୍ପରା ରୂପେ ତାହା ପୂର୍ବରୁ ମଧ୍ୟ୍ୟ ଗଡ଼ି ଆସିଥାଏ । ଜଣେ ସ୍ଵୀକୃତ ତତ୍‌ବିତ୍ କର୍ତ୍ତା ହିଁ ସେଗୁଡ଼ିକର ପ୍ରବର୍ତ୍ତନ କରିଥାନ୍ତି ଏବଂ ସନ୍ଦୀପନ ପ୍ରଦାନ କରିଥାନ୍ତି ଏବଂ ସେହି ପ୍ରଣାଳୀଗୁଡ଼ିକୁ ଅନୁସରଣ କରି ଜଣେ ଯୋଗୀର ଅଭ୍ୟାସକ୍ରମଟି ଅଗ୍ରସର ହୁଏ । ବଡ଼ ଅଳ୍ପ ପ୍ରସ୍ଥ ମଧ୍ୟ୍ୟରେ ଗତି କରୁଥିବା ଏହି ସାଧନା ଏବଂ ଏହି ଚାରଣାଟି, ତଥାପି ଆପଣାର ସୀମାଗୁଡ଼ିକ ମଧ୍ୟ୍ୟରୁ ତାହାକୁ ପ୍ରକୃତରେ ବେଶ୍ ନିରାପଦ ଓ ଫଳପ୍ରଦାୟକ ଏକ ରୀତି ବୋଲି କୁହାଯିବ : କାରଣ ଏକ ଦୀର୍ଘ ଳକ୍ଷ୍ୟପଥରେ ସତେଅବା ଏକ ପରିଚିତ ଯାତ୍ରାରେ ଅଗ୍ରସର ହେବାର ଏହି ପ୍ରଣାଳିଟୀକୁ ଅନେକ ଅନେକ ଯୋଗାଭିଳାଷୀ ମଧ୍ୟ୍ୟ ଅନୁସରଣ କରିଛନ୍ତି-

 

ପୂର୍ଣ୍ଣଯୋଗର ସାଧକ ଏହି କଥାଟିକୁ ସବୁ ସମୟରେ ମନେ ରଖିଥିବ ଯେ, କୌଣସି ଏକ ଲିଖିତ ଶାସ୍ତ୍ର, ତାହା ଯେଡ଼େ ବଡ଼ ଜଣେ ଅତ୍ୟୁଚ୍ଚଙ୍କ ଦ୍ୱାରା ଲିଖିତ ହୋଇଥାଉ ତଥା ଯେତେ ବଡ଼ ବିପୁଳତା ସହିତ ତାହା ଅଭିଳଷିତ ସ୍ଵଧର୍ମଟିକୁ ଉଦ୍ଦୀପିତ କରି ଆଣିବାର ପ୍ରୟାସ ମଧ୍ୟ୍ୟ କରିଥାଉ ପଛକେ, ତାହା ସେହି ଶାଶ୍ୱତ ପରମ ଜ୍ଞାନଟିର କେବଳ ଏକ ଅଂଶକୁ ହିଁ ବ୍ୟକ୍ତ କରି ପାରିବ । ଅର୍ଥାତ୍, ଜଣେ ସାଧକ କୌଣସି ଶାସ୍ତ୍ରକୁ ବ୍ୟବହାର କରିବ ସିନା, କିନ୍ତୁ ବୃହତରୁ ଆହୁରି ବୃହତ୍ କୌଣସି ଶାସ୍ତ୍ର ଦ୍ୱାରା କେବେହେଲେ ବାନ୍ଧି ହୋଇ ରହି ଯିବନାହିଁ । ଚର୍ଚ୍ଚିତ ଶାସ୍ତ୍ରଟି ଯେତେବେଳେ ଆପଣାର ଆବେଦନକ୍ଷେତ୍ରରେ ଅତ୍ୟନ୍ତ ଗଭୀର ହୋଇଥିବ, ଖୁବ୍ ପ୍ରଶସ୍ତ ଏବଂ ଉଦାର-ଦୃଷ୍ଟିଯୁକ୍ତ ହୋଇଥିବ, ତେବେ ସାଧକ ଉପରେ ପୁସ୍ତକଟିର ପ୍ରଭୂତ ପ୍ରଭାବ ଅବଶ୍ୟ ପଡ଼ିବ ତଥା ସର୍ବୋଚ୍ଚ ମଙ୍ଗଳ ଆଡ଼କୁ ତାକୁ ଅନୁପ୍ରାଣିତ କରି ନେଉଥିବ ଓ ତା’ଲାଗି ଶାସ୍ତ୍ରଟିର ପ୍ରଭୂତ ଗୁରୁତ୍ଵ ସର୍ବଦାହିଁ ରହିଥିବ । ସର୍ବୋଚ୍ଚ ସତ୍ୟଗୁଡ଼ିକ ଆଡ଼କୁ ଜାଗୃତ ହୋଇ ଯାଉଥିବାର ତା’ର ପଥଯାତ୍ରାରେ ସମ୍ଭବତଃ ଏକ ସେହିଭଳି ଶାସ୍ତ୍ରର ସଂପୃକ୍ତି ରହିଥିବ, ସର୍ବୋଚ୍ଚ ସତ୍ୟଗୁଡ଼ିକୁ ଅନୁଭବ କରିବାର ପ୍ରକ୍ରିୟାରେ ତାହା ଅତ୍ୟନ୍ତ ସ୍ପଷ୍ଟ ଭାବରେ ବିଦ୍ୟମାନ୍ ରହିଥିବ । ସେହି ସାଧକର ସାଧନା ହୁଏତ ଏକ ଦୀର୍ଘ ଅବଧି ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ରଦ୍ଵାରା ନିର୍ଦ୍ଧାରିତ ହେଉଥିବ କିମ୍ବା ଗୋଟିଏ ପରେ ଗୋଟିଏ ସେହିପରି ଏକାଧିକ ଶାସ୍ତ୍ରର ଦିଗ୍‍ଦର୍ଶନ ଲାଭ ବି କରୁଥିବ । ଉଦାହରଣ ସ୍ଵରୂପ, ବୃହତ୍ ହିନ୍ଦୁ ପରମ୍ପରା ଅନୁସାରେ, ସେହି ସାଧକ ଗୀତା, ଉପନିଷଦ ବା ବେଦର ପ୍ରଦର୍ଶିତ ମାର୍ଗରେ ମଧ୍ୟ୍ୟ ଗତି କରୁଥିବ । ଅଥବା, ଆପଣା ସାଧନା-ବିକାଶର ଏକ ଅଙ୍ଗରୂପେ ସେ ଏକାବେଳକେ ବହୁ ଶାସ୍ତ୍ରର ସହାୟତା ମଧ୍ୟ୍ୟ ଗ୍ରହଣ କରିବ, ସେଗୁଡ଼ିକରେ ରହିଥିବା ମହାନ୍ ପ୍ରେରଣାଗୁଡ଼ିକୁ ଗ୍ରହଣ କରିବାରେ ଆଗ୍ରହୀ ହେବ ଓ ସେହିପରି ଭାବରେ ଅତୀତ ମଧ୍ୟ୍ୟରେ ସାଇତା ହୋଇ ରହିଥିବା ସର୍ବୋତ୍ତମ ଯଥାସମ୍ଭବ ବହୁତ କିଛି ଦ୍ୱାରା ଭବିଷ୍ୟତକୁ ସମୃଦ୍ଧିମନ୍ତ କରିବାରେ ଲାଗିଥିବ ।

 

ତଥାପି, ଏହି କ୍ଷେତ୍ରରେ ଆଖର ସତ୍ୟକଥାଟି ହେଉଛି ଯେ, ସାଧକ ନିଜର ମାର୍ଗଟିକୁ ନିଜେ ପାଇବ ଏବଂ ନିଜ ସାଧନାଟିକୁ ନିଜେ ଚାଲିବ । ତା ମାର୍ଗଟି ତା’ର ନିଜ ବିବେକର ଆସ୍ପୃହାଗୁଡ଼ିକ ଦ୍ୱାରା ସତତ ପରିପୁଷ୍ଟ ହେବାରେ ଲାଗିଥିବ, ତା’ ଆପଣାର ସାଧନାନୁରାଗଟି ଦ୍ୱାରା ପରିପକ୍ଵତା ଲାଭ କରୁଥିବା ଆପଣା ଯୋଗ-ପ୍ରକ୍ରିୟାର ଅନ୍ତର୍ପଥଟି ଉପରେ ଗତିଶୀଳ ହୋଇ ରହି ପାରିବାକୁ ହେଲେ କୌଣସି ଲିଖିତ ସତ୍ୟକୁ ସେ ତା’ପାଇଁ ମଧ୍ୟ୍ୟ ଗ୍ରହଣ କରି ନେବନାହିଁ । ସେହି ସତତ ଯାତ୍ରା, ସତତ ଗତିଶୀଳତାକୁ ଅଧ୍ୟ୍ୟାତ୍ଜରେ ‘ଶବ୍ଦବ୍ରହ୍ମାତିବର୍ତ୍ତତେ’ ବୋଲି ଘୋଷଣା କରାଯାଇଛି । ଶାସ୍ତ୍ରଗୁଡ଼ିକରୁ ଆମେ ଯେତିକି ଶୁଣିଛୁ ଏବଂ ଆହୁରି ଆଗକୁ ଯାହାକିଛି ଶୁଣିବାକୁ ରହିଛି, ଆମ ଯୋଗମାର୍ଗୀୟ ସମ୍ଭାବନାର କାହାଣୀଟି କଦାପି ସେତିକିର ବେଢ଼ା ମଧ୍ୟ୍ୟରେ ସୀମିତ ହୋଇ ରହି ଯିବନାହିଁ । ସୀମାଗୁଡ଼ିକୁ ବହଳରୁ ଆହୁରି ବହଳ କରି ଦେଖାଇବାର ନାନାବିଧ ଉତ୍ସାହରେ ଯୋଗର ସାଧନାକୁ କେଡ଼େ ବିଚାରହୀନ ଭାବରେ ସଂପ୍ରଦାୟ ଅନୁସାରେ ପ୍ରଦର୍ଶିତ କରାଯାଇ ଆସିଛି । ସମ୍ଭବତଃ ସେହିପରି କୌଣସି ଅନ୍ୟ ଅନୁରକ୍ତି ମଧ୍ୟ୍ୟରେ ଯୋଗଚର୍ଯ୍ୟାର ଅସଲ ଆବିଷ୍କାର ଗୁଡ଼ିକ ଗୌଣ ହୋଇ ରହିଯାଇଛି ଏବଂ ପ୍ରକାର ପ୍ରକାରର ନାମ ହିଁ ପ୍ରଧାନ ହୋଇ ରହିଛି । ଆମେ କେଉଁ ମାର୍ଗଟିକୁ ଯେ ଅବଲମ୍ବନ କରିଛୁ, ତୁଚ୍ଛା ସନ୍ତକମାନେ ସେହି ବ୍ୟାପାରଟିକୁ ଜଣାଇ ଦେଉଛନ୍ତି ସିନା, କିନ୍ତୁ ଆମ ଭିତରେ ସତକୁ ସତ ଯାତ୍ରୀଟିଏ ବାଟ ଚାଲୁଛି କି ନାହିଁ, ସେକଥାଟିର ଅନ୍ଦାଜ କରି ହେଉନାହିଁ । ଶାସ୍ତ୍ରର ବହୁ ପ୍ରଚାରର କୋଳାହଳ ଲାଗି ରହିଛି, କିନ୍ତୁ ଯୁକ୍ତମାନେ କାହାନ୍ତି ? ଆମ ପୃଥିବୀଟି ତ ନିତି ପ୍ରାୟ ନୂଆ ନୂଆ ପ୍ରକାରେ ନାନା ଅଯୁକ୍ତତା ମଧ୍ୟ୍ୟରେ ଛଟପଟ ହେଉଛି, ଖିଅମାନେ ଛିଡ଼ିଛିଡ଼ି ଯାଉଛନ୍ତି । ନାନାବିଧ ପୌତ୍ତଳିକତାର ପ୍ରଚଣ୍ଡତା ମଧ୍ୟ୍ୟରେ ମନୁଷ୍ୟ ଭିତରର ଅସଲ ଅଭୀପ୍ସାଗୁଡ଼ିକ ବିଶ୍ୱାସ ହରାଇ ଦେଉଛନ୍ତି କି ? ଆପଣା ଉପରେ ବିଶ୍ଵାସ, ପରସ୍ପର ଉପରେ ଏବଂ ପୃଥିବୀ ଉପରେ ବିଶ୍ୱାସ । ତେଣୁ ପୂର୍ଣ୍ଣଯୋଗର ସ୍ୱତନ୍ତ୍ର ଆହ୍ୱାନଟି ଆମ ଅଭ୍ୟସ୍ତ ଗୁଳାମାନଙ୍କୁ ଅତିକ୍ରମ କରିଯିବ । ଏକ ଅନ୍ୟ ବ୍ୟାକୁଳତାକୁ ସଞ୍ଚାରିତ କରି ଆଣିବ ଓ ଅସଲ ଘରଗୁଡ଼ିକୁ ବାଟ ଦେଖାଇଦେବ ।

 

ଆଉଗୋଟିଏ କାଟର ଶାସ୍ତ୍ର ମଧ୍ୟ୍ୟ ରହିଛି, ଯାହାକି ପବିତ୍ର ଆମ ଗ୍ରନ୍ଥଗୁଡ଼ିକ ଠାରୁ ଗୋଟିଏ ଭିନ୍ନ ଅର୍ଥକୁ ସୂଚିତ କରି ଦେଉଥାଏ । ସେହି କ୍ଷେତ୍ରରେ ତାହା ସାଧନାର ତତ୍ତ୍ୱବିଜ୍ଞାନ ଏବଂ ପଦ୍ଧତି ଗୁଡ଼ିକୁ ବୁଝାଏ, ଆଚରିତ ଯୋଗପଦ୍ଧତିକୁ ବୁଝାଏ, ଯାହାକୁ ଜଣେ ସାଧକ ତା’ ବୁଝିବାରେ ଖୁବ୍ ଫଳଦାୟକ ଭାବରେ ଆଚରି ଆସୁଥାଏ । ପ୍ରତ୍ୟେକ ମାର୍ଗର ଏହିପରି ଭାବରେ ଆପଣାର ଏକ ଶାସ୍ତ୍ର ରହି ଆସିଛି,–ତାହା ଲିପିବଦ୍ଧ ହୋଇ ରହିଛି ଅଥବା ପାରମ୍ପରିକ ଭାବରେ ଅନୁସୃତ ହୋଇଆସୁଛି, ଏକାଧିକ ଗୁରୁଙ୍କ ଦ୍ୱାରା ଦୀର୍ଘ କାଳରୁ ଉଚ୍ଚାରିତ ହୋଇ ଆସିଛି ଓ ସାଧକମାନେ ସେଗୁଡ଼ିକୁ ପାଳନ କରି ଆସିଛନ୍ତି । ଏହିପରି ଭାବରେ ଭାରତବର୍ଷରେ ସେହି ଲିଖିତ ଅଥବା ପରମ୍ପରା ଦ୍ୱାରା ଅନୁମୋଦିତ ଶିକ୍ଷାଚୟ ଲାଗି ସାଧାରଣତଃ ବହୁତ ମର୍ଯ୍ୟାଦା ପ୍ରବତ୍ତ ହୋଇଛି । ଯୋଗର ମାର୍ଗମାନେ ଏହିପରି ଭାବରେ ସୁନିର୍ଦ୍ଦିଷ୍ଟ ହୋଇ ରହିଛନ୍ତି ଓ ସେଗୁଡ଼ିକରେ କେବେ କୌଣସି ପରିବର୍ତ୍ତନ କରା ଯାଇନାହିଁ । ଏବଂ ଯେଉଁ ଶିକ୍ଷାଦାତା ଓ ଗୁରୁ-ପରମ୍ପରା ଦ୍ୱାରା ସେହି ଶାସ୍ତ୍ରକୁ ପ୍ରାପ୍ତ ହୋଇଛନ୍ତି ଏବଂ ଏକ ଚାରଣା ଦ୍ୱାରା ତାହାକୁ ଉପଲବ୍ଧ କରିଛନ୍ତି, ସିଏ କାହିଁ କେଉଁ କାଳରୁ ଅସୁମାରି ବହୁ ମାର୍ଗର ମାଧ୍ୟ୍ୟମରେ ଜଣେ ଶିଷ୍ୟକୁ ପ୍ରଶିକ୍ଷିତ କରାଇ ଆଣିଛନ୍ତି । ସେହି କ୍ଷେତ୍ରରେ କୌଣସି ଗୋଟିଏ ନୂତନ ପ୍ରକାରର ରୀତିରେ ସୂଚନା ମିଳିଲେ ପ୍ରତିବାଦମାନ ହୋଇଛି-ଏକ ନୂତନ ମାର୍ଗକ୍ରମ ବା ଗୋଟାଏ ନୂଆ ସୂତ୍ରାଚରଣର ଗନ୍ଧମିଳୁଥିବା ପରି ଲାଗିଲେ ସେଇଟିର ବିରୋଧ କରାଯାଇଛି । ‘‘ଏହିଟି ଆଦୌ ଶାସ୍ତ୍ରାନୁମୋଦିତ ନୁହେଁ’’ ବୋଲି ଆପତ୍ତି ହୋଇଛି । ମାତ୍ର ବାସ୍ତବ କୌଣସି ଏକ ସାଧନାର କ୍ଷେତ୍ରରେ ପ୍ରକୃତରେ ସେପରି କୌଣସି ସଂପୂର୍ଣ୍ଣ ନିଷେଧ ବା ଆଦେଶ ନାହିଁ ଯାହାକୁ କି ଅଲଂଘନୀୟ ବୋଲି ମାନି ନିଆଯିବ ଓ ଏକ ବାଡ଼ ଛିଡ଼ା କରି ରଖାଯିବ ।

 

କାରଣ, ନୂତନ ନାନା ସତ୍ୟଲାଗି ସବୁବେଳେ ହିଁ ଅବକାଶ ରହିବ, ସତ୍ୟର ପରିଚୟ ଲାଭର କ୍ଷେତ୍ରରେ ନୂତନ ଉନ୍ମୋଚନମାନ ହେଉଥିବ, ସାଧନାର ଯେକୌଣସି ଯାତ୍ରୀର ଅନୁଭବଜଗତରେ ଅନିବାର୍ଯ୍ୟତଃ ବହୁ ପ୍ରସାରଣ ମଧ୍ୟ୍ୟ ଘଟିବ । ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଶିକ୍ଷା ନାମରେ ଆମ ପାଖରେ ଯେଉଁସବୁ ସମ୍ପଦ ମହଜୁଦ ରହିଛି, ତାହାର ପଶ୍ଚାତରେ ଅନେକ ଅନେକ ଶତାବ୍ଦୀର ବହୁ ଅନୁଭବ ତଥା ଜ୍ଞାନ ଅବଶ୍ୟ ରହିଛି, ଉଭୟ ଲିଖିତ ତଥା ପରମ୍ପରାଗତ କ୍ଷେତ୍ରରେ । ସେଗୁଡ଼ିକୁ କେତେ ଯତ୍ନଶୀଳ ଭାବରେ ଶୃଙ୍ଖଳିତ ଏବଂ ସୂତ୍ରବଦ୍ଧ କରି ରଖାଯାଇଛି । ଯାବତୀୟ ଚର୍ଯ୍ୟାର ମାର୍ଗକୁ ମନ କରି ବାହାରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ତାହା ପ୍ରକୃତରେ ସଫଳତା ଲାଭ କରିବାର କେତେ ନା କେତେ ପ୍ରତିଶ୍ରୁତି ଆଣି ଅବଶ୍ୟ ଦେବ । ତେଣୁ ସେସବୁର ମହତ୍ତ୍ୱ ଓ ପ୍ରୟୋଜନକୁ କଦାପି ଅସ୍ୱୀକାର କରାଯାଇ ପାରିବନାହିଁ । ମାତ୍ର ତଥାପି ଅଧିକ ବିକାଶଲାଭ ତଥା ବୈଚିତ୍ରୀ ନିମନ୍ତେ ସେଥିରେ ଅବଶ୍ୟ ସ୍ଥାନ ରହିଥିବା ଉଚିତ ହେବ; ପ୍ରକୃତରେ ଅଧିକ ଫଳପ୍ରଦାୟକ ହେବ । ଏପରିକି ରାଜଯୋଗର ସେହି ନିଖୁଣ ଅର୍ଥାତ୍ ସଂପୂର୍ଣ୍ଣ ବିଜ୍ଞାନସମ୍ମତ କ୍ଷେତ୍ରରେ ମଧ୍ୟ୍ୟ ଆମେ ନୂଆ ନୂଆ ରୀତିର ପ୍ରବେଶ ଘଟାଇ ପାରିବା ଓ ଏକଦା ପାତଞ୍ଜଳି ନିଜ ସୂତ୍ରଗୁଡ଼ିକର ଶୃଙ୍ଖଳା ଦେଇ ଯେଉଁ ସାରଣୀଟିର ରଚନା କରିଥିଲେ, ସେଇଟି ଭିତରେ ସୀମାବଦ୍ଧ ହୋଇ ରହିବା ସକାଶେ ଆଦୌ ମନ କରିବାନାହିଁ । ଜ୍ଞାନଯୋଗ, ଭକ୍ତିଯୋଗ ଓ କର୍ମଯୋଗର ତିନୋଟିଯାକ ସାଧନାମାର୍ଗ ଆମକୁ ବହୁ ପ୍ରସାରଣ ସହିତ ନାନାବିଧ ନୂତନତାର ଚାରଣାରେ ଅଗ୍ରସର କରାଇ ନେଇଯାଇ ପାରିବେ ଏବଂ ଶେଷରେ ସେହି ଇପ୍ସିତ ଲକ୍ଷ୍ୟସ୍ଥଳରେ ହିଁ ପରସ୍ପରକୁ ଅବଶ୍ୟ ଯାଇ ଭେଟି ପାରିବେ । ଯୋଗର ଆଧାରଶିଳା ସଦୃଶ ସାଧାରଣ ଜ୍ଞାନାୟତନଟି ସକଳ କ୍ଷେତ୍ରରେ ନିଶ୍ଚୟ ସୁନିର୍ଦ୍ଦିଷ୍ଟ ଏବଂ ଅପରିବର୍ଭନୀୟ ହୋଇ ରହିଥିବ ସତ, ତଥାପି ସେଥିସହିତ ସଂପୃକ୍ତ ଯାବତୀୟ କ୍ରମଗଠନ ଓ ଆଚାରିପଦ୍ଧତି ପ୍ରରୂପଗୁଡ଼ିକୁ ବାଧ୍ୟ୍ୟ କରି ସେହି ଗୋଟିଏ ପ୍ରକାରରୂପେ ବାନ୍ଧି ରଖିବା କେବେହେଲେ ସମୀଚୀନ ହେବନାହିଁ । କାରଣ, ଗୋଟିଏ ମୂଳକଥା ହେଉଛି ଯେ ପ୍ରତ୍ୟେକ ଚର୍ଯ୍ୟାରତ ମନୁଷ୍ୟ ହେଉଛି ଜଣେ ବ୍ୟକ୍ତି, ଯାହାର କି ନିଜସ୍ୱ ଆବଶ୍ୟକତା ତଥା ଆବେଦନମାନ ସର୍ବଦା ହିଁ ରହିବ ଏବଂ ସେହିଗୁଡିକର ଏକ ନିର୍ଦ୍ଦିଷ୍ଟ ସାମଗ୍ର ବ୍ୟକ୍ତିପ୍ରୟୋଜନଟି ଅନୁସାରେ ଅଗ୍ରସର ହେବାକୁ ପଡ଼ିବ । ମୂଳ ସତ୍ୟଗୁଡ଼ିକ ସୁସ୍ପଷ୍ଟ ହୋଇ ଅବଶ୍ୟ ରହିଥିବ ଏବଂ ଆଦୌ ଚହଲି ଯାଉନଥିବ; କିନ୍ତୁ ଚାରଣାମାନେ ବ୍ୟକ୍ତି ସାପେକ୍ଷ ହେବେ ।

 

ଏକ ସର୍ବାଙ୍ଗୀନ ଓ ସମନ୍ୱିତ ଜୀବନଯୋଗର ମାର୍ଗରେ ସର୍ବଦା ଗୋଟିଏ ବିଶେଷ ଆବଶ୍ୟକତା ରହିଛି ଯେ ତାହା କେବେହେଲେ କୌଣସି ପୂର୍ବଲିଖିତ ବା ପରମ୍ପରାଗତ ଶାସ୍ତ୍ର ଭିତରେ ବାନ୍ଧି ହୋଇ ରହିବନାହିଁ । ଅତୀତରୁ ଏକ ଉତ୍ତରାଧିକାର ରୂପେ ଆମଯାଏ ଆସିଥିବା ଉକ୍ତ ସର୍ବବିଧ ଜ୍ଞାନ ସହିତ ତାହା ଅବଶ୍ୟ ନିଜକୁ ପରିଚିତ କରି ରଖିବ ସତ, କିନ୍ତୁ ଏହି ଉପସ୍ଥିତ ବର୍ତ୍ତମାନ ଏବଂ ଆଗକୁ ଆସୁଥିବା ଭବିଷ୍ୟତଟି ନିମନ୍ତେ ତାହାକୁ ଏକ ନୂତନ ଆସ୍ପୃହାଯୁକ୍ତ ଭାବରେ ସଂଗଠିତ କରି ଆଣିବ । ଏକ ନୂତନ ଧିସାରେ ଏବଂ ନୂତନ ସମ୍ବନ୍ଧିତତାରେ ଲବ୍ଧ ସକଳ ଜ୍ଞାନକୁ ଏକ ବ୍ୟକ୍ତ ରୂପ ପ୍ରଦାନ କରିବା ଓ ସେଗୁଡ଼ିକରେ ନିବଦ୍ଧ ସତ୍ୟଗୁଡ଼ିକୁ ଆପଣାର ଅନୁଭବରେ ସ୍ୱରୀତି ଦେଇ ଗ୍ରହଣ କରିବା ଲାଗି ତା’ର ପରିପୂର୍ଣ୍ଣ ସ୍ୱାଧୀନତା ରହିଥିବ । ତେବେଯାଇ ଆମେ ତାହାକୁ ଏକ ସ୍ଵତନ୍ତ୍ର ସତ୍ୟରୂପ ମଧ୍ୟ୍ୟ ପ୍ରଦାନ କରି ପାରିବା । ଏହି ସାଧନା ଜୀବନର କୌଣସି ଗୋଟିଏ ଖଣ୍ଡ କିମ୍ବା ଅଂଶକୁ ମଧ୍ୟ୍ୟ ନିଜର ନକ୍‌ସାରୁ ବାଦ୍ ହେବନାହିଁ । ଏହି ପଥର ଚାରଣାରତ ଯାତ୍ରୀଟିକୁ ଆମେ କେବେହେଲେ ଭ୍ରମରେ ପଡ଼ି ମୋଟେ ଜଣେ ତୀର୍ଥଯାତ୍ରୀ ବୋଲି ବିଚାର କରିବାନାହିଁ : କୌଣସି ତୀର୍ଥଯାତ୍ରୀ ତ ତୀର୍ଥଟି କେଉଁଠାରେ ବୋଲି ଭଲ ଭାବରେ ଜାଣିଥାଏ, ତୀର୍ଥଯାଏ ପଡ଼ିଥିବା ପଥଟିକୁ ମଧ୍ୟ୍ୟ ଜାଣି ନେଇଥାଏ । ନାଇଁ, ପୂର୍ଣ୍ଣାଙ୍ଗ ଯୋଗସାଧନାର ଜଣେ ପଥିକକୁ ଆମେ ସେହି ସନ୍ଦର୍ଭରେ ଜଣେ ସ୍କାଉଟ୍ ଅର୍ଥାତ୍ ଏକ ନୂତନ ନିଜପଥର ଆବିଷ୍କାରକାରୀ ବୋଲି କହିବା, ଯିଏକି ବସ୍ତୁତଃ ସର୍ବପ୍ରଥମ ଜଣେ ପରି ଗୋଟିଏ ଗହନ ଅର୍ଥାତ୍ କାହାରି ପାଦ ପଡ଼ିନଥିବା କୌଣସି ଜଙ୍ଗଲ ମଧ୍ୟ୍ୟରେ ଏକ ଶିଖରଯାଏ ରାସ୍ତାଟିଏ ତିଆରି କରି ଅଗ୍ରସର ହେବାରେ ଲାଗିଛି । ହାତରେ କାତିଟିଏ ଧରିଛି ଏବଂ ନିଜ ସମକ୍ଷର ବାଧକପ୍ରାୟ ବୁଦା ଓ ବଣଟିକୁ କାଟି କାଟି ଆଗକୁ ଯାଉଛି । କାରଣ, ସଂପୂର୍ଣ୍ଣ ଭାବରେ ବାସ୍ତବ କଥାଟି ମଧ୍ୟ୍ୟ ହେଉଛି ଯେ, ଯୋଗ କାଳକ୍ରମେ ଜୀବନ ଠାରୁ ଦୂରକୁ ଦୂରକୁ ହଟି ଚାଲିଯାଇଛି । ଜୀବନର ହିଁ ଏକ ସଂପୂର୍ଣ୍ଣତାଯୁକ୍ତ ଚିତ୍ରକୁ ଦୃଷ୍ଟି ସମକ୍ଷରେ ରଖି ଆମେ ବୈଦିକ ପୂର୍ବଜଗଣ ଯେଉଁ ପ୍ରାଚୀନ ମାର୍ଗଗୁଡ଼ିକର ମାଧ୍ୟ୍ୟମରେ ଯୋଗସାଧନାର କଥାମାନ କହିଥିଲେ, ସେମାନେ ତ ଇତିମଧ୍ୟ୍ୟରେ ଆମଠାରୁ କେତେ କେତେ ଦୂରରେ ଯାଇ ରହିଲେଣି; ସେଗୁଡ଼ିକ ମଧ୍ୟ୍ୟରେ ପ୍ରବେଶ କରିବା ମଧ୍ୟ୍ୟ ଦୁଷ୍କର ହୋଇ ଯାଇଛି । ଏପରି ନାନା ଆକାରରେ ସେଗୁଡ଼ିକୁ ଉପସ୍ଥାପିତ କରାଯାଉଛି, ଯେଉଁଗୁଡ଼ିକୁ କି ହୁଏତ ଆଉ ପ୍ରୟୋଗ ବି କରାଯାଇ ପାରିବନାହିଁ । ତା’ପରେ ମହାକାଳର ଏହି ପୃଥ୍ୱୀସ୍ରୋତରେ ମନୁଷ୍ୟଜାତିର ସମୂହଟି ମଧ୍ୟ୍ୟ ଆହୁରି କେତେ ଆଗକୁ ଚାଲିଯାଇଛି । ଏବଂ ତେଣୁ, ଏକ ଏକାନ୍ତ ଭାବରେ ଆରମ୍ଭବିନ୍ଦୁରୁ ମଧ୍ୟ୍ୟ ସେହି ସମାନ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବା ଆବଶ୍ୟକ ହେଉଛି । ଏବଂ, ଆମକୁ ସ୍ୱୀକାର ମଧ୍ୟ୍ୟ କରିବାକୁ ହେବ ଯେ, ଯୋଗସାଧନା ସମେତ ଯାବତୀୟ ସାଧନାର ସର୍ବଦା ପୃଥ୍ୱୀ-ପରିବେଶର ସନ୍ଦର୍ଭ ଉପରେ ହିଁ ବହୁତ ପ୍ରାସଙ୍ଗିକତା ରହିଛି ।

 

ପୂର୍ଣ୍ଣାଙ୍ଗ ଯୋଗର ପୂର୍ଣ୍ଣ ଆବେଦନଟି କହି ହେଉଥିବ ଯେ, ଏଥିରେ ପରମ ଅନନ୍ତ ସତ୍ତାଙ୍କୁ ଯେ ଏକମାତ୍ର ଉପଲବ୍ଧିଗତ ବସ୍ତୁରୂପେ ଗ୍ରହଣ କରାଯାଏ, ସେକଥା ଆଦୌ ନୁହେଁ, ସେଥିରେ ସେହି ପରମସତ୍ତାଙ୍କୁ ଏଠି ଏହି ପୃଥିବୀର ମନୁଷ୍ୟଜୀବନର ଆୟତନ ମଧ୍ୟ୍ୟରେ ପ୍ରବେଶ ଲାଭ କରି ଆପଣାକୁ ପ୍ରକଟ କରିଦେବା ସକାଶେ ମଧ୍ୟ୍ୟ ଆବାହନ କରାଯାଏ । ତେଣୁ, ଏହି ଯୋଗରେ ଶାସ୍ତ୍ରକୁ ଗ୍ରହଣଶୀଳ ମନୁଷ୍ୟଆତ୍ଜାକୁ ନ୍ୟାୟତଃ ଏକ ଅନନ୍ତ ସ୍ଵକ୍ରିୟାଶୀଳତା ମଧ୍ୟ୍ୟ ଯୋଗାଇ ଦେବାକୁ ପଡ଼ିବ । ସେହି ପରମ ବିଶ୍ୱଗତ ଓ ବିଶ୍ୱାତୀତ ସତ୍ୟଙ୍କୁ ଆପଣା ଜୀବନରେ ସ୍ୱୀକାର କରିନେବାର କ୍ଷେତ୍ରରେ ଜଣେ ମନୁଷ୍ୟବ୍ୟକ୍ତିର ରୀତି ତଥା ପ୍ରକାରଟି ବିଷୟରେ ଯଥେଷ୍ଟ ଗ୍ରହଣ-ସ୍ଵାଧୀନତା ଅବଶ୍ୟ ବିଦ୍ୟମାନ୍ ଥିବ । ତେବେଯାଇ ଏହି ପୃଥିବୀରେ ମନୁଷ୍ୟ ସ୍ତରରେ ସଂପୂର୍ଣ୍ଣ ଭାବରେ ଆଦୌ କୌଣସି ଆଧ୍ୟ୍ୟାତ୍ଜିକ ଜୀବନର ଅଧିକାରୀ ହେବାର କ୍ଷେତ୍ରରେ ବସ୍ତୁତଃ କୌଣସି ଅନୁକୂଳତା ସମ୍ଭବ ହେବ । ସ୍ଵାମୀ ବିବେକାନନ୍ଦ କହୁଥିଲେ ଯେ, ଭିନ୍ନ ଭିନ୍ନ ଧର୍ମ ମଧ୍ୟ୍ୟରେ ଐକ୍ୟଟିକୁ ଆବିଷ୍କାର କରିବାକୁ ହେଲେ ସେଗୁଡ଼ିକର ଆକାର ଏବଂ ଗଢ଼ଣ ଗୁଡ଼ିକରେ ରହିଥିବା ଭଳି ଭଳି ବୈଚିତ୍ର୍ୟକୁ ସ୍ୱୀକାର କରିନେବା ଆବଶ୍ୟକ ହେବ । ସେ କହିଥିଲେ ଯେ, ସେହି ମୂଳଭୂତ ଐକ୍ୟ ଉପାଦାନଟି ପ୍ରକଟ ହୋଇ ଆସିବାର ଅର୍ଥ ହେଉଛି ଯେ, ପ୍ରତ୍ୟେକ ବ୍ୟକ୍ତିର ଏକ ନିଜସ୍ୱ ଧର୍ମ ରହିଥିବ, ଏବଂ ଆଦୌ କୌଣସି ସମ୍ପ୍ରଦାୟ ତଥା ପରମ୍ପରାଗତ ଛାଞ୍ଚ ମଧ୍ୟ୍ୟରେ ବାନ୍ଧି ହୋଇ ନରହି ସିଏ ଆପଣାର ସ୍ୱଭାବ ମୁତାବକ ସ୍ୱାଧୀନ ସ୍ୱ-ଅନୁକୂଳନର ରୀତିରେ ପରମ ଓ ସର୍ବୋଚ୍ଚ ଓ ଇଶ୍ୱରସତ୍ତାଙ୍କ ସହିତ ନିଜର ସମ୍ବନ୍ଧଗୁଡ଼ିକୁ ସ୍ଥାପିତ କରି ପାରୁଥିବ ।

 

ସେହିପରି ପୂର୍ଣ୍ଣାଙ୍ଗ ଯୋଗର କ୍ଷେତ୍ରରେ ମଧ୍ୟ୍ୟ ଆମେ କହିବା ଯେ ଏଥିରେ ପରିପୂର୍ଣ୍ଣତା ସମ୍ଭବ କରିବା ତ ସେତେବେଳେ ସାଧ୍ୟ୍ୟ ହୋଇ ଆସିବ, ଯେତେବେଳେ ପ୍ରତ୍ୟେକ ମନୁଷ୍ୟବ୍ୟକ୍ତି ଆପଣାର ସାଧନା-କ୍ଷେତ୍ରରେ ନିଜର ପଥଟିକୁ ଗ୍ରହଣ କରି ଅଗ୍ରସର ହୋଇ ପାରିବ, ନିଜ ପ୍ରକୃତିର ଅପହଞ୍ଚପ୍ରାୟ ହୋଇ ରହିଥିବା ସେହି ପରମ ସମ୍ପଦଟି ଆଡ଼କୁ ସମୀପବର୍ତ୍ତୀ ହୋଇ ଆଗେଇ ଯିବାର ଯାତ୍ରାରେ ସିଏ ନିଜ ପ୍ରକୃତିର ବିକାଶକ୍ରମଟିକୁ ଅନୁସରଣ କରି ପାରୁଥିବ । ଧର୍ମତଃ ତେଣୁ ସ୍ୱାଧୀନତା ଏବଂ ସ୍ୱନିର୍ବାଚନ ହେଉଛି ସର୍ବଶେଷ ଓ ସର୍ବୋଚ୍ଚ ବିଧାନ ଏବଂ ଆଖର ସେଇଟି ହେଉଛି ସେଥିରୁ ପ୍ରାପ୍ତ ହେଉଥିବା ସର୍ବଶେଷ ଅସଲ ପ୍ରାପ୍ତି ।

 

ତଥାପି, ଯୋଗର ସାଧନାପଥରେ କେତେଗୁଡ଼ିଏ ସାଧାରଣ ନିୟମର ନିର୍ଦ୍ଦେଶନା ସର୍ବତ୍ର ଓ ସର୍ବଦା ନିଶ୍ଚୟ ରହିଥିବ, ଯାହାକି ଜଣେ ସାଧକକୁ ତା’ର ଭାବନା ଓ ତା’ କ୍ରିୟାଶୀଳତାର ଭୂମିରେ ପରିଚାଳିତ ହେବାରେ ହୁଏତ ସହାୟତା କରୁଥିବ । ମାତ୍ର, ସେହି ସବୁକିଛି କେବଳ ସାଧାରଣ ସତ୍ୟଗୁଡ଼ିକ ମଧ୍ୟ୍ୟରେ ସୀମିତ ରହିବ, ସାଧାରଣ ଭାବରେ ପ୍ରଧାନ ତତ୍ତ୍ୱଗୁଡ଼ିକ ବିଷୟରେ କିଛି ସୂଚନା ପ୍ରଦାନ କରୁଥିବ । ପ୍ରୟାସ ତଥା ଚାରଣାର କ୍ଷେତ୍ରରେ ଅଗ୍ରଗତି କରିବା ସମ୍ବନ୍ଧରେ ଅତ୍ୟନ୍ତ ଶକ୍ତି ରହିଥିବା କେତେକ ମାର୍ଗ ଆଡ଼କୁ ଦୃଷ୍ଟି ଆକର୍ଷଣ କରି ଦେଉଥିବ । କଦାପି ଏପରି କୌଣସି ଧରାବନ୍ଧା ନିୟମବନ୍ଧନର ଧାରଣା ଦେବାକୁ ମନ କରୁନଥିବ, ଯାହାକୁ କି ଗୋଟିଏ ରୁଟିନ୍ ପରି ପାଳନ କରିବାକୁ ପ୍ରବର୍ତ୍ତନାମାନ ମିଳୁଥିବ । ଯେତେ ଯାହା ଶାସ୍ତ୍ର ଯେଉଁଠାରେ ରହିଛି, ସେଥିରେ ଅତୀତରେ ପ୍ରାପ୍ତ ନାନା ଅନୁଭବକୁ ଏକତ୍ର କରି ଅଣାଯାଇଛି ଏବଂ ଭବିଷ୍ୟତର ସେହି କ୍ଷେତ୍ରର ଆଗ୍ରହୀମାନଙ୍କ ଲାଗି ତାହା ନାନାପ୍ରକାରେ ଏକ ସହାୟକ ରୂପେ ହିଁ ଆମ ସମକ୍ଷରେ ବିଦ୍ୟମାନ୍ ଅଛି । ସହାୟକ ଭାବରେ ଏବଂ ଆଂଶିକ ଭାବରେ ଆମକୁ ଆଗକୁ ପରିଚାଳିତ କରିନେବାରେ । ମଝିରେ ମଝିରେ ସୂଚକ ଖୁଣ୍ଟସବୁ ରହିଛି, ସେଥିରେ ମୁଖ୍ୟ ରାସ୍ତାଗୁଡ଼ିକର ନାମକରଣ କରିଦିଆ ହୋଇଛି, ଜଣା ହୋଇସାରିଥିବା ବାଟଗୁଡ଼ିକର ଉଲ୍ଲେଖ ରହିଛି । ସିଏ କୁଆଡ଼େ ଯାଉଛି ଓ କେଉଁସବୁ ବାଟରେ ଯାଉଛି, ମାର୍ଗରେ ଯାଉଥିବା ଯାତ୍ରୀକୁ ସେସବୁ ବିଷୟରେ ସୂଚନା ମିଳିଯାଇ ପାରୁଛି । ହଁ, ପ୍ରଧାନତଃ ସେତିକିମାତ୍ର ସହାୟତା ଏବଂ ସାଧନାରେ ସେହି ଯାତ୍ରାରେ ଆଉ ଯେତେ ଯାହା ରହିଛି, ସେସବୁରେ ସବୁକିଛି ସାଧକର ବ୍ୟକ୍ତିଗତ ପ୍ରୟାସ ଉପରେ ନିର୍ଭର କରିବ, ସିଏ ଲାଭ କରୁଥିବା ଅଭିଜ୍ଞତାଟି ଉପରେ ଓ ସେହି ସାଧନାପଥର ପରମ ପଥପରିଚାୟକଙ୍କର ଶକ୍ତି ଉପରେ ହିଁ ନିର୍ଭର କରିବ ।

 

+ + + +

 

ତେଣୁ, ସାଧନାର ପଥରେ ଆମ ଅଭିଜ୍ଞତାର କ୍ଷେତ୍ରଟି ଯେପରି ଯଥେଷ୍ଟ ତ୍ୱରାର ସହିତ ବିକାଶଲାଭ କରି ପାରିବ, ଯେପରି ତାହା ବିପୁଳରୁ ଅଧିକ ବିପୁଳତା ଲାଭ କରୁଥିବ ଓ ପ୍ରଗାଢ଼ ହେବ, ସେହି କଥାଟି ସର୍ବପ୍ରଥମେ ସାଧକର ଆସ୍ପୃହା ଓ ବ୍ୟକ୍ତିଜୀବନର ପ୍ରୟାସ ଉପରେ ନିର୍ଭର କରିବ । ପଥଟିକୁ ଚାଲିବାର ଆରମ୍ଭକାଳରେ ଏବଂ ଏକ ବୃହତ୍ ଅବଧିଯାଏ । ଯୋଗସାଧନାର ସର୍ବମୂଳ ପ୍ରକ୍ରିୟାଟି ହେଉଛି ଯେ, ମନୁଷ୍ୟର ଆତ୍ଜା ଆପଣାକୁ ଚେତନାର ସେହି ଅହଂଅଧିକୃତ ଅବସ୍ଥାଟିରୁ ପ୍ରତ୍ୟାହୃତ କରି ଆଣିବ । ଆମର ସେହି ଚେତନାଟି ଏବେ ବସ୍ତୁଗୁଡ଼ିକର ବାହ୍ୟ ପ୍ରତିଭାସ ଏବଂ ଆକର୍ଷଣ ଗୁଡ଼ିକରେ ଖୁବ୍ ନିମଗ୍ନ ହୋଇ ରହିଛି । ସେହି ଚେତନାକୁ ସାଧକ ଗୋଟିଏ ଉଚ୍ଚତର ଅବସ୍ଥା ମଧ୍ୟ୍ୟକୁ ଉତ୍ତୋଳିତ କରି ଆଣିବ । ଏହି ଅନ୍ୟ ସ୍ତରରେ ପରମ ବିଶ୍ୱମୟ ଏବଂ ବିଶ୍ୱାତୀତ ଆପଣାକୁ ବ୍ୟକ୍ତିଜୀବନର ଏହି ବର୍ତ୍ତମାନ ଛାଞ୍ଚଟି ମଧ୍ୟ୍ୟକୁ ଅଜାଡ଼ି ଦେଇ ପାରିବେ ଏବଂ ତାହାକୁ ରୂପାନ୍ତର ଆଣି ଦେବେ । ତେଣୁ, ଏହି କ୍ରମରେ ମୀମାଂସକ ସର୍ବପ୍ରଥମ ସିଦ୍ଧିଟି ହେଉଛି ଯେ, ସେହି ଦିଗପରିବର୍ତ୍ତନଟି କ୍ରମଶଃ ଅଧିକ ପ୍ରଗାଢ଼ ହେବାରେ ଲାଗିବ; ଏପରି ଏକ ଶକ୍ତି ଆଣିଦେବ, ଯାହା ଆତ୍ଜାକୁ ଅନ୍ତର୍ମୁଖୀ କରିବ । ଆମ ହୃଦୟ ମଧ୍ୟ୍ୟରେ ରହିଥିବା ସେହି ଆସ୍ପୃହାର ଶକ୍ତିଟି, ଆମ ଇଚ୍ଛାଶକ୍ତି-କ୍ଷେତ୍ରରେ ସେହି ସମର୍ଥତା, ଆମ ମନର ସଂକେନ୍ଦ୍ରିତତା ଏବଂ ଏହି ସବୁଗୁଡ଼ିକ କ୍ରିୟାଶୀଳ ହେବାରୁ ପ୍ରାପ୍ତ ହେଉଥିବା ଯାବତୀୟ ଅଧ୍ୟ୍ୟାବସାୟ ତଥା ସଂକଳ୍ପବଦ୍ଧତା, ଏହି ସବୁକିଛି ହିଁ ଉକ୍ତ ପ୍ରଗାଢ଼ତାର ପରିମାପକ ହୋଇ ରହିବ । ଜଣେ ଆଦର୍ଶସ୍ଥାନୀୟ ସାଧକ ବାଇବେଲର ଭାଷାରେ ‘‘ପରମେଶ୍ୱରଙ୍କ ଲାଗି ମୋ’ର ଅଭୀପ୍ପା ମୋତେ ପ୍ରକୃତରେ ଗୋଟାସୁଦ୍ଧା ଗିଳି ପକାଇଲାଣି ।” ବୋଲି କହିପାରିବା ପାଇଁ ସମର୍ଥ ହେବ । ହଁ, ପରମ ଈଶ୍ୱରଙ୍କ ଲାଗି ଅଭୀପ୍ସା,–ତାହାକୁ ଆମେ ଉତ୍ସାହ ବୋଲି କହିବା ।

 

ହଁ, ଆମ ସମଗ୍ର ପ୍ରକୃତିର ଆପଣାର ଦିବ୍ୟ ପରିଣାମଗୁଡ଼ିକ ବିଷୟରେ ଏକ ବ୍ୟାକୁଳତା ବିଦ୍ୟମାନ୍ ରହିବ । ସେହି ପରମ ଦିବ୍ୟଙ୍କର ଉପଲବ୍ଧି ଲାଗି ହୃଦୟ ବ୍ୟାକୁଳ ହୋଇ ରହିବ । ସେହି ବ୍ୟାକୁଳତା ହିଁ ଆପଣାର ଶକ୍ତିଦ୍ୱାରା ଆମର ଅହଂକୁ ଗିଳି ଦେବ ଏବଂ ଆମ ଅସ୍ତିତ୍ୱର ଅତ୍ୟନ୍ତ କ୍ଷୁଦ୍ର ତଥା ସଂକୀର୍ଣ୍ଣ ଛାଞ୍ଚଟିକୁ ସମ୍ପୂର୍ଣ୍ଣ ଭାବରେ ଆସି ଭାଙ୍ଗିଦେବ । ତା'ପରେ ଯାଇ ଏହି ଆତ୍ଜା ସଂପୂର୍ଣ୍ଣ ଓ ସୁପ୍ରଶସ୍ତ ଭାବରେ ସିଏ ଅନ୍ୱେଷଣ କରିବାରେ ଲାଗିଥିବା ବସ୍ତୁଟିକୁ ପ୍ରକୃତରେ ଡାକି ଆଣି ପାରିବ । ସେହି ଅଭୀପ୍ସିତ ଅସଲ ବସ୍ତୁଟି, ଯିଏକି ପ୍ରକୃତରେ ବିଶ୍ୱମୟ ହୋଇ ଅବସ୍ଥିତ ରହିଛନ୍ତି ଏବଂ କାରଣରୁ ନ୍ୟାୟତଃ ସର୍ବବୃହତ୍ ଓ ସର୍ବୋଚ୍ଚ ବ୍ୟକ୍ତି-ଆତ୍ଜା ଓ ବ୍ୟକ୍ତି-ପ୍ରକୃତିକୁ ଅତିକ୍ରମ କରି ରହିଛନ୍ତି; ପୁନଶ୍ଚ, ବିଶ୍ୱାତୀତ ହୋଇଥିବାରୁ ସକଳ ବ୍ୟକ୍ତିସୀମାଟିରୁ କେତେ ନା କେତେ ଅଧିକ ହୋଇ ମଧ୍ୟ୍ୟ ରହିଛନ୍ତି । ବ୍ୟାକୁଳତା ମଧ୍ୟ୍ୟରେ ଯେ ଏକ ଶକ୍ତି ରହିଛି, ସେହି କଥାଟିକୁ ସତକୁ ସତ କେବେହେଲେ ବ୍ୟାକୁଳ ନହୋଇଥିବା କୌଣସି ମନୁଷ୍ୟକୁ କିପରି ବୁଝାଇ ଦିଆଯାଇ ପାରିବ ? ଆମେ ମନୁଷ୍ୟମାନେ ତ ନିଜ ନିଜ ଅର୍ଥରେ କେତେ ନା କେତେ ବ୍ୟାକୁଳତାରେ ବିଭୋର ହୋଇ ରହିଥାଉ । ଆଧ୍ୟ୍ୟାତ୍ଜକୁ ସମ୍ମୁଖରେ ଥାପି ବାଟ ଚାଲିବାରେ ମଧ୍ୟ୍ୟ ଏକ ବ୍ୟାକୁଳତା ରହିଛି, ଆପଣାର ଏହି ଅହଂକବଳିତ ଆୟତନମାନଙ୍କୁ ଛାଡ଼ି ଆସି ପାରିଲେ ଯାହା ସମ୍ଭବ ହୋଇଥାଏ । ସେଥିପାଇଁ ଆଦୌ ଆଉ କେଉଁଠାକୁ ପଳାଇ ଯିବାକୁ ପଡ଼େନାହିଁ, କେବଳ ଏହି କ୍ଷୁଦ୍ରପରିସର କାନ୍ଥମାନଙ୍କୁ ଯାହା ଭାଙ୍ଗିଦେବାକୁ ପଡ଼ିଥାଏ ।

 

କିନ୍ତୁ, ପରିପୂର୍ଣ୍ଣତାର ଉପଲବ୍ଧି ଲାଗି ଆମର ସହାୟତା କରୁଥିବା ଶକ୍ତିଟିର ଏଇଟି ହେଉଛି କେବଳ ଗୋଟିଏ ମାତ୍ର ପାଖ । ପୂର୍ଣ୍ଣାଙ୍ଗ ଯୋଗର ପ୍ରକ୍ରିୟାରେ ବସ୍ତୁତଃ ତିନୋଟି ପାହାଚ ରହିଛି । ସେହି ପାହାଚଗୁଡ଼ିକୁ ଆମେ ଗାର କାଟି ଅଲଗା ଅଲଗା କରି ମୋଟେ ଦେଖାଇ ଦେଇ ପାରିବାନାହିଁ ସତ, ମାତ୍ର ସେଗୁଡ଼ିକ ମଧ୍ୟ୍ୟରେ ଏକ ପୂର୍ବାପରର କ୍ରମ ଅବଶ୍ୟ ରହିଛି । ପ୍ରଥମେ ଏକ ଆତ୍ଜ-ଉତ୍ତୋଳନର ପ୍ରୟାସ ରହିବ, ଏପରି ଗୋଟିଏ ଉତ୍ତୋଳନ, ଯାହାକି ଆମକୁ ପରମ ଦିବ୍ୟସତ୍ତାଙ୍କ ସହିତ ଏକ ସ୍ପର୍ଶଲାଭର ଅନୁଭବ ଆଣିଦେବ ଏବଂ ସେହି ପ୍ରକ୍ରିୟାଟିରେ ଆମେ ଅଧିକରୁ ଅଧିକ ମାତ୍ରାରେ ସଫଳତା ଲାଭ କରୁଛୁ ବୋଲି ବି ଲାଗୁଥିବ । ଦ୍ୱିତୀୟତଃ, ଯାହା ଆମର ଅତୀତ ହୋଇ ରହିଛି, ସେଇଟିକୁ ଆମେ ନିଜ ଜୀବନ ଭିତରକୁ ସ୍ୱାଗତ କରି ଆଣିବା ପର ଅନୁଭବ କରିବା; ସେଇଟି ଆଡ଼କୁ ଆମେ ଗୋଟିଏ ବାଟ ପାଇ ଗଲାପରି ଲାଗିବ;-ସତକୁ ସତ ଲାଗିବ ଯେ ସେହି ଏତେ ଅତୀତ ଓ ଉର୍ଦ୍ଧ୍ୱସ୍ଥ ହୋଇ ରହିଥିବା ସମ୍ପଦଟି ଆମ ଭିତରେ ପ୍ରବେଶ କରୁଛି ଏବଂ, ଆମର ଉପସ୍ଥିତ ଏହି ସମୁଦାୟ ଚେତନ ସତ୍ତାଟିରେ ଏକ ରୂପାନ୍ତର ଘଟାଇବା ନିମନ୍ତେ ତାହା ଆମ ଭିତରକୁ ପ୍ରବେଶ କରୁଛି । ଏବଂ, ଶେଷ ତୃତୀୟ ଅବସ୍ଥାଟିରେ, ଆମର ସେହି ରୂପାନ୍ତରିତ ମନୁଷ୍ୟ ଅସ୍ତିତ୍ୱଟିକୁ ତାହା ଏହି ପୃଥିବୀରେ ଗୋଟିଏ ଦିବ୍ୟ କେନ୍ଦ୍ରରୂପେ କାମରେ ଲଗାଉଛି । ଯେପର୍ଯ୍ୟନ୍ତ ସେହି ଦିବ୍ୟ ପରମଙ୍କ ସହିତ ଇସ୍ପିତ ସଂସ୍ପର୍ଶଟି ପର୍ଯ୍ୟାପ୍ତ ଏକ ପରିମାଣରେ ସମ୍ଭବ ନହୋଇଥିବ, ଏକ ସ୍ଥାୟୀ ସାଯୁଜ୍ୟର ପ୍ରତିଷ୍ଠା ହୋଇ ନଥିବ, ସେପର୍ଯ୍ୟନ୍ତ ବ୍ୟକ୍ତିଗତ ପ୍ରୟାସର ଉପାଦାନଟିର ସାଧାରଣତଃ ଏକ ମୀମାଂସକ ବୃହତ୍‌ ଭୂମିକା ରହିବ ହିଁ ରହିବ ମାତ୍ର, ଯେତିକି ଅଧିକ ଅନୁପାତରେ ସଂପର୍କଲାଭଟି ପ୍ରତିଷ୍ଠିତ ହୋଇ ଯାଉଥିବ, ସେହି ଅନୁସାରେ ସାଧକ ମଧ୍ୟ୍ୟ ଅବଶ୍ୟ ସଚେତନ ହେବାରେ ଲାଗିଥିବ ଯେ ତା’ ଭିତରେ ଏକ ଏପରି ଶକ୍ତି ସକ୍ରିୟ ହେବାକୁ ଆରମ୍ଭ କଲାଣି, ଯାହାକି ବସ୍ତୁତଃ ତା’ର ନିଜର ଶକ୍ତି କଦାପି ନୁହେଁ ଏବଂ ଯାହା ତା’ର ଅହଂପରିଚାଳିତ ଯାବତୀୟ ପ୍ରୟାସ ଓ ସାମର୍ଥ୍ୟର ଅତୀତ ହୋଇ ରହିଛି । ସାଧକ ତା’ ପରେ ଅଧିକରୁ ଅଧିକ ସଂପୂର୍ଣ୍ଣ ଭାବରେ ଆପଣାକୁ ସେହି ପରମ ଶକ୍ତିମତ୍ତାଟି ପାଖରେ ସମର୍ପି ଦେବାକୁ ଶିକ୍ଷା କରିଥାଏ ।

 

ଏବଂ, ତା’ପରେ ତା'ର ସମସ୍ତ ଯୋଗସାଧନା ସେହି ବ୍ୟକ୍ତିଟି ଦ୍ୱାରା ହିଁ ପରିଚାଳିତ ହେବାକୁ ଆରମ୍ଭ କରିଥାଏ । ତା’ର ନିଜର ଇଚ୍ଛା ତଥା ନିଜର ଶକ୍ତି ଆଖର ସେହି ଉଚ୍ଚତର ଶକ୍ତିମତ୍ତାଟି ସହିତ ଏକଯୁକ୍ତ ହୋଇଯାଏ । ସିଏ ସେଗୁଡ଼ିକୁ ନେଇ ସେହି ଦିବ୍ୟ ପରମଇଚ୍ଛାଟି ସହିତ ଯୁକ୍ତ କରିଦିଏ, ତାହାର ବିଶ୍ୱାତୀତ ଏବଂ ବିଶ୍ୱଗତ ଶକ୍ତିମତ୍ତାଟି ସହିତ ଯୁକ୍ତ କରିଦିଏ । ଏବଂ, ସେହି ପର୍ଯ୍ୟାୟଟିରୁ ସେ ପ୍ରତ୍ୟକ୍ଷ କରିବାକୁ ଲାଗେ ଯେ ସେହି ପରମ ଇଚ୍ଛା ଓ ଶକ୍ତିମତ୍ତା ହିଁ ତା’ର ମାନସ, ପ୍ରାଣିକ ଓ ଭୌତିକ ସତ୍ତାକୁ ଆବଶ୍ୟକ ପ୍ରକାରେ ରୂପାନ୍ତରିତ କରାଇ ନେଉଛି । ଏହି କାର୍ଯ୍ୟଟିକୁ କରାଇ ନେବାର କ୍ଷେତ୍ରରେ ଆଦୌ କୌଣସି ପକ୍ଷପାତିତାର ସ୍ଥାନ ରହୁନାହିଁ ଅର୍ଥାତ୍ ଏକ ଉପଯୁକ୍ତ ପ୍ରଜ୍ଞାଟି ସହିତ ପୂର୍ଣ୍ଣ ଫଳପ୍ରଦ ଭାବରେ କାର୍ଯ୍ୟଟି ସାଧିତ ହୋଇ ଯାଉଛି । ସେଥି ସକାଶେ ଆମର ଏହି ଅହଂଟାର କେବେହେଲେ ସାମର୍ଥ୍ୟ ନଥାଏ, କାରଣ ସେହି ଅହଂ ଅନୁକ୍ଷଣ ଅନ୍ୟ ନାନାପ୍ରକାରେ ଉତ୍ସୁକ ହୋଇ ରହିଥାଏ, ବହୁ ନ୍ୟସ୍ତସ୍ୱାର୍ଥରେ ବାନ୍ଧି ହୋଇ ମଧ୍ୟ୍ୟ ରହିଥାଏ । ଏବଂ, ଯେତେବେଳେ ଏହି ଏକାତ୍ଜିକତା-ଲାଭ ଏବଂ ଆତ୍ଜ-ସମ୍ମିଳନ ପରିପୂର୍ଣ୍ଣତା ଅର୍ଜନ କରି ଆସୁଥାଏ, ସେତେବେଳେ ପୃଥିବୀରେ ଏହି ଦିବ୍ୟ କେନ୍ଦ୍ରଟି ପ୍ରସ୍ତୁତ ହୋଇ ଆସେ । ଆଦୌ କୌଣସି ଅଶୁଦ୍ଧତା ନଥାଏ, ବନ୍ଧନ ନଥାଏ; ଏକ ସଂପୂର୍ଣ୍ଣ ନମନୀୟତା ମଧ୍ୟ୍ୟ ସମ୍ଭବ ହୋଇଥାଏ ଏବଂ ଏକ ସନ୍ଦୀପନ ଉପଲବ୍ଧ ହୁଏ, ଏବଂ ସେତେବେଳେ ଯାଇ ତାହା ଏକ ସର୍ବୋଚ୍ଚ ଶକ୍ତିମତ୍ତାର ପ୍ରତ୍ୟକ୍ଷ କ୍ରିୟାଶୀଳତାର କ୍ଷେତ୍ରରେ ମାନବୀୟତାର ଅର୍ଥାତ୍ ଅତିମାନବୀୟତାର ସେହି ବୃହତ୍ତର ଯୋଗପ୍ରକ୍ରିୟାର କ୍ଷେତ୍ରରେ ସାଧନ ରୂପେ ବ୍ୟବହୃତ ହୋଇଥାଏ, ଏହି ପୃଥିବୀଟିର ଆଧ୍ୟ୍ୟାତ୍ଜିକ ଅଗ୍ରଗତିରେ ଅର୍ଥାତ୍ ରୂପାନ୍ତରରେ ବ୍ୟବହୃତ ହୋଇଥାଏ ।

 

ବସ୍ତୁତଃ ଏହି ଉଚ୍ଚତର ଶକ୍ତିଟି ହିଁ ନିରନ୍ତର କାର୍ଯ୍ୟ କରିଥାଏ । ବ୍ୟକ୍ତିଗତ ପ୍ରଚେଷ୍ଟା ତଥା ଆସ୍ପୃହା ବିଷୟରେ ଆମର ଏହି ବୋଧ, –ଆମର ଅହଂଦ୍ୱାରା ପରିଚାଳିତ ମନର ଏକ ଭ୍ରମଯୁକ୍ତ ଏବଂ ଅର୍ଦ୍ଧସମର୍ଥ ମାର୍ଗରେ ସେହି ଦିବ୍ୟ ଶକ୍ତିମତ୍ତାଟି ସହିତ ଏକାତ୍ଜକତା ଲାଭ କରିବାର ପ୍ରଚେଷ୍ଟା ମଧ୍ୟ୍ୟରୁ ହିଁ ଜନ୍ମଗ୍ରହଣ କରିଥାଏ । ସେହି ଅହଂ-ପରିଚାଳିତ ମନ ହିଁ ପୃଥିବୀରୁ ଲାଭ କରୁଥିବା ତା’ର ସାଧାରଣ ଅଭିଜ୍ଞତା ଗୁଡ଼ିକରେ ଏକ ସାଧାରଣାତୀତ ଭୂମିର ଅନୁଭବଗୁଡ଼ିକୁ ଆଣି ପ୍ରୟୋଗ କରିବାର ତତ୍ପର ହୋଇ ରହିଥାଏ । ଆମର ଏହି ଅହଂଗତ ପରାକ୍ରମିତାଟାକୁ ପିଠି ଉପରେ ସବାର କରାଇ ଆମେ ଜୀବନ ବଞ୍ଚୁ । ଆମ ଭିତରେ କାର୍ଯ୍ୟ କରୁଥିବା ଏହି ଯାବତୀୟ ବିଶ୍ଵ-ଶକ୍ତିମତ୍ତା ଗୁଡ଼ିକୁ ଆମେ ଗୋଟାସୁଦ୍ଧା ଆପଣାର ଶକ୍ତି ବୋଲି ଦାବୀ କରିବାରେ ଲାଗିଥାଉ । ଏହି ଅଭ୍ୟସ୍ତ ମନଟାର ନିର୍ଦ୍ଦେଶ ମାନି ଆମେ ପରମ ବିଶ୍ୱାତୀତଙ୍କର ବିବେକଟିରୁ ପ୍ରସୂତ, ନମନୀୟତାଯୁକ୍ତ ଏବଂ ସଦା-ଅଗ୍ରଗତିଶୀଳ କ୍ରିୟାକୁ ଆପଣାର ଏହି ଏତିକି ଇଚ୍ଛା, ବିବେଚନା, ଶକ୍ତି ଏବଂ ଗୁଣଚୟର ଫଳ ବୋଲି ବିଚାର କରୁ । ହଁ, ଏତିକି ମନ, ପ୍ରାଣ ଓ ଶରୀରର ହିଁ ନିର୍ଦ୍ଦେଶ ଗୁଡ଼ିକୁ ମାନି । ଏକ ସନ୍ଦୀପନ ଦ୍ୱାରା ହିଁ ଆମେ ଜାଣିବା ଲାଗି ସମର୍ଥ ହେଉ ଯେ ଆମର ଏହି ଅହଂ କେବଳ ଗୋଟିଏ ସାଧନ;-ଆମେ ପ୍ରତ୍ୟକ୍ଷ ଓ ଅନୁଭବ କରିବାକୁ ଆରମ୍ଭ କରିଥାଉ ଯେ । କେବଳ ଗୋଟିଏ ଅର୍ଥରେ ହିଁ ଏହି ସବୁକିଛିକୁ ଆମର ବୋଲି କୁହାଯିବ ଏବଂ ସେଇଟି ହେଉଛି ଯେ ସେଗୁଡ଼ିକ ହେଉଛନ୍ତି ଆମର ଉଚ୍ଚତମ ତଥା ପୂର୍ଣ୍ଣ ଅଧ୍ୟ୍ୟାତ୍ଜ ଆତ୍ଜସତ୍ତାଟିର ଗୋଟିଏ ଗୋଟିଏ ସମ୍ପଦ । ସେହି ଅଧ୍ୟ୍ୟାତ୍ଜ ଅନ୍ତର୍ସତ୍ତାଟି ପରମ ବିଶ୍ୱାତୀତଟି ସହିତ ଏକାତ୍ଜ ଏବଂ ଅଭିନ୍ନ ହୋଇ ରହିଛି, ଆମର ଏହି କେବଳ ଏକ ସାଧନରୂପେ କାର୍ଯ୍ୟ କରୁଥିବା ଅହଂଟି ସହିତ ତାହା ଆଦୌ ଏକାତ୍ଜ ହୋଇ ରହିନାହିଁ । ଯାବତୀୟ କ୍ରିୟାତ୍ଜକତାର ସଂପୂର୍ଣ୍ଣ କ୍ଷେତ୍ରଟିରେ ଆମେ ଯାହାକିଛି ସୀମିତତା ଓ ଭ୍ରାନ୍ତିଯୁକ୍ତତା ଆଣି ପୂରାଇ ଦେଉଛୁ, ସେଇଟି ହେଉଛି ଗୋଟାସୁଦ୍ଧା ଆମ ନିଜ ତରଫଟିର ହିଁ ଅବଦାନ । ଏବଂ, ଏଥିରେ ଥିବା ସବୁକିଛି ଯଥାର୍ଥ ଶକ୍ତି ହେଉଛି ସେହି ପରମ ଦିବ୍ୟ ତରଫଟିର ।

 

ତା' ଭିତରର ସବୁଯାକ ଇଚ୍ଛାଶକ୍ତି କେବଳ ଗୋଟିଏ ସାଧନ ଅର୍ଥାତ୍ ନିମିତ୍ତ, ତା’ର ସର୍ବବିଧ ପ୍ରଜ୍ଞା ହେଉଛି କେବଳ ଗୁଡ଼ାଏ ଅଜ୍ଞାନ ଏବଂ ସତେଅବା ଗୋଟାଏ ପିଲାର ହିଁ ପିଲାବୁଦ୍ଧି, ତା’ର ସବୁଯାକ ଶକ୍ତିମତ୍ତା ଗୋଟିଏ କ୍ଷୁଦ୍ର ଶିଶୁର ହିଁ ତୁଚ୍ଛା ଅଣ୍ଡାଳିହେବା, ତା’ଠାରେ ରହିଥିବା ଯାବତୀୟ ଉତ୍ତମ ଗୁଣ ହେଉଛି ଆପଣାକୁ ଖାଲି ଦେଖାଇ ହେବାରେ ଲାଗିଥିବା ନାନା ଅସ୍ୱଚ୍ଛତା ଏବଂ ଅଶୁଦ୍ଧତା, ମନୁଷ୍ୟର ଅହଂ ଯେତେବେଳେ ଏହି କଥାଟିକୁ ହୃଦୟଙ୍ଗମ କରେ ଏବଂ ସେହି କାରଣରୁ ନିଜକୁ ତା’ ସୀମାର ଅତୀତ ହୋଇ ରହିଥିବା ସେହି ଅନ୍ୟଟିର ହାତରେ ନେଇ ଦେଇଦିଏ, ସେତେବେଳେ ତାହାରି ଦ୍ୱାରା ହିଁ ସେ ମୁକ୍ତି ଲାଭ କରେ । ଆମର ଯେଉଁ ତଥାକଥିତ ବ୍ୟକ୍ତିସତ୍ତା-ସ୍ତରର ମୁକ୍ତି ଓ ଆତ୍ଜପ୍ରତିଷ୍ଠାର ସ୍ଥିତିଟି, ଯେଉଁଟିକୁ ନେଇ ଆମେ ଏତେ ପ୍ରଗାଢ଼ ଭାବରେ ଆସକ୍ତ ହୋଇ ରହିଥାଉ, ତାହା ବାହାରୁ ଦେଖୁଥିବା ସମୟରେ ଯେତେ ଅପ୍ରକଟ ହୋଇ ରହିଥିଲେ ମଧ୍ୟ୍ୟ ବସ୍ତୁତଃ ଅତ୍ୟନ୍ତ ଦୟନୀୟ ଭାବରେ ହଜାର ହଜାର ପ୍ରବର୍ତ୍ତନା, ଭଳି ଭଳି ଆବେଗ ଓ ବଳବତ୍ତାର ଅଧୀନ ହୋଇ ହିଁ ରହିଥାଏ । ସେଗୁଡ଼ିକୁ ଆମ ବାହାରର କେତେ ଭଳି ଥାନରୁ ଆସି ଆମ କ୍ଷୁଦ୍ର ବ୍ୟକ୍ତିସତ୍ତାଟିକୁ ଅକ୍ତିଆର କରି ନେବାରେ ଲାଗିଥାନ୍ତି । ଆମର ଅହଂ ସିଏ ମୋଟେ କାହାରି ଅଧୀନ ହୋଇ ରହିନାହିଁ ବୋଲି ବହୁତ ଆସ୍ଫାଳନ କରୁଥାଏ ସିନା, କିନ୍ତୁ ସକଳ ମୁହୂର୍ତ୍ତରେ ଅଗଣନ ଅନ୍ୟ ସତ୍ତାମାନଙ୍କର ଦାସ ହୋଇ ରହିଥାଏ ଓ ସେଗୁଡ଼ିକର ହାତରେ ଗୋଟାଏ ଖେଳନା ଏବଂ କଣ୍ଢେଇ ହୋଇ ନାଚୁଥାଏ । ବିଶ୍ୱପ୍ରକୃତି ମଧ୍ୟ୍ୟରେ ରହିଥିବା କେତେ ପ୍ରକାରର ଶକ୍ତି, ପ୍ରବଳତା ଓ ପ୍ରଭାବର କବଳରେ ପଡ଼ି । ଏବଂ, ସେହି ପରମ ଦିବ୍ୟ ସତ୍ୟଟି ମଧ୍ୟ୍ୟରେ ଆପଣାକୁ ସମର୍ପି ଦେଇ ଅହଂ ଆପଣାର ପୂର୍ଣ୍ଣତା ଲାଭ କରିଥାଏ । ଆପଣାଠାରୁ ଉର୍ଦ୍ଧ୍ୱ ତଥା ଉଚ୍ଚ ସେହି ବିପୁଳତରଟି ପାଖରେ ନିଜକୁ ଅର୍ପଣ କରିଦେବା ଦ୍ୱାରା ହିଁ ସେ ଆପଣାର ବନ୍ଧନଟିକୁ ଛିଣ୍ଡାଇ ଦେଇଥାଏ, ସୀମାଗୁଡ଼ିକୁ ଅତିକ୍ରମ କରିଯାଏ ଏବଂ ପୂର୍ଣ୍ଣଯୁକ୍ତ ହୋଇଥାଏ ।

 

ମାତ୍ର, ତଥାପି, ବିକାଶଲାଭର ବାସ୍ତବ କ୍ଷେତ୍ରରେ ସେହି ତିନୋଟିଯାକ ସ୍ଥିତିର ଆପଣାର ଏକ ଆବଶ୍ୟକତା ଏବଂ ଉପଯୋଗିତା ରହିଥାଏ ଏବଂ ତେଣୁ ଅନୁଶୀଳନର କ୍ଷେତ୍ରରେ ସେଗୁଡ଼ିକର ମଧ୍ୟ୍ୟରେ ରହିଥିବା ପ୍ରତ୍ୟେକଟି ନିମନ୍ତେ ଅବଶ୍ୟ ସମୟ ତଥା ସ୍ଥାନ ନିଶ୍ଚୟ ରହିବ । ତେଣୁ ଆମେ କେବେହେଲେ ଏକ ଅନ୍ୟ ଉତ୍ସାହର ବଶବର୍ତ୍ତୀ ହୋଇ କେବଳ ଶେଷଟିକୁ ନେଇ କଦାପି ଆରମ୍ଭ କରିଦେବା ପାଇଁ ତରତର ହେବାନାହିଁ, ସେଇଟି ଉଚ୍ଚତମ ବୋଲି ଜାଣି ଆଗ ସେଇଟି ପାଖକୁ ଦଉଡ଼ି ଯିବାକୁ ମନ ବଳାଇବା ନାହିଁ । ସେହିପରି ଭାବରେ, ଗୋଟିଏ ସୋପାନରୁ ଆଉଗୋଟିଏ ସୋପାନକୁ ତରବର ହୋଇ ଉଚିତ କ୍ଷଣଟି ଆସିବା ପୂର୍ବରୁ ହିଁ ଫକ୍‌ କରି ଡେଇଁ ପଡ଼ିବା ସକାଶେ ବି ଇଚ୍ଛା କରିବାନାହିଁ । କାରଣ ଏକାବେଳକେ ସେହି ପରମ ମୁହୂର୍ତ୍ତରୁ ମଧ୍ୟ୍ୟ ନିଜର ମାନସସ୍ତର ଓ ହୃଦୟ ମଧ୍ୟ୍ୟରେ ସେହି ପରମ ସର୍ବୋଚ୍ଚ ସତ୍ତାଙ୍କର ଘ୍ରାଣଟିଏ ପାଇ ପାରିଲେ ମଧ୍ୟ୍ୟ ଆମ ପ୍ରକୃତି ମଧ୍ୟ୍ୟରେ ଏକାଧିକ ଏପରି ଉପାଦାନ ତଥାପି ଥିବ ଯାହାକି ଦୀର୍ଘ କାଳ ନିମନ୍ତେ ଆମର ସେହି ଘ୍ରାଣଜନିତ ପରିଚୟଟିକୁ ତଥାପି ଏକ ଉପଲବ୍ଧିରେ ପରିଣତ ହେବାର ପଥରେ ବାଧାହୋଇ ଠିଆ ହୋଇଥିବ । କିନ୍ତୁ, ଏକ ଉପଲବ୍ଧି ସମ୍ଭବ ନହୋଇଥିବା ଯାଏ ଆମ ମାନସ ସ୍ତରର ବିଶ୍ୱାସଟି ଆମ ଜୀବନରେ ବସ୍ତୁତଃ କୌଣସି ଗତିସମର୍ଥତା ଲାଭ କରି ପାରିବନାହିଁ; କେବଳ ଗୋଟିଏ ଜ୍ଞାନ ସମ୍ପଦ ହୋଇ ରହିଥିବ,–ଏକ ଜୀବନ୍ତ ଚଳମାନ୍ ସତ୍ୟରେ ପରିଣତ ହୋଇ ପାରିବନାହିଁ । ଏକ ଧାରଣା ହୋଇ ରହିଥିବ, ତଥାପି ଏକ ଶକ୍ତିରେ ପରିଣତ ହୋଇ ପାରିନଥିବ । ଏପରିକି ଉପଲବ୍ଧିର ପ୍ରକ୍ରିୟାଟିଏ ହୁଏତ ଆରମ୍ଭ ହୋଇ ଯାଇଥିଲେ ମଧ୍ୟ୍ୟ ଆମେ ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ସେହି ସର୍ବୋଚ୍ଚ ପରମଙ୍କର ହାତରେ ନିମିତ୍ତ ହୋଇ ରହିଛୁ ଏବଂ ନିମିତ୍ତବତ୍ କାର୍ଯ୍ୟ କରୁଛୁ ବୋଲି କଳ୍ପନା କରିବା ଅଥବା ଧରି ନେବାରେ ମଧ୍ୟ୍ୟ ଅନେକ ବିପଦ ରହିଥିବ । ସେହିପରି ଏକ ଅନୁମାନ ଆମ ଜୀବନକୁ ହୁଏତ ଏକ ମିଥ୍ୟାକୁ ଡାକି ଆଣିବ ଓ ବହୁ ବିପର୍ଯ୍ୟୟର କାରଣ ହେବ । ଭିତରେ ଏକ ଅସହାୟତାର ବୋଧ ହେଉଥିବ, ନିଜକୁ ଜଡ଼ ପରି ଲାଗୁଥିବ ଏବଂ ପରମ ଦିବ୍ୟଙ୍କର ଦ୍ୱାହି ଦେଇ ତୁଚ୍ଛା ଆମ ଅହଂଟାର କାର୍ଯ୍ୟଗୁଡ଼ାକ ହିଁ ଏଡ଼େ ଏଡ଼େ ପରି ଦୃଷ୍ଟିଗୋଚର ହେଉଥିବେ । ଫଳରେ, ଆମ ଯୋଗର ସମୁଦାୟ ସାଧନାଟି ବହୁ ଭ୍ରାନ୍ତିର ଜାଲ ଭିତରେ ପଡ଼ିଯାଇ ବହୁ ଅନିଷ୍ଟର ଶିକାର ହେବ ଏବଂ ଧ୍ଵସ୍ତବିଧ୍ୱସ୍ତ ହୋଇଯିବ ।

 

ତେଣୁ, ଆମର ଏହି ସାଧନାରେ ଅଳ୍ପବହୁତ ଦୀର୍ଘ କାଳ ପାଇଁ ଏପରି ଗୋଟିଏ ଅବଧି ରହିଥିବା ଉଚିତ, ଯେତେବେଳେ ଆମେ ପ୍ରୟାସ ଓ ସଂଗ୍ରାମ କରୁଥିବା, ଯେତେବେଳେ କି ବ୍ୟକ୍ତିର ଇଚ୍ଛା ଅବଶ୍ୟ ଆପଣା ନିମ୍ନତର ପ୍ରକୃତିର ଅନ୍ଧକାର ଓ ଭ୍ରାନ୍ତିଗୁଡ଼ିକୁ ବର୍ଜନ କରି ବାହାରି ଆସିବ ଏବଂ ସାହସ ତଥା ଶକ୍ତିମତ୍ତା ସହିତ ନିଜକୁ ସେହି ଦିବ୍ୟ ପରମ ଆଲୋକର ପକ୍ଷରେ ନେଇ ଅବସ୍ଥିତ କରାଇ ପାରିବ । ଆମ ମାନସ ସ୍ତରର ସବୁଯାକ ଶକ୍ତି, ହୃଦୟର ଯାବତୀୟ ଆବେଗ ଓ ସଂବେଗ, ପ୍ରାଣସ୍ତରୀୟ ବାସନା ଏବଂ ଏପରିକି ତୁଚ୍ଛା ଶରୀରସ୍ତରର ସତ୍ତାଟି ଏପରି ଭାବରେ ବାଧ୍ୟ୍ୟ ହୋଇ ଆସିବେ, ଯେପରିକି ସମୁଚିତ ଭାବରେ ପ୍ରଶିକ୍ଷିତ ହୋଇ ସେମାନେ ଯର୍ଥାତ ପ୍ରବୃତ୍ତିଟିକୁ ଲାଭ ହିଁ କରିବେ ଏବଂ ଯଥାର୍ଥ ପ୍ରଭାବଗୁଡ଼ିକ ଲାଗି ଅନୁସ୍ପନ୍ଦନ ମଧ୍ୟ୍ୟ ଜଣାଇ ପାରୁଥିବେ । ସେତିକିବେଳେ ଅର୍ଥାତ୍ ଏହି କଥାଟି ପ୍ରକୃତରେ ସାଧ୍ୟ୍ୟ ହୋଇପାରିଲେ ଯାଇ ଆମର ନିମ୍ନତର ସତ୍ତାଭାଗଟି ଆମ ଉଚ୍ଚତରଟି ପାଖରେ ନିଜକୁ ସମର୍ପିତ କରିଦେଇ ପାରିଛି ବୋଲି ଭ୍ରମରହିତ ଭାବରେ କୁହାଯାଇ ପାରିବ । ଆମର ଏହି ଯାବତୀୟ ଉତ୍ସର୍ଗର କ୍ରିୟା ତଥା ଚାରଣା ଆମ ଭିତରର ସେହି ଉଚ୍ଚତରଟି ପାଖରେ ସତକୁ ସତ ଗୃହୀତ ହୋଇଛି ବୋଲି ସେଇଥିରୁ ହିଁ ପ୍ରତିପାଦିତ ହୋଇ ଯାଉଥିବ । ସତକୁ ସତ କ'ଣସବୁର ଅଧିକାର ଲାଭ କରିଛୁ ବୋଲି କୌଣସି ପ୍ରକାରର କ୍ଲିଷ୍ଟ ବୋଧ ଆଦୌ ନଥିବ । ସବୁକିଛି ଏକ ସ୍ଵାଭାବିକ ସୋପାନ-ଆରୋହଣ ବୋଲି ଅଙ୍ଗେ ନିଭାଇ ହେଉଥିବ ।

 

ସାଧକ ସର୍ବପ୍ରଥମେ ତା’ର ନିଜ ଇଚ୍ଛାଶକ୍ତିଟି ଦ୍ୱାରା ପରିପ୍ରେରିତ ହୋଇ ଆପଣା ଜୀବନର ସେହି କ୍ଷୁଦ୍ର ଅହଂଟିର ଯାବତୀୟ କ୍ରିୟାଗତିକୁ ଗୋଟିଏ ଖାସ୍ ମୋଡ଼ ଦେଇ ସେଗୁଡ଼ିକୁ ସେହି ଇସ୍ପିତ ଆଲୋକ ତଥା ଯଥାର୍ଥତାଟି ଆଡ଼କୁ ମୁହାଁଇ ଦେବ । ପ୍ରଥମେ ସେତିକି ସମ୍ଭବ ହୋଇଗଲେ ସେ ସେଗୁଡ଼ିକୁ ଏକ ନୂତନ ପ୍ରକାରେ ପ୍ରଶିକ୍ଷିତ କରାଇନେବ, ଯେପରି ସେମାନେ ସ୍ୱୀକାର କରିବାକୁ ଆରମ୍ଭ କରିବେ ଯେ ଏଣିକି ସର୍ବଦା କେବଳ ସେଇଟିକୁ ହିଁ ଗ୍ରହଣ କରିବାକୁ ହେବ ଓ ସେହିଗୁଡ଼ିକର ଅନୁସରଣ କରିବାକୁ ପଡ଼ିବ । ଏହିପରି ଭାବରେ ଏକ ଅଗ୍ରଗତିର ପଥରେ ସେ ଉତ୍ତରୋତ୍ତର ନିଷ୍ଠାରେ ସେଗୁଡ଼ିକୁ ସେହି ଉଚ୍ଚତର ଶକ୍ତିମତ୍ତାର ପ୍ରତିନିଧି ରୂପେ କାର୍ଯ୍ୟରେ ମଧ୍ୟ୍ୟ ଲଗାଇ ପାରୁଥିବ । ଏବଂ, ଅବଶ୍ୟ ସ୍ମରଣ ରହିବା ଉଚିତ ଯେ, ଏହି ପର୍ଯ୍ୟାୟରେ ମଧ୍ୟ୍ୟ ସେ ଆପଣାର ବ୍ୟକ୍ତି-ଇଚ୍ଛା, ଜଣେ ବ୍ୟକ୍ତିରୂପେ ଆପଣାର ପ୍ରୟାସ ଏବଂ ସକଳ ଶକ୍ତିକୁ ହିଁ ବ୍ୟବହାର କରୁଥିବ । ସାଧକ ସେହି ଉଚ୍ଚତର ପ୍ରଭାବଟିର ନିର୍ଦ୍ଦେଶନାଟିକୁ ପୂରା ସଚେତ ଭାବରେ ମାନିବାରେ ଲାଗିଥିବ । ତଥାପି ଆହୁରି ଆଗକୁ ଯାଇ ତା’ର ସେହି ବ୍ୟକ୍ତିସ୍ତରୀୟ ଇଚ୍ଛା, ପ୍ରୟାସ ଏବଂ ଶକ୍ତି ଆଉ ଆଗ ଭଳି କେବଳ ବ୍ୟକ୍ତିଗତ ଏବଂ ଅଲଗା ହୋଇ ଆଦୌ ରହି ନଥିବ, ସେଗୁଡ଼ିକ ସେହି ଉଚ୍ଚତର ପରମ ଶକ୍ତିସ୍ଥଳ ତଥା ପ୍ରଭାବଶାଳିତାର ସର୍ବବିଧ କାର୍ଯ୍ୟ ହୋଇ ରହିଥିବ । ସେତେବେଳେ ସେଇଟି ହିଁ ବ୍ୟକ୍ତିଟି ମଧ୍ୟ୍ୟରେ ସଂପୂର୍ଣ୍ଣ ଭାବରେ କାର୍ଯ୍ୟ କରୁଥିବେ । ତଥାପି ଗୋଟିଏ ଦୂରତା ଓ ବ୍ୟବଧାନ ଥିବ, ଯାହାକି ସେହି ପରମ ଉତ୍ସମୂଳ ଏବଂ ନିର୍ମିତ ହେବାରେ ଲାଗିଥିବା ମନୁଷ୍ୟଟିକୁ ଦୁଇଟି ପକ୍ଷ ପରି ଛଡ଼ା ଛଡ଼ା କରି ରଖିଥିବ, ଉଭୟ ଭିତରେ ଏକ ସରବରାହ ଲାଗି ରହିଥିବ,–ସ୍ପଷ୍ଟ ଭାବରେ କିଛି ବାରି ହେଉନଥିବ, ମାତ୍ର ତଥାପି ଚାଲିଥିବ । ବେଳେବେଳେ ବହୁ ଭ୍ରାନ୍ତିର ଅବକାଶ ମଧ୍ୟ୍ୟ ସୃଷ୍ଟି କରୁଥିବ । ଅଗ୍ରସର ହେଉଥିବାର ଏହି ପର୍ଯ୍ୟାୟଟିର ଶେଷ ହୋଇ ଆସିବା ସହିତ, ଯେତେବେଳେ କି ଅହଂକେନ୍ଦ୍ରିତତା, ଅଶୁଦ୍ଧତା ଓ ଅଜ୍ଞାନର ଅବସାନ ଘଟିବ, ସେତେବେଳେ ଯାଇ ସର୍ବଶେଷ ଦୂରତାଟି ଚାଲିଯିବ ଏବଂ ବ୍ୟକ୍ତିର ଜୀବନରେ ରହିଥିବା ସବୁକିଛି ହିଁ ଏକ ଦିବ୍ୟ କ୍ରିୟାତ୍ଜକତାରେ ପରିଣତ ହୋଇଯିବ ।

 

+ + + +

 

ପୂର୍ଣ୍ଣାଙ୍ଗ ଯୋଗରେ ସର୍ବୋଚ୍ଚ ପଥ-ପରିଦର୍ଶକ ଶାସ୍ତ୍ରଟି ସଂଗୁପ୍ତ ହୋଇ ରହିଥିବା ବେଦ ରୂପେ ପ୍ରତ୍ୟେକ ମନୁଷ୍ୟର ହୃଦୟରେ ହିଁ ଲିପିବଦ୍ଧ ହୋଇ ରହିଥାଏ; ଠିକ୍‌ ସେହିପରି ସେହି ମାର୍ଗଟିର ସର୍ବୋଚ୍ଚ ପଥପ୍ରଦର୍ଶକ ଏବଂ ଶିକ୍ଷାଦାତା ସାଧନାରତ ମନୁଷ୍ୟଟିର ଅନ୍ତର ଭିତରେ ଥାଆନ୍ତି,–ସିଏ ହେଉଛନ୍ତି ସେହି ଜଗଦ୍‍ଗୁରୁ, ଯିଏକି ଆମ ଭିତରେ ଗୁପ୍ତ ହୋଇ ରହିଛନ୍ତି । ସେହି ଜଗଦ୍‍ଗୁରୁ ଆପଣା ଜ୍ଞାନର ପ୍ରଭାସ୍ୱର ଆଲୋକଟି ଦ୍ୱାରା ଆମ ଭିତରର ଅନ୍ଧାରଟିର ନାଶ କରନ୍ତି-। ସେହି ଆଲୋକ ହିଁ ଆମ ଭିତରେ ତାଙ୍କରି ଆତ୍ଜ-ଉଦ୍‌ଘାଟନର ଉତ୍ତରୋତ୍ତର ବୃଦ୍ଧି ପାଉଥିବା ଏକ ଗୌରବରେ ପରିଣତ ହେବାରେ ଲାଗିଥାଏ । ସିଏ ଆମରି ଭିତରେ ଅଧିକରୁ ଅଧିକ ମାତ୍ରାରେ ମୁକ୍ତି, ଆନନ୍ଦ, ପ୍ରେମ, ଶକ୍ତିମତ୍ତା ତଥା ଅବିନାଶୀ ସତ୍ତାର ଆପଣା ସ୍ୱଭାବଟିକୁ ପ୍ରକାଶିତ କରି ଆଣୁଥାନ୍ତି । ଆପଣାର ଦିବ୍ୟ ଦୃଷ୍ଟାନ୍ତଟିକୁ ସେ ଆମ ଉପରେ ଆମର ଆଦର୍ଶରୂପେ ଆଣି ଅବସ୍ଥାପିତ କରାନ୍ତି ଓ ଆମର ଏହି ନିମ୍ନତର ସତ୍ତାଟିକୁ ମନଃକଳ୍ପନାର ଏକ ପ୍ରତିଫଳନ ରୂପେ ଉତ୍ତୋଳିତ କରି ରଖିଥାନ୍ତି । ତାଙ୍କରି ପ୍ରଭାବ ତଥା ଉପସ୍ଥିତିଟିକୁ ଆମ ଭିତରକୁ ଅଜାଡ଼ି ଦେଇ ସେ ବ୍ୟକ୍ତିସତ୍ତାକୁ ବିଶ୍ୱଗତ ଓ ବିଶ୍ୱାତୀତଟି ସହିତ ଏକାତ୍ଜକତା ଅର୍ଜନ କରି ପାରିବାଲାଗି ସମର୍ଥ କରାଇ ନିଅନ୍ତି ।

 

କ୍ରିୟାଶୀଳତାର ଏହି କ୍ଷେତ୍ରଟିରେ ତାଙ୍କର ପଦ୍ଧତି ତଥା ତାଙ୍କର ବ୍ୟବସ୍ଥାଟି ପ୍ରକୃତରେ କ’ଣ ହୋଇଥିବ ? ତାଙ୍କର ପଦ୍ଧତି ଖାସ୍ କୌଣସି କିଛିହେଲେ ନଥାଏ ଏବଂ ଆମର ପ୍ରତ୍ୟେକ ପଦ୍ଧତି ହିଁ ତାଙ୍କର ପଦ୍ଧତି ହୋଇ ରହିଥାଏ । ଆମ ପ୍ରକୃତିର ସାମର୍ଥ୍ୟ ଦୃଷ୍ଟିରୁ ସର୍ବୋଚ୍ଚ ସୋପାନଟିରେ ଯେଉଁସବୁ ପ୍ରକ୍ରିୟା ଏବଂ କ୍ରିୟାତ୍ଜକତା ସମ୍ଭବ ହୋଇ ପାରିବ, ଏକ ସ୍ଵାଭାବିକ ପ୍ରଣାଳୀରେ ସେହିଗୁଡ଼ିକର ଏକ ସଂଗଠିତ ରୂପ ହେଉଛି ତାଙ୍କର ସମସ୍ତ ପଦ୍ଧତି ଏବଂ ରୀତି । ସେଗୁଡ଼ିକ ନିଜକୁ ଏପରି ଆପଣାର କ୍ଷୁଦ୍ରାତିକ୍ଷୁଦ୍ର ବିଶଦତାରେ ପ୍ରୟୋଗ କରି ଏବଂ ଅତ୍ୟନ୍ତ ମାମୁଲି ଓ କୌଣସି ତାତ୍ପର୍ଯ୍ୟ ନଥିବାପରି ବୋଧ ହେଉଥିବା କ୍ରିୟାଗୁଡ଼ିକର କ୍ଷେତ୍ରରେ ସେଗୁଡ଼ିକୁ ପରିପୂର୍ଣ୍ଣ ଯତ୍ନଶୀଳତା ଓ ସମଗ୍ରତା ସହିତ ସମ୍ପାଦନ କରିବାଦ୍ୱାରା ପରିଶେଷରେ ପ୍ରତ୍ୟେକଟି ହିଁ ସେହି ପରମ ଆଲୋକଟି ମଧ୍ୟ୍ୟକୁ ଉତ୍ତୋଳିତ ହୋଇଯାଆନ୍ତି ଓ ଏହି ସବୁକିଛିରେ ରୂପାନ୍ତର ସମ୍ଭବ କରି ଆଣନ୍ତି । କାରଣ, ତାଙ୍କ ଯୋଗର ଏହି ପଥଟିରେ ଅତି ସାମାନ୍ୟ ଏବଂ ତାତ୍ପର୍ଯ୍ୟହୀନ ବୋଲି କିଛି ନଥାଏ କିମ୍ବା ଅତ୍ୟନ୍ତ ବୃହତ୍ ବୋଲି ମଧ୍ୟ୍ୟ କିଛି ନଥାଏ, ଯାହାଲାଗି କି ଆଦୌ କୌଣସି ପ୍ରଚେଷ୍ଟା କରାଯାଇ ନପାରିବ । ସେହି ପରମ ପ୍ରଭୁଙ୍କର ଜଣେ ଦାସ ଏବଂ ଅନୁଗାମୀ କୌଣସି ଗର୍ବ ଓ ଅହଙ୍କାରକୁ କଦାପି ପ୍ରଶ୍ରୟ ଦେବନାହିଁ; କାରଣ, ତାକୁ ନିମିତ୍ତ କରି ଯାହାକିଛି, ତାହା ସେହି ଉର୍ଦ୍ଧ୍ୱରୁ ହେଉଛି । ଠିକ୍ ସେହିପରି, ନିରାଶ ହେବା ଲାଗି ମଧ୍ୟ୍ୟ ତା’ର କୌଣସି ଅଧିକାର ନାହିଁ, କାରଣ ଆପଣାର ଜୀବନରେ ତା’ର ଅନେକ ଅଭାବ ରହିଛି ଓ ନିଜର ପ୍ରକୃତିର କ୍ଷେତ୍ରରେ ସେ ବହୁବାର ଝୁଣ୍ଟିବାରେ ଲାଗିଛି । କାରଣ, ଯେଉଁ ପରମ ଶକ୍ତିମତ୍ତାଟି ତା’ ଭିତରେ କାର୍ଯ୍ୟ କରୁଛି, ତାହା ଆଦୌ କୌଣସି ବ୍ୟକ୍ତି ମଧ୍ୟ୍ୟରେ ସୀମାବଦ୍ଧ ହୋଇ ରହିନାହିଁ, ଅର୍ଥାତ୍ ଅତିବ୍ୟକ୍ତିକ ହୋଇ ରହିଛି । ଏବଂ ଅସୀମ ହୋଇ ରହିଛି ।

 

ଆମ ଭିତରର ସେହି ପରମ ଯୋଗେଶ୍ୱର, ଅନ୍ତର ଭିତରେ ଥାଇ ପଥର ନିର୍ଦ୍ଦେଶ କରାଇ ଦେଉଥିବା ସେହି ପରମ ଶିକ୍ଷାଦାତା, ସେହି ପରମ ପ୍ରଭୁ, ଆଲୋକ, ପରମ ଭୋକ୍ତା ତଥା ସର୍ବବିଧ କର୍ମ ଏବଂ ପ୍ରୟାସର ସେହି ଲକ୍ଷ୍ୟସ୍ଥଳଟି,–ପୂର୍ଣ୍ଣାଙ୍ଗ ପରିପୂର୍ଣ୍ଣତାଲାଭର ପଥରେ କେବଳ ତାଙ୍କରି ସବୁଠାରୁ ଅଧିକ ମହତ୍ତ୍ୱ ରହିଛି । ଏଥିରେ ଆଦୌ କିଛିହେଲେ ଯାଏ କିମ୍ବା ଆସେନାହିଁ ଯେ ଆମେ ତାଙ୍କୁ ଏକ ନୈର୍ବ୍ୟକ୍ତିକ ପରମ ପ୍ରଜ୍ଞାରୂପେ ପ୍ରତ୍ୟକ୍ଷ କରୁଛୁ, ସକଳ ବସ୍ତୁର ପଶ୍ଚାତରେ ରହିଥିବା ଗୋଟିଏ ନୈର୍ବ୍ୟକ୍ତିକ ପ୍ରେମ ଏବଂ ଶକ୍ତିମତ୍ତା ରୂପେ ପ୍ରତ୍ୟକ୍ଷ କରୁଛୁ, ଏକ ପରମ ଏକସତ୍ୟ ଯିଏକି ଏକ ଆପେକ୍ଷିକ ଭୂମି ଉପରେ ନିଜକୁ ପ୍ରକଟ କରୁଛନ୍ତି ଓ ତାହାକୁ ଆକର୍ଷିତ କରୁଛନ୍ତି, ଆମେ ତାଙ୍କୁ ଆମର ସର୍ବୋଚ୍ଚ ଆତ୍ଜସତ୍ତା ବୋଲି ଜାଣିବା, ଏହି ସକଳକିଛିର ଉଚ୍ଚତମ ଆତ୍ଜସତ୍ତା ବୋଲି ସ୍ୱୀକାର କରିବା, ଆମ ଭିତରେ ଏବଂ ଏହି ପୃଥିବୀରେ ସେଇ ଦିବ୍ୟ ପରମପୁରୁଷ ରୂପେ ବିଦ୍ୟମାନ୍ ରହିଛନ୍ତି ବୋଲି ବୁଝିଥିବା, ସେହି ପରମକର୍ତ୍ତା ଅଥବା ପରମକର୍ତ୍ତ୍ରୀଙ୍କର ବହୁ ରୂପ ଏବଂ ନାମରୁ ଗୋଟିଏ ବୋଲି କହିବା କିମ୍ବା ଆମ ମନର ଗୋଟିଏ ଆଦର୍ଶକଳ୍ପନା ବୋଲି ଗ୍ରହଣ କରୁଥିବା । ସର୍ବଶେଷରେ ଏହାହିଁ ବୋଧ ହେବ ଯେ, ସିଏ ହେଉଛନ୍ତି ପ୍ରକୃତରେ ସବୁକିଛି ଏବଂ, ସେହି ସବୁକିଛିକୁ ଏକତ୍ର କରି ଦେଖିଲେ ଯାହା ହେବ, ସେ ହେଉଛନ୍ତି ତା'ଠାରୁ ବି ଅଧିକ । ତାଙ୍କୁ କଳ୍ପନା କରି ପାରିବାଲାଗି ଏହି ମନର ପ୍ରବେଶଦ୍ଵାରଟି କେତେ ପରିମାଣରେ ଉନ୍ମୋଚିତ ହୋଇଯାଇ ପାରିବ, ତାହା କାର୍ଯ୍ୟତଃ ଆମର ଅତୀତ ବିବର୍ତ୍ତନ ଓ ବର୍ତ୍ତମାନ ପ୍ରକୃତି ଉପରେ ନିର୍ଭରଶୀଳ ହୋଇ ରହିଥିବ ।

 

ଆପଣାର ଚେଷ୍ଟାକୁ ନାନା ଅଧ୍ୟ୍ୟବସାୟର ବୁଦ୍ଧିରେ ସତେଅବା ଗୋଟାସୁଦ୍ଧା ବ୍ୟକ୍ତିଗତ କରି ରଖିବାର ଉତ୍ସାହରେ ଆମେ ଏତେ ଅଧିକ ପରିମାଣରେ ମଜ୍ଜି ରହିଥାଉ ଯେ ପ୍ରଧାନତଃ ସେହି କାରଣରୁ ହିଁ ଆମ ଭିତରେ ଅବସ୍ଥାନ କରୁଥିବା ସେହି ପରମ ପଥନିର୍ଦ୍ଦେଶକ ଅନେକ ସମୟରେ ଆବରଣ ତଳେ ଯାଇ ରହିଥାନ୍ତି । ସାଧାରଣତଃ ସାଧନାର ପ୍ରଥମ ଅବସ୍ଥାରେ ସେହି ଘଟଣାଟି ଘଟେ । ଏଣେ ଆମର ଅହଂଟା ମଧ୍ୟ୍ୟ ଆପଣା ବିଷୟରେ ଅତିରିକ୍ତ ଭାବରେ ଜଡ଼ିତ ହୋଇ ରହିଥାଏ, ତା’ର ନିଜ ଲକ୍ଷ୍ୟ ଗୁଡ଼ିକର ପୂରଣ ନିମନ୍ତେ ବ୍ୟସ୍ତ ହୋଇ ରହିଥାଏ । କିନ୍ତୁ, ସମସ୍ତ ବ୍ୟାପାର ସ୍ପଷ୍ଟ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଏବଂ ଅହଂଦ୍ୱାରା ପ୍ରକୁପିତ ଆମର ପ୍ରଚେଷ୍ଟାମାନ କ୍ରମେ ଏକ ସ୍ଥିରତର ଆତ୍ଜଜ୍ଞାନ ଲାଗି ବାଟ ଛାଡ଼ି ଦେଉଥିବା ସଙ୍ଗେ ସଙ୍ଗେ ଆମେ ନିଜ ଭିତରେ ଥିବା ବର୍ଦ୍ଧିଷ୍ଣୁ ଆଲୋକଟିର ଉତ୍ସଟିକୁ ପାଇ ଯାଇଥାଉ । ସତେଅବା ପଛକୁ ଅନାଇ ଜାଣିଥାଉ ଯେ, ଆମର ଯାବତୀୟ କ୍ରିୟାତ୍ଜକତା ଯେତେ ଅସ୍ପଷ୍ଟ ଓ ଦ୍ୱନ୍ଦ୍ୱବହୁଳ ହୋଇ ରହି ଆସିଥିଲେ ହେଁ, ସେଗୁଡ଼ିକ ବସ୍ତୁତଃ ଏହିପରି ଗୋଟିଏ ଲକ୍ଷ୍ୟ ଆଡ଼କୁ ଉର୍ଦ୍ଦିଷ୍ଟ ହୋଇ ରହିଥିଲା, କେବଳ ଏବେ ଯାଇ ଆମେ ଯାହାର ଆବିଷ୍କାର କରିପାରିଲୁ । ଏପରିକି, ଯୋଗ–ସାଧନାର ପୂର୍ବରୁ ହିଁ ଆମ ଜୀବନର ବିବର୍ତ୍ତନ-ପ୍ରକ୍ରିୟାଟି ସତେଅବା ଏହିପରି ଗୋଟିଏ ଖାସ୍‌ ମୋଡ଼ରେ ଆସି ପହଞ୍ଚିବ ବୋଲି ସ୍ଥିରୀକୃତ ହୋଇ ମଧ୍ୟ୍ୟ ରହିଥିଲା । ବର୍ତ୍ତମାନ ଯାଇ ଆମେ ନିଜର ଯାବତୀୟ ସଂଗ୍ରାମ ଏବଂ ପ୍ରୟାସ, ସଫଳତା ତଥା ବିଫଳତା ଗୁଡ଼ିକର ଅନ୍ତର୍ନିହିତ ଭାବଟିକୁ ବୁଝିବାକୁ ଆରମ୍ଭ କରୁ । ଆଖର ଏହି ବିନ୍ଦୁଟିରେ ଆସି ପହଞ୍ଚି ହିଁ ଆମେ ଆପଣାର ସର୍ବବିଧ ପରୀକ୍ଷଣ ଏବଂ କ୍ଳେଶସହନ ଗୁଡ଼ିକର ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କରିଥାଉ । ଏଯାଏ ଯାହାକିଛି ଆମକୁ ଆଘାତମାନ ଦେଇ ଆସିଛି ଏବଂ ଆମର ପ୍ରତିରୋଧ ହିଁ କରିଛି, ସେଗୁଡ଼ିକ ଯେ ଆମକୁ ସାହାଯ୍ୟ ହିଁ କରିଛି, ଆମେ ସେହି କଥାଟିକୁ ହୃଦୟଙ୍ଗମ କରିଥାଉ । ଆମେ ଯେତେ ଯେତେ ଥର ବାଟରେ ପଡ଼ିଯାଇଛୁ ଏବଂ ଝୁଣ୍ଟିଛୁ, ସେଗୁଡ଼ିକ ଅବଶ୍ୟ କାମରେ ଲାଗିଛନ୍ତି ।

 

ଆମେ ଆଗରୁ ନୁହେଁ, ପ୍ରକୃତରେ ପରେ ଯାଇ ବୁଝିପାରୁ ଯେ ଏକ ଦିବ୍ୟ ହାତ ହିଁ ଆମକୁ ପରିଚାଳିତ କରି ଆମର ବାଟ କଢ଼ାଇ ଆଣିଛି, ସେଇଟି ହିଁ ଆମର ଯାବତୀୟ ଭାବନାକୁ ଆକାର ଦେଇଛି ଓ ଗଠନ କରି ଆଣିଛି । ଏହି ସବୁକିଛି ପ୍ରକୃତରେ ସେହି ବିଶ୍ୱାତୀତ ପରମଦ୍ରଷ୍ଟାଙ୍କ ଦ୍ୱାରା ହୋଇଛି । ସେହି ସର୍ବବ୍ୟାପୀ ପରମ ଶକ୍ତି ହିଁ ଆମର ଇଚ୍ଛା ଏବଂ କର୍ମଗୁଡ଼ିକୁ ଗଠନ କରିଛନ୍ତି, ଆମର ଏହି ଭାବସଂବେଗମୟ ଜୀବନଟିକୁ କେବଳ ସେଇ ତାଙ୍କର ସର୍ବ-ଆକର୍ଷଣକାରୀ ଓ ସର୍ବଗ୍ରାହୀ ଆନନ୍ଦ ଏବଂ ପ୍ରେମ ଦ୍ୱାରା ହିଁ ରୂପାୟିତ କରିଛନ୍ତି । ଅପେକ୍ଷାକୃତ ଏକ ଅଧିକ ବ୍ୟକ୍ତିଗତ ସମ୍ବନ୍ଧର କ୍ଷେତ୍ରରେ ମଧ୍ୟ୍ୟ ସେହି କଥାଟିକୁ ବାରି ନେଇଥାଉ, ଯାହାକି ଆମକୁ ସେହି ପ୍ରଥମ ସମୟରୁ ହିଁ ସ୍ପର୍ଶ କରିଥିଲା ଓ ଶେଷରେ ଅଧିକାର ବି କରିନେଲା । ଆମେ ବର୍ତ୍ତମାନ ଜଣେ ସବାଉଚ୍ଚ ହୋଇ ରହିଥିବା କର୍ତ୍ତା, ପ୍ରେମିକ ଏବଂ ଶିକ୍ଷାଦାତାଙ୍କର ଶାଶ୍ୱତ ଉପସ୍ଥିତିକୁ ଅନୁଭବ କରୁ । ଆମେ ତାହାକୁ ଆମ ସତ୍ତାର ସେହି ମର୍ମଗତ ପରିଚୟରେ ହିଁ ଚିହ୍ନିନେଉ ଯାହାକି ଏକ ବୃହତ୍ତର ତଥା ଅଧିକ ପ୍ରଶସ୍ତ ଜୀବନସତ୍ତାର ଅନୁରୂପ ଏବଂ ଅଭିନ୍ନ ହୋଇ ବିକଶିତ ହେବାରେ ଲାଗିଛି । କାରଣ, ଆମେ ଖୁବ ଉତ୍ତମ ଭାବରେ ଜାଣୁଥାଉ ଯେ, ଆମ ନିଜର ପ୍ରଚେଷ୍ଟା ଦ୍ୱାରା ଏହି ଅଦ୍‌ଭୂତ ବିକାଶଟି ଆଦୌ ସମ୍ଭବ ହୋଇନାହିଁ । ବରଂ, ସେହି ଅନ୍ୟ କଥାଟି ପ୍ରକୃତରେ ସତ୍ୟ ଯେ, ଏକ ଶାଶ୍ୱତ ପରମ ପରିପୂର୍ଣ୍ଣତା ହିଁ ଆମକୁ ତା’ ଆପଣାର ପ୍ରତିରୂପଟି ଅନୁସାରେ ଗଠନ କରି ନେଉଛି । ସେଇ ପରମ ବିଭୁ ଅର୍ଥାତ୍ ଈଶ୍ୱର ହେଉଛନ୍ତି ଯୋଗପଥରେ ରହିଥିବା ଯାବତୀୟ ଦର୍ଶନର ଅଧିଷ୍ଠାତା, ସେଇ ହେଉଛନ୍ତି ସେହି ପରମ ଗୁରୁ ଓ ଅନ୍ତର୍ଯ୍ୟାମୀ, ଆମ ଭାବନାର ଏକମେବ ଅଧୀଶ୍ୱର, ସଂଶୟବାଦୀର ପରମ ଅଜ୍ଞୟେ, ଜଡ଼ିବାଦୀର କଳ୍ପନା ମଧ୍ୟ୍ୟରେ ଥିବା ବିଶ୍ୱବ୍ୟାପ୍ତ ସେହି ପରମ ଶକ୍ତିକ୍ରିୟା, ସର୍ବୋଚ୍ଚ ଆତ୍ଜା ତଥା ସର୍ବମୟୀ ଶକ୍ତି,–ସେହି ପରମ ଏକ, ଯାହାଙ୍କୁ କି ଭିନ୍ନ ଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ନାମରେ ଅଭିହିତ କରାଯାଇଛି । ସେଇ ହେଉଛନ୍ତି ଆମ ଯୋଗର ପରମ ଅଧିଷ୍ଠାତା ।

 

ଏହି ପରମ ଅଦ୍ୱିତୀୟଙ୍କୁ ହିଁ ଆମେ ଦେଖିପାରିବା, ଜାଣିବା, ତାଙ୍କରି ଅନୁରୂପରେ ପରିଣତ ହୋଇଯିବା ଏବଂ ତାହାଙ୍କୁ ହିଁ ଆମର ଏହି ଅନ୍ତର୍ଗତ । ଆତ୍ଜସତ୍ତାରେ ପରିପୂର୍ଣ୍ଣ କରିବା,–ତାହାହିଁ ଆମର ଏହି ଭୌତିକ ଜୀବନକ୍ଷେତ୍ରର ଲକ୍ଷ୍ୟ ହୋଇ ରହିଥିଲା; ପ୍ରଥମେ ପ୍ରଚ୍ଛନ୍ନ ହୋଇ ରହିଥିବା ସେହି ଲକ୍ଷ୍ୟଟି ବର୍ତ୍ତମାନ ଏକ ସଚେତନ ଲକ୍ଷ୍ୟ ହୋଇ ରହିବ । ଆମ ସତ୍ତାର ସକଳ ଭାଗରେ ତାଙ୍କରି ବିଷୟରେ ସଚେତନ ହେବା ଏବଂ ଠିକ୍ ସେହିପରି, ସବୁକିଛିକୁ ଭାଗ ଭାଗ କରି ଦେଖୁଥିବା ଆମର ଏହି ମନଟି ଯେପରି ଯାହାକିଛିକୁ ଆମ ସତ୍ତାର ବାହାରେ ରହିଛି ବୋଲି ଦେଖୁଛି, ସେଗୁଡ଼ିକରେ ମଧ୍ୟ୍ୟ ସମାନ ଭାବରେ ସଂପୂର୍ଣ୍ଣରୂପେ ତାଙ୍କୁ ପ୍ରତ୍ୟକ୍ଷ କରିବା, ସେହିପରି ଏକ ଉପଲବ୍ଧିରେ ହିଁ ଆମର ବ୍ୟକ୍ତିଚେତନା ସର୍ବୋଚ୍ଚ ପରିପୂର୍ଣ୍ଣତା ଲାଭ କରିବ । ଆମେ ତାଙ୍କରି ଦ୍ୱାରା ଅଧିକୃତ ହୋଇ ରହିବା ଏବଂ ନିଜ ଭିତରେ ତାଙ୍କୁ ଅଧିକାର କରି ରହିବା, ସକଳ ବସ୍ତୁରେ ମଧ୍ୟ୍ୟ ତାହାଙ୍କୁ ଅଧିକାର କରି ରହିଥିବା, ତାହାହିଁ ହେଉଛି ବସ୍ତୁତଃ ସକଳ ଅଧିକାରଲାଭ ଏବଂ ସ୍ୱାମିତ୍ୱ-ଅର୍ଜନର ଅସଲ ତାତ୍ପର୍ଯ୍ୟ । ଯାବତୀୟ ନିଷ୍କ୍ରିୟତା ଓ ସକ୍ରିୟତାରେ, ଶାନ୍ତି ଏବଂ ଶକ୍ତିମତ୍ତାର ଯାବତୀୟ ଅନୁଭୂତିରେ, ଏକତା ତଥା ଅନୈକ୍ୟର ସକଳ କ୍ଷେତ୍ରରେ ତାଙ୍କରି ସାନ୍ନିଧ୍ୟ୍ୟ ମଧ୍ୟ୍ୟରେ ରହିଥିବାର ଆନନ୍ଦଟିର ଉପଭୋଗ କରିବା, ସେଇଟି ହେଉଛି ଏପରି ଏକ ସୁଖ, ଯାହାକୁ କି ଗୋଟିଏ ବ୍ୟକ୍ତିଆତ୍ଜା ଏହି ପୃଥିବୀପୃଷ୍ଠରେ ବହୁ ଅଷ୍ପଟତା ସହିତ ଖୋଜିବାରେ ଲାଗିଛି । ଏହାକୁ ହିଁ ଆମେ ପୂର୍ଣ୍ଣାଙ୍ଗ ଯୋଗର ସମ୍ପୂର୍ଣ୍ଣ ସଂଜ୍ଞାରୂପେ ଗ୍ରହଣ କରିବା । ତାହାକୁ ଆମେ ଏପରି ଗୋଟିଏ ଚାରଣା ବୋଲି ଜାଣିବା, ଯେଉଁସତ୍ୟକୁ କି ବିଶ୍ୱପ୍ରକୃତି ଆପଣା ଭିତରେ ଗୋପ୍ୟ କରି ରଖିଛି ଓ ଯେଉଁଟିର ଆବିଷ୍କାର କରିବା ନିମନ୍ତେ ଉଦ୍ୟମ କରୁଛି, ସେଇଟିକୁ ବ୍ୟକ୍ତିଜୀବନର ଅଭିଜ୍ଞତା ମଧ୍ୟ୍ୟ ଦେଇ ବ୍ୟକ୍ତ କରି ଆଣିବା । ତାହାରି ଦ୍ୱାରା ମାନବୀୟ ଏହି ଆତ୍ଜାଟି ଦିବ୍ୟ ଆତ୍ଜାରେ ଦୀକ୍ଷିତ ହୋଇଯିବ, ପ୍ରକୃତିର ଅଧୀନ ହୋଇ ରହିଥିବା ଜୀବନଟି ମଧ୍ୟ୍ୟ ଏକ ଦିବ୍ୟ ବାସ୍ତବ ଜୀବନକୁ ରୂପାୟିତ ହୋଇଯିବ ।

 

+ + + +

 

ଏହି ପୂର୍ଣ୍ଣାଙ୍ଗ ପୂର୍ଣ୍ଣତାଲାଭର ନିଶ୍ଚିତତମ ପଥଟି ହେଉଛି ଯେ, ସକଳ ରହସ୍ୟର ଅଧିଷ୍ଠାତା ରୂପେ ଯିଏ ଆମ ଭିତରେ ବିଦ୍ୟମାନ୍ ରହିଛନ୍ତି, ସେହି ପରମ କର୍ତ୍ତାଙ୍କୁ ଆମେ ଆବିଷ୍କାର କରିବା : ଆମେ ନିଜକୁ ଅନବଚ୍ଛିନ୍ନ ଭାବରେ ସେହି ପରମ ଶକ୍ତିମତ୍ତାଙ୍କ ଲାଗି ଉନ୍ମୋଚିତ କରି ରଖିବା । ସେହି ପରମଶକ୍ତିମତ୍ତା ହେଉଛନ୍ତି ପରମ ପ୍ରଜ୍ଞା ଏବଂ ପରମ ପ୍ରେମ । ଇପ୍ସିତ ନୂତନ ଦୀକ୍ଷାଟି ନିମନ୍ତେ ଆମେ ଦାୟିତ୍ୱଟିକୁ ତାଙ୍କରି ହାତରେ ଅର୍ପଣ କରିଦେବା । ମାତ୍ର, ଯଦି ଚେତନାଟି ଅହଂଭାବଦ୍ଵାରା ଜର୍ଜର ହୋଇ ରହିଥିବ, ତେବେ ପ୍ରଥମ ଅବସ୍ଥାରେ ସେଇଟିକୁ କରିପାରିବା ଅତ୍ୟନ୍ତ କଷ୍ଟକର ହେବ । ଏବଂ, ଯଦି ତଥାପି ପ୍ରୟାସଟିକୁ କରାଯାଏ, ସେଇଟିକୁ ଆଦୌ ପୂର୍ଣ୍ଣ ସମୁଚିତ ଭାବରେ ମଧ୍ୟ୍ୟ କରି ହେବନାହିଁ । ଏବଂ, ଆମ ପ୍ରକୃତିର ସବୁଯାକ ପ୍ରସ୍ଥରେ ମଧ୍ୟ୍ୟ କରି ହେବନାହିଁ । ପ୍ରଥମ ଅବସ୍ଥାରେ ତାହା କଷ୍ଟକର ହେବ; କାରଣ ଆମର ଭାବନା, ଯାବତୀୟ ଅବବୋଧ ଏବଂ ଭାବନାନୁଭବ ଆବଶ୍ୟକ ଅନୁଭୂତିରେ ଯାଇ ପହଞ୍ଚିବାର ବାଟଗୁଡ଼ିକୁ ପ୍ରକୃତରେ ବନ୍ଦ କରି ରଖିଥିବେ । ପରବର୍ତ୍ତୀ କାଳମାନଙ୍କରେ ମଧ୍ୟ୍ୟ ତାହା କଷ୍ଟକର ହୋଇ ରହିଥିବ; କାରଣ ସେହି ମାର୍ଗରେ ଆବଶ୍ୟକ ବିଶ୍ୱାସ, ସମର୍ପଣ ତଥା ସାହସ ଅହଂଟି ଦ୍ୱାରା ଆଚ୍ଛନ୍ନ ହୋଇ ରହିଥିବା ଆମର ଆତ୍ଜାଟି ପାଇଁ ତାହା ସହଜ ହୋଇ ରହିନଥିବ । ଦିବ୍ୟ କାର୍ଯ୍ୟକାରିତା କହିଲେ ଯାହା ପ୍ରକୃତରେ ବୁଝାଏ, ସେଇଟି ଅହଂଦ୍ୱାରା ପରିଚାଳିତ ମନର କଦାପି ବାସନାନୁକୂଳ ହେଉନଥିବ ଏବଂ ତେଣୁ ସେହି ମନ କଦାପି ତାହାକୁ ସମର୍ଥନ କରିବନାହିଁ । କାରଣ, ସେହି ମନଟି ତ ସତ୍ୟରେ ଯାଇ ଉପନୀତ ହେବାଲାଗି ଭୁଲ୍‌ର ଆଶ୍ରୟ ନିଏ, ଆନନ୍ଦରେ ଯାଇ ପହଞ୍ଚିବ ବୋଲି କଷ୍ଟର ବରଣ କରେ ଏବଂ ପରିପୂର୍ଣ୍ଣତାର ଲାଭ କରିବ ବୋଲି ଅପରିପୂର୍ଣ୍ଣତାର ସାହାଯ୍ୟ ନେଉଥାଏ ଏବଂ କାମରେ ଲଗାଏ ।

 

ତାହାକୁ ଯେ ପ୍ରକୃତରେ କେଉଁଆଡ଼କୁ ପରିଚାଳିତ କରି ନିଆଯାଉଛି, ଅହଂ ସେକଥାଟିକୁ ମୋଟେ ଦେଖି ପାରେନାହିଁ । ଅହଂ ସେହି ପରିଚାଳନାର ବିରୋଧରେ ବିଦ୍ରୋହ କରିଥାଏ, ବିଶ୍ୱାସ ହରାଏ, ସାହସ ମଧ୍ୟ୍ୟ ହରାଇବସେ । ତଥାପି, ସେହିସବୁ ବିଫଳତାର କୌଣସି ଗୁରୁତ୍ୱ ନଥାଏ, କାରଣ ଆମ ଭିତରେ ରହିଥିବା ଦିବ୍ୟ ପଥପ୍ରଦର୍ଶକ କେବେହେଲେ ବି ସେହି ବିଦ୍ରୋହରେ ଅପମାନ ବୋଧ କରନ୍ତି ନାହିଁ । ଆମ ଭିତରେ ବିଶ୍ଵାସର ଅଭାବ ରହିଥାଏ ଅଥବା ଦୁର୍ବଳତା ଥାଏ ବୋଲି ସେ ମୋଟେ ସାହସ ହରାନ୍ତି ନାହିଁ ଅଥବା ହଟି ଯାଆନ୍ତିନାହିଁ । ତାଙ୍କ ଭିତରେ ସର୍ବଦା ହିଁ ଜଣେ ଜନନୀର ପୂର୍ଣ୍ଣ ପ୍ରେମ ରହିଥାଏ, ଜଣେ ଯଥାର୍ଥ ଗୁରୁର ଧୈର୍ଯ୍ୟ ମଧ୍ୟ୍ୟ ମହଜୁଦ ଥାଏ । ମାତ୍ର, ସେହି ପଥପ୍ରଦର୍ଶନ ପ୍ରତି ନିଜର ସମ୍ମତିକୁ ନଜଣାଇ ଆମେ ସ୍ୱୟଂ ସେହି ବିଷୟରେ ଅଚେତନ ହୋଇ ରହି ଥାଉ,–ଅବଶ୍ୟ ତଥାପି ସେଥିରୁ ପ୍ରାପ୍ତ ସକଳ ସୁଫଳଟି ପାଖରୁ ଆଦୌ ବଞ୍ଚିତ ହେଉନାହିଁ । ଆମେ ଆପଣାର ସମ୍ମତିକୁ ପ୍ରତ୍ୟାହାର କରି ଆଣିଥାଉ, କାରଣ ଆମେ ନିଜର ଉଚ୍ଚତର ଆତ୍ଜସତ୍ତାଟିକୁ ନିମ୍ନତରଟି ଠାରୁ ଅଲଗା କରି ଦେଖି ପାରୁନାହିଁ । କାରଣ, ଏହି ନିମ୍ନତର ସତ୍ତାଟିକୁ ମାଧ୍ୟ୍ୟମ କରି ହିଁ ତ ଉଚ୍ଚତର ଆତ୍ଜସତ୍ତା ତାହାର ଆତ୍ଜଉଦ୍‌ଘାଟନଟିକୁ ପ୍ରସ୍ତୁତ କରି ପାରୁନାହିଁ, ତାହାର ବିଶେଷ କାରଣଟି ହେଉଛି ଯେ, ସେ ଆମର ଏହି ପ୍ରକୃତିଟିକୁ ମାଧ୍ୟ୍ୟମ କରି ହିଁ ଆମଭିତରେ କାର୍ଯ୍ୟ କରନ୍ତି ଏବଂ ମୋଟେ ଗୋଟିଏ ପରେ ଗୋଟାଏ କରି ନିଜଆଡ଼ୁ କେତେଟା ଅଲୌକିକ ଘଟଣା ଘଟାଇ ତାହା କରନ୍ତିନାହିଁ । ବସ୍ତୁତଃ ମନୁଷ୍ୟମାନେ ଅଲୌକିକ କ’ଣ ସବୁ ଘଟିବ ବୋଲି ଚାହିଁ ବସିଥାନ୍ତି ଓ ତେବେ ଯାଇ ସେମାନଙ୍କ ଭିତରେ ଆଦୌ କୌଣସି ବିଶ୍ୱାସ ଜାତ ହୋଇଥାଏ । ଆଖିମାନେ କ’ଣ ସବୁ ଅଲୌକିକର ପ୍ରତ୍ୟକ୍ଷ କରି ଝଲକି ଉଠିଲେ ଯାଇ ସେମାନେ କିଛି ଦେଖିପାରିବେ ବୋଲି ଚାହିଁ ରହିଥାନ୍ତି । ଏବଂ ସେହି ଅଧୀରତା ଏବଂ ଅଜ୍ଞାନ ହୁଏତ ଆମକୁ ନେଇ ଏକ ବୃହତ୍ ବିପଦରେ ମଧ୍ୟ୍ୟ ପକାଇଦେବ, ଯଦି ସେହି ଦିବ୍ୟ ପଥ ପ୍ରଦର୍ଶନ ବିରୋଧରେ ଆମର ବିଦ୍ରୋହର ସେହି କ୍ରମରେ ଆମେ ଆଉ କୌଣସି ଗୋଟିଏ ଭ୍ରାନ୍ତିରେ ପକାଇ-ଦେଉଥିବା ଏକ ଅନ୍ୟ ଶକ୍ତିକୁ ହିଁ ଯାଇ ଡାକି ଆଣିବା,–ଏପରି ଗୋଟିଏ ଶକ୍ତି ଯାହାକି ଆମର ତାତ୍କାଳିକ ଇଚ୍ଛା ଏବଂ ବାସନାଗୁଡ଼ିକର ଅଧିକ ପରିମାଣରେ ଏକ ତୃପ୍ତିସାଧନ କରୁଥିବ । ଏବଂ, ଆମେ ତାହାକୁ ଏକ ଦିବ୍ୟ ବୃହତ୍‌ ନାମସଂଜ୍ଞା ମଧ୍ୟ୍ୟ ପ୍ରଦାନ କରିଦେବା ।

 

କିନ୍ତୁ, ତା ଭିତରେ ଅଦୃଶ୍ୟ ହୋଇ କ'ଣ ଗୋଟିଏ ରହିଛି ବୋଲି ବିଶ୍ୱାସ କରିବା ମନୁଷ୍ୟ ସକାଶେ କଷ୍ଟସାଧ୍ୟ୍ୟ ହୋଇଥିଲେ ମଧ୍ୟ୍ୟ, ସିଏ ଅନ୍ୟ ପକ୍ଷରେ ସହଜରେ ହିଁ ବିଶ୍ୱାସ କରି ପାରିବ ଯେ ତା’ର ବାହାରେ ସେହିପରି କିଛି ରହିଛି ଏବଂ ତାହାକୁ ସିଏ ଏକ ଖାସ୍ ରୂପ ମଧ୍ୟ୍ୟ ଦେଇ ପାରିବ । ଅଧିକାଂଶ ମନୁଷ୍ୟଙ୍କର କ୍ଷେତ୍ରରେ ଆଧ୍ୟ୍ୟାତ୍ଜିକ ଅଗ୍ରଗତି କରିବା ନିମନ୍ତେ ଏକ ବାହ୍ୟ ଅବଲମ୍ବନର ପ୍ରୟୋଜନ ରହିଥାଏ, ଆମ ବାହାରେ ରହିଥିବା ଏପରି ଏକ ବସ୍ତୁର ଯାହାକୁ କି ବିଶ୍ୱାସ କରି ପାରିବ । ହଁ, ଭଗବାନଙ୍କର ଏକ ବାହ୍ୟ ମୂର୍ତ୍ତିରୂପର ପ୍ରୟୋଜନ ରହିଥାଏ ଅଥବା ଜଣେ ମନୁଷ୍ୟଙ୍କର, ଯିଏ ଈଶ୍ୱରଙ୍କର ପ୍ରତିନିଧିତ୍ୱ କରେ । ତାହାକୁ ଅବତାର ବୋଲି କୁହାଯାଏ, ଈଶ୍ୱରଦୂତ ବୋଲି ଆଖ୍ୟାତ କରାଯାଏ ବା ପରମ ଗୁରୁ ବୋଲି ଅଧିଷ୍ଠିତ କରି ରଖାଯାଏ । ସମ୍ଭବତଃ, ଉଭୟଟିର ଆବଶ୍ୟକତା ଅନୁଭୂତ ହୁଏ ଏବଂ ଦୁଇଟିଯାକକୁ ହିଁ ଗ୍ରହଣ କରାଯାଏ । କାରଣ, ମନୁଷ୍ୟାତ୍ଜାର ଆବଶ୍ୟକତା ଅନୁସାରେ ପରମ ଦିବ୍ୟ ସତ୍ତା ଆପଣାକୁ ଗୋଟିଏ ଦେବତାର ରୂପରେ ପ୍ରକଟ କରାଇ ଆଣନ୍ତି, ଏକ ମନୁଷ୍ୟରୂପୀ ଦିବ୍ୟ-ଦୃଷ୍ଟାନ୍ତ ଏବଂ, ଯାବତୀୟ ପରିଚୟରେ ଜଣେ ମନୁଷ୍ୟକୁ ମଧ୍ୟ୍ୟ ରୂପାୟିତ କରି ଆଣିଥାନ୍ତି । ଏକ ବେଶ୍‌ ସ୍ଥୂଳ ଛଦ୍ମରୂପରେ ଯାହାକି ବେଶ୍ ସଫଳତା ସହିତ ଆପଣାର ଈଶ୍ୱର-ପରିଚୟଟିକୁ ଘୋଡ଼ାଇ ରଖିଥାଏ । ଆପଣାର ସେହି ପଥପ୍ରଦର୍ଶନର କାର୍ଯ୍ୟଟିକୁ ସମ୍ଭବ କରି ନେବାଲାଗି ସେହିପରି କରିଥାନ୍ତି ।

 

ଆତ୍ଜାର ଉକ୍ତ ଆବଶ୍ୟକତାଟିକୁ ମେଣ୍ଟାଇବାକୁ ଯାଇ ହିନ୍ଦୁ ଅଧ୍ୟ୍ୟାତ୍ଜ-ଶୃଙ୍ଖଳାରେ ଇଷ୍ଟଦେବତାଙ୍କର କଳ୍ପନାମାନ କରାଯାଇଛି । ଅବତାର ଓ ଗୁରୁର ମଧ୍ୟ୍ୟ କଳ୍ପନା ହୋଇଛି । ଇଷ୍ଟଦେବତାର କଳ୍ପନାଟି ମଧ୍ୟ୍ୟରେ କୌଣସି ନିମ୍ନତର ଶକ୍ତିମତ୍ତାର କଳ୍ପନା କରା ଯାଇନାହିଁ, ମାତ୍ର ଜଣେ ବିଶ୍ୱାତୀତ ଏବଂ ବିଶ୍ୱଯାକ ବ୍ୟାପ୍ତ ଈଶ୍ୱର-ଉପସ୍ଥିତିର ନାମ ଓ ରୂପଟିର ନିର୍ଣ୍ଣୟ ହିଁ କରାଯାଇଛି । ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମ ଆପଣାର ଭୂମିରୂପେ ଏହିପରି ଗୋଟିଏ ନାମକୁ ଥାପନା କରି ରଖିଛନ୍ତି ଏବଂ କାର୍ଯ୍ୟରେ ଲଗାଇ ଆସିଛନ୍ତି । ତାହାକୁ ଏକ ରୂପ ମଧ୍ୟ୍ୟ ଦେଇଛନ୍ତି । ଏବଂ, ମନୁଷ୍ୟର ଆତ୍ଜା ଲାଗି ନିଃସନ୍ଦେହ ଭାବରେ ଏକ ପ୍ରୟୋଜନ ମଧ୍ୟ୍ୟ ରହି ଆସିଛି । ପରମ ଈଶ୍ୱର ହେଉଛନ୍ତି ସବୁକିଛି,–ଏବଂ ସବୁକିଛି ଠାରୁ ମଧ୍ୟ୍ୟ ସିଏ ଆହୁରି ଅଧିକ । କିନ୍ତୁ, ଯିଏ ସେହି ସବୁକିଛି ଠାରୁ ଆହୁରି ଅଧିକ, ଜଣେ ମନୁଷ୍ୟ ତେବେ ତାହାର ଆଉ କି କଳ୍ପନା ପ୍ରକୃତରେ କରିପାରନ୍ତା ? ଏବଂ, ସେହି ପରମ ସର୍ବମ୍ ଇଦଂ ମଧ୍ୟ୍ୟ ପ୍ରଥମେ ତା'ର ଆପଣାର ବୋଧ ନିମନ୍ତେ ଅତ୍ୟନ୍ତ କଷ୍ଟକର ଅବଶ୍ୟ ହେବ, କାରଣ ଆପଣାର କ୍ରିୟାଶୀଳ ଚେତନାରେ ସିଏ ଅତ୍ୟନ୍ତ ଅଳ୍ପ ସୀମାର ହୋଇ ରହିଛି, କେବଳ କେତୋଟି ଆଡ଼କୁ ନିଜକୁ ପ୍ରସାରିତ କରି ପାରୁଛି ଏବଂ, କେବଳ ଯେତିକି ସହିତ ତା’ର ଏହି ସୀମିତ ପ୍ରକୃତିଟି ସହିତ ଏକ ବୋଧସଙ୍ଗତି ରହିଛି, କେବଳ ସେତିକି ଲାଗି ସେ ଆପଣାକୁ ଉନ୍ମୋଚିତ କରି ରଖିପାରୁଛି । ସେହି ପରମ ସର୍ବସମଗ୍ରଟିରେ ବି ଏପରି ବସ୍ତୁମାନ ରହିଛି, ଯାହାକୁ ବୁଝିବା ତା'ପକ୍ଷରେ ବହୁତ କଠିନ ହୋଇଯାଉଛି; ଏପରିକି ତା’ର ଅତ୍ୟନ୍ତ କାତର ଭାବସଂବେଗ ତଥା ଶକ୍ତିଶାଳୀ ଅବବୋଧ ଗୁଡ଼ିକ ଲାଗି ତାହା ଭୟଙ୍କର ମଧ୍ୟ୍ୟ ଲାଗୁଛି । ଅଥବା, ଖୁବ୍ ସରଳ ଭାବରେ କହିଲେ, ତା’ର ଅଜ୍ଞାନପୂର୍ଣ୍ଣ ଆଂଶିକ ବୋଧକଳ୍ପନା ମାନଙ୍କର ବୃତ୍ତଟି ମଧ୍ୟ୍ୟରୁ ଏତେ ବାହାର ହୋଇ ରହିଥିବା କୌଣସି ବସ୍ତୁକୁ ହିଁ ସେ ଦିବ୍ୟ ପରମ ସତ୍ତା ବୋଲି କଳ୍ପନା କରି ପାରୁନାହିଁ । ତା'ର ଈଶ୍ୱର-କଳ୍ପନା ତେଣୁ ତାହାରି ପହୁଞ୍ଚ ଭିତରେ ଅବଶ୍ୟ ହେବାର ସର୍ବଦା ଆବଶ୍ୟକତା ରହିଛି; କିମ୍ବା, ଏପରି ଗୋଟିଏ ଆକାରରେ ହେବ, ଯାହାର ରୂପଟି ତା’ ଅନ୍ଦାଜର ବାହାରେ ହୋଇଥିଲେ ମଧ୍ୟ୍ୟ ତା’ ନିଜର ଉଚ୍ଚତମ ପ୍ରବୃତ୍ତିଗୁଡ଼ିକର ଅନୁରୂପ ହୋଇଥିବ ଏବଂ ତା’ ଅନୁଭବ ଓ ବୁଦ୍ଧିର ଆୟତନଗୁଡ଼ିକ ମଧ୍ୟ୍ୟରେ ଧରା ଦେଇ ପାରୁଥିବ । ତା’ ନହେଲେ ପରମ ଦିବ୍ୟସତ୍ତାଙ୍କର ଆଦୌ କୌଣସି ସଂସ୍ପର୍ଶ ଲାଭ କରି ତାଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିବା ତା’ ପାଇଁ କଷ୍ଟକର ହେବ ।

 

ସେତେବେଳେ ମଧ୍ୟ୍ୟ ତା’ ପ୍ରକୃତି ଜଣେ ମନୁଷ୍ୟରୂପ ଧାରଣ କରିଥିବା ଏକ ମଧ୍ୟ୍ୟବର୍ତ୍ତୀ କିଛି ରହିଥାଉ ବୋଲି ତଥାପି ଇଚ୍ଛା କରିବ, ଯେପରିକି ଏପରି କୌଣସି ବସ୍ତୁରେ ପରମ ଦିବ୍ୟସତ୍ତାଙ୍କର ଅନୁଭୂତି ପାଉଥିବ, ଯାହାକି ତା’ ଆପଣା ମନୁଷ୍ୟ ପରିଚୟଟିର ସଂପୂର୍ଣ୍ଣ ନିକଟବର୍ତ୍ତୀ ହୋଇ ରହିଥିବ, ଯାହାକୁ ଏକ ମନୁଷ୍ୟସ୍ତରୀୟ ପ୍ରଭାବ ତଥା ଦୃଷ୍ଟାନ୍ତ ଦ୍ୱାରା ଅନୁଭବ କରି ହେଉଥିବ । ସେହି ଆକାଙ୍‌କ୍ଷାଟିର ପୂରଣ ହୁଏ, ଯେତେବେଳେ ପରମ ଦିବ୍ୟସତ୍ତା ମନୁଷ୍ୟର ଆକାରରେ ପ୍ରକଟ ହୋଇ ଆସିଥାନ୍ତି ଅର୍ଥାତ୍ ଏକ ଅବତାର ହୋଇ ଆବିର୍ଭୂତ ହୋଇଥାନ୍ତି,–କୃଷ୍ଣ, ଖ୍ରୀଷ୍ଟ ଏବଂ ବୁଦ୍ଧ ଇତ୍ୟାଦି ରୂପରେ । ଅଥବା, ଯଦି ଏଇଟି ମଧ୍ୟ୍ୟ ତା’ଲାଗି ବୋଧଗମ୍ୟ ହୋଇ ପାରିବା ତଥାପି କଠିନ ହୋଇଥାଏ, ତେବେ ପରମ ଦିବ୍ୟସତ୍ତା ତା’ ଲାଗି ଆପଣାକୁ ଅପେକ୍ଷାକୃତ କମ୍ ଅଲୌକିକତାଯୁକ୍ତ ମଧ୍ୟ୍ୟବର୍ତ୍ତୀ ଆବିର୍ଭାବରୂପେ ମଧ୍ୟ୍ୟ ପରିଚିତ କରାନ୍ତି,–ଜଣେ ଈଶ୍ୱରଦୂତ ବା ନିର୍ଦ୍ଦିଷ୍ଟ ଗୁରୁଙ୍କର ପରିଚୟରେ । ଏବଂ, ଆହୁରି ଅନେକ ସଂଖ୍ୟାର ମନୁଷ୍ୟମାନଙ୍କ ସକାଶେ, ଯେଉଁମାନେ କି ସେହି ଦିବ୍ୟ ପରମ ମାନବର ବି କଳ୍ପନା କରିପାରନ୍ତି ନାହିଁ କିମ୍ବା ତାଙ୍କୁ ଗ୍ରହଣ କରିବାକୁ ଇଚ୍ଛୁକ ନଥାନ୍ତି, ସେମାନେ ଏପରି ଗୋଟିଏ ସର୍ବୋଚ୍ଚ ଉଚ୍ଚତାରେ ଯାଇ ଉପନୀତ ହୋଇଥିବା ମନୁଷ୍ୟ ଆଡ଼କୁ ନିଜକୁ ଉନ୍ମୋଚିତ କରିଦେବା ଲାଗି ପ୍ରସ୍ତୁତ ହୁଅନ୍ତି, ଯାହାଙ୍କୁ ସେମାନେ ଗୋଟିଏ ଅବତାର ବୋଲି ଅବଶ୍ୟ କହନ୍ତିନାହିଁ, କିନ୍ତୁ ସାରା ବିଶ୍ୱର ଜଣେ ଶିକ୍ଷାଦାତା ଅଥବା ଦିବ୍ୟ ପ୍ରତିନିଧି ବୋଲି ଅଭିହିତ କରି ଥାଆନ୍ତି ।

 

ଏତିକି ମଧ୍ୟ୍ୟ ଯଥେଷ୍ଟ ହୁଏନାହିଁ । ଏପରି ଜଣେ ଆବଶ୍ୟକ ହୁଅନ୍ତି, ଯିଏ କି ଏକ ଜୀବନ୍ତ ପ୍ରଭାବ, ଗୋଟିଏ ପ୍ରତ୍ୟକ୍ଷ ଦୃଷ୍ଟାନ୍ତ ହୋଇ ରହି ପାରିବେ,–ଯାହାଙ୍କର ଶିକ୍ଷାଗୁଡ଼ିକ ସିଧା ତାଙ୍କରି ମୁହଁରୁ ଶୁଣିବାକୁ ମିଳି ପାରୁଥିବ । କାରଣ, ଅତ୍ୟନ୍ତ ଅଳପ ମଣିଷ ଥାଆନ୍ତି, ଯେଉଁମାନେ କି ଅତୀତର ଜଣେ ଶିକ୍ଷାଦାତା ଓ ତାଙ୍କର ଶିକ୍ଷାକୁ, ଅତୀତର ଗୋଟିଏ ଅବତାର ଓ ତାଙ୍କର ଦୃଷ୍ଟାନ୍ତ ତଥା ପ୍ରଭାବକୁ ନିଜ ନିଜ ଜୀବନରେ ଏକ ଜୀବନ୍ତ ଶକ୍ତିରେ ପରିଣତ କରି ବଞ୍ଚି ପାରନ୍ତି । ସେହି ଆବଶ୍ୟକତାର ପୂରଣ ଲାଗି ହିନ୍ଦୁ ଶୃଙ୍ଖଳାରେ ଗୁରୁ ଶିଷ୍ୟ ପରମ୍ପରାର ଏକ ପରାମର୍ଶ ରହିଛି-। ସେହି ଗୁରୁ ଅନେକ ସମୟରେ ଗୋଟିଏ ଅବତାର ବା ସଂପୂର୍ଣ୍ଣ ବିଶ୍ୱସ୍ତରୀୟ ଜଣେ ଶିକ୍ଷାଦାତା ହୋଇପାରନ୍ତି । ମାତ୍ର, ଏତିକି ହିଁ ଯଥେଷ୍ଟ ହେବ ଯେ ସିଏ ନିଜର ଜଣେ ଶିଷ୍ୟକୁ ଦିବ୍ୟ ଜ୍ଞାନ ଓ ପ୍ରଜ୍ଞାର ଜଣେ ପ୍ରତିନିଧି ଭାବରେ ପ୍ରତ୍ୟକ୍ଷ ହେଉଥିବେ, ସେହି ଦିବ୍ୟ ଆଦର୍ଶର କେତେ ଅଂଶକୁ ଶିଷ୍ୟ ପାଖକୁ ବହନ କରି ଆଣିବେ ଅଥବା ମନୁଷ୍ୟର ଆତ୍ଜାଟି ସହିତ ସେହି ପରମ ଶାଶ୍ୱତଙ୍କର ରହିଥିବା ଉପଲବ୍ଧ ସମ୍ପଦଟିକୁ ଶିଷ୍ୟ ଲାଗି ଅନୁଭୂତ କରାଇ ଆଣିବେ ।

 

ପୂର୍ଣ୍ଣଯୋଗର ସାଧକ ଏହି ସର୍ବବିଧ ସହାୟକକୁ ଅବଶ୍ୟ କାମରେ ଲଗାଇବ, ନିଜର ପ୍ରକୃତି ଅନୁସାରେ ସେଗୁଡ଼ିକୁ କାମରେ ଲଗାଇବ । ମାତ୍ର, ଏକଥା ମଧ୍ୟ୍ୟ ଆବଶ୍ୟକ ଯେ ସିଏ ସେଗୁଡ଼ିକ ମଧ୍ୟ୍ୟରେ ରହିଥିବା ଅଭାବଗୁଡ଼ିକୁ ପରିହାର କରିବ ଏବଂ ନିଜ ଭିତରୁ ଏକ ଅହଂଦ୍ୱାରା ପରିଚାଳିତ ମନର ସେହି ଖାସ୍ ପ୍ରବୃତ୍ତିଟିକୁ କାଢ଼ି ଫଙ୍ଗିଦେବ, ଯାହାକି ଏଡ଼େ ରଡ଼ିଟାଏ କରି “ମୋ’ ଈଶ୍ୱର, ମୋ’ ଅବତାର, ମୋ’ ଈଶ୍ୱରଦୂତ ଏବଂ ମୋ’ ଗୁରୁ’’ ବୋଲି କହିବାରେ ଲାଗିଥିବ ଏବଂ ଏକ ସାଂପ୍ରଦାୟିକ କିମ୍ବା ଏକମୁହାଁ ଉତ୍ସାହରେ ଯାବତୀୟ ଅନ୍ୟ ଉପଲବ୍ଧିଗୁଡ଼ିକୁ ନିଜ ଖାସ୍‌ଟିର ବିରୋଧୀ ବୋଲି ଦେଖାଉଥିବ । ସାମ୍ପ୍ରଦାୟିକ ଯାବତୀୟ ଉତ୍ସାହ ଏବଂ ସକଳ ପ୍ରକାରର ଏକମୁହାଁ ଅନମନୀୟତାକୁ ବର୍ଜନ ହିଁ କରିବାକୁ ହେବ । କାରଣ, ଦିବ୍ୟ ଉପଲବ୍ଧିର ସମଗ୍ର ଦୈର୍ଘ୍ୟପ୍ରସ୍ଥଟି ମଧ୍ୟ୍ୟରେ ତାହାର ମୋଟେ କେବେ କୌଣସି ସଙ୍ଗତି ରହିନଥାଏ ।

 

ବରଂ, ଏପରି ହେବ ଯେ, ପୂର୍ଣ୍ଣଯୋଗର ସାଧକ ଯେପର୍ଯ୍ୟନ୍ତ ତା' ନିଜ ବୋଧଭୂମିଟିରେ ଦେବକଳ୍ପନାର ଅନ୍ୟ ସକଳ ନାମ ତଥା ରୂପକୁ ଅନ୍ତର୍ଭୁକ୍ତ କରି ନଆଣି ପାରିଛି, ଅନ୍ୟ ସବୁଯାକ ଇଷ୍ଟଦେବତାଙ୍କ ମଧ୍ୟ୍ୟରେ ନିଜ ଇଷ୍ଟଦେବତାଙ୍କୁ ସାମିଲ୍‌ କରି ନଦେଖିଛି, ସେପର୍ଯ୍ୟନ୍ତ ମୋଟେ ସନ୍ତୁଷ୍ଟ ହେବନାହିଁ । ଗୋଟିଏ ଅବତାରକୁ ମାଧ୍ୟ୍ୟମ କରି ଯେଉଁ ଈଶ୍ୱରୀୟ ପରମ ସତ୍ତା ଅବତରଣ କରିଥାନ୍ତି, ସେହି ସାଧକ ତାଙ୍କରି ମଧ୍ୟ୍ୟରେ ହିଁ ସବୁଯାକ ଅବତାରଙ୍କୁ ଏକତ୍ର କରି ଦେଖିବାକୁ ସମର୍ଥ ହେବ । ସକଳ ଶିକ୍ଷାରେ ସେ ଶାଶ୍ୱତ ପରମ ଜ୍ଞାନର ସମଞ୍ଜସତାଟିକୁ ପ୍ରତ୍ୟକ୍ଷ କରି ଆଣି ପାରୁଥିବ । ଜଣେ ସାଧକ ଏହି ବାହ୍ୟ ସହାୟକ ଗୁଡ଼ିକର ଉଦ୍ଦେଶ୍ୟଟିକୁ ମଧ୍ୟ୍ୟ ଆଦୌ ପାସୋରି ପକାଇବ ନାହିଁ । ଆମ ଭିତରେ ଅବସ୍ଥିତ ରହିଥିବା ସେହି ପରମ ଦିବ୍ୟ ସତ୍ୟଟି ମଧ୍ୟ୍ୟକୁ ଆପଣାର ଆତ୍ଜାକୁ ଜାଗୃତ କରି ଆଣିବା, ସେଇଟି ହେଉଛି ପ୍ରକୃତ ଉଦ୍ଦେଶ୍ୟ । ସେଇଟି ସମ୍ଭବ ହୋଇ ନଥିବାଯାଏ ପ୍ରକୃତରେ ଆଦୌ କିଛି ହିଁ ସମ୍ଭବ ହୋଇ ନଥାଏ-। ଯେପର୍ଯ୍ୟନ୍ତ ଆମ ନିଜଭିତରେ ବୁଦ୍ଧ, ଖ୍ରୀଷ୍ଟ ଓ କୃଷ୍ଣଙ୍କର ଆତ୍ଜପ୍ରକାଶ ରୂପାୟନ ଘଟି ନଥାଏ, ବସ୍ତୁତଃ ସେପର୍ଯ୍ୟନ୍ତ ବାହାରେ କୃଷ୍ଣ, ଖ୍ରୀଷ୍ଟ କିମ୍ବା ବୁଦ୍ଧଙ୍କର ପୂଜା କରିବାଟା ଆଦୌ ଯଥେଷ୍ଟ ହୁଏନାହିଁ । ସେହିପରି, ଅନ୍ୟ କୌଣସି ସହାୟକଙ୍କ କ୍ଷେତ୍ରରେ ମଧ୍ୟ୍ୟ ଅନ୍ୟ କୌଣସି ଉଦ୍ଦେଶ୍ୟ ନଥାଏ । ଏହିପରି ଭାବରେ ପ୍ରତ୍ୟେକ ସହାୟକ ଗୋଟିଏ ସେତୁ ପରି କାର୍ଯ୍ୟ କରେ: ଗୋଟିଏ ପାଖରେ ଜଣେ ବ୍ୟକ୍ତିର ଜୀବନ, ଯାହାକି ଏକ ନୂତନ ଦୀକ୍ଷାରେ ଦୀକ୍ଷିତ ହୋଇ ନଥାଏ ଏବଂ ଅନ୍ୟ ପକ୍ଷରେ ତା’ ଅନ୍ତର ଭିତରେ ରହିଥିବା ପରମ ଦିବ୍ୟ ସତ୍ୟ ଏବଂ ସତ୍ତା, ଯିଏକି ଆତ୍ଜପ୍ରକାଶ ଲାଗି ଅପେକ୍ଷା କରୁଥାନ୍ତି ।

 

+ + + +

 

ପୂର୍ଣ୍ଣାଙ୍ଗ ଯୋଗର ଜଣେ ଗୁରୁ ବା ଶିକ୍ଷକ ଯଥାସମ୍ଭବ ଆମ ଭିତରେ ଅବସ୍ଥାନ କରୁଥିବା ଗୁରୁ ଅର୍ଥାତ୍ ଶିକ୍ଷକଙ୍କର ପଦ୍ଧତିଟିର ଅନୁସରଣ କରିବ । ଶିକ୍ଷାର୍ଥୀର ପ୍ରତି ଅନୁସାରେ ହିଁ ସିଏ ଶିକ୍ଷାର୍ଥୀକୁ ପରିଚାଳିତ କରି ନେଉଥିବ । ଶିକ୍ଷାପ୍ରଦାନ, ଆପଣାର ଦୃଷ୍ଟାନ୍ତ ଏବଂ ନିଜର ପ୍ରଭାବ, ଏହିପରି ତିନୋଟିଯାକ ବାଟ ଜଣେ ଗୁରୁର ସାଧନ ହୋଇ ରହିଥିବ । କାରଣ, ଯଥାର୍ଥ ଜ୍ଞାନ ରହିଥିବା ଜଣେ ଗୁରୁ ଆପଣାକୁ କିମ୍ବା ଆପଣାର ମତକୁ ନେଇ କଦାପି ଲଦି ହେବନାହିଁ : ଗୋଟିଏ ଗ୍ରହଣଶୀଳ ମନ ନିଷ୍କ୍ରିୟ ମନପରି ସବୁକିଛିକୁ ମାନି ନେଉ ବୋଲି ସେ କେବେହେଲେ ଇଚ୍ଛା କରୁନଥିବ । ସିଏ ଆପଣାର ଶିକ୍ଷାରୂପେ କେବଳ ସେତିକି ଦେଉଥିବ, ଯାହାକି ଉତ୍ପାଦନକ୍ଷମ ହୋଇଥିବ ଓ ଯାହା ସୁନିଶ୍ଚିତ ଭାବରେ ଗୋଟିଏ ବୀଜ ଭଳି କାର୍ଯ୍ୟ କରିବ ଏବଂ ଶିକ୍ଷାର୍ଥୀର ଅନ୍ତର ଭିତରେ ଏକ ଦିବ୍ୟ ଲାଳନା ଦ୍ୱାରା ବୃଦ୍ଧି ଲାଭ କରିବ । କେତୋଟି ଖାସ୍‌ ଶିକ୍ଷା ଦେବା ଅପେକ୍ଷା ସେହି ଗୁରୁ ଅଧିକତର ଅର୍ଥରେ ଏକ ଜାଗୃତି ଘଟାଇବାକୁ ପ୍ରୟାସ କରୁଥିବ । ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ମୁକ୍ତ ସଂପ୍ରସାରଣ ଦ୍ୱାରା ସେ ସାମର୍ଥ୍ୟ ତଥା ଅନୁଭବ ଗୁଡ଼ିକର ଅଭିବୃଦ୍ଧିକୁ ସର୍ବପ୍ରଧାନ ଲକ୍ଷ୍ୟରୂପେ ଗ୍ରହଣ କରିଥିବ । ସବୁକିଛି ପଦ୍ଧତି କେବଳ ସହାୟକ ହୋଇ କରିବ; ଏକ ଉପାୟ, ଯାହାର ସାହାଯ୍ୟ ନିଆଯାଇ ପାରିବ । କୌଣସି ଅମୋଘ ଏକ ସୂତ୍ର ବା ଏକ ସମ୍ପୂର୍ଣ୍ଣ ଭାବରେ ସ୍ଥିରୀକୃତ ରୁଟିନ୍ ପରି ଆଦୌ ନୁହେଁ । ଏବଂ ଅନୁସୃତ ଏହି ସାଧନଗୁଡ଼ିକ ଯେପରି କେବେହେଲେ ଗୋଟିଏ ଗୋଟିଏ ଲକ୍ଷ୍ମଣରେଖା ପରି ବ୍ୟବହୃତ ନହୁଅନ୍ତି, ଜଣେ ଗୁରୁ ସେ ବିଷୟରେ ଅତ୍ୟନ୍ତ ସାବଧାନ ହୋଇ ରହିଥିବ । କୌଣସି ସାଧନପ୍ରକ୍ରିୟାକୁ ସେ କଦାପି ଏକ ଯାନ୍ତ୍ରିକତାରେ ପକାଇ ଦେବନାହିଁ । ସେହି ଦିବ୍ୟ ଆଲୋକଟିର ଜାଗରଣ ଘଟାଇବା ଓ ଏକ ଦିବ୍ୟ ଶକ୍ତିକୁ କାର୍ଯ୍ୟକାରୀ କରାଇବା-ଜଣେ ଗୁରୁର ସେତିକି ହିଁ କାର୍ଯ୍ୟ ହୋଇ ରହିଥିବା ଉଚିତ । ସେତିକି କରିବା ପାଇଁ ସିଏ ନିଜେ କେବଳ ଏକ ସାଧନ ତଥା ସହାୟକ ହୋଇ ରହିଥିବ, ଗୋଟିଏ ଭୌତିକ ପଥ ଏବଂ ଏକ ମଧ୍ୟ୍ୟମାର୍ଗ ହୋଇ ରହିଥିବ ।

 

ଦିଆ ଯାଉଥିବା ଶିକ୍ଷା ଠାରୁ ଦୃଷ୍ଟାନ୍ତ ହେଉଛି ଅଧିକ ଶକ୍ତିଶାଳୀ; ମାତ୍ର, ଏହି କ୍ଷେତ୍ରରେ ବାହ୍ୟ କର୍ମଗୁଡ଼ିକ କେବେହେଲେ ଦୃଷ୍ଟାନ୍ତ ହୋଇ ରହିବେନାହିଁ । ବ୍ୟକ୍ତିଗତ ଚରିତ୍ର ମଧ୍ୟ୍ୟ ମାନଦଣ୍ଡ ହେବନାହିଁ । ସେହି କଥାଟି ହେଉଛି ସବୁଠାରୁ ଅଧିକ ମହତ୍ତ୍ୱତ୍ପୂର୍ଣ୍ଣ । ଏହି କ୍ଷେତ୍ରରେ ଏହି ସବୁଗୁଡ଼ିକର ଅବଶ୍ୟ ଗୋଟିଏ ଗୋଟିଏ ସ୍ଥାନ ରହିଛି, ଉପଯୋଗିତା ମଧ୍ୟ୍ୟ ରହିଛି । କିନ୍ତୁ, ଅନ୍ୟମାନଙ୍କ ମଧ୍ୟ୍ୟରେ ଯେଉଁ କଥାଟି ସବୁଠାରୁ ଅଧିକ ପରିମାଣରେ ଆସ୍ପୃହାଟିକୁ ଜାଗୃତ କରାଇ ଆଣିବ, ସେଇଟି ପ୍ରକୃତରେ ହେଉଛି ସର୍ବପ୍ରଧାନତଃ ଗୁରୁଙ୍କର ନିଜର ଦିବ୍ୟ ଉପଲବ୍ଧି, ଯାହାକି ତାଙ୍କ ଜୀବନରେ ସମ୍ଭବ ହୋଇଛି ଏବଂ ତାଙ୍କର ସମ୍ପୂର୍ଣ୍ଣ ଜୀବନଟିକୁ ପରିଚାଳିତ କରି ନେଉଛି, ତାଙ୍କର ଅନ୍ତର୍ଗତ ଜୀବନଟିକୁ ତିଆରି କରି ଆଣୁଛି ଓ ତାଙ୍କର ସକଳ କ୍ରିୟାକୁ ରୂପାୟିତ କରି ରଖିଛି । ବସ୍ତୁତଃ ସକଳ ସ୍ଥିତିରେ ସେଇଟି ହିଁ ମୂଳ ଉପାଦାନ, ସବୁଠାରୁ ଅଧିକ ଅନ୍ତର୍ମହତ୍ତ୍ୱ ରହିଥିବା ଉପାଦାନ । ଏଇଟି ବ୍ୟତୀତ ଆଉ ଯାହାକିଛି ରହିଲା, ତାହା ହେଉଛି ସଂପୃକ୍ତ ବ୍ୟକ୍ତିମନୁଷ୍ୟଟିର ଗୋଟିଏ ସମ୍ପଦ, ଏବଂ ପରିପାର୍ଶ୍ୱର ଘଟଣା । ଏହି ଗତିସଚଳ ଉପଲବ୍ଧିଟିକୁ ସାଧକ ମଧ୍ୟ୍ୟ ନିଶ୍ଚୟ ଅନୁଭବ କରିବ ଏବଂ ଆପଣାର ପ୍ରକୃତିଟି ଅନୁସାରେ ସେ ଆପଣା ଜୀବନରେ ମଧ୍ୟ୍ୟ ତାହାର ଏକ ରୂପାୟନ ଘଟାଇବ । ସେ ବାହାରୁ ଆଦୌ କିଛି ଅନୁକରଣ କରିବାର ଉଦ୍ୟମ କରିବନାହିଁ । ସେପରି ହେଲେ ତାହା ହୁଏତ ଏକ ବନ୍ଧ୍ୟାତ୍ଵର କାରଣ ହେବ, ଯଥାର୍ଥ ତଥା ସ୍ୱଭାବିକ ଭାବରେ କୌଣସି ଉଚିତ ଫଳ ଫଳାଇ ଆଣିବାର କ୍ଷେତ୍ରରେ ସମର୍ଥ ହୋଇ ପାରିବନାହିଁ ।

 

ପ୍ରଭାବ ଦୃଷ୍ଟାନ୍ତଠାରୁ ଆହୁରି ଅଧିକ ଶକ୍ତିଶାଳୀ । ଏଠାରେ ପ୍ରଭାବ କହିଲେ ଜଣେ ଗୁରୁଙ୍କର ବାହ୍ୟ କର୍ତ୍ତୃତ୍ୱକୁ ଆଦୌ ବୁଝାଇବ ନାହିଁ । ଶିକ୍ଷାର୍ଥୀ ଉପରେ ରହିଥିବା ତାଙ୍କର ସେଭଳି କୌଣସି କର୍ତ୍ତୃତ୍ୱକୁ ବୁଝାଉ ନଥିବ । ଗୁରୁଙ୍କର ସଂସ୍ପର୍ଶଟିର, ତାଙ୍କ ଉପସ୍ଥିତିର ମଧ୍ୟ୍ୟ ଏକ ପ୍ରଭାବ ରହିଥିବ; ତାଙ୍କ ଆତ୍ଜାର ଆଉଜଣେ ମନୁଷ୍ୟର ଆତ୍ଜା ସହିତ ଯେଉଁ ନୈକଟ୍ୟ, ସେଇଟିର ମଧ୍ୟ୍ୟ ପ୍ରଭାବ ରହିଥିବ । ସିଏ ସ୍ଵୟଂ ଯାହା ତଥା ଯେଉଁ ସମ୍ପଦଟିର ଅଧିକାରୀ, ସଂପୂର୍ଣ୍ଣ ନୀରବତା ମଧ୍ୟ୍ୟରେ ସିଏ ତା’ ମଧ୍ୟ୍ୟକୁ ସଞ୍ଚାରିତ କରି ଆଣି ପାରୁଥିବେ । ଜଣେ ଗୁରୁଙ୍କର ଏହାହିଁ ଉଚ୍ଚତମ ସଙ୍କେତ ହୋଇ ରହିଥିବ । କାରଣ, ସେହି ବୃହତ୍ତମ ପ୍ରଭୁ ମଧ୍ୟ୍ୟ ଆମ ବୁଝୁଥିବା ପରି କେବଳ ଜଣେ ଶିକ୍ଷାଦାତା ନୁହନ୍ତି, ତା'ଠାରୁ ଅନେକ ଅଧିକ ପରିମାଣରେ ସେ ହେଉଛନ୍ତି ଏକ ପରମ ଉପସ୍ଥିତି, ଯିଏକି ଏକ ଦିବ୍ୟ ଚେତନା ଏବଂ ତାହା ମଧ୍ୟ୍ୟରେ ରହିଥିବା ଆଲୋକ, ଶକ୍ତିମତ୍ତା, ଶୁଦ୍ଧତା ତଥା ଆନନ୍ଦମୟତାକୁ ତାଙ୍କ ଚତୁର୍ଦ୍ଦିଗରେ ରହିଥିବା ଗ୍ରହଣକ୍ଷମ ମାନଙ୍କ ମଧ୍ୟ୍ୟକୁ ଅଜାଡ଼ି ଦେବାରେ ଲାଗିଛନ୍ତି ।

 

ପୂର୍ଣ୍ଣ ଯୋଗର ଜଣେ ଶିକ୍ଷାଦାତାଙ୍କ ମଧ୍ୟ୍ୟରେ ଏପରି ଏକ ସଙ୍କେତ ମଧ୍ୟ୍ୟ ରହିବ ଯେ ସିଏ ଆମର ଏହି ସାଧାରଣ ମନୁଷ୍ୟସ୍ତରର ଦମ୍ଭଯୁକ୍ତ ଏବଂ ଆତ୍ଜଗୌରବ ପ୍ରଦର୍ଶନର ପଦ୍ଧତିରେ ଆପଣାକୁ ଜଣେ ଗୁରୁର ପଦରେ ଆସୀନ କରି ରଖିବାକୁ କୌଣସି ଉଦ୍ୟମ କରୁନଥିବେ । ଯଦି ତାଙ୍କର ଆଦୌ ଗୋଟିଏ କାର୍ଯ୍ୟ ରହିଥାଏ, ତେବେ ତାହା ଉର୍ଦ୍ଧ୍ୱରୁ ପ୍ରାପ୍ତ ଗୋଟିଏ ନିର୍ଭର ହୋଇ ରହିଥିବ ଏବଂ ସେ ସେଇଟିକୁ ସଞ୍ଚାରିତ କରି ଦେଉଥିବାର ମାର୍ଗଟିଏ ହୋଇ ରହିଥିବେ, ଏକ ବିତରଣ-ପାତ୍ର ଏବଂ ପ୍ରତିଭୂ ହୋଇ ରହିବେ । ଏପରି ଜଣେ ମନୁଷ୍ୟ ହୋଇ ରହିବେ ଯିଏକି ଆପଣାର ଭାଇମାନଙ୍କୁ ସାହାଯ୍ୟ କରୁଛି, ଜଣେ ପିଲାର ଭୂମିକାରେ ରହି ଅନ୍ୟ ପିଲାମାନଙ୍କୁ ବାଟ ଦେଖାଇ ନେଉଛି, ଏକ ସ୍ୱତନ୍ତ୍ର ଆଲୋକର ଭୂମିକାରେ ରହି ଅନ୍ୟ ଆଲୋକଗୁଡ଼ିକୁ ଆଲୋକିତ କରୁଛି, ଗୋଟିଏ ଜାଗୃତ ଆତ୍ଜା ଯିଏକି ଅନ୍ୟ ଆତ୍ଜାଗୁଡ଼ିକୁ ଆଲୋକିତ କରାଉଛି,–ଏବଂ, ଏକ ଉଚ୍ଚତମ ଅର୍ଥବୋଧରେ, ପରମ ଦିବ୍ୟ ସତ୍ତାଙ୍କର ଏପରି ଗୋଟିଏ ଶକ୍ତି ବା ଉପସ୍ଥିତି ଯିଏକି ସେହି ପରମଙ୍କର ଅନ୍ୟ ଶକ୍ତିମାନଙ୍କୁ ମଧ୍ୟ୍ୟ ଆପଣା ପାଖକୁ ଡାକିବାରେ ଲାଗିଛି ।

 

ଏହି ସହାୟକ ଗୁଡ଼ିକର ଅଧିକାରୀ ହୋଇଥିବା ଜଣେ ସାଧକ ନିଜର ଲକ୍ଷ୍ୟ ସମ୍ବନ୍ଧରେ ଅବଶ୍ୟ ନିଶ୍ଚିତ ରହିପାରିବ । ମଝିରେ ମଝିରେ ପତନର ସମ୍ମୁଖୀନ ହେବାକୁ ହୁଏତ ପଡ଼ୁଥିବ, ମାତ୍ର ତାହା ପୁଣି ଉଠି ପାରିବାର ହିଁ ଗୋଟିଏ ସାଧନ ହୋଇ ରହିଥିବ । ତା’ଲାଗି ମୃତ୍ୟୁ ମଧ୍ୟ୍ୟ ପରିପୂର୍ଣ୍ଣତା ଲାଭ କରିବାର ମାର୍ଗ ହେବ । କାରଣ, ଥରେ ଆପଣାର ଯଥାର୍ଥ ପଥଟିକୁ ଆସିଯାଇ ପାରିଲେ, ଜନ୍ମ ଏବଂ ମରଣ ତା’ ସତ୍ତାର ବିକାଶକ୍ରମରେ କେବଳ ଗୋଟିଏ ଗୋଟିଏ ପ୍ରକ୍ରିୟା ହୋଇ ରହିବେ, ତା’ ଯାତ୍ରାପଥର ନାନା ସୋପାନ ହୋଇ ରହିଥିବେ ।

 

ପ୍ରକିୟାଟି ଫଳପ୍ରଦାୟକ ହେବାରେ କାଳ ହେଉଛି ଅବଶିଷ୍ଟ ଗୋଟିଏ ସହାୟକ । ମନୁଷ୍ୟମାନଙ୍କର ଯାବତୀୟ ପ୍ରୟାସରେ କାଳ ଗୋଟିଏ ଶତ୍ରୁହୋଇ କାର୍ଯ୍ୟ କରିପାରେ, ଜଣେ ବନ୍ଧୁ ହୋଇ ମଧ୍ୟ୍ୟ କାର୍ଯ୍ୟ କରିପାରେ । କାଳ ପ୍ରତିରୋଧ କରେ, ଏକ ମାଧ୍ୟ୍ୟମ ଅଥବା ସାଧନ ହୋଇ ମଧ୍ୟ୍ୟ ରହିପାରେ । କିନ୍ତୁ ସର୍ବଦା ହିଁ ଏହା ବସ୍ତୁତଃ ଆତ୍ଜାର ସାଧନଟିଏ ହୋଇ ରହିଥାଏ ।

 

କାଳ କହିଲେ ପରିସ୍ଥିତି ଗୁଡ଼ିକର ଏକ କ୍ଷେତ୍ରକୁ ବୁଝାଉଥାଏ, ଏପରି ବହୁ ଶକ୍ତି କାର୍ଯ୍ୟକାରୀ ହେଉଥିବା ଏକ ସ୍ଥିତିକୁ ବୁଝାଏ, ଯେଉଁଟି ମଧ୍ୟ୍ୟରେ ନାନା ପ୍ରକାରର ଶକ୍ତି ଆସି ମିଳିତ ହୋଇଥାନ୍ତି ଓ ସେଥିରୁ ଏକ ଅଗ୍ରଗତିର ନିଷ୍କର୍ଷ ବାହାର କରି ଦେଉଥାନ୍ତି । ସେହି ଅଗ୍ରଗତିର ଏକ ଆକଳନ ମଧ୍ୟ୍ୟ ଲାଗି ରହିଥାଏ । କାଳ ଯାବତୀୟ ପ୍ରକାରର ଅହଂ ଲାଗି ପ୍ରତିରୋଧକର କାର୍ଯ୍ୟ କରେ, ଏକ ଉତ୍ପୀଡ଼ନକାରୀ ପରି ହୋଇ ରହିଥାଏ । ପରମ ଦିବ୍ୟସତ୍ତାଙ୍କ ହାତରେ ଗୋଟିଏ ସାଧନ ହୋଇ ରହିଥାଏ । ସେହି କାରଣରୁ ଆମର କୌଣସି ପ୍ରୟାସ ବ୍ୟକ୍ତିଗତ ହୋଇ ରହିଥିବା ପର୍ଯ୍ୟନ୍ତ କାଳ ତାହାର ପ୍ରତିରୋଧ କରୁଥିବା ପରି ହିଁ ମନେ ହୋଇଥାଏ କାରଣ ତାହା ସେତେବେଳେ ଆମ ନିଜ ଚେଷ୍ଟା ସହିତ ସଂଘାତ ଘଟାଉଥିବା ଶକ୍ତିଚୟର ସର୍ବବିଧ ବିରୋଧକୁ ଆଣି ଆମ ସମକ୍ଷରେ ଉପସ୍ଥାପିତ କରାଇବାରେ ଲାଗିଥାଏ । ଏବଂ, ଅନ୍ୟ ପକ୍ଷରେ ଯେତେବେଳେ ଦିବ୍ୟ କ୍ରିୟାଶୀଳତା ଏବଂ ବ୍ୟକ୍ତିଗତ ସକ୍ରିୟତା ଉଭୟେ ଆମ ଚେତନା ମଧ୍ୟ୍ୟରେ ଏକତ୍ର ଆସି ଯୋଡ଼ି ହୋଇ ଯାଆନ୍ତି, ସେତେବେଳେ କାଳ ଏକ ମାଧ୍ୟ୍ୟମରେ ଓ ଅନୁକୂଳତାରେ ପରିଣତ ହୋଇ ଯାଉଥିବା ପରି ମନେହୁଏ । ଉଭୟେ ଗୋଟିଏରେ ପରିଣତ ହୋଇଗଲେ ତାହା ଜଣେ ପରିକର ଏବଂ ଏକ ସାଧନରେ ପରିଣତ ହୋଇ ଯାଇଥିବା ପରି ହିଁ ପ୍ରତୀତ ହୁଏ ।

 

କାଳ ବିଷୟରେ ଜଣେ ସାଧକ ନିମନ୍ତେ ଯାହାକୁ ଏକ ଆଦର୍ଶସ୍ଥାନୀୟ ମନୋବୃତ୍ତି ବୋଲି କୁହାଯିବ, ତାହା ହେଉଛି ଯେ ସାଧକ ମଧ୍ୟ୍ୟରେ ସର୍ବଦା ଏକ ଅସୀମ ଧୈର୍ଯ୍ୟ ହିଁ ରହିଥିବ; ତା’ର ଅନୁଭବ ହେଉଥିବ, ସତେଯେପରି ପରିପୂର୍ଣ୍ଣତା ଲାଭ କରିବା ନିମନ୍ତେ ତା’ ପାଖରେ ଏକ ଅନନ୍ତ କାଳ ହିଁ ସର୍ବଦା ରହିଛି; ଏବଂ ତଥାପି ସେ ନିଜ ଭିତରେ ଏପରି ଏକ ଶକ୍ତିକୁ ବିକଶିତ କରାଇ ଆଣିବ, ଯାହାକି ଏହି ବର୍ତ୍ତମାନର କ୍ଷଣଗୁଡ଼ିକରେ ମଧ୍ୟ୍ୟ ଉପଲବ୍ଧିର ପ୍ରକ୍ରିୟାଟିରେ ତତ୍ପର ହୋଇ ରହିଥିବା ଏବଂ ତାହାରିଦ୍ୱାରା ହିଁ କ୍ରମୋତ୍ତର ଅଧିକରୁ ଅଧିକ ପରିମାଣରେ ଦକ୍ଷତା ଅର୍ଜନ କରି ଏବଂ ଅଧିକରୁ ଅଧିକ ବେଗଦ୍ୱାରା ପ୍ରେରିତ ହୋଇ ପରିଶେଷରେ ସେ ସେହି ଉଚ୍ଚତମ ଦିବ୍ୟ ରୂପାନ୍ତରକୁ ଲାଭ କରିଥିବାର ଅପୂର୍ବ ସହଜତାଟିର ଅଧିକାରୀ ହୋଇ ପାରିବ ।

 

ପାରମ୍ପରିକ ରୀତିର ଯେତେ ଯେତେ ଯୋଗସାଧନ,–ପୂର୍ଣ୍ଣଯୋଗର ଆବେଦନଟି ଯେ ତା’ଠାରୁ ଭିନ୍ନ ପ୍ରକାରର, ତାହା ଅବଶ୍ୟ ସଂପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇ ଯାଉଥିବ । ଦିଗ୍‌ବଳୟ ଗୁଡ଼ିକ ଅଲଗା, ଅର୍ଥାତ୍ ଆହ୍ୱାନଟି ଅଲଗା, ତେଣୁ ସାଧିବାର ବ୍ୟାକରଣମାନେ ମଧ୍ୟ୍ୟ ସେହି ଅନୁସାରେ ଅଲଗା । ସଂସାର ପ୍ରତି ବୈରାଗ୍ୟ ନୁହେଁ, । ତେଣୁ ସଂସାରବିମୁଖ ହୋଇ ଯେଉଁଭଳି ଏକ ଉପଲବ୍ଧିର ସାଧନା, ତାହାର ଦୈର୍ଘ୍ୟପ୍ରସ୍ଥ ଗୁଡ଼ିକ ମଧ୍ୟ୍ୟ ତଦନୁରୂପ ଅବଶ୍ୟ ହୋଇଥାନ୍ତା । ବସ୍ତୁତଃ ତାହାହିଁ ହୋଇଛି । ପୂର୍ଣ୍ଣାଙ୍ଗ ଯୋଗ କାର୍ଯ୍ୟତଃ ଗୋଟାସୁଦ୍ଧା ଏକ ଶ୍ରଦ୍ଧା ଉପରେ ହିଁ ପ୍ରତିଷ୍ଠିତ ହୋଇ ରହିଛି । ଜୀବନ ପ୍ରତି ଶ୍ରଦ୍ଧା, ପୃଥିବୀ ନିମନ୍ତେ ଶ୍ରଦ୍ଧା, ଏବଂ ସେହି ସବୁର ଆଦିମୂଳ ସ୍ୱରୂପ ସେହି ପରମଦିବ୍ୟ ସତ୍ୟ ଅର୍ଥାତ୍‌ ଈଶ୍ୱରଙ୍କ ଲାଗି ଶ୍ରଦ୍ଧା । ସେହି ସତ୍ୟ ବହୁ ଗମ୍ଭୀର ସିଦ୍ଧାନ୍ତର ଛାଞ୍ଚଟାକୁ ମାନି ଆମ କଳ୍ପନାଗୁଡ଼ିକର ଆକଟରେ ଆଉ କେଉଁଠି କେତେ ଉଚ୍ଚ ହୋଇ ରହିଥିଲା । ଏତେ ତଳେ ପଡ଼ି ରହି ଥିବାରୁ ମନୁଷ୍ୟମାନେ ନାନା ଧର୍ମୀୟ ଅଳ୍ପାୟତନତା ମଧ୍ୟ୍ୟରେ ନିତାନ୍ତ ପ୍ରସୀମିତ ହୋଇ ରହିଥିଲେ । ସେହି ସବୁକିଛିର ଭୂମି ଉପରେ ଛିଡ଼ା ହୋଇ ଏକ ଅନ୍ୟ ସମ୍ମତି ଦ୍ୱାରା ଆପଣାକୁ ଶକ୍ତିମନ୍ତ ଏବଂ ସକାରାତ୍ଜକ କରିଆଣିବାର ଏକ ଯୋଗ ସଂପୂର୍ଣ୍ଣ ଭାବରେ ଅନ୍ୟପ୍ରକାରର ହେବ ହିଁ ହେବ । ଚେତନା ବଦଳିବ ଅର୍ଥାତ୍ ସଂପ୍ରସାରିତ ହେବ, ଅଧ୍ୟ୍ୟାତ୍ଜ-ସାଧନା ଅଧିକ ସଂପୂର୍ଣ୍ଣ ଭାବରେ ଜୀବନଭୂମିଟିର ନିକଟ ହୋଇ ଆସିବା ସଙ୍ଗେ ସଙ୍ଗେ ଈଶ୍ୱର ଏହିଠାରେ-ପ୍ରତ୍ୟକ୍ଷ ହେବେ; ମୋ ଭିତରେ, ତୁମ ଭିତରେ ଓ ପ୍ରତ୍ୟେକଙ୍କ ଭିତରେ ପ୍ରତ୍ୟକ୍ଷ ହେବେ । ସେହି ବିଶ୍ୱାସ ତଥା ବିଶ୍ୱାସରୁ ଜାତ ସାହସଟି ହେଉଛି ପୂର୍ଣ୍ଣଯୋଗର ସାହସ । ଜଣେ ଯୋଗୀ ହୋଇ ପାରିବା ଲାଗି ଜ୍ଞାନ, ଭକ୍ତି ଏବଂ କର୍ମକୁ ମାଧ୍ୟ୍ୟମ କରି ଯେଉଁ ଅଭିନବ ଯୁକ୍ତ ହେବାର ଜୀବନସାଧନା, ତାହା ହେଉଛି ପୂର୍ଣ୍ଣାଙ୍ଗ ଯୋଗର ସାଧନା । ଏଥିରେ ଶିଖରଟି ଅଲଗା, ପାଦଦେଶର ଭୂମିଟି ମଧ୍ୟ୍ୟ ଅଲଗା । ଏବଂ, ସେହି କାରଣରୁ ସହାୟକ ଗୁଡ଼ିକ ମଧ୍ୟ୍ୟ ନ୍ୟାୟତଃ ଅଲଗା ।

 

ପୂର୍ଣ୍ଣାଙ୍ଗ ଯୋଗ ସଂପୂର୍ଣ୍ଣ ଭାବରେ ଏକ ଇତିବାଚକ ଅନ୍ୟ ଆହ୍ୱାନ । ଚତୁର୍ଦ୍ଦିଗରେ ଭଳି ଭଳି ନେତିବାଚକତା ଭଣ ଭଣ ହେବାରେ ଲାଗିଥିଲେ ମଧ୍ୟ୍ୟ ତଥାପି ଆପଣା ଭିତରୁ ଓ ପୃଥିବୀରୁ ଭରସା ପାଇ ଯୁକ୍ତ ହୋଇ ଏକ ଜୀବନ ବଞ୍ଚିବା ଏବଂ ତାହାରି ମାଧ୍ୟ୍ୟମରେ ଏକ ପୂର୍ଣ୍ଣଯୁକ୍ତ ପୃଥ୍ୱୀଜୀବନ ଆଡ଼କୁ ବାଟଟିଏ ବାହାର କରି ଅଗ୍ରସର ହେଉଥିବା । ଯାବତୀୟ ଅର୍ଥରେ ଏକ ସମନ୍ୱୟାତ୍ଜକ ସଚଳତା । ସମଗ୍ରତାର ଏକ ଅନ୍ୟ ଦୃଷ୍ଟିର ସାହାଯ୍ୟରେ ସେହି ସମନ୍ୱୟବାଚୀ ପୂର୍ଣ୍ଣ ଗ୍ରହଣଶୀଳତା । ଅତୀତର ମାର୍ଗମାନେ ଓ ମାର୍ଗୀମାନେ ସମୁଚିତ ଭାବରେ ଗ୍ରହଣଶୀଳ ହୋଇ ପାରିଲେନାହିଁ ବୋଲି ଗୋଟିଏ ଗୋଟିଏ ଦ୍ୱୀପରେ ବିଭାଜିତ ହୋଇ ରହିଲେ କି ? ପରମ ଈଶ୍ୱରସତ୍ୟ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ପକାଇଲେ ଏବଂ ଅଯୁକ୍ତ ହୋଇ ରହିଲେ । ସେହି ଅଯୁକ୍ତ ହୋଇ ରହିବା, ସମ୍ଭବତଃ ତାହାହିଁ ହେଉଛି ଏକମାତ୍ର ନାସ୍ତିକତା । ଏକ ପୂର୍ଣ୍ଣ ଆଖିରେ ଦେଖିବାକୁ ସମର୍ଥ ହେଲେ ମୁଁ ଖୁବ୍‌ ସ୍ପଷ୍ଟ ଓ ସିଧା ଭାବରେ ଦେଖିପାରିବି ଯେ, ମୁଁ ନିଜ ଭିତରେ ଈଶ୍ୱରଙ୍କୁ ଦେଖିପାରୁଛି ଏବଂ ତାଙ୍କୁ ବଞ୍ଚି ପାରିବା ଲାଗି ପ୍ରେରଣାଟିଏ ପାଉଛି, କାରଣ ସେହି ଈଶ୍ୱର ହିଁ ଖିଅଟିଏ ହୋଇ ପୂରା ପୃଥିବୀକୁ ଯୁକ୍ତ କରି ରଖିଛନ୍ତି । ସେହି ଖିଅଟିକୁ ସକଳ ଅର୍ଥରେ ଅନୁଭବ କରି ପାରିବାର ଯେଉଁସାଧନା, ତାହା ହେଉଛି ପୂର୍ଣ୍ଣାଙ୍ଗ ଯୋଗର ସାଧନା । ଏକ ଈଶ୍ୱରୀୟ ପୂର୍ଣ୍ଣ ସମଞ୍ଜସତାର ଆସ୍ପୃହା । ତେଣୁ, ଆଦୌ ଏକ ନିରୋଧ ନୁହେଁ, ସକଳ ଅର୍ଥରେ ଏକ ନୈକଟ୍ୟ । ଯାବତୀୟ ଅନ୍ୟମନସ୍କତାରୁ ଏକ ଇତିବାଚକ ପ୍ରତ୍ୟାବର୍ତ୍ତନ,–ହଁ, ଏକ ଗୃହପ୍ରବେଶ ।

Image

 

ଶେଷ ଅଧ୍ୟାୟ

ସମସ୍ତ ଜୀବନ ହିଁ ଯୋଗ ଏବଂ ଯୋଗ ହିଁ ସମସ୍ତ ଜୀବନ

 

ଯୋଗ-ସାଧନାର ସମଗ୍ର କ୍ଷେତ୍ରଟି ଲାଗି ପ୍ରକୃତରେ ଏକ ଦୁର୍ଯ୍ୟୋଗ ଯେ ଏଥିରେ କାଳକ୍ରମେ ଉତ୍ସାହୀ ଏବଂ ଅନୁରାଗୀମାନେ ଅସଲ ଆସ୍ପୃହାଗୁଡ଼ିକୁ ଗୌଣ କରି ପକାଇଲେ ଓ ମାର୍ଗମାନଙ୍କୁ ଆଗ ଦେଖିଲେ । ସବାଆଗ ଗୋଟିଏ ଗୋଟିଏ ପ୍ରକାରର ମାର୍ଗୀ ହେଲେ । ମାର୍ଗ ଅନୁସାରେ ଯାବତୀୟ ନିରୂପଣ, ସୂତ୍ର ଓ ସୂତ୍ରାୟନ । ସେହି ଅନୁସାରେ ଶାସ୍ତ୍ର ଓ ସେହି ଅନୁସାରେ ଅଳ୍ପ ବା ବହୁତ ପରିମାଣରେ ଗୁରୁଗଣ; ପେଣ୍ଠ, ପୀଠ ଓ ମଠଗୁଡ଼ିକ । ଏବଂ ସେଇଥିରୁ ବିବାଦ । ଏକ ଅତିରିକ୍ତ ଭେଦ-ସଚେତନତାରୁ ବିଭେଦଗୁଡ଼ିକ ନିମନ୍ତେ ଯାବତୀୟ ଅନୁକୂଳତା । ଯାବତୀୟ ସାଧନାର ମୂଳରେ ନ୍ୟାୟତଃ ଏକ ଆସ୍ପୃହା ହିଁ ରହିଥାଏ, ଆଗରେ ଦିଗ୍‌ବଳୟଟି ଉପରେ ସତେଅବା ଗୋଟିଏ ମନ୍ଦିରଚୂଡ଼ା ଦୃଶ୍ୟ ହେବାକୁ ଆରମ୍ଭ କରେ ଏବଂ ଜଣେ ଅନୁରାଗୀ ଜୀବନ-ବିଧାତାଙ୍କର ବରାଦ ଅନୁସାରେ ଚୂଡାଟି ଘୁଞ୍ଚି ଘୁଞ୍ଚି ଯାଉଥାଏ । ସାଧନାରତ ମନୁଷ୍ୟଟିଏ ଆଗକୁ ଆଗକୁ ଯିବାରେ ଲାଗିଥାଏ ବୋଲି ଚୂଡ଼ାଟି ଘୁଞ୍ଚି ଘୁଞ୍ଚି ଯାଉଥାଏ ଅଥବା ଚୂଡ଼ାଟି ଘୁଞ୍ଚି ଘୁଞ୍ଚି ଯାଉଥିବାରୁ ସାଧକଟିଏ ଆଗକୁ ଆଗକୁ ଯାଉଥାଏ, ସେକଥା କେହି ଗଣିତ କରି କହି ପାରିବନାହିଁ-। ଏକ ସତତ ଆସ୍ପୃହାରେ ଜୀବନ ବଞ୍ଚିବା,–ତାହାହିଁ ଯୋଗ । ଯାବତୀୟ ଜୀବନ ବଞ୍ଚିବା ହେଉଛି ଏହି ପୃଥିବୀରେ । ଏହି ପୃଥିବୀଟିକୁ ଅନ୍ଦାଜ କରି ହିଁ ଆମ ଜୀବନରେ ସର୍ବବିଧ ଆରୋହଣ ଓ ସଂପ୍ରସାରଣ । ଶିଖର ମାନଙ୍କରେ ପାଦଦେଶଟି ହେଉଛି ଆମର ଏହି ପୃଥିବୀ ଏବଂ ପୃଥିବୀ ମଧ୍ୟ୍ୟରେ ବାସ କରୁଥିବା ଆମେ ପ୍ରତ୍ୟେକେ । ଆମ ଭିତରେ ମଧ୍ୟ୍ୟ ଶିଖରଗୁଡ଼ିକର ସୋଦରଧର୍ମୀ ହୋଇ ନିଶ୍ଚୟ କ’ଣଟିଏ ରହିଥାଏ, ଯାହାକି ଆମ ଆସ୍ପୃହାଗୁଡ଼ିକୁ ଆକାର ଆଣିଦିଏ ଓ ଉଜ୍ଜୀବିତ କରିଆଣେ । ଏବଂ ଆମେ ଅଧିକ ଶ୍ରଦ୍ଧାଶୀଳ ହେଉଥିବା ସହିତ ଆମ ପୃଥିବୀନାମକ ନକ୍ସାଟି ମଧ୍ୟ୍ୟ ବଢ଼ିବାରେ-ଲାଗିଥାଏ ।

 

ଆମ ଭାଷାରେ ‘ସତ୍’ ଶବ୍ଦଟିର ଉତ୍ପତ୍ତିଟି ଯେପରି, ସେହି ଦୃଷ୍ଟିରୁ ବିଚାର କରି ଦେଖିଲେ ସନ୍ନ୍ୟାସ ନାମକ ସେହି ଅନ୍ୟ ଶବ୍ଦଟି କେବେଠାରୁ କେଉଁ ଦୁର୍ଭାଗ୍ୟ ହେତୁ ଯେ ଏକ ସଂସାରତ୍ୟାଗକୁ ବୁଝାଇବାକୁ ଆରମ୍ଭ କଲା, ସେକଥାଟିକୁ ଆଦୌ ବୁଝି ହୁଏନାହିଁ । ଏକ ସଂସାର-ବିମୁଖତା ହେତୁହିଁ ସଂସାରତ୍ୟାଗ । ଏକ ଅଧିକ ବାସ୍ତବ ଅର୍ଥରେ ଏହି ବୃହତ୍ତର ପୃଥିବୀରେ ହିଁ ନିଜ ଲାଗି ଏକ ସ୍ଵତନ୍ତ୍ର ପୃଥିବୀର ନିର୍ମାଣ,–ବୃହତ୍ତର ଆକାଶ ତଥା ବିସ୍ତାରଗୁଡ଼ିକୁ ଛାଡ଼ି ଏକ ମିଛ ଗୁହାବାସ । ସେହିପରି କୌଣସି ଚକ୍ରାନ୍ତକୁ ମନ କରି ଯୋଗର ସାଧନା ମଧ୍ୟ୍ୟ ପୃଥିବୀକୁ ଛାଡ଼ି ସ୍ୱତନ୍ତ୍ର ଭାବରେ ଆଉକିଛିକୁ ମନ କରିଥିଲା କି ? ତାହା ପ୍ରାୟ ଏକ ବ୍ୟକ୍ତିକ୍ଷେତ୍ରୀୟ ଅଧ୍ୟ୍ୟବସାୟରେ ପରିଣତ ହେଲା, ବିମୋଚନ କହିଲେ ଅଧିକତର ଅର୍ଥରେ ଏକ ପଳାୟନକୁ ବୁଝାଇଲା । ଭାରତବର୍ଷ ଯୋଗୀମାନଙ୍କର ଦେଶ ବୋଲି ଉତ୍ସୁକମାନେ ଏଠାରେ ସେହି ଏକାନ୍ତମାନଙ୍କୁ ଦେଖିବାକୁ ଏଠାକୁ ଆସିଲେ । ସେହିପରି ଏକ ପରମ୍ପରା ବିଷୟରେ ସଚେତନ ହୋଇ ପୂର୍ଣ୍ଣ ଯୋଗ ସମସ୍ତ ଜୀବନକୁ ଯୋଗ ବୋଲି ଘୋଷଣା କରିଛି । ଜୀବନକୁ ଖଣ୍ଡ ଖଣ୍ଡ କରି ବଞ୍ଚିବା ଆଦୌ ଜୀବନ ନୁହେଁ ଅଥବା ଧର୍ମର ଅନୁଶୀଳନ କହିଲେ କେତେକ ନିର୍ଦ୍ଧାରିତ ଅବସରରେ କେତେଟା ବିଶେଷ ସଂସ୍କାରକୁ ପାଳନ କରିବାକୁ ମଧ୍ୟ୍ୟ ବୁଝାଇବା ଉଚିତ ନୁହେଁ । ନାନା ପ୍ରୟୋଜନବାଦୀ ବିଭାଜନରେ ବିକାରଯୁକ୍ତ ହୋଇ ରହିଥିବା ସର୍ବବିଧ ପ୍ରୟାସ କେବେହେଲେ ଅଧ୍ୟ୍ୟାତ୍ଜ ନୁହେଁ । ଆମ ଜୀବନଗୁଡ଼ିକର ଉଚିତ ସମ୍ମାର୍ଜନାକୁ ମାଧ୍ୟ୍ୟମ କରି ଆମ ଯାବତୀୟ ପାରସ୍ପରିକତାର ଏହି ପୃଥିବୀଟିକୁ ଗଠନ କରି ଆଣିବା ଏବଂ ବଞ୍ଚିବା, ତାହାହିଁ ଆମ ସାଧନାର ପୂର୍ଣ୍ଣ ଲକ୍ଷ୍ୟ ହୋଇ ରହିବ ।

 

ପାରମ୍ପରିକ ସକଳ ବିରୋଧକୁ ଛାଡ଼ି ଆମେ ନୈକଟ୍ୟଗୁଡ଼ିକର ଯୋଗ୍ୟ ହେବା । ନିକଟ ହୋଇ ଆସିବାଦ୍ୱାରା ହିଁ ତ ଆମେ ପରସ୍ପରକୁ ଏକ ଈଶ୍ୱରୀୟ ଆତ୍ଜୀୟତା ଦେଇ ଆବିଷ୍କାର କରିପାରିବା । ସନ୍ତକଗୁଡ଼ିକୁ ଅସ୍ୱୀକାର କରି ସତ୍ୟର ଆବିଷ୍କାର କରିବା । ଏହି ପୃଥିବୀ ଉପରେ ଆମେ ବଞ୍ଚୁଥିବା ଜୀବନଟି ତୁଚ୍ଛା ସନ୍ତକଗୁଡ଼ାକ ଦ୍ଵାରା ନାନାଭାବେ ଦରିଦ୍ର ହୋଇ ରହିଛି । ସେହି ଦରିଦ୍ରତାଗୁଡ଼ିକ ମନୁଷ୍ୟମାନଙ୍କୁ ବହୁ ଥାକରେ ବିଭକ୍ତ କରି ରଖିଛନ୍ତି । ନ୍ୟସ୍ତସ୍ୱାର୍ଥମାନେ ରଜା ବନିଛନ୍ତି ଏବଂ ଏହି ପୃଥ୍ୱୀଜୀବନକୁ ଈଶ୍ୱରୀୟ ଯାବତୀୟ ସମ୍ଭାବନା ମଧ୍ୟ୍ୟରୁ ବାହାର କରିନେବାର ବାର ଫିସାଦ କରୁଛନ୍ତି । ସେମାନେ ଆମ ଧର୍ମଗୁଡ଼ାକୁ ମଧ୍ୟ୍ୟ କଳାହୀନ କରିଛନ୍ତି । ଆମର ଅର୍ଥନୀତି, ରାଜନୀତି ତଥା ସମାଜନୀତି ମଧ୍ୟ୍ୟରୁ ହୃଦୟଗୁଡ଼ିକୁ ବାହାର କରି ନେଇଛନ୍ତି । ହୃଦୟ ନାହିଁ, ତେଣୁ ଅଧ୍ୟ୍ୟାତ୍ଜ ପୁଣି କୁଆଡ଼ୁ ଆସନ୍ତା ? ପୂର୍ଣ୍ଣଯୋଗ ହେଉଛି । ପରିପୂର୍ଣ୍ଣ ଅର୍ଥରେ ହୃଦୟର ଗୋଟିଏ ଯୋଗ, ଯାହା ଜୀବନର କୌଣସି ଗୋଟିଏ ଆୟତନକୁ ମଧ୍ୟ୍ୟ ପାସୋରି ଦିଏନାହିଁ । ଏହି ସମଗ୍ର ପୃଥିବୀକୁ ହିଁ ଯେପରି ଆମର ଆଖିଗୁଡ଼ିକ ପାଇ ପାରୁଥିବ, ସେଥିଲାଗି ତାହା ଜାଗରୁକ ହୋଇ ରହିଥାଏ । ଜୀବନ ସହିତ ଏକ ପରିପୂର୍ଣ୍ଣ ସଖ୍ୟର ଶ୍ରଦ୍ଧାଦ୍ୱାରା ସମଗ୍ର ପୃଥିବୀ ସହିତ ଯୁକ୍ତ ହୋଇ ରହିବାର ଆସ୍ପୃହା କରେ । ଭଗବାନଙ୍କୁ ଏକ ପ୍ରଶସ୍ତତର ଓ ଆହୁରି ପ୍ରଶସ୍ତତର ସଂଜ୍ଞା ଦେଇ ବଞ୍ଚିବାର ସ୍ପର୍ଦ୍ଧା ରଖିଥାଏ । କହିଲ ବନ୍ଧୁ, ଆମେ ଭଗବାନଙ୍କୁ ମଧ୍ୟ୍ୟ ଆମ କଳ୍ପନା ଭିତରେ ରହିଥିବା ସେହି ପରିପୂର୍ଣ୍ଣତାର ଔଜ୍ଜ୍ୱଲ୍ୟଟି ବ୍ୟତୀତ ପ୍ରକୃତରେ ଆଉ କ’ଣ ବୋଲି କହିପାରିବା ! ମାର୍ଗୀମାନେ ମାର୍ଗକୁ ଦେଖନ୍ତି, ମାର୍ଗଟାକୁ ଆପଣାର ସାଧନାଠାରୁ ସମ୍ଭବତଃ ଅଧିକ ମହତ୍ତ୍ୱ ଦେଇ ଦେଖନ୍ତି । ସେମାନେ ଯେତିକି ଯାଏ ଯାଇଥାନ୍ତି, ସେତିକିକୁ ସତେଅବା ସଂପୂର୍ଣ୍ଣ ପରିପୂର୍ଣ୍ଣ ବୋଲି ଧରି ନେଇଥାନ୍ତି ବୋଲି ସେପରି କରନ୍ତି କି ? ସେତିକି ବଞ୍ଚନ୍ତି, ତେଣୁ ସେତିକି ହୋଇ ରହିଥାନ୍ତି ।

 

ବିବର୍ତ୍ତନର ନିୟତିଟି ଅନୁସାରେ ବିବର୍ତ୍ତନ ମଧ୍ୟ୍ୟରେ ନିୟତ ରହିଥିବା ଆମ ମନୁଷ୍ୟମାନଙ୍କର ମଧ୍ୟ୍ୟ ତିନୋଟି ଅଙ୍ଗ,–ଆମର ଦେହ, ଆମର ପ୍ରାଣ ଏବଂ ଆମର ମନ । ଏହି ତିନୋଟି ଭିତରେ କେଉଁଟି ଉର୍ଦ୍ଧ୍ୱରେ ଏବଂ କେଉଁଟି ନିମ୍ନରେ, କେଉଁଟି ଆଗ, ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଓ କେଉଁଟି ସେହି କାରଣରୁ ପଛ ଓ କମ୍ ମହତ୍ତ୍ୱପୂର୍ଣ୍ଣ ? ଦେହ ଆମ ଅସ୍ତିତ୍ୱ-ଘରଟିର ମୂଳଦୁଆ ପକାଇଦିଏ । ପ୍ରାଣ ଯାବତୀୟ ଶକ୍ତିର ସଞ୍ଚାର କରେ ଓ ମନ ଆମର ଅନ୍ଦାଜଗୁଡ଼ିକୁ ଆଖି ଆଣିଦିଏ । ଆମେ ଯେ ଆଦୌ କୌଣସି ପ୍ରକାରେ ଏକାକୀ ନୋହୁ, ମନ ଆମକୁ ସେହିପରି ଏକ ପୃଥ୍ୱୀପ୍ରତ୍ୟୟ ଆଣି ଯୋଗାଇଦିଏ । ଯେଉଁଠାରେ ଛୁଇଁ ଦେଉଥିଲେ ମଧ୍ୟ୍ୟ ତିନୋଟିଯାକ ଅବଶ୍ୟ ଥାଆନ୍ତି । ତିନୋଟିଯାକ ହିଁ ଆମକୁ କେଡ଼େ ସ୍ପଷ୍ଟ ଭାବରେ ଅନୁଭବ କରିବାରେ ସମର୍ଥ କରାଇ ଦିଅନ୍ତି ଯେ ଏହି ତିନୋଟି ସେପାଖରେ ଆହୁରି ଅନେକ ଅନେକ ସମ୍ପଦ ରହିଛି, ଯେଉଁମାନେ କି ଆମର ଆବିଷ୍କାର ଲାଗି ଅପେକ୍ଷା କରି ରହିଛନ୍ତି । ଆମେ ଯେତେ ପର୍ଯ୍ୟନ୍ତ ଯାଇ ପାରିବା ଅର୍ଥାତ୍ ଆସ୍ପୃହା ରଖି ପାରିବା, ସେତେଯାଏ ଆବିଷ୍କାର କରି ପାରୁଥିବା । ଆମ ନିଜ ଭିତରକୁ ତଥା ଆମକୁ କେତେ କେତେ ସକାରାତ୍ଜକତାରେ ସମ୍ଭାରି ଧରିଥିବା ଏହି ପୃଥିବୀ ମଧ୍ୟ୍ୟକୁ । ଏହିପରି ଏକ ଏକାତ୍ଜକତାର ସହଜ ଛନ୍ଦ ମଧ୍ୟ୍ୟରେ ଜୀବନ ବଞ୍ଚିବା, ତାହାହିଁ ହେଉଛି ଚେତନା । ଏକାତ୍ଜକତାର ଏକ ସାହସୀ ସତତ ଯାତ୍ରା । ସେହି ଯାତ୍ରାର ଏକ ସ୍ଵାଭାବିକ ଗତିକ୍ରମରେ ଆମ ଆତ୍ଜଚେତନା, ବିଶ୍ୱଚେତନା ତଥା ଈଶ୍ୱରଚେତନା । ଆମ ଏକାତ୍ମକତାର ବାଡ଼ଟି ଅନୁସାରେ ଆମର ସର୍ବବିଧ ଆତ୍ଜଚେତନା, ବିଶ୍ୱଚେତନା ଓ ଈଶ୍ୱରଚେତନା ।

 

ଯୋଗ ଆପଣାର ଭିନ୍ନ ଭିନ୍ନ କିସମ ବାହାରକୁ ଚିହ୍ନଟ କରି ରଖିବାକୁ ଏଇଟି କିମ୍ବା ସେଇଟି ଉପରେ ପ୍ରଧାନତା ଦେଉଥିଲେ ମଧ୍ୟ୍ୟ ଧର୍ମତଃ ସେହି ସମନ୍ୱିତ ଗୋଟିଏ ଆସ୍ପୃହାରେ ହିଁ ନିଜକୁ ଉଦ୍‍ବୁଦ୍ଧ କରି ରଖିଥାଏ । ସେଇଟି ହେଉଛି ଆମର ଯୁକ୍ତ ହେବାର ସେହି ମୂଳଭୂତ ଆସ୍ପୃହା-। ହଠଯୋଗ ଆପଣାର ଯାବତୀୟ ସାଧନାଙ୍ଗର ମାଧ୍ୟ୍ୟମରେ ସେହି ଯୁକ୍ତ ହେବାର ଏକ ପ୍ରୟୋଜନ ଦ୍ଵାରା ଆକର୍ଷିତ ହେବାରେ ଲାଗିଥାଏ । ଦେହକୁ ନେଇ ପୂର୍ଣ୍ଣ ତତ୍ପର ହୋଇ ରହିଥାଏ । ଏକନିଷ୍ଠ ହୋଇ ରହିଥାଏ । ଏବଂ ରାଜଯୋଗ ମନକୁ କ୍ଷେତ୍ରରୂପେ ଗ୍ରହଣ କରେ ଏବଂ ଆପଣାର ସାରଣୀଟି ମଧ୍ୟ୍ୟରେ ହଠଯୋଗର କିଛି ସାଧନକୁ ସ୍ୱୀକାର କରୁଥାଏ । ଆଉ କେହି ଜ୍ଞାନରେ ଥାଏ, କେହି ଭକ୍ତିରେ ଏବଂ ଆଉ କେହି କର୍ମରେ । କିନ୍ତୁ ଯିଏ ଯେଉଁଟିରେ ଥାଉ ଓ ଯେଉଁଟିରୁ ଆରମ୍ଭ କରିଥାଉ ପଛକେ, ଗ୍ରହଣଦ୍ଵାରମାନେ କୌଣସି ପ୍ରକାରେ ବିକୃତିଯୁକ୍ତ ହୋଇ ନପଡ଼ିବାଯାଏ, ସିଏ କେଉଁ ମୁହୂର୍ତ୍ତରୁ ଯେ ଅନ୍ୟଗୁଡ଼ିକ ମଧ୍ୟ୍ୟକୁ ଚହଲିପଡ଼େ, ସେକଥା ସିଏ ଆପେ ମଧ୍ୟ୍ୟ ଠଉରାଇ ପାରେନାହିଁ । ଜାତି ହରାଇ ପାରିଲେ ଯାଇ ଆମ ସାଧନାରେ ଅନ୍ତରସ୍ଥ ଅସଲ ମର୍ଯ୍ୟାଦାଟି ଅକ୍ଷୁର୍ଣ୍ଣ ହୋଇ ରହିପାରେ । ଅପର ପକ୍ଷରେ, ଯେଉଁମାନେ କେବଳ ଏଇଟିରେ କିମ୍ବା ସେଇଟିରେ ପୂର୍ଣ୍ଣ ନିଷ୍ଠାରେ ରହିଛନ୍ତି ବୋଲି ଦାବୀ କରନ୍ତି, ସେମାନେ ଖୁବ୍‌ସମ୍ଭବ ସେମାନଙ୍କର ସେହି ଖାସ୍‌ଟିରେ ମଧ୍ୟ୍ୟ ନଥାନ୍ତି । ଯେଉଁମାନେ ଗୋଟାସୁଦ୍ଧା ଆପଣାର ଖାସ୍ ଧର୍ମଟିରେ ରହିଛନ୍ତି ଓ ଅନ୍ୟ କୌଣସି ଧର୍ମରେ ନାହାନ୍ତି ବୋଲି ଖୁବ୍‌ ଟାଣ ହୋଇ ଘୋଷଣା କରୁଥାନ୍ତି ଏବଂ ବସ୍ତୁତଃ ସେପରି କୌଣସି ଧର୍ମରେ ହିଁ ନଥାନ୍ତି, ଯୋଗସାଧନାର କ୍ଷେତ୍ରରେ ମଧ୍ୟ୍ୟ ଅନେକ ସମୟରେ ସେହିପରି କିଛି ଘଟିଥାଏ କି ?

 

ପୂର୍ଣ୍ଣଯୋଗର ମେଦିନୀଟିରେ ସମଗ୍ର ଜୀବନ ହେଉଛି ଯୋଗ । ଜୀବନଟି ଆଗ, ମାର୍ଗଟି ପଛ । ଜୀବନ ଅର୍ଥାତ୍‌ ବାଟଟିଏ ଚାଲିବା । ପୂର୍ଣ୍ଣ ସମର୍ପିତ ଏକ ଅନ୍ତରଙ୍ଗତାରେ ବାଟଟିଏ ଚାଲିବା । ଏହି ପୃଥିବୀରେ ଆପଣାର ଦୃଷ୍ଟିଗୁଡ଼ିକୁ ଅର୍ଥାତ୍ ଶ୍ରଦ୍ଧାଗୁଡ଼ିକୁ ପ୍ରଶସ୍ତ କରିଦେଲେ ଯେଉଁ ବାଟଟି ଦୃଷ୍ଟିଗୋଚର ହୋଇ ଆସେ, ସେହି ବାଟଟିକୁ ଚାଲି ପାରିବା । ଏହି ପୃଥିବୀରେ ବସ୍ତୁତଃ କେଉଁଠି କ'ଣ ରହିଛି, ଯାହାକି ମୋ’ର ଅର୍ଥାତ୍ ଆମ ପ୍ରତ୍ୟେକଙ୍କର ଜ୍ଞାନ, ଭକ୍ତି ତଥା କର୍ମକୁ ଅପେକ୍ଷା ରଖିନାହିଁ ଏବଂ ଭଳି ଭଳି ଆହ୍ୱାନର ପ୍ରଚୋଦନା ସହିତ ମୋ’ ଆଗରେ ଆସି ଛିଡ଼ା ହୋଇନାହିଁ । ଜଣେ ସାଧକ ଅର୍ଥାତ୍ ଯୋଗଯୁକ୍ତ ଚକ୍ଷୁସମ୍ପନ୍ନ ମନୁଷ୍ୟର ବିବେକରୂପୀ ବିସ୍ତାରଟି ସହିତ ଦେଖିବାକୁ ଆରମ୍ଭ କଲେ ତା’ପରେ ଏଠି ଆଉ ପ୍ରକୃତରେ କ’ଣ ରହିବ, ଯାହାକୁ କି ମୁଁ ଅତ୍ୟୁତ୍ସାହିତ ହୋଇ କେବଳ ମୋ’ର ବୋଲି କହିପାରିବି ଏବଂ ତେଣୁ ଆଉ ସବୁକିଛିକୁ ପୃଥିବୀର ବୋଲି କହିପାରିବି ? ଏକ ସୁସ୍ଥ ଅନ୍ତସ୍କରଣର ଚେତନାରେ ସତକୁ ସତ ଏପରି ଈଶ୍ୱରଟିଏ, ସତ୍ୟଟିଏ ଅର୍ଥାତ୍ ପାଥେୟଟିଏ କ’ଣ ଥିବ ଯାହାଦ୍ୱାରା ପ୍ରଭାବିତ ହୋଇ ତାହା କେବଳ ମୋ’ର ବୋଲି କହିବାକୁ ମନ କରିବା ଏବଂ ସେଇ ଅନ୍ୟଟି ପୃଥିବୀର ବୋଲି ଆଡ଼େଇ ଦେବ ଏବଂ ଆଡ଼େଇଦେବାରେ ଲାଗିଥିବ । ତେଣୁ, ଯୋଗସାଧନାର ଯୁକ୍ତ ହେବାର ସେହି ଯେଉଁ ଅସଲ ଆଧ୍ୟ୍ୟାତ୍ଜିକ ଆହ୍ୱାନଟି, ତାହା ହେଉଛି ତାଙ୍କରି ବ୍ୟକ୍ତ ରୂପ ଏହି ପୃଥିବୀଟିର ଆହ୍ୱାନ । ମୋର ଏହି ଅଳପଟି ମଧ୍ୟ୍ୟରୁ ବାହାରି ଯିବାର ଆହ୍ୱାନ, ନିଜର ଯାବତୀୟ ଅର୍ଜନକୁ ପୃଥିବୀ ନିମନ୍ତେ ଲଗାଇ ପାରିବାର ଏକ ଈଶ୍ୱରୀୟ ଆହ୍ୱାନ । ତେବେଯାଇ ମୁଁ ନିଜର ସଂପୂର୍ଣ୍ଣ ଜୀବନୋଦ୍ୟମଟିକୁ ଯଥାର୍ଥରେ ଯୁକ୍ତ କରି ଆପଣାର ଜ୍ଞାନ, ଭକ୍ତି ଏବଂ କର୍ମାତ୍ଜକତାକୁ ବଞ୍ଚିପାରିଲି ବୋଲି ଅନୁଭବ କରିବା ସମ୍ଭବ ହେବ; ସମଗ୍ର ପୃଥିବୀର ହୃଦୟଟି ମଧ୍ୟ୍ୟରେ ଆପଣାକୁ ଈଶ୍ୱରଯୁକ୍ତ ହୋଇ ଦେଖି ପାରିବାର ଏକ ଉପଲବ୍ଧ ସମ୍ଭବ ହୋଇ ଆସିବ । ନିଜ ଜୀବନଲାଗି ଶ୍ରଦ୍ଧା, ପୃଥ୍ୱୀ ଶ୍ରଦ୍ଧା ଏବଂ ଈଶ୍ଵରଶ୍ରଦ୍ଧା ମଧ୍ୟ୍ୟରେ ଏକ ଅନ୍ତର ରହିବାର କୌଣସି କାରଣ ନଥିବ । ଏବର ମନୁଷ୍ୟଟି ସେତେବେଳେ କେତେ କେତେ ଆତ୍ଜପୀଡ଼ନରୁ ମୁକ୍ତିଲାଭ କରିବ; ସେତିକିବେଳେ ଯାଇ ଅଙ୍ଗେ ନିଭାଇବା ସମ୍ଭବ ହେବ ଯେ, ଯୁକ୍ତ ହୋଇ ରହିପାରିବା ହେଉଛି ଆମ ଜୀବନର ଏକମାତ୍ର ସକାରାତ୍ଜକ ମୁକ୍ତି । ଛାଡ଼ି ଚାଲିଯିବା ଆଦୌ ନୁହେଁ, ଯୋଡ଼ି ହୋଇ ରହିବା । ସର୍ବବିଧ ପ୍ରକାରେ ଯୋଡ଼ି ହୋଇ ରହିବା, ତାହାହିଁ ଜୀବନବାଚୀ ଏକ ଯଥାର୍ଥ ଅଧ୍ୟ୍ୟାତ୍ଜର ଆବେଦନ ଅନୁସାରେ ଯୋଗଯୁକ୍ତ ହୋଇ ରହିବା । ଆଗ ଏତିକି ଆମ ନିତିଦିନର ସ୍ୱାଭାବିକତାରେ ପରିଣତ ହୋଇଯାଇ ପାରିଲେ ବନ୍ଧୁ କହିଲ, ତୁମେ ଆଉ କାହିଁକି କୌଣସି ଅହେତୁକତାର ବଶବର୍ତ୍ତୀ ହୋଇ ମାର୍ଗଗୁଡ଼ିକର ଜାତିଟା ବିଷୟରେ ଭ୍ରମି ରହିବା ସକାଶେ ମନ ବି କରିବ ! ଏକ ଭାଗବତ ସ୍ପର୍ଶ ଲାଭ କରିବା ପରେ ଭଗବାନଙ୍କୁ ନେଇ ଦର୍ଶନ ବଖାଣିବ ! ଏବଂ, ସର୍ବୋପରି, ଜୀବନରେ ଅଖିଳ ପୃଥ୍ୱୀଜୀବନଟିର ସ୍ପର୍ଶ ପାଇଯିବା ପରେ ଏହି ପୃଥିବୀକୁ ଭଗବାନ ସୃଷ୍ଟି କରିଛନ୍ତି ଅଥବା କୌଣସି ଅନ୍ୟ ଆକସ୍ମିକତା ହେତୁ ତାହାର ଆବିର୍ଭାବ ହୋଇଛି, ସେହି ବଚସା ଲାଗି ମଧ୍ୟ୍ୟ ଆଉ କାହିଁକି କୌଣସି ଅବକାଶ ରହିବ ?

 

ଏବଂ, ଯାବତୀୟ ଯୋଗ ଆମର ଏହି ଜୀବନକୁ ନେଇ । ଯୋଗ ଅର୍ଥାତ୍ ଅନ୍ତରଙ୍ଗ ଭାବରେ ଆମର ଜୀବନ ସହିତ ସଂପୃକ୍ତି । ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ, କୌଣସିଟିକୁ ବାଦ୍ ନଦେଇ ଏବଂ କୌଣସିଟି ପ୍ରତି ବିମୁଖ ନହୋଇ । ବୈରାଗ୍ୟ ନୁହିଁ, ଏକ ଅନୁରାଗ । ଆମକୁ ମାଧ୍ୟ୍ୟମ କରି ଆମର ଏହି ପୃଥିବୀ ପ୍ରତି ଏକ ଅନୁରାଗ ଏବଂ ଆମର ଏହି ପୃଥିବୀ ପ୍ରତି ଅନୁରାଗକୁ ମାଧ୍ୟ୍ୟମ କରି ଆମ ଜୀବନଟି ପ୍ରତି ଅନୁରାଗ । ଅର୍ଥାତ୍ ସର୍ବବିଧ ବ୍ୟଞ୍ଜନାରେ ତାହାହିଁ ଈଶ୍ୱରାନୁରାଗ । ଈଶ୍ୱରଙ୍କ ପ୍ରତି କୌଣସି ଦୁର୍ଭାଗ୍ୟ ହେତୁ ଅନୁରାଗଟା ବିଚଳିତ ହେବାକୁ ଆରମ୍ଭ କଲେ ହିଁ ସମ୍ଭବତଃ ଗୁଳାଗୁଡ଼ାକ ହିଁ ସର୍ବପ୍ରଧାନ ହୋଇ ଦୃଷ୍ଟିଗୋଚର ହୋଇଥାଆନ୍ତି । ମାର୍ଗମାନ ଆଗ ଆକର୍ଷଣ କରନ୍ତି । ଶିଖରମାନେ ଦିଶନ୍ତି ନାହିଁ । ନିଜ ଭିତରେ ଦିଶନ୍ତି ନାହିଁ ଅଥବା ନିଜ ବାହାରେ ଏହି ବୃହତ୍ତର ପୃଥିବୀରେ ମଧ୍ୟ୍ୟ ଦୃଶ୍ୟ ହୋଇ ପାରନ୍ତିନାହିଁ । ଆମେ ଆପେ ହିଁ ସବୁଠାରୁ ଅଧିକ ପୃଥୁଳ ହୋଇ ଦେଖାଯିବାକୁ ଆରମ୍ଭ କରୁ । ଆମର ଭଗବାନମାନେ ଆମରି ଗୁହା ମାନଙ୍କରେ ଖୁଣ୍ଟବନ୍ଧା ହୋଇ ରହିଥାନ୍ତି ଏବଂ ଗୁରୁମାନେ କଳହରତ ହୁଅନ୍ତି । ଏହିସବୁ କାରଣରୁ ଆମେ ଏହି ପୃଥିବୀର କୋଟି ମଣିଷ ଏକତ୍ର ଘର କରି ରହିଥିଲେ ମଧ୍ୟ୍ୟ ତଥାପି ପରସ୍ପରଠାରୁ ଏପରି ଦୂରଛଡ଼ା ହୋଇ ରହିଛୁ । ଯୋଗମାର୍ଗ ଯାହାକୁ ଯେତେ, ପ୍ରତ୍ୟେକ ମାର୍ଗରେ ଗୁରୁପରିଚର୍ଯ୍ୟର କେତେ ପ୍ରକାରର ଗରିମା । ପ୍ରାଚୀନ ତଥା ଆଧୁନିକ ଉଭୟ ପ୍ରକାରର । ଆମକୁ ତତ୍କାଳସିଦ୍ଧିଟାଏ ଆଣିଦେବେ ବୋଲି ପ୍ରବଚନ ଦେଇ ବୁଲୁଛନ୍ତି । କିନ୍ତୁ ଯୋଗେଶ୍ୱର କେଉଁଠି ହେଲେ ନାହାନ୍ତି ।

 

ଆମର ଏହି ଶ୍ରୀମନ୍ତମାନେ ଆମକୁ ଶାନ୍ତି ଆଣି ଦେବେ ବୋଲି କେଡ଼େ କେଡ଼େ ପାଟିରେ କହିବାରେ ଲାଗିଛନ୍ତି । ପୃଥିବୀଟା ଯାକ ଈଶ୍ୱରବର୍ଜିତ ହୋଇ ରହିଥିବ ଏବଂ ଆମେ ତଥାପି ଶାନ୍ତିରେ ରହି ପାରୁଥିବା । ପୃଥିବୀଟା ଯାକ ବୁଡ଼ି ଯାଉଥିବ, ମାତ୍ର ଆମେ ନିରୋଳା ନିଦକତା ସହିତ ଶାନ୍ତି ମଧ୍ୟ୍ୟରେ ସନ୍ତରଣ କରି ପାରୁଥିବା । ଅର୍ଥାତ୍, ନୈକଟ୍ୟ ନୁହେଁ, ସେହି ବୈରାଗ୍ୟ । ଏକ ନିର୍ମମତା ଏବଂ ପଳାୟନ-ଚତୁରତା । ଜୀବନ ସହିତ ଯୁକ୍ତ ହୋଇ ରହିବା, ତାହା ହେଉଛି ଆମ ଭିତରେ ଏକ ଈଶ୍ୱରୀୟ ସାହସର ହିଁ ଆହ୍ୱାନ । ସେହି ବହୁସାମର୍ଥ୍ୟଯୁକ୍ତ ସାହସଟା ଆମଠାରୁ ଦୂରଛଡ଼ା ଓ ଅପଚରା ହୋଇ ରହିଛି ବୋଲି ସିନା ଏତେ ଏତେ ଲକ୍ଷ୍ମୀ ରହିଥିଲେ ମଧ୍ୟ୍ୟ ଏହି ପୃଥ୍ୱୀସ୍ଥ ଜୀବନ ଏଭଳି ଲକ୍ଷ୍ମୀଛଡ଼ା ହୋଇ ରହିଛି ! ନିୟୁତ ସମ୍ଭାବନାର ପ୍ରାଚୁର୍ଯ୍ୟ ସତ୍ତ୍ୱେ ଦାରିଦ୍ର୍ୟ ଏବଂ ବୈମନସ୍ୟ ଘୋଟି ରହିଛି । ତେଣୁ, ପୃଥିବୀକୁ ହିଁ ସମ୍ମୁଖରେ ରଖି ଏକ ନୂତନ ସମନ୍ୱୟର ଆସ୍ପୃହା ସହିତ ସାଧନାର ଆବାହନ ହୋଇ ପାରିବା ଉଚିତ । ଯୋଗ କହିଲେ ଜୀବନନାମକ ଅଧ୍ୟ୍ୟାତ୍ଜଟିର କ୍ଷେତ୍ରରେ ଏକ ସକଳାଙ୍ଗ କ୍ରିୟାଶୀଳତାକୁ ବୁଝାଇବା ଉଚିତ, ଯେଉଁଟିର ନକ୍ସା ମଧ୍ୟ୍ୟରେ ଜ୍ଞାନ ଥିବ, କର୍ମ ଥିବ ଓ ଭକ୍ତି ଥିବ । ଅନ୍ନ ଆନନ୍ଦ ସହିତ ସଂଯୋଜିତ ହୋଇ ରହିଥିବ ଏବଂ ଆନନ୍ଦ ଅନ୍ନ ସହିତ । ଏପରି ପିତୁଳାମାନେ ନଥିବେ, ଯେଉଁମାନେ କି ସେହି ତଥାକଥିତ ମନ୍ଦିରଟା ଭିତରେ ମନୁଷ୍ୟମାନଙ୍କୁ ଆବଦ୍ଧ କରି ରଖିଥିବେ । ଯୋଗୀମାନେ ଏହି ସଂସାରରେ ଥିବେ ଅର୍ଥାତ୍ ସର୍ବବିଧ ଯୋଗ ଆମ ସଂସାରଟି ନିମନ୍ତେ ପ୍ରୟୋଗଶାଳା ରୂପେ ବ୍ୟବହୃତ ହେଉଥିବ । ମାର୍ଗଗୁଡ଼ାକୁ ମାଧ୍ୟ୍ୟମ କରି ମନୁଷ୍ୟ ମନୁଷ୍ୟକୁ ଚିହ୍ନିବା ଲାଗି ଆଦୌ ଉତ୍ସାହିତ ଅନୁଭବ କରୁନଥିବ । ତେଣୁ, ମାର୍ଗମାନେ ଅବଶ୍ୟ ଥିବେ, କିନ୍ତୁ କୌଣସି ଗଞ୍ଜଣା ଦେଉନଥିବେ ।

 

ତେଣୁ, ଏକ ଆରେକ ସହିତ ସମ୍ମିଳିତ ହୋଇ ଆମର ଏହି ପୃଥିବୀର ଅସୁମାରି ସମ୍ଭାବନାଗୁଡ଼ିକୁ ଉନ୍ମୋଚିତ କରି ଦେଉଥିବାର ସେହି ଶ୍ରଦ୍ଧାଟି ହେଉଛି ଯୋଗ । ଲୁଚି ପଳାଇବା ପାଇଁ ମୋଟେ ନୁହେଁ । କୌଣସି ସୁସ୍ଥ ସାଧନା ପୃଥିବୀଟାକୁ ଭାଗ ଭାଗ କରି ପକାଇବାକୁ କଦାପି ମନ କରିବନାହିଁ କିମ୍ବା ଗାରିମା ବି ଦେଖାଇ ହେବନାହିଁ । ତାହା ଧର୍ମତଃ ନମନୀୟ ହୋଇ ରହିଥିବ-। ନିଜର ନିତ୍ୟସଙ୍ଗୀ ପରମ ଭଗବାନଙ୍କ ପାଖରେ ନମନୀୟ ହୋଇ ପାରୁଥିବ, ପରସ୍ପର ଲାଗି ମଧ୍ୟ୍ୟ ନମନୀୟ ହୋଇ ରହିଥିବ । ପରମେଶ୍ୱର ଠିକ୍ କେଉଁପରି ହୋଇଥିବେ ବୋଲି ଆପଣାର ଚିହ୍ନା ବୁଦ୍ଧିମତ୍ତା ଗୁଡ଼ିକ ମଧ୍ୟ୍ୟରେ ଘାରି ଦେଉନଥିବ, କିନ୍ତୁ ପରମେଶ୍ୱରଙ୍କ ସହିତ ଏକତ୍ର ବାଟ ଚାଲୁଥିବ । ତାଙ୍କୁ ବଞ୍ଚି ପାରୁଥିବ । ତତ୍ତ୍ୱମାନେ ତ ସମ୍ଭବତଃ ସେତିକିବେଳେ ବାହାରନ୍ତି, ଯେତେବେଳେ କି ସିଏ ଆମ ସାଙ୍ଗରେ ରହି ବାଟ ଚାଲୁଛନ୍ତି ବୋଲି ଅନୁଭବ କରିବାଲାଗି ପ୍ରତ୍ୟୟ ପାଏନାହିଁ ଏବଂ ତାଙ୍କୁ ଅନୁମାନ ଦ୍ଵାରା ତତ୍ତ୍ୱାଦି କାଢ଼ି ଗୋଟାଏ ଗଢ଼ଣ ଦେବାଲାଗି ଆମ ବୃଦ୍ଧିଟା କେତେ ଖୁସୀ ହୋଇ ବାହାରିପଡ଼େ । ଏକ ତତ୍ତ୍ୱଗଣିତ କଷି ହୃଦୟଟାଏ ଅଛି ବୋଲି ପ୍ରତିପାଦନ କରେ । ଯେଉଁଠି ସେଇଠି ପଡ଼ି ରହିଥାଏ । ଯୋଗର ସାଧନାଟା ଲୋଚନ ହରାଇ ବସିଲେ ସମ୍ଭବତଃ ସେହିପରି ହୋଇଥାଏ । ବାହାରର ଯାବତୀୟ ତତ୍ପରତା ଭିତରେ ପଥଚାରୀଟିକୁ କୋଢ଼ି କରି ରଖିଥାନ୍ତି । ଗବାକ୍ଷମାନେ ବନ୍ଦ ହୋଇ ରହିଥାନ୍ତି । ଗୁରୁମାନେ ଧୈର୍ଯ୍ୟ ହରାଇ ପକାନ୍ତି । ଏବଂ, ସବୁଯାକ ଗାମ୍ଭୀର୍ଯ୍ୟ ସତ୍ତ୍ୱେ ମାର୍ଗମାନେ କେଡ଼େ ହାସ୍ୟାସ୍ପଦ ନହୁଅନ୍ତି !

 

ତେଣୁ, ବାଟ ଚାଲିବା । ଏକାଠି ବାଟ ଚାଲିବା । ପରସ୍ପରକୁ ବାଟକୁ ଡାକିନେଇ ଆସିବା । ତେବେ ଭଗବାନଙ୍କୁ ସାଥୀ କରି ପାଇବା । ନିଜ ଭିତରେ ତାଙ୍କରି ଉଚ୍ଚାଟନ ଗୁଡ଼ିକୁ ଅନୁଭବ କରି ପାରିବା । ଈଶ୍ୱରଙ୍କର କୌଣସି ବିଶେଷ ନାମ ବା ରୂପର ପରିଚୟ ଗୁଡ଼ିକ ଗୌଣ ବୋଲି ଆବିଷ୍କାର କରି ପାରିବା । ଈଶ୍ୱର ଅନ୍ନରେ ଥିବେ, ଆନନ୍ଦରେ ମଧ୍ୟ୍ୟ ରହିଥିବେ । ଆମ ଜୀବନରୂପୀ ଏହି ବିଶ୍ୱତମାମ ଭରି ରହିଥିବେ । ବାଟ ଚାଲିଲେ ମୂଳାଧାରରୁ ସହସ୍ରାର ପର୍ଯ୍ୟନ୍ତ ସେହି ନିର୍ଦ୍ଦିଷ୍ଟ କାଟର ଯେଉଁ ଶାସ୍ତ୍ରୀୟ ନିଜ ପରାମର୍ଶଟି, ତାହା ହୁଏତ ଆବଶ୍ୟକ ହିଁ ହେବନାହିଁ । କାରଣ, ବାଟ ଚାଲୁଥିବା ମଣିଷଟି ଲାଗି ମୂଳାଧାର ଯେଉଁଠାରେ ଥିବ, ଏକ ସହାବସ୍ଥାନର ଅଧ୍ୟ୍ୟାତ୍ଜକୁ ମାନି ସହସ୍ରାର ମଧ୍ୟ୍ୟ ସେହିଠାରେ ଥିବ । ମୂଳାଧାରରୁ ଆରମ୍ଭ କରି ଏକ ଆରୋହଣ କଲେ ଇପ୍ସିତ ଦେବତାଟି ସହିତ ସାକ୍ଷାତକାର ହେବ ବୋଲି ସେକାଳେ କରା ଯାଇଥିବା ଘୋଷଣାଟିରେ ଆଉ ମୋଟେ ବାନ୍ଧି ହୋଇ ରହିବାକୁ ପଡ଼ିବନାହିଁ । ତେଣୁ, ଯୁକ୍ତ ହୋଇ ରହିବା ହେଉଛି ବାଟଟିଏ ଚାଲିବା । ସତତ ହିଁ ଚାଲିବା । ମୁଁ ଚାଲୁଥିବା ଯାଏ ମୋ’ ଭଗବାନ ମଧ୍ୟ୍ୟ ଚାଲୁଥିବେ ଏବଂ ମୋ’ ଭଗବାନ ଚାଲୁଥିବା ଯାଏ ମୁଁ ମଧ୍ୟ ବାଟ ଚାଲୁଥିବି । ଅର୍ଥାତ, ଅଟକି ଯିବା ହିଁ ନାସ୍ତିକତା ଓ ସେହି ନାସ୍ତିକତା ହେଉଛି ସକଳ ଦୁର୍ବିପାକର ଗୋଟିଏ ମୂଳକାରଣ । ତେଣୁ, ଯୋଗ ଅର୍ଥାତ୍ ଯୁକ୍ତ ହୋଇ ରହିବା ହେଉଛି ଜୀବନ । ଯୋଗଯୁକ୍ତ ଜୀବନ ଏବଂ ଜୀବନ ସହିତ ଗଅଁଠା ହୋଇ ରହିଥିବା ଏହି ଯାବତୀୟ ଚର୍ଯ୍ୟା,–ଯୋଗସାଧନାରେ ସେଇଟି ହିଁ ଆମର ସର୍ବପ୍ରଧାନ ଆହ୍ୱାନଭୂମି ।

Image